Categories
ଆଜିର ଖବର ଧର୍ମ

ରବିବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କର ଚାକିରୀ କ୍ଷେତ୍ରରେ ହୋଇପାରେ ଅସୁବିଧା

ତୂଳା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟିକ କାର୍ଯ୍ୟକଳାପ ସଫଳ ହେବ ଏବଂ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ଅର୍ଥ ଲାଭ କରିବ । ତଥାପି ଦୌଡାଦୌଡି ଅଧିକ କରିବାକୁ ପଡ଼ିବ, କିନ୍ତୁ ପରିଶ୍ରମର ଫଳ ଭଲ ହେବ । ପୁରୁଣା ଅଟକି ଯାଇଥିବା ଟଙ୍କା ଫେରସ୍ତ କରିବାର ସମ୍ଭାବନା ରହିବ ।

ବିଛା : – କାର୍ଯ୍ୟ ଭାର ଅଧିକ ହେତୁ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ଶ୍ରମିକମାନେ ଏକ ସ୍ଥାନାନ୍ତରଣକୁ ଯାଇପାରନ୍ତି, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ । ଉଚ୍ଚ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିପାରନ୍ତି । ଆନନ୍ଦ-ପ୍ରମୋଦ ପଛରେ ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ବିଷୟରେ ଚିନ୍ତା ହେବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ନିଜର କଥାବାର୍ତ୍ତାରେ ରଖନ୍ତୁ ନିୟନ୍ତ୍ରଣ, ନଚେତ..

ସିଂହ: –  କାର୍ଯ୍ୟଭାର ଅଧିକ ହେବ ଏବଂ ପୂରା ଦିନ ଦୌଡାଦୌଡିରେ ଅତିବାହିତ ହେବ । ଆପଣ ଶାରୀରିକ ଥକ୍କା ଅନୁଭବ କରିପାରିବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଯେ କୌଣସି ବିତର୍କରେ ଜଡିତ ହୋଇପାରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ। ଆଜି ନିରର୍ଥକ ବିତର୍କ ଏବଂ ଝଗଡାକୁ ଏଡ଼ାଇବାକୁ ପଡିବ ।

କନ୍ୟା: – ବ୍ୟବସାୟ ଭଲ କରିବ । କର୍ମକ୍ଷେତ୍ରରେ ସାଙ୍ଗ ଏବଂ ସହକର୍ମୀଙ୍କଠାରୁ ବହୁତ ସମର୍ଥନ ମିଳିବ । କାର୍ଯ୍ୟରେ ସଫଳତା ଆର୍ଥିକ ପରିସ୍ଥିତିକୁ ମଜବୁତ କରିବ । ପଦୋନ୍ନତି ମଧ୍ୟ ମିଳିପାରିବ । ପରିବାରର ପରିବେଶ ଭଲ ରହିବ ଏବଂ ଘର ମାଲିକ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ ।

ରବିବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ରବିବାରରେ ଅଯଥା ଖର୍ଚ୍ଚ ଯୋଗୁଁ ମନକଷ୍ଟ ହେବ

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭ ପରିସ୍ଥିତି ମଧ୍ୟ ଆସିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ମନ ଚିନ୍ତିତ ହୋଇପାରେ । ପାରିବାରିକ ପରିବେଶ ସୁଖମୟ ହେବ । ବକ୍ତବ୍ୟର ମଧୁରତା ସହିତ, କାମ କରିବାକୁ ସମର୍ଥ ହେବେ । ଗାଡି ଚଳାଇବା ସମୟରେ ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କର୍କଟ: – ଆଜି ବହୁତ ଭଲ ଦିନ ହେବ । ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ବ୍ୟବସାୟ ବିସ୍ତାର ପାଇଁ ବ୍ୟବସ୍ଥିତ ଭାବରେ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରିବାକୁ ସମର୍ଥ ହେବେ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ। କର୍ମ କ୍ଷେତ୍ରରେ ବହୁତ ପରିଶ୍ରମ ହେବ ଏବଂ କଠିନ ପରିଶ୍ରମ ସହିତ ଆପଣ ଏହି କାର୍ଯ୍ୟରେ ସଫଳତା ପାଇବେ ।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସତର୍କ

ମେଷ: – ଆଜି ଧାଁ ଦୌଡ଼ ଅତ୍ୟଧିକ ହେବ, ଯେଉଁ କାରଣରୁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେଉଛି, କିନ୍ତୁ ଟଙ୍କା ଅଧିକ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।

ବୃଷ: –  ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଶାନ୍ତିରେ ବିତାଇବେ ଆପଣ ପରିବାରର ନିକଟତର ଅନୁଭବ କରିବେ । ସେମାନଙ୍କର ସହଯୋଗ ମଧ୍ୟ ଉପଲବ୍ଧ ହେବ । ପୁରୁଣା ବନ୍ଧୁମାନଙ୍କୁ ଭେଟି ପାରିବେ ଏବଂ ପରିବାର ସଦସ୍ୟମାନେ ଏକ ମନୋରମ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାକୁ ଯୋଜନା କରିପାରନ୍ତି।

ରବିବାର ସକାଳୁ ପଢନ୍ତୁ ବିସ୍ତୁତ ରାଶିଫଳ

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ ଦୋକାନ କର୍ମଚାରୀ ଲୁଟ୍ ଘଟଣା: ୪ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶେରଗଡ଼ ଥାନା ପିତଳ ଚେରମାରିଆ ରାସ୍ତାରେ ଗତ ୮ ତାରିଖ ଦିନ ମଦ ଦୋକାନ କର୍ମଚାରୀଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ ପୋଲିସ୍ ଆଜି ୪ ଜଣ ଚୋରକୁ ଗିରଫ କରିଛି। ଗିରଫ ଚାରିଜଣ ହେଲେ ଶିବରାମ ସେଠୀ, ବିକାଶ ଜେନା, ଗିରିଧାରୀ ମଣ୍ଡଳ ଓ ସନ୍ତୋଷ କୁମାର ବେହେରା।

