Categories
ଆଜିର ଖବର ଧର୍ମ

ଆଜି ଏହି ଦୁଇ ରାଶିର ବ୍ୟକ୍ତିମାନେ ବେଶ ସକ୍ରିୟ ରହିବା ସହିତ ଆତ୍ମବିଶ୍ବାସ ବୃଦ୍ଧି ପାଇବ

କର୍କଟ- ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ ।

ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ ।

Categories
ଆଜିର ଖବର ଧର୍ମ

ଆଜି ବୁଧବାର ଦିନ ଏହି ତିନୋଟି ରାଶିର ଭାଗ୍ୟ ଚମକିବ, ଜାଣିଲେ ଖୁିସି ହେବେ

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ ।

ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ ।

ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫୭,୧୨୩ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଲା ରିଲାଏନ୍ସ ଜିଓ, ଓଡିଶା ସର୍କଲରେ ବଢିବ କ୍ଷମତା

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ନିକଟରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଭାରତର ସମସ୍ତ ୨୨ଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ଏହା ସଫଳତାର ସହ ହାସଲ କରିଛି। ଏଥି ମଧ୍ୟରେ ଓଡ଼ିଶା ଟେଲିକମ ସର୍କଲରେ ଏହି ତିନୋଟି ବ୍ୟାଣ୍ଡରେ ୨୦ ମୋଗାହର୍ଜ ସ୍ପେକ୍ଟ୍ରମ୍ କ୍ରୟ କରାଯାଇଛି।

ଆରଜେଆଇଏଲ୍ ନିକଟରେ ଏବେ ଏଲ୍‌ଟିଇ ସେବାରେ ବ୍ୟବହାର ଏବଂ ଭବିଷ୍ୟତରେ ୫ଜି ପ୍ରଯୁକ୍ତିକୁ ଉନ୍ନତୀକରଣ ପାଇଁ ଅତ୍ୟନ୍ତ ସନ୍ତୁଳିତ ସ୍ପେକ୍ଟ୍ରମ୍ ରହିଛି। ଏହି ଅଧିଗ୍ରହଣ ଜରିଆରେ ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍ ପରିମାଣ ୫୫% ବୃଦ୍ଧି ପାଇ ୧,୭୧୭ ମେଗାହର୍ଜ (ଅପଲିଙ୍କ୍ +ଡାଉନ୍‌ଲିଙ୍କ୍‌)ରେ ପହଂଚିଛି।

ଆରଜେଆଇଏଲ୍ ପାଖରେ ସର୍ବାଧିକ ପରିମାଣର ସବ୍‌-ଗିଗାହର୍ଜ ସ୍ପେକ୍ଟ୍ରମ ୨*୧୦ ନିରନ୍ତର ସ୍ପେକ୍ଟ୍ରମ୍ ଅଧିକାଂଶ ସର୍କଲ୍‌ରେ ରହିଛି । ଏହା ପାଖରେ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଅତିକମ୍‌ରେ ୨*୧୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମସ୍ତ ୨୨ଟି ସର୍କଲ୍‌ରେ ରହିଛି ।

ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍‌ର ହାରାହାରି ବୈଧତା ୧୫.୫ ବର୍ଷ ରହିଛି ଏବଂ ଏହା ସମ୍ପୂର୍ଣ୍ଣ ରୂପେ ସ୍ପେକ୍ଟ୍ରମ୍‌କୁ ବିପଦମୁକ୍ତ କରିପାରିଛି । ଆର୍‌ଜେଆଇଏଲ୍ ପକ୍ଷରୁ ମେଗାହର୍ଜ ପିଛା ୬୦.୮ କୋଟି ଟଙ୍କା ଭଳି ପ୍ରଭାବୀ ମୂଲ୍ୟରେ ଅତ୍ୟନ୍ତ ଦକ୍ଷ ଢଙ୍ଗରେ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି ।

ଉନ୍ନତ ସ୍ପେକ୍ଟ୍ରମ୍ ଉପସ୍ଥିତି ସହିତ ନିରବଚ୍ଛିନ୍ନ ସ୍ପେକ୍ଟ୍ରମ୍ ଉପଲବ୍ଧତା ଏବଂ ସର୍ବଭାରତୀୟ ସ୍ତରରେ ମୂତୟନ ହୋଇଥିବା ଭିତିଭୂମିକୁ ନେଇ ଆର୍‌ଜେଆଇଏଲ୍‌ର ନେଟ୍‌ୱର୍କ କ୍ଷମତାରେ ବୃଦ୍ଧି ଘଟିଛି । ଏହା ଜରିଆରେ ଏହା ନିଜ ନେଟ୍‌ୱର୍କରେ ବର୍ତମାନ ରହିଥିବା କୋଟି କୋଟି ପୁରୁଣା ଗ୍ରାହକଙ୍କ ସହିତ ଶହ ଶହ ନିୟୁତ ଅନ୍ୟ ଗ୍ରାହକମାନଙ୍କୁ ସେବା ଯୋଗାଇପାରିବ ।

ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌କୁ କମ୍ପାନି ୫ଜି ସେବାକୁ ରୂପାନ୍ତରିତ ହେବା ବେଳେ ଉପଯୁକ୍ତ ସମୟରେ ବିନିଯୋଗ କରାଯାଇପାରିବ, ଯେଉଁଠାରେ ଜିଓ ନିଜର ୫ଜି ଷ୍ଟାକ୍ ବିକଶିତ କରିସାରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ଭାରତୀୟ ଡିଜିଟାଲ୍ ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବା ସହିତ ଦେଶ ଦ୍ରୁ୍‌ତ ଗତିରେ ଡିଜିଟାଲ୍ ଜୀବନକୁ ଗ୍ରହଣ କରିଛି। ଆମେ ନିଶ୍ଚିତ କରୁଛୁ ଯେ ଆମେ କେବଳ ଆମର ପୁରୁଣା ଗ୍ରାହକ ନୁହେଁ ବରଂ ଡିଜିଟାଲ୍ ସେବାକୁ ଆପଣାଇବାକୁ ଥିବା ପରବର୍ତୀ ୩୦ କୋଟି ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବୁ । ଆମର ସ୍ପେକ୍ଟ୍ରମ୍ ପରିମାଣ ବୃଦ୍ଧି ପାଇଥିବାରୁ ଆମେ ଭାରତରେ ଡିଜିଟାଲ୍ ଉପସ୍ଥିତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେବା ସହିତ ନିଜକୁ ୫ଜି ପ୍ରବର୍ତ୍ତନ ପାଇଁ ପ୍ରସ୍ତୁତ କରିଛୁ ।’’

