ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ ଏବଂ କଲିକତା ସମେତ ୧୨ ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଏକା ସଙ୍ଗରେ ୬୮ ନାମ ସୁପାରିଶ କରିଛନ୍ତି। ଏହି ହାଇକୋର୍ଟଗୁଡିକରେ ବିଚାରପତିଙ୍କ ଅଭାବ ରହିଛି। ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ୍ ରମନା, ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ତିନି ଜଣିଆ କଲେଜିୟମ୍ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ମାର୍ଲି ୱାଙ୍କୁଗ ମିଜୋରାମର ପ୍ରଥମ ନ୍ୟାୟିକ ଅଧିକାରୀ ଭାବରେ ଗୌହାଟି ହାଇକୋର୍ଟରେ ବିଚାରପତି ଭାବରେ ମନୋନୀତ ହୋଇଛନ୍ତି। ସେ ଅନୁସୂଚିତ ଜନଜାତିର। ତାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ସୁପାରିଶ କରାଯାଇଛି। ଅଗଷ୍ଟ ୨୫ ଏବଂ ସେପ୍ଟେମ୍ବର ୧ ତାରିଖରେ ହୋଇଥିବା ବୈଠକରେ କଲେଜିୟମ୍ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବରେ ପଦୋନ୍ନତି ପାଇଁ ୧୧୨ ପ୍ରାର୍ଥୀଙ୍କ ନାମ ବିଚାର କରିଥିଲେ।…
Author: Samikhsya Bureau
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଆଜି ଭାରତ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ କରୁଛି। ସୁଟର ମନୀଷ ନରୱାଲ ଭାରତର ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ ରଖିଛନ୍ତି। ଏହା ସହ ସିଂହରାଜ ଭାରତ ପାଇଁ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଦୁଇ ସୁଟର ୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଭାରତ ପାଇଁ ଦୁଇଟି ପଦକ ଜିତିଛନ୍ତି। ହରିୟାଣାର କାଥୁରା ଗାଁର ବାସିନ୍ଦା ମନୀଷ ନରୱାଲ ମାତ୍ର ୧୯ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଦୁଇଟି ଶଟରେ ମନୀଷ ନରୱାଲ ମାତ୍ର ୧୭.୮ ସ୍କୋର କରିଥିଲେ। କିନ୍ତୁ ଏହା ପରେ ନରୱାଲ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚଟି ସଟ୍ ପରେ ନରୱାଲ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ ଏବଂ ପାଞ୍ଚଟି ସଟ୍ ପରେ ତାଙ୍କ ସ୍କୋର ୪୫.୪ ରେ ପହଞ୍ଚିଥିଲା। ୧୨ ଟି ସଟ୍ ପରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୬୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୯ ଲକ୍ଷ ୪୫ ହଜାର ୯୦୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୦ ହଜାର ୨୨୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫ ହଜାର ୬୮୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୪୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୫ ହଜାର ୪୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୧୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୪୦ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୩ ଟି ଲୋକାଲ କେସ୍ ରହିଛ। ୬୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୫ ହଜାର ୪୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୧୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୩୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୬ ଟି ଜିଲ୍ଲାରୁ ୬୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…
ଭୁବନେଶ୍ବର, ଖାଣ୍ଟି ଓଡିଶାର ଖାଦ୍ୟକୁ ନେଇ ଭୁବନେଶ୍ବରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ରେଷ୍ଟୁରାଣ୍ଟ। ଯାହାର ନାମ ରହିଛି ନିମନ୍ତ୍ରଣ। ରୂପାଲି ଛକରେ ଏହି ଭିନ୍ନ ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଓଡିଆ ଖାଦ୍ୟ ସହିତ ପିଠା ମଧ୍ୟ ପରିବେଷଣ କରାଯିବ। ରାଜଧାନୀରେ ବିଭିନ୍ନ ବିଦେଶୀ ଖାଦ୍ୟର ଚାହିଦା ବଢୁବାରେ ଲାଗିଛି। ଏପରି ସ୍ଥଳେ ଓଡିଶାର ଯୁବ ପିଢୀଙ୍କୁ ଓଡିଆ ଖାଦ୍ୟ ସ୍ବାଦ ଚଖାଇବା ପାଇଁ ଓଟିଡିସି ତରଫରୁ ଏହି ଉଦ୍ୟମ କରାଯାଇଛି। ଏହାର ସଫଳତା ପରେ ଏହିପରି ରେଷ୍ଟୁରାଣ୍ଟ ପୁରୀ, କଟକ, ରାଉରକେଲାରେ ମଧ୍ୟ କରାଯିବ ବୋଲି ଓଟିଡିସି ନିଷ୍ପତି କରିଛି। ଏହି ଉଦଘାଟନ ସମାରୋହରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଏକ ବଡ଼ ଡକାୟତ ଯୋଜନା ପଣ୍ଡ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ତରାତୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ଗୃହ ମଧ୍ୟରେ ୭ ରୁ ୮ ଜଣ ଦୁର୍ବୁତ୍ତ ୫୭ ନମ୍ବର ଜାତୀୟ ରାଜପଥରୁ ଡକାୟତି ଯୋଜନା କରୁଥିବାର ଖବର ପାଇଥିଲେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅବଦୁଲ ମଜିଦ ଖାନ, କଲିମ ଖାନ, ଦିପକ ସ୍ୱାଇଁ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ରଞ୍ଜନ ସୁନ୍ଦରାୟ। ପୋଲିସ ସେମାନଙ୍କ…
ମେଷ: – ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ । ଯେଉଁମାନେ ଏକ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରିୟଙ୍କ ସହ କଥା ହୋଇ ସାକ୍ଷାତ କରି ବହୁତ ଖୁସି ହେବେ । ପ୍ରେମ ଜୀବନ ଶକ୍ତିଶାଳୀ ହେବ । ବୃଷ: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ । ତୁମେ ତୁମର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍ଏସ ଆଣ୍ଡ ସମ୍ ହସ୍ପିଟାଲ୍ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ଖାଦ୍ୟ ଓ ପୋଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଆଡ୍ଭାଇଜର ଓ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ସମ୍ର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର, ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସାରା ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି କର୍ମ ବ୍ୟସ୍ତତା ଯୋଗୁଁ ଚାପରେ ଜୀବନ କଟାଉଛନ୍ତି। ଏହା ମଧ୍ୟରେ ନିଜ ଶରୀରର ଯତ୍ନ ଓ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍କୁ ପ୍ରତିହିତ କରିବା ନିମନ୍ତେ ବିଭିନ୍ନ ଟୀକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍, ଡିଜାଇନ୍ ଆଣ୍ଡ ଇଂଟର୍ପ୍ରିଟେସନ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆଲୋଚନା ଅଗଷ୍ଟ ୨୮ରେ ଉଦ୍ଯାପିତ ହୋଇଯାଇଛି। ଏଆଇସିଟିଇ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଲିନିକାଲ୍ ଟ୍ରାଏଲ୍ର ନିୟମ, ସହମତି ପ୍ରକ୍ରିୟା, ନିୟମାନୁବର୍ତ୍ତୀ ଆବଶ୍ୟକତା, ଡାଟା ସଂଗ୍ରହ, ଡିଜାଇନ୍ ଓ ବିଶ୍ଳେଷଣ ପ୍ରସଙ୍ଗକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ଭୁବନେଶ୍ୱରର ନିର୍ଦ୍ଦେଶିକା ପ୍ରଫେସର ସଙ୍ଘମିତ୍ରା ପତି ଅଗଷ୍ଟ ୨୩ ତାରିଖରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ ଟୀକା ଏବଂ ଏହାର…
ଭୁବନେଶ୍ୱର: ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ସର୍ବକାଳୀନ ଆଦର୍ଶ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜଗତସିଂହପୁରସ୍ଥିତ ରଘୁନାଥପୁରଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ସ୍ୱର୍ଗତ ରାଜନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଘୋର ବିରୋଧ କରିଛନ୍ତି। ସେ ନିଜେ ଘଟଣାସ୍ଥଳକୁ ଯିବା ସହିତ ଅଭିଯାନର ବରିଷ୍ଠ ସଦସ୍ୟ ବି. ମୁରଲୀଧରଙ୍କ ନେତୃତ୍ୱରେ ପୂଜ୍ୟପୂଜାର ଏକ ସ୍ୱତନ୍ତ୍ର ଟିମ୍ ସେହି ସ୍ଥାନକୁ ଯାଇଥିଲେ। ସେଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ପ୍ରାଣ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଦୀର୍ଘ ଏକମାସ ଧରି ଊତ୍କଳମଣିଙ୍କ ପ୍ରତିମୂର୍ତ୍ତି ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆସୁଛନ୍ତି। ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ଯେ, ଉତ୍କଳମଣିଙ୍କ ନିକଟରେ ସମକକ୍ଷ ପ୍ରତିଭା ଭାବରେ ଉକ୍ତ ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ଏବଂ ଏହା ଉତ୍କଳମଣିଙ୍କ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୧୨, କଟକରୁ ୧୨୦, ବାଲେଶ୍ବରରୁ ୫୦, ଯାଜପୁରରୁ ୪୩, ଜଗତସିଂହପୁରରୁ ୩୫, କେନ୍ଦ୍ରାପଡାରୁ ୨୮, ମୟୂରଭଞ୍ଜରୁ ୨୬, ନୟାଗଡରୁ ୨୨, ପୁରୀରୁ ୨୦, ଅନୁଗୁଳରୁ ୧୮, ସମ୍ବଲପୁରରୁ ୧୮, କେନ୍ଦୁଝରରୁ ୧୬, ଦେବଗଡରୁ ୧୨, ବରଗଡରୁ ୯, ଭଦ୍ରକରୁ ୯, ସୁନ୍ଦରଗଡରୁ ୭, ଢେଙ୍କାନାଳରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୩, ରାୟଗଡାରୁ ୩, ମାଲକାନଗିରିରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୫ ହଜାର ୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ଵାରା ଏକ ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ଵରର ଅନ୍ଧାରୁଆରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏହା ୨୫ ଏକର ଜମିରେ ନିର୍ମାଣ ହେବ। ତେବେ ଆସନ୍ତା ୫ ତାରିଖରେ ଏହାର ଶୁଭ ଉଦଘାଟନ ହେବ। ଏହି ବିଦ୍ୟାଳୟରେ ୫ ଶହ ଛାତ୍ରଛାତ୍ରୀ ଯୁକ୍ତ ୨ ପଢିବା ଲାଗି ବ୍ୟବସ୍ଥା ହେଉଛି। ରାଜ୍ୟର ସମସ୍ତ ବ୍ଲକରେ ନିର୍ମାଣ ହୋଇଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛି ଛାତ୍ରଛାତ୍ରୀମାନେ ଏଠାରେ ପଢିବାକୁ ସୁଯୋଗ ଦିଆଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସାମାଜିକ ଅନୁଷ୍ଠାନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକୁ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଭୂୟସୀ ପ୍ରଶଂସା କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ବାସଭବନ କାର୍ଯ୍ୟାଳୟରେ ପ୍ରଣବ ପ୍ରକାଶ ଦାସଙ୍କୁ ‘ସ୍କାନ’ର ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏବଂ ରାଜ୍ୟ ସଂଯୋଜକ ସରୋଜ ସାହୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ପ୍ରତି ଘରୁ ଦୀର୍ଘ ୫ ମାସ ବ୍ୟାପୀ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ୧୪୭ ବିଧାନସଭା କ୍ଷେତ୍ର ଅନ୍ତଗର୍ତ ୫ ମହାନଗର ନିଗମ, ୩୪ ମ୍ୟୁନିସିପାଲିଟି, ୬୭ ଏନ୍ଏସି…
ଭୁବନେଶ୍ୱର: ଆନ୍ତର୍ଜାତିକ ଜଳବାୟୁ ଶିଖର ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଜଳବାୟୁ ଦୃଷ୍ଟିରୁ ଭାରତ ଓ ଦୁନିଆ ଏବେ କଠିନ ସମୟ ଦେଇ ଗତି କରୁଛି। ବିଶ୍ୱ ତାପନ (ଗ୍ଲୋବାଲ୍ ୱାର୍ମିଂ)ର ବିପଦ ଆମ ସାମ୍ନାରେ ରହିଛି। ଏଭଳି ଏକ ସମୟରେ ଆମ ପାଖରେ ଏକମାତ୍ର ବିକଳ୍ପ ରହିଛିଯାଇଛି, ତାହା ହେଉଛି ଦ୍ରୁତ ଗତିରେ ସବୁଜ, ସ୍ୱଚ୍ଛ ଓ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା। ଏହି ବିପଦକୁ ସୁଯୋଗରେ ପରିଣତ କରି ଭାରତକୁ ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ଗ୍ରିନ୍ ହାଇଡ୍ରୋଜେନ୍ ମିସନ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଏହା ହେଉଛି ଏକ ଦ୍ୱେତ ରଣନୀତି। ଗୋଟିଏ ପଟେ ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ ଓ ଦ୍ୱିତୀୟରେ ଭାରତ ବିଶ୍ୱ ପ୍ରୟାସର ନେତୃତ୍ୱ ନେଇ ବିଶ୍ୱରେ ଅଗ୍ରଣୀ ରହିବ।…