ଘଟଣାରୁ ପ୍ରକାଶ ଯେ ଗତ ୮ ତାରିଖ ଦିନ କିଛି ଲୁଟେରା ଜନୈକ ମଦ ଦୋକାନ କର୍ମଚାରୀଙ୍କୁ ବାଟରେ ଭୟଭୀତ କରାଇ ଲୁଟ୍‌ପାଟ କରିଥିଲେ। ମଦ ଦୋକାନ କର୍ମଚାରୀ ଜଣକ ମଦ ଦୋକାନର ଟଙ୍କାକୁ ଆସିକା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେ ଧରିଥିବା ଏକଲକ୍ଷ ଟଙ୍କା ଝାମ୍ପି ନେବା ସହ ଚମ୍ପଟ ମାରିଥିଲେ। ଏନେଇ କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଚାରି ଲୁଟେରାକୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମେଡ଼ିକାଲ୍ କମ୍ପାସ ହାଇସ୍କୁଲକୁ “ମୋ ସ୍କୁଲ” ଟିମ୍‌ର ପରିଦର୍ଶନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: “ମୋ ସ୍କୁଲ” ମୁଖ୍ୟ ପ୍ରକଳ୍ପ ଅଧିକାରୀ ଅମରଜିତ ଜେନାଙ୍କ ନେତୃତ୍ୱରେ ଆସଥିବା ଏକ ୩ ଜଣିଆ ଟିମ୍ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ କରିଛନ୍ତି। ସ୍କୁଲଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପୁରାତନ ଛାତ୍ରମାନେ ମୋ ସ୍କୁଲ ନାମରେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଏହା ଅଧିନରେ କାର୍ଯ୍ୟରତ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ।

ପ୍ରଥମେ ହିଂଜିଳିକାଟୁ ଗସ୍ତ କରିବା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ପୁରାତନ ହାଇସ୍କୁଲ ମେଡ଼ିକାଲ୍ କ୍ୟାମ୍ପସ୍ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଏବଂ ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ନେଇ ଟିମ୍ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ପୁରତାନ ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ମେଡ଼ିକାଲ୍ କ୍ୟାମ୍ପସ୍ ଉଚ୍ଚ ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ସାମିଲ କରି ଭିତ୍ତିଭୂମିରେ ବିକାଶ କରିଛନ୍ତି ସେଥି ସକାଶେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ଏହି ପରିଦର୍ଶନ ସମୟରେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର, ମୋ ସ୍କୁଲର ଲୋକସଂପର୍କ ଅଧିକାରିଣୀ ସଶ୍ମିତା ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କବାଟ ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅଂଚଳ ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଏଠାରେ କୌଣସି ନାଁ କୌଣସି ଅଘଟଣର ସୂଚନା ମିଳୁଥିବାବେଳେ ଗତ ସପ୍ତାହ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି।

ସପ୍ତାହ ମଧ୍ୟରେ ଦୁଇଦୁଇଟି ହତ୍ୟା, ଡ଼ାକ୍ତରଙ୍କ ଆକ୍ରମଣ, ଆଇନଶୃଙ୍ଖଳା ଠିକ୍ ନଥିବାରୁ ରାସ୍ତାରୋକ ଆଦି ଘଟଣା ଘଟିବାରେ ଲାଗିଛି। ସଦ୍ୟ ଘଟଣାକ୍ରମେ ଏହି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରୁ ଗତରାତିରେ କବାଟ ଭାଙ୍ଗି ଜନୈକ ବ୍ୟକ୍ତିଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟରାତ୍ର ସମୟରେ ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରଘୁନାଥ ମଠସାହିରେ ରହୁଥିବା ସୀମାଞ୍ଚଳ ସାମଲଙ୍କ ଘରର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘର ମଧ୍ୟରେ ଥିବା ତିନି ତିନିଟା ଆଲମିରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫୦ହଜାର ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରି ନେଇଯାଇଥିଲେ। ପରେ ଏନେଇ ସଦରଥାନାରେ ଅଭିଯୋଗ ହେବା ପରେ ଥାନା କେସ ନଂ ୬୩/୨୧ରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ତେବେ ଗତକାଲି ଘରର ମୂରବି ସୀମାଞ୍ଚଳ ଘରେ ନଥିବା ବେଳେ ଘରେ କେବଳ ତାଙ୍କର ବୋହୂ ରହୁଥିଲା। ଏହାର ସୁରାକ୍ ପାଇ ଚୋରମାନେ ଘରେ କଳାକନା ବୁଲାଇଥିବା ଆଶଙ୍କା କରାଯାଉଛି। ତେବେ ସଦରଥାନା ଅଂଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନହେବାରୁ ଦିନକୁ ଦିନ ଏଭଳି ଘଟଣାମାନ ଘଟିବାରେ ଲାଗିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ବିଜେପି ସ୍ଥିତି ସଂଗିନ୍‌..! ଭେଣ୍ଟିଲେଟର ଅନୁସନ୍ଧାନରେ ଅକ୍ସିଜେନ୍‌କୁ ଅଣଦେଖା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜେପି ନେତାଙ୍କ ପଦ ପଦବୀ ମୋହ କ୍ଷମତା ଲଢ଼େଇ ଆଗରେ ନିଜ ଦଳର ସମ୍ମାନ କେବଳ ଯାଇନି ବରଂ ମର୍ଯ୍ୟାଦାର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। ଗଂଜାମ ବିଶେଷ କରି ବ୍ରହ୍ମପୁରରେ ତ୍ରିକୋଣୀୟ ନେତାଙ୍କ ନିଜ ସ୍ୱାର୍ଥକୁ ସୁରକ୍ଷା ଦେଇ ଆସୁଥିବା ଚରିତ୍ରମାନେ ଦଳୀୟ ବିଚାର ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା ମହଙ୍ଗା ପଡ଼ୁଛି ବୋଲି ଚର୍ଚ୍ଚା।

ଆଗାମୀ ଦିନରେ ମେୟର ନିର୍ବାଚନ ମହାନଗର ପାଇଁ ଆଗକୁ ଆସୁଥିବାବେଳେ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ଏବଂ ପୂର୍ବତନ ବିଜେପି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁଚରଣ ପତି ନିଜ ନିଜର ଗୋଟିଏ ଗୋଟିଏ ଆଖଡ଼ାରେ ସମରସଜ୍ଜା ପ୍ରସ୍ତୁତି ବିଜେପି ରଣକୌଶଳକୁ ଦୁର୍ବଳ କରିଚାଲିଛି। ଯାହାକି ଏମାନଙ୍କ ସ୍ୱାର୍ଥ ପାଇଁ ଦଳୀୟ ବିଧିବ୍ୟବସ୍ଥା ଦିଶାହୀନ ବୋଲି ଚର୍ଚ୍ଚା।

