Author: Samikhsya Bureau

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା (ଆଇଏଏଫ) ଆଜି (୨୯-୧୦-୨୦୨୧) ମିଳିତଭାବେ ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷା କରିଛନ୍ତି। ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳ ସଠିକ୍ ଭେଦ କରିଥିଲା। କାର୍ଯ୍ୟକ୍ରମର ସମସ୍ତ ଲକ୍ଷ୍ୟ ସଫଳ ହୋଇଥିଲା। ଅନେକ ଦୂର ସଂମ୍ବେଦୀ ଯନ୍ତ୍ର ଯେପରି ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଓ ଚାନ୍ଦିପୁର ସମନ୍ୱିତ ପରୀକ୍ଷା ଘାଟୀରେ ମୁତୟନ ଟେଲି ମେଟ୍ରୀ ଓ ରାଡାର ଦ୍ୱାରା ବୋମା ପରୀକ୍ଷା ଦକ୍ଷତାର ଟିକିନିକି ପର୍ଯ୍ୟବେକ୍ଷଣ କରାଯାଇଥିଲା। ଏହି ଦୂରଗାମୀ ବା (ଏଲଆର) ବୋମା ହାଇଦ୍ରାବାଦସ୍ଥିତ ଡିଆରଡିଓ ଇମରାଓ ଗବେଷଣା କେନ୍ଦ୍ରଦ୍ୱାରା ବିକଶିତ ହୋଇଥିଲା। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆରଡିଓ, ଆଇଏଏଫ ଓ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଆରଡିଓ ଅଧ୍ୟକ୍ଷ…

Read More

ଭୁବନେଶ୍ବର: ବହୁ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ ବିବୃତି ଦେଇ ସେ କହିଛନ୍ତି ଯେ, ମମିତା ଘଟଣାରେ ମୁଁ ବହୁତ ଦୁଃଖିତ। ତାଙ୍କ ପରିବାରକୁ ନ୍ୟାୟ ମିଳୁ ଏହା ମଧ୍ୟ ମୋର ଦାବୀ। ଯେ ଦୋଷୀ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି। ତେବେ ତାଙ୍କର ଏହି ଘଟଣାରେ ସଂପୃକ୍ତି ନେଇ ସେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତିଯେ, ମୋ ବିରୋଧରେ ବିରୋଧୀ ଦଳ ପାଖରେ ଯଦି କିଛି ପ୍ରମାଣ ଅଛି ତେବେ ପୋଲିସକୁ ଦିଅନ୍ତୁ। ମମିତା ହତ୍ୟାକାଣ୍ଡରେ ମୋର କୌଣସି ସଂପର୍କ ନାହିଁ। ଯଦି କେହି ଏହାର ପ୍ରମାଣ ଦେବ ତେବେ ମନ୍ତ୍ରୀ ପଦରୁ ନୁହେଁ ରାଜନୀତିରୁ ମଧ୍ୟ ସନ୍ନାସ ନେବି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ମୋତେ ଏହି ଘଟଣାରେ…

Read More

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ଓଡ଼ିଶା ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍.ଡି.ଜି.) ହାସଲ ପଥରେ ଦୃଢ଼ ଅଗ୍ରସର ହେଉଛି । ଏଥିପାଇଁ ଯୋଜନା ଓ ସମନ୍ୱୟ ବିଭାଗରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍ (ପି.ଏମ୍.ୟୁ) ଗଠନ କରାଯାଇଛି । ପି.ଏମ୍.ୟୁ. ଗଠନ ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ଙ୍କ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏ ସମ୍ବନ୍ଧିତ ବୈଠକରେ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବେନ୍ଦ୍ର କୁମାର ଜେନା ଏବଂ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ କଂପାନୀ ର…

Read More

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ଆଭାସି ମାଧ୍ୟମରେ କେଉଁଝର ଜିଲ୍ଲାରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍‌ରେ ଜିଲ୍ଲାରେ ଏହି ଭଳି ଆହୁରି ଅଧିକ କାଫେ ଖୋଲାଯିବ ବୋଲି କହିଥିଲେ । ଓଡ଼ିଶା ମିଲେଟ୍‌ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସଂପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍‌ ଶକ୍ତି କାଫେରେ ମିଲେଟ୍‌ରୁୁ…

