Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁରକ୍ଷିତ ରକ୍ତ ପରୀକ୍ଷା: ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସମ୍‌ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଏହି ଇଣ୍ଡିଭିଜୁଆଲ୍ ଡୋନର୍ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଂ (ଆଇଡି-ନାଟ୍‌) ମେସିନ୍‌କୁ ସମ ହସ୍ପିଟାଲ୍‌ରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିବା ସହ ରକ୍ତ ପରୀକ୍ଷା ଏବଂ ରୋଗୀଙ୍କୁ ସୁରକ୍ଷିତ ଭାବେ ରକ୍ତ ଟ୍ରାନ୍ସଫ୍ୟୁଜନ୍ ନିମନ୍ତେ ଏହି ମେସିନ୍ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିପାରିବ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ସୁବିଧା ଆରମ୍ଭ କରାଯିବା ଖୁବ୍ ପ୍ରଶଂସନୀୟ। ଏଥିପାଇଁ ହସ୍ପିଟାଲ୍‌କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ କହିଥିଲେ।

ଷ୍ଟେଟ୍ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ କାଉନ୍‌ସିଲ୍‌ର ନିର୍ଦ୍ଦେଶକ ଡ. ଉର୍ମିଳା ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପ୍ରସଙ୍ଗରେ କହିଥିଲେ ଯେ ବ୍ଲଡ ବ୍ୟାଙ୍କଗୁଡ଼ିକ ଦ୍ୱାରା ୫ ପ୍ରକାରର ରକ୍ତ ସ୍କ୍ରିନିଂ କରାଯାଇଥାଏ। ଏଚ୍‌ଆଇଭି, ହେପାଟାଇଟିସ୍-ବି, ହେପାଟାଇଟିସ୍‌-ସି, ମାଲେରିଆ ଏବଂ ଭିଡିଆର୍‌ଏଲ୍ ନିମନ୍ତେ ଏହି ସ୍କ୍ରିନିଂ କରାଯାଏ। ସୁରକ୍ଷିତ ରକ୍ତ ପ୍ରଦାନ ଆମର ସବୁଠାରୁ ବଡ ଉଦ୍ଦେଶ୍ୟ ଥିବା ବେଳେ ଅତ୍ୟାଧୁନିକ ବ୍ୟବସ୍ଥା ବିନା ରକ୍ତରେ ଥିବା ଭାଇରସ୍ ଚିହ୍ନଟ କରିବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ମେସିନ୍‌ର ଖୁବ୍ ଉପଯୋଗିତା ରହିଛି ଏବଂ ବହୁ ସଂଖ୍ୟକ ରୋଗୀଙ୍କ ପାଇଁ ଏହା ଉପକାରୀ ହେବ। ଏହାର ଅଧିକ ବ୍ୟବହାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବିଭୁଦେନ୍ଦୁ ପତି ଏବଂ ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ।

ଏହି ମେସିନ ଯୋଗାଉଥିବା କମ୍ପାନୀ ହେମୋଜେନୋମିକ୍ସର ଉପସଭାପତି ସଂଗୀତ ଗୋପାଳ କିନି ମେସିନ୍ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ ଆଇଡି-ନାଟ ରକ୍ତରେ ଥିବା ଏଚ୍‌ଆଇଭି, ହେପାଟାଇଟିସ୍‌-ବି ଏବଂ ହେପାଟାଇଟିସ୍‌-ସି ଭାଇରସକୁ ଉଇଣ୍ଡୋ ପିରିଅଡ ମଧ୍ୟରେ ଚିହ୍ନଟ କରିବାକୁ ସକ୍ଷମ। ଏହା ଫଳରେ ଚିହ୍ନଟ କରିବାର ସମୟକୁ କମ କରାଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରିଛନ୍ତି। କରୋନା କଟକଣା ଯୋଗୁଁ ହଷ୍ଟେଲ ବନ୍ଦ ରହିଥିବାର ହଷ୍ଟେଲ ଫି’ ଛାଡ କରାଯାଇଛି। ହଷ୍ଟେଲ ଏପ୍ରିଲ ମାସ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ହଷ୍ଟେଲ ଫି’ ଛାଡ କରିଛନ୍ତି ରାଜ୍ୟ ସରକାର। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏନେଇ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିବା ସମ୍ଭାବନା

