ନୂଆଦିଲ୍ଲୀ: ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ସହଯୋଗ କରିଥିଲେ। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୧୫୭ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଦେଇଥିଲା। ଇଂରାଜୀ ଦଳ ୨୧୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୫୦ ବର୍ଷ ଅପେକ୍ଷା ପରେ ଭାରତୀୟ ଦଳ ଓଭାଲ ପିଚରେ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୋଇପାରିଛି। ଏହାପୂର୍ବରୁ ୧୯୭୧ ମସିହାରେ ଅଜିତ ୱାଡେକରଙ୍କ ଅଧିନାୟକତ୍ୱରେ ଓଭାଲରେ ଏକ ଟେଷ୍ଟ ମ୍ୟାଚ୍ ଭାରତ ଜିତିଥିଲା।
Author: Samikhsya Bureau
ଭୁବନେଶ୍ୱର: ଆଜିକୁ ୫ ବର୍ଷ ପୂର୍ବେ ସେପ୍ଟେମ୍ବର ୫, ୨୦୧୬ ରେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା। ତେବେ ସେତେବେଳେ ବହୁତ କମ ଲୋକ ଭାବି ପାରିଥିଲେ ଜିଓ ପାଂଚ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଏବଂ ଭାରତକୁ ମୋବାଇଲ ଡାଟା ବ୍ୟବହାରରେ ସେତେବେଳର ୧୫୫ ସ୍ଥାନରୁ ଆଣି ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚାଇବ। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଶସ୍ତା ଡାଟା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ୱାର୍କ ଫ୍ରମ୍ ହୋମ୍ ହେଉ କିମ୍ବା ଅନଲାଇନ କ୍ଲାସ ଅଥବା ଅନଲାଇନ ସପିଂ ସବୁଥିରେ ସହାୟକ ହୋଇଛି ମୋବାଇଲ ଡାଟା। ୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଂଟରନେଟ୍ର ଏକପ୍ରକାର ବିପ୍ଳବର ପ୍ରାରମ୍ଭ ହୋଇଥିଲା। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ତଥ୍ୟ…
ନୂଆଦିଲ୍ଲୀ: ଆଫଗାନିସ୍ତାନର ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବୈଠକ କରିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ କରିଛନ୍ତି ଯେଉଁ ସମୟରେ ତାଲିବାନ ଆଜି ପଞ୍ଜଶୀରଙ୍କୁ ମଧ୍ୟ କାବୁ କରିଛି ବୋଲି ଦାବି କରିଛି। ପଞ୍ଜଶୀରରେ ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଯୁଦ୍ଧ ଜାରି ରହିଛି ବୋଲି ଅହମ୍ମଦ ମାସୁଦ କହିଛନ୍ତି। ମୁଜାହିଦ୍ କହିଛନ୍ତି, ଆମେ ପଞ୍ଜଶୀରର ବାସିନ୍ଦାଙ୍କୁ ନିଶ୍ଚିତ କରୁଛୁ ଯେ, ସେମାନଙ୍କୁ କୌଣସି ପ୍ରକାରେ ଭେଦଭାବ କରାଯିବ ନାହିଁ। ସମସ୍ତେ ଆମର ଭାଇ ଏବଂ ଆମେ ସମସ୍ତେ ଦେଶର ସେବା ତଥା ସାଧାରଣ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବୁ। ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୧୫…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୯, କଟକରୁ ୧୦୩, ବାଲେଶ୍ବରରୁ ୪୫, ଯାଜପୁରରୁ ୩୩, ପୁରୀରୁ ୨୬, ଢେଙ୍କାନାଳରୁ ୨୪, ଜଗତସିଂହପୁରରୁ ୨୦, ମୟୂରଭଞ୍ଜରୁ ୨୦, ସୁନ୍ଦରଗଡରୁ ୨୦, କେନ୍ଦ୍ରାପଡାରୁ ୧୯, ଅନୁଗୁଳରୁ ୧୬, ସମ୍ବଲପୁରରୁ ୧୬, ଭଦ୍ରକରୁ ୧୪, ନୟାଗଡରୁ ୧୪, ଦେବଗଡରୁ ୧୦, କେନ୍ଦୁଝରରୁ ୬, ବରଗଡରୁ ୫, କନ୍ଧମାଳରୁ ୪, କୋରାପୁଟରୁ ୪, ଗଞ୍ଜାମରୁ ୩, ମାଲକାନଗିରିରୁ ୩, ବୌଦ୍ଧରୁ ୨, ଝାରସୁଗୁଡାରୁ ୨, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୭ ହଜାର ୭୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ ହସ୍ପିଟାଲରେ ସୋମବାର ଗୁରୁଦିବସ ପାଳନ କରାଯାଇଅଛି। ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲି ରାଧାକ୍ରିଷ୍ଣଙ୍କ ସ୍ମୃତିଚାରଣରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା। ଗୁରୁକୁଳ ପରମ୍ପରାର ଆଦର୍ଶ ଓ ମହାନତାକୁ ଆଖିରେ ରଖି ଛାତ୍ର ଓ ଗୁରୁଙ୍କ ମଧ୍ୟରେ କିପରି ପବିତ୍ର ସମ୍ପର୍କ ରହିବ ଏବଂ ଛାତ୍ରଛାତ୍ରିମାନେ କିପରି ଅଗାଧ ଜ୍ଞାନରୂପ ଅଧିକାରି ହେବେ ଏହା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଅନୁଷ୍ଠାନର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ସୂଚନା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରଫେସର ଡ. ସୁରେଶ୍ୱର ମହାନ୍ତି, ପ୍ରଫେସର ଡ. ତ୍ରିଲୋଚନ ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଗୁରୁ ଓ ଶିସ୍ୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ।…
ନୂଆଦିଲ୍ଲୀ: ଦୁନିଆର ପ୍ରତ୍ୟେକ ପିତାମାତାଙ୍କର ଇଚ୍ଛା ଯେ ସେମାନଙ୍କ ସନ୍ତାନର ଭବିଷ୍ୟତ ଉଜ୍ଜଳ ହେଉ। ଏପରି ପରିସ୍ଥିତିରେ, ଯଦି ପିଲାମାନେ କୌଣସି ଜିନିଷରେ ପଛରେ ପଡ଼ନ୍ତି, ତେବେ ପିତାମାତା ବିରକ୍ତ ହେବାକୁ ଲାଗନ୍ତି। ଅନେକ ଥର ଏହି ଚିନ୍ତା ଏତେ ବଢିଯାଏ ଯେ, ସେ ନିଜ ପିଲାମାନଙ୍କୁ ଅନ୍ୟ ପିଲାମାନଙ୍କ ସହିତ ତୁଳନା କରିବା ଆରମ୍ଭ କରନ୍ତି। ଏହି କାରଣରୁ, ଅଜାଣତରେ ସେମାନଙ୍କ ପିଲାମାନଙ୍କ ମନ ଉପରେ ମାନସିକ ଚାପ ବଢିଥାଏ। ଏହା ସହିତ ପିତାମାତାଙ୍କ ମନ ମଧ୍ୟ ଅସନ୍ତୁଷ୍ଟ ରହିବାକୁ ଲାଗେ। ପିଲାମାନଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହେବାକୁ ଲାଗେ ଏବଂ ସେମାନେ ନିଜକୁ ଅନ୍ୟମାନଙ୍କ ତୁଳନାରେ କମ୍ ଭାବିବାକୁ ଲାଗିନ୍ତି। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହୁଛୁ ଯାହା ଦ୍ଵାରା ଆପଣ ଏହି ତୁଳନା ଅଭ୍ୟାସକୁ ଏଡାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ- ସକରାତ୍ମକ ମନୋଭାବ ଏକାନ୍ତ ଆବଶ୍ୟକ: ପିତାମାତାମାନେ…
ନୂଆଦିଲ୍ଲୀ: ଋତୁ ପରିବର୍ତ୍ତନରେ ଭାଇରାଲ୍ ଜ୍ୱର ଏକ ସାଧାରଣ ରୋଗ। ଯାହା ଶୀଘ୍ର ଲୋକଙ୍କୁ ଏହା ଶିକାର କରୁଛି। ବେଳେବେଳେ ପ୍ରବଳ ଖରା ଏବଂ ବର୍ଷା ପରେ ତାପମାତ୍ରାରେ ପରିବର୍ତ୍ତନ ଆସିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଏହି କାରଣରୁ ଜ୍ୱରର ଜୀବାଣୁ ଶରୀରରେ ସହଜରେ ପ୍ରବେଶ କରନ୍ତି। ଶରୀରରେ ସଂକ୍ରମଣ ହେବାର ଏହା ମଧ୍ୟ ଏକ କାରଣ। ଏହି ସଂକ୍ରମଣ ଶୀଘ୍ର ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ପ୍ରବେଶ କରେ। ଅନେକ ଥର ଏହାକୁ ବୁଝିବା ପାଇଁ ଲୋକଙ୍କୁ ବହୁତ ସମୟ ଲାଗିଥାଏ, ସେତେବେଳକୁ ଏହା ଶରୀରକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ଏହାର ଲକ୍ଷଣ, ଏପରି କିଛି ସଂକେତ ବିଷୟରେ କହିବୁ, ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ। ଏହାକୁ ଏଡାଇବା ପାଇଁ, ଆପଣ ଘରେ ବସି ନିମ୍ନ ଲିଖିତ ସହଜ ପଦକ୍ଷେପଗୁଡିକ କରିପାରିବେ। ଭାଇରାଲ୍ ଜ୍ୱର କଣ?: ବିଭିନ୍ନ ପ୍ରକାରର ଜୀବାଣୁ…