ଏଠି ଭାଗଭାଗ ହୋଇ ବିଜେପି ସଂଗଠନ ଦୁର୍ବଳ ହେବା ସମୟରେ ରାଜ୍ୟରେ ମଧ୍ୟ କେତେଭାଗ ଯାହାର ଗଣିତ ସମସ୍ତଙ୍କୁ ଜଣା। ଏଣୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ନେଇ ଆସିକା ସଂସଦୀୟ କ୍ଷେତ୍ରରେ ନିଜ ନିଜର ପଦପଦବୀକୁ ସୁରକ୍ଷିତ କରିବାର ଚରିତ୍ରଙ୍କ ପାଇଁ ହିଁ ଦଳର ସ୍ଥିତି ବିପନ୍ନ।

ବ୍ରହ୍ମପୁର ଭୃଗୁ ବକ୍ସିପାତ୍ରଙ୍କୁ ସାଂସଦ ପ୍ରାର୍ଥୀ କରିବା ଦିନଠାରୁ ବିଜେପିର ସ୍ଥିତି ସଂଗୀନ ସଂକଟର ସମ୍ମୁଖୀନ ହୋଇଛି। ଏମାନେ ହିଁ ବିଜେଡ଼ିକୁ ମଜବୁତ କରିବା ବେଳେ ବିଜେପିର ସ୍ଥିତି ଦିନକୁ ଦିନ ତଳମୁହାଁ। ଆସିକା ନିର୍ବାଚନ ମଣ୍ଡଳୀ ସଂସଦୀୟ କ୍ଷେତ୍ର ନକହିବା ଭଲ। ଅନୀତା ଶୁଭଦର୍ଶିନୀ ପିତା ପୂର୍ବତନ ଅର୍ଥମନ୍ତ୍ରୀ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ, ମା’ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନାମରେ ପରିଚୟ। ତାଙ୍କର ନିଜସ୍ୱ ପରିଚୟ ତଥା ସାଙ୍ଗଠନିକ ଦକ୍ଷତା ନାହିଁ। ଏଣୁ ଲୋକପ୍ରିୟତାର ଅମଳ କରିବା ଆଦୌ ସହଜ ହୋଇପାରିନାହିଁ।

ଆସିକା ସଂସଦୀୟ କ୍ଷେତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପାରଦର୍ଶିତାର ପ୍ରମାଣ ଦେଇ ଚାଲିଗଲେ କିନ୍ତୁ ଅନୀତା ଶୁଭଦର୍ଶିନୀଙ୍କ ସ୍ଥିତି ତାହାଠାରୁ କୌଣସି ଗୁଣରେ ଅଧିକ ବୋଲି କୁହାଯିବ ନାହିଁ। ତାଙ୍କ ପଛରେ ନା’ ଦଳର କର୍ମୀ ଅଛନ୍ତି ନା ସଂଗଠନର ନେତୃବର୍ଗ। ଏଣୁ ଏଇ ଦୁଇ ସଂସଦୀୟ କ୍ଷେତ୍ରର ସ୍ଥିତି ଭିତରେ ଆଉଟୁ ପାଉଟୁ ହୋଇ ଦଳର କର୍ମୀମାନେ ଷଢ଼ୁଥିବାବେଳେ ଏଠାକାର ସାଙ୍ଗଠନିକ ଦକ୍ଷତାର କେନ୍ଦ୍ର ବୋଲି ଧରିନେଉଥିବା ଗଂଜାମ ବ୍ରହ୍ମପୁର ଘୁମୁସର ଦୁଇଟି ମଣ୍ଡଳ ପୁରାପୁରି ଦୁର୍ବଳ ମୁହାଁର ଏକମାତ୍ର କାରଣ।

ନୂଆ ବିଚାରଧାରା ନୂଆ ନେତୃତ୍ୱକୁ ସୁଯୋଗ ଦେବାର ଅଭାବ ଚିତ୍ର। ଆଜି ବିଜେପି ଦଳ ଗଂଜାମ ଜିଲ୍ଲାରେ ଭେଣ୍ଟିଲେଟରରେ ରହିଥିବାବେଳେ ଅକ୍ସିଜେନ ଯୋଗାଇଲା ପରି କାମ ଦେବା ପାଇଁ ଦୁଇ ତିନୋଟି ମୁହଁର ଆବଶ୍ୟକତାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବିଜେପି ଉପଲବ୍ଧ ନକରିବା ମଧ୍ୟ ବିଡ଼ମ୍ବନା। ଯେଉଁମାନଙ୍କ ହାତରେ ଆଦୌ ଖଡ଼ା ସିଝୁନି ସେମାନେ ଦଳର ପଦପଦବୀ ମାଡ଼ି ବସିଛନ୍ତି। ରାମ କୁମାର ପାତ୍ରଙ୍କୁ ବିଜେପି ଜିଲ୍ଲାରେ ଦକ୍ଷ, ସଂଗଠନ ବୋଲି ଗ୍ରହଣ ନ କରି ତାଙ୍କର ଅନୁଭବ ଏବଂ ପାରଦର୍ଶିତାକୁ ଗୌଣ କରିବା ସବୁଠାରୁ ବଡ଼ ଭୁଲ।

ବିଭୂତି ଜେନାଙ୍କ ବିକଳ୍ପ ଭାବରେ ରାମ ପାତ୍ରଙ୍କୁ ବହୁ ଆଗରୁ ସଂଗଠନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ଗଂଜାମରେ ସ୍ଥିତି ଭଲ ରହିଥାନ୍ତା। ଅପରପକ୍ଷେ ଡା. ସୁବାଷ ଚନ୍ଦ୍ର ସାହୁଙ୍କ ପରି ଜଣେ ଉଦ୍ୟମୀ ଉତ୍ସାହୀ, ଦକ୍ଷ ବ୍ୟକ୍ତିତ୍ୱକୁ ବିଜେପିର ଡର କାହିଁକି ? ଭୃଗୁ ବକ୍ସିପାତ୍ରଙ୍କ ବିକଳ୍ପ ଭାବରେ ଡ଼ାକ୍ତର ସୁବାଷ ଚନ୍ଦ୍ର ସାହୁଙ୍କୁ ହିଁ ଗ୍ରହଣ କରିବା ଗ୍ରହଣୀୟ ବୋଲି ସାଧାରଣ ଜନତା ଚିନ୍ତା କରୁଛନ୍ତି। କାହ୍ନୁ ପତି ଏବଂ ବିଜୟ ସ୍ୱାଇଁଙ୍କ ପାଇଁ ବିଜେପିର ଅଧିକ କ୍ଷତି ହୋଇସାରିଛି। ଯେଉଁ କ୍ଷତି ପୂରଣ ପାଇଁ ସୁବାସ ସାହୁ ସମର୍ଥ ହେବେ।