ଭୁବନେଶ୍ୱର: ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିପାରେ। ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି। ପୂର୍ବତଟ ରେଳବାଇରେ ୮୨ ଯୋଡ଼ା ଏକ୍ସପ୍ରେସ ଟ୍ରେନ ଚାଲୁଥିବା ବେଳେ କରୋନା ଯୋଗୁଁ ୫୯ ଟି ଟ୍ରେନ ଚାଲୁଛି।

ସେହିପରି ରାଜ୍ୟରେ ପାସେଞ୍ଜର ଟ୍ରେନ ୨୯ ଟି ଚାଲୁଥିବା ବେଳେ କରୋନା କଟକଣା ଯୋଗୁଁ ସମସ୍ତ ଟ୍ରେନ ବନ୍ଦ ଅଛି। ତେବେ ଆସନ୍ତା ମାସରୁ ସବୁ ଟ୍ରେନ ଚାଲିବ ବୋଲି କୈଶଳେନ୍ଦ୍ର କେ. ଖାଡଙ୍ଗା ସୂଚନା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳବାଇ ବୋର୍ଡର ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କୈଶଳେନ୍ଦ୍ର ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଧାନମଣ୍ଡି ସମସ୍ୟା: ବିଧାନସଭାରେ ସାନିଟାଇଜର ପିଇବା ପାଇଁ ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ସକାଳୁ ଅଶିବେଶନ ଆରମ୍ଭ ହେବା ପରେ ଧାନମଣ୍ଡି ସମସ୍ୟା ଉପରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲା। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ପରେ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଏହି ସମସ୍ୟା ଉପରେ ମନ୍ତ୍ରୀଙ୍କ ସନ୍ତୋଷଜନକ ଉତ୍ତର ନମିଳିବାରୁ ବରଗଡ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ସାଥି ସଦସ୍ୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାଙ୍କଠାରୁ ସାନିଟାଇଜର ଛଡାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଏବଂ ପୂର୍ବରୁ ମଧ୍ୟ ବିଧାୟକ ସୁବାସ ଧାନମଣ୍ଡି ସମସ୍ୟାର ସମାଧାନ ନହଲେ ଆତ୍ମହତ୍ୟା କରିବି ବୋଲି ଗୃହରେ ଧମକ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୭ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୪ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜେଡ଼ିୟୁରେ ମିଶ୍ରଣ ଅଟକଳ ପରେ ଉପେନ୍ଦ୍ର କୁଶବାହଙ୍କୁ ଝଟକା: ଆରଜେଡ଼ିରେ ମିଶିଲେ ରାଜ୍ୟ ସଭାପତି

ପାଟଣା: ବିହାରର ରାଜନୀତିରେ ଲଗାତର ହଲଚଲ ଦେଖିବାକୁ ମିଳୁଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମିଶ୍ରଣ ନିତୀଶ କୁମାରଙ୍କ ଜନତା ଦଳ(ୟୁ) ସହିତ ହେବା ନେଇ ଅଟକଳ କରାଯାଉଛି। କିନ୍ତୁ ତାହା ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ବଡ ଝଟକା ଲାଗିଛି। ଆରଏଲଏସପିର ବହୁ ନେତା ଦଳ ଛାଡି ରାଷ୍ଟ୍ରୀୟ ଜନତା ଦଳରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ଉପେନ୍ଦ୍ର କୁଶବାହଙ୍କ ଦଳରୁ ବିହାରର ରାଜ୍ୟ ସଭାପତି ବୀରେନ୍ଦ୍ର କୁଶବାହ, ରାଜ୍ୟ ସାଧାରଣ ସମ୍ପାଦକ ନିର୍ମଳ କୁଶବାହ, ମହିଳା ମୋର୍ଚ୍ଚାର ମୁଖ୍ୟ ମଧୁ ମଞ୍ଜରି ପ୍ରମୁଖ ଦଳୀୟ କର୍ମୀଙ୍କ ସହ ଆରଜେଡିରେ ସାମିଲ ହେଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଉପେନ୍ଦ୍ର କୁଶବାହଙ୍କ ଦଳ ଆରଏଲଏସପି ଜେଡ଼ିୟୁରେ ମିଶିବା ପାଇଁ ଆଲୋଚନା ଜାରି ରହିଛି। ଉପେନ୍ଦ୍ର କୁଶବାହ ଏବଂ ନିତୀଶ କୁମାରଙ୍କ ମଧ୍ୟରେ ଏନେଇ ଅନେକ ଥର ବୈଠକ ହୋଇଛି। ୧୪ ମାର୍ଚ୍ଚରେ ଉପେନ୍ଦ୍ରଙ୍କ ଦଳର ବୈଠକ ପରେ ଜେଡ଼ିୟୁରେ ମିଶ୍ରଣ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। କିନ୍ତୁ ତା’ପୂର୍ବରୁ ଦଳର ବହୁ ବରିଷ୍ଠ ନେତା ଦଳ ତ୍ୟାଗ କରାଯାଉଥିବା ଦେଖାଯାଉଛି।

