ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଦିନ କହିଛନ୍ତି ଯେ, ବାୟୋଟେକ୍ କୋଭାକ୍ସିନ୍ ଉପରେ ଭାରତ ନିୟମିତ ଏବଂ ଅତି ଶୀଘ୍ର ବୈଷୟିକ କମିଟିରେ ତଥ୍ୟ ଦାଖଲ କରୁଛି। ଯାହା ଆସନ୍ତା ସପ୍ତାହରେ ଡବ୍ଲୁଏଚଓ ର ଅନ୍ତିମ ଅନୁମୋଦନ ପାଇବ ବୋଲି ଆଶା କରାଯାଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଜାତିସଂଘର ଏହି ସଂସ୍ଥା ଭାରତୀୟ ଶିଳ୍ପରେ ଉଚ୍ଚମାନର ଟିକା ଉତ୍ପାଦନ ଉପରେ ବିଶ୍ୱାସ କରେ। ଏହି ଟିକା ବିକଶିତ କରିଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଟିକା ର ଜରୁରୀକାଳୀନ ବ୍ୟବହାର ତାଲିକା ପାଇଁ ଏପ୍ରିଲ୍ ୧୯ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏକ ଆଗ୍ରହ ପତ୍ର ପ୍ରଦାନ କରିଥିଲା। ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ମଙ୍ଗଳବାର ଦିନ ବୈଠକକରିଛନ୍ତି, ଯାହା ଟୀକାକରଣର ଜରୁରୀକାଳୀନ ବ୍ୟବହାର ତାଲିକା ପାଇଁ ଚୂଡ଼ାନ୍ତ ବିପଦ-ଲାଭ ଆକଳନ ଉପରେ ଭାରତ ବାୟୋଟେକରୁ ଅତିରିକ୍ତ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀ ଏବଂ ବ୍ରିଟେନ ଗସ୍ତରେ ଯାଇ ରୋମରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରୋମରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ, ଯେଉଁଠାରେ ସେ ଜି -୨୦ ନେତାଙ୍କ ସହ କରୋନା, ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସ୍ଗୋ ଯିବେ ଯେଉଁଠାରେ ସେ ଜଳବାୟୁ ଉପରେ COP-26 ବିଶ୍ୱ ନେତୃବୃନ୍ଦ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତ ସମୟରେ ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିବେ। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ରୋମ ଗସ୍ତ ସମୟରେ ମୁଁ ଅନ୍ୟ ଜି-୨୦ ନେତାଙ୍କୁ ଭେଟି ବିଶ୍ୱ ଅର୍ଥନୀତି, ମହାମାରୀରୁ ସ୍ୱାସ୍ଥ୍ୟରେ ସୁଧାର ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା କରିବି।COP-26 ରେ, ‘କାର୍ବନ ସ୍ପେସ୍’ ର ସମାନ୍ତରାଳ ଅଂଶୀଦାର ସମେତ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଏକ ବ୍ୟାପକ ଉପାୟରେ ସମାଧାନ କରିବାର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୩୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୨ ଲକ୍ଷ ୪୬ ହଜାର ୧୫୭ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୭ ହଜାର ୧୯୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୬ ଲକ୍ଷ ୨୭ ହଜାର ୬୩୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୬୧ ହଜାର ୩୩୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୩୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମଣ ୧୫୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ୧- ଅନୁଗୁଳ ଜିଲ୍ଲାରୁ- ୧ ୨- ବାଲେଶ୍ୱର ଜିଲ୍ଲାରୁ – ୨ ୩- ବରଗଡ଼ ଜିଲ୍ଲାରୁ – ୧ ୪- ଭଦ୍ରକ ଜିଲ୍ଲାରୁ – ୭ ୫- କଟକ ଜିଲ୍ଲାରୁ – ୩୪ ୬- ଦେବଗଡ଼ ଜିଲ୍ଲାରୁ – ୬ ୭- ଢେଙ୍କାନାଳ ଜିଲ୍ଲାରୁ – ୪ ୮- ଗଞ୍ଜାମ ଜିଲ୍ଲାରୁ- ୫ ୯- ଜଗତସିଂହପୁର ଜିଲ୍ଲାରୁ – ୧୩ ୧୦- ଯାଜପୁର ଜିଲ୍ଲାରୁ – ୧୦ ୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୩ ୧୨- କଳାହାଣ୍ଡି ଜିଲ୍ଲାରୁ – ୩ ୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨୦…