Read More

ଭୁବନେଶ୍ବର: କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରେଳ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନ୍ଭେ ଆଜି ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏବଂ କାର‌୍ୟ୍ୟକାରିଣୀ ନିର୍ଦ୍ଦେଶକଙ୍କୁ ଗୁରୁବାର ଦିନ ରେକର୍ଡ ପରିମାଣର ୬.୦୪ଲକ୍ଷ ଟନ୍ କୋଇଲା ପଠାଇ ନୂଆ ଇତିହାସ ରଚି ଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଓଡିଶାରେ ଦୈନିକ ହାରାହାରି ୫.୨୫ ଲକ୍ଷ ଟନ୍ କୋଇଲା ଯୋଗାଉଥିବା ଏମସିଏଲ୍ ଦ୍ୱାରା ରେକର୍ଡ କାର‌୍ୟ୍ୟ ପାଇଁ କୋଇଲା ଖଣି, ଚୁକ୍ତିଭିତ୍ତିକ ଶ୍ରମିକ, ରେଳବାଇ, ଶ୍ରମିକ ସଂଗଠନର ନେତା ତଥା ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ହିତାଧିକାରୀଙ୍କ ମିଳିତ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ଯୋଶୀ ପ୍ରଶଂସା କରିଥିଲେ। ଉଭୟ ସହାୟକ କମ୍ପାନୀ ଏକ ମିଲିୟନ୍ ଟନ୍ କୋଇଲା ପଠାଇବା ଆକଳନକୁ ଅତିକ୍ରମ କରିଥିବାରୁ ଏମ୍ସିଏଲ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରୁଥିବା ନର୍ଦନ କୋଲ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୩, କଟକରୁ ୬୪, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୪, ଯାଜପୁରରୁ ୧୩, ଜଗତସିଂହପୁରରୁ ୧୨, ପୁରୀରୁ ୧୧, ସୁନ୍ଦରଗଡରୁ ୧୦, ବାଲେଶ୍ବରରୁ ୯, ନୟାଗଡରୁ ୯, ଭଦ୍ରକରୁ ୮, ଢେଙ୍କାନାଳରୁ ୬, କୋରାପୁଟରୁ ୫, ଅନୁଗୁଳରୁ ୩, ଝାରସୁଗୁଡାରୁ ୩, ଗଞ୍ଜାମରୁ ୨, ବଲାଙ୍ଗୀରିରୁ ୧, ଦେବଗଡରୁ ୧, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୮ ହଜାର ୨୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୫୯୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଇବି ରୋଡ଼ ସ୍ଥିତ ‘ରାନୀ ପଣ୍ଡା ହଟ ମୋମୋ’ ଷ୍ଟଲରେ ସମାଜସେବୀ ତଥା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ନିଜ ନାମରେ ଥିବା ଷ୍ଟଲକୁ ଅଚାନକ ପରିଦର୍ଶନ କରିଛନ୍ତି। ବାଲୁଗାଁ ଅଞ୍ଚଳରେ ନିଜକୁ ରାନୀଙ୍କ ଜଣେ ବଡ଼ ଫ୍ୟାନ ତଥା ବି.ଟେକ ପଢା ସାରି ଚାକିରି ନକରି ରାନୀ ପଣ୍ଡାଙ୍କ ନାମରେ ଏକ ମୋମୋ ଷ୍ଟଲ ଖୋଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ବାଣପୁର ବ୍ଲକ ଅନ୍ତର୍ଗତ ହଜ ଗ୍ରାମର ଯୁବକ ବିକାଶ ଦାସ। ଦିନକୁ ଦିନ ବଜାରର ଚାହିଦାକୁ ନଜରରେ ରଖି ସନ୍ଧ୍ୟା ସମୟରେ ଜଳଖିଆ, ଗୁପଚୁପ, ଚାଟ ଏପରିକି ଚାଇନିଜ ଖାଇବାକୁ ଭୁଲି ମୋମୋ ଖାଇବା ପାଇଁ ଖାଦ୍ୟପ୍ରେମୀଙ୍କ ଲମ୍ବା ଧାଡି ରାଜଧାନୀ ଭୁବନେଶ୍ୱରରେ ଲାଗୁଛି। ଏହାକୁ ନଜରରେ ରଖି ବିଟେକ ସାରିଥିବା ବିକାଶ ବାଲୁଗାଁ ଗାନ୍ଧୀ ଛକ ନିକଟରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତ ଏକମାସ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମ ନିକଟସ୍ଥ ଶାଳିଆ ନଦୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୋରଡ଼ାପଲି ଗ୍ରାମର ବାଉରିଆ ଶବର (୫୫) ଭାସି ନିଖୋଜ ହୋଇଯାଇଥିଲେ। ଏହାପରେ ଦୀର୍ଘ ୪ ଦିନ ଧରି ଅଗ୍ନିଶମ ବାହିନୀ ବାଉରିଆଙ୍କୁ ଖୋଜି ଶେଷରେ ନିରାଶ ହୋଇଥିବାବେଳେ ବାଉରିଆଙ୍କ ପତ୍ତା ମିଳିନଥିଲା। ସେବେଠାରୁ ତାଙ୍କ ପରିବାର ବର୍ଗ ଦୁଃଖିତ ଥିବାବେଳେ ଶୁକ୍ରବାର ସକାଳେ ମୃତ ବାଉରିଆଙ୍କ ଗଳିତ ଶବ ନିପାଣିଆ ଓ ସାହାଡ଼ାଡିହ ଗ୍ରାମ ମଝିରେ ଯାଇଥିବା ଶାଳିଆ ନଦୀର ଏକ ଗଛରେ ଲାଗି ରହିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏ ନେଇ ସଙ୍ଗେସଙ୍ଗେ ଗ୍ରାମବାସୀ ମୃତ ବାଉରିଆଙ୍କ ପୁତ୍ର ବିପ୍ର ଶବରଙ୍କୁ ସୂଚନା ଦେବାରୁ ବିପ୍ର ଉକ୍ତ ସ୍ଥାନକୁ ଯାଇ ନିଜ ପିତାଙ୍କ ଶବକୁ ଚି଼ହ୍ନଟ କରିବା ସହ ସଂନ୍ଧ୍ୟାରେ ବାଣପୁର ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ଆଜି…