ରସୁଣର ପାର୍ଶ୍ୱ ପ୍ରତିକ୍ରିୟା: ରସୁଣ ଏକ ସାଧାରଣ ଏବଂ ସ୍ୱତନ୍ତ୍ର ଉପାଦାନ ଯାହା ଘରେ ବ୍ୟବହୃତ ହୁଏ। ଏହାର ସ୍ୱାଦକୁ ଭଲପାଉଥିବା ଲୋକମାନେ କେବଳ ଭାରତୀୟ ନୁହଁନ୍ତି ବିଦେଶୀ ମଧ୍ୟ ଅଟନ୍ତି। ରସୁଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଖାଦ୍ୟକୁ ସ୍ୱାଦିଷ୍ଟ କରିବା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ଏକ ଆୟୁର୍ବେଦିକ ଔଷଧ। ଏହା ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଏକ ମାଧ୍ୟମ ଭାବରେ ମଧ୍ୟ ବିବେଚନା କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ? ଏହା ସହିତ ଏହା ଯକୃତକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଏହାର ଅତ୍ୟଧିକ ବ୍ୟବହାର ହେତୁ ଆପଣ କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରିବେ ଏବଂ କେତେ ପରିମାଣରେ ଏହାକୁ ଖାଇବା ଉଚିତ୍। ଅତ୍ୟଧିକ ରସୁଣ ଖାଇବାର ଅସୁବିଧା: – ରସୁଣର ଅତ୍ୟଧିକ ବ୍ୟବହାର ଯୋଗୁଁ ନିଶ୍ୱାସରେ ଦୁର୍ଗନ୍ଧର କାରଣ ହୋଇପାରେ। ତେଣୁ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ସେପ୍ଟେମ୍ବର ୭ ତାରିଖ) ରେ ୨ ହଜାର ୬ ଶହ ୫୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- କୃତିବାସ ଭବନ: – ୫୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୨୦ ଡୋଜ ୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ: – ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ…
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ନେଇ ବିବାଦ ଲାଗି ରହିଛି। ବିଜେପି କହିଛି ଯେ ମୁଜାଫରନଗରରେ କିଷାନ ମହାପଞ୍ଚାୟତ ସମ୍ପର୍କରେ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଏକ ପୁରୁଣା ଚିତ୍ର ବ୍ୟବହାର କରିଛନ୍ତି। ଚିତ୍ର ମାଧ୍ୟମରେ କିଷାନ ମହାପଞ୍ଚାୟତରେ କେତେ ଜନସମାଗମ ଅଛି ତାହା ଜଣାଇବାକୁ ଚେଷ୍ଟା କରାଯାଇଥିଲା। ଫଟୋଟିକୁ ଟୁଇଟ୍ କରିବାବେଳେ ରାହୁଲ ଗାନ୍ଧୀ ଲେଖିଛନ୍ତି, “ଡଟା ହେ, ନିଡର ହେ, ଇଧର ହେ, ଭାରତ କା ଭାଗ୍ୟବିଧାତା। ତଥାପି ରାହୁଲ ଗାନ୍ଧୀ ନିଜ ଟୁଇଟ୍ ରେ ମୁଜାଫରନଗରରେ କିଷାନ ମହାପଞ୍ଚାୟତ ବିଷୟରେ ଉଲ୍ଲେଖ କରିନାହାଁନ୍ତି।” ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛନ୍ତି। ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଜର ସଂଗଠନକୁ ଆଗକୁ ନ ନେବା, ନିଜର ସଂଗଠନକୁ ଅଧ୍ୟକ୍ଷ ବିହୀନ କରିବା, ପରିଶ୍ରମ ନକରିବା ଏବଂ ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକ ଧରି ଦୌଡିବାକୁ…