ଅନ୍ୟପଟରେ ଅପରାଜିତା ଷଡ଼ଙ୍ଗୀଙ୍କ ଶୁଭଦୃଷ୍ଟିରେ ରହିଥିବା ଗଂଜାମ ଜିଲ୍ଲାର ଜଣେ ଯୁବ ପ୍ରତିଭା କବି, ସାହିତ୍ୟିକ, ଲେଖକ ତଥା ଆୟୁର୍ବେଦ ଡ଼ା. ସାଗର ରଂଜନ ତ୍ରିପାଠୀଙ୍କୁ ନେଇ ଭୁବନେଶ୍ୱରରେ ଅଧିକ ଚର୍ଚ୍ଚା। ସେ ଯଦିଚ ଦଳର ସକ୍ରିୟ କାର୍ଯ୍ୟଧାରାରୁ ବହୁ ଦୂରରେ ତଥାପି ତାଙ୍କର ବ୍ୟକ୍ତିତ୍ୱ ଆଗାମୀ ଦିନରେ ନିଶ୍ଚୟ ଏକ ସମ୍ଭାବନାକୁ ତିଆରି କରିବାର ପ୍ରସ୍ତୁତି ଚାଲିଛି।

ସମର୍ଥ ପରିବାର ଉଦ୍‌ଘାଟନ ଦିବସରେ ଡା. ସାଗର ରଂଜନ ତ୍ରିପାଠୀଙ୍କ ଅଭିଭାଷଣରୁ ଗଂଜାମ ଜିଲ୍ଲାର ସ୍ଥିତି ସଂପର୍କରେ ଯେଉଁ ଅଭିଭାଷଣ ରଖିଥିଲେ ଅପରାଜିତା ଷଡ଼ଙ୍ଗୀଙ୍କ ଶିବିରରେ ସେ ଲୋକପ୍ରିୟତାର ସବୁଠାରୁ ଶୀର୍ଷରେ। ଏଣୁ ଗଂଜାମ ଜିଲ୍ଲାରେ ବିଜେପିର ନୂତନ ସଂସ୍କରଣରେ ତିନିମୁହଁକୁ ଯୋଡ଼ି ଦେଇ ବାଛବିଚାର ବ୍ୟବଧାନଠାରୁ ଉର୍ଦ୍ଧ୍ୱରେ ରହି ଯଦି ଗଂଜାମ ଜିଲ୍ଲାରେ ସାଙ୍ଗଠନିକ ବ୍ୟବସ୍ଥାକୁ ଯୋଡ଼ିବାକୁ ପ୍ରୟାସ ହୁଏ ନିଶ୍ଚୟ ଭିନ୍ନ ସ୍ୱାଦର ଖେଳ ହେବ।

ଆଜି ବ୍ରହ୍ମପୁରରେ ନୂଆ ଚେହେରାକୁ ଆଣିବା ପାଇଁ ବିଜେପି ଦଳର ସ୍ଥାନୀୟ କର୍ମୀ ଓ ସଂଗଠନର କାରିଗରମାନେ ହିଚ୍‌କିଚ୍ ହେବା ବଦଳରେ ପରସ୍ପର ମଧ୍ୟରେ ବୁଝାମଣା କରି ମିଳିମିଶି ଯଦି ସଜାଡ଼ି ନେବେ ତେବେ ଆଗାମୀ ଦିନରେ ବିଜେପିରେ ବହୁ ସମ୍ଭାବନା ସୃଷ୍ଟି ହେବ। ଅପରାଜିତା ଷଡ଼ଙ୍ଗୀଙ୍କୁ ଆଣିବା ପାଇଁ ଖୁବ୍‌ଶୀଘ୍ର କିଛି ଦଳୀୟ କର୍ମୀ ଯୋଜନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କର ଆଗମନ ଯେ ନିଶ୍ଚିତ। ସାଙ୍ଗଠନିକ ଦାୟିତ୍ୱଠାରୁ ଉର୍ଦ୍ଧ୍ୱରେ ରହି ସେ ଯେଉଁ ରାଜନୀତିର ପରିଭାଷାକୁ ବଦଳାଇ କାର୍ଯ୍ୟ କରୁଛନ୍ତି ଆଗାମୀ ଦିନରେ ଅପରାଜିତା ଷଡ଼ଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆଗକୁ ଯେ ନଯାଇ ପାରିବେ କିଏ କହିବ।

ଏଣୁ ଜିଲ୍ଲାସ୍ତରରେ ଗଂଜାମର ସଂଗଠନ ଦାୟିତ୍ୱ ବୁଝୁଥିବା ଚରିତ୍ରମାନେ ପରସ୍ପର ମଧ୍ୟରେ ଭେଦଭାବ ଭୁଲି, ପରାମର୍ଶ ନେଇ, ସଂକୀର୍ଣ୍ଣ ମାନସିକତାରୁ ଉର୍ଦ୍ଧ୍ୱରେ ରହି ପଦ୍ମର ପାଖୁଡ଼ାକୁ ମଉଳିବାକୁ ନଦେଇ ବରଂ ପଦ୍ମ ଫୁଟାଇବା ପ୍ରୟାସ କରିଲେ ଜିଲ୍ଲା ବିଜେପି ବିଧି ବ୍ୟବସ୍ଥାରେ କିଛିଟା ଆଶା ସଂଚାର ହେବ ନୋହିଲେ ବିଜେପିର ସ୍ଥିତି ଗଂଜାମ ପାଇଁ ଅଧିକରୁ ଅଧିକ ବିପନ୍ନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲେଖଶ୍ରୀଙ୍କ ବିରୋଧରେ ଫେସବୁକ ପେଜରେ ମିଥ୍ୟା ଖବର ପ୍ରଚାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଫେସବୁକ ପେଜରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଆଜି ସମ୍ପୃକ୍ତ ଫେସବୁକ ପେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତାଙ୍କର ଅଭିଯୋଗ ଅନୁଯାୟୀ, ‘ପଲିଟିକାଲ ଡ୍ରାମା’ ନାମକ ଏକ ଫେସବୁକ୍ ପେଜରେ ତାଙ୍କ ବିରୋଧରେ ଏକ ମିଥ୍ୟା ପୋଷ୍ଟ କରି ଲୋକମାନଙ୍କୁ ଭ୍ରମିତ କରୁଛି। ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହେଉଥିବାରୁ ମହିଳାମାନଙ୍କୁ କମ ଜିନିଷ ରାନ୍ଧିବା ଉଚିତ ଯାହାର ଅର୍ଥ ଭାତ ଓ ଡାଲି ବୋଲି ଲେଖାଶ୍ରୀ କହିଥିବାର ଏହି ପେଜରେ ପୋଷ୍ଟ କରାଯାଇଛି।

ତେବେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି ଏବଂ ଏପରି ମିଥ୍ୟା ଖବର ଲୋକଙ୍କୁ ବ୍ଲାକମେଲ କରିବା ଏବଂ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସେ କହିଛନ୍ତି ଯେ , ‘ ମୋ ବିରୁଦ୍ଧରେ ମିଥ୍ୟା ପ୍ରଚାର କରାଯାଇଛି ଏବଂ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଇଛି। ମୁଁ ଏହାକୁ ଦୃଢ ନିନ୍ଦା କରୁଛି। ପୋଲିସ ମହାନିର୍ଦ୍ଦେଶକ, କ୍ରାଇମ ବ୍ରାଞ୍ଚ, ସାଇବର ସେଲ ଏବଂ ଦୈତ ନଗରୀ ପୋଲିସ୍ କମିଶନରଙ୍କୁ ଟ୍ୟାଗ୍ କରି ମୁଁ ଟ୍ୱିଟ୍ କରିଛି। ‘ମୁଁ ଅଧିକାରୀମାନଙ୍କୁ ଅନୁରୋଧ କରୁଛି ଯେ ଟ୍ୱିଟକୁ ଏତଲା ଭାବେ ଗ୍ରହଣ କରି, ଏହି ଘଟଣାର ଅନୁସନ୍ଧାନ କରନ୍ତୁ ଏବଂ ଏହା ପଛରେ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୫, ବରଗଡରୁ ୭, ବାଲେଶ୍ବରରୁ ୬, ଯାଜପୁରରୁ ୬, ମୟୂରଭଞ୍ଜରୁ ୬, ସୁନ୍ଦରଗଡରୁ ୬, ଭଦ୍ରକରୁ ୪, ଖୋର୍ଦ୍ଧାରୁ ୪, କଟକରୁ ୩, ଗଜପତିରୁ ୨, ଝାରସୁଗୁଡାରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ଅନୁଗୁଳରୁ ୧, ଦେବଗଡରୁ ୧, କେନ୍ଦ୍ରାପଡାରୁ ୧, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଛି। ତେବେ ୫୮୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଧର୍ମ ବିଶେଷ ଖବର

ଆସନ୍ତାକାଲିଠାରୁ ଆରମ୍ଭ ହେବ ମଳମାସ, ସୂର୍ଯ୍ୟଦେବ କରିବେ ରାଶି ପରିବର୍ତ୍ତନ, ସମସ୍ତ ରାଶି ହେବେ ପ୍ରଭାବିତ

ଭୁବନେଶ୍ବର, ମାର୍ଚ୍ଚ 14 ତାରିଖ ରବିବାରଠାରୁ ମଳମାସ ବା ଖରମାସ ଆରମ୍ଭ ହେଉଛି। ଏହା କାରଣ ହେଉଛି ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ। ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟଦେବ ମାର୍ଚ୍ଚ 14 ତାରିଖ ସଂଧ୍ୟା 6ଟା 4 ମିନିଟରେ ମୀନ ରାଶିରେ ପ୍ରବେଶ କରିବେ। ସେ ଏହି ରାଶିରେ ସୂର୍ଯ୍ୟ 14 ଏପ୍ରିଲ ରାତି 2ଟା 33 ମିନିଟ  ପର୍ଯ୍ୟନ୍ତ ରହିବେ।

ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ 12ଟି ରାଶିକୁ ପ୍ରଭାବିତ କରିବ। କାରଣ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ସମସ୍ତ ଗ୍ରହର ରାଜା ଭାବରେ ବିବେଚନା କରାଯାଇଥାଏ। ରାଶିଫଳରେ ସୂର୍ଯ୍ୟଙ୍କ ସ୍ଥିତି ଏହାକୁ ଏକ ଉଚ୍ଚ ପଦ, ଖ୍ୟାତି, ନେତୃତ୍ୱ, ଶକ୍ତି ଇତ୍ୟାଦି ସହିତ ଜଡିତ କରି ରଖିଥାଏ। ସୂର୍ଯ୍ୟଙ୍କ ଦ୍ବାରା ଜଣେ ବ୍ୟକ୍ତିର ଜୀବନ ଚକାଚକ୍ ମଧ୍ୟ ହୋଇଯାଏ। ମାର୍ଚ୍ଚ 14 ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଷୟରେ ଜାଣନ୍ତୁ।

ମେଷ: ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ମେଷ ଲୋକଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିବ। ଆପଣ ଅଫିସରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ ପ୍ରତି ସଚ୍ଚୋଟତା ଜାରି ରଖ।

ବୃଷ: ସୂର୍ଯ୍ୟଙ୍କ ଏହି ଗମନ ବୃଷ ଲୋକମାନଙ୍କ ପାଇଁ ଲାଭଦାୟକ ହେବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ସମ୍ମାନ ବୃଦ୍ଧି ପାଇବ ।

ମିଥୁନ: ସୂର୍ଯ୍ୟଙ୍କ ପ୍ରବେଶ ମିଥୁନ ଲୋକଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟ କ୍ଷେତ୍ର ବୃଦ୍ଧି ପାଇବ । ଚାକିରି ଏବଂ ବ୍ୟବସାୟରେ ଭଲ ଫଳାଫଳ ଦେଖାଯିବ । ପଦୋନ୍ନତି ହୋଇପାରେ ।

