Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାଳିଆପାଣି ନାବାଳିକା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କୋରାଇ: ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଯାଜପୁର ଏସପି ରାହୁଲ ପିଆର ଏକ ପ୍ରେସମିଟରେ କାଳିଆପାଣି ଗଣ ଦୁର୍ଷ୍କମ ନେଇ ସୂଚନା ଦେଇଛନ୍ତି। ଗତ ୭ ତାରିଖ ଶିକ୍ଷା ବୃତି ପାଇଁ ଯାଇଥିବା ଜଣେ ଆଦିବାସୀ ନାବଳିକା ଗଣ ଦୁର୍ଷ୍କମର ଶିକାର ହେବା ସହ ଉଲଗ୍ନ ହୋଇ ରାସ୍ତାରେ ଦୌଡି ଜଣଙ୍କ ଘରେ ଆଶ୍ରୟ ନେବା ଘଟଣା ଜାଣିବା ପରେ କାଳିଆପାଣି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।

କାଳିଆପାଣି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ୪ଜଣ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ଥାନାକୁ ଆଣିବା ପରେ କୋର୍ଟର୍ ଚାଲାଣ କରାଯାଇଛି। ସାଇଂଟିଫିକ ଟିକ ଘଟଣାସ୍ଥଳେ ଅନୁସନ୍ଧାନ କରିଛନ୍ତି। ଏନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଯୁବତୀଠାରୁ ଟଙ୍କା, ଅଳଙ୍କାର ହଡ଼ପ ଅଭିଯୋଗ

ବାରିପଦା: ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୮, ବଡ଼ବଜାର ଅଂଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧) ବାରିପଦା ପୌରପରିଷଦର ଜନୈକ ଯୁବତୀକୁ ପ୍ରଥମେ ଭଲ ପାଇ ବସିଥିଲା। ଏହାପରେ ୨୦୨୦ ଡ଼ିସେମ୍ବରଠାରୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକ ଉଠାଇଥିବା ୭୦ ହଜାର ଟଙ୍କା ଗ୍ରୁପ ଲୋନ ହାତେଇ ନେବା ସାଙ୍ଗକୁ ପିନ୍ଧିଥିବା ସୁନା କାନଫୁଲ ଆଦି ନେଇଥିଲା।

ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅନନ୍ତ କୁମାର ରଣାଙ୍କ ସମ୍ମୁଖରେ ଯୁବତୀ ଜଣକ ବିବାହ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ଅନନ୍ତ ପ୍ରଥମେ ପ୍ରଥମେ ବିବାହକୁ ଟାଳି ଆସୁଥିଲା। ମାତ୍ର ଯୁବତୀ ଜଣକ ବିବାହକୁ ନେଇ ଅଡ଼ିବସିବାରୁ ଅଭିଯୁକ୍ତ ଅନନ୍ତ ତାଙ୍କୁ କାହିଁକି ବିବାହ କରିବ ବୋଲି ପ୍ରଶ୍ନ କରିବା ସାଙ୍ଗକୁ ଅଶାଳୀନ ଓ କଟୁ ଶବ୍ଦରେ ଗାଳିଗୁଲଜ କରିଥିଲା। ଏଥି ସହିତ ଅନନ୍ତ ନିଜ ମୋବାଇଲରେ ରଖିଥିବା ଯୁବତୀର କେତେକ ଫଟୋକୁ ଭାଇରାଲ କରିଦେବାର ଧମକ ଦେଇଥିଲା। ଏଥି ସହିତ ଯୁବତୀ କାର୍ଯ୍ୟ କରୁଥିବା କ୍ଲିନିକକୁ ଯାଇ ଯୁବତୀର ଭବିଷ୍ୟତକୁ ବରବାଦ କରିଦେବାର ଧମକ ଦେଇଥିଲା।

