Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସରପଞ୍ଚଙ୍କ କାର୍ଯ୍ୟରେ ବାଧା!: ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୋରଣ ପଞ୍ଚାୟତ ଗସ୍ତ
ଆଞ୍ଚଳିକ

ସରପଞ୍ଚଙ୍କ କାର୍ଯ୍ୟରେ ବାଧା!: ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୋରଣ ପଞ୍ଚାୟତ ଗସ୍ତ

September 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସୋରଣ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବାର ଲିଖିତ ଅଭିଯୋଗ ବାରମ୍ବାର ସରପଞ୍ଚ ସୁଜାତା ବିଶ୍ୱାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ସୋରଣ ଗ୍ରାମର କିଛି ମୁଷ୍ଟିମେୟ ଖଳ ପ୍ରକୃତିର ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାର ଅଭିଯୋଗ କରିଛନ୍ତି ସରପଞ୍ଚ। ବିରୋଧୀ ଦଳ ସମର୍ଥିତ ସରପଞ୍ଚ ହୋଇଥିବାରୁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବାର ସରପଞ୍ଚ ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ଅନେକ ଅଭିଯୋଗ ପରେ ଆଜି ସୋରଣ ଗ୍ରାମପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ ସ୍ଥିତିର ସମୀକ୍ଷା କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେହିଭଳି ପଂଚାୟତର ବିଭିନ୍ନ ସମସ୍ୟା ସରପଞ୍ଚ ଜଣାଇବା ପରେ ତାହାର ସମାଧାନ କିପରି ଭାବେ ହୋଇପାରିବ ତାହା ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ। ଚିଲିକା ତହସିଲଦାର ପୁନମ୍ ମହାପାତ୍ର, ସୋରଣ ସରପଞ୍ଚ ସୁଜାତା ବିଶ୍ଵାଳ, ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ କୁମାର୍ ଲେଙ୍କା, ପିଇଓ ପ୍ରକାଶ ବେହେରାଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ।

ପଞ୍ଚାୟତର ସମସ୍ୟାଗୁଡିକ ଯଥା ଏନ୍.ଆର୍.ଜି.ଏସ ର ଲକ୍ଷାଧିକ ଟଙ୍କା ହଡପ, ଓଏପି/ଭତ୍ତାର ବଳକା ଟଙ୍କାକୁ ବ୍ଲକ୍ କର୍ମଚାରୀ ନିଜ ପାଖରେ ରଖିବା, ପଞ୍ଚାୟତର ଜାଗାକୁ ଜବରଦଖଲ କରିବା, ବସ୍ତି ପାଇଁ ରହିଥିବା ଜାଗାକୁ ନେଇ ଟାୱାର ବସାଇ ଟଙ୍କା ଆଦାୟ କରିବା ଓ ପଞ୍ଚାୟତର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ସମସ୍ତ ସମସ୍ୟାକୁ ଖୁବଶୀଘ୍ର ଦୁରୀକରଣ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର୍ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଭାବେ ସୋରଣ ଗ୍ରାମର ଜନସାଧାରଣଙ୍କ ଅନେକ ସାଧାରଣ ସମସ୍ୟା ଥିବାରୁ ଆଜି ଜିଲ୍ଲାପାଳଙ୍କୁ ଦେଖି ଅନେକ ଜନସାଧାରଣ ବହୁ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି। ତେବେ ଆଜି ଜିଲ୍ଲାପାଳଙ୍କ ଗସ୍ତ ପରେ ସରପଞ୍ଚ ଆଶାବାଦୀ ଅଛନ୍ତି ଯେ, ଆଗକୁ ସବୁ ସମସ୍ୟା ଦୂର ହେବ। ତେବେ ଯଦି ଏକ ମାସ ମଧ୍ୟରେ ଏ ସବୁ ଦୂର ନହୁଏ ତେବେ ସରପଞ୍ଚ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେବୋଲି କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା ବ୍ଳକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026
Latest News

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.