Read More

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର। ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ। ଜନବସତିରେ ପରିବାର ସହିତ ବସବାସ କରୁଥିବା ଶିଶୁମାନେ ପାରିବାରିକ ସୁରକ୍ଷା ପାଇ ପାରୁଥିବାବେଳେ, କୌଣସି କାରଣରୁ ସେଥିରୁ ଦୂରେଇଯାଇ ଆନୁଷ୍ଠାନିକ ଯନି ବ୍ୟବସ୍ଥାରେ ରହିଥିବା ଶିଶୁମାନଙ୍କୁ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତ ରଖିବା ସହିତ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖିବା ଦିଗରେ ଶିଶୁଯନି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି। ୧୯୯୯ ଅକେଫାବର ୨୯ ତାରିଖରେ ସଂଘଟିତ ମହାବାତ୍ୟା ପରେ ସମଗ୍ର ରାଜ୍ୟରେ ଏହି ଦିନଟିକୁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି।…

Read More

ଭୁବନେଶ୍ୱର: ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ। ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ (ଏଫ୍‌ଏଫ୍‌ଏମ୍‌ଏ)କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-‘ଟି’ ମନ୍ତ୍ର ଅଧୀନରେ ଟେକ୍‌ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରାଯାଇଛି। ଆଧୁନିକ ଟେକ୍‌ନୋଲୋଜି ବ୍ୟବହାର କରି ସାଧାରଣ ଜନତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତି। ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍‌ ଆପ୍‌ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦି୍ରକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା…

Read More

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଏକାମ୍ର ହାଟ ଏବେ ନୂଆ ରୂପରେ। ଏକାମ୍ର ହାଟରେ ହସ୍ତଶିଳ୍ପ, ହସ୍ତତନ୍ତ, ଉତ୍କର୍ଷ କଳା ପ୍ରଦର୍ଶନ, ରୁଚିକର ଓଡ଼ିଆ ଖାଦ୍ୟ, ବିବିଧ ଭାରତୀୟ ବ୍ୟଞ୍ଜନ, କନ୍‌ଫରେନ୍ସ ହଲ୍‌, ମୁକ୍ତାକାଶ ରଙ୍ଗମଞ୍ଚ, ପାର୍କିଂ ଓ ଏଟିଏମ୍‌ର ସୁବିଧା ରହିଛି। ଏକାମ୍ର ହାଟରେ ଦୀପାବଳି ଉପଲକ୍ଷେ ଦୀପ ଓ ଟେରାକୋଟା ସାମଗ୍ରୀର ବିଶେଷ ଆୟୋଜନ କରାଯାଇଛି। ଅକେଫାବର ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବିଶେଷ ଆୟୋଜନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀ ଓ କାରିଗରମାନେ ମାଟିର ବିଭିନ୍ନ ସାମଗ୍ରୀ ଯଥା: ଦୀପ, ଘରକରଣା ସାମଗ୍ରୀ, ଘର ସଜାଇବା ସାମଗ୍ରୀ, ରଙ୍ଗବେରଙ୍ଗର କେ„ଇ, ଲେଡି ଦୀପ, ଗଣେଶ ଦୀପ, ଗଣେଶ ମୂର୍ତ୍ତି, ମୋଟୁପତଳୁ, ବୁଦ୍ଧମୂର୍ତ୍ତି, କଙ୍ଗାରୁ କୁଂପିିି, ହଂସ କୁଂପି, ମାଛ କୁଂପି, ଶଙ୍ଖ କୁଂପି, ଅମୃତଭଣ୍ଡା କୁଂପି, ଗୋଲ କୁଂପି, ଝୁଲା ଦୀପ ଷ୍ଟାଣ୍ଡ, ଦେଉଳ ଦୀପ ଷ୍ଟାଣ୍ଡ, ଲଣ୍ଠନ ଦୀପ ଷ୍ଟାଣ୍ଡ,…

