ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୮୫ ହୋଇଥିବା ବେଳେ କେବଳ କେରଳର ମୃତ୍ୟୁ ସଂଖ୍ୟା ୪୮୨ ଜଣ ବୋଲି ଜଣାପଡିଛି। ଏହାଦ୍ବାରା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୬୫୩ କୁ ବୃଦ୍ଧି ପାଇଛି। କିଛି ମାସ ଧରି କେରଳର କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟରେ କେରଳ ରାଜ୍ୟ ସର୍ବାଧିକ ରହିଛି। ଏହି ସଂଖ୍ୟାକୁ ମିଶାଇଲେ ବର୍ତ୍ତମାନ କେରଳର ମୋଟ ମୃତ୍ୟୁ ସଂଖ୍ୟା ୨୯ ହଜାର ୩୫୫ରେ ରହିଛି। ଏହି ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ପଚାଶ ତଳେ ମୃତ୍ୟୁ ସଂଖ୍ୟା ରହିଛି। ହିସାବ ଅନୁସାରେ କେରଳ ପରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ୩୨ ଜଣଙ୍କର ହୋଇଛି। ସେହିପରି ତାମିଲନାଡୁ ଏବଂ ପଶ୍ଚିିମବଂଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ ଲେଖାଏଁ ରହିଛି।…
Author: Samikhsya Bureau
ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହିସାବ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ୬୨ ହଜାର ୬୬୧ ରହିଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୮ ପ୍ରତିଶତ ଅଟେ। ହିସାବ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୮ ଜଣ ଏବଂ ସ୍ଥାନୀୟ ସଂକ୍ରାମଣରୁ୨୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ୧- ଅନୁଗୁଳ ଜିଲ୍ଲାରୁ – ୨ ୨- ବାଲେଶ୍ୱର ଜିଲ୍ଲାରୁ – ୧୨ ୩- ବରଗଡ଼ ଜିଲ୍ଲାରୁ – ୨ ୪- ଭଦ୍ରକ ଜିଲ୍ଲାରୁ – ୪ ୫- ବଲାଙ୍ଗୀର ଜିଲ୍ଲାରୁ – ୧ ୬- କଟକ ଜିଲ୍ଲାରୁ – ୫୦ ୭- ଦେବଗଡ଼ ଜିଲ୍ଲାରୁ – ୮ ୮- ଢେଙ୍କାନାଳ ଜିଲ୍ଲାରୁ – ୬ ୯- ଜଗତସିଂହପୁର ଜିଲ୍ଲାରୁ – ୯ ୧୦- ଯାଜପୁର ଜିଲ୍ଲାରୁ – ୧୩ ୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨ ୧୨- କଳାହାଣ୍ଡି ଜିଲ୍ଲାରୁ – ୪ ୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – …
ମେଷ ରାଶି: ସେୟାର ବଜାର, ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦିରୁ ଲାଭ ମିଳିବ | ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ | ତତ୍ପରତା ଦେଖାନ୍ତୁ ନାହିଁ | ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ | ବ୍ୟବସାୟ ଯାତ୍ରା ଅନୁକୂଳ ହେବ | ଭାଗ୍ୟ ଆପଣଙ୍କ ସହିତ ରହିବ | ବ୍ୟବସାୟ ବୃଦ୍ଧି ପାଇବ | ଋଣ ଠିକ୍ ସମୟରେ ପରିଶୋଧ କରିବାକୁ ସକ୍ଷମ ହେବ | କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷମାନେ ସନ୍ତୁଷ୍ଟ ରହିବେ | ବୃଷ ରାଶି: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ | ସହଭାଗୀମାନଙ୍କର ସହଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ | ଶାରୀରିକ ଯନ୍ତ୍ରଣା ସମ୍ଭବ | ପାରିବାରିକ ସମସ୍ୟା ହେତୁ ଚିନ୍ତା ବଢିପାରେ | ଏକ ନୂତନ ଅର୍ଥନୈତିକ ନୀତି ପ୍ରସ୍ତୁତ କରାଯାଇପାରିବ | କର୍ମକ୍ଷେତ୍ରରେ ଉନ୍ନତି ଏବଂ ପରିବର୍ତ୍ତନ ଭବିଷ୍ୟତରେ ଲାଭବାନ ହେବ | ଶତ୍ରୁମାନେ ସକ୍ରିୟ ରହିବେ | ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ…
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣ ଏହାକୁ ସହଜରେ ପୂରଣ କରିପାରିବେ। କୋଟିପତି ହେବାକୁ ହେଲେ ଆପଣଙ୍କୁ ସଠିକ୍ ଯୋଜନା ଏବଂ ବିନିଯୋଗ ପାଇଁ ସଠିକ୍ ଯୋଜନା କରିବା ଆବଶ୍ୟକ। ଯେକୌଣସି କାର୍ଯ୍ୟ ସଫଳ କରିବା ପାଇଁ ଯୋଜନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। କୋଟିପତି ହେବାକୁ ଚାହୁଁଥିଲେ, ଆପଣଙ୍କୁ ସଠିକ୍ ରଣନୀତି ଅନୁସରଣ କରିବା ଉଚିତ୍। ଆଜିର ସମୟରେ ଆପଣ ବ୍ୟବସ୍ଥିତ ବିନିଯୋଗ ମାଧ୍ୟମରେ କୋଟିପତି ହୋଇପାରିବେ। ଆମେ ଆପଣଙ୍କୁ କହିବୁ ଯଦି ଆପଣ ପ୍ରତିଦିନ କେବଳ ୩୦ ଟଙ୍କା ଜମା କରିବେ ଅର୍ଥାତ ଏକ ମାସରେ କେବଳ ୯୦୦ ଟଙ୍କା ଜମା କରି କୋଟି ପତି ହୋଇପାରିବେ। ଆସନ୍ତୁ ଜାଣିବା ଏହା କିପରି ସମ୍ଭବ- ଯଦି ଆପଣଙ୍କର ବୟସ ୨୦ ବର୍ଷ, ତେବେ ଆପଣଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୩୦ ଟଙ୍କା ସଞ୍ଚୟ କରିବାକୁ ପଡିବ। ଯଦି ଆପଣ କ୍ରମାଗତ ଭାବରେ…
ଭୁବନେଶ୍ବର: ୪୨ତମ ଶାରଳା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପାରମିତା ଶତପଥୀଙ୍କୁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ମିଳିଛି। ପାରମିତା ଶତପଥୀଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ପାରମିତା ଶତପଥୀଙ୍କୁ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏତତବ୍ଯତୀତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଓ ବିଶିଷ୍ଟ ଘୁମୁରାଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି। ଉଭୟଙ୍କୁ ସମ୍ମାନପତ୍ର ଓ ଫଳକ ସହ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଓଡିଶାରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୋଭିଡ କଟକଣା ଭିତରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଖେଳାଳି ଓ ଖେଳାପ୍ରେମୀଙ୍କ ନିରାପତ୍ତା ପାଇଁ କୋଭିଡ କଟକଣାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ତେଣୁ ବିନା ଦର୍ଶକରେ ଖେଳାଯିବା ଏହି ଟୁର୍ଣ୍ଣାମେଣ୍ଟ। ହକିପ୍ରେମୀମାନେ ଟିଭି ମାଧ୍ୟମରେ ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୬ ଟି ଦେଶ ଅଂଶଗ୍ରହଣ କରିବେ। ନଭେମ୍ବର ୨୪ ତାରିଖରୁ ଏହି ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୨ ତାରିଖରେ କ୍ଵାର୍ଟର ଫାଇନାଲ ମ୍ୟାଚ, ଡିସେମ୍ବର ୩ ତାରିଖରେ ସେମିଫାଇନାଲ ଏବଂ ଡିସେମ୍ବର ୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ଭୁବନେଶ୍ବର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି। ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ। ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ। ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ। ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳାଦ୍ରିପ୍ରସାଦ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଘଟଣାରେ ଜଣେ ବିଜେଡ଼ି ନେତା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ରିଗିଡିସିମା ଗ୍ରାମର ନକୁଳ ଶବରଙ୍କ ପୁତ୍ର ଲୋକନାଥ ଶବର(୪୭)। ଅଭିଯୋଗ ମୁତାବକ ସୋମବାର ରାତି ପାଖାପାଖି ୮ ଘଟିକା ସମୟରେ ଲୋକନାଥ ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଜଳଖିଆ ଦୋକାନରୁ କାମ ସାରି ସ୍କୁଟି ଯୋଗେ ନିଜ ଗ୍ରାମ ରିଗିଡିସିମାକୁ ଫେରୁଥିବାବେଳେ ବଙ୍କାଡ଼ଗଡ଼ ଜଙ୍ଗଲ ରାସ୍ତାରେ ହଠାତ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ସୌଭାଗ୍ୟବଶତଃ ଲୋକନାଥ ଗୁଳିମାଡ଼ରୁ ବର୍ତ୍ତିଯାଇଥିଲେ। ଲୋକନାଥ ଏଥିରେ ଭୟଭୀତ ହୋଇ କ୍ଷିପ୍ର ଗତିରେ ଗାଡ଼ିଚଳାଇ କିଛି ବାଟ ଅତିକ୍ରମ କଲା ପରେ ନିଜ…
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାହୁଲ ଦ୍ରାବିଡ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। କାରଣ ଏହା ଆବେଦନ କରିବା ଲାଗି ସମୟ ସୀମାର ଶେଷ ଦିନ ଥିଲା। ବୋଲିଂ କୋଚ୍ ପାରାସ୍ ମମ୍ବ୍ରେ ଏବଂ ଫିଲ୍ଡିଂ କୋଚ୍ ଅଭୟ ଶର୍ମା ଏନସିଏରେ ଆବେଦନ କରିସାରିଛନ୍ତି। ତାଙ୍କର ଆବେଦନ କେବଳ ଏକ ଔପଚାରିକତା ଥିଲା। ଦ୍ରାବିଡ ନିକଟରେ ଦୁବାଇରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ। ସୂଚନାନୁସାରେ, ଦୁବାଇରେ ଆଇପିଏଲ୍ ଫାଇନାଲ୍ ରାତିରେ ବିସିସିଆଇ ସଚିବ ଜୟ ଶାହା ଏବଂ ସଭାପତି ସୌରଭ ଗାଙ୍ଗୁଲି ରାହୁଲ ଦ୍ରାବିଡଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ବିସିସିଆଇ ବୋର୍ଡ ରାହୁଲ ଦ୍ରାବିଡଙ୍କଠାରୁ ଜାଣିବାକୁ ଚେଷ୍ଟା କରିଥିଲା, ସେ କଣ ଚାହୁଁଛନ୍ତି ଏବଂ ବୋର୍ଡ…
କନ୍ଦର୍ପ ବେହେରା ରେଢାଖୋଲ: ବାଟଗାଁ ଅଂଚଳର ଜନୈକା ବାଳିକାକୁ ଧର୍ଷଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ନାକଟିଦେଉଳ ପୋଲିସ୍ ଗିରଫ କରିଛି। ଅଭିଯୋଗରୁ ପ୍ରକାଶ ଯେ, ବାଟଗାଁ ଅଂଚଳର ଜନୈକା ଯୁବତୀକୁ ନାକଟିଦେଉଳ ଥାନା ଶଙ୍କରପାଲି ଗ୍ରାମର ବିରଂଚି ନାଏକ (୨୫) ନାମକ ଯୁବକ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ପିଡୀତା ଯୁବତୀର ପରିବାର ତରଫରୁ ଗତକାଲି ନାକଟିଦେଉଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିଲେ। ନାକଟିଦେଉଳ ଥାନା କେସ୍ ନଂ୧୩୭ ତା.୨୫/୧୦/୨୦୨୧ ୟୁ/ଏସ୍ ୩୭୬/୫୦୬୧.ପିସି ରେ ଅଭିଯୁକ୍ତ ବିରଂଚି ନାଏକକୁ ପୋଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: କୃଷକମାନେ ମିଳିତ ଭାବେ କୃଷି କାର୍ଯ୍ୟ କରନ୍ତୁ। ଏକାଠି ଗୋଟିଏ ଉତ୍ପାଦ ଉପରେ କୃଷି ଅଧିକ ଫଳପ୍ରଦ ହେବ ଏବଂ ସେମାନଙ୍କର ଉତ୍ପାଦ ମଧ୍ୟ ଠିକ୍ ମୂଲ୍ୟରେ ଅଧିକ ଆକାରରେ ବିକ୍ରି ହୋଇପାରିବ ବୋଲି କହିଛନ୍ତି ଓରିଗୋର କମୋଡିଟିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଉପାଧ୍ୟକ୍ଷ କ୍ରିଷ୍ଣା ବୀର ସିଂ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବଦିଦ୍ୟାଳୟ ଲାଇଭଲିହୁଡ ଅଲଟରନେଟିଭ ଓ ସିଦ୍ଧ ଡେଭେଲପ୍ମେଂଟ ରିସର୍ଚ୍ଚ ଆଣ୍ଡ କନ୍ସଲ୍ଟାନ୍ସି ମିଳିତ ଆନୁକୂଲ୍ୟରେ ଆୟୋଜିତ କୃଷକ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ସିଂ କୃଷକମାନଙ୍କ ଉଦ୍ଦେଶ୍ୟରେ ଏହି ବକ୍ତବ୍ୟ ରଖିଛନ୍ତି। ଏହି କର୍ମଶାଳାର ଉଦ୍ଘାଟନୀ ସଭାରେ ସୋଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସର ଡିନ୍ ପ୍ରଫେସର ବିଜୟୟ କୁମାର ସାହୁ, ସ୍ନାତକୋତର ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ), ଡ.ପ୍ରିୟବ୍ରତ ପଟ୍ଟନାୟକ,…
ଭୁବନେଶ୍ୱର: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଜସ୍ମୀନ୍ ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି। ଶ୍ରୀମତି ପଣ୍ଡା ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସିଏଟ୍ ପ୍ରଫେସର ତଥା ବର୍ତମାନ ଗୀତମ ୟୁନିଭର୍ସିଟିର ପ୍ରଫେସର ଡ. ଅଭିଷେକ ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ସନ୍ଦର୍ଭ “ଡ୍ରଗ୍ ୟୁଟିଲାଇଜେସନ୍ ଷ୍ଟଡି ଆଣ୍ଡ ରିସେପ୍ଟର ବେସ୍ଡ ଡ୍ରଗ୍ ଡିଜାଇନ୍ ୱିଥ୍ ସିନ୍ଥେସିସ୍ ଆଣ୍ଡ ବାୟୋଲୋଜିକାଲ୍ ଇଭାଲୁଏସନ୍ ଅଫ୍ ଆଂଟିଡିପ୍ରେସାଂଟ ଫ୍ଲେଭାରଏଡ୍ସ” ଜାଜନ୍ ୟୁନିଭର୍ସିଟି, ସାଉଦି ଆରବିଆର ପ୍ରଫେସର ଡ. ଏସ୍ ଦୁର୍ଗାରମଣୀ ଏବଂ ଦିପସାର ୟୁନିଭର୍ସିଟି ନୂଆଦିଲ୍ଲୀର ପ୍ରଫେସର ଡ. ପ୍ରଭାତ କୁମାର ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି। ଡକ୍ଟର ଜସ୍ମୀନ୍ ପଣ୍ଡା ପୁରୀ ସିପସୁରବାଟି ନିବାସୀ ଅବସରପ୍ରାପ୍ତ ଆସିଷ୍ଟାଂଟ ଇଞ୍ଜିନିୟର, ଶିବରାମ୍ ପଣ୍ଡା ଓ ବିଷ୍ଣୁପ୍ରିୟା ପଣ୍ଡାଙ୍କ ଜ୍ୟେଷ୍ଠା କନ୍ୟା ଏବଂ ସର୍ବୋଦୟନଗର,…
ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପାଣ୍ଡବାଶୁଣି ଜଙ୍ଗଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏହି ଜଙ୍ଗଲରେ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ପଡିରହିଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ଏହା ଦେଖି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେବାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ମୁକେଶ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେବେ ପୋଲିସ ଉକ୍ତ ଶବଟି ପାଖାପାଖି ୨୦ ରୁ ୨୫ ଦିନ ହେବ ଏଠାରେ ପଡିରହିଥିବା ଅନୁମାନ କରୁଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଅନୁରୂପ ଭାବେ ଶବ ନିକଟସ୍ଥ ଏକ ଗଛରେ ଦଉଡି ବନ୍ଧା ହୋଇ ରହିଥିବାର ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବାକୁ ଥିବାବେଳେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବାର ଜଣାପଡିଛି।
ମୁମ୍ବାଇ: ଟିଭି ଶୋ ‘କୁମକୁମ୍’ ଅଭିନେତ୍ରୀ ଜୁହି ପରମାରଙ୍କ ପରିଚୟ କାହାକୁ ଅଜଣା ନାହିଁ। ସେ ତାଙ୍କ ଜୀବନରେ ଏପରି ଅନେକ ନିଷ୍ପତ୍ତି ନେଇଥିଲେ, ଯାହା ଜଣେ ମହିଳା ବେଳେବେଳେ ନେବାକୁ ଅସମର୍ଥ। ଜୁହି ପରମାର ଏବଂ ସଚିନ୍ ଶ୍ରଫ୍ ଦିନେ ‘ଭଲ ଦମ୍ପତି’ ଥିଲେ। କିନ୍ତୁ ବର୍ତ୍ତମାନ ନୁହେଁ, କାରଣ ଦୁହେଁ ଛାଡପତ୍ର ନେଇସାରିଛନ୍ତି। ଉଭୟେ ଏକ ଟିଭି ଶୋ’ର ସୁଟିଂ ସେଟରେ ସାକ୍ଷାତ ହୋଇଥିଲେ। ଦୁହେଁ କିଛି ସମୟ ପାଇଁ ପରସ୍ପରକୁ ଡେଟ କରିଥିଲେ ଏବଂ ପରେ ଫେବୃଆରୀ ୧୫ ତାରିଖ ୨୦୦୯ ମସିହାରେ ବିବାହ କରିଥିଲେ। ଜୁହି କହିଛନ୍ତି ଯେ, ‘ସମ୍ପର୍କ ଭାଙ୍ଗିଯିବା, ଏକ କଷ୍ଟଦାୟକ। କିନ୍ତୁ ଯଦି ଆପଣ ଜଣେ ବ୍ୟକ୍ତିଙ୍କୁ ହରାଇବେ, ଯିଏ ଆପଣଙ୍କୁ ସମ୍ମାନ କରେ ନାହିଁ, ତେବେ ଏହାର ଅର୍ଥ କିଛି ହରାଇ ନାହାନ୍ତି ବରଂ କିଛି ଲାଭ ମିଳିଛି। ସେ କହିଥିଲେ ଯେ, ‘ମୁଁ ବିବାହ ପୂର୍ବରୁ ସଚିନଙ୍କୁ ଜାଣିଥିଲି।…
ସ୍ୱାସ୍ଥ୍ୟ ଟିପ୍ସ: ପର୍ବ ହେଉ କିମ୍ବା ବିବାହ ହେଉ, ସବୁଥିରେ ହଳଦୀ ବହୁ ପରିମାଣରେ ବ୍ୟବହୃତ ହୁଏ। ହଳଦୀର ଗୁଣ କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ବରଂ ସ୍ୱାସ୍ଥ୍ୟ ଏବଂ କ୍ଷତକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ ପ୍ରାକୃତିକ ଭାବରେ ଗରମ ହଳଦୀ ଯେତିକି ଲାଭଦାୟକ ଏବଂ ଉପଯୋଗୀ ସେତିକି କ୍ଷତିକାରକ ମଧ୍ୟ। ଅନ୍ୟ ପଟେ, ହଳଦୀର ଉପକାର ଦେଖି ଲୋକମାନେ ଏହାକୁ ଅଧିକ ପରିମାଣରେ ଖାଇବା ଆରମ୍ଭ କରନ୍ତି। ଯେଉଁଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ହୋଇପାରେ। ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଅଧିକ ହଳଦୀ ଖାଇବାର ଅସୁବିଧା କ’ଣ? ଆଇରନ ଅବଶୋଷଣକୁ ରୋକିଥାଏ: ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଶରୀରରେ ଆଇରନର ଅବଶୋଷଣକୁ ରୋକିପାରେ। ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇରନ ହେତୁ ଆମ ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି ହୁଏ।…
ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୧ ପାଳନ ଅବସରରେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ୱାଲଟିୟର ରେଳ ମଣ୍ଡଳ ମୁଖ୍ୟାଳୟ ଠାରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ମହାପ୍ରବାଣ୍ଡଝାଙ୍କ ସୁଧୀର କୁମାର ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ଅଖଣ୍ଡତା” ଉପରେ ଶପଥ ପାଠ କରାଇଥିଲେ। ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା, କାହାଠାରୁ ଲାଞ୍ଚ ନନେବା କିମ୍ବା ନଦେବା, ସମସ୍ତ କାର୍ଯ୍ୟକୁ ସଛୋଟତା ସହ ପାରଦର୍ଶିତା ଭଳି କାର୍ଯ୍ୟକରିବା, ସାର୍ବଜନିକ ହିତରେ କାର୍ଯ୍ୟକରିବା, ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ୱାରା ନେତୃତ୍ୱ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀ ମାନେ ସଂକଳ୍ପ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ ପ୍ରମୁଖ ଅଧିକାରୀ,…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଅବକାରୀ ବିଭାଗ ବଡ଼କୁଳ ଏବଂ ଚନ୍ଦ୍ରାପୁଟ ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଧରମା ଜାଲି ଓ କିଶୋର ସାହୁ। ଏ ସଂକ୍ରାନ୍ତରେ ପି.ଆର ନମ୍ବର ୭୨/୨୧-୨୨ ଓ ୭୩/୨୧-୨୨ ରେ ଦୁଇ ଗୋଟି ମାମଲା ରୁଜୁକରି ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗି ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।
ନୂଆଦିଲ୍ଲୀ: ସୋମବାର ଦିନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେଇଛି। ୧୯୭୫ ମସିହା ପରଠାରୁ ମୌସୁମୀର ଏହା ହେଉଛି ସପ୍ତମ ବିଳମ୍ବିତ ବିଦାୟ। ଭାରତ ପାଣିପାଗ ବିଭାଗ (ଆଇଏମଡି) ଏକ ବିବୃତ୍ତିରେ କହିଛି ଯେ, ‘ଦକ୍ଷିଣ ପଶ୍ଚିମ ମୌସୁମୀ ଅକ୍ଟୋବର ୨୫ ତାରିଖରେ ଅଧିକାଂଶ ଭାଗରେ ବର୍ଷା ପରିମାଣ ହ୍ରାସ ଘଟି ଦେଶରୁ ବିଦାୟ ନେଇଛି। ଏକକାଳୀନ, ନିମ୍ନ ଟ୍ରପୋସଫିସର ସ୍ତରରେ ଉତ୍ତର-ପୂର୍ବ ଦିଗରେ ପବନ ସୃଷ୍ଟି ହେତୁ ଆଜି ଦକ୍ଷିଣ ଦ୍ୱୀପପୁଞ୍ଜ ଉପରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ୧୯୭୫-୨୯୨୧ ମଧ୍ୟରେ ସପ୍ତମ ଥର ପାଇଁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଛାଡିବାରେ ସର୍ବାଧିକ ବିଳମ୍ବ ହୋଇଛି।
ଭୁବନେଶ୍ୱର: ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍ ଆପାରେଲ (ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି। ପିପିପି ମୋଡରେ ଭାରତୀୟ କମ୍ପାନୀ ମାନଙ୍କୁ ବୟନ ଏବଂ କପଡା ଶିଳ୍ପ କ୍ଷେତ୍ରରେ ବିଶ୍ୱ ଚାମ୍ପିଅନ ପରିଣତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏକ୍ ସ୍ପେଶାଲ ପ୍ରୋପଜ ଭେଇକିଲ୍…
ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆଜି ସେନାବାହିନୀଙ୍କ ଗାଡି ଉପକୁ ଗ୍ରେନେଡ ଆକ୍ରମଣ ହୋଇଛି। ଯେଉଁଥିରେ ଅତି କମରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ସକାଳ ପ୍ରାୟ ୧୦.୨୦ ସମୟରେ ସମ୍ବଲ ବସଷ୍ଟାଣ୍ଡ ନିକଟରେ ଥିବା ଏକ ସେନା ଯାନ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। କିନ୍ତୁ ରାସ୍ତା ପାର୍ଶ୍ୱରେ ଗ୍ରେନେଡ ବିସ୍ଫୋରଣ ହୋଇଥିଲା। ” ଫଳରେ ସେଠାରେ ଉପସ୍ଥିତ ଥିବା ସାଧାରଣ ନାଗରିକ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

