ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାର ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସୂଚନା ପରିଚାଳନା ବ୍ୟବସ୍ଥା ଅଧୀନରେ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ ଏକାଠି କରାଯାଇ ଗୋଟିଏ ପ୍ଲାଟଫର୍ମରେ ଅଣାଯାଉଛି। ଏକ ପୋର୍ଟାଲ୍ ସୃଷ୍ଟି କରାଯାଉଛି, ଗୋଟିଏ କ୍ଲିକ୍ ଦ୍ୱାରା କେଉଁ ଡାକ୍ତରଖାନାରେ କେତେ ଶଯ୍ୟା ଖାଲି ଅଛି, କେଉଁ ଔଷଧ କେଉଁ ଡାକ୍ତରଖାନାରେ, କର୍ମଚାରୀ ଏବଂ ଡାକ୍ତରୀ ସ୍ଥିତି ଜଣା ପଡିବ। ଡାକ୍ତରଖାନାଗୁଡ଼ିକରେ ଲମ୍ବା ଧାଡିରେ ଠିଆ ହେବାର କୌଣସି ଆବଶ୍ୟକତା ରହିବ ନାହିଁ। ଫୋନରେ ଡାକ୍ତରଙ୍କ ସହିତ ନିଯୁକ୍ତି ଠିକ୍ କରିପାରିବେ ଏବଂ ଠିକ୍ ସମୟରେ ଡାକ୍ତରଖାନା ଯାଇପାରିବେ। ଏହି ସଂପୂର୍ଣ୍ଣ ସିଷ୍ଟମ ନିର୍ମାଣ ପାଇଁ ଚୁକ୍ତିନାମା ଆଜି ଏନଇସି କମ୍ପାନୀକୁ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ମୋଟ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପାହାଡ ଜଙ୍ଗଲ ଘେରା ଗ୍ରାମାଂଚଳର ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଅଣ୍ଟା ଭିଡିଛି। ସାମ୍ବାଦିକ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଉପାନ୍ତ ଅଂଚଳ ନର ମାନବୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱରର ନେତ୍ରମ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ମିଳିତ ସହଭାଗିତାରେ ଏହି ଶିବିର ଆୟୋଜନ କରାଯାଇଛି। ଉକ୍ତ ଶିବିରରେ ଅଭିଜ୍ଞ ଡାକ୍ତର ରାଜ କୁମାର କର ତାଙ୍କ ସହଯୋଗୀ ମାନଙ୍କ ସହ ଯୋଗଦେଇ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରୋଗୀ ମାନଙ୍କର ଚକ୍ଷୁ ଚିକିତ୍ସା କରାଇଛନ୍ତି। ଛୋଟ ଛୋଟ ପିଲା ମାନଙ୍କର ଚକ୍ଷୁ ସହ ବୟସ୍କ ଲୋକମାନଙ୍କର ଚକ୍ଷୁ ପରୀକ୍ଷା ଏହି ଶିବିରରେ କରାଯାଇଛି। ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ଚଷମା ପ୍ରଦାନ କରାଯାଇଛି। ଏହା ସହ ଚକ୍ଷୁରେ ଅସ୍ତ୍ରୋପ୍ରଚାର…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କ ଅକ୍ଲାନ୍ତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉଦ୍ୟମ ନିଶ୍ଚିତ କରିଛି ଯେ ଦେଶବାସୀ ଏକ ଉତ୍ତମ ଜୀବନଯାପନ କରିବେ। ଏକ ଟୁଇଟ୍ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ଆଜି ପ୍ରଧାନ ମନ୍ତ୍ର ଜନ ଧନ ଯୋଜନାର ସାତ ବର୍ଷ ପୂରଣ ହୋଇଛି। ଏହା ଏପରି ଏକ ପଦକ୍ଷେପ ଯାହାକି ଦେଶର ବିକାଶ ପଥକୁ ସବୁଦିନ ପାଇଁ ବଦଳାଇ ଦେଇଛି। ସେ କହିଛନ୍ତି ଯେ ଏହି ଯୋଜନା ଅସଂଖ୍ୟ ଦେଶବାସୀଙ୍କ ପାଇଁ ଆର୍ଥିକ ଅନ୍ତର୍ଭୂକ୍ତ ଏବଂ ସମ୍ମାନଜନକ ଜୀବନ ସହିତ ସଶକ୍ତିକରଣକୁ ସୁନିଶ୍ଚିତ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ ଜନ ଧନ ଯୋଜନା ଅଧିକ ସ୍ୱଚ୍ଛତା ଆଣିଛି।