ଏହି ସମସ୍ତ ଘଟଣାକୁ ନେଇ ଯୁବତୀର ବାପା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୪୧, ୩୫୪, ୪୨୦, ୨୯୪, ୩୨୩, ୫୦୬, ଆର/ଡବ୍ଲ୍ୟୁ ସେକସନ ୬୬(ଡ଼ି)/୬୭ ଆଇଟି ଆକ୍ଟ ଅନୁସାରେ କେଶ ନମ୍ବର ୧୯୮/୨୦୨୧ ରୁଜୁ କରାଯାଇ ଅଭିଯୁକ୍ତ ଲିପନ ଓରଫ ଅନନ୍ତ କୁମାର ରଣାଙ୍କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏଥି ସହିତ ପୁଲିସ ଅନନ୍ତଙ୍କ ମୋବାଇଲ ଫୋନ, କମ୍ପ୍ୟୁଟରର ହାର୍ଡ଼ଡ଼ିସ୍କ ସହ ପିଡ଼ିତା ସହ ଯୋଡ଼ି ହୋଇଥିବା ଅନ୍ୟ କେତେକ ସ୍କ୍ରନ ସର୍ଟ ଆଦିକୁ ମଧ୍ୟ ଜବତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାରେ ୧ଲକ୍ଷ ୧୦ହଜାର ୧୯ଜଣ ନେଲେଣି ବ୍ୟାଙ୍କରୁ ଋଣ

ନୂଆଦିଲ୍ଲୀ: ଦେଶରେ ଷ୍ଟାଣ୍ଡଅପ ଯୋଜନା ପ୍ରଚଳନ ହେବା ଦିନଠାରୁ ୨୦୨୧ ମସିହା ଜାନୁୟାରୀ ୩୧ତାରିଖ ସୁଦ୍ଧା ୧,୧୦,୦୧୯ଜଣ ବିଭିନ୍ନ ତାଲିକାଭୁକ୍ତ ବ୍ୟାଙ୍କରୁ ଏହି ଯୋଜନାରେ ଋଣ ପାଇସାରିଲେଣି। ଏହି ଯୋଜନାରେ ହିତାଧିକାରୀମାନେ ୧୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ ଆରମ୍ଭ କିମ୍ବା ବ୍ୟବସାୟର ସମ୍ପ୍ରସାରଣ ପାଇଁ ବ୍ୟଙ୍କରୁ ଋଣ ପାଇପାରିବେ।

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାକୁ ଏହା ଜଣାଇଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀଠାକୁର ଆହୁରି ମଧ୍ୟ ଜଣାଇଛନ୍ତି ଯେ ୨୦୧୬ ମସିହାର ଏପ୍ରିଲ ୧୬ତାରିଖ ଦିନ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାର ଅବଧିକୁ ୨୦୨୫ ମସିହା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଯୋଜନାରେ ୧୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟର ସମ୍ପ୍ରସାରଣ କିମ୍ବା ନୂଆ ବ୍ୟବସାୟ ପାଇଁ ବ୍ୟାଙ୍କଗୁଡିକ ଋଣ ଦେଇଥାଆନ୍ତି।

ସବୁଜ ଉଦ୍ୟୋଗ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ନିର୍ମାଣ କ୍ଷେତ୍ର ଏବଂ ବ୍ୟବସାୟ ପାଇଁ ପ୍ରତ୍ୟେକ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କର ପ୍ରତ୍ୟେକ ଶାଖା ଅନ୍ୟୂନ ଜଣେ ତଫସିଲଭୁକ୍ତ ଜାତିର, ଜଣେ ତଫସିଲଭୁକ୍ତ ଉପଜାତିର ଏବଂ ଜଣେ ମହିଳା ଉଦ୍ୟୋଗୀଙ୍କୁ ୧୦ଲକ୍ଷରୁ ୧କୋଟି ଟଙ୍କା ମଧ୍ୟରେ ଋଣ ଦେବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଧବା ମହିଳାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଦେଢ଼ଶୁର ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଗତକାଲି ଜଣେ ବିଧବା ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ତାଙ୍କ ଦେଢ଼ଶୁର ପ୍ରକାଶ ବିଶୋଇଙ୍କୁ ଗିରଫ କରିଛି।