ଏହି ସ୍ପେକ୍ଟ୍ରମ୍‌କୁ ୨୦ ବର୍ଷ ପାଇଁ ବ୍ୟବହାର କରିବା ନିମନ୍ତେ ଅଧିକାର ହାସଲ କରିବା ଲାଗି ୫୭,୧୨୩ କୋଟି ଟଙ୍କାର ଦେୟ ପ୍ରଦାନ କରାଯିବ । ଏଥି ମଧ୍ୟରେ ରହିଛି ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୩୩.୭୫ ମୋଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୩୪,୪୯୧ କୋଟି ଟଙ୍କା, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୭୪.୬୦ ମେଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୧୨,୪୬୧ କୋଟି ଟଙ୍କା ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୨୮୦ ମେଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୧୦,୧୭୦ କୋଟି ଟଙ୍କା ।

ସ୍ପେକ୍ଟ୍ରମ୍ ନିଲାମର ସର୍ତାବଳୀ ଅନୁସାରେ ଡିଫରଡ୍ ପେମେଂଟ୍ ୧୮ ବର୍ଷରେ ପ୍ରଦାନ କରାଯିବ (୨ ବର୍ଷର ମୋରାଟୋରିଅମ୍ ଓ ୧୬ ବର୍ଷର ପରିଶୋଧ ଅବଧି) ଏବଂ ବାର୍ଷିକ ୭.୩% ହାରରେ ସୁଧ ଲାଗୁ ହେବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବନ୍ଦର, ଜଳପଥରେ ୨.୨୫ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ସମ୍ଭାବନା,ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ ।

ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି ।
ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦର ଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ ପ୍ରଦାନ ପାଇଁ ଉନ୍ନୀତ କରାଯାଇଛି । ପଣ୍ୟବାହୀ ଜାହାଜ ପ୍ରବେଶ ଓ ପ୍ରସ୍ଥାନ ବାବଦ ପ୍ରତୀକ୍ଷା ସମୟ ଆମ ବନ୍ଦରରେ ହ୍ରାସ ପାଉଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ଥାଇ ବୃହତ ବନ୍ଦର ଭାଦୱାନ, ପାରାଦୀପ ଓ ଦିନଦୟାଲ ବନ୍ଦ କାଣ୍ଡଲାକୁ ବିକାଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର ଜଳପଥରେ ଯେତେ ପୁଞ୍ଜିନିବେଶ କରୁଛନ୍ତି,
ସେପରି ଆଗରୁ କେବେ ହୋଇ ନ ଥିଲା । ଦେଶୀୟ ଜଳପଥରେ ପରିବହନ କମ୍ ବ୍ୟୟ ସାପେକ୍ଷ ହେବା ସ୍ଥଳେ ପରିବେଶ ଦୃଷ୍ଟିରୁ ମଧ୍ୟ ଅନୁକୂଳ । ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେ ୨୩ଟି ଜଳପଥ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛୁ । ସେ ଆହୁରି କହିଛନ୍ତି ଯେ, ଦେଶରେ ବୃହତ ଉପକୂଳରେ ୧୮୯ଟି ବତୀଘର ରହିଛି । “୭୮ଟି ବତୀଘର ସଂଲଗ୍ନ ଅଂଚଳରେ ଆମେ ପର୍ଯ୍ୟଟନର ବିକାଶ ପାଇଁ ଏହି ଯୋଜନା ତିଆରି କରିଛୁ ।

ବର୍ତ୍ତମାନ ରହିଥିବା ବତୀଘର ଗୁଡିକ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳକୁ ଏକ ଅନନ୍ୟ ସାମୁଦ୍ରିକ
ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏପରି ପଦକ୍ଷେପର ମୂଳ ଉଦ୍ଦେଶ୍ୟ” ବୋଲି ଶ୍ରୀ ମୋଦି କହିଛନ୍ତି। କୋଚି୍‌, ମୁମ୍ବାଇ, ଗୁଜରାଟ ଓ ଗୋଆରେ ନଗର ଜଳ ପରିବହନ ପ୍ରଣାଳୀ ଆରମ୍ଭ କରାଯାଇଥିବା ସେ ଘୋଷଣା କରିଥିଲେ । ସରକାର ନିକଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ପରିଣତ କରିଥିବାରୁ ସାମୁଦ୍ରିକ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି ଏବଂ ଏ କ୍ଷେତ୍ରରେ ବିକାଶ ସାମଗ୍ରିକ ଭାବେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ସରକାର ଦେଶରେ ଜାହାଜ ନିର୍ମାଣ ଓ ମରାମତି ବଜାର ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜାହାଜ କାରଖାନଗୁଡିକୁ ଜାହାଜ ନିର୍ମାଣ ଆର୍ଥିକ
ସହାୟତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବନ୍ଦର, ଜାହାଜ ଜଳପଥ ମନ୍ତ୍ରଣାଳୟ ଚାରିଶହ
ବିନିଯୋଗକ୍ଷମ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକରେ ପ୍ରାୟ ୨ଲକ୍ଷ
୨୫ହଜାର କୋଟି ଟଙ୍କାର ବିନିଯୋଗ ହୋଇପାରିବ । ଭାରତୀୟ ସାମୁଦ୍ରିକ ଦୃଶ୍ୟପଟକୁ ସରକାର ଅଗ୍ରାଧିକାର ଦେଉଥିବା ସେ କହିଛନ୍ତି । ସାଗର ମନ୍ଥନ ସାମୁଦ୍ରିକ ବାଣିଜ୍ୟିକ ଭୂଭାଗ ସଚେତନତା କେନ୍ଦ୍ର ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି । ଏହି ତଥ୍ୟ ପଦ୍ଧତି ସାମୁଦ୍ରିକ ସୁରକ୍ଷା, ଖୋଜିବା ଓ ଉଦ୍ଧାର ସାମର୍ଥ୍ୟ ନିରାପତ୍ତା ଓ ସାମୁଦ୍ରିକ ବାତାବରଣ ନିରାପତ୍ତା ଅଧିକ ପ୍ରଭାବୀ ଢଙ୍ଗରେ ପାଳନ କରିବ ।