ଭୁବନେଶ୍ୱର: ଆମେରିକାର ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା। ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି। ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲ୍ମ୍ୟାନ୍ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭ୍ର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି। ଏଥିରୁ ଏହି ବୋର୍ଡ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁମାନ ଲଗାଯାଇପାରିବ। ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ ଭାରତରେ ଯେଉଁ ଡିଜିଟାଲ୍ ବିପ୍ଳବ ଆସିଛି ସେ ତାହାର ନେତୃତ୍ୱ…
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ସେ ଆସନ୍ତା ଡିସେମ୍ବର 10 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ। ବର୍ତ୍ତମାନ ଏହି ବୃଦ୍ଧି ଫଳରେ ସେ ଡିସେମ୍ବର 2024 ରେ ଅବସର ନେବେ। ଏହି ବୃଦ୍ଧି ଆସନ୍ତା 10 ଡିସେମ୍ବରରୁ କାର୍ଯ୍ୟକାରୀ ହେବ। କ୍ୟାବିନେଟର ନିଯୁକ୍ତି କମିଟି ଶକ୍ତିକାନ୍ତ ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ଭାବରେ ଆସନ୍ତା ଡିସେମ୍ବର 10 ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। 11 ଡିସେମ୍ବର 2018 ରେ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର 25 ତମ ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ବିଳମ୍ବିତ ରାତିରେ କ୍ୟାବିନେଟର ନିଯୁକ୍ତି କମିଟି ଏହି ନିଷ୍ପତ୍ତିକୁ ଅନୁମୋଦନ…
ଭୁବନେଶ୍ୱର : ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ୨୯ ତାରିଖରେ ଭୁବନେଶ୍ୱରରେ ପହଁଚିବ। ଏହି ବିଜୟ ମଶାଲ ତଥା ୧୯୭୧ ଯୁଦ୍ଧର ବୀର ଯବାନମାନମାନଙ୍କ ସମ୍ମାନ ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ହେଡ୍କ୍ୱାଟର୍ସ ତରଫରୁ ଓଡିଶା ସରକାରଙ୍କ ସହଯୋଗର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ଆଇ.ଏନ୍.ଏସ୍ ଚିଲିକାଠାରେ ଥିବା ଏହି ବିଜୟ ମଶାଲ ଶୁକ୍ରବାର ଅପରାହ୍ଣ ପ୍ରାୟ ୧୨.୩୦ରୁ ୧.୩୦ ମଧ୍ୟରେ ତମାଣ୍ଡୋ ଠାରେ ଓ ୧. ୩୦ମି.ରୁ ୩ଟା ମଧ୍ୟରେ ଭୁବନେଶ୍ୱର ୧୨୦ ବାଟାଲିୟନରେ ପହଁଚିବ। ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ପାରାଦ୍ୱୀପ ଯାଇ ଆଜି ସିଜୁଠାରେ ଇଡ଼୍କୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ୍ ପାର୍କ ପରିଦର୍ଶନ କରିଥିଲେ । ଏହି ଟିମ୍ ପାରାଦ୍ୱୀପର ଅଫିସର୍ସ କ୍ଲବ୍ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡ୍କୋ ଦ୍ୱାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ପାରାଦ୍ୱୀପ ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ୍ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିରେ ବୃହତ୍ ଶିଳ୍ପ…
ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ। ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ। ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଜାତୀୟ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା…
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି (ବିଜିଭିଏସ୍), ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ପ୍ରାଚୀନ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ଦୁର୍ଗମ ଓ ଅପହଞ୍ଚ ପିଭିଟିଜି ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷାଦାନ ସହିତ ସେମାନେ ଯେଭଳି ଅଧାରୁ ପାଠ ନ ଛାଡ଼ିବେ ସେଥିପାଇଁ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ରହୁଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି । କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଅନ୍ଲାଇନ୍ କ୍ଲାସ୍ ହେଉଛି । ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ସଂଯୋଗ ଅଭାବରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ରେ ଭ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ୍ ବ୍ୟବସ୍ଥା…