ଗତକାଲି ଦେଶବ୍ୟାପୀ ଆନ୍ତର୍ଜତିକ ମହିଳା ଦିବସ ପାଳନ ଚାଲିଥିବା ବେଳେ ଏଭଳି ନୃଶଂସ ଭାବେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି। ସୁମନ ବିଶୋଇ ନାମକ ଏହି ୫୦ ବର୍ଷିୟା ବିଧବା ମହିଳା କ୍ଷେତରେ ମୁଗ ଅମଳ କରୁଥିବା ବେଳେ ଜମି ବିବାଦକୁ କେନ୍ଦ୍ର କରି ତାଙ୍କ ଦେଢ଼ଶୁର ତାଙ୍କୁ ହତ୍ୟା କରିଥିବା ଜଣାପଡିଛି।

ଖବର ପାଇ ସାଇଂଟିଫିକ୍ ଟିମ୍ ସହିତ ସଦର ଥାନା ଆଇଆଇସି ସନ୍ତୋଷିନୀ ଓରାମ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଆଜି ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଖଣ୍ଡଳମଣି ପୀଠରେ ଆସନ୍ତା କାଲି ସକାଳ ୭ରୁ ୧୪୪ ଧାରା

ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବାକୁ ଯାଉଛି ଜାଗର ଯାତ୍ରା। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବେ। ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ଟ କରାଯିବ। ଏହା ବ୍ୟତୀତ ସମସ୍ତ ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜାଗରଯାତ୍ରା ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଆରଡ଼ି ପୀଠର ଅତିଥି ନିବାସରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ମନ୍ଦର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନଙ୍କ ସହିତ ଅନ୍ୟ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ। ବୈଠକରେ ଜାଗର ଯାତ୍ରା ଦିନ ମଣିବାବାଙ୍କ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ନୀତି ନିର୍ଘଂଟ ସ୍ଥିର ହୋଇଥିଲା। ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିବ।

ବୈଠକରେ ନିଷ୍ପତି ପ୍ରକାରେ ପୀଠକୁ ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ବଳବତର ରହିବ। ଏହି କଟକଣା ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲି ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଳବତର ରହିବ। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ସମାପନ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୬, ମୟୂରଭଞ୍ଜରୁ ୮, ବାଲେଶ୍ବରରୁ ୭, ଖୋର୍ଦ୍ଧାରୁ ୭, ପୁରୀରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୪, ବରଗଡରୁ ୪, ଭଦ୍ରକରୁ ୪, କଟକରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୪, ବଲାଙ୍ଗୀରିରୁ ୩, ଦେବଗଡରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୨୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ କୁ ବୃଦ୍ଧି ହୋଇଛି। ତେବେ ୬୪୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତୀୟ ମହିଳା ଟିମ୍

ଲକ୍ଷ୍ନୌ: ଭାରତୀୟ ମହିଳା ଟିମ୍ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମକୁ ହରାଇ ୫ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ଭାରତ ପକ୍ଷରୁ ଝୁଲଣ ଗୋସ୍ଵାମୀ ୪ ଟି ୱିକେଟ ନେଇଥିବା ବେଳେ ସ୍ମୃତ୍ତି ମାନ୍ଧନା ଅପରାଜିତ ୮୦ ରନ ସଂଗ୍ରହ କରିଥିଲେ।

ଭାରତୀୟ ଅଧିନାୟିକା ମିତାଲି ରାଜ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୪୧ ଓଭରରେ ୧୫୭ ରନ କରି ସମସ୍ତ ୱିକେଟ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲାରା ଗୁଡାଲ ୭୭ ଟି ବଲରେ ସର୍ବାଧିକ ୪୯ ସଂଗ୍ରହ କରିଥିବା ବେଳେ ଅଧିନାୟିକା ସାନେ ଲୁସ ୩୬ ରନ କରିଥିଲେ। ଭାରତୀୟ ଦୃତ ବୋଲର ଝୁଲଣ ଗୋସ୍ଵାମୀ ୪୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ, ରାଜେଶ୍ଵରୀ ଗାୟକ୍ଵଡ ୩୭ ରନ ଦେଇ ୩ ଟି ୱିକେଟ ଏବଂ ମାନସୀ ଯୋଶୀ ୨୩ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ।