ସରକାର ବନ୍ଦରଭିତ୍ତିକ ବିକାଶ ନିମନ୍ତେ ସାଗରମାଳା ପ୍ରକଳ୍ପ ୨୦୧୬ରେ ଘୋଷଣା କରିଛନ୍ତି ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ପ୍ରାୟ ଛଅଲକ୍ଷ କୋଟି ଟଙ୍କାର ୫୭୪ଟି ପ୍ରକଳ୍ପ ୨୦୧୫ରୁ ୨୦୩୫ମଧ୍ୟରେ ତ୍ୱରାନ୍ୱିତ କରିବା ପାଇଁ ଚିହ୍ନଟ କରାଯାଇଛି । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି ପୁଞ୍ଜ ନିର୍ମାଣ କରାଯିବ । ଘରୋଇ ଜାହାଜ ପୁନଃପ୍ରକ୍ରିୟାକରଣ ଶିଳ୍ପ ଜରିଆରେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରାଯିବ । ହଂକଂ ଆର୍ନ୍ତଜାତିକ କନଭେନସନ ଅନୁସାରେ ଭାରତ ପୁନଃପ୍ରକ୍ରିୟାକରଣ ଜାହାଜ ଆଇନ-୨୦୧୯ ପ୍ରଣୟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରି
ବିଶ୍ୱର ଶ୍ରେଷ୍ଠ ବିଷୟଗୁଡିକୁ ଆମେ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
ବିମଷ୍ଟେକ ମାଧ୍ୟମରେ ବାଣିଜ୍ୟ ଓ ଆର୍ଥିକ ସଂଯୋଗ ଉପରେ କାମ ଜାରି ରଖିବା ସହ ଭାରତ ଆଗାମୀ ୨୦୨୬ ମସିହା ସୁଦ୍ଧା ପାରସ୍ପାରିକ ରାଜିନାମା ଲାଗୁ କରିବ ।
ବିଭିନ୍ନ ଦ୍ୱୀପର ଭିତିଭୂମି ଓ ପରିବେଶର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ଅକ୍ଷୟଶକ୍ତିର ଉପଯୋଗ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶର ପ୍ରମୁଖ ବନ୍ଦରଗୁଡିକରେ ସରକାର ସୌର ଓ ପବନ ଶକ୍ତି ସମ୍ପନ୍ନ ଶକ୍ତି ଉପଯୋଗ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦେଶରେ ତିନିଟି ପର୍ଯ୍ୟାୟରେ ଭାରତୀୟ ବନ୍ଦରଗୁଡିକରେ ଏହାର ଉପଯୋଗ ହେଲେ ଆଗାମୀ ୨୦୩୦ ସୁଦ୍ଧା ବ୍ୟବହାରର ଶତକଡା ୬୦ଭାଗ ଅକ୍ଷୟ ଶକ୍ତି ଉତ୍ସରୁ ଉପଯୋଗ ହେବ । ଉପସଂହାରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପୁଞ୍ଜିନିବେଶକାରୀଙ୍କୁ ଏତିକି କହୁଛନ୍ତି ଯେ, “ଭାରତର ଦୀର୍ଘ ଉପକୂଳ ଆପଣମାନଙ୍କ ପ୍ରତୀକ୍ଷାରେ ଅଛି, ଭାରତର ପରିଶ୍ରମୀ ଜନସାଧାର ଆପଣମାନଙ୍କ ଅପେକ୍ଷାରେ ଅଛନ୍ତି। ଭାରତ ଆପଣମାନଙ୍କ ବାଣିଜ୍ୟିକ ଲକ୍ଷ୍ୟଭୂମି ହେଉ । ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଭାରତୀୟ ବନ୍ଦର ଆପଣଙ୍କ ବନ୍ଦର ବିବେଚିତ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁଜୁକି ମୋଟରରେ ଯୋଗଦେବେ ୧୭୨ ସରକାରୀ ଆଇଟିଆଇ ଛାତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ପୁଣି ବ୍ରହ୍ମପୁର ଆଇଟିଆଇର ୧୭୨ ଜଣ ଛାତ୍ର ଗୁଜରାଟ ସ୍ଥିତ ସୁଜୁକି ମୋଟର୍ସରେ ଯୋଗଦାନ ପାଇଁ ଯାଇଛନ୍ତି। ଏଥିରେ ଫିଟର, ଇଲେକ୍ଟ୍ରିସିଆନ୍‌, ମେସିନିଷ୍ଟ, ଟର୍ନର, ଡ଼ିଜେଲ୍‌/ମେକାନିକ୍‌ର ଛାତ୍ରମାନେ ଗତ ଡ଼ିସେମ୍ବର ମାସରେ ଇଣ୍ଟରଭ୍ୟୁ ହୋଇ ଚୟନ ହୋଇଥିଲା। ଆଜି ଇଂଜିନିୟରି ସ୍କୁଲର ପ୍ରିନସପାଲ୍ ଏବଂ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଗତମାସ ଫେବୃୟାରୀ ୧୭ରେ ୨୩୯ ଛାତ୍ର ଏହି କଂପାନୀରେ ଯୋଗ ଦେଇଥିଲେ। ଆଜି ପୁଣି ୧୭୨ ଜଣ ପିଲା ଚୟନ ହୋଇଥିବାରୁ ଅନୁଷ୍ଠାନର ନାମ ଆହୁରି ଜାତୀୟସ୍ତରରେ ପହଞ୍ଚିବ ବୋଲି ଅଧ୍ୟକ୍ଷ କହିଥିଲେ। ମାସିକ ୧୯ହଜାର ୪୦୦ ଟଙ୍କାରେ ପିଲାମାନେ କଂପାନୀରେ କାମ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଶ୍ରମିକ, କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ନେଇ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ, କୃଷିକ୍ଷେତ୍ର ଓ କୃଷକଙ୍କ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ଏକ ଦାବିପତ୍ରଙ୍କୁ ଶ୍ରମଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ସେମାନେ ଅଭିଯୋଗ କରିଛନ୍ତି ରାଜ୍ୟରେ ୨୨ ବର୍ଷ ବିଜେଡ଼ି ଶାସନରେ ମଧ୍ୟ ଜିଲ୍ଲାରେ କୌଣସି ଶିଳ୍ପ, କାରଖାନା ଓ କୃଷିର ବିକାଶ ହୋଇନାହିଁ। ପ୍ରାୟ ୭ ଲକ୍ଷ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କୃଷକ ଏବଂ ଶ୍ରମିକଙ୍କ ପାଇଁ ଯେଉଁ ଆଇନମାନ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବେଖାତିର କରୁଛନ୍ତି।