କର୍କଟ: ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ  କର୍କଟ ରାଶିର ଲୋକଙ୍କ ପାଇଁ ଧନ ସୃଷ୍ଟି କରୁଛି । ବନ୍ଦ ହୋଇଥିବା ଟଙ୍କା ଗ୍ରହଣ କରାଯିବ । ହଠାତ୍ ଟଙ୍କା ମିଳିବ ।

ସିଂହ: ସୂର୍ଯ୍ୟଙ୍କର ଏହି ପରିବର୍ତ୍ତନ ସିଂହକୁ ମିଶ୍ରିତ ପ୍ରଭାବ ଦେବ । ଆପଣ ଯେତେ କଠିନ ପରିଶ୍ରମ କରିବେ, ସେତେ ଅଧିକ ଫଳ ପାଇବେ । କଠିନ ପରିଶ୍ରମ ଜାରି ରଖନ୍ତୁ, ଧୈର୍ଯ୍ୟ ରଖନ୍ତୁ ।

କନ୍ୟା : ବୈବାହିକ ଜୀବନ ପ୍ରଭାବିତ ହୋଇପାରେ । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅ । ବକ୍ତବ୍ୟରେ ସଂଯମତା ରଖନ୍ତୁ । ପରିବାରର ପୂର୍ଣ୍ଣ ସମର୍ଥନ ମିଳିବ ।

ତୂଳା : ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ତୂଳା ରାଶିର ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବ । ଶତ୍ରୁ ପରାସ୍ତ ହେବେ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ ।

ବିଛା: ଆପଣ ଶିକ୍ଷା ଏବଂ ବୃତ୍ତିରେ ଭଲ ଫଳାଫଳ ପାଇପାରିବେ । ପ୍ରେମ ସଂପର୍କରେ ସଫଳତା ମିଳିପାରେ । ନୂତନ ଯୋଜନା ଉପରେ କାର୍ଯ୍ୟ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅ ।

ଧନୁ: ଏହି ରାଶି ପରିବର୍ତ୍ତନ ସମୟରେ ଧନୁ ରାଶି ଲୋକମାନେ ବିବାଦ ପରିସ୍ଥିତିରେ ଫସି ରହିପାରନ୍ତି। କଥାବାର୍ତ୍ତାରେ ସଂଯମ ରଖ । ବିବାଦକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଏବଂ ପରିବାରର ଯତ୍ନ ନିଅ ।

ମକର: ଏଥର ମକର ରାଶି ଲୋକଙ୍କ ପାଇଁ ଶୁଭ ହେବ । ପଦୋନ୍ନତିର ଲକ୍ଷଣ ଅଛି। ସମ୍ପର୍କ ଉପକୃତ ହେବ । ପ୍ରେମ ଜୀବନ ଉନ୍ନତ ହେବ । ପ୍ରେମ ସାଥୀ ପୂର୍ଣ୍ଣ ସମର୍ଥନ ପାଇବେ ।

କୁମ୍ଭ: ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପ୍ରତି ଧ୍ୟାନ ଦିଅନ୍ତୁ ।  ସ୍ୱଭାବ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କର । ଯୁକ୍ତି ଏବଂ ବିବାଦକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

ମୀନ: ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ମୀନ ରାଶରେ ଘଟିବାକୁ ଯାଉଛି । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଅଫିସରେ ଭଲ ଭାବରେ କାମ କରନ୍ତୁ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୫ ବର୍ଷ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ହେବ ନାହିଁ ନବୀକରଣ: ଏହି ତାରିଖରୁ ହୋଇପାରେ ଲାଗୁ

ନୂଆଦିଲ୍ଲୀ: ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ନବୀକରଣ (ରିନୱାଲ)ନକରିବା ପାଇଁ କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ସ୍ବୀକୃତ୍ତି ମିଳେ, ତେବେ ଏପ୍ରିଲ ୧ ତାରିଖ ଠାରୁ ଏହି ଗାଡ଼ିଗୁଡିକୁ ପଞ୍ଜିକରଣରେ ନବୀକରଣ କରାଯାଇପାରିବ ନାହିଁ।

କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏନେଇ ଏକ ଅଧିସୂଚନା ଜାରି କରି ସମସ୍ତଙ୍କର ପରାମର୍ଶ ମାଗିଛି। ଏଥିରେ କୁହାଯାଇଛି କି, ଏହି ପ୍ରସ୍ତାବକୁ ଅନୁମତି ମିଳିଲେ କେନ୍ଦ୍ର, ରାଜ୍ୟ, ମହାନଗର ଅଧୀନରେ ଆସୁଥିବା ସବୁ ସରକାରୀ ଗାଡି ଉପରେ କଟକଣା ଲାଗିବ।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୧ ତାରିଖ ସାଧାରଣ ବଜେଟରେ କେନ୍ଦ୍ର ସରକାର ଭେଇକଲ ସ୍କ୍ରାପ ନୀତି ଘୋଷଣା କରିଥିଲେ। ଯେଉଁଥିରେ ବ୍ୟକ୍ତିଗତ ଗାଡି ପାଇଁ ୨୦ ବର୍ଷ ଏବଂ ପରିବହନ ଗାଡି ପାଇଁ ୧୫ ବର୍ଷ ପରେ ଫିଟନେସ ପରୀକ୍ଷା କରିବା ଜରୁରୀ ଥିଲା।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ ଏବଂ ବିଜେପିର ଲଢାଇ ମଧ୍ୟରେ ମହାପଞ୍ଚାୟତ କରିବେ କୃଷକ ନେତା ରାକେଶ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ ମଧ୍ୟରେ କୃଷକ ନେତା ରାକେଶ ଟିକେତ ମଧ୍ୟ ନନ୍ଦୀଗ୍ରାମରେ ମହାପଞ୍ଚାୟତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ନନ୍ଦୀଗ୍ରାମରେ ଭ୍ରମଣ କରୁଛନ୍ତି। ଏହି ନନ୍ଦୀଗ୍ରାମ ଆସନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ସେହି ବିଧାନସଭା ଆସନ ପାଇଁ ତୃଣମୂଳ କଂଗ୍ରେସର ବିଧାୟକ ରହିଥିବା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି।