୧୫୮ ରନ ଲକ୍ଷ୍ୟକୁ ପିଛା କରି ପଞ୍ଚମ ଓଭରରେ ଭାରତ ପ୍ରାରମ୍ଭିକ ଖେଳାଳି ଜେମିମାହ ରଡ୍ରିଗ୍ସ (୯)ର ୱିକେଟ ହରାଇଥିଲା। ଏହାପରେ ସ୍ମୃତ୍ତି ମାନ୍ଧନା ଆକ୍ରମକ ପାଳି ଖେଳି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମାନ୍ଧନା ଇସ୍ମାଇଲଙ୍କ ପ୍ରଥମ ଓଭରରେ କ୍ରମାଗତ ଦୁଇଟି ଛକା ମାରିଥିଲେ। ସେ ପୁନମ ରାଉତଙ୍କ ସହ ୧୩୮ ରନର ପାର୍ଟନରଶିପ ପାଳି ଖେଳି ଭାରତକୁ ସହଜ ବିଜୟ ଦେଇଥିଲେ। ସ୍ମୃତ୍ତି ୬୪ ବଲରେ ୧୦ ଟି ଚୌକା ଏବଂ ୩ ଟି ଛକା ବଳରେ ଦୃତ ୮୦ ରନ ସଂଗ୍ରହ କରିଥିଲେ। ସେହିପରି ପୁନମ ରାଉତ ୮୯ ଟି ବଲରେ ୬୨ ରନ କରି ଅପରାଜିତ ରହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ପରେ ଏବେ ନୂଆପଡା, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ନୂଆପଡା

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରୁଛନ୍ତି। ସେ ସକାଳୁ ହେଲିକାପ୍ଟରରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଖଡିଆଳସ୍ଥିତ ରାଜା ଆତ୍ରତ୍ରାଣ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ସେ ନୂଆପଡାର ବହୁ ପ୍ରତିକ୍ଷିତ ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଦ୍ବାରା ନୂଆପଡାର 13 ହଜାର ଏବଂ ବଲାଙ୍ଗିରର 16 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ମିଳିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆପଡା ପାଇଁ ପ୍ରାୟ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ। ଏଥିସହିତ ନୂଆପଡା ଏସଏଚଜି ମା ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ନବୀନ ଖଡିଆଳ ହାଇସ୍କୁଲ ପଡିଆରେ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ନିକଟରେ ନବୀନ କଳାହାଣ୍ଡି ଗସ୍ତ କରି ସେହି ଜିଲ୍ଲା ପାଇଁ ପ୍ରାୟ ଦୁଇ ହଜର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ଜଣେ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୯ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ଜଣଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ତହସିଲରେ ଅଭାବନୀୟ ଘଟଣା: ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ବରିଷ୍ଠ ନାଗରିକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ପ୍ରକାଶ କରିଛନ୍ତି।

କରଜ ଦେଇଥିବା ଲୋକେ ତାଙ୍କ ଘରକୁ ଆସି ଟଙ୍କା ମାଗୁଥିବାରୁ ସେ ବ୍ୟସ୍ତ ହୋଇପଡିଛନ୍ତି। ତହସିଲଦାରଙ୍କ ନିକଟରେ ଏନେଇ ଆନନ୍ଦ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେଥିପାଇଁ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ କ୍ଷୋଭର ସହ କହିଛନ୍ତି।

ତେବେ ଗଣମାଧ୍ୟମଙ୍କ ପ୍ରତିନିଧିଙ୍କୁ ଦେଖି ତହସିଲଦାର ଯୁଗଳ କିଶୋର ମିଶ୍ର ତତ୍ପରତା ଦେଖାଇଛନ୍ତି। ଶ୍ରୀ ମିଶ୍ର ଆନନ୍ଦଙ୍କୁ ନିଜ ପ୍ରକୋଷ୍ଠକୁ ନେଇ ଏବବାଦରେ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ହେଲେ ଏହି ଘଟଣାର ଖୁବ୍ ଶିଘ୍ର ସମାଧାନ ହେଵ ବୋଲି ତହସିଲଦାର ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକର ଏହି ଗ୍ରାମର ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ ଏକ ଉପହାସ