Read More

ଭୁବନେଶ୍ୱର: ଭାରତରେ କକ୍ରେନ୍ ଇଣ୍ଡିଆ ନେଟୱାର୍କ (ସିଆଇଏନ୍‌)କାର୍ଯ୍ୟକାରୀ ହେବା ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ଏଥିରେ ଏକ ଆଫିଲିଏଟ୍‌ ସେଂଟର୍ ଭାବେ ଯୋଡି ହୋଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ସିଆଇଏନ୍‌ର ନିକଟରେ ଭର୍ଚୁଆଲ୍ ଶୁଭାରମ୍ଭ ହୋଇଛି ଓ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ନୂଆଦିଲ୍ଲୀ, ଏଥିରେ ସହଯୋଗ କରିଥିଲା। କକ୍ରେନ୍ ହେଉଛି ୟୁନାଇଟେଡ୍ କିଙ୍ଗଡମ୍‌ର ଏକ ସଂସ୍ଥା ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ କରିଥାଏ ବୋଲି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି। ସିଆଇଏନ୍ ସହିତ ଯୋଡି ହୋଇଥିବା ୯ଟି ଅନୁଷ୍ଠାନ ମଧ୍ୟରୁ ସୋଆ ଅନ୍ୟତମ ହୋଇଥିବା ବେଳେ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକ ହେଉଛି ଏମ୍‌ସ, ନୂଆଦିଲ୍ଲୀ, ଆଇସିଏମ୍‌ଆର୍‌, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ୍‌,…

Read More

ନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ବିଶ୍ଵାସ କରନ୍ତି ଯେ ପିପରମେଣ୍ଟ ଚା’ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହା କିଛି ସମସ୍ୟା ଉପରେ ତୁରନ୍ତ ପ୍ରଭାବ ଦେଖାଏ। ଯଦିଓ ଏହି ଚା’ ପିଇବାର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି, ତଥାପି ଏହାକୁ ପିଇବାର ଅନେକ ଅସୁବିଧା ମଧ୍ୟ ଅଛି। ଅନ୍ୟପକ୍ଷରେ, ପିପରମେଣ୍ଟ ଚା’ କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ସେମାନଙ୍କୁ ଏହି ଚା’ ପିଇବା ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ଚା’ ପିଇବାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ। ୧- ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଏ- ପେଟ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ପିପରମେଣ୍ଟ ଚା’ କ୍ଷତିକାରକ ହୋଇପାରେ। ପିପରମେଣ୍ଟ ଚା’ ଏପରି ଲୋକଙ୍କ ହଜମ ପ୍ରକ୍ରିୟାକୁ ନଷ୍ଟ କରିପାରେ କାରଣ ଏହି ଚା ସାଧାରଣତଃ ମେନ୍ଥାଲରୁ ତିଆରି ହୋଇଥାଏ। ଯେଉଁଥିପାଇଁ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ୨- ଗର୍ଭବତୀ ମହିଳାଙ୍କ ପାଇଁ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆମ ଶରୀର ପାଇଁ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହାଡ, ସ୍ନାୟୁ, ରକ୍ତ, ମାଂସପେଶୀକୁ ଶକ୍ତିଶାଳୀ କରିବା ଏବଂ ହୃଦୟର ଦୁର୍ବଳତାକୁ ଦୂର କରିବା ପାଇଁ କ୍ୟାଲସିୟମ ଆବଶ୍ୟକ। ଆମର ହାଡ ଏବଂ ଦାନ୍ତରେ ଆମ ଶରୀରରେ ୯୯% କ୍ୟାଲସିୟମ ଥାଏ। ୧ ପ୍ରତିଶତ କ୍ୟାଲସିୟମ ରକ୍ତ ଏବଂ ମାଂସପେଶୀରେ ଥାଏ। ଏପରି ପରିସ୍ଥିତିରେ, ସୁସ୍ଥ ରହିବାକୁ, ଆପଣଙ୍କୁ କ୍ୟାଲସିୟମ୍ ଭରପୂର ଏକ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍। ଏଗୁଡ଼ିକ ହେଉଛି କ୍ୟାଲସିୟମ ଅଭାବର ଲକ୍ଷଣ ଏବଂ କ୍ୟାଲସିୟମରେ ଭରପୂର ଖାଦ୍ୟ। ପ୍ରତିଦିନ କେତେ କ୍ୟାଲସିୟମ ଆବଶ୍ୟକ ହୁଏ?: ୧- ପିଲାମାନଙ୍କ ପାଇଁ ଦୈନିକ- ୫୦୦-୭୦୦ ମିଗ୍ରା କ୍ୟାଲସିୟମ୍ ୨- ଯୁବକମାନଙ୍କ ପାଇଁ ଦୈନିକ ୭୦୦-୧୦୦୦ ମିଗ୍ରା କ୍ୟାଲସିୟମ୍। ୩- ଗର୍ଭବତୀ ମହିଳାଙ୍କ ପାଇଁ ଦୈନିକ ୧୦୦୦ ରୁ ୧୨୦୦ ମିଗ୍ରା କ୍ୟାଲସିୟମ୍ ୪- ଶିଶୁକୁ ଖାଇବାକୁ ଦେଉଥିବା ମହିଳାମାନଙ୍କ ପାଇଁ ପ୍ରତିଦିନ ପ୍ରାୟ ୨,୦୦୦ ମିଗ୍ରା କ୍ୟାଲସିୟମ୍। କ୍ୟାଲସିୟମ…