ପୁରୀ, ଆଜିଠାରୁ ତିନିଦିନ ପାଇଁ ଶ୍ରୀମନ୍ଦିରକୁ ସାଧାରଣ ଦର୍ଶନ ନିମନ୍ତେ ବନ୍ଦ କରାଯାଇଛି। କାରଣ ହେଲା ଶନିବାର ଏବଂ ରବିବାର ଦୁଇଦିନ ପୁରୀ ସହର ସପ୍ତାହନ୍ତ ସର୍ଟଡାଉନ ଘୋଷଣା କରାଯାଇଛି। ଫଳରେ ଏହି ଦୁଇଦିନ ସାଧାରଣ ଦର୍ଶନ ପାଇଁ ବାରଣ କରାଯାଇଛି। ସେହିପରି ସୋମବାରଦିନ ଜନ୍ମାଷ୍ଠମୀ ପଡୁଛି। ସାଧାରଣତଃ ବିଭିନ୍ନ ପର୍ବପର୍ବାଣୀରେ ଭକ୍ତଙ୍କ ପ୍ରବଳ ଭିଡକୁ ଲକ୍ଷ କରି ସେଦିନ ଶ୍ରୀମନ୍ଦିର ବନ୍ଦ ନିଷ୍ପତି ମଧ୍ୟ କରାଯାଇଛି। ସେହି ଅନୁସାରେ ସୋମବାର ଜନ୍ମାଷ୍ଠମୀରେ ମଧ୍ୟ ଶ୍ରୀମନ୍ଦିର ସାଧାରଣ ଦର୍ଶନରୁ ବନ୍ଦ ରହିବ। ତେବେ ଭିତରେ ଶ୍ରୀଜିୟୁଙ୍କର ପୂଜାନୀତି ଯଥାରିତି ଚାଲିବ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ଗରିବ ରୋଗୀର ୨୦ ହଜାର ଟଙ୍କା ମେଡିକାଲ ପରିସରରୁ ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି। ହସ୍ତଗତ ତଥ୍ୟ ମୁତାବକ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ଗୁଆଲଡିହ ଗ୍ରାମର ଶିବରାମ ଦାସ ଓ ଜୟନ୍ତୀ ଦାସଙ୍କ ପୁତ୍ର ବାଦଲ ଦାସଙ୍କ (୨୨) ଝାଡାବାନ୍ତି ହେବାରୁ ପରିବାର ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ବାଦଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ, ତାଙ୍କୁ ଅନ୍ୟତ୍ର ନେବା ଉଦ୍ଦେଶ୍ୟରେ ଆଜି ସକାଳ ୭ ଘଟିକାରେ ବାଦଲଙ୍କ ମାତା ପିତା ୨୦ ହଜାର ଟଙ୍କା ନେଇ ମେଡିକାଲକୁ ଆସିଥିଲେ। ଟଙ୍କା ଏବଂ ଅନ୍ୟାନ ଜିନିଷ ଏକ ବ୍ୟାଗରେ ରଖିଥିବାବେଳେ ପୁଅ ବାଦଲର ଲୁଗାପଟା ଧୋଇବା ପାଇଁ ତାଙ୍କ ମା ଜୟନ୍ତୀ ଟଙ୍କା ବ୍ୟାଗକୁ ନିକଟସ୍ଥ…
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୋଧରେ ଆମେରିକା ଏକ ବଡ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ଆଇଏସ୍ ଟାର୍ଗେଟ ଉପରେ ଆମେରିକା ଡ୍ରୋନ୍ ଷ୍ଟ୍ରାଇକ୍ କରିଛି। କାବୁଲ ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ, ଆତଙ୍କବାଦୀମାନଙ୍କୁ ଆମେ ଖୋଜି ଖୋଜି ମାରିବୁ। ଆଫଗାନିସ୍ତାନ-ପାକିସ୍ଥାନ ସୀମା ନିକଟ ନଙ୍ଗରହାର ପ୍ରଦେଶରେ ଆମେରିକା ଏହି ବୋମା ବିସ୍ଫୋରଣ କରିଛି। ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ ହୋଇଥିବା ସୂଚନା ରହିଛି। କାବୁଲ ବିସ୍ଫୋରଣ ପରେ ଆମେରିକା ପ୍ରବଳ ଚାପରେ ଥିଲା। ଉଲ୍ଲେଖ ଯୋଗ୍ୟ ଯେ, କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ଯୋଗୁଁ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଯେଉଁଥିରେ ୯୦ ଜଣ ଆଫଗାନିସ୍ତାନର ନାଗରିକ ଥିଲେ। ଏଥିସହ ଏକ ଶହ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୭୬୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଲେଖାଏଁ, ଜଗତସିଂହପୁର ଜିଲ୍ଲାରୁ ୬ ଜଣ, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ନୟାଗଡ ଜିଲ୍ଲାରୁ ୨ ଜଣ, ବୌଦ୍ଧ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ, କରୋନା ସଂକ୍ରାମଣ ଯୋଗୁଁ ଦେଶରେ ପ୍ରାୟ ଏକ ଲକ୍ଷ ଶିଶୁ ଅନାଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ବାପା, କିଏ ମା, ପୁଣି କିଏ ଉଭୟଙ୍କୁ ହରାଇଛି। ଏପରି ଦୟନୀୟ ଅବସ୍ଥାକୁ ଲକ୍ଷ କରି ସୁପ୍ରିମକୋର୍ଟ ନିଜ ଆଡ ମାମଲା ଋଜୁ କରିଥିଲା। ଆଜି ଡିଭିଜନ ବେଞ୍ଚରେ ଏହାର ଶୁଣାଣି ଚାଲିଥିଲା। ଏଥିରେ କୋର୍ଟ ତିନି ସପ୍ତାହ ମଧ୍ୟରେ ସର୍ଭେ କରି ସଂପୂର୍ଣ୍ଣ ତଥ୍ୟ ଯୋଗାଇଦେବା ପାଇଁ ଶିଶୁ କଲ୍ୟାଣ କମିଟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ ଶିଶୁ କଲ୍ୟାଣ କମିଟକୁ ଏହି ନିର୍ଦ୍ଦେଶ ମଧ୍ୟ ଜାରୀ କରିଛନ୍ତି। ଜଷ୍ଟିସ ନାଗେଶ୍ବର ରାଓ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି। ଏଥିସହିତ ଏହି ବେଞ୍ଚ କହିଛନ୍ତି ଯେ, ଏହି ସର୍ଭେରେ ଯେଉଁ ଶିଶୁଙ୍କର ସରକାରୀ ସହାୟତାର ଆବଶ୍ୟକ ନାହିଁ ତାହା ମଧ୍ୟ ଉଲ୍ଲେଖ କରିବେ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୭୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୬ ଲକ୍ଷ ୪୯ ହଜାର ୯୪୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୭ ହଜାର ୩୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷ ୫୨ ହଜାର ୮୦୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୫୯ ହଜାର ୭୭୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୭୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୫ ଟି ଲୋକାଲ କେସ୍ ରହିଛ। ୭୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୯ ହଜାର ୮୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୯୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୭୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…
ନୂଆଦିଲ୍ଲୀ, ଦେଶରେ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପ୍ରୟାସର ଏକ ଅଂଶ ଭାବରେ କେନ୍ଦ୍ର ଶକ୍ତି ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଭାରତ ସରକାରଙ୍କ ପଦକ୍ଷେପରେ ଯୋଗଦେବା ସହିତ ସରକାରୀ ମନ୍ତ୍ରଣାଳୟ ତଥା ବିଭାଗରେ ଥିବା ଯାନଗୁଡିକୁ ବର୍ତ୍ତମାନର ଆଭ୍ୟନ୍ତରୀଣ ଜାଳେଣି ଇଞ୍ଜିନ (ଆଇସିଇ) ପେଟ୍ରୋଲ ଏବଂ ଡିଜେଲ ଯାନରୁ ବୈଦ୍ୟୁତିକ ଯାନରେ ପରିଣତ କରିବାକୁ ପରାମର୍ଶ ଦେଇଛନ୍ତି । ଏହିପରି ପ୍ରୟାସ ସାଧାରଣ ଜନତାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ଏବଂ ସେମାନଙ୍କୁ ଇ-ମୋବିଲିଟିକୁ ଦିଗରେ ଯିବାକୁ ଉତ୍ସାହିତ କରିବ ବୋଲି ଆଶା କରାଯାଏ । ଏହି ପଦକ୍ଷେପ ହେଉଛି ଏକାଧିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ବୈଦ୍ୟୁତିକ ଯାନ (ଇଭି) କୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗୋ ଇଲେକଟ୍ରିକ…
ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପର୍ଯ୍ୟଟନ, ସଂସ୍କୃତି ଓ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଜି. କିଷନ ରେଡ୍ଡୀ ଆଜି ମିଳିତ ଭାବେ “ସମ୍ବିଧାନ ପ୍ରସ୍ତୁତି” ଇ-ଫଟୋ ପ୍ରଦର୍ଶନୀ ଏବଂ ଭର୍ଚୁଆଲ ଚଳଚ୍ଚିତ୍ର ପୋଷ୍ଟର ପ୍ରଦର୍ଶନୀ “ଚିତ୍ରାଞ୍ଜଳି@୭୫”ର ଉନ୍ମୋଚନ କରିଛନ୍ତି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟପାଳନ, ପଶୁସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ, ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ. ମୁରୁଗାନ, ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମିନାକ୍ଷୀ ଲେଖି ଉପସ୍ଥିତ ଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ବିଭିନ୍ନ ଗଣମାଧ୍ୟମ ୟୁନିଟ ସହାୟତାରେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ‘ଆଇକନିକ ସପ୍ତାହ’ ପାଳନ କରାଯାଉଛି। ଏହାର ଅଂଶବିଶେଷ ସ୍ବରୂପ…
ମେଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଗୃହିଣୀମାନେ ଅତିରିକ୍ତ ଯତ୍ନବାନ ହେବା ଉଚିତ୍ । ରୋଷେଇ ଘରେ ଆଘାତ ହୋଇପାରେ । ଆଶା ବିଳମ୍ବ ହୋଇପାରେ। ବ୍ୟବସାୟ ଭଲ ହେବ । ଆୟ ଜାରି ରହିବ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ । ବିବାଦ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବୃଷ : ବ୍ୟବସାୟ ଲାଭଦାୟକ ହେବ । ଚାକିରିରେ ଶାନ୍ତି ରହିବ । ଟଙ୍କା ପାଇବା ସହଜ ହେବ । ଘରୋଇ କାର୍ଯ୍ୟ ଠିକ୍ ସମୟରେ କରାଯିବ । ଆଜି ଶାନ୍ତି ଏବଂ ସୁଖ ରହିବ । ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । କୋର୍ଟରେ ସୁସଙ୍ଗତତା ରହିବ । ମିଥୁନ : ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ସେଠାରେ ବହୁତ…
ନୂଆଦିଲ୍ଲୀ, ରାଜ୍ୟଗୁଡିକରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ପ୍ରସଙ୍ଗରେ ସେ ଓଡ଼ିଶା ସମେତ କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲେଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଦେଶରେ ବିମାନ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିମାନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ କରାଯିବ। ସିନ୍ଧିଆ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ୟ୍ୟକାରିତା ଲାଗି ଗୁରୁତ୍ବ ବହନ କରୁଥିବା ନିମ୍ନୋକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଏଆଇ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ବିତୀୟ ପର୍ୟ୍ୟାୟ ସମ୍ପ୍ରସାରଣ ପାଇଁ ୧୭୮ ଏକର ଜମିର…