ମେଷ ରାଶି: ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ଅନୁକୂଳ ଲାଭ ଦେବ | କୌଣସି ବଡ ସମସ୍ୟାର ସମାଧାନ ସହଜରେ ମିଳିବ | ଆପଣ ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ପାଇବେ | ଭାଗ୍ୟ ଅନୁକୂଳ ଅଟେ | ବ୍ୟବସାୟ ଏବଂ କାରବାର ବୃଦ୍ଧି ପାଇବ | ଟଙ୍କା ପାଇବା ସହଜ ହେବ | ଶତ୍ରୁମାନେ ପରାସ୍ତ ହେବେ। କୌଣସି ବ୍ୟକ୍ତିର କଥାରେ ବିଶ୍ବାସ କରନ୍ତୁ ନାହିଁ | ସୁଖ ମିଳିବ| ବୃଷ ରାଶି: ସେୟାର ବଜାରରେ ତତ୍ପରତା ଦେଖାନ୍ତୁନାହିଁ | ବ୍ୟବସାୟ ଲାଭଦାୟକ ହେବ | ପରିବାର ସହାୟତା ଉପଲବ୍ଧ ହେବ | ଘର ବାହାରେ ସୁଖ ମିଳିବ | କାରବାରରେ ସାବଧାନ ରୁହନ୍ତୁ | ଆଘାତ ଏବଂ ରୋଗରେ ପୀଡିତ ହେବା ସମ୍ଭବ | ପ୍ରଲୋଭିତ ହୁଅନ୍ତୁ ନାହିଁ | ବୁଡିଯାଇଥିବା ଟଙ୍କା ମିଳି ପାରେ | ଯାତ୍ରା ଉପଭୋଗ୍ୟ ହେବ | ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ|…
ଭୁବନେଶ୍ୱର: ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ବୈଠକ କରିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆୟୋଜିତ ଏହି ବୈଠକରେ ଖରିଫ ଧାନ ସଂଗ୍ରହ ସଂପର୍କରେ ଏ ସଂପର୍କରେ ସମସ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା କରିଛନ୍ତି । ଚଳିତ ଖରିଫରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍-୧୯ ମହାମାରୀ ସତ୍ବେ ରାଜ୍ୟର ଚାଷୀକୂଳଙ୍କ କଠିନ ପରିଶ୍ରମ ଯୋଗୁଁ ଭଲ ଧାନ ଅମଳ ହେବାର ଆଶା ରହିଛି । ତେଣୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟରେ ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଯେପରି ତତ୍ପରତା ଓ ନିଷ୍ଠା ପ୍ରଦର୍ଶନ କରନ୍ତି ସେଥିପ୍ରତି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେବା ସହିତ ଏଥିରେ ଖିଲାଫ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥି ସହିତ କ୍ଷୁଦ୍ର…
ଭୁବନେଶ୍ୱର: ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି । ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲମ୍ୟାନ୍ ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି । ଏଥିରୁ ଏହି ବୋର୍ଡ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁମାନ ଲଗାଯାଇପାରିବ । ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ ଭାରତରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସିଆନ୍ର ବର୍ତ୍ତମାନର ଅଧ୍ୟକ୍ଷ ବ୍ରୁନେଇର ମହାମହିମ ସୁଲତାନ ହାଜୀ ହସନଅଲ ବୋଲକିୟାଙ୍କ ନିମନ୍ତ୍ରଣକ୍ରମେ ଅଷ୍ଟାଦଶ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏଥିରେ ଆସିଆନ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ଭାରତ-ଆସିଆନ ଭାଗିଦାରୀର ୩୦ତମ ବର୍ଷ ପୂର୍ତ୍ତି ଭଳି ଉଲ୍ଲେଖନୀୟ ଉପଲବ୍ଧି ଉପରେ ଆଲୋକପାତ କରି ସମସ୍ତ ରାଷ୍ଟ୍ର ନେତାମାନେ ୨୦୨୨ ବର୍ଷକୁ ‘ଭାରତ-ଆସିଆନ ମୈତ୍ରୀ ବର୍ଷ’ ଭାବେ ପାଳନ କରିବା ନିମନ୍ତେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଭାରତର ‘ଆକ୍ଟ ଇଷ୍ଟ ନୀତି’ ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର ସଂକଳ୍ପ ଲାଗି ଭାରତର