Read More

ନୂଆଦିଲ୍ଲୀ: ଆଧାର କାର୍ଡକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ଭାବେ ବିବେଚନା କରାଯାଏ। ଆଜିକାଲି ସ୍କୁଲ ଠାରୁ କଲେଜ, ହସ୍ପିଟାଲ, ବ୍ୟାଙ୍କ ଇତ୍ୟାଦି ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ ବ୍ୟବହୃତ ହୁଏ। ଏଭଳି ପରିସ୍ଥିତିରେ, ଏହିପରି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡିକର ଅପବ୍ୟବହାରରୁ ରକ୍ଷା କରିବା ନିହାତି ଜରୁରୀ। ଯଦି ଆଧାର ସହ ଜଡିତ OTP ଆପଣଙ୍କ ଫୋନରେ ଆସୁନାହିଁ, ତେବେ ବୁଝନ୍ତୁ ଯେ ଆପଣଙ୍କର ଆଧାର କାର୍ଡ କୌଣସି ସ୍ଥାନରେ ଅପବ୍ୟବହାର ହୋଇଛି। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ସହଜରେ ଯାଞ୍ଚ କରିପାରିବେ ଯେ, ଆପଣଙ୍କର ଆଧାରର କୌଣସି ଭୁଲ ବ୍ୟବହାର ହେଉଛି କି ନାହିଁ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ- ଏହିପରି ଯାଞ୍ଚ କରନ୍ତୁ: – ଆଧାର କାର୍ଡର ଅପବ୍ୟବହାର ହେଉଛି କି ନାହିଁ ତାହା ଜାଣିବା ପାଇଁ ଆପଣ ପ୍ରଥମେ UIDAI ର ଅଫିସିଆଲ୍ ୱେବସାଇଟ୍…

Read More

ନୂଆଦିଲ୍ଲୀ: ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବକ୍ତବ୍ୟକୁ ନେଇ ଦିଲ୍ଲୀ କଂଗ୍ରେସ ନେତା ଅଲକା ଲାମ୍ବା ପ୍ରତିକ୍ରିୟା ରଖିଛନ୍ତି। ଭାରତୀୟ ଜନତା ପାର୍ଟି ବହୁ ଦଶନ୍ଧି ଧରି ଶାସନ କରିବାର ବିବୃତ୍ତି ଉପରେ ଅଲକା ଲାମ୍ବା ପ୍ରତିକ୍ରିୟା ରଖିଛନ୍ତି। ଅଲକା ଲାମ୍ବା ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଶାନ୍ତ କିଶୋରଙ୍କ ବ୍ୟକ୍ତିଗତ ବିବୃତ୍ତି ଉପରେ ଏହା ତାଙ୍କର ବ୍ୟକ୍ତିଗତ ମତ। ଅଲକା ଲାମ୍ବା କହିଛନ୍ତି ଯେ, ଏହା ହେଉଛି ସେହି କଂଗ୍ରେସ ଯିଏ ୪୦ ବର୍ଷ ଧରି ବିଜେପିକୁ କ୍ଷମତାରୁ ଦୂରେଇ ରଖିଛି। ଏବଂ ଆଜି ଯେତେବେଳେ ବିଜେପି କ୍ଷମତାରେ ଅଛି, ଦେଶର ଅବସ୍ଥା କ’ଣ, ଏହା ସମସ୍ତଙ୍କ ସାମ୍ନାରେ ଅଛି। ଆଶା କରାଯାଉଛି ଯେ, ଆଗାମୀ ଦିନରେ ଯଦି କେହି ବିଜେପିକୁ କ୍ଷମତାରୁ ହଟାଇ ପାରିବେ, ତେବେ କେବଳ କଂଗ୍ରେସ ଏବଂ ଏହାର ଦୃଢ ନେତୃତ୍ୱ ଏହା କରିପାରିବେ। ଅଲକା ଲାମ୍ବା କହିଛନ୍ତି ଯେ,…