ତେବେ ରାକେଶ ଟିକେତ କଲିକତାରୁ ନନ୍ଦୀଗ୍ରାମ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସର ନେତାମାନଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ତିନି କୃଷକ ଆଇନ ଯୋଗୁଁ ବିଜେପିକୁ ବିରୋଧ କରୁଥିବା ଏହି କୃଷକ ନେତାଙ୍କ ମହାପଞ୍ଚାୟତ ଦ୍ଵାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଉଛି, ଦେଖିବା ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୭ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୫ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମିଶନଶକ୍ତି ବିଭାଗ କମିଶନର ସୁଜାତା କର୍ତ୍ତିକେୟନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବହୁବର୍ଷ ହେଲା ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ୨ରୁ ୩ବର୍ଷ ହେବ ଏଥିପାଇଁ ଅଧିକ ବ୍ୟୟ ବଜେଟ୍ କରିଛନ୍ତି ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଥିଲେ।

୨୦୧୯ କ୍ୟାବିନେଟ ନିଷ୍ପତି ମାଧ୍ୟମରେ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କାର କାମ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ମିଶନଶକ୍ତି ଋଣ ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ସୁଧ ଛାଡ କରାଯାଇଛି। ସେହିସୁଧ ମହିଳା ମାନଙ୍କ ଖାତାକୁ ଯାଇଛି। ଏବର୍ଷ ମହିଳା ମାନଙ୍କୁ ୪ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କ ସୁବିଧା ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଛାଡ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ରାଜ୍ୟ ସରକାର ପ୍ରଥମଥର ପାଇଁ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ଜିଲ୍ଲାରେ କ’ଣ ସବୁ ସମସ୍ୟା ଅଛି ସେଥିପାଇଁ ସମସ୍ତ ଜିଲ୍ଲା ଗସ୍ତକରି ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ସମୀକ୍ଷା ବୈଠକରେ ବ୍ଲକ୍ ସ୍ତରୀୟ ଫେଡେରେସନର କାର୍ଯ୍ୟକ୍ରମ, ବ୍ୟାଙ୍କ୍ ଲିଙ୍କେଜ୍, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଶନଶକ୍ତି ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବଜେଟରେ ପ୍ରସ୍ତାବ ଅଛି ପ୍ରତି ବ୍ଲକ୍ ମହାସଂଘ ପାଇଁ ୫୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ମିଶନଶକ୍ତି ଗୃହ ନିର୍ମାଣ କରାଯିବ ଏବଂ ସେମାନେ ନିଜେ ଗୃହ ନିର୍ମାଣର ଦାୟୀତ୍ୱ ନେଇପାରିବେ। ସେହି ମିଶନଶକ୍ତି ଗୃହରେ ବ୍ଲକ୍ ମହାସଂଘର ବୈଠକ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିକ୍ରୟ କେନ୍ଦ୍ର ଖୋଲାଯିବ।

ଯେଉଁ ଏସ୍.ଏଚ୍.ଜି ମାନେ ଋଣ ପାଇପାରୁ ନାହାଁନ୍ତି କିମ୍ବା ଜି.ପି.ଏଲ୍.ଏଫ୍ ଓ ସି.ସିଲ୍.ଏଫ୍ ର ସହାୟତା ପାଉନାହାନ୍ତି କିନ୍ତୁ ତାଙ୍କର ନିହାତି ଆବଶ୍ୟକତା ଅଛି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ, କିମ୍ବା ଖାଦ୍ୟ ସୁରକ୍ଷା, ଜରୁରୀ ମେଡିକାଲ ଟ୍ରିଟମେଣ୍ଟ୍ ପାଇଁ ସେଥିପାଇଁ ସରକାର ପ୍ରତି ବ୍ଲକକୁ ୨୫ଲକ୍ଷ ଟଙ୍କା ରିଭିଲଭିଙ୍ଗ୍ ଫଣ୍ଡ୍ ଯୋଗାଇ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ବ୍ଲକ ବ୍ୟତୀତ ସମସ୍ତ ବ୍ଲକ୍ ପାଇଁ ୧କୋଟି ୨୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକାଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବ୍ଲକ୍ ଫେଡେରେସନ ଓ ଓଡ଼ିଶା ଜୀବିକା ମିଶନର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାରେ ଜୀବିକା ନିର୍ବାହ କାର୍ଯ୍ୟରେ ୧୩୩୮ ଏସ୍.ଏଚ୍.ଜି ଗୃପକୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ୨,୧୭,୨୪୬ ଜଣ ମହିଳା ୧୯୫୩୨ଟି ସ୍ୱୟଂ ସହାୟକ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ବୈଠକରେ ମିଶନଶକ୍ତି ବିଭାଗର ଉପ-ଶାସନ ସଚିବ ବିନୋଦ କୁମାର ଜେନା, ଟିମ୍ ଲିଡର ଚୌଧୁରୀ ଶ୍ରୀପତି ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣ ମଞ୍ଜରୀ ନାୟକ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଳ, ବ୍ଲକ୍ ଫେଡେରେସନ ସଭାପତି, ସମ୍ପାଦକଙ୍କ ସମେତ ଜୀବିକା ମିଶନ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଓସେପାର ଜାଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲା କର୍ମଚାରୀ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି

ରମେଶ ମହାନ୍ତି
ଜଗତସିଂହପୁର: ଓସେପାର ରାଜ୍ୟ କାର୍ଯ୍ୟାଳୟ ଜାଲି କର୍ମଚାରିଙ୍କ ଉପରେ ନିଆଯାଉଥିବା ପଦକ୍ଷପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଶିକ୍ଷକଟିଏ ଜାଲି ବୋଲି ଧରା ହୋଇ ଚାକିରୀରୁ ବିଦା ହୋଇ ଗଲା ବେଳେ ଓସେପା ଜାଲି ମାନଙ୍କୁ ତଳ ପଦବୀରେ ଅବସ୍ଥାପିତ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାତ୍ର ଜଗତସିଂହପୁର ସମଗ୍ର କାର୍ଯ୍ୟାଳୟର କିଛି କର୍ମଚାରୀ ପାଗଳଙ୍କ ପରି ବିଳାପ କରିବା ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ଦକ୍ଷ ବୋଲି କହୁଥିବା ସାର୍ ଜଣଙ୍କ ଦାନ୍ତ କଡମଡ କରି ସବୁ ଶିକ୍ଷକଙ୍କ ପୋଲ ଖୋଲି ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି।