ସୀତାରାମ ଅଗ୍ରୱାଲ

ବାଣପୁର: ନାରୀଙ୍କୁ ସମ୍ମାନିତ କରିବାର ଓ ସ୍ବୀକୃତି ଦେବାର ଅବସର ହେଉଛି ମହିଳା ଦିବସ। ମହିଳାଙ୍କ ସ୍ୱପ୍ନର ଜୀବନ ହେଉଛି ସଶକ୍ତିକରଣ, ସ୍ବାଧୀନତା ଓ ସୁରକ୍ଷା। ନିଜ ପାଇଁ ନିଜେ ଉଦାହରଣ ପାଲଟୁଛନ୍ତି ମହିଳା, ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଵଚ୍ଛଳ ହେଉଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରୁଛନ୍ତି ରୋଜଗାରର ଅବସର। ମହିଳା ସଶକ୍ତିକରଣ କହିଲେ ଆତ୍ମବିଶ୍ବାସ ସୃଷ୍ଟିକରି ପ୍ରଗତି ପଥରେ ନିଜକୁ ସାମିଲ କରିବା ହେଉଛି ସଶକ୍ତିକରଣ। ଯଦିଓ ଆଜି ମହିଳାମାନେ ଅନେକ ସୋପାନ ଅତିକ୍ରମ କରିଛନ୍ତି। ତଥାପି ଏହାର କିଛି ଓଲଟା ଛବି ପ୍ରତିଫଳିତ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମରେ।

ଗତକାଲି ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ ଏହାର ପ୍ରତିଷ୍ଠାତ୍ରୀ ସମାଜସେବୀକା ସନ୍ଧ୍ୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ନା ଥିଲା ଏଠାରେ ଖୁସି, ଆନନ୍ଦ ଓ ଉଦ୍ଦୀପନା।

ଯଦିଓ ଏକବିଂଶ ଶତାଦ୍ଧିରେ ମହିଳାମାନଙ୍କୁ ମିଳିଛି ବିଭିନ୍ନ କ୍ଷେତ୍ରରେ ଅଦ୍ଭୂତପୂର୍ବ ସଫଳତା।  ତଥାପି ଉକ୍ତ ଅଞ୍ଚଳରେ ଆଜିବି ମହିଳାମାନଙ୍କ ସାମଗ୍ରିକ ଉନ୍ନତି ଓ ଅବାଧ ସ୍ବାଧୀନତା ଏବେବି ଅପହଞ୍ଚ। ଖୋର୍ଦ୍ଧା ଜିଲ୍ଲାରେ ଖୋଦ ରାଜଧାନୀ ଭୁବନେଶ୍ୱର ଯାଉଥିବାବେଳେ ଅପରପାର୍ଶ୍ଵରେ ଜିଲ୍ଲା ସୀମାରେ ଅବସ୍ଥିତ ଉକ୍ତ ଗ୍ରାମର ମହିଳାମାନେ ଏବେବି ସରକାରଙ୍କ ଶୁଭ ଦୃଷ୍ଟିକୁ ଅନାଇ ବସିଛନ୍ତି। ତେଣୁ ଉକ୍ତ ଅଞ୍ଚଳରେ ନାରୀ ସଶକ୍ତିକରଣ ପ୍ରତି ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ କିପରି ଦୃଷ୍ଟି ଆକର୍ଷଣ କରିବେ ସେଥିପ୍ରତି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ: ୩୧୪ଟି ବ୍ଲକରେ କରିବେ ପଦଯାତ୍ରା

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସିଲଭର ଗାନ୍ଧୀ ଯାଜପୁର ଜିଲ୍ଲାରୁ ଶୁଭାରମ୍ଭ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୩୧୪ଟି ବ୍ଲକ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତା କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀ ‘ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ’ର ନାରା ଦେଇ ଲୋକମାନଙ୍କୁ ସଚେତନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନଦୀରେ ବୁଡି ନିଖୋଜ ବ୍ୟକ୍ତିର ଶବ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର କଳାହାଣ୍ଡି ସାହିର ଶୈଳ ଠାକୁର ନାମକ ବ୍ୟକ୍ତି ପଡୋଶୀ ଙ୍କ ଦଶା କାମରେ ସିଲେରୁ ନଦୀର ଦୋରା ଗୁଡ଼ା ଘାଟକୁ ଯାଇଥିଲେ। ଗାଧୋଉଥିବାବେଳେ ସେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ।

