ନୂଆଦିଲ୍ଲୀ : କେରଳର କୋଝିକୋଡ ଜିଲ୍ଲାରେ ନିପା ଭାଇରସର ଏକ ମାମଲା ସାମ୍ନାକୁ ଆସିଛି । କେରଳର କୋଝିକୋଡ ଜିଲ୍ଲାରେ ୩ ସେପ୍ଟେମ୍ବର ୨୦୨୧ରେ ଏନ୍ସେଫାଲାଇଟିସ୍ ଏବଂ ମାୟୋକାର୍ଡିଟିସ ଲକ୍ଷଣ ଥିବା ଏକ ୧୨ବର୍ଷର ବାଳକକ ନିପା ଭାଇରସ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଏହି ଭାଇରସ୍ ବାଦୁଡିର ସାଲିଭା ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଶିଶୁଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଆଜି ସକାଳେ ତା’ର ମୃତ୍ୟୁ ଘଟିଛି । କେନ୍ଦ୍ର ସରକାର ପଠାଇଥିବା ଏନସିଡିସିର ଏକ ଟିମ୍ ଆଜି ରାଜ୍ୟରେ ପହଞ୍ଚୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିମ୍ନ ଲିଖିତ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି : ୧) ପରିବାର, ଗାଁ ଏବଂ ବିଶେଷଭାବରେ ମାଲପ୍ପୁରମ ଭଳି ସମାନ ଭୌଗୋଳିକ ପରିସ୍ଥିତି ଥିବା ସ୍ଥାନଗୁଡିକରେ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବା । ୨) ଗତ ୧୨ଦିନ ମଧ୍ୟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ…
Author: Samikhsya Bureau
ନୂଆଦିଲ୍ଲୀ, ଛାତ୍ରମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶର ସମନ୍ୱୟ ଘଟାଇବା ଦାୟିତ୍ୱ ଶିକ୍ଷକ ସମାଜର; ଜଣେ ଉତ୍ତମ ଶିକ୍ଷକ ହେଉଛନ୍ତି ବ୍ୟକ୍ତିତ୍ୱ ଗଠନର ପ୍ରକୃତ ନିର୍ମାତା, ଜଣେ ସମାଜ ନିର୍ମାତା ଏବଂ ଜଣେ ରାଷ୍ଟ୍ର ନିର୍ମାତା ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମତ ପୋଷଣ କରିଛନ୍ତି । ଆଜି ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ଉତ୍ସବରେ ଭର୍ଚୁଆଲ ମୋଡ଼ରେ ଦେଶର ୪୪ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବା ବେଳେ ସେ ଏହି ମତ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଉଥିବା ସମସ୍ତ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ଓ ସେମାନଙ୍କ ବିଶେଷ ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଲେ ଯେ କେବଳ ଉତ୍ତମ ଭାବେ ପ୍ରଶିକ୍ଷିତ ତଥା ଉତ୍ସର୍ଗୀକୃତ ଶିକ୍ଷକମାନଙ୍କ ହାତରେ ହିଁ ଆମମାନଙ୍କ ଭବିଷ୍ୟତ ପିଢ଼ି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ତାରିଖ ଦିନ ଶିକ୍ଷକ ପର୍ବର ଉଦ୍ଘାଟନୀ ଆଲୋଚନା ଚକ୍ରରେ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ଭାଷା ଶବ୍ଦ କୋଷ ଯାହା ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାର ପ୍ରକାଶିତ ତାହା ଦିବ୍ୟାଙ୍କ ମାନଙ୍କ ନିମନ୍ତେ ଉନମୋଚନ କରିବେ। ଦୃଷ୍ଟିହୀନଙ୍କ ପାଇଁ କଥା ପୁସ୍ତକ, ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୁଣାତ୍ମକ ପ୍ରତିଶ୍ରୁତି, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋର୍ଟାଲର ଶୁଭାରମ୍ଭ କରିବେ । ଶିକ୍ଷକ ପର୍ବ-୨୦୨୧ ହେଉଛି “ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଲାଭ, ଉଦ୍ଭାବନାତ୍ମକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ନିରନ୍ତରତା ଶିକ୍ଷାର ଓ ଗୁଣାତ୍ମକମାନ ବିକାଶ ଦେଶବ୍ୟାପୀ ବଜାୟ ରଖିବା ପାଇଁ…
ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ କୃଷକ ଏହି ମହାପଞ୍ଚାୟତରେ ପହଞ୍ଚିଥିଲେ। ବହୁ ସଂଖ୍ୟାରେ ଏକାଠି ହୋଇଥିବା କୃଷକମାନେ ଏହି ତିନୋଟି କୃଷି ଆଇନ ରଦ୍ଦ କରିବାକୁ ଦାବି କରିଥିଲେ। ଏହି ଅବସରରେ ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାଏତ ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ମୁଜାଫରନଗରରେ ଆୟୋଜିତ କିଷାନ ମହାପଞ୍ଚାୟତରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପିର ଜଣେ ବାହାର ଲୋକ ବୋଲି ରାକେଶ ଟିକାଏତ କହିଛନ୍ତି। ସେ କହିଛନ୍ତି ଯେ, ୟୁପି ଆସିଥିବା ତିନି ନେତାଙ୍କ ଗୁଜୁରାଟ ଏବଂ ଉତ୍ତରାଖଣ୍ଡ ସହ ଲିଙ୍କ ରହିଛି। ଏଥି ସହ କିଷାନ ମହାପଞ୍ଚାୟତର କୃଷକ ମଞ୍ଚରୁ ବିଜେପି ବିରୋଧରେ ସ୍ଲୋଗାନ ମଧ୍ୟ ଉଠିଥିଲା। କିଷାନ ମହାପଞ୍ଚାୟତରେ ରାକେଶ ଟିକାଏତ କହିଛନ୍ତି ଯେ, ଆମେ ସଂକଲ୍ପ ନେଇଛୁ କି ଆମେ ଧାରଣାସ୍ଥଳ ଛାଡ଼ିବୁ ନାହିଁ,…
ସ୍ୱାସ୍ଥ୍ୟ ଟିପ୍ସ: ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକମାନେ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆପଣ କ’ଣ ଖାଉଛନ୍ତି, ଆପଣ କିପରି ଖାଉଛନ୍ତି, ଆପଣ କେତେ ଖାଉଛନ୍ତି ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି ସେଥିପ୍ରତି ଖୁବ୍ କମ୍ ଲୋକ ଧ୍ୟାନ ଦିଅନ୍ତି। କିନ୍ତୁ ଏହାକୁ ଅଣଦେଖା କରିବାରେ ଭୁଲ୍ କରନ୍ତୁ ନାହିଁ। ଠିକ୍ ସମୟରେ ଖାଦ୍ୟ ଖାଇବା ଆପଣଙ୍କୁ ସୁସ୍ଥ ଏବଂ ଫିଟ୍ ରଖେ। ଆଜି ଆମେ ଆପଣଙ୍କୁ ଖାଦ୍ୟ ଖାଇବାକୁ ଉପଯୁକ୍ତ ସମୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣ ଜାଣନ୍ତି କି ଖାଦ୍ୟ ଖାଇବାର ଅନେକ ମିନିଟ୍ ପରେ ମଧ୍ୟ ଆମର ପେଟ ଏବଂ ମସ୍ତିଷ୍କ ବୁଝିପାରୁ ନାହିଁ ଯେ, ପେଟ ଭରିଛି ନା ଆହୁରି ବାକି ଅଛି। ଅନେକ ଥର ଦ୍ରୁତ ଖାଇବା ଦ୍ଵାରା ଆବଶ୍ୟକ ଠାରୁ ଅଧିକ ଖାଦ୍ୟ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଗତ ସନ୍ଧ୍ୟାରେ କୋଚ୍ ରବି ଶାସ୍ତ୍ରୀଙ୍କ ଲେଟରଲ୍ ଫ୍ଲୋ ପରୀକ୍ଷା ପଜିଟିଭ ଆସିଥିଲା। ଏହା ପରେ ବିସିସିଆଇ ମେଡିକାଲ୍ ଟିମ୍ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସମେତ ଚାରିଜଣ ସଦସ୍ୟଙ୍କୁ ପୃଥକ କରିଛି। ରବି ଶାସ୍ତ୍ରୀ, ବୋଲିଂ କୋଚ୍ ବି ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ଫିଜିଓଥେରାପିଷ୍ଟ ନିତିନ ପଟେଲଙ୍କୁ ବିସିସିଆଇ ପୃଥକ କରିଛି। ବିସିସିଆଇ କହିଛି ଯେ, ତାଙ୍କର ଆରଟି- ପିସିଆର ପରୀକ୍ଷା ହୋଇଛି। ତେବେ ଡାକ୍ତରୀ ଦଳ ନିଶ୍ଚିତ ନହେବା ପର୍ଯ୍ୟନ୍ତ ସେମାନେ ଟିମ୍ ଇଣ୍ଡିଆ ସହିତ ଯାତ୍ରା କରିବେ ନାହିଁ। ବିସିସିଆଇ ଅନୁଯାୟୀ, ଟିମ୍ ଇଣ୍ଡିଆର ଅବଶିଷ୍ଟ ସଦସ୍ୟମାନଙ୍କୁ ଗତକାଲି ରାତିରେ ପରୀକ୍ଷା କରାଯାଇଥିଲା। ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳୁଛି। ଏପରି ପରିସ୍ଥିତିରେ, କୋଭିଡ ନେଗେଟିଭ ରିପୋର୍ଟ ଥିବା ସଦସ୍ୟମାନଙ୍କୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ଏକ ନୂତନ ମାଇଲ ଖୁଣ୍ଟ ହେବ। ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ ଲେଖାଏ, ସମୁଦାୟ ୧୦୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ ଉପକ୍ରମ ସଂପର୍କରେ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍,…
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ବଡ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୬ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। କୋରାପୁଟ, ଗଜପତି, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୭ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡା, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ସକାଳ ୮ ଟା ୩୦ ମିନିଟରୁ ବୁଧବାର ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାଗୁଡିକରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର -ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବାଲୁଗାଁ ଅଶୋକ ନଗରସ୍ଥିତ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସଭାଗୃହଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଲିକ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ ଶିବିରରୁ ମୋଟ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ ଶିବିରକୁ ସଭାପତି ଗୋପାଳ ଚନ୍ଦ୍ର ନାୟକ, ପ୍ରଥମ ମହିଳା ଅଞ୍ଜନା ନାୟକ, ସମ୍ପାଦକ ସଚ୍ଚିଦାନନ୍ଦ ସେଠୀ, ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ପ୍ରବୀଣ କୁମାର ଜେନା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ପଦ୍ମନାଭ ମାଝି, ଅନଙ୍ଗଭୀମ ବିଶ୍ବାଳ, ଜଗଦୀଶପ୍ରସାଦ ଲାଖୋଟିଆ, ଅଶୋକ କୁମାର ପାତ୍ରଙ୍କ ସମେତ ସଭ୍ୟ ଗଗନ ବିହାରୀ ବେହେରା, ହିମାଂଶୁ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ଶ୍ୟାମସୁନ୍ଦର ପୃଷ୍ଟି ପ୍ରମୂଖ ପରିଚାଳନା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରs ଚାରି ଶହ ତେୟାଳଶୀ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ବାରା ଉପକୃତ ହେଉଛନ୍ତି । ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଏକ ରୋଲ ମଡେଲ ହେଉ ବୋଲି ସେ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଅବସରରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡଃ…
କନ୍ଦର୍ପ ବେହେରା ରେଢାଖୋଲ:-ତାଙ୍କର ଖେଳ ପ୍ରତି ବହୁତ ଆଗ୍ରହ। ଉଚ୍ଚ ଶିକ୍ଷିତ ହୋଇ ଜଣେ ଫର୍ମାସିଷ୍ଟ ଭାବରେ କୃତିତ୍ୱ ହାସଲ କରି ମଧ୍ୟ ସରକାର ତାଙ୍କୁ ଚାକିରି ଖଣ୍ଡିଏ ଦେଇ ପାରି ନ ଥିଲେ। ଜୀବନରେ ଯେଉଁ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନ ତାଙ୍କର ଅଧୁରା ରହିଗଲା। ସେ ଭାବିଥିଲେ ଚାକିରି କରି ପେଟ ପୋଷିବାକୁ ହେଲେ ଚାକିରି ପଛରେ ନ ଗୋଡାଇ ଲୋକମାନଙ୍କର ସେବା କରିବାରେ ଲାଗି ପଡିଲେ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ କ୍ରିକେଟ ଖେଳ ଅମ୍ପାୟାରିଙ୍ଗ କରି ବେଶ୍ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ସେ। ଖେଳ ନାଁ ଶୁଣିଲେ ଔଷଧ ଦୋକାନ ବନ୍ଦ କରି ସେ ଧାଇଁ ଯାଆନ୍ତି ସେଇ ସ୍ଥାନକୁ। କ୍ରିକେଟ ଅମ୍ପାୟାରିଙ୍ଗ ସହ ଯେ କୌଣସି ଖେଳର ଧାରା ବିବରଣୀ ହିନ୍ଦି ଓ ଓଡିଆରେ ଶୁଦ୍ଧ ଭାବରେ ଦେଇଥାନ୍ତି। ସେ ହେଲେ ବିଶୁ ମହାରଣା। ଜନ୍ମ ସମ୍ବଲପୁର ଜିଲ୍ଲା ରେଢାଖୋଲରେ। ହେଲେ ତାଙ୍କର ପୈତୃକ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୯୦, କଟକରୁ ୭୪, ବାଲେଶ୍ବରରୁ ୪୭, ପୁରୀରୁ ୩୯, ଯାଜପୁରରୁ ୩୧, କେନ୍ଦ୍ରାପଡାରୁ ୨୭, ମୟୂରଭଞ୍ଜରୁ ୨୭, ଜଗତସିଂହପୁରରୁ ୨୨, ଅନୁଗୁଳରୁ ୧୮, ନୟାଗଡରୁ ୧୭, ସୁନ୍ଦରଗଡରୁ ୧୬, ସମ୍ବଲପୁରରୁ ୧୫, ବରଗଡରୁ ୧୩, ଢେଙ୍କାନାଳରୁ ୧୧, ଦେବଗଡରୁ ୧୦, ଭଦ୍ରକରୁ ୭, ଗଞ୍ଜାମରୁ ୭, ବଲାଙ୍ଗୀରିରୁ ୬, କୋରାପୁଟରୁ ୬, କଳାହାଣ୍ଡିରୁ ୪, ମାଲକାନଗିରିରୁ ୪, ଗଜପତିରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ନୂଆପଡାରୁ ୨, କନ୍ଧମାଳରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୭ ହଜାର ୬୩ ଜଣ ସୁସ୍ଥ…
ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ଟୁଡୁ ଅସୁସ୍ଥତା କାରଣରୁ ଓଡିଶା ଆସି ପାରି ନ ଥିଲେ । ଆରୋଗ୍ୟ ଲାଭ କରି ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆସନ୍ତା କାଲି ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ମନ୍ତ୍ରୀ ପଦ ଦାୟୀତ୍ୱ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ୱର, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ବାରିପଦା, ରାଇରଂଗପୁର ସାଂଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ଏବଂ ସାମାଜିକ ଅନୁଷ୍ଠାନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଭୂବନେଶ୍ୱର ପହଂଚିବା ପରେ ସେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଏହାପରେ ସେ ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ…
ନୂଆଦିଲ୍ଲୀ: ଛୋଟ ଛୋଟ ଏବଂ ରକ୍ତ ପିଉଥିବା ଶତ୍ରୁମାନେ କେବଳ ଆପଣଙ୍କୁ କାମୁଡ଼ିବେ ନାହିଁ, ବରଂ ଆପଣଙ୍କ ପାଇଁ ସାଂଘାତିକ ମଧ୍ୟ ହୋଇପାରନ୍ତି। ଠିକ୍ ସମୟରେ ସେମାନଙ୍କ ସହିତ ମୁକାବିଲା କରିବା ଭଲ। ସେମାନଙ୍କ ମଧ୍ୟରୁ ଅନେକ ପ୍ରଜାତି ଅଛନ୍ତି, ଯାହାର କାମୁଡ଼ାରେ ପ୍ରତିକ୍ରିୟା ମଧ୍ୟ ଭିନ୍ନ ଭିନ୍ନ ଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ମଶା ଘଉଡାଇବା ମଶା ଧୂପ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କିନ୍ତୁ ମଶାଠାରୁ ରକ୍ଷା କରିବା ପାଇଁ ଆମେ ମଧ୍ୟ ଏହି ବିପଦକୁ ବାଧ୍ୟ ହୋଇ ବ୍ୟବହାର କରିଥାଉ। କିନ୍ତୁ ବର୍ତ୍ତମାନଠାରୁ ମଶା ଘଉଡାଇବା ପାଇଁ ଆପଣଙ୍କୁ ଏହି ଧୂପର ଧୂଆଁକୁ କୌଣସି ଆବଶ୍ୟକତା ରହିବ ନାହିଁ। ଆମେ ଆପଣଙ୍କୁ ଏପରି କିଛି ସୂଚନା ଦେବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ, ଚିକନଗୁନିଆ, ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଭଳି ମାରାତ୍ମକ ରୋଗ ହୋଇପାରେ।…
ଗୁରୁ ଦିବସ: ଜଣେ ବ୍ୟକ୍ତି ଜଣେ ଶିକ୍ଷକ ଙ୍କୁ ପ୍ରଶ୍ନ କଲେ, ଆମେ ବି ଚାକିରୀ କରି ଦରମା ପାଉଛୁ, ଆପଣ ବି ଦରମା ନେଇ ପାଠ ପଢ଼ାଉଛନ୍ତି ହେଲେ ଆପଣ ମାନଙ୍କୁ ଏତେ ଉପରେ କାହିଁ ବସାଯାଉଛି ମୁଁ କିଛି ବୁଝି ପାରୁନି। ଈଶ୍ୱର ଏତେ ଆଖ୍ୟା ଦେବାର କାରଣ କଣ? ଶିକ୍ଷକ ଜଣକ ଅଳ୍ପ ଟିକେ ହସି ଦେଇ କହିଲେ – ଆପଣ ପୁରା ଠିକ କହିଲେ ଆଜ୍ଞା। ଆମେ ଆପଣଙ୍କ ପରି ଚାକିରୀ କରି ଦରମା ପାଉଛୁ ଏଥିରେ ଆମର କିଛି ବାହାଦୁରି ନାହିଁ। ପରିବାର ପୋଷିବା କୁ ଏ ଦରମା ଗଣ୍ଡାକ ପାଇଁ ଆମେ ମାସ ଯାକ ଚାହିଁ ରହିଥାଉ। ଲାଞ୍ଚ ନେଇ ଫାଇଲ ଏପଟ ସେପଟ କରିବାର ସୁଯୋଗ ଆମ ଚାକିରୀ ରେ ନାହିଁ କି ଅନ୍ୟ କାହାର ବୁକୁଚା ବୋହି ଶୁଖିଲା ରାଜନୀତି କରି ଦି ପଇସା କମେଇବା ର ଅଯଥା ଇଚ୍ଛା…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୬ ତାରିଖ) ରେ ୭ ଶହ ୧୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୩ ଟି ଟୀକା କେନ୍ଦ୍ରରେ ଅନଲାଇନ ସ୍ଲଟ ବୁକିଂ ବ୍ୟବସ୍ଥା ହୋଇଛି। ଏ ନେଇ ବାଣପୁର ଗୋଷ୍ଠୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧ – ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ: – ୭୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୩୦ ଡୋଜ ୨- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ: – ୮୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ…
ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶନିବାର ଦିନ ପୂର୍ବାହ୍ନ ୧୧ଟା ବେଳେ ୪ ଜଣ ହକି ତାରକା ସିଭିକ୍ ସେଣ୍ଟରଠାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ୍ ବାହିନୀ ପକ୍ଷରୁ ବ୍ୟାଣ୍ଡ ବଜାଇ ସ୍ୱାଗତ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପୂର୍ବତନ ଅଲିମ୍ପିୟାନ ଲାଜରୁସ ବାର୍ଲା ଏବଂ ରାଉରକେଲା ଏସ୍ପି ମୁକେଶ ଭାମୁଙ୍କ ସହିତ…
ଭୁବନେଶ୍ୱର: ମହାମାରୀ କରୋନା କମି ଆସିଥିବା ସମୟରେ ଓ ସାରା ରାଜ୍ୟରେ ସ୍ଥିତି ସୁଧୁରି ଥିବାବେଳେ ରାଜ୍ୟ ସରକାର ବହୁ କଟକଣାକୁ କୋହଳ କରିଛନ୍ତି। ଏହି ସମୟରେ ମନ୍ଦିର ଭିତରେ ପ୍ରବେଶକୁ ଅନୁମତି ମଧ୍ୟ ଦେଇଛନ୍ତି। କିନ୍ତୁ ମା’ ଦୁର୍ଗାପୂଜା ପାଇଁ କଟକଣା ଲଗାଇବା ଠିକ୍ ହୋଇନାହିଁ। ମନ୍ଦିରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଢାଞ୍ଚାରେ ଦୁର୍ଗାପୂଜା ମଣ୍ଡପରେ ଭକ୍ତମାନଙ୍କୁ କଟକଣା ମାନି ପ୍ରବେଶ କରିବାକୁ ଅନୁମତି ଦେବା ସହିତ ମା’ ଦୁର୍ଗାଙ୍କ ଉଚ୍ଚତା ଉପରେ କଟକଣା ନ ଲଗାଇବା ପାଇଁ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛି। ଏ ନେଇ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ତରଫରୁ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟିର କର୍ମକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ପ୍ରତିବର୍ଷ ଭଳି ଚଳିତବର୍ଷ ଦୁର୍ଗାପୂଜାରେ ସ୍ୱାଭାବିକ ଭାବେ ମୂର୍ତ୍ତିର ଉଚ୍ଚତା ନିର୍ମାଣ କରିବା ଏବଂ କୋଭିଡ଼ ନିୟମ…
ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହେବ। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, କେହି ଆଇନଠାରୁ ଉର୍ଦ୍ଧ୍ଵରେ ନାହାଁନ୍ତି। ଯଦିଓ ସେ ମୋର ୮୬ ବର୍ଷର ପିତା। ଛତିଶଗଡ ସରକାର ପ୍ରତ୍ୟେକ ଜାତି, ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନ କରନ୍ତି। ପ୍ରକୃତରେ, ମୁଖ୍ୟମନ୍ତ୍ରୀଙ୍କ ପିତା ବ୍ରାହ୍ମଣ ସମାଜ ବିଷୟରେ ଆପତ୍ତିଜନକ କଥା କହିଥିଲେ। ନନ୍ଦ କୁମାର ବଘେଲଙ୍କ ବିବୃତ୍ତି ପରେ ବ୍ରାହ୍ମଣ ସମାଜ କ୍ରୋଧିତ ହୋଇଛି। ବିରୋଧୀ ଦଳ ବିଜେପି ନନ୍ଦ କୁମାର ବଘେଲଙ୍କ ବିବୃତ୍ତିକୁ ନିରନ୍ତର ନିନ୍ଦା କରୁଛି ଏବଂ ବିରୋଧ କରୁଛି। ବ୍ରାହ୍ମଣ ସମ୍ପ୍ରଦାୟ ମଧ୍ୟ ଖୋଲାଖୋଲି ବିରୋଧ କରୁଛନ୍ତି। ଶନିବାର ଦିନ ଏକ ରାଲିରେ ନନ୍ଦ କୁମାର ବଘେଲଙ୍କ ଚିତ୍ରକୁ ଟାଣି ନିଆଯାଇଥିଲା। ଲୋକମାନେ ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ୟପକ୍ଷରେ…
କନ୍ଦର୍ପ ବେହରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବହାଳ ଗ୍ରାମରେ ଥିବା ଯୁବକ ସଂଘର ଏକ ଗୃହକୁ ବ୍ଲକ୍ ପ୍ରଶାସନ ଗ୍ରାମର ଏସ୍.ଏଚଜି ର ମହିଳା ସଦସ୍ୟ ମାନଙ୍କୁ ନେଇ ଯୁବକ ସଂଘ ଓ ମହିଳା ଗ୍ରୁପ୍ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି। ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେଲା ଉକ୍ତ ଗ୍ରାମର ଯୁବକ ସଂଘ ସଦସ୍ୟ ମାନେ ଦୁର୍ଗାପୂଜା କରିଆସୁଥିବା ବେଳେ ବିଭିନ୍ନ ସମୟରେ ସରକାରୀ ସ୍ତରରୁ ଅନୁଦାନ ଆଣି କାମ କରିଥିଲେ। ଏହି ଗୃହକୁ ପରବର୍ତ୍ତୀ ସମୟରେ ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇ ଏସଏଚଜି ଗୃପର ମହିଳା ସଦସ୍ୟ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ଯୁବକ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଫଳରେ ବଡବାହାଳ ଗ୍ରାମରେ ଯୁବକ ସଂଘର ସଦସ୍ୟ ଓ ଏସଏଚଜି ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ଟଣା ଓଟରା ଦେଖାଦେଇଛି। ଏନେଇ ଗ୍ରାମରେ ଅସନ୍ତୋଷ ଦେଖାଦେବା ସହ ଯୁବକ…
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ଚଳିତ ପାରାଅଲମ୍ପିକ୍ସ ଗେମ୍ସରେ ପାଞ୍ଚଟି ସ୍ୱର୍ଣ୍ଣ, ଆଠଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ଜିତିଛି। ଏହି ପରି ଭାବରେ, ପାରାଲିମ୍ପିକ୍ସରେ ୧୯ ଟି ପଦକ ଜିତି ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି। ରିଓ ଡି ଜେନେରିଓରେ ଭାରତ କେବଳ ଚାରିଟି ପଦକ ଜିତିଥିଲା। ଏଥି ସହିତ, ଟୋକିଓ ପାରାଲିମ୍ପିକ୍ସ ପୂର୍ବରୁ ଭାରତରେ ମାତ୍ର ୧୨ ଟି ପଦକ ଥିଲା, ଯାହା ବର୍ତ୍ତମାନ ୩୧ କୁ ବୃଦ୍ଧି ପାଇଛି।