Read More

କୋଲକାତା: ଭାରତର ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି। ଆଜି ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର୍ ତ୍ରୂଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟେନିସ୍ କୋର୍ଟ ପରେ, ବର୍ତ୍ତମାନ ଲିଆଣ୍ଡର୍ ରାଜନୀତି କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବାର ଦେଖିବାକୁ ମିଳିବ। ଆସନ୍ତା ବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି କ୍ରମାଗତ ଭାବରେ ଏହାର ଶିବିରରେ ଭେଟେରାନମାନଙ୍କୁ ଯୋଡିଛି। ସେହି ତାଲିକାରେ ଆସିଛନ୍ତି ଟେନିସ ତାରକା ଲିଆଣ୍ଡର। ସେ ଗୋଆ ନିର୍ବାଚନର ମଙ୍ଗ ଧରିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ଆଜି ବିଧିବଧ ଭାବେ ବିଜେଡିରେ ସାମିଲ ହେଲେ ବରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ବିଧିବଧ ଭାବେ ଦଳରେ ସାମିଲ କରାଇଛନ୍ତି। ବିଶ୍ୱରଞ୍ଜନଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ ଓ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ବିଶ୍ବ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେଡିରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଥିଲା। ମିଶ୍ରଣ ପରେ ସେ କହିଛନ୍ତି ଯେ, ବରୀର ବିକାଶ ଓ ନବୀନଙ୍କ ବିକାଶଧାରାକୁ ଆଗେଇ ନେବାକୁ ବିଜେଡିରେ ସାମିଲ ହୋଇଛି। ଏହି ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସହିତ ବରୀ ବିଧାୟିକା…

Read More

ଭୁବନେଶ୍ୱର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ରିଲାଏନ୍ସ ସମର୍ଥିତ ଭାରତର ସର୍ବବୃହତ ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ‘କଲାରା’ ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଶ୍ୱସ୍ତରରେ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବା ଦିଗରେ ପ୍ରୟାସ ଆରମ୍ଭ କରିଛି।  କଲାରା ପ୍ଲାଟଫର୍ମରେ ମିଳିଥିବା ଉଲ୍ଲେଖନୀୟ ସଫଳତା ଆଧାରରେ ଓଡ଼ିଶାର ମୟୁରଭଞ୍ଜର ପାରମ୍ପରିକ ସବାଇ ଘାସରେ ପ୍ରସ୍ତୁତ ମ୍ୟାଟ ଏବଂ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ଖାଦ୍ୟ ପରଷିବା ସାମଗ୍ରୀ ଯଥାକ୍ରମେ ହଂକଂ ଏବଂ ଲଣ୍ଡନରେ ନିଜ ପାଇଁ ବଜାର ସୁଯୋଗ ସୃଷ୍ଟି କରିପାରିଛି। ଓଡ଼ିଶାର ପଥର ଓ କାଠ ଖୋଦିତ କାରୁକାର୍ଯ୍ୟ, ହସ୍ତ ଅଙ୍କିତ ଗଞ୍ଜିଫା କାର୍ଡ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର ଏବଂ ଆଦିବାସୀଙ୍କ ଚିତ୍ରକଳା ଇତ୍ୟାଦି ଅନେକ ଉତ୍ପାଦ ମଧ୍ୟ କଲାରା ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚି ପାରୁଛି। ଏହି ପ୍ଲାଟଫର୍ମରେ ଭାରତର କୋଣ ଅନୁକୋଣରୁ ବାସଗୃହ ସାଜସଜା, ବାସଗୃହରେ ବ୍ୟବହାର ହେଉଥିବା ବୟନ ସାମଗ୍ରୀ, ଫାଶନ ସାମଗ୍ରୀ, ଖେଳନା, ରୋଷେଇ ଏବଂ ଖାଦ୍ୟ ଖାଇବା ସାମଗ୍ରୀ, ଉପହାର ସାମଗ୍ରୀ, ଆଉଟଡୋର ସାମଗ୍ରୀ, ଆସବାବପତ୍ର ସମେତ ୭୫,୦୦୦ରୁ ଅଧିକ କାରିଗରୀ ଉତ୍ପାଦ ସମଗ୍ର ବିଶ୍ୱର କ୍ରେତାଙ୍କ ନିମନ୍ତେ ଉପଲବ୍ଧ ହେଉଛି।  ୨୦୨୧ ଅକ୍ଟୋବର ୨୮ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏସିଆର ସର୍ବବୃହତ ଉପହାର ଏବଂ ହସ୍ତଶିଳ୍ପ ମେଳା ଆଇଜିଏଚଏଫରେ କଲାରା ତାହାର ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ଏବଂ ତାହାର ବୈଶିଷ୍ଟ୍ୟ ତଥା ଭାରତୀୟ କାରିଗର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଡିଲରମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚିବାର ସୁପୋଗ ଓ ଲାଭ ସମ୍ପର୍କରେ ପ୍ରଦର୍ଶିତ କରୁଛି। ‘କଲାରା’ ଚିନ୍ନାମଲାଇର ହାତବୁଣା ରୋଷେଇ ତଉଲିଆ ଲସ୍‌ଏଞ୍ଜେଲସ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା, ଓଡ଼ିଶାର ମୟୁରଭଞ୍ଜର ସବାଇଘାସରୁ ପ୍ରସ୍ତୁତ ମ୍ୟାଟ ହଂକଂ ବଜାରରେ, ରଘୁରାଜପୁରର ହସ୍ତ ଅଙ୍କିତ ପଟ୍ଟଚିତ୍ର ଥିବା ଖାଦ୍ୟ ପରଷିବା ସାମଗ୍ରୀ ଲଣ୍ଡନରେ ଷ୍ଟୋର ଗୁଡିକ ପର୍ଯ୍ୟନ୍ତ ପହଂଚାଇବା, ଉତର ପ୍ରଦେଶର ସମ୍ଭଲର ଅସ୍ଥି ଏବଂ ଶିଙ୍ଗରେ ପ୍ରସ୍ତୁତ କାରୁକାର୍ଯ୍ୟ ଦକ୍ଷିଣ ଆଫ୍ରିକାରେ, ମଣିପୁରର ଲଙ୍ଗପି କାନାଡାର ଷ୍ଟୋରଗୁଡିକରେ, ଚନ୍ନାପାଟନା ଖେଳନା ସିଙ୍ଗାପୁରରେ, ସାହାରନପୁରର ହାତଖୋଦେଇ କାଠର ସାଜସଜା ଉପକରଣ ମରିସସରେ, ଆଗ୍ରାର ହାତତିଆରି ସୋପଷ୍ଟୋନ ବର୍ଣ୍ଣର ବ୍ରିଟେନରେ ଏବଂ ଜୟପୁରର ପାରମ୍ପରିକ ଅଳଙ୍କାର ୟୁରୋପ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଆଉ ଅଧିକ ରାଷ୍ଟ୍ରରେ ପହଂଚାଇବା ଭଳି ଅନେକ ଭାରତୀୟ କାରିଗରି ଉତ୍ପାଦ ଓ ସାମଗ୍ରୀକୁ ସମଗ୍ର ବିଶ୍ୱରେ ବଜାର ଅନୁସନ୍ଧାନ କରିବା ଦିଗରେ ସମର୍ଥ କରାଇଛି। ୬୦୦ରୁ ଅଧିକ ପଞ୍ଜିକୃତ ଅଣୁ, କ୍ଷୁଦ୍ର ଏବଂ ବୃହତ ପ୍ରସ୍ତୁତକାରୀ, କାରିଗର, ଉତ୍ପାଦନକାରୀ, ଏବଂ ରପ୍ତାନିକାରୀଙ୍କୁ ଏହାର ପ୍ଲାଟଫର୍ମରେ ସ୍ଥାନ ଦେଇଥିବା କଲାରାର ୫୦ରୁ ଅଧିକ ରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ପଞ୍ଜିକୃତ କ୍ରେତା ରହିଛନ୍ତି ଏବଂ ଏହା ଏକବର୍ଷରୁ କମ ସମୟ ମଧ୍ୟରେ ୪୦ରୁ ଅଧିକ ରାଷ୍ଟ୍ରକୁ ବି୨ବି ସାମଗ୍ରୀ ପରିବହନ କରିଛି। ବିଭିନ୍ନ ରାଷ୍ଟ୍ରରେ ଗ୍ରାହକଙ୍କ ଚାହିଦା, ଉତ୍ପାଦ ଏବଂ ମୂଲ୍ୟ ନିର୍ଦ୍ଧାରଣ ଧାରା ସମ୍ପର୍କରେ ବୁଝିବାକୁ ବିଭିନ୍ନ ତଥ୍ୟ ଏବଂ ପ୍ରଯୁକ୍ତିର ସମ୍ମିଶ୍ରଣକୁ ବ୍ୟବହାର କରି କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ଉତ୍ପାଦଗୁଡିକର ବଜାରରେ ଗ୍ରହଣୀୟତା ଏବଂ ବିକ୍ରି ବୃଦ୍ଧି କରିବାକୁ ଉକ୍ତ ତଥ୍ୟ ପୁନଃ ଉତ୍ପାଦନକାରୀଙ୍କୁ ଅବଗତ କରାଉଛି। ରିଲାଏନ୍ସ ସମର୍ଥନରେ କଲାରା ଯୋଗାଣ ଶୃଙ୍ଖଳ, ମୂଳ ସ୍ଥାନରୁ ସଂଗ୍ରହ, ଉତ୍ପାଦର ବିକାଶ, ଆନ୍ତର୍ଜାତିକ ସହଭାଗିତା, ତଥ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ସଂହତିକୁ ସମନ୍ୱିତ କରୁଛି। ଏହା ହଜାର ହଜାର ସଂଖ୍ୟକ ଉତ୍ପାଦ ଏବଂ ସେଗୁଡିକୁ ବିମାନ ଓ ସମୁଦ୍ର ପଥରେ ପହଂଚାଇବା, ଚାହିଦା ମୁତାବକ ନିର୍ମାଣ, ନିର୍ଦ୍ଦିଷ୍ଟ ଗ୍ରାହକ ଚାହିଦା ଆଧାରରେ ଉତ୍ପାଦର ବିକାଶ, ଠିକଣା ସମୟ ବଜାୟ ରଖିବା ଏବଂ ବିବିଧ ବିଶ୍ୱସ୍ତରୀୟ ଅର୍ଥ ପୈଠ ବ୍ୟବସ୍ଥା ଆଦି କ୍ଷେତ୍ରରେ ଏମଓକ୍ୟୁ, ମୂଲ୍ୟ, ଅଗ୍ରଣୀ ସମୟ ଏବଂ ଯୋଗାଣ ଶୃଙ୍ଖଳ ଆବଶ୍ୟକତା ସମ୍ପର୍କରେ ଆକଳନ କରିବାର କ୍ଷମତା ରଖୁଥିବା ଏକ ଅନନ୍ୟ ବି୨ବି ବିଶ୍ୱବ୍ୟାପୀ ପ୍ରଯୁକ୍ତି ପ୍ଲାଟଫର୍ମ ନିର୍ମାଣ କରିଛି।