ଅନ୍ୟ ରାଜ୍ୟରେ ଶ୍ରମିକଙ୍କୁ କରୋନା ସମୟରେ ୧୨ହଜାର ସାହାଯ୍ୟ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରେ ମାତ୍ର ୧୫ଶହ ଟଙ୍କା ଦେଇ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ଜିଲ୍ଲାରେ ଜମିକୁ ପାଣିର ଅଭାବ, ଶୀତଳଭଣ୍ଡାର ଅଭାବ ଓ ଚାଷୀଙ୍କୁ ବିହନ ସୁଲଭ ଦରରେ ଯୋଗାଇଦେବାରେ ସରକାର ବିଫଳ।

ଜିଲ୍ଲାରେ ମଦବେପାର ବେଧଡ଼କ ଚାଲିଥିବାବେଳେ ଶିଳ୍ପ ପ୍ରତିଷ୍ଠାନ ଶୂନ ରହିଛି। ମଦ ମାଫିଆ, ବାଲିମାଫିଆମାନେ ଜିଲ୍ଲାରେ ସମାନ୍ତରାଳ ଶାସନ ବ୍ୟବସ୍ଥା ଚଳାଇଛନ୍ତି। ଖଣିଜ ସଂପଦ ଲୁଣ୍ଠନ ହେବା ସହ ସାମାଜିକ ସୁରକ୍ଷା ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ୪୪ଟି ଶ୍ରମ ଆଇନ ବାତିଲ ସହ ୪ଟି ଲେବର କୋଡ଼ରେ ସୀମିତ କରି ଶ୍ରମିକଙ୍କ ଅଧିକାରକୁ ଜବତ କରିବାକୁ ହୀନ ଚକ୍ରାନ୍ତ କରାଯାଇଛି।

ତେଣୁ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଶ୍ରମିକ, କୃଷି, କୃଷକ, ବେକାରୀ, ଦାଦନ ଓ ଗରିବଲୋକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ରଂଜନ ତରେଇ, ସୌଭାଗ୍ୟ ସାସମଲ, ଆରତୀ ପଟ୍ଟନାୟକ, ସ୍ମୃତିମୟୀ ପଟ୍ଟନାୟକ, ରଂଜିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ବ୍ଲକ୍ ଜେ.ଇ.: ୨ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସଂପତ୍ତି ସହ ମିଳିଲା ନଗଦ ୬୦ ଲକ୍ଷ ଟଙ୍କା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ବ୍ରହ୍ମପୁର ଭିଜିଲାସ ଏସ୍‌ପି ଭାବେ ଶାନ୍ତୁନୁ ପାଢ଼ୀ ଦାୟିତ୍ୱ ନେବା ପରେ ପରେ ହିଁ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଶ୍ରୀ ପାଢ଼ୀ ଦାୟିତ୍ୱ ନେବାପରେ ଦୁର୍ନୀତିଖୋର୍ ଅଫିସରଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ଆଜି ବ୍ରହ୍ମପୁର ଭିଜିଲାନସ କାର୍ଯ୍ୟାଳୟ ପକ୍ଷରୁ ସ୍ପେଶାଲ ୱାରେଣ୍ଟ ବଳରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଜେ.ଇ. କେ. ନାଗେଶ୍ୱର ସେନାପତିଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ସକାଳୁ ସକାଳୁ ଅଫିସରମାନେ ପାରଳାଖେମୁଣ୍ଡି ଜଗନ୍ନାଥ ବିହାରରେ ଥିବା ଦୁଇମହଲା କୋଠା, ମିନିଗାମ୍ ମୌଜାରେ ଥିବା ଫ୍ଲା ଆସ୍ ଇଟା ତିଆରି କାରଖାନା, ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ଗୋଲଡ଼େନ୍ ଟାୱାରରେ ରହୁଥିବା ସଳାଙ୍କ ଘର, ଶେରଗଡ କୁଲାଡ଼ ଗ୍ରାମର ପୈତୃକ ଘର, ରାୟଗଡ଼ା ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ, ରାୟଗଡ଼ାରେ ଥିବା ଅଫିସ୍ କ୍ୱାଟରେ ଚଢ଼ାଉ ହୋଇଥିଲା।