ତେବେ ଜିଲ୍ଲାରେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲି ଅଛନ୍ତି ବା ସେମାନଙ୍କ ପ୍ରମାଣ ପତ୍ର ତିଆରି କରିବାରେ ସାରଙ୍କ ଏଥିରେ ହାତ ନାହିଁ ତ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଣୁ ସରକାର ନିରପେକ୍ଷ ତଦନ୍ତ କରି ଜିଲ୍ଲାରେ ଥିବା ଜାଲି ଶିକ୍ଷକମାନଙ୍କୁ ଠାବ କରିବା ସହିତ ସେମାନଙ୍କୁ ନିଯୁକ୍ତିରେ ସହଯୋଗ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।

Categories
ଆଞ୍ଚଳିକ

ଏ.ବି.ଭି.ପି ରାଜ୍ୟ ସହ ସଂଯୋଜକ ହେଲେ ବାଲିକୁଦାର ଭବରଞ୍ଜନ

ରମେଶ ମହାନ୍ତି
ଜଗତସିଂହପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪୫ତମ ରାଜ୍ୟ ଅଧିବେଶନ ମାର୍ଚ୍ଚ ୬, ୭ ଦୁଇଦିନ ଧରି ବ୍ରହ୍ମପୁରରେ ହୋଇଥିଲା। ଏହି ଅବସରରେ ୨୦୨୧-୨୦୨୨ ର ନୂଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାନେତ୍ରୀ ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଭବରଞ୍ଜନ ବେହେରା (ଆକାଶ) ଙ୍କୁ ରାଜ୍ୟ ସହ ସଂଯୋଜକ ଭାବେ ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି।

ଭବରଞ୍ଜନଙ୍କ ଘର ବାଲିକୁଦା ବ୍ଲକ ରାହଣ ପଞ୍ଚାୟତରେ। ସେ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ରାଜନୀତି ବିଭାଗ ସମ୍ନାନରେ ପଢିଲା ବେଳେ ବିଦ୍ୟାର୍ଥୀ ପରିଷଦ ପାଇଁ କାର୍ଯ୍ୟ କରି ଆସୁଥିଲେ। ସେ ୨୦୧୮ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଲୋକପ୍ରଶାସନରେ ସ୍ନାତକ କରୁଛନ୍ତି।

ବର୍ତ୍ତମାନ ସେ ବାଣୀବିହାରର କ୍ୟାମ୍ପସ ୟୁନିଟ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଶ୍ୱର ସର୍ଵବୃହତମ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ରାଜ୍ୟ ସହ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲାର ଛାତ୍ର ଛାତ୍ରୀ ସମେତ ବାଣୀବିହାରର ଛାତ୍ର ଛାତ୍ରୀଙ୍କ ତରଫରୁ ଅନେକ ଶୁଭେଚ୍ଛା ଦିଆଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମାଇକେଲ ୱାନ କହିଲେ ଭାରତୀୟ ଟିମ୍ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଦଳ: କଡ଼ା ଜବାବ ଦେଲେ ୱାସିମ ଜାଫର

ନୂଆଦିଲ୍ଲୀ: ଗତକାଲି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ଠାରୁ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ଭାରତର ଏହି ପରାଜୟ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ ଟ୍ବିଟ କରି ସମାଲୋଚନା କରିଥିଲେ।

ସେ ଟ୍ବିଟରେ ଲେଖିଥିଲେ ଯେ, ଭାରତୀୟ ଟିମ ଠାରୁ ଆଇପିଏଲରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଟି-୨୦ ପାଇଁ ଭଲ ଦଳ ଅଟେ। ତାଙ୍କର ଏହି ଟ୍ବିଟ ପରେ ଭାରତୀୟ ଦଳର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ୱାନଙ୍କ ଟ୍ବିଟ ଉପରେ ଜବାବ ଦେଇ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ୱାସିମ ଜାଫର ଲେଖିଛନ୍ତି ଯେ, ‘ପ୍ରତ୍ୟେକ ଦଳ ଭାଗ୍ଯବାନ ନୁହନ୍ତି, ଯେଉଁଥିରେ ଚାରି ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଇଂଲଣ୍ଡ ଟିମରେ ଚାରି ଜଣ ବିଦେଶୀ ଖେଳାଳି ଖେଳୁଛନ୍ତି। ଯୋଫ୍ରା ଆର୍ଚର ୧୯ ବର୍ଷରୁ କମ ୱେଷ୍ଟଇଣ୍ଡିଜ ଦଳ ପାଇଁ ଖେଳିଥିବା ବେଳେ ଅଧିନାୟକ ଇୟୋନ ମୋର୍ଗନ ଆୟରଲ୍ୟାଣ୍ଡ ପାଇଁ ଖେଳିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରେ ଜେସନ ରୟ ଜନ୍ମଗ୍ରହଣ କରିଥିବା ବେଳେ ଅଲରାଉଣ୍ଡର ବେନ ଷ୍ଟୋକ୍ସ ନ୍ୟୁଜିଲାଣ୍ଡରେ ଜନ୍ମ ହୋଇଥିଲେ। ଏଭଳି ଉଦାହରଣ ଦେଇ ଜାଫର ମାଇକେଲଙ୍କୁ ଜବାବ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୪୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୨ ଟି ଜିଲ୍ଲାରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଏବଂ କଟକ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଯଶବନ୍ତ ସିହ୍ନା

କଲିକତା: ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ତଥା ବାଜପାୟୀ ସରକାରରେ ମନ୍ତ୍ରୀ ରହିଥିବା ଯଶବନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ଡେରେକ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ। ତୃଣମୂଳ କଂଗ୍ରେସରେ ଯଶବନ୍ତ ଯୋଗ ଦେଇଥିବା ପ୍ରେସ ମିଟରେ ସୂଚନା ଦିଆଯାଇଛି।

Categories
ଫଟୋ ଖବର

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସର 100 ଦିନ ପୂର୍ବରୁ ଆରମ୍ଭ କଲେ ପ୍ରସ୍ତୁତି

ନୂଆଦିଲ୍ଲୀ,  ଅନ୍ତର୍ଜାତୀୟ ଯୋଗ ଦିବସକୁ ଆଉ ଶହେ ଦିନ ଥିବାରୁ ଏବେ ଠାରୁ ଆରମ୍ଭ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି କଲେ ପ୍ରସ୍ତୁତି