Read More

ନୂଆଦିଲ୍ଲୀ: ପାନ୍ କାର୍ଡକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯାଏ। ଯେତେବେଳେ ବି ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟ କରୁ, ସେତେବେଳେ ଆମକୁ ପାନ୍ କାର୍ଡ, ଆଧାର କାର୍ଡ ଆବଶ୍ୟକ ପଡେ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା କିମ୍ବା ହସ୍ପିଟାଲରେ ଦେଖାଇବା ହେଉ, ପ୍ୟାନ ଏବଂ ଆଧାର କାର୍ଡ ସବୁ ଜାଗାରେ ଆବଶ୍ୟକ ହୋଇଥାଏ। ଯେକୌଣସି ବ୍ୟବସାୟ ଖୋଲିବା ପାଇଁ ପାନ୍ କାର୍ଡ ମଧ୍ୟ ଆବଶ୍ୟକ। ଏପରି ପରିସ୍ଥିତିରେ, ଆମକୁ ଏହି ଡକ୍ୟୁମେଣ୍ଟଗୁଡିକ ସହିତ ଜଡିତ ସମସ୍ତ ଔପଚାରିକତା ଅନୁସରଣ କରିବାକୁ ପଡିବ। କିନ୍ତୁ, ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ଔପଚାରିକତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ କେବେ ଭାବିଛନ୍ତି କି ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତା’ପରେ ତାଙ୍କ ପାନ୍ ଏବଂ ଆଧାର କାର୍ଡ କ’ଣ ହୁଏ? ତେଣୁ ଆସନ୍ତୁ ଜାଣିବା ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଧାର କାର୍ଡ, ପାନ୍ କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ…

Read More

କୋଲକାତା: ଆସନ୍ତା ନଭେମ୍ବର ୧୬ ତାରିଖରୁ ସମସ୍ତ କଲେଜ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଂଗ ସରକାର ଗତକାଲି ରାତିରେ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଏ ନେଇ ଆଜି ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି। ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ନଭେମ୍ବର ୧୬ ତାରିଖରୁ ପୂର୍ବପରି ଯେପରି କ୍ଲାସରେ ପାଠ ପଢାଯାଉଥିଲା ସେହିପରି ପାଠ ପଢାଯିବ। ତେବେ କୋଭିଡ କଟକଣାକୁ ମାନି ଏହି କ୍ଲାସ କରାଯିବ। ସେଥିପାଇଁ କଲେଜ କିମ୍ବା ସ୍କୁଲ କର୍ତ୍ତପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ। ଯେହେତୁ ୨୦ ମାସ ଧରି ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା, ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗଦେବେ। ଏଥିସହିତ ଜିଲ୍ଲପାଳମାନଙ୍କୁ ମଧ୍ୟ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।…

Read More