ହାଇଦ୍ରାବାଦ, ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ (ଏନ୍ଏମ୍ଡିସି), ଭାରତର ବୃହତ୍ତମ ଲୁହାପଥର ଉତ୍ପାଦନକାରୀ ଓଡ଼ିଶାରେ ଖଣି କାର୍ଯ୍ୟ ପୁନଃ ଆରମ୍ଭ ପାଇଁ ନୀଳାଚଳ ଇସ୍ପାତ ଲିମିଟେଡ (ଏନ୍ଆଇଏନ୍ଏଲ୍) କୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛି । ମିଥିରଡ଼ା ଖଣି ବ୍ଲକରେ ଏନ୍ଆଇଏନ୍ଏଲ୍ ଲୁହାପଥର ଖଣି କାର୍ଯ୍ୟ ଆଜି ପୁର୍ନବାର ଆରମ୍ଭ ହୋଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସୁମିତ ଦେବ, ସିଏମ୍ଡି ଏନ୍ଏମ୍ଡିସି, ଶ୍ରୀ ପ୍ରକାଶ ଶତପଥି, ନିର୍ଦ୍ଦେଶକ (ଉତ୍ପାଦନ) ଏନ୍ଏମ୍ଡିସି, ଶ୍ରୀ ଆର୍ କେ. ଝା, ଏମ୍ଡି, ଏନ୍ଆଇଏନ୍ଏଲ୍ ଏବଂ ଏନ୍ଏମ୍ଡିସି ଓ ଏନ୍ଆଇଏନ୍ଏଲ୍ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏନ୍ଆଇଏନ୍ଏଲ୍ ପକ୍ଷରୁ ଇସ୍ପାତ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଦିପମ୍ଙ୍କ ତତ୍ତ୍ୱାବଧାନରେ ଏନ୍ଏମ୍ଡିସିର ସହାୟତା ଲୋଡ଼ାଯାଇଥିଲା । ଓଡ଼ିଶାରେ ଉଚ୍ଚ ଶକ୍ତି ସମ୍ପନ୍ନ ଲୁହାପଥର ଯୋଗାଣରେ ସହାୟତା ଯୋଗାଇବା ପାଇଁ ଏନ୍ଏମ୍ଡିସିର ସହାୟତା ପାଇଁ ଏନ୍ଆଇଏନ୍ଏଲ ଏକ ଏମ୍ଓୟୁ ସ୍ୱାକ୍ଷର କରିଛି ।…
ଭୁବନେଶ୍ୱର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହା ଘୋଷଣା କରିଥିଲେ । ୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶ୍ରୀ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି । ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ, ଭୁବନେଶ୍ୱର ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, କଟକଙ୍କୁ, ୨୦୧୯ ପାଇଁ ବିନୋଦ…
ଭୁବନେଶ୍ବର, କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ କମ ଯାତ୍ରୀଙ୍କ ଉପସ୍ଥିତି ଦେଖି କେତେକ ଟ୍ରେନକୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ନିଷ୍ପତି ଅନୁସାରେ ବାତିଲ ହୋଇଥିବା ଟ୍ରେନଗୁଡିକ ହେଲା ଶନିବାର ଓ ରବିବାର ଦିନମାନଙ୍କରେ ବାତିଲ୍ ହେଉଥିବା ଟ୍ରେନ କ- ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ ଖ- ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ଼-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ ସ୍ବତନ୍ତ୍ର ଟ୍ରେନ ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ କ- ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ଖ. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ଗ. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ଘ. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ଙ. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ପହିଲା ଠାରୁ ୧୫ ତାରିଖ ପର୍ୟ୍ୟନ୍ତ ଉଭୟ ଦିଗକୁ ଶନିବାର ଏବଂ ରବିବାର ଦିନ ମାନଙ୍କ ବ୍ୟତୀତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ହସ୍ତଗତ ହୋଇଛି। ସାପ କାମୁଡ଼ିବାରେ ମହିଳାଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ଆଜି ସକାଳେ ଭୀମପୁର ଗ୍ରାମ ଗୋଡିପଦର ସାହିର ଚମ୍ପା ସାହୁ (୬୫) ନାମକ ମହିଳା ଜଣଙ୍କ ଘର ବାରିପଟେ କାମ କରୁଥିବାବେଳେ ତଳେ ପଡିଯାଇଥିଲେ। ତାଙ୍କୁ ଏକ ସାପ କାମୁଡ଼ିଦେଇଥିବା ନେଇ ସନ୍ଦେହ କରାଯାଇଥିଲା। ପରିବାର ଲୋକ ତୁରନ୍ତ ଚମ୍ପାଙ୍କୁ ବାଣପୁର ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ପକ୍ଷରୁ ବାଣପୁର ଥାନାରେ ଜଣାଇଲା ପରେ ବାଣପୁର ପୋଲିସ ୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ…
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ଏସସିବି ମେଡିକାଲରେ ନଅ ଟି ଏକମୋ ମେସିନର ଉଦଘାଟନ କରିଛନ୍ତି। ସେଠାରୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ବର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖିଥିଲେ। ଏହାର ବିକାଶ କାମକୁ ନେଇ ନବୀନ ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଧାୟକଗଣ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍ମୋ ମେସିନଗୁଡିକୁ ବୁଲି ଦେଖିଥିଲେ। ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍ମୋ ୟୁନିଟ୍ ଏବଂ ଏକ୍ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ ସରକାର ସ୍ତରରେ ପ୍ରଥମ ଓ ସର୍ବବୃହତ । ଏଥିପାଇଁ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି। କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜୀବନ ରକ୍ଷାରେ ଏହି…
ଭୁବନେଶ୍ବର, ଓଡିଶାରେ ଇଲେଟ୍ରିକ ଯାନକୁ ମିଳିବ ରିହାତି, ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ବଡ ନିଷ୍ପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ 2025 ସୁଦ୍ଧା 20 ପ୍ରତିଶତ ଇଲେଟ୍ରିକ ଯାନ ରାଜ୍ୟରେ ବିକ୍ରି କରାଯିବାକୁ ଉତ୍ସାହିତ କରାଯିବ। ସେଥିପାଇଁ ଓଡିଶା ଇଲେଟ୍ରିକ ଭେଇକଲ ଆଇନ 2021କୁ ସ୍ବୀକୃତି ପ୍ରଦାନ କରାଯାଇଛି। ସେହିପରି ଏହି ଇଲେଟ୍ରିକ ଯାନ ଓଡିଶାରେ ବିକ୍ରି ବୃଦ୍ଧି ପାଇଁ ରାଜ୍ୟ ସରକାର ଉତ୍ସାହିତ କରିବେ। ଅନ୍ୟପକ୍ଷରେ ଏହି ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ସାହିତ କରିବେ ବୋଲି କ୍ୟାବିନେଟରେ ନିଷ୍ପତି କରାଯାଇଛି। ରାଜ୍ୟରେ ଏହି ଗାଡି ନିର୍ମାଣ ପାଇଁ କଂପାନୀ ଆଗ୍ରହୀ ହେଲେ ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇବେ। ଏଥିସହିତ ଓଡିଶାରେ ଏହି ଯାନ ଉପରେ ଗବେଷଣା ତଥା ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ସୁବିଧା ସୁଯୋଗ ଯୋଗାଇ ଦେବେ। ଯେଉଁମାନେ ଏହି ଗାଡି କ୍ରୟ କରିବେ…

