Author: Samikhsya Bureau

ଭୋପାଳ: ହିନ୍ଦୁ ଏବଂ ମୁସଲମାନମାନଙ୍କ ଉପରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ଦିଗବଜୟ ସିଂ କହିଛନ୍ତି ଯେ, ୨୦୨୮ ସୁଦ୍ଧା ହିନ୍ଦୁ ଏବଂ ମୁସଲମାନମାନଙ୍କର ଜନ୍ମ ହାର ସମାନ ହେବ। ମଧ୍ୟପ୍ରଦେଶର ସିହୋରରେ କିଷାନ ପଦଯାତ୍ରା କାର୍ଯ୍ୟକ୍ରମ ଶେଷ ହେବା ସମୟରେ ଟାଉନ ହଲରେ ଦିଗବିଜୟ ସିଂ କହିଛନ୍ତି, ‘ସେମାନେ କହୁଛନ୍ତି ଯେ ମୁସଲମାନମାନେ ୪-୪ ପତ୍ନୀ କରନ୍ତି। ୧୦-୧୨ ଛୁଆ ଜନ୍ମ କରନ୍ତି। ଯାହାଫଳରେ ୧୦ ରୁ ୨୦ ବର୍ଷ ପରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହେବେ ଏବଂ ହିନ୍ଦୁମାନେ ସଂଖ୍ୟାଲଘୁ ହେବେ। ସେମାନଙ୍କୁ ମୁଁ ଆହ୍ଵାନ ଦେଉଛି, ଯିଏ ମୋ ସହ ଏହି ବାବଦରେ ଆଲୋଚନା କରିବାକୁ ଚାହୁଁଛି, ଆଗକୁ ଆସୁ। ସିଂ ଆହୁରି କହିଛନ୍ତି, ‘ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶର ହିନ୍ଦୁମାନଙ୍କ ତୁଳନାରେ ମୁସଲମାନମାନଙ୍କର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ୧୯୫୧ ରୁ…

Read More

ନୂଆଦିଲ୍ଲୀ: କ୍ୱାଡ ନେତା ସମ୍ମିଳନୀରେ ଯୋଗଦେବା ଏବଂ ମିଳିତ ଜାତିସଂଘ ସାଧାରଣ ସଭାର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଆରମ୍ଭ କରିଥିଲେ। ସୂତ୍ରରୁ ଏହା ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଆଫଗାନିସ୍ତାନ ଉପରେ ଉଡି ନଥିଲା, କିନ୍ତୁ ଆମେରିକାକୁ ନନ୍-ଷ୍ଟପ୍ ଉଡ଼ାଣ ପାଇଁ ପାକିସ୍ତାନର ଆକାଶ ସୀମାକୁ ବ୍ୟବହାର କରିଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ସୂଚନାନୁସାରେ, ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣରେ କରୋନା ପରିଚାଳନା, ଆତଙ୍କବାଦ, ଆତଙ୍କବାଦ ମୁକାବିଲା, ମିଳିତ ଜାତିସଂଘରେ ସଂସ୍କାର ଆଣିବା ଏବଂ ସୁରକ୍ଷା ପରିଷଦର ସଂସ୍କାର ଉପରେ ଧ୍ୟାନ ଦିଆଯିବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଅର୍ଥ ହେଉଛି ଯେ, ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବା ଉଚିତ୍। ଦୀର୍ଘ ଦିନ ଧରି ଭାରତ ସ୍ଥାୟୀ ସଦସ୍ୟ ଭାବରେ ନିଜର ଦାବି…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ, କଟକ, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୫୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୮ ହଜାର ୬୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୭୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୫୭ କୁ ବୃଦ୍ଧି ହୋଇଛି।