ବିଗତ କିଛି ମାସ ହେଲା ଉପେନ୍ଦ୍ର କୁଶବାହଙ୍କ ଦଳରୁ ଅନେକ ନେତା ଦଳ ତ୍ୟାଗ କରିଛନ୍ତି, ଯାହା ଏବେ ବି ଜାରି ରହିଛି। ତେବେ ଜେଡ଼ିୟୁରେ ମିଶ୍ରଣ ପରେ ଦଳ ଉପରେ କି ପ୍ରଭାବ ପଡୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୪୦୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୭ ଟି ଜିଲ୍ଲାରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ,  ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ଵର ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୭ ଜଣ, ଦେବଗଡ ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଯୁବବାହିନୀ ଆଉ କାର୍ଯ୍ୟକ୍ଷମ ନାହିଁ: ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: ବିଜୁ ଯୁବବାହିନୀ ଆଉ କାର୍ଯ୍ୟକ୍ଷମ ନାହିଁ। ଆଜି ବିଧାନସଭାର ଏକ ପ୍ରଶ୍ନରେ ଉତ୍ତର ରଖି ଏନେଇ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ଏହି ଯୁବ ବାହିନୀ ପାଇଁ ଚଳିତ ବଜେଟରେ କୌଣସି ବ୍ୟୟ ବରାଦ ନାହିଁ। ତେଣୁ ଏହି ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୮ ମସିହାରେ ଏହି ଯୁବ ବାହିନୀ ପ୍ରତିଷ୍ଠା ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରତିଷ୍ଠା ହୋଇଥିବାରୁ ବିରୋଧୀ ଏହାକୁ ସମାଲୋଚନା କରିଥିଲା। ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏଭଳି ଏକ ସଂସ୍ଥା ସୃଷ୍ଟି କରାଯାଇଛି ବୋଲି ବିରୋଧୀ ସେତେବେଳ ଅଭିଯୋଗ କରୁଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ଥାନୀ ସେନା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ନବାବ ସରିଫ

ଇସ୍ଲାମବାଦ: ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ ସରିଫ ନିଜ ଦେଶର ସେନା ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ନଵାଜ ସରିଫ ଟ୍ଵିଟରେ ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ, ପାକିସ୍ଥାନୀ ସେନା ପକ୍ଷରୁ ତାଙ୍କ ଝିଅ ମରିୟମ ନଵାଜଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି।

ଯଦି ମରିୟମର କିଛି କ୍ଷତି ହୁଏ, ତେବେ ସେଥିପାଇଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନା ମୁଖ୍ୟ ଜାଭେଦ ବାଜବା, ଆଇଏସଆଇ ମୁଖ୍ୟ ଜେନେରାଲ ଫୟଜ ହାମିଦ ଏବଂ ଜେନେରାଲ ଇରଫାନ ମଲିକ ଦାୟୀ ରହିବେ ବୋଲି ସେ କହିଛନ୍ତି।

ଇମ୍ରାନ ଖାନ ପାକିସ୍ଥାନ ସଂସଦରେ ଯେଉଁ ଆସ୍ଥା ଭୋଟରେ ଜିତିଥିଲେ, ତାହା ଘୋଟାଲା ଥିଲା ବୋଲି ନବାବ ସରିଫ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ଥାନ ସେନା ଇମ୍ରାନ ଖାନକୁ ବଳପୂର୍ବକ ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେଶର ବର୍ବଦା ଆଡକୁ ଠେଲି ଦେଇଛି।

ସେହିପରି ପାକିସ୍ଥାନ ମୁସଲିମ ଲିଗର ଉପସଭାପତି ତଥା ନବାବ ସରିଫଙ୍କ ଝିଅ ମରିୟମ ମଧ୍ୟ ଏକ ଟ୍ବିଟ କରି ଅଭିଯୋଗ କରିଛନ୍ତି। ମରିୟମଙ୍କ ଅଭିଯୋଗ ମୁତାବକ, ତାଙ୍କୁ କେବଳ ଧମକ ଦିଆଯାଉନହିଁ, ତାଙ୍କ ଉପରେ ଅପମାନଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛଅ ମାସ ବିତିଗଲା, ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେଲା ନାହିଁ, ବିଜେପିର ଚାପ ରହିଛି କି ?

ଭୁବନେଶ୍ବର, ପିପିଲି ବିଧାନସଭା ଆସନ ଖାଲି ପଡିବାର 6 ମାସରୁ ଅଧିକ ସମୟ ବିତିଗଲାଣି। କାରଣ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ ବର୍ଷ ଅକ୍ଟୋବର 4 ତାରିଖରେ ପରଲୋକ ଘଟିଛି। ମାର୍ଚ୍ଚ 4 ତାରିଖକୁ ଏହା ଛଅ ମାସ ପୁରଣ କରି ସାରିଲାଣି। ହେଲେ ଭାରତ ନିର୍ବାଚନ କମିସନ ଏ ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନାହିଁ।

ଭାରତରେ ପ୍ରଣୟନ ହୋଇଥିବା ରିପ୍ରେଜେଣ୍ଟସନ ଅଫ ପିପୁଲ ଆକ୍ଟ 1951 ଅନୁଯାୟୀ କୌଣସ ବିଧାନସଭା ଆସନ ଖାଲି ପଡିଲେ ତାହାକୁ ଛଅ ମାସ ମଧ୍ୟରେ ପୁରଣ କରିବାର ଆବଶ୍ୟକତା ରହିଛି। ଧାରା 149 ଏବଂ 151-କ ଅନୁସାରେ ନିର୍ବାଚନ କମିସନର ଏହି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କରିବା ଉଚିତ୍। ହେଲେ ପିପିଲି କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।

କେବଳ ପିପିଲି ଘଟଣା ନୁହେଁ ଏକଦା ବିଜେପୁର ଉପନିର୍ବାଚନ ବେଳକୁ ସମାନ ସ୍ଥିତି ଉପୁଜିଥିଲା। ସେତେବେଳେ ଦୀର୍ଘ ମାସଧରି ଏହି ଆସନ ଖାଲି ପଡିଥିଲେ ମଧ୍ୟ ନିର୍ବାଚନ କମିସନ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରି ନ ଥିଲେ। ଫଳରେ ସେତେବେଳେ ସାଧାରଣରେ ଲୋକଙ୍କର ବିଜେପି ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ଏପରକି ବିରୋଧୀମାନେ ମଧ୍ୟ ବିଜେପି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ବିଜେପି ହାରିଯିବା ଭୟରେ ସେ ଜାଣିଶୁଣି ଏପରି କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହୋଇଥିଲା।

ସେହିପରି ସମାନ ସ୍ଥିତି ବର୍ତ୍ତମାନ ପିପିଲି ଘଟଣାରେ ହେଉଛି ବୋଲି ଅଭିଯୋଗ ହେଲାଣି। କାରଣ ନିୟମ ରହିଥିଲେ ମଧ୍ୟ ପିପିଲି ଉପନିର୍ବାଚନ ତାରିଖ ଘୋଷଣା ନ ହେବା କେଉଁଠି ନା କେଉଁଠି ବିଜେପି ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ପିପିଲିରେ ବିଜେପି ହାରିଯିବା ଭୟ ହେଉ କିମ୍ବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁର ସମବେଦନାକୁ ହ୍ରାସ କରିବା ହେଉ, ବିଜେପି ଏପରି କରୁଛି ବୋଲି ଆଲୋଚନା ଚାଲିଛି।

ପିପିଲି ପରି ବିଜେଡି ଗଡରେ ବିରୋଧୀ ଦଳର କୌଣସି ସ୍ଥିତି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେଠାରେ ଗୋଟିଏ ପଟେ ପ୍ରଦୀପ ମହାରାଥୀ ପରି ରଥୀ ଏବଂ ଅନ୍ୟପଟେ ବିଜେଡି ପରି ଶକ୍ତିଶାଳୀ ଦଳ, ସେଥିପାଇଁ ଅନ୍ୟ କୌଣସି ପ୍ରାର୍ଥୀଙ୍କର ସ୍ଥିତି ରହିବ ନାହିଁ ବୋଲି ସମସ୍ତେ ଅନୁମାନ କରିସାରିଲେଣି। କେବଳ ନିର୍ବାଚନ ଲଢିବା ନାମରେ ଯୁଦ୍ଧ କରାଯିବ ସିନା, ଫଳ କଣ ହେବ ତାହା ଅନ୍ୟଦଳ ହୃଦୟଙ୍ଗମ କରିସାରିଲେଣି। ତେଣୁ ଉପନିର୍ବାଚନ ଦିନ ଗଡାଇ ଲାଭ କିଛି ନାହିଁ ବୋଲି ମଧ୍ୟ ବିଜେପି ବୁଝିବା ଆବଶ୍ୟକ।

ଅନ୍ୟପଟେ ପିପିଲି ଉପନିର୍ବାଚନ ତାରିଖ ଘୋଷଣା ନେଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନୀଜୀବୀ ସିଦ୍ଧାର୍ଥ ଦାସ ମାମଲା ଲଢୁଛନ୍ତି। ସେଥିରେ ଦର୍ଶାଯାଇଛି ଯେ, ରିପ୍ରେଜେଣ୍ଟସନ ଅଫ ପିପୁଲ ଆକ୍ଟ 1951 ଅନୁଯାୟୀ ଖାଲି ପଡିଥିବା ବିଧାନସଭା ଆସନରେ ଛଅ ମାସ ମଧ୍ୟରେ ତାହା ପୁରଣ ହେବା ଆବଶ୍ୟକ। ଯଦି ଆଇନି ଶୃଙ୍ଖଳା ପରିସ୍ଥିତି ଖରାପ ଥିବ ତେବେ ତାହାର ଅବଧୀ ଘୁଞ୍ଚି ପାରେ। ହେଲେ ଓଡିଶାରେ କିମ୍ବା ପିପିଲିରେ ସେପରି କୌଣସି ପରିସ୍ଥିତି ନ ଥିଲେ ମଧ୍ୟ କଣ ପାଇଁ ଉପନିର୍ବାଚନ ଘୋଷଣା କରାଯାଉ ନାହିଁ ସେ ନେଇ ମାମାଲା ଋଜୁ କରାଯାଇଛି। ଫଳରେ ପିପିଲି ଉପ ନିର୍ବାଚନ ନେଇ ଅନିଶ୍ଚିତତା ଲାଗି ରହିଛି।

Categories
ଆଜିର ଖବର ଜାତୀୟ ଖବର

୧୬୯ ଦିନ ପରେ କୃଷକ ସଂଗଠନର ଧାରଣା ଶେଷ: ଆରମ୍ଭ ହେଲା ଟ୍ରେନ ସେବା

ନୂଆଦିଲ୍ଲୀ: ବିଗତ ତିନି ମାସରୁ ଉର୍ଦ୍ଧ୍ଵ ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହା ଭିତରେ ପଞ୍ଜାବରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ପଞ୍ଜାବର ଅମୃତସରରେ କୃଷି ଆଇନକୁ ନେଇ ରେଳ ଧାରଣାରେ କୃଷକ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ସେହି ରୁଟରେ ଯାଉଥିବା ସମସ୍ତ ଟ୍ରେନର ଯାତାୟତା ଉପରେ ବାଧା ସୃଷ୍ଟି ହୋଇଥିଲା। ଯାହାକୁ ଆଜି ଆନ୍ଦୋଳନରତ କୃଷକମାନେ ରେଳ ଧାରଣା ଖାଲି କରିଛନ୍ତି।

ସୂଚନା ଅନୁଯାୟୀ, ଟ୍ରେନ ରଦ୍ଦ ହେବା କାରଣରୁ ଚାଷୀ ଏବଂ ବ୍ୟବସାୟୀମାନଙ୍କୁ ବେଶୀ କ୍ଷତି ହେଉଥିଲା। ସେଥିପାଇଁ ୧୬୯ ଦିନ ପରେ ଏହି ଧାରଣାକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ସେପଟେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆସନ୍ତା ୨୬ ତାରିଖକୁ ୪ ମାସରେ ପହଞ୍ଚିବ। ତେଣୁ ନୂଆ କୃଷି ଆଇନ ବିରୋଧରେ ଆସନ୍ତା ୨୬ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛି।