ପ୍ରତିବଦ୍ଧତାରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ରେଖାପାତ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଆସିଆନ ଆଉଟଲୁକ୍(ଏଓଆଇପି) ଏବଂ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ-ପ୍ରଶାନ୍ତ ମହାସାଗର ପ୍ରୟାସ (ଆଇପିଓଆଇ) ମଧ୍ୟରେ ସାମଞ୍ଜସ୍ୟର ସମ୍ପୂର୍ଣ୍ଣ ଭରସା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯେଉଁ ଆଦର୍ଶ ଚିଠା ଆଇନ ପ୍ରସ୍ତୁତି ହୋଇଛି, ତାହା ଉପରେ ମତାମତ ଓ ପରାମର୍ଶ ଦେବାକୁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଆଗ୍ରହୀ ପକ୍ଷ ନିଜ ନିଜର ମତାମତ ଓ ପରାମର୍ଶ ୨୦୨୧ ନଭେମ୍ବର ୧୧ ତାରିଖ ସୁଦ୍ଧା [email protected] ଇମେଲ ଆଇଡିରେ ପଠାଇପାରିବେ। କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଲ୍ ୨୦୨୧ ଚଳିତବର୍ଷ ଜୁଲାଇ ୨୮ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏବର୍ଷ ବଜେଟ ଅଧିବେଶନରେ ଏହି ବିଲ୍ଟି ସଂସଦରେ ଉପସ୍ଥାପିତ ହେବା ପରେ ମାର୍ଚ୍ଚ ୨୪ତାରିଖରେ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହି ବିଲ୍ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫ରେ କେତେକ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ। ୨୦୧୬ରେ ପୁରୁଣା ଆଇନଟି କାର୍ଯ୍ୟକାରୀ…
ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ଦିନ ଧରି ପରିତ୍ୟକ୍ତ ଘରେ ପଡିରହିଥିବା ଜଣେ ଗୁରୁତର ରୋଗୀର ଦୁଃଖ ବୁଝିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଅସହାୟ ଅବସ୍ଥାରେ ପଡିଥିବା ରୋଗୀଙ୍କୁ ଜିଲ୍ଲାପାଳ ତୁରନ୍ତ ଚିକିତ୍ସା ଯୋଗାଇଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନରେ ଥିବା ପରିତ୍ୟକ୍ତ ଗୃହରେ ୨ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟକୁ ଖବର ପହଁଚିଥିଲା। ଜିଲ୍ଲାପାଳ ଖବର ପାଇ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଚିଲିକା ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଚିଲିକା ତହସିଲଦାର ପୁନମ ମହାପାତ୍ର ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ୱଳ୍ପ ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଏହାପରେ ଚିଲିକା ବିଡ଼ିଓଙ୍କ ନିର୍ଦ୍ଦେଶରେ ବ୍ଲକ୍…
ଭୁବନେଶ୍ବର: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଏବଂ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଶ୍ରୀ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ଏହି ସମୀକ୍ଷା କରିଥିଲେ। ଶ୍ରୀ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆରମ୍ଭରୁ ସେ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ। ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦରକୁ କୋଇଲା ହବ୍ ରୂପରେ ବ୍ୟବହାର କରିବା ଲାଗି ସମ୍ଭାବନାକୁ ଉଜାଗର କରିବା…
ନୂଆଦିଲ୍ଲୀ: ପଞ୍ଜାବର ମାନସାରେ କୃଷକମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଆଜି ସେ ପଞ୍ଜାବରେ ପହଞ୍ଚିବା ପରେ ଦୁଃଖଦ ଖବର ଶୁଣିବାକୁ ମିଳିଥିଲା। ଚାଷୀ ଆନ୍ଦୋଳନରେ ସଂଘର୍ଷ କରୁଥିବା ତିନିଜଣ ମହିଳା ଟ୍ରକ୍ ଦ୍ୱାରା ଧକ୍କା ହୋଇ ମୃତ୍ୟୁବରଣ କରିଥିଲେ। ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ସରକାର ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ଉଚିତ୍ ଏବଂ କଠୋର ଦଣ୍ଡ ଦେବା ଉଚିତ୍। ଦେଶର ଯେକୌଣସି ସ୍ଥାନରୁ କୃଷକଙ୍କ ଆତ୍ମହତ୍ୟା ଖବର ଆସିଲେ, ଏହା ବହୁତ କଷ୍ଟ ଦେଇଥାଏ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆଜି କୃଷକମାନଙ୍କୁ ଆତ୍ମହତ୍ୟା କରିବାକୁ ପଡୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ସମସ୍ତଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିତ କରୁଛି ଯେ ଫେବୃଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ, ମାର୍ଚ୍ଚରେ ଫଳାଫଳ ଆସିବ କିନ୍ତୁ ଏପ୍ରିଲ୍ ପରେ ଆମେ କୌଣସି ଚାଷୀଙ୍କୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ,ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ କଂଗ୍ରେସର ଜିଲ୍ଲାସାରା ପ୍ରତିବାଦ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ୱରେ ଭବାନୀପାଟଣା ଠାରେ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତା ଙ୍କ ସହିତ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଜୁନାଗଡ ନଗର କଂଗ୍ରେସ ସଭାପତି କୈଳାସ ଅଗ୍ରୱାଲ, ପ୍ରଭାତ ଦାଶ, ଚିତ ରଂଜନ ନିଆଲଙ୍କ ନେତୃତ୍ୱରେ ଜୁନାଗଡ ତାନା ସମ୍ମୁଖରେ ମୁହଁରେ କଳାପଡି ବାନ୍ଧି ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ପ୍ରତିବାଦ କରାଯାଇଥିଲା। ସେହିପରି ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ମ.ରାମପୁର ଆଦି ସମସ୍ତ ବ୍ଲକ ଅଂଚଳରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯାଇଥିଲା। ଇତିମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱ ସମେତ ରାଜ୍ୟସ୍ତରୀୟ କଂଗ୍ରେସ ନେତାମାନେ ପୀଡିତା ପରିବାରକୁ ଭେଟି…
ନୂଆଦିଲ୍ଲୀ: ଯେଉଁମାନେ IPO ରେ ବିନିଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। କାରଣ ଦେଶର ସବୁଠାରୁ ବଡ ଆଇପିଓ ଶୀଘ୍ର ଆସିବ। ଏହି IPO Paytm ର ଅଟେ। ନଭେମ୍ବର 8 ରେ ସଦସ୍ୟତା ପାଇଁ ଏହି IPO ଖୋଲିବ। ନଭେମ୍ବର 10 ପର୍ଯ୍ୟନ୍ତ ନିବେଶକମାନେ ଏହି IPO କୁ ସବସ୍କ୍ରାଇବ କରିପାରିବେ। ଏହି ଆଇପିଓ ପାଇଁ ମୂଲ୍ୟ ଶେୟାର ପିଛା 2,080 ରୁ 2,150 ଟଙ୍କା ରଖାଯାଇଛି। ଏହି ଆଇପିଓ ମାଧ୍ୟମରେ ପେଟିଏମ୍ 18,300 କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛି। ଏହି ଆଇପିଓରେ 8,300 କୋଟି ଟପେଟିଙ୍କା ମୂଲ୍ୟର ତାଜା ସେୟାର ପ୍ରଦାନ କରାଯିବ। ଏଥି ସହିତ, କମ୍ପାନୀର ବର୍ତ୍ତମାନର ଅଂଶୀଦାରମାନଙ୍କ ତରଫରୁ ବିକ୍ରୟ ଅଫର ଅନୁଯାୟୀ 10,000 କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି ପାଇଁ ରଖାଯିବ। ଆଣ୍ଟ ଫାଇନାନସିଆଲ ଏବଂ ସଫ୍ଟବ୍ୟାଙ୍କ ସମେତ ବର୍ତ୍ତମାନ ନିବେଶକମାନେ କମ୍ପାନୀର ସର୍ବ ବୃହତ ଅଂଶଧନକାରୀ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ର ବୃହତ ଜଳବିଦ୍ୟୁତ ଯୋଜନା ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଥିବା ବେଳେ ପ୍ରତିବର୍ଷ କେନାଲ ଘାଇ ହୋଇ ଚାଷ ନଷ୍ଟ ହେବା ଏକ ନିତି ଦିନିଆ ଘଟଣା ହୋଇଯାଇଛି। ବର୍ତ୍ତମାନ ଖରିଫ ଧାନ ଫସଲ ଅମଳ ହେବାକୁଥିବା ବେଳେ ଦକ୍ଷିଣ କେନାଲରେ ଘାଇ ହୋଇଯାଇ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ମାଡିଯାଇ ଫସଲ ନଷ୍ଟ ହୋଇଯାଇଛି। ଦକ୍ଷିଣ ମୂଖ୍ୟ କେନାଲରେ କଲମପୁର ବ୍ଲକ ପାଜେନ ଗ୍ରାମ ନିକଟରେ ଘାଇ ହୋଇଯାଇ ବ୍ୟାପକ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୁର୍ବଳ କେନାଲ ହୁଡା ଯୋଗୁଁ ଏହି କେନାଲ ପ୍ରାୟ ପ୍ରତିବର୍ଷ ଭାଙ୍ଗି ଘାଇ ହୋଇଯାଇ ଫସଲ ନଷ୍ଟ ହୋଇଥାଏ। ଦୀର୍ଘ ତିନିବର୍ଷ ହେବ ଏହି କେନାଲ ମରାମତି ହେବାର ବ୍ୟବସ୍ଥା କରାଯାଉଥିବା ବେଳେ ଅଦ୍ୟାବଧି ତାହା ଆରମ୍ଭ କରାଯାଇନାହିଁ। ବର୍ତ୍ତମାନ ଫସଲ ଅମଳ ହେବାକୁଥିବା ବେଳେ ଚାଷ ଜମିରେ ପାଣି ମାଡିଯାଇ…