ନୂଆଦିଲ୍ଲୀ: ପରିବର୍ତ୍ତନଶୀଳ ଜୀବନଶୈଳୀରେ ଅନେକ ଥର ଆମେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉ। ଘର କିମ୍ବା ଅଫିସ୍, ଲାପଟପ୍ ଏବଂ କମ୍ପ୍ୟୁଟରରୁ କାର୍ଯ୍ୟ ସବୁ ଆଜି ଆମ ଜୀବନର ଏକ ବିଶେଷ ଆବଶ୍ୟକତା ହୋଇପାରିଛି। ଅନେକ ଘଣ୍ଟା ଲାପଟପ୍ ଏବଂ କମ୍ପ୍ୟୁଟରରେ କାମ କରିବା ପରେ, ପୁଣି ଫୋନ୍ ରେ ବ୍ୟସ୍ତ ରହୁଛେ। ଯାହା ଶୋଇବା ପର୍ଯ୍ୟନ୍ତ ଆମ ସହିତ ରହେ। ସକାଳେ ପୁନର୍ବାର ଫୋନ ସହିତ ଦିନ ଆରମ୍ଭ ହୁଏ। ଏହାର ଅର୍ଥ ହେଉଛି ଯେ, ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଏହି ଜିନିଷଗୁଡ଼ିକରେ ବ୍ୟସ୍ତ ରହୁଛେ। ଆପଣ କେବେ ଚିନ୍ତା କରିଛନ୍ତି କି ଯେଉଁ ଉପକରଣଗୁଡ଼ିକ ଆମେ ଦିନସାରା ଆଖିରେ ରଖିଥାଉ ତାହା ଆମ ପାଇଁ କେତେ ବିପଜ୍ଜନକ? ଲୋକମାନେ ସେମାନଙ୍କର ମୂଲ୍ୟବାନ ସମୟକୁ ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ବିତାନ୍ତି, କାରଣ ଆଜି ଆମେ ଏଥିରେ ଅଭ୍ୟସ୍ତ ହୋଇଗଲେଣି। ବୋଧହୁଏ ସେସବୁଠାରୁ…
ଭୁବନେଶ୍ୱର, ଇଣ୍ଡିଆନ ଅଏଲ୍ ପକ୍ଷରୁ ଦୁଇ ନୂଆ ପ୍ରିମିୟମ୍ ଲୁବ୍ରିକାଣ୍ଟ-ସର୍ଭୋ ଗ୍ରିନମାଇନ୍ ଓ ସର୍ଭୋ ରଫତାରକୁ ଉନ୍ମୋଚନ କରାଯାଇଛି। ଯାହାକୁ ବିଏସ୍-୬ ଗାଡ଼ି ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଓ ଇଂଜିନ ପ୍ରଦର୍ଶନ ବଢ଼ାଇବାରେ ସହାୟକ ହେବ । ଏହି ଅଭିନବ ଏବଂ ପରିବେଶ ମିତବ୍ୟୟୀ ଲୁବ୍ରିକ୍ୟାଂଟ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ ଏବଂ ସବୁଠୁ ଉନ୍ନତ ପେଟ୍ରୋଲ୍ ଓ ଡିଜେଲ୍ ଗାଡି ଲାଗି ରହିଥିବା କଠୋର ମାନଦଣ୍ଡକୁ ପୂରଣ କରିବ । ସର୍ଭୋ ଗ୍ରିନମାଇଲ ଏସ୍ଏଇ ୫ଡବ୍ଲୁ-୩୦ ଓ ଏପିଆଇ ଏସ୍ଏନ୍ ଆବଶ୍ୟକତାକୁ ପୂରଣ କରୁଛି ଏବଂ ୧୦% ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେଉଥିବା ବେଳେ ସର୍ଭୋ ରଫତାର ଏସଏଇ ୧୫ଡବ୍ଲୁ-୪୦ ଏବଂ ଏପିଆଇ ସିକେ-୪ ଆବଶ୍ୟକତାକୁ ପୂରଣ କରୁଛି ଏବଂ ୧୦% ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେଉଛି। ଏହି ଉତ୍ପାଦକୁ ଉନ୍ମୋଚନ କରି ଇଣ୍ଡିଆନ ଅଏଲ୍ର…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୪ ତାରିଖ) ରେ ୧ ହଜାର ୪ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୬ ଟି ଟୀକା କେନ୍ଦ୍ରରେ ଅନଲାଇନ ସ୍ଲଟ ବୁକିଂ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ୬ ଟି କେନ୍ଦ୍ରରେ ଅଫଲାଇନ ବ୍ୟବସ୍ଥା ହୋଇଛି। ଏ ନେଇ ବାଣପୁର ଗୋଷ୍ଠୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ: – ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ ୨- କୃତିବାସ ଭବନ: – ପ୍ରଥମ ଡୋଜ- ୮୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା –…
ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ବୁଧବାର ଦିନ ଏକ ରାୟରେ କହିଛନ୍ତି ଯେ ବୈଜ୍ଞାନିକମାନଙ୍କ ମତରେ ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଏବଂ ଅମ୍ଳଜାନ ତ୍ୟାଗ କରେ। ଗାଈର କ୍ଷୀର, ଦହି, ଘିଅ, ପରିସ୍ରା ଏବଂ ଗୋବରରୁ ପ୍ରସ୍ତୁତ ପଞ୍ଚଗଭ୍ୟ ଅନେକ ଅସାଧ୍ୟ ରୋଗ ପାଇଁ ଉପକାରୀ ଅଟେ। ଆବେଦନକାରୀ ଜାଭେଦଙ୍କ ଜାମିନ ଆବେଦନକୁ ଖାରଜ କରି ଜଷ୍ଟିସ ଶେଖର କୁମାର ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି। ଜାଭେଦ୍ ତାଙ୍କ ସହଯୋଗୀଙ୍କ ସହ ଅଭିଯୋଗକାରୀ ଖିଲେନ୍ଦ୍ର ସିଂଙ୍କ ଗାଈ ଚୋରି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ହିନ୍ଦୁ ଧର୍ମ ଅନୁଯାୟୀ ୩୩ କୋଟି ଦେବତା ଗାଈର ଦେହରେ ବାସ କରନ୍ତି। ଗାଈକୁ ଋକବେଦରେ ଅଘନ୍ୟା, ଯଜୁର୍ବେଦରେ ଅନୁପମେୟ ଏବଂ ଅଥର୍ବେଦରେ ସମ୍ପତ୍ତିର ଘର କୁହାଯାଏ। ଗାଈ ଚରେଇବା ସମୟରେ ଭଗବାନ କୃଷ୍ଣଙ୍କୁ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଥିଲା। ବାଲ…
ଭୁବନେଶ୍ବର, ଓଡିଶା ବିଜେପିରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହେବ। ଏ ନେଇ ରାଜ୍ୟ ତଥା ଜାତୀୟ ରାଜନୈତିକ ପାଗ ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ସେମାନଙ୍କ ତଥ୍ୟ ଅନୁସାରେ ପ୍ରଦେଶ ବିଜେପି ସଭାପତି ପଦରୁ ହଟିବେ ସମୀର ମହାନ୍ତି। ଆଉ ତାଙ୍କ ସ୍ଥାନ ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର। ଏହାର କୌଣସି ସମୟ କୁହାଯାଇ ନ ଥିଲେ ମଧ୍ୟ ଖୁବ ଶିଘ୍ର ଏପରି ଅଦଳବଦଳ ହେବ ବୋଲି କୁହାଯାଇଛି। ତେବେ କାରଣରେ ଯାହା କୁହାଯାଇଛି, ତାହା ହେଉଛି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ବିଜେପି ସଂଗଠନ ସୁଦୃଢ ହୋଇପାରିଲା ନାହିଁ। ଓଡିଶାରେ ବିଜେପି ସଂଗଠନକୁ ସୁଦୃଢ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ବିଜେପି ଅଖଣ୍ଡ କ୍ଷମତା ପ୍ରଦାନ କଲେ। ଜିରୋରୁ ହିରୋ କଲେ। ହେଲେ ତାଙ୍କର ଅହଂ ଭାବ ଦଳକୁ ତଳିତାଳନ୍ତ କରିଦେଲା। ଏ ନେଇ କେନ୍ଦ୍ରୀୟ ବିଜେପି ନେତାମାନେ ମର୍ମେ ମର୍ମେ ଅନୁଭବ କରିସାରିଲେଣି। ଆଉ ଧର୍ମେନ୍ଦ୍ରଙ୍କ…
ନୂଆଦିଲ୍ଲୀ: କବି ମୁନୱାର ରାଣାଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ସୁରକ୍ଷା ମିଳିନାହିଁ। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମୁନାୱାରଙ୍କ ଗିରଫଦାରୀକୁ ମନା କରିଦେଇଛନ୍ତି। ମହର୍ଷି ବାଲ୍ମୀକିଙ୍କୁ ତାଲିବାନ ସହିତ ତୁଳନା କରିଥିବା ତାଙ୍କ ଉପରେ ଅଭିଯୋଗ ହୋଇଥିଲା। ହଜରତଗଞ୍ଜ ପୋଲିସ୍ ଷ୍ଟେସନରେ ମୁନୱାର୍ ରାଣାଙ୍କ ବିରୋଧରେ ସାମାଜିକ ସରୋକାର ଫାଉଣ୍ଡେସନ୍ ଏଫ୍ଆଇଆର୍ ଦାଖଲ କରିଥିଲା। ହଜରତଗଞ୍ଜ କୋତୱାଲୀଙ୍କ ଦାୟିତ୍ୱରେ ଥିବା ଶ୍ୟାମ ଶୁକ୍ଲା କହିଛନ୍ତି ଯେ, ବାଲ୍ମୀକି ସମାଜର ନେତା ପିଏଲ ଭାରତୀଙ୍କ ଧାର୍ମିକ ଭାବନା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ପ୍ରଭାବିତ କରିବାକୁ ନେଇ ମୁନାୱାର ରାଣାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ କହିଛନ୍ତି ଯେ, ପିଏଲ ଭାରତୀ ହଜରତଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ, ମୁନାୱର ତାଲିବାନକୁ ମହର୍ଷିଙ୍କ ସହ ତୁଳନା କରି ଦେଶର କୋଟି କୋଟି ଦଳିତକୁ କ୍ଷତି ପହଞ୍ଚାଇଛନ୍ତି। ଏଥି ସହିତ ହିନ୍ଦୁ ଧର୍ମରେ ଆଘାତ ଲାଗିଛି।ପିଏଲ ଭାରତୀଙ୍କ ସହ…