ଚଢ଼ାଉ ପରେ ତାଙ୍କ ନିକଟରେ ଦୁଇକୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଅସ୍ଥାବର ସଂପତ୍ତି ଥିବା ଭିଜିଲାନସ ବିଭାଗ ଆକଳନ କରିଛି। ପାରଳାଖେମୁଣ୍ଡିରେ ଥିବା ଘରର ମୂଲ୍ୟ ୩୬ ଲକ୍ଷ ୪୬ହଜାର ୫୭୬ ଟଙ୍କା, ଫ୍ଲା ଆସ୍ ଇଟା କାରଖାନାର ମୂଲ୍ୟ ୨୧ ଲକ୍ଷ ୯୨ହଜାର ୧୬୪ ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୭ଟି ପ୍ଲଟ୍ ଯାହର ମୂଲ୍ୟ ୭ ଲକ୍ଷ ୫୫ହଜାର ୫୦୫ ଟଙ୍କା, ଅନ୍ୟମାନଙ୍କ ନାମରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୨୯ହଜାର, ଖୋର୍ଦ୍ଧାରେ ଥିବା ଏକ ପ୍ଲଟ୍ ଯାହାର ମୂଲ୍ୟ ୧୬୯୫୫ ଟଙ୍କାର ସଂପତ୍ତି ସହ ଘରକରଣା ସାମନା ଯାହାର ମୂଲ୍ୟ ୪ଲକ୍ଷ ୬୯ହଜାର ୪୫୯ଟଙ୍କା, ନଗଦ ୬୦ଲକ୍ଷ ୯୦ହଜାର ୬୪୦ ଟଙ୍କା, ୟାମା ଫେସିନୋ ଗାଡ଼ି, ସୁଇଫଟ ଡ଼ିଜାଇର କାର୍‌, ପେସନ ପ୍ରୋ ମୋଟର ସାଇକେଲ୍‌ର ମୂଲ୍ୟ ୧୦ ଲକ୍ଷ ୩୨ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ଥିବା ୬୬ଲକ୍ଷ ୮୯ହଜାର ୨୭୧ ଟଙ୍କା, ୪ଲକ୍ଷ ୩ହଜାର ୯୦ ଟଙ୍କାର ସୁନା ଅଳଙ୍କାର, ୨୫ହଜାର ୩୦ ଟଙ୍କା ରୂପା ଅଳଙ୍କାର ଆଦି ଠାବ ହୋଇଛି। ସମୁଦାୟ ସଂପତ୍ତିର ପରିମାର ୨ କୋଟି ୧୩ ଲକ୍ଷ ୪୯ହଜାର ୭୨୩ ଟଙ୍କା ଠାବ କରାଯାଇଛି।

ଶ୍ରୀ ସେନାପତି ୧୯୯୭ରେ ଚାକିରିରେ ଯୋଗ ଦେଇଥିବାବେଳେ ବର୍ତ୍ତମାନ ରାୟଗଡ଼ା ବ୍ଲକ୍‌ର ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ଘଟଣାର ଅଧିକ ଅନୁସନ୍ଧାନ କରାଯାଉଥିବା ସହ ଗତକାଲି ସମୁଦାୟ ସଂପତ୍ତିର ପରିମାଣ ହିସାବ କରି ସଠିକ୍ ଆକଳନ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ରୋଗୀମୃତ୍ୟୁକୁ ନେଇ ଗୁରୁଦେବ ହସ୍‌ପିଟାଲ୍‌ରେ ତୁମୁଳକାଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଗୁରୁଦେବ ହସ୍‌ପିଟାଲ୍ ଚର୍ଚ୍ଚାର ପରିସର ମଧ୍ୟରେ ରହି ହସ୍‌ପିଟାଲ୍‌ରେ ତାଲା ଝୁଲିଥିଲା ବର୍ତ୍ତମାନ ତାଲା ଖୋଲିବା ପରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍‌ପିଟାଲ୍ ପରିସରରେ ତୁମୁଳକାଣ୍ଡ ହୋଇଛି।

ଗତକାଲି ଗୋଳନ୍ଥରା ଥାନ ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଂଗୀତା ସାହୁଙ୍କ ମୃତ୍ୟୁ ଘଟିଥିଲା। ମେଡ଼ିକାଲ୍‌ର ଦାୟିତ୍ୱହୀନତା ଯୋଗୁଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ବୋଲି ନବୀନ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କ୍ଲିନିକ୍ କର୍ମଚାରୀମାନେ ସଂଗୀତାକୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଯାଇଛି। ସଂପୃକ୍ତ ଡ଼ାକ୍ତର, କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି।