ନୂଆଦିଲ୍ଲୀ, ଭାରତର ମିଡିଆ ଜଗତରେ ବେଶ ପ୍ରତିଷ୍ଠା ଅର୍ଜନ କରିଥିବା କଂପାନୀ ‘ଇଣ୍ଡିଆ ଟୁଡେ’ ଗ୍ରୁପ ଏକ ନୂଆ ନ୍ୟୁଜ ଚ୍ୟାନେଲ ଆଣିଛନ୍ତି। ଯାହାର ନାମ ହେଲା ‘ଗୁଡ୍ ନ୍ୟୁଜ ଟୁଡେ’। ବର୍ତ୍ତମାନ ସମୟରେ ରାଜନୈତିକ ତଥା ଅପରାଧିକ ଖବର ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି। ଏହି ଗହଳି ଭିତରେ ଭଲ ଖବର କୁଆଡେ ହଜିଯାଉଛି। ସେହିପରି ଖବରକୁ ନେଇ ଦେଶର ଏହି ବଡ ମିଡିଆ ଗ୍ରୁପ ଏହି ନ୍ୟୁଜ ଚ୍ୟାନେଲ ପରିକଳ୍ପନା କରିଛନ୍ତି। ଏହି ଚ୍ୟାନେଲଟି ଗତକାଲି ଗୁରୁ ଦିବସରେ ତାହାର ପ୍ରସାରଣ ଆରମ୍ଭ କରିଛି। ପୂର୍ବରୁ ଏହାକୁ ନେଇ ବେଶ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏହି ଚ୍ୟାନେଲ ପ୍ରସାରଣ ପୂର୍ବରୁ ଦେଶର ନାମୀଦାମୀ ବିଜ୍ଞାପନ କଂପାନୀ ଏଥିରେ ବିଜ୍ଞାପନ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଏହି ‘ଗୁଡ ନ୍ୟୁଜ ଟୁଡେ’ ଚ୍ୟାନେଲ ଧୂମଧାମରେ ବଜାର ପ୍ରବେଶ କରିଛି। ବର୍ତ୍ତମାନ ଏହି ଗ୍ରୁପର ଚ୍ୟାନେଲ ଆଜତକ୍, ତେଜ୍,…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା (୫୧) ଗତକାଲି ଅପରାହ୍ନରେ ବାଣପୁର କଲେଜ ଛକ ନିକଟରୁ ଜମି ଚାଷ ନିମନ୍ତେ ସାର କିଣିବାକୁ ଯାଇଥିଲେ। ହେଲେ ରାସ୍ତାରେ ଗୋଟିଏ ମୋଟରସାଇକେଲ ପ୍ରଶାନ୍ତଙ୍କୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇ ଥିଲେ। ପରିବାର ଲୋକ ଖବର ପାଇ ଆମ୍ବୁଲାନ୍ସ ଦ୍ୱାରା ପ୍ରଶାନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଲାବେଳକୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଗତକାଲି ସଂନ୍ଧ୍ୟାରେ ଏକ ଲିଖିତ ଅଭିଯୋଗ କରାଯିବାପରେ ବାଣପୁର ପୋଲିସ ଏ ସଂକ୍ରାନ୍ତରେ ୩୧୨/୨୧ ରେ ଏକ ମାମଲା ରୁଜୁକରି ଶବ ଜବତ କରି ତଦନ୍ତ ଜାରିରଖିଛି।
କନ୍ଦର୍ପ ବେହେରା ରେଢ଼ାଖୋଲ: ଗତକାଲି ରାତିରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ଜନୈକା ବିଧବା ମହିଳାକୁ ହତ୍ୟା କରାଯାଇଥିବା ପୋଲିସ୍ କହିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ବଡବାହାଳ ପଂଚାୟତ ଲଇଣ୍ଡାମାଳ ମୁଣ୍ଡାପଡ଼ାର ବିଧବା ମହିଳାକୁ ରାତି ୧୦ ଟାରୁ ୧୧ଟା ମଧ୍ୟରେ ଜଣେ ନାବାଳକ ସମେତ ୪ ଜଣ ପନିକି ଓ ଠେଙ୍ଗା ସାହାଯ୍ୟରେ ବନିତାକୁ ହତ୍ୟା କରାଯାଇଛି। ଏକ ପ୍ରେମ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ମୃତ ବିଧବା ମହିଳା ବନିତାର ଭାଇ ଗ୍ରାମର ହରି ମିର୍ଦ୍ଧାର ଝିଅକୁ ପ୍ରେମକରି ବିବାହ ହୋଇଥିଲେ। ଏହାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗତକାଲି ସଂଧ୍ୟାରେ ମଧ୍ୟ ଗଣ୍ଡଗୋଳ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗତ କାଲି ରାତିରେ ହରି ମିର୍ଦ୍ଧା ତାର ନାବାଳକ ପୁଅ ସମେତ ଅନ୍ୟ ୨ ସହଯୋଗୀ ସହ ୪ ଜଣ ମିଶି ବିଧବା ମହିଳାକୁ…
