Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓଡିଶା ଟେଲିକମ ସର୍କଲରେ ସତର୍କତା ସପ୍ତାହ ସମାପନ ଉତ୍ସବ
ଆଞ୍ଚଳିକ

ଓଡିଶା ଟେଲିକମ ସର୍କଲରେ ସତର୍କତା ସପ୍ତାହ ସମାପନ ଉତ୍ସବ

November 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଟେଲିକମ ସର୍କଲରେ ସତର୍କତା ସପ୍ତାହ ସମାପନ ଉତ୍ସବ

ଭୁବନେଶ୍ବର: ଭାରତ ସଂଚାର ନିଗମ ଲିମିଟେଡର ଓଡିଶା ସର୍କଲ ଅଧୀନରେ ଥିବା ଟେଲିକମ୍ ମୁଖ୍ୟ ଜେନେରାଲ ମ୍ୟାନେଜର ଡକ୍ଟର ଉଦୟ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ବିଏସଏନ୍‌ଏଲ ଭବନଠାରେ ସତର୍କତା ସପ୍ତାହ ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନଙ୍କୁ ସମ୍ବୋଧନ କରି ବ୍ୟକ୍ତିଗତ ଜୀବନରେ ନିରାପତ୍ତା ମୂଳକ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମାପନ ପାଇଁ ଫାଇଲଗୁଡିକର ପ୍ରସ୍ତୁତ ବିଷୟରେ ପ୍ରତ୍ୟେକ ଘଟଣାର ଯୁକ୍ତିନିଷ୍ଠ ମନ୍ତବ୍ୟ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
ସତର୍କତା ବିଭାଗ ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ କାର୍ତିକଚରଣ ପତି ସ୍ୱାଗତ ଅଭିଭାଷଣ ଅବସରରେ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ । ସତର୍କତା ସପ୍ତାହ ପାଳନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ବରିଷ୍ଠ ଜେନେରାଲ ମ୍ୟାନେଜର ଶ୍ରୀ ପି.କେ. ମହାପାତ୍ର ସତର୍କତା ସପ୍ତାହ ପାଳନର ଉଦ୍ଦେଶ୍ୟ ଏବଂ ସମ୍ପର୍କୀତ ପ୍ରସଙ୍ଗ ଆଲୋଚନା କରିଥିଲେ ।

ଆଲୋଚନା ପରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଓଡିଶା ସର୍କଲ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ସଫଳତା ପ୍ରଦର୍ଶନ କରାଯାଇଥିଲା । ଭାରତର ମୁଖ୍ୟ ସତର୍କ ଅଧିକାରୀଙ୍କ ଦ୍ୱାରା ସର୍ବଭାରତୀୟ ସ୍ତରରେ ଏହା ପ୍ରଶଂସା ଲାଭ କରିଛି । କୋଭିଡ କଟକଣା ମଧ୍ୟରେ ସମାପନ ଉତ୍ସବକୁ ବିଭିନ୍ନ କଟକଣା ମଧ୍ୟରେ ପାଳନ କରାଯାଇଥିବାରୁ ସତର୍କତା ବିଭାଗକୁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଥିଲେ । ଏହି ଉତ୍ସବରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବଶ୍ରୀ ଡି.ସି. ପ୍ରଧାନ, ଡି.କେ.ବେହେରା, ଏସ.ଡି. ଦୁର୍ଗା, ଟି ହେମ୍ବ୍ରମ୍ ପ୍ରମୁଖ ବରିଷ୍ଠ ମ୍ୟାନେଜରମାନଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଏହି ଉତ୍ସବରେ ଯୋଗଦେଇଥିଲେ ।

ଓଡିଶା ଟେଲିକମ ସର୍କଲ ସତର୍କତା ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026
Latest News

ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

August 29, 2026

ଭୁଲ୍‌ ଇଞ୍ଜେକସନ୍‌ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

August 29, 2026

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.