ସୂଚନାଯୋଗ୍ୟ ସଂଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ବରିଷ୍ଠ ମହିଳା ଡ଼ାକ୍ତର ସହ ଯୋଗାଯୋଗ କରିବାରୁ ସେ ଗୁରୁଦେବ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାକୁ କହିଥିଲେ। ତାଙ୍କର ଅପରେସନ୍ ଜରୁରୀ ଥିବା କହି ଡ଼ାକ୍ତର ଆସିବା ପୂର୍ବରୁ ତାଙ୍କୁ ଅପରେସନ ଥିଏଟରକୁ ନିଆଯାଇଥିଲା। କିନ୍ତୁ ସଂଗେ ସଂଗେ ମେଡ଼ିକାଲ୍‌ର କର୍ମଚାରୀମାନେ କ’ଣ ଭୁଲ କଲେ ସଂଗୀତାଙ୍କ ଅବସ୍ଥା ଶୋଚନୀୟ ହେବା ସହ ତାଙ୍କୁ ଏମ୍‌କେସିଜିକୁ ରେଫେର କରିଦିଆଗଲା। କିନ୍ତୁ ସେଠାରେ ପହଞ୍ଚିଲା ବେଳେକୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତେବେ ଆଜି ହସ୍‌ପିଟାଲ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ କରି ବିଜେପିର କର୍ମୀଙ୍କ ସହ ରୋଗୀଙ୍କ ସଂପର୍କୀୟ ହସ୍‌ପିଟାଲ୍ ସାମ୍ନାରେ ମୃତଦେହ ରଖି ରାସ୍ତାରୋକ ସହ ପାଟିତୁଣ୍ଡ କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗୁରୁଦେବ ମାଲିକଙ୍କୁ ଗିରଫ, ମେଡ଼ିକାଲକୁ ବନ୍ଦ କରିବା ସହ ଡ଼ାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ କରାଯାଇଥିଲା। ପରେ ମେଡ଼ିକାଲ୍ କର୍ମକର୍ତ୍ତା ପୋଲିସ୍ ଏବଂ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହେବା ଦ୍ୱାରା ପରିସ୍ଥିତି ଶାନ୍ତ ପଡ଼ିଥିଲା।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଗୁରୁଦେବ ହସ୍‌ପିଟାଲ୍ ନାମରେ ଏଭଳି ଗୁରୁତର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟ କରିଛି। ଗୁରୁଦେବ ହସ୍‌ପିଟାଲ୍‌ର ସହ ପ୍ରଶାସନର ଥିବା ମଧୁଚନ୍ଦ୍ରିକା ଏଠି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଅନଭିଜ୍ଞ କର୍ମଚାରୀ ଏବଂ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ବାରମ୍ବାର ରୋଗୀ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହି ମଣିଷ ମରା ମେଡ଼ିକାଲ୍‌କୁ ପ୍ରଶାସନ କିଭଳି ଖୋଲିବାକୁ ପୁଣିଥରେ ଅନୁମତି ଦେଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହେଲା ସମାଜମଙ୍ଗଳ ହୁଣ୍ଡି

କୃଷ୍ଣଶରଣପୁର/ପଟିଆ: ସମାଜରେ ଅସହାୟ କର୍କଟ ପୀଡିତ/ପୀଡ଼ିତାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ମୋହିତ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ କୃଷ୍ଣଶରଣପୁର ମାର୍କେଟ କମ୍ପେ୍ଲକ୍ସ, ପଟିଆ, ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି।

ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀକା ଲିପିକା ରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ବେହେରା, ଦୀପକ କୁମାର ବାରିକ, ରୋହିତ କୁମାର ନାୟକ, ସମାଜସେବୀ ଭୁବନ ମୋହନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୋହିତ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମଲ୍ଲିକ, ଉପସଭାପତି ସୁରେନ୍ଦ୍ର ସାହୁ, ଅଗ୍ରଣୀ ସଭ୍ୟ ନିହାର ରଞ୍ଜନ ଦାଶ ଓ କୁନିଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମୋହିତ ଫାଉଣ୍ଡେସନର ଅଧ୍ୟକ୍ଷ ସୀମାଞ୍ଚଳ ପତ୍ରି ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୮, କଟକରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୪, ବରଗଡରୁ ୩, ବାଲେଶ୍ଵରରୁ ୨, କୋରାପୁଟରୁ ୨, ପୁରୀରୁ ୨, ରାୟଗଡାରୁ ୨, ବଲାଙ୍ଗୀରିରୁ ୧, କେନ୍ଦୁଝରରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୩୫୧ କୁ ବୃଦ୍ଧି ହୋଇଛି। ତେବେ ୬୭୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ର ଦେଖିବେ ରାଜ୍ୟପାଳ: ବଲିଉଡରୁ ଆସୁଛନ୍ତି କାଳକାର

ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ଓଡ଼ିଶାର ସିଲ୍‌ଭର ଗାନ୍ଧୀ ବେଶ୍ ଚର୍ଚ୍ଚିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’।

ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି।

ଏଥି ସହିତ ସାରା ଓଡ଼ିଶାରେ ଖଦୀର ପ୍ରଚାର ଓ ପ୍ରସାର ସହିତ ଅହିଂସା, ଶାନ୍ତି, ସଦ୍‌ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସାଇରାମ ଗାନ୍ଧୀ ସାରା ରାଜ୍ୟ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପଦକ୍ଷେପ ନେଇଛନ୍ତି।

ଏହି ଅବସରରେ ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ରକୁ ଓଡ଼ିଶାର ରାଜ୍ୟପାଳ ଦେଖିବେ ବୋଲି ସିଲ୍‌ଭର ଗାନ୍ଧୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଡ଼ିନି ମହାମାରୀର ପ୍ରଭାବ: ସୋଆର ୮୫ ପ୍ରତିଶତ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚ୍‌ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି।

କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ। ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ୍‌, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ୍‌, ଡେଲଏଟ୍‌, ଏଚ୍‌ପି ଆଇଏନ୍‌ସି, ଟେମେନସ୍‌, ଇନ୍‌ଫର୍ମାଟିକା,ଏମ୍‌ଏକ୍‌ୁ୍ୟ ସଫ୍ଟୱେୟାର୍‌, ଏନ୍‌ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି। ମହାମାରୀ ସତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି।

ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍‌ଫୋସିସ୍‌, ୱିପ୍ରୋ, କଗ୍ନିଜାଂଟ, କେପ୍‌ଜେମିନି, ଡିଏକ୍ସସି, ହେକ୍ସାୱେର୍‌, ଏଚ୍‌ସିଏଲ୍‌, ଏନ୍‌ଆଇଆଇଟି ଟେକ୍ନୋଲୋଜିସ୍‌, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍‌, ଇନ୍‌ଫୋଗେନ୍‌, ଟୁଡିପ ଟେକ୍ନୋଲୋଜିସ୍‌, ଭି-କନ୍‌ଷ୍ଟ୍ରକ୍ଟ, ଏନ୍‌ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି।

ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍‌ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି। କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାର ଶେଷ ସୁଦ୍ଧା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।