Read More

ନୂଆଦିଲ୍ଲୀ: ଦେଶରେ ୧୮୭ ଦିନ ପରେ ସକ୍ରିୟ ଆକ୍ରାନ୍ତ ମାମଲା ସବୁଠୁ କମ ରେକର୍ଡ କରାଯାଇଛି। ଦେଶରେ ଏବେ ୩ ଲକ୍ଷ ୧ ହଜାର ୬୪୦ ସକ୍ରିୟ ଆକ୍ରାନ୍ତ କେସ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୧ ହଜାର ୯୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୧୫ ହଜାର ୭୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧ ହଜାର ୬୪୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ  ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୯ ଟି ଲୋକାଲ କେସ୍‌ ରହିଛ। ୬୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୨ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୫୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୮ ହଜାର ୬୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୭୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୫୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ନୂଆଦିଲ୍ଲୀ: ଦହି ଏକ ଏଭଳି ଖାଦ୍ୟ, ଯାହା ଅଧିକାଂଶ ଭାରତୀୟ ଲୋକ ଏହାକୁ ମୁଖ୍ୟ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି। ଦହିକୁ ରାଇତା ଠାରୁ ଆରମ୍ଭ କରି ଗ୍ରେଭି ଏବଂ ଛାସ ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ କରାଯାଏ। ଦହିର ମଲ୍ଟି-ଡାଇମେନ୍ସିଆଲ୍ ଗୁଣ ଅନେକ ରୋଷେୟାଙ୍କୁ ପିଢୀରୁ ପିଢୀ ପର୍ଯ୍ୟନ୍ତ ଧ୍ୟାନ ଆକର୍ଷଣ କରିଛି। ଦହି ଖାଇବାର ଅନେକ ଲାଭ ଅଛି, ଯାହା ଏହାକୁ ପୁଷ୍ଟିକର ବିଶେଷଜ୍ଞ ଏବଂ ଫିଟନେସ୍ ପ୍ରେମୀମାନଙ୍କ ପାଇଁ ସବୁଠାରୁ ପ୍ରିୟ ସୁପର ଫୁଡ୍ ହୋଇଥାଏ। ଦହି ହେଉଛି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଯେପରିକି କ୍ୟାଲସିୟମ୍, ଭିଟାମିନ୍ ବି-୨, ଭିଟାମିନ୍ ବି -୧୨, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରିପୂର୍ଣ୍ଣ ଥାଏ। ଏହା ଅନ୍ତସ୍ଥ ମାଇକ୍ରୋବିଓମ୍ ଯଥା ଅନ୍ତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଦହି ହାଡର ସ୍ୱାସ୍ଥ୍ୟ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ, କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଏବଂ ଉଚ୍ଚ ରକ୍ତଚାପକୁ ହ୍ରାସ…

Read More

ନୂଆଦିଲ୍ଲୀ: ୪୦ ରୁ ୫୦ ବର୍ଷ ବୟସ ପରେ ଅଧିକାଂଶ ଲୋକ କ୍ୟାରିୟର ସ୍ଥିରତା ଆଣିଥାନ୍ତି। ଏହି ସମୟରେ ଅଧିକାଂଶ ଲୋକ ଟଙ୍କା ରୋଜଗାର ସହିତ ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରଥାନ୍ତି। ଆପଣଙ୍କର ସଞ୍ଚିତା ଟଙ୍କାକୁ କେଉଁଠାରେ ଏବଂ କିପରି ବିନିଯୋଗ କରିବେ, ତାହା ଉପରେ ଆପଣଙ୍କ ଜୀବନ ନିର୍ଭର କରେ। ଜୀବନର ଏହି ସମୟରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇପାରେ। ଏହି ସମୟରେ ଆପଣଙ୍କର ଛୋଟ ଭୁଲଟିଏ, ଆପଣଙ୍କ ଭବିଷ୍ୟତ ପ୍ରତି ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହା ବିଷୟରେ ଜାଣନ୍ତୁ- ସର୍ବଦା ଏକ ଜରୁରୀକାଳୀନ ପାଣ୍ଠି ରଖନ୍ତୁ: ୪୦ ବର୍ଷ ବୟସ ପରେ, ଜଣେ ବ୍ୟକ୍ତି ସର୍ବଦା ତାଙ୍କ ପାଇଁ କିଛି ଜରୁରୀକାଳୀନ ପାଣ୍ଠି ରଖିବା ଉଚିତ୍। ବେଳେବେଳେ ଜୀବନରେ କିଛି ଖର୍ଚ୍ଚ ଅଛି, ଯାହା ବିନା ଯୋଜନାରେ ଆସେ। ଅସୁସ୍ଥତା କିମ୍ବା ଚାକିରି ହରାଇବା…