ଥିରୁୱନନ୍ତପୁରମ୍: କରୋନା ପରେ କେରଳରେ ଏବେ ନିପା ଭାଇରସର ବିପଦ ଦେଖାଯାଇଛି। କୋଝିକୋଡ ଠାରୁ କିଛି ଦୂରରେ ମାଭୂରରେ ୧୨ ବର୍ଷର ଶିଶୁର ନିପା ଭାଇରସ ମୃତ୍ୟୁ ପରେ ପ୍ରଶାସନକୁ ସତର୍କ କରାଯାଇଛି। ଏଥିପାଇଁ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାଇରସ ସଂକ୍ରମଣ ହେବାର କୌଣସି ସମ୍ଭାବନାକୁ ଦୃଷ୍ଟିରେ ରଖି କୋଝିକୋଡରେ ଏକ ସ୍ୱତନ୍ତ୍ର ନିପା ୱାର୍ଡ ଆରମ୍ଭ କରାଯାଇଛି। ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରସ୍ତାବିତ ବୈଠକ ପରେ ପରବର୍ତ୍ତୀ ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଏଥି ସହିତ, ମୃତ ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୧୮୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୨୦ଜଣଙ୍କୁ ଅଧିକ ବିପଦ ବୋଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପାଖରେ ନିପା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି। ଏଥି ସହିତ, ୧୬୮ ଜଣ ଘରେ…
ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କ ପରବର୍ତ୍ତୀ ଉପନ୍ୟାସ ଭାରତ ଉପରେ ଆଧାରିତ ହୋଇପାରେ ଏବଂ ସେ ଏହାକୁ ଲେଖିବା ପାଇଁ ପୁଣି ଥରେ ଏଠାକୁ ଫେରିପାରନ୍ତି। ନ୍ୟୁୟର୍କରେ ରହୁଥିବା ରୁଶଦୀ ନିଜେ ରବିବାର ଏକ ଭର୍ଚୁଆଲ୍ ପ୍ରୋଗ୍ରାମରେ ଏ ବିଷୟରେ ସୂଚନା ଦେଇଛନ୍ତି। ରୁଶଦୀ ନିଜେ ଭାରତରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ ମସିହା ପରେ ପ୍ରଥମ ଥର ପାଇଁ ରୁଶଦୀ ଭାରତରେ ଏକ ସାହିତ୍ୟ ଉତ୍ସବରେ ଭାଗ ନେଇଥିଲେ। ୨୦୧୨ ମସିହାରେ ଜୟପୁର ସାହିତ୍ୟିକ ଫେଷ୍ଟରେ ବିବାଦ ହେବାରୁ ସେ ହଟିଯାଇଥିଲେ। ସଲମାନ ୨୦୧୨ ମସିହା ରବିବାର ଦିନ ଟାଇମ୍ସ ସାହିତ୍ୟିକ ଫେଷ୍ଟରେ ଅଂଶଗ୍ରହଣ କରିଥିଲେ। ରୁଶଦୀ କହିଛନ୍ତି ଯେ, “ଗତ ଦଶ ବର୍ଷ ଧରି ମୁଁ ପାଶ୍ଚାତ୍ୟ ଦେଶ ଉପରେ ଆଧାର କରି ଉପନ୍ୟାସ ଲେଖୁଥିଲି। ବର୍ତ୍ତମାନ ମୁଁ ଏକ ପୁସ୍ତକ ଲେଖିବାକୁ ଯାଉଛି ଯାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ପରିବେଶ ଉପରେ ଆଧାରିତ ହେବ। ଯାହାର ଅର୍ଥ…
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା କରିବା ପାଇଁ ଅନୁମତି ଦେଇଛି।ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀଙ୍କ ପାଇଁ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ବର୍ତ୍ତମାନ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦେଇଥିବାବେଳେ ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୦୮୫୨୧/୦୮୫୨୨ ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, ୦୮୫୨୭/୦୮୫୨୮ ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍, ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ପେଶାଲ ଏବଂ ୦୭୨୬୫/୦୭୨୬୬ କାକିନଡା-ବିଶାଖାପାଟନମ୍-କାକିନଡା ବିଶେଷ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ, ଖୁବ୍ ଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧା ରୋଡ଼-ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସ୍ପେଶାଲ୍ ଏବଂ ଖଡ଼ଗ୍ପୁର-ଭଦ୍ରକ-ଖଡ଼ଗ୍ପୁର ସ୍ପେଶାଲ୍…
ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନ ଦେଶର ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଅଟେ। ଏବେ ଏଥିରେ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି। ବାସ୍ତବରେ, ଯଦି ଆପଣ ଆଧାର କାର୍ଡ ଅପଡେଟ୍ କରନ୍ତି, ତେବେ ପିତା କିମ୍ବା ସ୍ୱାମୀଙ୍କ ସହ ସମ୍ପର୍କର ପରିଚୟ କାର୍ଡରେ ପ୍ରକାଶ ପାଇବ ନାହିଁ। ଆଧାର କାର୍ଡ ଆଉ ସମ୍ପର୍କ ଚିହ୍ନଟ କରିବାରେ ସକ୍ଷମ ହେବ ନାହିଁ। ବର୍ତ୍ତମାନ ଏହା କେବଳ ପରିଚୟ ଆକାରରେ ହେବ। ଆଧାର କାର୍ଡରେ ବର୍ତ୍ତମାନ ପିତା କିମ୍ବା ସ୍ୱାମୀଙ୍କ ବଦଳରେ କେୟାର ଅଫ ଲେଖାଯିବ। ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ ପରିବାରର ଆଧାର କାର୍ଡକୁ ତାଙ୍କ ଠିକଣା ପରିବର୍ତ୍ତନ ଉପରେ ଅପଡେଟ କରିଥିଲେ, ଯେଉଁଥିରେ ପିତାଙ୍କ ସମ୍ପର୍କ ବଦଳରେ କେୟାର ଅଫ ନିଆଯାଉଥିଲା। ସେ ଭାବିଥିଲେ ଯେ ଏହା ଭୁଲରେ ଘଟିଛି। କିନ୍ତୁ ପରେ ଯେତେବେଳେ ସେ ଆଧାର କେନ୍ଦ୍ରକୁ ଯାଇ ଏହା ବିଷୟରେ କହିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୯୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୦ ଲକ୍ଷ ୨୭ ହଜାର ୬୨୧ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୦ ହଜାର ୭୫୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୮୧ ହଜାର ୯୯୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୪ ହଜାର ୮୭୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୫୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ, ଗଞ୍ଜାମ, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୭ ହଜାର ୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୫୫ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫ ଟି ଲୋକାଲ କେସ୍ ରହିଛ। ୬୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୨୨ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୭ ହଜାର ୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୪୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୬ ଟି ଜିଲ୍ଲାରୁ ୬୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ମେଷ : ଆଜି ଧାଁଧପଡ ଅଧିକ ହେବ। କଥାବାର୍ତ୍ତାରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଅଧିକ ହେବ। ଲାଭରେ ହ୍ରାସ ହୋଇପାରେ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ। ଆୟ ଜାରି ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ, ଯତ୍ନ ନିଅ। ଖରାପ ଖବର ଆସିପାରେ। ବୃଷ : ଆଜି ତୁମକୁ ସମ୍ମାନ ମିଳିବ। କଠିନ ପରିଶ୍ରମ ଫଳ ଦେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। ଶତ୍ରୁ ଏବଂ ଈର୍ଷାପରାୟଣ ବ୍ୟକ୍ତିଙ୍କଠାରୁ ସତର୍କତା ଆବଶ୍ୟକ। ସମୟ ଅନୁକୂଳତା। ସାମାଜିକ କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ମିଥୁନ : ତୁମେ ପୁରୁଣା ସାଙ୍ଗମାନଙ୍କୁ ଭେଟିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଆତ୍ମ ସମ୍ମାନ ରହିବ।…