ନିଖୋଜ ହେବାର ଦୁଇଦିନ ପରେ ଦୋରାଗୁଡା ନଦୀ ଘାଟଠାରୁ ଅଳ୍ପ ଦୂରରେ ଶୈଳର ଶବ ଭାସୁଥିବା କିଛି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲୋ ଖବର ପାଇଁ ପୋଲିସ ଓ ଓଡ୍ରାଫ ଟିମ ପହଂଚିି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା।

ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବାଲୁଗାଁ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ହସ୍ତଗତ ହୋଇଛି।

ସେପଟେ ବାଣପୁର ପୋଲିସ ଏବଂ ଜାତୀୟ ରାଜପଥରେ ନିୟୋଜିତ ପାଟ୍ରୋଲିଂ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Gold Price Fall: ପୁଣି ଖସିଲା ସୁନା ଦର, ଗତ 11 ମାସ ମଧ୍ୟରେ 12 ହଜାର ଟଙ୍କା ତଳକୁ ଖସିଲା

ଆଜି ମଧ୍ୟ ସୁନା ଦର ପୁଣି ଥରେ ନିମ୍ନମୁଖୀ ହୋଇଛି। ବିଗତ 11 ମାସ ମଧ୍ୟରେ ସୁନା ଦର ପ୍ରାୟ 12 ହଜାର ଟଙ୍କା ଖସି ଯାଇଛି । ଆଜି ଭୁବନେଶ୍ବରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 41 ହଜାର 650 ରହିଛି। ଗତକାଲି ଏହି ଦର 42 ହଜାର ଥିଲା। ଅର୍ଥାତ ଆଜି 10 ଗ୍ରାମ ପିଛା 350 ଟଙ୍କା ହ୍ରାସ ପାଇଛି।

ସେହିପରି 24 କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ଆଜି 45 ହଜାର 4ଶହ ଟଙ୍କା ରହିଛି। ଗତକାଲି ଏହି ଦର 45 ହଜାର 8ଶହ 20 ଥିଲା। ଅର୍ଥାତ ଗୋଟିଏ ଦିନ ଭିତରେ ଏହି ଦର 380 ଟଙ୍କା ହ୍ରାସ ପାଇଛି।

ତେବେ ଗତ ମାର୍ଚ୍ଚ 5 ତାରିଖରେ ସୁନା ଦର ସର୍ବାଧିକ ହ୍ରାସ ଘଟିଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 41 ହଜାର 450 ଥିଲା। ସେହିପରି 24 କ୍ୟାରେଟ ସୁନା 45 ହଜାର 200 ଥିଲା। ତେବେ ସୁନା ବ୍ୟବସାୟୀ ତଥା ବଜାର ସମୀକ୍ଷକଙ୍କ ହିସାବାରେ ଏହି ଦର ପୁଣି ହ୍ରାସ ପାଇବାର ସମ୍ଭାବନା ରହିଛି।

ସେହିପରି ରୂପା ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି।  ଆଜି ରୂପା ଦର ଭୁବନେଶ୍ବରରେ ଶହେ ଗ୍ରାମକୁ 7 ହଜାର 20 ଟଙ୍କା ରହିଛି। ଗତକାଲି ଏହି ଦର 7 ହଜାର 100 ଟଙ୍କା ଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୧୬୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୩ ଟି ଜିଲ୍ଲାରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୮ ଜଣ, ଦେବଗଡ ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୨ରେ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ: କୋଭିଡ଼ ନେଗେଟିଭ ହେଲେ ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ଼ ପରୀକ୍ଷା କରିବାକୁ ପଡିବ। ସମସ୍ତେ ଆଣ୍ଟିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଗୃହ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ। ଏନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାଗର ଯାତ୍ରା ପାଇଁ କଟକଣା ଜାରି: ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଜାଗର ଯାତ୍ରା ପାଳନ କରାଯାଉଛି। ସେଥିପାଇଁ ଓଡିଶାରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରାଯାଇଛି। ମନ୍ଦିର ପରିସରରେ କିମ୍ବା ମନ୍ଦିର ବାହାରେ ଜନଗହଳି ପାଇଁ ବାରଣ କରାଯାଇଛି। ମେଳା ବସିବା ଉପରେ ମଧ୍ୟ କଟକଣା ଲାଗିଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଯୁବକକୁ ଧରିଲେ ବନ କର୍ମଚାରୀ

ବାରିପଦା: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଯଶୀପୁର ଥାନା ଅନ୍ତର୍ଗତ ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନାମକ ଜଣେ ଯୁବକକୁ ଧରିବାରେ ସଫଳ ହୋଇଛନ୍ତି ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। ଅଭିଯୁକ୍ତ ପ୍ରଧାନ ହେମ୍ବ୍ରମଙ୍କୁ ବନ ବିଭାଗ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିଥିବାର ଜଣାପଡ଼ିଛି। ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରେମ ନିବେଦନ କରି ବିଫଳ ହେବାରୁ ଆକ୍ରମଣ ଅଭିଯୋଗ: ଝିଅ ଗୁରୁତର, ମାଆ ମୃତ

ଭବାନୀପାଟଣା: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛି ଯୁବକ। ଯୁବତୀଙ୍କ ମାଆ ଝିଅକୁ ବଂଚାଇବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତର ଛୁରାଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଂଟା ଗ୍ରାମରେ।

ଯୁବତୀ ଜଣକ ପୋଖରୀରୁ ଗାଧୋଇ ସାରି ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଘଟଣାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଯୁବତୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କେସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି। ଏକ ତରଫା ପ୍ରେମ କରି ବିଫଳ ହେବାରୁ ଉତ୍ୟେକ୍ତ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳ ଅଭୟାରଣ୍ୟରେ ଥମୁନି ନିଆଁ: ରାତିରେ ଲାଲବର୍ଣ୍ଣ ଧାରଣ କରୁଛି ଜଙ୍ଗଲ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ସପ୍ତାହ ଧରି ଲାଗିଛି ନିଆଁ। ପ୍ରଶାସନ ପକ୍ଷରୁ ନିଆଁ ନିୟନ୍ତ୍ରଣାଧିନ ବୋଲି କୁହାଯାଉଥିଲେ ସୁଦ୍ଧା ବାସ୍ତବ ଚିତ୍ର କିଛି ଭିନ୍ନ ରହିଥିବା ଦେଖିବାକୁ ମିଳୁଛି। ରାତିରେ ଜଙ୍ଗଲ ଲାଲବର୍ଣ୍ଣ ଧାରଣ କରୁଥିବା ଏବଂ ପାହାଡ଼ ଉପରେ ଥିବା ଜଙ୍ଗଲରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକି ସାଧାରଣରେ ପାହାଡ଼ ଏକ ଲାଲ ରଙ୍ଗର ମାଳା ପରିଧାନ କରିଥିବାର ଭ୍ରମ ସୃଷ୍ଟି କରୁଛି।

ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରୀ ରହିଥିବା ନେଇ ସୂଚନା ମିଳିଛି। ଏହି ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ଟିମ୍ ତଥା ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ରହିଛନ୍ତି। ୨୧୦ଟି ବ୍ଲୋୟର ମେସିନ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି। ନିଆଁ ବ୍ୟାପୀବାକୁ କିପରି ରୋକାଯାଇପାରିବ ସେନେଇ ଫାୟାର ଲାଇନିଂ କରାଯାଉଛି, ଯାହାଦ୍ୱାରା କି ନିଆଁ ଆଉ ଆଗକୁ ମାଡି ପାରିବ ନାହିଁ ବୋଲି ସୂଚନା ଦିଆଯାଇଛି।