Read More

ଭୁବନେଶ୍ୱର :  ଉଦ୍ୟୋଗ ପାର୍କ-ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଅଫ୍‌ ପାଇଁ ୨.୦ ଖୋଲା ଚ୍ୟାଲେଞ୍ଜକୁ ସଫଫେୱର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆର ମହାନିର୍ଦ୍ଦେଶକ ଡ. ଓମ୍‌କାର ରାୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଖୋଲା ଚ୍ୟାଲେଞ୍ଜ ପ୍ରୋଗ୍ରାମରେ ଉଦ୍ୟୋଗୀମାନଙ୍କ ଦରଖାସ୍ତକୁ ସିଧାସଳଖ ଅନ୍‌ଲାଇନ୍‌ରେ ଆମନ୍ତ୍ରଣ କରାଯାଇ ନୂତନ ଷ୍ଟାର୍ଟ ଅଫ୍‌, ନବସୃଜନ ଓ ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ମନୋନୀତ କରାଯିବ । ଏହି ମନୋନୀତ ଷ୍ଟାର୍ଟ ଅଫ୍‌ଗୁଡ଼ିକୁ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତାଲିମ୍‌, ମୂଳଧନ ଯୋଗାଇବା, ଉତ୍ପାଦ ପେଟେଣ୍ଟ କରାଇବା, ବଜାର ସୃଷ୍ଟି କରିବା ଇତ୍ୟାଦି କାମରେ ସହଯୋଗ ପ୍ରଦାନ କରାଯିବ । ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉଦ୍ୟୋଗ ପାର୍କ ନକ୍‌ସା ପାଠାଗାର ଏବଂ ସମ୍ବଳ କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ହାଇସ୍କୁଲ ପାଠ୍ୟକ୍ରମରେ ଔଦ୍ୟୋଗୀକରଣ ଉପରେ ବିଷୟ ସ୍ଥାନିତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା…

Read More

ମେଷ: ବିବାହିତ ଜୀବନ ସୁଖୀ ହେବ ଏବଂ ଯଦି ବିବାହ ନହୁଏ ତେବେ ଏଥିରେ ଅଗ୍ରଗତି ହେବ । ତୁମେ ପିଲାଙ୍କଠାରୁ ମଧ୍ୟ ସୁଖ ପାଇବ । ସହଭାଗୀତା କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ । ଯଦି କୌଣସି ସରକାରୀ ଚୁକ୍ତି କରାଯାଇଥାଏ, ତେବେ ସେଥିରେ ମଧ୍ୟ ସଫଳତା ମିଳିବ । ବୃଷ: ଆଜି ତୁମେ ଟିକେ ସତର୍କ ହେବା ଆବଶ୍ୟକ । ତଥାପି, ଏହା ଚାକିରି ଏବଂ ବ୍ୟବସାୟ ପାଇଁ ଭଲ ଅଟେ । ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ । କାରବାରକୁ ଏଡାଇବାକୁ ପଡିବ । ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ । ପାରିବାରିକ ସୁଖ ମିଳିବ । ମଦ୍ୟପାନରୁ ଦୂରରେ ରୁହନ୍ତୁ । ମିଥୁନ: ଆଜି ଆପଣଙ୍କ ପାଇଁ ଏକ ଭଲ ସମୟ ହେବ । କେବଳ କୈଣସି…

Read More

ନୂଆଦିଲ୍ଲୀ: ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ସିବିଆଇ ତଦନ୍ତ ହୋଇପାରେ। ଏ ନେଇ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିଶ କରିଛନ୍ତି। ଗତ 20 ତାରିଖରେ ମହନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତାଙ୍କ ରୁମ ଭିତରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସେଠାରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି। ଏହି ଘଟଣା ପରେ ଉତ୍ତର ପ୍ରଦେଶ ପୋଲିସ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି। ହେଲେ ସେହି ତଦନ୍ତକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏହା ସିବିଆଇ ତଦନ୍ତ କରାଯାଉ ବୋଲି ଦାବୀ ହୋଇଥିଲା।

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୁଆଖାଇ ଭେଟ୍‌ଘାଟ୍ ଉତ୍ସବ ପାଳିତ ହୋଇଯାଇଛି। ନୁଆଖାଇ ପର୍ବ ଏକ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ, ଅର୍ଥନୈତିକ ଚେତନାର ପର୍ବ। ଏହି ପର୍ବରେ ତିନି ଠାକୁରାଣୀ ସମଲେଶ୍ୱରୀ, ପାଟେଣେଶ୍ୱରୀ ଓ ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ। ଏହି ଗଣପର୍ବ ୧୫ଦିନ ଧରି ପାଳନ କରାଯାଏ। ରାଜ୍ୟସରକାର ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନୁଆଖାଇ ପର୍ବକୁ ସାରା ରାଜ୍ୟରେ ପାଳନ କରିବାକୁ ଯେଉଁ ପ୍ରୟାସ କରିଛନ୍ତି ଏହାଦ୍ୱାରା ପଶ୍ଚିମ ଓଡିଶା, ଉପକୂଳ ଓଡିଶା ଭେଦଭାବ ଦୂରହେବା ସହ ସାଂସ୍କୃତିକ ଭାଇଚାରା ସୃଷ୍ଟି ହେବ। ଏହି ପର୍ବଦିନ ଚାଷୀ ମାନେ ସେମାନଙ୍କର ଶସ୍ୟକୁ ଆରାଧ୍ୟ ଦେବୀଙ୍କ ପାଖରେ ଅର୍ପଣ କରିବା ପରେ ପରିବାର ସହିତ ନବାନ୍ନ ଭକ୍ଷଣ କରନ୍ତି। ପଶ୍ଚିମ ଓଡିଶାର ଲୋକମାନେ ଅତିଥି ସତ୍କାର…

Read More

ସୀତାରାମ ଅଗ୍ରୱାଲ ଚିଲିକା: କୌଣସି କଥାକୁ ନେଇ ବଚସା ହେବାରୁ ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଛୁରାମାଡରେ ଗ୍ରାହକଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘାଟିଯାଇଛି। ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବଉଳାବନ୍ଧ ଗ୍ରାମ ଛକରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନ ରହିଛି। ଗତକାଲି ରାତିରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନକୁ ଉକ୍ତ ଗ୍ରାମର ମୁନା ବେହେରା ଜଳଖିଆ ଖାଇବା ନିମନ୍ତେ ଯାଇଥିଲେ। ତେବେ କୌଣସି କଥାକୁ ନେଇ ଦୋକାନୀ ଦେବେନ୍ଦ୍ର ଓ ଗ୍ରାହକ ମୁନାଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ବଚସା ଝଗଡା ରୁପନେଲା। ମୁନାକୁ ଦେବେନ୍ଦ୍ର ଜାତିଆଣ ଆକ୍ଷେପ କରିବା ସହ ତାଙ୍କର ଦୁଇ ସହଯୋଗୀ ବିଭୁତି ସାହୁ ଏବଂ ଧର୍ମେନ୍ଦ୍ର ସାହୁଙ୍କ ସହ ମିସି ମୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଛୁରାରେ ଆକ୍ରମଣ କରୁଥିବାବେଳେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସୋରଣ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବାର ଲିଖିତ ଅଭିଯୋଗ ବାରମ୍ବାର ସରପଞ୍ଚ ସୁଜାତା ବିଶ୍ୱାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ସୋରଣ ଗ୍ରାମର କିଛି ମୁଷ୍ଟିମେୟ ଖଳ ପ୍ରକୃତିର ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାର ଅଭିଯୋଗ କରିଛନ୍ତି ସରପଞ୍ଚ। ବିରୋଧୀ ଦଳ ସମର୍ଥିତ ସରପଞ୍ଚ ହୋଇଥିବାରୁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବାର ସରପଞ୍ଚ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଅନେକ ଅଭିଯୋଗ ପରେ ଆଜି ସୋରଣ ଗ୍ରାମପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ ସ୍ଥିତିର ସମୀକ୍ଷା କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେହିଭଳି ପଂଚାୟତର ବିଭିନ୍ନ ସମସ୍ୟା ସରପଞ୍ଚ ଜଣାଇବା ପରେ ତାହାର ସମାଧାନ କିପରି ଭାବେ ହୋଇପାରିବ ତାହା ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ। ଚିଲିକା ତହସିଲଦାର ପୁନମ୍…

Read More

ନୂଆଦିଲ୍ଲୀ: କରୋନାଜନିତ ମୃତ୍ୟୁ ପାଇଁ ସର୍ବନିମ୍ନ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଏହି କ୍ଷତିପୂରଣ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ସ୍ଥିର କରାଯାଇଛି। ସୁପ୍ରିମକୋର୍ଟ ଏହି ଦାୟିତ୍ୱ ଜୁନ୍ ୩୦ ତାରିଖରେ ଏନଡିଏମଏକୁ ଦାୟିତ୍ୱ ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ, କ୍ଷତିପୂରଣ ସ୍ଥିର କରି ଏନେଇ ଏନଡିଏମଏ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି। ରାଜ୍ୟଗୁଡିକର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଦୁଇଜଣ ଓକିଲ ଗୌରବ କୁମାର ବଂଶଲ ଏବଂ ରିପକ କଂଶଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଉଭୟ କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୧୨ ରେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାରୀ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରାବନ୍ଧନ ରହିଛି। ଗତ ବର୍ଷ କେନ୍ଦ୍ର ସମସ୍ତ ରାଜ୍ୟକୁ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ…

Read More

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ହୁଵାଲୀ-ମାଡଗାଓଁ ରେଳ ସେକ୍ସନର ସାନଭର୍ଦ୍ଦମ୍ ଚୁଚ୍-ଚାନ୍ଦର-ମାଡଗାଓଁ ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 08047/08048 ହାଓଡ଼ା- ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ ଚାରି ଦିନ ପାଇଁ ହାଓଡ଼ା-ହୁଵାଲୀ ମଧ୍ୟରେ ଚଳାଚଳ କରିବ ଏବଂ ହୁଵାଲୀ ଓ ଭାସ୍କୋ ଡା ଗାମା ମଧ୍ୟରେ ବାତିଲ ରହିବ। ହାଓଡ଼ା ଠାରୁ ଅକ୍ଟୋବର ମାସ 2, 4, 5 ଏବଂ 7 ତାରିଖ ଦିନ ଛାଡୁଥିବା 08047 ହାଓଡ଼ା- ଭାସ୍କୋ ଡା ଗାମା ଅମରାବତୀ ସ୍ପେଶାଲ୍ ହୁଵାଲୀ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ହୁଵାଲୀ ଓ ଭାସ୍କୋ ମଧ୍ୟରେ ବାତିଲ ରହିବ। ଭାସ୍କୋ ଡା ଗାମା ଠାରୁ ଅକ୍ଟୋବର ମାସ 5, 7, 8 ଏବଂ 10 ତାରିଖ ଦିନ ଛାଡ଼ିବାକୁଥିବା 08048 ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ପେସିଆଲ୍ ଭାସ୍କୋ ଡା ଗାମା…

Read More

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ତେବେ ଏହି ଜିଲ୍ଲାଗୁଡିକୁ ଆସନ୍ତାକାଲି ସକାଳ ୮ ତା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ରେଢାଖୋଲ ବ୍ଲକ୍ ର ତିନୋଟି ପଂଚାୟତ ଚାଷ କାମରେ ବ୍ୟାହତ ହୋଇଛି। ଏହି ତନୋଟି ପଂଚାୟତକୁ ମରୁଡି ଘୋଷଣା ଦାବୀରେ ରେଙ୍ଗାଲି, ଭାଲିଆକଟା, ବଡମାଳ ଗ୍ରାମର ଜନସାଧାରଣ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବୀ ପତ୍ରରେ ବଡମାଳ ରେଙ୍ଗାଲି ଓ ଭାଲିଆକଟା ପଂଚାୟତର ଗାଁ ମାନଙ୍କରେ ୫୦ ପ୍ରତିଶତ ଚାଷ କାମ ହୋଇଥିବା ବେଳେ ଯାହା ବି ଚାଷ ହୋଇଛି ତାହା ବର୍ଷା ଅଭାବରୁ ଧାନ ଗଛ ଠିକ୍ ଭାବରେ ପିଲ ଦେଇ ନ ଥିବା ଜଣା ପଡିଛି। ତେଣୁ ଏହି ତିନୋଟି ପଂଚାୟତକୁ ମରୁଡି ଘୋଷଣା କରିବାକୁ ସରକାରଙ୍କୁ ଏକ ଦାବୀ ପତ୍ର ରେଢାଖୋଲ ବିଡିଓ ପବିତ୍ର ବେହେରାଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସମୟରେ ବଡମାଳ ସରପଂଚ ଷଡାନନ ପ୍ରଧାନ, ଭାଲିଆକଟା ସରପଂଚ, ରେଙ୍ଗାଲି ସରପଂଚ, ସମିତି ସଭ୍ୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରା ପଞ୍ଚାୟତ ଅଧିନସ୍ଥ ଶାଳିଆ ଡ୍ୟାମ ନିକଟସ୍ଥ ପ୍ରଧାନ ସାହି ଓ ନୂଆ ସାହି ଗ୍ରାମରେ ଆଜି ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଏବଂ ବାଣପୁର ପୋଲିସ ଏସ ଆଇ ପ୍ରସନ୍ନ ଜେନାଙ୍କ ମିଳିତ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୩ ହଜାର ୫ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୨, କଟକରୁ ୫୫, ବାଲେଶ୍ବରରୁ ୩୭, ଯାଜପୁରରୁ ୨୨, ମୟୂରଭଞ୍ଜରୁ ୧୮, ପୁରୀରୁ ୧୪, ଢେଙ୍କାନାଳ ଜିଲ୍ଲାରୁ ୧୨, ଜଗତସିଂହପୁରରୁ ୧୨, ନୟାଗଡ ଜିଲ୍ଲାରୁ ୬, ଭଦ୍ରକ ଜିଲ୍ଲାରୁ ୫, ରାୟଗଡା ଜିଲ୍ଲାରୁ ୪, ଅନୁଗୁଳ ଜିଲ୍ଲାରୁ ୩, ଦେବଗଡ ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୩, ସମ୍ବଲପୁରରୁ ୩, ବରଗଡରୁ ୨, କେନ୍ଦ୍ରାପଡାରୁ ୨, ନବରଙ୍ଗପୁରରୁ ୨, ବଲାଙ୍ଗୀରିରୁ ୧, ବୌଦ୍ଧରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ମାଲକାନଗିରିରୁ ୧, ସୁନ୍ଦରଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୮ ହଜାର ୬୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…

Read More

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ କରୋନା ପଜିଟିଭ ବୋଲି ଜଣାପଡିଛି। ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଠିକ ସମୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ବର୍ତ୍ତମାନ, ନଟରାଜନ୍ ଏବଂ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଖେଳାଳି ଏବଂ ଅନ୍ୟ କର୍ମଚାରୀମାନେ ଅଲଗା ହୋଇଯାଇଛନ୍ତି ଏବଂ ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି। ମେଡିକାଲ ଟିମ୍ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡା. ଅଞ୍ଜନା ଭନ୍ନନ, ଲଜିଷ୍ଟିକ୍ସ ମ୍ୟାନେଜର ତୁଶର ଖେଡକର ଏବଂ ନେଟ୍ ବୋଲର ପେରିଆସାମି ଗଣେଶନଙ୍କ ସମେତ ୬ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି। ଏବଂ ଏମାନଙ୍କୁ ଅଲଗା ରଖାଯାଇଛି। ବିସିସିଆଇ ଅନୁଯାୟୀ, “ଆରଟି-…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ସ୍ମାର୍ଟ ହେଲ୍‌ଥ…

Read More