ଚଳିତ ବର୍ଷ ଆଇଟିଇଆର୍‌ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ। ଏହା ବ୍ୟତୀତ ସୋଆର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ କର୍ପୋରେଟ୍ ସୋଆ କ୍ୟାମ୍ପସ୍‌ରେ ସେମାନଙ୍କର ହବ୍ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟ୍ରିରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟ୍ୟୁଡ୍ ଏବଂ କାଉନ୍‌ସେଲିଂ କ୍ଷେତ୍ରରେ ଉତ୍କୃଷ୍ଟ ଧରଣର ଟ୍ରେନିଂ କାର୍ଯ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି ଆଶା କରାଯାଉଛି।

ସେହିପରି ଏକ ୬ ଜଣିଆ ଆଇଟିଇଆର୍ ଛାତ୍ରଛାତ୍ରୀ ଟିମ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୦ ରେ ଭାଗ ନେଇ ଓ ଷ୍ଟେଟ୍‌ମେଂଟ ଆର୍‌କେ ୫୭ (ଡିଜିଟାଲ୍ ପୋଲିସିଙ୍ଗ) ସମସ୍ୟାର ସମାଧାନ କରି ଚାମ୍ପିଅନ୍ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ସେହିପରି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ ଦ୍ୱାରା ପରିଚାଳିତ ଟିସିଏସ୍ କୋଡ୍ ଭିଟା ସିଜନ୍ ୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇଛନ୍ତି ସୋଆ ଛାତ୍ରଛାତ୍ରୀ।

କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ପୂର୍ବ ଭାରତରୁ ସର୍ବାଧିକ ସୋଆରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତିର ସୁଯୋଗ ଦେଇଥିବା ବେଳେ ୟୁଏସଏ ସ୍ଥିତ ଡେଲଏଟ୍ ପ୍ରିମିୟମ୍ କାଟେଗୋରୀ ଚଏସ୍‌ରେ ବାର୍ଷିକ ୭.୬ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ।

ଅନୁସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ଗବେଷଣା ନିମନ୍ତେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବୋରେଟୋରୀରେ ୨୨ଟି ନିର୍ଦ୍ଦିଷ୍ଟ ମନୋନୀତ ବିଷୟରେ ଗବେଷଣା କରାଯାଉଛି। ସୋଆର ଫାକଲ୍ଟି ଏବଂ ଗବେଷଣାରତ ସ୍କଲାରମାନଙ୍କର ଗବେଷଣାର ତଥ୍ୟ ନିୟମିତ ଭାବରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଜାତୀୟ ଏବଂ ଅନ୍ତର୍ଜାତୀକ ଜର୍ନାଲ୍‌ଗୁଡ଼ିକରେ ପ୍ରକାଶ ପାଉଛି।

ବିଶ୍ୱବିଦ୍ୟାଳୟର ନିଜସ୍ୱ ୭୨୬୧ଟି ସ୍କୋପସ୍ ଇଣ୍ଡେକ୍ସଡ ପବ୍ଲିକେସନ୍ ରହିଥିବା ବେଳେ ଏଚ୍ଇ ଣ୍ଡେକ୍ସ ୬୫ ରହିଛି। ସୋଆର ଗବେଷକମାନେ ବର୍ତମାନ ପର୍ଯ୍ୟନ୍ତ ୨୯୯ଟି ପ୍ୟାଟେଂଟ୍ ଦାଖଲ କରିଥିବା ବେଳେ ୫୧୫ଟି ନଭେଲ୍ ଜିନ୍ ସିକ୍ୱେନ୍ସ ଦାଖଲ କରିଛନ୍ତି। ସୋଆ ଅଧିନରେ ୯ଟି ଅନୁଷ୍ଠାନ ପରିଚାଳିତ ହେଉଛି। ସେଗୁଡ଼ିକ ହେଲା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍‌ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍।

ନ୍ୟାସ୍‌ନାଲ୍ଇ ନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୦ରେ ସୋଆ ସାରା ଦେଶରେ ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।

ସେହିପରି ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍ (ନାକ୍‌) ଦ୍ୱାରା ଏ ଗ୍ରେଡ୍ ପାଇ ରିଆକ୍ରେଡିଟେସନ୍ ହାସଲ କରିଛି ସୋଆ। ଉତ୍କୃଷ୍ଟ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପୂର୍ବଭାରତରେ ଏକ ଉଚ୍ଚକୋଟୀର କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଟିଇଆର୍‌ ଉଚ୍ଚମାନର ଶିକ୍ଷାଦାନ, ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ପରାମର୍ଶ କରି ପ୍ରସ୍ତୁତ କରିକୁଲମ୍‌. ଉଚ୍ଚଶିକ୍ଷିତ ଫ୍ୟାକଲ୍ଟି ଓ ଉଚ୍ଚମାନର ନିଯୁକ୍ତି ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି।

ଆଇଟିଇଆରର ପ୍ରୋଗ୍ରାମ୍ ଗୁଡ଼ିକୁ ଆମେରିକାର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି (ଆବେଟ୍‌) ର ମାନ୍ୟତା ମଧ୍ୟ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୮ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୫ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୯୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁଆ ସ୍କୁଲର ନିର୍ଦ୍ଧାରିତ ସମୟକୁ ପରିବର୍ତ୍ତନ କଲେ ଗଣ ଶିକ୍ଷା ବିଭାଗ

ଭୁବନେଶ୍ବର: ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳୁଆ ସ୍କୁଲର ନିର୍ଦ୍ଧାରିତ ସମୟକୁ ପରିବର୍ତ୍ତନ କରାଯାଇଛି। ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟ ୭ ଟାରୁ ୯ ଟା ପର୍ଯ୍ୟନ୍ତ ହେବ।

ସେହିପରି ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟକୁ ୮ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସକାଳ ୭ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୩୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୬୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୬ ଟି ଜିଲ୍ଲାରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୪ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ସଚିବ ସ୍ତରୀୟ ଅଧିକାରୀ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲାରେ ୩ ମାସ ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ତଦାରଖ କରିବେ।

ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀ ପାଇଲେ ନିଯୁକ୍ତି:

୧- ବଲାଙ୍ଗିର ଜିଲ୍ଲା ଦାୟିତ୍ବରେ ସୁରେନ୍ଦ୍ର କୁମାର

୨- ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ରଞ୍ଜନା ଚୋପ୍ରା

୩- ଗଜପତି ଜିଲ୍ଲା ଦାୟିତ୍ବରେ ଭାସ୍କର ଜ୍ୟୋତି ଶର୍ମା

୪- କଳହାଣ୍ଡି ଜିଲ୍ଲା ଦାୟିତ୍ବରେ ସତ୍ୟବ୍ରତ ସାହୁ

୫- କନ୍ଧମାଳ ଜିଲ୍ଲା ଦାୟିତ୍ବରେ ମଧୁସୂଦନ ପାଢୀ

୬- କୋରାପୁଟ ଜିଲ୍ଲା ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ

୭- ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଏନ.ବି. ଜାୱେଲ

୮- ନବରଙ୍ଗପୁର ଜିଲ୍ଲା ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ

୯- ନୂଆପଡା ଜିଲ୍ଲା ଦାୟିତ୍ବରେ ବିଷ୍ଣୁପଦ ସେଠୀ

୧୦- ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ନିକୁଞ୍ଜ ଧଳ ନିଯୁକ୍ତ ହୋଇଛନ୍ତି

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକାକରଣ

ରମେଶ ମହାନ୍ତି 
ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିଃବିଭାଗ ଠାରେ ବରିଷ୍ଠ ନାଗରିକ ମାନଙ୍କର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୧.୧.୨୦୨୨ ସୁଦ୍ଧା ୬୦ ବର୍ଷ କିମ୍ବା ୬୦ବର୍ଷରୁ ଉର୍ଦ୍ଧ୍ଵ ସେମାନଙ୍କୁ ସହରାଞ୍ଚଳ ଆଶା ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟୀକା ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂହପୁର ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିରିଡ଼ି ଠାରେ ମାର୍ଚ୍ଚ ୧ ଓ ୨ ତାରିଖରେ ଟୀକାକରଣ କରାଯିବ।

ସୋମବାର ଦିନ (ଗତକାଲି)ପ୍ରଥମ ଦିବସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଠାରେ ୬୯ଜଣଙ୍କୁ ଓ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କରାଯାଇଛି।

ଉକ୍ତ ଜିଲ୍ଲା ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରମୋଦ କୁମାର ବାରିକ, ଡଃ କ୍ଷେତ୍ରବାସୀ ଦାଶ, ଡି.ପି.ଏମ୍ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଡି.ଭି.ଏଲ୍.ଏମ୍ ପାର୍ଥ ସାରଥି କରଶର୍ମା, ଭ୍ୟାକ୍ସିନେଟର ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଦିପ୍ତିମୟୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଇବର ଠକ ସକ୍ରୀୟ, ଓଟିପି ମାଗି ୨୦ ହଜାର ଲୁଟ୍‌

କେନ୍ଦ୍ରାପଡା: ବ୍ୟାଙ୍କ ସମ୍ବନ୍ଧୀୟ କୈାଣସି ତଥ୍ୟ କାହାରିକୁ ହସ୍ତାନ୍ତର ନକରିବା ପାଇଁ ବାରମ୍ବାର ସୂଚନା ଦିଆଯାଉ ଥିଲେ ମଧ୍ୟ ସାଇବର ଠକମାନେ ଏଟିଏମ୍ କାର୍ଡଥିବା ଖାତାଧାରୀ ମାନଙ୍କୁ ବିଭିନ୍ନ ପ୍ରକାର କଥାରେ ପ୍ରଲୋଭିତ କରି ଲୁଟ କରୁଥିବା ଅଭିଯୋଗ ହେଉଛି।

କରିଲୋପାଟଣା ପଂଚାୟତର ସନ୍ଥପଡା ଗ୍ରାମର ଆଶୁତୋଷ ରାଉଳଙ୍କୁ ତୁମ ଆକାଉଣ୍ଟ ସିଜ ହୋଇଯିବ ଟଙ୍କା ଉଠାଇ ପାରିବ ନାହିଁ ଆଦି କଥାକହି ଓଟିପି ନମ୍ବର ମାଗିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଓଟିପି ନମ୍ବର ଦେବାପରେ ତାଙ୍କ ଆକାଉଣ୍ଟରୁ ଠକମାନେ ୨୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଏନେଇ ଶ୍ରୀ ରାଉଳ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଗ୍ୟାସ ସିଲିଣ୍ଡର ଫାଟି ଯୁବକଙ୍କ ଅବସ୍ଥା ସଂକଟାପର୍ଣ୍ଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦରଥାନା ଅଧିନ କପାଳେଶ୍ୱର ପଂଚାୟତର କପାଳେଶ୍ୱର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସେହି ଗ୍ରାମର ସାବିର ମହମ୍ମଦଙ୍କ ଘରେ ରୋଷେଇ ଚାଲୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏଥିରେ ସାବିର୍ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭିନ୍ନମତ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭିସୁଟରେ ୨୫ ଜଣ ଛାତ୍ରଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ ଥିଲା: ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ

ଭୁବନେଶ୍ବର: ବୁର୍ଲାସ୍ଥିତ ଭିସୁଟରେ ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଭୁଲ ବୋଲି କୁହାଯାଇଛି। ୨୫ ଜଣ ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା। ହେଲେ ତାହା ଭୁଲ ରିପୋର୍ଟ ଏବଂ ଏହି ପରୀକ୍ଷା କିଟ ଖରାପ ଥିବାରୁ ଏଭଳି ଭୁଲ ରିପୋର୍ଟ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ଭିସୁଟରେ କେହି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ପୁନର୍ବାର ଆରଟିପିସିଆର ଟେଷ୍ଟ ପରେ ସମସ୍ତ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଛି।