Author: Samikhsya Bureau

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚୀ ଭୁବନେଶ୍ୱରସ୍ଥିତ ଟେକ୍‌ସ୍ୱର୍‌ ମାନେଜମେଣ୍ଟ ସରଭିସେସ ପ୍ରାଇଭେଟ୍ ଲିମିଟେଡ୍ ସ୍କିଲ ପ୍ରଶିକ୍ଷଣ ସଂସ୍ଥା ପରିଦର୍ଶନରେ ଯାଇଥିଲେ । ଏଠାରେ ସଂକଳ୍ପ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକଯୁବତୀଙ୍କ ସହ ସେ ଆଲୋଚନା କରିଥିଲେ । ସୂଚନା ଥାଉ କି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଢେଙ୍କାନାଳ ଜିଲ୍ଲାର ୩୭ ଜଣ ଯୁବକଯୁବତୀ “ସଂକଳ୍ପ” ଯୋଜନାରେ ଏଠାରେ ସୁରକ୍ଷା ସେବା ପ୍ରଦାନ ତାଲିମ ନେଉଛନ୍ତି । ସଂକଳ୍ପ ଯୋଜନା ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟର ଜୀବିକା ପ୍ରୋତ୍ସାହନ ପାଇଁ ଦକ୍ଷତା ହାସଲ ଏବଂ ଜ୍ଞାନ ସଚେତନତା ପ୍ରଦାନ ଭିତ୍ତିକ ଏକ କାର‌୍ୟ୍ୟକ୍ରମ ଅଟେ । ଏହା ମାଧ୍ୟମରେ ଗୁଣାତ୍ମକ ଏବଂ ପରିମାଣିକ ଭାବେ ଉନ୍ନତ ମାନର ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ପ୍ରଦାନ କରାଯାଇଥାଏ । ଉକ୍ତ ତାଲିମ ଗ୍ରହଣ ପରେ ତାଲିମପ୍ରାପ୍ତ ଯୁବକଯୁବତୀମାନେ ବିମାନ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- “ସମ୍ଭବ”-୨୦୨୧ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଏହି କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଉଦ୍ୟମିତାକୁ ବଢାଇବାରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ନୂତନ ଉଦ୍ୟମୀମାନଙ୍କ ଦ୍ୱାରା କରାଯାଇଥିବା ନୂଆ ଉତ୍ପାଦ ଏବଂ ସେବା ସମ୍ବନ୍ଧିତ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ । ଏହି ଅବସରରେ ମନ୍ତ୍ରୀଙ୍କ ସହ ରାଜ୍ୟମନ୍ତ୍ରୀ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଏବଂ ଏମ୍‌ଏସ୍‌ଏମ୍‌ଇର ସଚିବ ଶ୍ରୀ ବି.ବି. ସେନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଜିଡିପିରେ ଏମ୍‌ଏସ୍‌ଏମ୍‌ଇର ଯୋଗଦାନ ବର୍ତ୍ତମାନର ୩୦ ପ୍ରତିଶତରୁ ବୃଦ୍ଧି ଘଟି ୫୦ ପ୍ରତିଶତ କରିବା ଏବଂ…

Read More

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପରେ ୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ କଳା ସଂସ୍କୃତି ପରିଷଦ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଗୀତିନାଟ୍ୟ ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଆଜି ବିଶିଷ୍ଟ ଅତିଥି ଭାବେ ସିନେ କଳାକାର ତଥା ମଂଚ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟ ଗବେଷକ ଡ. ସୁବୋଧ ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଜେନା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ପ୍ରକଳ୍ପ ସଂଯୋଗ ଶ୍ରୀ ମାଳବିଶୋୟୀ ଲୋକକଳା ମଧ୍ୟରେ ଗୀତିନାଟ୍ୟକୁ ସାମିଲ କରାଯାଇ ଗଣକବିଙ୍କ ଜୟନ୍ତୀରେ ପ୍ରତିବର୍ଷ ତିନିଦିନ ଗୀତିନାଟ୍ୟ ପରିବେଷଣ କରାଯିବା ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଥିବା ପ୍ରକାଶ କରିଥିଲେ ।…

Read More

ବାଲେଶ୍ଵର: ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ସଫଳତାର ସହିତ କରାଯାଇଛି। ଆଜି ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତ ସରକାର ପକ୍ଷରୁ ଏହି ସୂଚନା ମିଳିଛି। ଅଗ୍ନି-୫ ହେଉଛି ଏକ ତିନି ପର୍ଯ୍ୟାୟ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ଉଚ୍ଚ ସଠିକତା ସହିତ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ମାରିବାରେ ସକ୍ଷମ ଅଟେ। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା ୨୦୧୨ ମସିହାରେ କରାଯାଇଥିଲା। ଭାରତ ଅଗ୍ନି-୧,୨,୩ କ୍ଷେପଣାସ୍ତ୍ର କାର୍ଯ୍ୟକ୍ଷମ କରିସାରିଛି। ପାକିସ୍ତାନରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ତିନୋଟି କ୍ଷେପଣାସ୍ତ୍ର ଡିଜାଇନ୍ ହୋଇଥିବାବେଳେ ଚୀନ୍ ପକ୍ଷରୁ ଦେଖାଯାଉଥିବା ବିପଦ ପାଇଁ ଅଗ୍ନି-୫ କୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ବୋଲି ବିଶ୍ୱାସ କରାଯାଏ। ଅଗ୍ନି-୫ ଚୀନର ପ୍ରତ୍ୟେକ ଅଞ୍ଚଳକୁ ଟାର୍ଗେଟ କରିପାରିବ।

Read More

ମୁମ୍ବାଇ: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏହି ସଂଗ୍ରାମ ନବାବ ମଲିକ ଏବଂ ସମୀର ୱାନଖେଡେଙ୍କ ପରିବାରରେ ପହଞ୍ଚିଛି। ଯେଉଁଠାରେ ସମୀର ୱାନଖେଡେଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସାହାଯ୍ୟ କରୁଥିବା ବେଳେ ତାଙ୍କ ଭଉଣୀ ଜସ୍ମିନ ୱାନଖେଡେ ନବାବ ମଲିକଙ୍କ ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି। ନବାବ ମଲିକଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ସେ ଦାବି କରିଛନ୍ତି। ଜସ୍ମିନ ୱାନଖେଡେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ନବାବ ମଲିକଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମରୁ ନବାବ ମଲିକ ଉଠାଇଥିବା ଫଟୋକୁ ଜସ୍ମିନ ବିରୋଧ କରିଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି। ଜସ୍ମିନ୍ ଆଇଟି ଆକ୍ଟ ସମେତ ବିଭିନ୍ନ ବିଭାଗ ଅଧୀନରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଛନ୍ତି।…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର କୋଠା କେବେଠୁ ସଂପୂର୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନଓାଡି କର୍ମୀକୁ ହସ୍ତାନ୍ତର କରୁ ନ ଥିବା ଜଣା ପଡିଛି। ଅନୁସନ୍ଧାନରୁ ଜଣା ପଡିଛି ଯେ, ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡିର କୋଠା କାମ ତଥା ଅନ୍ୟାନ୍ୟ କାମ କେବେଠୁ ସରିଲାଣି। ଏହି କୋଠା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞୁର କରିଥିଲେ। ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ପ୍ରଥମରୁ ନାକଟିଦେଉଳ ବ୍ଲକ୍ ର ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ କାମ ମଧ୍ୟ ତଦାରଖ କରି ବିଲ୍ ପ୍ରଦାନ କରୁଥିଲେ। ମୋଟ୍…

Read More

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅମୃତ କାଳରେ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର‌୍ୟ୍ୟନ୍ତ ଗୋଆଠାରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୨ତମ ସଂସ୍କରଣ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫ ଜଣ ସୃଜନଶୀଳ ପ୍ରତିଭାମାନଙ୍କୁ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ ପ୍ରତିଯୋଗିତା ଆୟୋଜନ କରାଯିବ। ଆଇଏଫଏଫଆଇ ଏସିଆ ମହାଦେଶର ସବୁଠୁ ପୁରୁଣା ଏବଂ ସର୍ବବୃହତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ତେଣୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ମାଧ୍ୟମରେ ସାରା ଦେଶର ୭୫ ଜଣ ଯୁବ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର କଳା ଓ ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ଆବଶ୍ୟକ ସୁଯୋଗ ପାଇପାରିବେ। ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୭୫ ଜଣ ସୃଜନଶୀଳ ପ୍ରତିଭାମାନଙ୍କୁ…

Read More

ଭୁବନେଶ୍ବର: ଯାତ୍ରୀ ମାନଙ୍କ ଚାହିଦା ଓ ଦାବିକୁ ଦୃଷ୍ଟିରେ ରଖି ୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲର ସେବା ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨ଘ.୫୫ମି.ରେ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସ୍ପେଶାଲ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଫେରିବା ମାର୍ଗରେ ପାଟନାରୁ ପ୍ରତ୍ୟେକ ସୋମବାର ଅପରାହ୍ନ ୧ଘ.୪୫ମି.ରେ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସ୍ପେଶାଲ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

Read More

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣିଥରେ ମହଙ୍ଗା ଝଟକା ଲାଗିପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ (ଏଲପିଜି ପ୍ରାଇସ୍ ବୃଦ୍ଧି) ବୃଦ୍ଧି ହୋଇପାରେ। ପ୍ରତିଦିନ ଦ୍ରୁତ ଗତିରେ ବଢୁଥିବା ପେଟ୍ରୋ-ଡିଜେଲ ମୂଲ୍ୟ ପରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବାର ଖବର ମଧ୍ୟ ବାହାରକୁ ଆସୁଛି। ବୁଧବାର ଦିନ ଗାଡି ଇନ୍ଧନର ମୂଲ୍ୟରେ ଲିଟର ପିଛା ପ୍ରାୟ ୩୫ ପଇସା ବୃଦ୍ଧି ଦେଖିବାକୁ ମିଳିଥିଲା। ତେବେ ଏଲପିଜି ସିଲିଣ୍ଡରର ମୂଲ୍ୟ କେତେ ବୃଦ୍ଧି ପାଇବ, ତାହା ସରକାର ଉପରେ ନିର୍ଭର କରିବ। ଏହାପୂର୍ବରୁ ଅକ୍ଟୋବର ୬ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରାଯାଇଥିଲା। ଜୁଲାଇ ମାସରୁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦ ଟଙ୍କା ବୃଦ୍ଧି ପାଇଛି। ସାଉଦିରେ ଏଲପିଜି ମୂଲ୍ୟ ୬୦% ବୃଦ୍ଧି ପାଇଛି: ସାଉଦି ଆରବରେ ଏଲପିଜିର ହାର ଏହି ମାସରେ ୬୦ ପ୍ରତିଶତ ବୃଦ୍ଧି ପାଇ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ବାମରା ବନଖଣ୍ଡ କିସିଣ୍ଡା କୁୁଲାଡେରା ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ବେସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାରୁ ଯାହା ଜଣା ପଡିଛି କିଛି ଦିନ ହେଲା କୁଲାଡେରା ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀଟିର ଗୋଡରେ ଆଘାତ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଅସୁସ୍ଥ ହାତୀ ପାଖକୁ ମଧ୍ୟ ବନବିଭାଗ ଯାଇଛି। ହେଲେ ତାର ଚିକିତ୍ସାରେ ବନ ବିଭାଗ ଅବହେଳା କରିଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିଛି ଦିନ ହେଲା କେବଳ କୁଲାଡେରା ଜଙ୍ଗଲରେ ହିଁ ଅସୁସ୍ଥ ହାତୀଟି ରହିଥିଲା। ତାର ଗୋଡରେ ଆଘାତ ଲାଗିଥିବନାରୁ ସେ ବେଶି ବାଟ ଯାଇ ପାରୁ ନ ଥିଲା। ଯାହା ସୂଚନା ଆମ ପ୍ରତିନିଧିଙ୍କୁ ମିଳିଛି ହାତୀଟିର ଗୋଡରେ ଆଘାତ ଲାଗିଥାଉ ବା କୌଣସି ରୋଗ ହୋଇଥାଉ ହାତୀଟି ଭଲ ଭାବରେ ଚଲାବୁଲା କରିପାରୁ ନ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀ ରେ ଦଶ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, କଳକଳେସ୍ୱର ଓ ଚଣ୍ଡେଶ୍ବର ପଞ୍ଚାୟତ‌ ବାଦ୍‌ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ…

Read More

ଭୁବନେଶ୍ବର: ସତର୍କତା ଜାଗରଣ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଠାରେ “ସ୍ୱତନ୍ତ୍ର ଭାରତ @୭୫: ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା” ସମ୍ବନ୍ଧରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଅଛି ଯେଉଁଥିରେ ସମ୍ବୋଧନ କରି ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର କର୍ମକ୍ଷେତ୍ରରେ ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା ଅନୁକରଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଅତିଥି ବକ୍ତା ଭାବରେ ଆମନ୍ତ୍ରିତ ବିଶିଷ୍ଟ ସାମ୍ବାଦିକ ଅଶୋକ ପଣ୍ଡା ଆମର ଦୈନନ୍ଦିନ ଜୀବନରେ ଅଖଣ୍ଡତା ଏବଂ ସଚ୍ଚୋଟତାର ଗୁରୁତ୍ୱ ଉପରେ କହିଥିଲେ। ସେ ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତାର ସଂଜ୍ଞା, ଆମର କାର୍ଯ୍ୟରେ ଏହାର ପ୍ରଭାବ ଏବଂ ଆମର ଦୈନନ୍ଦିନ ଜୀବନରେ ଏହାକୁ କିପରି ଅନୁସରଣ କରିବେ ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ। ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ବଭାଗୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସ୍ୱତନ୍ତ୍ର ଭାରତ @୭୫: ସତ୍ୟ ନିଷ୍ଠରୁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଏକ ନିର୍ଦ୍ଦିଷ୍ଟ ଦନ୍ତାହାତୀର ଉପ୍ତାତ ଯୋଗୁଁ ଅଂଚଳରେ କୋକୁଆ ଭୟ ଦେଖା ଦେଇଛି। ଏହି ହାତୀକୁ ଶିଘ୍ର ଏ ଅଂଚଳରୁ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି। ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରଓାଲାଙ୍କ ନେତୃତ୍ୱରେ ଏକ ଦଳ ରେଢାଖୋଲ ଡିଏଫ୍‌ଓ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦନ୍ତା ହାତୀଟି ଏକ ବର୍ଷରେ ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରୁ ୬ ଜଣଙ୍କର ଜୀବନ ନେଲାଣି। ଏହି ଦନ୍ତା ହାତୀର ଉତ୍ପାତରେ ଏଠାକାର ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ରାସ୍ତା ଉପରେ ଏହି ନରହନ୍ତା ହାତୀଟି ବହୁ ସମୟ ଧରି ଠିଆ ହୋଇ ରହିଥିବାରୁ ରାସ୍ତାରେ ଆତଯାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ରାସ୍ତାରେ ଯିବା ଆସିବା କରିବାକୁ ସୁରକ୍ଷା ମଣୁ ନାହାନ୍ତି। ଶିଘ୍ର ଏହି…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମ ସଂଲଗ୍ନ ସରକାରୀ ପ୍ଲଟ୍ ରୁ ଗଞ୍ଜେଇ ଗଛ ନଷ୍ଟ କରିଛି ପ୍ରଶାସନ। ପ୍ରକାଶ ଯେ, ବାଟଗାଁ ପଂତାୟତ ହିତସରା ଗ୍ରାମର ବଡମୁଣ୍ଡା କଟା ସଂଲଗ୍ନ ବିଭିନ୍ନସ୍ଥାନରୁ ୧୧ ଡିସିମିଲ୍ ଜାଗାରୁ ୧୪୫୦ଟି ଗଞ୍ଜେଇ ଗଛକୁ କାଟି ପ୍ରଶାସନ ନଷ୍ଟ କରିଛି। ଗଞ୍ଜେଇ ଗଛ ପାକଳ ହୋଇ ବିକ୍ରି ହୋଇଥିଲେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେଇଥାନ୍ତା ବୋଲି ଜଣାପଡ଼ିଛି। ଏହି ତଢଉରେ ନାକଟିଦେଉଳ ଥାନାଧିକାରୀ ବିଧୁଭୂଷଣ ମିଶ୍ର, ତହସିଲଦାର୍ ସୁକାନ୍ତ ନାଏକ, ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଏକ୍ସସାଇଜ୍ ବିଭାଗ ଆଦି ସାମିଲ୍ ହୋଇଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗଛକୁ ଏସୟୁଭି କାର ପିଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଛକ ନିକଟରେ। ସୂଚନା ମୁତାବକ ବାଣପୁର ବ୍ଲକ ଓଡଗାଁ ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ପବିତ୍ର ପ୍ରଧାନ (୨୭) ଆଜି ପୂର୍ବାହ୍ନରେ ନିଜ ମହିନ୍ଦ୍ରା ଏସୟୁଭି-୫୦୦ ରେ ବାଲୁଗାଁରୁ ଓଡଗାଁ ଫେରୁଥିଲେ। ଉକ୍ତ ଗାଡ଼ିରେ ପବିତ୍ରଙ୍କ ସହଯୋଗୀ ତଥା ଓଡଗାଁ ଗ୍ରାମର ବିଦ୍ୟାଧର ସାହୁ (୫୦) ମଧ୍ୟ ଉପସ୍ଥିତ ଥିଲେ। ତେବେ ଅସାବଧାନତା ବଶତଃ ପବିତ୍ର ବରଡ଼ି ଛକ ନିକଟରେ ଏକ ଗଛକୁ ନିଜ ଗାଡିକୁ ପିଟିଦେଇଥିଲେ। ଯାହାଦ୍ୱାରା ଗାଡ଼ିରେ ଉପସ୍ଥିତ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଗାଡିର ସମ୍ମୁଖ ପାର୍ଶ୍ଵ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ତେବେ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବାରବର୍ଗ ସଙ୍ଗେସଙ୍ଗେ ଖବର ପାଇ ଉଭୟଙ୍କୁ ବାଣପୁର ଡାକ୍ତରଖାନା…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୧ ପାଳନ ଅବସରରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ୱାଲଟିୟର ରେଳ ମଣ୍ଡଳ ମୁଖ୍ୟାଳୟ ଠାରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ମହାପ୍ରବାଣ୍ଡଝାଙ୍କ ଶ୍ରୀ ସୁଧୀର କୁମାର ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ଅଖଣ୍ଡତା” ଉପରେ ଶପଥ ପାଠ କରାଇଥିଲେ। ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା; କାହାଠାରୁ ଲାଞ୍ଚ ନନେବା କିମ୍ବା ନଦେବା; ସମସ୍ତ କାର‌୍ୟ୍ୟକୁ ସଛୋଟତା ସହ ପାରଦର୍ଶିତା ଭଳି କାର‌୍ୟ୍ୟକରିବା; ସାର୍ବଜନିକ ହିତରେ କାର‌୍ୟ୍ୟକରିବା; ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ୱାରା ନେତୃତ୍ୱ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀ ମାନେ ସଂକଳ୍ପ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ…

Read More

ଭୁବନେଶ୍ୱର: ରାମାୟଣ ହେଉଛି ଦିବ୍ୟପ୍ରେମର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ଅଛି ସଫଳ ଓ ସାର୍ଥକ ଜୀବନ ଜିଇଁବାର ସୂତ୍ର। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସକଳ ଶାଶ୍ୱତ ଗୁଣର ଆଧାର ଏବଂ ତାଙ୍କ ଆଦର୍ଶର ଚିରନ୍ତନ ପ୍ରାସଙ୍ଗିକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ କବି ସଂଗମ ଆନୁକୂଲ୍ୟରେ ଆୟୋଜିତ ଶ୍ରୀରାମ କାବ୍ୟପାଠ କବି ସମ୍ମେଳନରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପୁରୁଷ ଓ ପ୍ରକୃତିର ସଂଗମ ହେଉଛନ୍ତି ଶ୍ରୀରାମ। ସେ ସମସ୍ତ ଦିବ୍ୟଗୁଣର ଅଧିକାରୀ। ତେବେ ସୀତାଙ୍କ ବ୍ୟତିରେକ ସେ ଅପୂର୍ଣ୍ଣ। ରାମଙ୍କର ବିକଳ୍ପ ସମ୍ଭବ ହେଇପାରେ କିନ୍ତୁ ସୀତା ଅନନ୍ୟା। ରାମାୟଣରେ ସୀତାଙ୍କ ଚରିତ୍ରର ପୁନଃମୂଲ୍ୟାୟନ କରିବାକୁ ରାଜ୍ୟପାଳ କହିଥିଲେ। ରାଷ୍ଟ୍ରୀୟ କବି ସଂଗମର ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ ଦେଶବିଦେଶରେ ଏହାର ବ୍ୟାପ୍ତି ଉତ୍ସାହଜନକ…

Read More

ନୂଆଦିଲ୍ଲୀ: ପ୍ରଖ୍ୟାତ ଗାନ୍ଧିବାଦୀ ତଥା ସମାଜସେବୀ ଡ.ଏସ୍.ଏନ ସୁବାରାଓଙ୍କର ଆଜି ସକାଳେ ପରଲୋକ ଘଟିଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା। ସୁବାରାଓ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ସାମିଲ ହୋଇ କାରାବରଣ କରିଥିଲେ। ପଣ୍ଡିତ ଜବାହାରଲାଲ ନେହେରୁ ଓ କାମରାଜଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ୧୯୫୪ରେ ସେ ପ୍ରଥମ ଦସ୍ୟୁ ପ୍ରଭାବିତ ଚମ୍ବଲର ଜୌରା ଗାଁରେ ଗାନ୍ଧୀ ଆଶ୍ରମର ଶିବିର ଚଳାଇଥିଲେ। ଫଳରେ କୁଖ୍ୟାତ ଡକାୟତ ମୋହର ସିଂହ, ମାଧୋ ସିଂହଙ୍କ ସମେତ ୧୨ଜଣରୁ ଅଧିକ ଦସ୍ୟୁ ଆତ୍ମସର୍ପଣ କରିଥିଲେ। ଏହିପରି ଚମ୍ବଲ ଉପତ୍ୟକାର ଘନ ଜଙ୍ଗଲରେ ମୋଟ ୬୫୪ କୁଖ୍ୟାତ ଡକାୟତଙ୍କୁ ସମାଜର ମୁଖ୍ୟ ଧାରାରେ ସେ ସାମିଲ କରାଇ ଚର୍ଚ୍ଚାକୁ ଆସିଥିଲେ। ରାଓଙ୍କର ଓଡିଶା ସହିତ ବେଶ୍ ଘନିଷ୍ଠ ସଂପର୍କ ରହିଥିଲା।…

Read More

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ପାରାଦ୍ବୀପ ପୋର୍ଟ ଏବଂ କଣିହା ଏନଟିପିସିର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେବେ। ବର୍ତ୍ତମାନ ସାରା ଦେଶରେ କୋଇଲା ସଙ୍କଟ ଚାଲିଥିବା ବେଳେ ଓଡିଶାର ସ୍ଥିତି କଣ ରହିଛି ତାହାର ତଦାରଖ କରିବେ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଅକ୍ଟୋବର 29 ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଖଣି ବିଭାଗ ଅଧିକାରୀଙ୍କ ସହିତ ଏକ ବୈଠକରେ ମଧ୍ୟ ଯୋଗଦେବେ। ଏଥିସହିତ ନାଲକୋ ଏବଂ ମହାନଦୀ କୋଲଫିଲଡର ଅଧିକାରୀଙ୍କ ସହିତ ଭୁବନେଶ୍ବରରେ ବୈଠକ କହିବେ। ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Read More

ନୂଆଦିଲ୍ଲୀ: କଂଗ୍ରେସରୁ ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଇଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକ ନୂତନ ଦଳ ଗଠନ କରିବେ। ଆଜି ଏ ନେଇ ସେ ଏକ ବଡ ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ ମୁଁ ଏକ ନୂଆ ଦଳ ଗଠନ କରୁଛି। ତେବେ ସେ ଦଳର ନାମ କଣ ତାହା ମୁଁ ଆପଣଙ୍କୁ ଏବେ କହିପାରିବି ନାହିଁ । କାରଣ ମୁଁ ନିଜେ ଏହା ଜାଣି ନାହିଁ ବୋଲି କ୍ୟାପେଟନ କହିଛନ୍ତି। ଏହି ଦଳର ନାମ ରେଜିଷ୍ଟ୍ରେସନ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପାଖରେ ଆବେଦନ କରାଯାଇଛି। ଯେତେବେଳେ ନିର୍ବାଚନ ଆୟୋଗ ଦଳର ନାମ ଏବଂ ସିମ୍ବଲକୁ ଅନୁମୋଦନ କରିବେ ସେତେବେଳେ ମୁଁ ଆପଣଙ୍କୁ ଜଣାଇବି ବୋଲି କ୍ୟାପେଟନ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅମରିନ୍ଦର ସିଂ କହିଛନ୍ତି ଯେ ଯେଉଁମାନେ ସୁରକ୍ଷା ବ୍ୟବସ୍ଥା ବିଷୟରେ ମୋତେ…

Read More

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ କୋର୍ଟ ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ ଆର.ଭି ରାଭେନ୍ଦ୍ରନଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏଥିରେ ଆଲୋକ ଜୋଶୀ ଏବଂ ସନ୍ଦୀପ ଓବରୋଇ ସଦସ୍ୟ ରହିଛନ୍ତି। ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଛି। ଆଜି ସୁପ୍ରିମକୋର୍ଟ ତିନିଜଣିଆ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଥିଲେ। ଏଥିରେ ଖୋଦ୍ ମୁଖ୍ୟ ବିଚାରପତି ଏନ.ଭି ରାମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ପ୍ରକାରର ବ୍ୟକ୍ତିଗତ ଗୁପ୍ତଚରକୁ ଆଦୌ ଗ୍ରହଣୀୟ ନୁହେଁ। ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ। କୌଣସି…

Read More