କୃଷକ ନେତା ବୁଟା ସିଂହଙ୍କ କହିଛନ୍ତି ଯେ, ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ କୃଷକ ଏବଂ ବ୍ୟବସାୟୀ ସଂଘ ମିଶି ପେଟ୍ରୋଲ-ଡ଼ିଜେଲର ଦାମ ବୃଦ୍ଧି ଏବଂ ରେଳବାଇକୁ ଘରୋଇକରଣ ବିରୋଧରେ ପ୍ରତିବାଦ କରିବ। ସେଥିପାଇଁ ଦେଶର ସବୁ ରେଲୱେ ଷ୍ଟେସନରେ ପ୍ରତିବାଦ କରାଯିବ ବୋଲି ବୁଟା ସିଂହ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଅଧିବେଶନ ଆରମ୍ଭ ହେବ ମାତ୍ରେ ବିରୋଧୀ ଦଳ ହୋ-ହାଲ୍ଲା ଆରମ୍ଭ କରିଦେଇଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି। ପୁଣିଥରେ ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି। ମଣ୍ଡିରୁ ଧାନ ଉଠୁନଥିବାରୁ ସେମାନେ ସରକାରକୁ ବିରୋଧ କରି ହୋ-ହଲ୍ଲା କରିଛନ୍ତି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨୩ ହଜାର ୨୮୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୩ ହଜାର ୨୮୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୩ ଲକ୍ଷ ୮ ହଜାର ୮୪୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩୦୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୫୩ ହଜାର ୩୦୩ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୯୭ ହଜାର ୨୩୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ, ଏଥର ଜଙ୍ଗଲୀ ନିଆଁରେ ଗୃହ ତାତିବ

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ।ତେବେ ଏହି ପର୍ଯ୍ୟାୟ ଅଧିବେସନ ବେଶ ସରଗରମ ହେବ ବୋଲି ଜଣାପଡିଛି। କାରଣ ଜଙ୍ଗଲୀ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାର ସମ୍ଭାବନା ରହିଛି।

ମୁଖ୍ୟ ବିରୋଧୀ ବିଜେପି ଧାନମଣ୍ଡି, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ ଉଠାଇବ । ସେହିପରି କଂଗ୍ରେସ  ମଧ୍ୟ ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, କୋଟିଆ ଓ ବେକାରୀ ସମସ୍ୟାକୁ  ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡିଛି । ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି  ।

Categories
ଆଜିର ଖବର ସ୍ବାସ୍ଥ୍ୟ

ପିଜୁଳି ବା ଜାମୁ ଖାଇଲେ କେବଳ ପାଟିକୁ ମିଠା ଲାଗେନି ଏହାଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୁଏ

ଭୁବନେଶ୍ବର, ପିଜୁଳି ବା ଜାମୁ ପାଟିକୁ ବେଶ ସୁଆଦିଆ। ସେ କଞ୍ଚା ହେଉ କି ପାଚିଲା। ପିଜୁଳି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ସେହିପରି କିଛି ପିଜୁଳିର ଉପକାରିତା ସଂପର୍କରେ ଜାଣିବା ନିହାତି ଆବଶ୍ୟକ।

1-ପିଜୁଳିକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ଗୋଳାଇ ଖାଇଲେ ପେଟରୁ ବାୟୁ ରୋଗ ଭଲ ହେବା ସହିତ ପାଚନ ପକ୍ରିୟା ବୃଦ୍ଧି ପାଇଥାଏ।

2-ସଂଧ୍ୟା ପୂର୍ବରୁ ଗଛରୁ ବହୁ ପିଜୁଳି ତୋଳି ଆଣନ୍ତୁ। ତାହାକୁ ଧୋଇ ରାତିର ଚନ୍ଦ୍ର କିରଣରେ ରଖନ୍ତୁ। ସକାଳୁ ସକାଳୁ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହିପରି ପ୍ରତ୍ୟେକ ଦିନ କଲେ ମୁଣ୍ଡ ରୋଗ ଭଲ ହୋଇଥାଏ।

3-ପିଜୁଳି ଗଛର କଅଁଳିଆ ପତ୍ରକୁ ଭଲ ଭାବେ ଧୋଇ ତାହାକୁ ଚୋବାଇ ଚୋବାଇ ଖାଇଲେ ଜିଭରେ ଥିବା ଘା ଭଲ ହୋଇଥାଏ।

4-ପିଜୁ ପତ୍ରକୁ ଭଲଭାବରେ ସିଝାଇ ସେହି ପାଣିକୁ ଉଷୁମ ଥିବା ସମୟରେ କୁଳୁକୁଞ୍ଚା କଲେ ଦାନ୍ତ ରୋଗ ଭଲ ହୋଇଥାଏ।

5-ପୁରା ପାଚିଲା ପିଜୁଳି ଆଣି ତାହାକୁ ଚକଟି ଖିର ଓ ଚିନି ମିଶାନ୍ତୁ। ତାହାକୁ ଛାଣି ଦୈନିକ ପିଇଲେ ଶରୀରରେ ଶକ୍ତି ତଥା ବୀର୍ଯ୍ୟ ବୃଦ୍ଧି ଘଟିଥାଏ।

Categories
ଆଜିର ଖବର ଧର୍ମ

ଯୋଗ୍ୟ ଅଯୋଗ୍ୟ ନେଇ ଆଚାର୍ଯ୍ୟ ଚାଣକ୍ୟ ଯାହା କହିଛନ୍ତି ତାହାକୁ ଧ୍ୟାନର ସହ ପଢିବା ଉଚିତ

ଭୁବନେଶ୍ବର, ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ ଜୁଟିଲା ତେବେ ଭଲ ହୁଅନ୍ତା ଆପଣଙ୍କର ସ୍ତ୍ରୀ ନ ରହିବା।

Categories
ଧର୍ମ ବିଶେଷ ଖବର

ଆଜି 12 ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ ହେବ। ଘରର ବଜେଟ୍ ଖରାପ ହେବ। ଅନ୍ୟମାନଙ୍କଠାରୁ ଲାଭା ପାଇବା ଆଶା କରନ୍ତୁ ନାହିଁ । ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ। ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ। ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଶୁଭ ହେବ। ଭାଇମାନଙ୍କ ସମର୍ଥନ ପାଇବେ। ଘର ବାହାରେ ସୁଖ ମିଳିବ। ଭାଗ୍ୟ ଅନୁକୂଳ ଅଟେ। ସମୟର ସୁଯୋଗ ନିଅନ୍ତୁ। ଲଜ୍ଜିତ ହୁଅନ୍ତୁ ନାହିଁ ।

ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ତୁରନ୍ତ କୈଣସି ଲାଭ ହେବ ନାହିଁ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ରୋଗ କ୍ଷତି କରିପାରେ, ସାବଧାନ ରୁହନ୍ତୁ ।

କର୍କଟ-  ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ। କୋର୍ଟ କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ବଣିକ ଶ୍ରେଣୀ ଲାଭର ଅଭିବୃଦ୍ଧି ଉପଭୋଗ କରିପାରିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ସତର୍କତା ଆବଶ୍ୟକ । ଟଙ୍କା ମିଳିବା ସହଜ ହେବ।

ସିଂହ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସାବଧାନରେ କରନ୍ତୁ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ। ସମୟ ଭଲ ଅଟେ । କଥାବାର୍ତ୍ତାରେ ନିୟନ୍ତ୍ରଣ ହେବା ଆବଶ୍ୟକ । ବ୍ୟବସାୟର ଲାଭ ବୃଦ୍ଧି ପାଇବ। ଆୟ ରହିବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ ।

କନ୍ୟା- କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକରେ ସୁସଙ୍ଗତତା ରହିବ। ଲାଭ ସୁଯୋଗ ଆସିବ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଅଧସ୍ତନମାନଙ୍କ ସହଯୋଗ ଯୋଗାଇ ଦିଆଯିବ । କୌଣସି ପ୍ରକାର ବିବାଦ ଭିତରକୁ ଯାଆନ୍ତୁ ନାହିଁ । ବିନିଯୋଗ ଶୁଭ ହେବ । ବ୍ୟବସାୟ ଭଲ ଚାଲିବ ହେବ । ଲଜ୍ଜିତ ହୁଅନ୍ତୁ ନାହିଁ ।

ତୂଳା-  ଜମି ଏବଂ କୋଠା କ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ । ବ୍ୟବସାୟ ଏକ ବଡ଼ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ପ୍ରଶଂସା ଗ୍ରହଣ କରାଯିବ । ଶୀଘ୍ର ଏବଂ ଅତ୍ୟଧିକ ଉତ୍ସାହରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ରୋଜଗାର କରିବ । ସୁଖ ରହିବ।

ବିଛା- ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁସ୍ୱାଦୁ ଖାଦ୍ୟଗୁଡ଼ିକ ଉପଭୋଗ ହେବ । ଛାତ୍ର ଶ୍ରେଣୀ ସେମାନଙ୍କ କ୍ଷେତ୍ରରେ ସଫଳତା ହାସଲ କରିବେ । ଜଣେ ଜ୍ଞାନୀ ବ୍ୟକ୍ତି ମାର୍ଗଦର୍ଶନ ଗ୍ରହଣ କରିବେ । ସମସ୍ତ କ୍ଷେତ୍ରରେ ସଫଳତା ହାସଲ ହେବ । ଟଙ୍କା ମିଳିବା ସହଜ ହେବ । ଘର ବାହାରେ ସୁଖ ମିଳିବ ।

ଧନୁ- ଦୁଃଖଦ ଖବର ମିଳିପାରେ । ଚାକିରିରେ ରହିବେ । ବିବାଦରୁ ଦୂରରେ ରୁହନ୍ତୁ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ ଚାପ ଏବଂ ଚିନ୍ତା ହେବ । ଛୋଟ ବିଷୟ ବିବାଦ ହୋଇପାରେ । ବ୍ୟବସାୟରେ ଲାଭ ହେବ। ସମ୍ବେଦନଶୀଳତା ମନରେ ରହିବ ।

ମକର – ପ୍ରୟାସ ସଫଳ ହେବ । ଦୀର୍ଘ ସମୟ ଧରି କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି। ପରିବାର ସହାୟତା ଗ୍ରହଣ କରାଯିବ । ରିସ୍କ ନେବାକୁ ସାହସ କରିବେ । ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଆସିବ । ଆୟ ବୃଦ୍ଧି ପାଇବ । ବିନିଯୋଗ ଭଲ ଫଳାଫଳ ଦେବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ ।

କୁମ୍ଭ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏକ ଦୀର୍ଘ ଯାତ୍ରା ଯୋଜନା କରାଯାଇପାରେ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ବୁଦ୍ଧି ବ୍ୟବହାର ଦ୍ୱାରା ଲାଭ ବୃଦ୍ଧି ହେବ ଏବଂ ସମସ୍ୟା ହ୍ରାସ ପାଇବ । ବ୍ୟବସାୟ ଭଲ କରିବ ।

ମୀନ- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ନୂତନ ପୋଷାକ କିଣା ଉପରେ ଖର୍ଚ୍ଚ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଭଲ ଫଳାଫଳ ଦେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।

Categories
ଫଟୋ ଖବର

ହଜାର ହଜାର ଭକ୍ତଙ୍କ ମେଳରେ କୋଅମ୍ବାଟୁରସ୍ଥିତ ସଦଗୁରୁ ଆଶ୍ରମରେ ଚାଲିଛି ମହାଶିବରାତ୍ରୀ ପୂଜା

ହାଜର ହଜାର ଭକ୍ତଙ୍କ ମେଳରେ କୋଅମ୍ବାଟୁରସ୍ଥିତ ସଦଗୁରୁ ଆଶ୍ରମରେ ଚାଲିଛି ମହାଶିବରାତ୍ରୀ ପୂଜା

Categories
ଫଟୋ ଖବର

ସୌନ୍ଦର୍ଯ୍ୟକରଣ ପରେ ମହାଶିବରାତ୍ରୀରେ ଏହା ହେଉଛି ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିରର ଦୃଶ୍ୟ

ସୌନ୍ଦର୍ଯ୍ୟକରଣ ପରେ ମହାଶିବରାତ୍ରୀରେ ଏହା ହେଉଛି ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିରର ଦୃଶ୍ୟ

Categories
ଆଜିର ଖବର ଧର୍ମ

ନିଜ କ୍ରୋଧକୁ ଶୁକ୍ରବାର ଦିନ ଏହି ରାଶିର ବ୍ୟକ୍ତିମାନେ ନିୟନ୍ତ୍ରଣ କରନ୍ତୁ

କୁମ୍ଭ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏକ ଦୀର୍ଘ ଯାତ୍ରା ଯୋଜନା କରାଯାଇପାରେ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ ।

ମୀନ- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ନୂତନ ପୋଷାକ କିଣା ଉପରେ ଖର୍ଚ୍ଚ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଭଲ ଫଳାଫଳ ଦେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ।

Categories
ଆଜିର ଖବର ଧର୍ମ

ଆପଣଙ୍କର ଏହି ଦୁଇ ରାଶି ମଧ୍ୟରୁ କେଉଁ ରାଶି ? ଜାଣନ୍ତୁ ଶୁକ୍ରବାର ଦିନ କଣ ରହିଛି ଭାଗ୍ୟଫଳ

ଧନୁ- ଦୁଃଖଦ ଖବର ମିଳିପାରେ । ଚାକିରିରେ ରହିବେ । ବିବାଦରୁ ଦୂରରେ ରୁହନ୍ତୁ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ ଚାପ ଏବଂ ଚିନ୍ତା ହେବ ।

ମକର – ପ୍ରୟାସ ସଫଳ ହେବ । ଦୀର୍ଘ ସମୟ ଧରି କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି। ପରିବାର ସହାୟତା ଗ୍ରହଣ କରାଯିବ । ରିସ୍କ ନେବାକୁ ସାହସ କରିବେ । ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଆସିବ ।