Categories
ଆଜିର ଖବର ଧର୍ମ

ଆଜି ଏହି ଦୁଇ ରାଶିର ବ୍ୟକ୍ତିମାନେ ମିଛ କହିବାରୁ ଦୂରେଇ ରୁହନ୍ତୁ, ହୋଇପାରେ ଅସୁବିଧା

ନୂଆଦିଲ୍ଲୀ, ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ । ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ । ଏହି ଦୁଇ ରାଶି ହେଲା ବୃଷ ଏବଂ ସିଂହ। ଆଜି ବିନିଯୋଗ ଶୁଭ ହେବ।  ବହୁତ କାମ ହେବ । ମିଛ କହିବା ଠାରୁ ଦୂରେଇ ରୁହନ୍ତୁ। ମା ଙ୍କର ସ୍ୱାସ୍ଥ୍ୟ ହ୍ରାସ ପାଇବ।

Categories
ଆଜିର ଖବର ଧର୍ମ

ଶୁକ୍ରାବର ଦିନ ଏହି ଦୁଇ ରାଶିର ବ୍ୟକ୍ତିଙ୍କର ପ୍ରେମ ଓ ବ୍ୟବସାୟ ସଫଳ ହେବ

ନୂଆଦିଲ୍ଲୀ,  ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ । ଆଜିର ଯାତ୍ରା ବିନିଯୋଗ ସଫଳ ହେବ । ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ । ଏହି ଦୁଇଟି ରାଶି ହେଲା ମିଥୁନ ଏବଂ ମେଷ ରାଶି। ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ । ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ । ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ । ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୁଣି ଫେରିଲା ମିତ୍ତଲ କଂପାନୀ, କେନ୍ଦ୍ରାପଡାରେ 50 ହଜାର କୋଟି ଟଙ୍କାରେ ପ୍ରତିଷ୍ଠା କରିବା ଇସ୍ପାତ ପ୍ରକଳ୍ପ

ଭୁବନେଶ୍ବର, ଏକ ଐତିହାସିକ ଘଟଣା କ୍ରମରେ ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ୍‌ କଂପାନୀ କେନ୍ଦ୍ରାପଡ଼ାରେ ଏକ ସମନ୍ୱିତ ଇସ୍ପାତ୍‌ କାରଖାନା ନିର୍ମାଣ କରିବ। ଏନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଏଲ୍‌.ଏନ୍‌.ମିତ୍ତଲ,ଇସ୍ପାତ ଓ ଖଣିଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ ।

ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍‌ କପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍‌ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଓ ସୁବିଧା ଯୋଗାଇ ଦେବେ । ସେ ମଧ୍ୟ କହିଛନ୍ତି ଯେ ଦୂରଦୃଷ୍ଟି ସଂପନ୍ନ ଶିଳ୍ପନୀତି, ସହଜ ପ୍ରକ୍ରିୟା ଏବଂ ସୁଦୃଢ଼ ଭିତ୍ତିଭୂମିକ ବିକାଶ ଯୋଗୁ ଓଡ଼ିଶା ଆଜି ଦେଶରେ ଶ୍ରେଷ୍ଠ ଆକର୍ଷଣୀୟ ପୁଂଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ସଫଳତାର ସହ ଉଭା ହୋଇଛି ।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ରାପଡ଼ାଠାରେ ଏକ ସମନ୍ୱିତ ଷ୍ଟିଲ କଂପ୍ଲେକ୍ସ ପ୍ରତିଷ୍ଠା କରି ବହୁତ ଆନନ୍ଦିତ ବୋଲି ଉଲ୍ଲେଖ କରି ମିତ୍ତଲ କହିଛନ୍ତି ଯେ ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ର ପାରାଦୀପଠାରେ ଥିବା ୬ ଏମ୍‌ଟି ପିଏ କ୍ଷମତାବିଶିଷ୍ଟ ପେଲେଟାଇଜେସନ୍‌ ପ୍ଲାଣ୍ଟ ସହିତ ଏହାର କ୍ଷମତା ୧୨ ଏମ୍‌ଟି ପିଏକୁ ବୃଦ୍ଧି ପାଇବ ଏବଂ କେଉଁଝରଠାରେ ଥିବା ଲାଭକାରୀ କଂପ୍ଲେକ୍ସ ଏବଂ ସ୍ଲରି ପାଇପ ଲାଇନ୍‌ ପୂର୍ବରୁ କାର୍ଯ୍ୟକ୍ଷମ ଅଛି ।

ସେ ପୁଣି କହିଛନ୍ତି ଯେ ଓଡ଼ିଶାର ସରକାରଙ୍କ ତ୍ୱରିତ କାର୍ଯ୍ୟ ପ୍ରଣାଳିରେ ସେ ବହୁତ ଆନନ୍ଦିତ, ଯାହା ତାଙ୍କର ବିଶ୍ୱବ୍ୟାପୀ ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଶିଳ୍ପ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌, ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ଓମେନ୍‌ଙ୍କ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ବର୍ତ୍ତମାନ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଏବଂ ଏଲ୍‌ ଏନ୍‌ ମିତ୍ତଲ ଗ୍ରୁପ୍‌ର ଆର୍ଥିକ ଦୃଢ଼ତା ଓ ଜାପାନ କମ୍ପାନୀ ନିପ୍ପନ ଷ୍ଟିଲର ଉଚ୍ଚ ବୈଷୟିକ ଶକ୍ତି ଦ୍ୱାରା ଇସ୍ପାତ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ପାଇଁ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ପାରିଛି ।

ପୂର୍ବର ମିତ୍ତଲ କଂପାନୀ ଓଡିଶାରେ ଇସ୍ସାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତି କରି କାମ ଆରମ୍ଭ କରିଥିଲା। ହେଲେ କୌଣସି କାରଣବସତଃ ସେ ଓଡିଶାରୁ ମୁହଁ ଫେରାଇ ନେଇଥିଲା। ବର୍ତ୍ତମାନ ଏହି କଂପାନୀ ଓଡିଶାରେ ପୁଂଜିବିନଯୋଗ କରିବା ନିଶ୍ଚିତ ଭାବେ ଓଡିଶା ପାଇଁ ଖୁସିର କଥା।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ନିର୍ବାଚନ ନ ଲଢ଼ି ମମତାଙ୍କୁ ସମର୍ଥନ କରିବ ଶିବସେନା

ନୂଆଦିଲ୍ଲୀ: ଶିବସେନା ମୁଖପାତ୍ର ସଂଜୟ ରାଉତ ଗୁରୁତବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ସେ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ। କିନ୍ତୁ ରାଜ୍ୟରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ। ସେ କହିଛନ୍ତି ଯେ, ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ କି ନାହିଁ ତାହା ଜାଣିବାକୁ ଲୋକମାନେ ଆଗ୍ରହୀ। କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ନିଷ୍ପତି ନେଇଛି ଯେ ଆମେ ନିର୍ବାଚନ ଲଢ଼ିବୁ ନାହିଁ। ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ସହ ଛିଡ଼ା ହେବେ।

ସଂଜୟ ରାଉତ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ଆମର ଉଦ୍ଦେଶ୍ୟ ନୁହେଁ। ସେ କେନ୍ଦ୍ରରେ ମୋଦି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସମସ୍ ପ୍ରକାର ଅର୍ଥ, ଶକ୍ତି ଏବଂ ଗଣମାଧ୍ୟମ ବ୍ୟବହାର କରାଯାଉଛି। ତେଣୁ ଶିବସେନା ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି। ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିଜୟ ପାଇଁ ସେ ପ୍ରାର୍ଥନା କରିବେ।

ବାନାର୍ଜୀ ହେଉଛି ପଶ୍ଚିମବଙ୍ଗର ପ୍ରକୃତ ବାଘ। ଏହା ପୂର୍ବରୁ ଜାନୁଆରୀ ମାସରେ ସେ ଘୋଷଣା କରିଥିଲେ ଯେ, ତାଙ୍କ ଦଳ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ, କିନ୍ତୁ ବର୍ତ୍ତମାନ ଦଳ ସ୍ପଷ୍ଟ କରିଛି ଯେ ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦିତା କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିଜିଟାଲ ମିଡିଆ ଆଚାର ସଂହିତା ନିୟମାବଳୀରେ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇନାହିଁ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୁଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଆଜି ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ।

ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଉଛି। ଏହା ଡିଜିଟାଲ ସମାଚାର ଏବଂ ସମ-ସାମୟିକ ପ୍ରସଙ୍ଗ ପ୍ରକାଶିତ କରୁଥିବା ପ୍ରକାଶକ ଏବଂ ଅନଲାଇନ ପ୍ରଦର୍ଶିତ ବିଷୟବସ୍ତୁ (ଓଟିଟି ପ୍ଲାଟଫର୍ମ)ର ପ୍ରକାଶକମାନଙ୍କ ସହ ଜଡ଼ିତ। ଏହି ପତ୍ରରେ କୁହାଯାଇଛି ଯେ ଏହି ନିୟମରେ ଏପରି ଆଚାର ସଂହିତା ଉପଲବ୍ଧ କରାଯାଇଛି ଯାହାକୁ ଡିଜିଟାଲ ସମାଚାର ପ୍ରକାଶକ ଏବଂ ଓଟିଟି ବିଷୟବସ୍ତୁ ପ୍ରକାଶକମାନେ ପାଳନ କରିବେ। ଏଥିରେ ବୟସ ଆଧାରିତ ପାଂଚ ପ୍ରକାରର ବର୍ଗୀକରଣ ମଧ୍ୟ ସାମିଲ ରହିଛି।

ଏହାବ୍ୟତୀତ, ଏସବୁ ନିୟମ ଅନୁଯାୟୀ, ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିବ ଯେଉଁଥିରେ ପ୍ରକାଶକ (ସ୍ତର-୧), ପ୍ରକାଶକମାନଙ୍କ ଦ୍ୱାରା ଗଠିତ ସ୍ୱ-ନିୟମନ ସଂସ୍ଥା(ସ୍ତର-୨) ଏବଂ ସରକାରଙ୍କ ଅନୁଧ୍ୟାନ ବ୍ୟବସ୍ଥା (ସ୍ତର-୩) ସାମିଲ ରହିବ। ଏହାଫରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ ସମାଧାନ ପାଇଁ ଏକ ବ୍ୟବସ୍ଥା ବିକଶିତ ହୋଇପାରିବ। ଶେଷରେ ଏହି ନିୟମଗୁଡ଼ିକ ଅନୁଯାୟୀ, ପ୍ରକାଶକମାନଙ୍କ ସରକାରଙ୍କ ସମ୍ମୁଖରେ ସୂଚନା ଉପସ୍ଥାପନ କରିବାକୁ ହେବ ଏବଂ ସାର୍ବଜନୀନ ପରିଧିରେ ଅଭିଯୋଗ ସମାଧାନ ସମ୍ପର୍କରେ ସୂଚନା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ହେବ।

ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅନ୍ତର୍ଗତ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନଗୁଡ଼ିକ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧କୁ ୨୫ ଫେବୃଆରୀ, ୨୦୨୧ରେ ଅଧିସୂଚୀତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କଟିଲା

ଝାରସୁଗୁଡା: ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ଖାଦ୍ୟ ନାଳୀ କାଟି ଦେଇଛନ୍ତି। ମହିଳାଙ୍କ ଅବସ୍ଥା ଏବେ ଗୁରୁତର ହୋଇ ପଡ଼ିଛି। ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ଏପରି ବେପରୁଆ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ଶିବିର ଚାଲିଥିଲା। କନକତୋରା ପଂଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ। ଅସ୍ତ୍ରୋପଚାର ସମୟରେ ଭୁଲରେ ଡାକ୍ତର ତାଙ୍କ ଖାଦ୍ୟ ନଳୀକୁ କାଟି ଦେଇଥିଲେ। ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ପରେ ବୁର୍ଲା ହସ୍ପିଟାଲକୁ ନିଆଯାଇଛି। ହେଲେ ଏଭଳି ତୁଟିପୂର୍ଣ୍ଣ ଚିକିତ୍ସା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ପାଠକ ଗିରଫ

ଝାରସୁଗୁଡା: ଝାରସୁଗୁଡା ପୋଲିସ ଝାରପଡା ଜେଲରେ ଥିବ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁଘୋଷର ଅନ୍ୟତମ ସହଯୋଗୀ ଅଜୟ ପାଠକକୁ ଗିରଫ କରିଛି। ସୋନୁ ସହ ମିଶି ଅନେକ ଅପରାଧ ଘଟାଇଥିବା ଅଜୟର ଗତିବିଧିକୁ ପୋଲିସ କିଛିଦିନରୁ ଲକ୍ଷ୍ୟ ରଖିବା ପରେ ତାଘରେ ଗତରାତିରେ ଅଚାନକ ଚଢାଉ କରି ଏକ ବେଆଇନ୍ ଦେଶୀ ବନ୍ଧୁକ ସହ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେବା ସମୟରେ ଅଜୟ ନାଁରେ ବ୍ରଜରାଜନଗର ଥାନାରେ ପୁର୍ବରୁ ଦୁଇଟି ଅପରାଧିକ ମାମଲା ରହିଥିବା ବେଳେ ସେ ରାଜ୍ୟର ଅନ୍ୟ ଥାନା ସହ ପଡୋଶୀ ଝାଡଖଣ୍ଡରେ ଅନେକ ମାମଲାରେ ସଂପ୍ରୁକ୍ତ ଥିବା ସୁଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲଢେଇ ପୂର୍ବରୁ ନିଜ ମାଲିକକୁ ହତ୍ୟା କଲା କୁକୁଡ଼ା

ଜଗଡିୟାଲ: ତେଲେଙ୍ଗନା ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛିା କୁକୁଡ଼ା ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ଗଞ୍ଜା କୁକୁଡ଼ା ନିଜ ମାଲିକକୁ ଛୁରୀ ଭୁସି ହତ୍ୟାକାରିଥିବା ଜଣାପଡିଛିା ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛିା

ସୂଚନା ଅନୁଯାୟୀ ତେଲେଙ୍ଗନା ରାଜ୍ୟ ଜଗଡିୟାଲ ଜିଲ୍ଲା ଲୁଥିନୁର ଗାଁ ରେ ବଡଧରଣର କୁକୁଡ଼ା ଲଢେଇ ଚାଲିଥିଲା। ଏଥିରେ ସାମିଲ ହେବା ପାଇଁ ସତୀଶ ନାମକ ଏକ ଯୁବକ ନିଜ ଗଞ୍ଜା କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧି ଲଢେଇ ପାଇଁ ପୂର୍ବ ପ୍ରସ୍ତୁତି କରୁଥିବାବେଳେ କୁକୁଡ଼ା ବାରମ୍ବାର ୩ ଫୁଟ ଉପରକୁ ଉଠି ରାଗି ଯାଇ ମାଲିକର ପେଟରେ ଗୋଡ଼ରେ ବନ୍ଧା ହୋଇଥିବା ଛୁରୀରେ ଭୁସି ଦେଇଥିଲା। ଗୁରୁତର ଅବସ୍ଥାରେ ମେଡିକାଲ ନେବାବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ: ସ୍କୁଲ, କଲେଜକୁ ଛୁଟି ଘୋଷଣା କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍‌ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍‌ ହେବେ।

ଏହି ସାଇକେଲ୍‌ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍‌ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧, ବରଗଡରୁ ୮,ସମ୍ବଲପୁରରୁ ୮, କଟକରୁ ୭, ବଲାଙ୍ଗୀରିରୁ ୬, ସୁନ୍ଦରଗଡରୁ ୫, ଦେବଗଡ଼ରୁ ୪, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୨, ରାୟଗଡାରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧, ପୁରୀରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୮୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ବାବୁଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡ଼ାକୁ ନବୀନ ସରକାରଙ୍କର ମେଗା ଷ୍ଟିଲ ପ୍ଳାଣ୍ଟ ଉପହାରକୁ ସ୍ଵାଗତ: ସମାଜବାଦୀ ପାର୍ଟି

ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ।

ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏବଂ ଏହା ଦ୍ଵାରା କେନ୍ଦ୍ରପଡା, ଜଗତସିଂହପୁର ଓ ପଡୋଶୀ ଯାଜପୁର ଜିଲ୍ଲାର ବେକାରି ସମସ୍ୟା ଦୂରୀକରଣରେ ଏହା ସହାୟକ ହେବ।

ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡାକୁ ନବୀନ ସରକାରଙ୍କର ଏହି ମେଗା ଉପହାର ନିଶ୍ଚିତ ଭାବରେ ଏହି ଜିଲ୍ଲାର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ବେହେରା କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୭ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ଘୋଷଣା: ମେଟ୍ରୋ ମ୍ୟାନ ଶ୍ରୀଧରନ ହେବେ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଆଗାମୀ କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ପକ୍ଷରୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମେଟ୍ରୋ ମ୍ୟାନ ଇଂ. ଶ୍ରୀଧରନଙ୍କ ନାମ ଘୋଷଣା କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମେଟ୍ରୋ ମ୍ୟାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି କେରଳର ବିଜେପି ସଭାପତି କେ. ସୁରେନ୍ଦ୍ରନ କେନ୍ଦ୍ରୀୟ ନେତୃତ୍ଵଙ୍କୁ ପ୍ରସ୍ତାବ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ମେଟ୍ରୋ ମ୍ୟାନ ନାମରେ ପରିଚିତ ଇଂ. ଶ୍ରୀଧରନ କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦିଲ୍ଲୀ ମେଟ୍ରୋର ନିର୍ମାଣକୁ ସଫଳ କରିଥିବା ଶ୍ରୀଧରନ ଦେଶର ଅନେକ ମେଟ୍ରୋ ପ୍ରକଳ୍ପ ପାଇଁ ମଧ୍ୟ ସାହାଯ୍ୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣିଥରେ ବଢିଲା ବସ୍ ଭଡ଼ା: ଜାଣନ୍ତୁ ପୂର୍ବରୁ କେତେ ଥିଲା ଏବଂ ଏବେ ହେଲା କେତେ

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ ବସ୍ ଭଡ଼ାରେ ବୃଦ୍ଧି ହୋଇଛି। ତୈଳ ଦର ବଢୁଥିବାରୁ ବସ୍ ଭଡ଼ାରେ ବୃଦ୍ଧି ପାଇଥିବା କୁହାଯାଇଛି।

ତେବେ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଛି। ପୂର୍ବରୁ ସାଧାରଣ ବସ୍ ଭଡା ଥିଲା ୮୦ ପଇସା। ଏବେ ଏହା ବୃଦ୍ଧି ପାଇ ୮୫ ପଇସା ହେଲା। ସେହିଭଳି ଏକ୍ସପ୍ରେସ ବସ ଭଡା ଆଗରୁ ଥିଲା ୮୪ ପଇସା ଏବଂ ଏବେ ଏହା ୮୯ ପଇସା ହେଲା।

ସେହିଭଳି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସାକୁ ବୃଦ୍ଧି କରାଯାଇଛି।  ଡିଲକ୍ସ ବସ ଭଡା ପୂର୍ବରୁ ୧.୧୧ ପଇସା ଥିଲା ଓ ଏବେ ୧.୨୧ ପଇସା ହେଲା। ଏସି ବସ ଭଡା ୧.୩୯ ପଇସା ଥିଲା ଏବଂ ଏବେ ହେଲା ୧.୪୯ ପଇସା। ସୁପର ପ୍ରିମିୟର ବସ ଭଡା ୨.୧୭ରୁ ୨.୩୨ ପଇସା ହୋଇଛି। ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଗ୍ୟଶ୍ରୀ ଓ ସିଲୁଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନ ରାଜଭବନ ଠାରେ ଭାଗ୍ୟଶ୍ରୀ ସାହୁ ଏବଂ ସିଲୁ ନାୟକଙ୍କୁ ସେମାନଙ୍କର ଚମତ୍କାର ସଫଳତା ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ ଟକ୍ ‘ମନ୍ କି ବାତ୍‌’ରେ ଉଭୟଙ୍କୁ ପ୍ରଶଂସା କରିଥିଲେ।

ସୁଶ୍ରୀ ସାହୁଙ୍କୁ ସମ୍ମାନିତ କରିବା ଅବସରରେ ରାଜ୍ୟପାଳ ଚିତ୍ରକଳା ଏବଂ ହସ୍ତଶିଳ୍ପ (ପଟ୍ଟଚିତ୍ର) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କର ଉତ୍ସାହ, ନିଃସ୍ୱାର୍ଥପର ଭକ୍ତି ଏବଂ ଶକ୍ତି ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ବିପିୟୁଟି ତରଫରୁ ରାଜ୍ୟପାଳ ତାଙ୍କୁ ପ୍ରମାଣପତ୍ର ଏବଂ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭାଗ୍ୟଶ୍ରୀ ବର୍ତମାନ ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରୀ ଅଟନ୍ତି।

ସେହିପରି ସିଲୁ ନାୟକଙ୍କୁ ସମ୍ମାନିତ କରି ପ୍ରଫେସର ଲାଲ ତାଙ୍କର ଉତ୍ସାହ,ନିଃସ୍ୱାର୍ଥପର ଏବଂ ଶକ୍ତିକୁ ପ୍ରଶଂସା କରିଥିଲେ। ଗ୍ରାମାଂଚଳର ଯୁବକମାନଙ୍କୁ ‘ମହାଗୁରୁ ବାଟାଲିୟନ’ ମାଧ୍ୟମରେ ମୁକ୍ତ ଭାବରେ ତାଲିମ ପ୍ରଦାନ କରି ସଶସ୍ତ୍ର ବାହିନୀରେ ପ୍ରବେଶ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛନ୍ତି। ଏହା ଆହୁରି ଅନେକଙ୍କ ଜୀବନରେ ନିଃସ୍ୱାର୍ଥପର ସେବାର ଭାବନାକୁ ଜାଗ୍ରତ କରିବ ଏବଂ ସେମାନଙ୍କୁ ଲୋକ ତଥା ମାତୃଭୂମି ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ଡ. ପି କେ ମେହେର୍ଦ୍ଦା ଏବଂ ବିପିୟୁଟିର କୁଳପତି ଡ. ସି.ଆର. ତ୍ରିପାଠୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆ ପ୍ରସଙ୍ଗରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ସହାୟତା ଲୋଡିଲା ରାଜ୍ୟ

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ରାଜ୍ୟସରକାର। ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ଲାଗି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଆଇନଗତ ସହାୟତା ଲୋଡିଛନ୍ତି।

କୋଟିଆ ଓଡ଼ିଶାର ବୋଲି ସମସ୍ତ ପ୍ରାମାଣିକ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସମ୍ପର୍କରେ ଜଣାଇଛନ୍ତି ରାଜସ୍ୱ ସଚିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାର୍ଚ୍ଚ ୧୨ରେ ସଂସଦ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଛାତ୍ର ବିରୋଧି ନୀତି ପ୍ରତିବାଦରେ ‘ନୌକରି ଦୋ ୟା ଡିଗ୍ରୀ ୱାପସ୍ ଲୋ’ କାର୍ଯ୍ୟକ୍ରମରେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶାର ଛାତ୍ର ନେତା ଅଂଶଗ୍ରହଣ କରିବେ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଅଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ରୋଶନଲାଲ ବିଟୁ କଂଗ୍ରେସ ଭବନ ଠାରେ ଏକ ମିଳିତ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି।

ୟାସିର ନୱାଜ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଦେଶର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବକମାନଙ୍କ ଠାରୁ ଭୋଟ ଲୁଟିନେବା ପରେ ଏବେ ନରେନ୍ଦ୍ର ମୋଦିଙ୍କର ପକୋଡା ନିଯୁକ୍ତି ପ୍ରସଙ୍ଗ ଦେଶର ଛାତ୍ର ସମାଜକୁ ଗଭୀର ଦୁଃଖ ଦେଇଛି। ମୋଦି ଓ ନବୀନ ଦୁହେଁ ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହିତ କରୁଛନ୍ତି। ଓଡିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାର ମାନ ଭୁଷୁଡି ପଡିଛି। ସ୍କୁଲରେ ଓ କଲେଜରେ ଶିକ୍ଷକ ନାହାନ୍ତି, ଶ୍ରେଣୀଗୃହର ଅବସ୍ଥା ଶୋଚନୀୟ, ଲାବ୍ରୋଟାରୀ ରୁମ୍ ଓ ଉପକରଣ ନାହିଁ, ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ବି ନାହିଁ।

ଅନ୍ୟପଟରେ ୧୪ ହଜାର ସ୍କୁଲ ବନ୍ଦ କରିଦିଆଯାଇଛି। ବେସରକାରୀ ସ୍କୁଲ ମାଲିକମାନେ କିପରି ପରିତୁଷ୍ଟ ହେବେ ଏବଂ ଅଭିଭାବକ ଓ ଛାତ୍ରଙ୍କର ରକ୍ତ ଶୋଷଣ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟବସ୍ଥା କରିଦେଇଛନ୍ତି। ଅଖିଳ ଭାରତ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ବିଟୁ କହିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ କୌଣସି ପାର୍ଥକ୍ୟ ନାହିଁ। ଉଭୟ ସରକାର ଛାତ୍ର ଓ ଯୁବକମାନଙ୍କ ସ୍ୱାର୍ଥ ବିରୋଧୀ। ଦରଦାମ୍ ବୃଦ୍ଧି ବେଲଗାମ। ଛଟେଇ ଚାଲିଛି। ଦେଶର ଯୁବକଯୁବତୀ ଓ ଛାତ୍ର ସମାଜ ଆଜି ବେସାହାରା। ଏଣୁ ଗାଦିରେ ମୋଦି ସରକାର ରହିବାର ଅଧିକାର ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଏଜି ଛକରୁ ରାଜମହଲ, ଆଇଡିବିଆଇ ଛକରୁ ବାଣୀବିହାର ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ କରିବେ କିନ୍ନର

ଭୁବନେଶ୍ୱର: ଭୁବନେଶ୍ୱରରେ କିନ୍ନର ଗ୍ରୁପ୍‌ଙ୍କୁ ପାର୍କିଂ ଲଟ୍ ଦେଇଛି ବିଏମସି। ଏହି ଉଦ୍ୟଶ୍ୟରେ ବୁଧବାର ପରିଚୟ ଗ୍ରୁପ୍‌କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଛନ୍ତି ବିଏମ୍‌ସି କମିଶନର। ଏମାନଙ୍କୁ ଡ୍ରେସ୍‌, ଆଇ କାର୍ଡ,ଗାଡି ଇତ୍ୟାଦି ଯୋଗାଇ ଦିଆଯାଇଛି  ବର୍ତ୍ତମାନ ଏହି ଗ୍ରୁପ୍ ୧୦,୦୦୦ରୁ ୨୫,୦୦୦ ମଧ୍ୟରେ ଥିବା ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏବଂ ଚିହ୍ନିତ ପାର୍କିଂ ଲଟ୍‌ର(ଏଜି ଛକରୁ ରାଜମହଲ ଏବଂ ଆଇଡି ବି ଆଇ ଛକରୁ ବାଣୀବିହାର) ଦାୟିତ୍ୱରେ ରହିବେ।

ଏହି ଅବସରରେ କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ୨ଟି କିନ୍ନର ଗୋଷ୍ଠୀ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ପୂର୍ବରୁ କିନ୍ନର ମାନଙ୍କ ସ୍ୱିକୃତି ଗ୍ରୁପ୍ କୁ ରାଜମହଲ ଛକ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ଲଟ୍ ଦିଆଯାଇଥିଲା। ଏହାର ସଫଳତାକୁ ଦେଖି ଆଜି ପରିଚୟ ଗ୍ରୁପ୍ କୁ ଆଉ ୨ ଟି ପାର୍କିଂ ଲଟ୍ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବକେୟା ହୋଲ୍ଡିଂ ଟ୍ୟାକ୍ସ ଏବଂ ଟ୍ରେଡ୍ ଲାଇାସେନ୍ସ ଇତ୍ୟାଦି ଆଦାୟ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଭାବେ କିନ୍ନର ଗ୍ରୁପ୍ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ବିଗତ ବର୍ଷ ଏବଂ ଚଳିତ ବର୍ଷ ସ୍ୱୀକୃତି ଗ୍ରୁପ୍‌କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଚଳିତ ବର୍ଷ ଆଉଏକ କିନ୍ନର ଗ୍ରୁପ୍‌କୁ ଦାୟିତ୍ୱ ଦେଇ ବକେୟା ଆଦାୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଗତ ୨୫ ଫେବୃଆରୀରେ ବିଏମ୍ ସି ସହିତ ପରରିଚୟ କିନ୍ନର ଗ୍ରୁପ୍ ସହିତ ସହମତି ପତ୍ର ସ୍ୱାକ୍ଷରିତ ହୋଇଥିଲା। ବିଏମ୍‌ସି ପକ୍ଷରୁ ଡେପୁଟି କମିଶନର, ରେଭିନ୍ୟୁ- ଶ୍ରୀମନ୍ତ ମିଶ୍ର ସ୍ୱାକ୍ଷର କରିଥିବାବେଳେ ସଂପୃକ୍ତ କିନ୍ନର ଗୋଷ୍ଠୀଙ୍କ ତରଫରୁ ନିଲୁ ପ୍ରଧାନ ଏହି କାର୍ଯ୍ୟ ତୁଲାଇଛନ୍ତି।

ତେବେ ସେମାନଙ୍କର ପାରିଶ୍ରମିକ ଟ.୪୦ ଲକ୍ଷ ପର୍ଯ୍ୟନ୍ତ ୧%, ୪୦ଲକ୍ଷରୁ ରୁ ୬୦ଲକ୍ଷ ମଧ୍ୟରେ ୧.୫% ଏବଂ ୬୦ଲକ୍ଷରୁ ଉର୍ଦ୍ଧ ପାଇଁ ୨% ରହିବ। ନିୟମିତ ଯାଂଚ ସାଂଗକୁ ନଥି ପରିଚାଳନା ଏବଂ ଉପଯୁକ୍ତ ଆଚରଣକୁ ଗୁରୁତ୍ୱ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦଳତ୍ୟାଗି ବିଜେଡି ନେତା ବିଜେପିରେ ଅଲୋଡା: ଦଳ ଛାଡିଲେ ପ୍ରତାପ

ଭଦ୍ରକ: ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଧକାଂଶ ବିଜେଡି ନେତା ଏବେ ବିଜେପିରେ ଅଲୋଡା ହୋଇ ପଡିଛନ୍ତି। ନିର୍ବାଚନ ବେଳେ ଦଳ ସେମାନଙ୍କୁ ଯେଭଳି ଗୁରୁତ୍ୱ ଦେଇ ନିଜ ଦଳକୁ ନେଇଥିଲା ନିର୍ବାଚନ ସରିଯିବା ପରେ ଏବେ ସେମାନେ ଦଳରେ ଅଲୋଡା ହୋଇ ପଡିଛନ୍ତି। ଦଳରେ ଥାଇ ମଧ୍ୟ ସେମାନଙ୍କୁ ଦଳରେ ଅନୁରୁପ ଗୁରୁତ୍ୱ ଦିଆଯାଉନଥିବା ବେଳେ ଦଳର ସାଙ୍ଗଠନିକ କାର୍ଯ୍ୟ ହେଉ ଅଥବା ନିଷ୍ପତ୍ତି ହେଉ କେଉଁଥିରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉନାହିଁ। ପରନ୍ତୁ ସେମାନଙ୍କୁ ଦଳରେ ଏକ ଅଦରକାରୀ ଏବଂ ତଳସ୍ତରର ନେତାଭାବେ ଗଣା ହେଉଛି।

ଫଳରେ ସେମାନେ ଏହି ଦଳରେ ଆଉ ସେମାନଙ୍କୁ ନିରାପଦ ମନେ ନକରି ଦଳ ଛାଡିବାକୁ ବାଧ୍ୟ ହେଉଥିବା କଥା ନିଜର ଶହସ୍ରାଧିକ ସମର୍ଥକଙ୍କ ସହ ଦଳ ଛାଡିଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରତାପ ଧଳ ଅଭିଯୋଗ କରିଛନ୍ତି।

ଗତ ସାଧାରଣ ନିର୍ବାଚନ ବେଳେ ନିଜ ଦଳ ବିଜେଡିରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଦଳତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ବରିଷ୍ଟ ନେତା ପ୍ରତାପ ଧଳଙ୍କର ବିଜେପିରେ ସାମିଲ ହେବା ଇତିମଧ୍ୟରେ ଦୁଇବର୍ଷ ବିତିଲାଣି। ହେଲେ ଏହି ଦୁଇବର୍ଷ ମଧ୍ୟରେ ଦଳ ତାଙ୍କୁ ସାଙ୍ଗଠନିକ କ୍ଷେତ୍ରରେ ହେଉ ଅଥବା ରାଜନୈତିକ ଥଇଥାନ କ୍ଷେତ୍ରରେ ହେଉ ତଙ୍କୁ ଅନୁରୁପ ଗୁରୁତ୍ୱ ଦେଇନଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ ଏହି ଦଳ ଏବେ ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ଇଙ୍ଗିତରେ ପରିଚାଳିତ ହେଉଛି। ଦଳିୟ ନେତା ମାନେ ଦଳିୟ ସ୍ୱାର୍ଥ ଅପେକ୍ଷା ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ସେବା କରିବାର ପରିକଳ୍ପନା ନେଇ ରାଜନୀତି କରୁଥିବା ତାଙ୍କ ଭଳି ଜଣେ ନେତାଙ୍କର ଦଳରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

ଚାନ୍ଦବାଲି ବ୍ଲକ ଯଶୀପୁର ପଂଚାୟତ ବାରାକୋଲା ଗାଁ ମୁଣ୍ଡରେ ଅନୁଷ୍ଠିତ ଏକ ସମାବେଶରେ ନିଜର ଶହସ୍ରାଧିକ ସମର୍ଥକଙ୍କ ଗହଣରେ ପ୍ରତାପ ବିଜେପି ଛାଡୁଥିବା କଥା ଘୋଷଣା କରିଛନ୍ତି। ତେବେ ବିଜେପି ଛାଡିବା ପରେ ସେ ତାଙ୍କର ମୁଳ ଦଳ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବେ ଅଥବା ନାହିଁ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବଶିଘ୍ର ସେ ତାଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏଥିନେଇ ପ୍ରତାପ କୌଣସି ସ୍ପଷ୍ଟ ସୁଚନା ଦେଇନଥିଲେ ମଧ୍ୟ ଏହି ମାମଲାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଦଳିୟ ନେତା ତଥା ବିଧାୟକ ବ୍ୟମୋକେଶଙ୍କ ସବୁଜ ସଙ୍କେତ ରହିଥିବା ଚର୍ଚ୍ଚା ହେଉଛି।

ଗତ ସାଧାରଣ ନିର୍ବାଚନ ବେଳେ ଚାନ୍ଦବାଲି ପଞ୍ଚାୟତ ସମିତି ନିର୍ବାଚନ ଏବଂ ବିଜେଡି ବ୍ଲକ ସଭାପତି ମନୋନୟନକୁ ନେଇ ବିଧାୟକ ବ୍ୟମୋକେଶଙ୍କ ସହିତ ରାଜନୈତିକ ମନାନ୍ତର ଯୋଗୁ ପ୍ରତାପ ଦଳଛାଡି ବିଜେପିରେ ଯୋଗ ଦେଇଥିଲେ।

କେବଳ ପ୍ରତାପ ନୁହଁନ୍ତି ବିରୋଧି ବିଜେପି ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛନ୍ତି ବନ୍ତ ବ୍ଲକ ଅଧକ୍ଷ ଦେବେନ୍ଦ୍ର ଜେନା। ଗତ ନିର୍ବାଚନ ସମୟରେ ଦଳର ଜିଲ୍ଳା ସଭାପତି ଅର୍ଜ୍ଜୁନ ସେଠୀଙ୍କ ସହିତ ବିଜେଡି ତ୍ୟାଗକରି ବିଜେପିରେ ସାମିଲ ହୋଇଥିଲେ। ହେଲେ ନିର୍ବାଚନ ସରିଯିବା ପରେ କ୍ଷମତାରେ ଥାଇ ମଧ୍ୟ ଦଳରେ ସେ ଅଲୋଡା ହୋଇ ପଡିଥିଲେ। ଦୀର୍ଘ ଦିନ ଧରି ପ୍ରବଳ ମାନସିକ ଚାପ ମଧ୍ୟରେ ରହି ଶେଷରେ ଗତ କିଛିଦିନ ତଳେ ନିଜର ମୁଳ ଦଳ ବିଜେଡିକୁ ଫେରି ଆସିଛନ୍ତି।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ନିର୍ବାଚନ ବେଳେ ଭଦ୍ରକ ଜିଲ୍ଳା ବିଜେଡି ସଭାପତି ତଥା ଦଳର ବରିଷ୍ଟ ସାଂସଦ ଅର୍ଜୁନ ସେଠୀ ଦଳିୟ ଅସନ୍ତୋଷର ଶିକାର ହୋଇ ଦଳଛାଡି ବିଜେପିରେ ସାମିଲ ହୋଇ ନିଜ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଟିକେଟରୁ ଭଦ୍ରକ ସଂସଦୀୟ ନିର୍ବାଚନ ଲଢାଇ ଅଳ୍ପକେ ବିଜୟରୁ ବଂଚିତ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଯୁବନେତା ଅଭିମନ୍ୟୁଙ୍କୁ ବିଜେପିରେ ଅନୁରୁପ ଗୁରୁତ୍ୱ ଦିଆଯାଉଥିବା ଭଳି ମନେ କରାଯାଇ ପାରୁ ନାହିଁ। ଦଳ ତାଙ୍କୁ ରାଜ୍ୟ ସ୍ତରରେ ଏକ ପଦବୀ ଦେଇ କେବଳ ଥଇଥାନ କରିଛନ୍ତି ସତ ହେଲେ ଜିଲ୍ଲା ବିଜେପି ରାଜନୀତିରେ ସେ ସଂପୁର୍ଣ୍ଣ ଆଲୋଡା ହୋଇ ପଡିଥିବା ମନେ ହେଉଛି।

କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ପୁଣି ଭଦ୍ରକ ସଂସଦୀୟ ଆସନରେ ଦଳିୟ ପ୍ରାର୍ଥି କରିବ ଅଥବା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଯଦି ଏହି ସୁଯୋଗ ନଦିଏ ତେବେ ବିଜେପିରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସଂଶୟ ସୃଷ୍ଟି ହୋଇଛି। କାରଣ ଗତ ନିର୍ବାଚନ ବେଳେ ଅଭିମନ୍ୟୁଙ୍କୁ କେନ୍ଦ୍ରିୟ ସୁପାରିସ ମୁଳେ ଏହି ଟିକେଟ ମିଳିଥିଲେ ମଧ୍ୟ ଜିଲ୍ଲା ସ୍ତରରେ କିଛି ଦଳିୟ ନେତାଙ୍କର ଏଥିପ୍ରତି ସମର୍ଥନ ନଥିଲା।

ଅନ୍ୟପକ୍ଷରେ ଆଗାମୀ ପୌର, ପଂଚାୟତ ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ଦଳର ଏହି ଭଳି ଆଗଧାଡିର ନେତାଙ୍କ ଦଳ ତ୍ୟାଗ ଏବଂ ମୂଳଦଳକୁ ପ୍ରତ୍ୟାବର୍ତ୍ତନ ବିଜେପି ପାଇଁ ହାନିକାରକ ସାବ୍ୟସ୍ତ ହୋଇ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ୨୬୫ ଗ୍ରାମର ବ୍ରାଉନ୍‌ସୁଗାର ଜବତ: ୩ କୋର୍ଟ ଚାଲାଣ

ଭଦ୍ରକ: ଭଦ୍ରକରେ ଧଳା ଜହର (ବ୍ରାଉନସୁଗାର) ଏବେ ସହରରୁ ଧୀରେ ଧୀରେ ଗ୍ରାମା ମୁହାଁ ହୋଇଛି। କାହିଁକି ନା ଗ୍ରାମାଞ୍ଚଳରେ ଥିବା ବହୁ ବେକାର ଯୁବକ ଏବେ ଖୁବ୍ କମ୍ ପରିଶ୍ରମରେ ବିନା ପୁଂଜି ଖଟାଇ ଏହି ନିଶା କାରବାରକୁ ବିପୁଳ ଅର୍ଥାଗମର ମାଧ୍ୟମ କରିଛନ୍ତି। ଯାହାର ପ୍ରମାଣ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍‌ର ମିଳିତ ଚଢାଉରୁ ପ୍ରମାଣିତ ହୋଇଛି।

କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ତିହିଡି ଅଂଚଳରୁ ଜଣେ ଯୁବକକୁ ୨୩ ଲକ୍ଷ ଟଙ୍କାର ୨୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବାର ଦୁଇଦିନ ନଯାଉଣୁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୨୦ ରେ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକରୁ ଏକ ସ୍କୁଟିରେ ଧୁଷୁରୀ ଆସୁଥିବା ୩ ଜଣ ଯୁବକଙ୍କୁ ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ସହ ଅସୁରାଳି ଇଲେକ୍ଟ୍ରି ଷ୍ଟ୍ରକଚର ନିକଟରେ ଗିରଫ କରିଛନ୍ତି।

ଏହି ତିନିଜଣଙ୍କ ମଧ୍ୟରୁ ଧୁଷୁରୀ ଥାନା ଖପରପଦା ଗ୍ରାମନିବାସୀ କୈଳାସ ଚନ୍ଦ୍ର ସାହୁଙ୍କ ପୁତ୍ର ମଣି ଓରଫ ମଣିଭଦ୍ର (୪୬) ଠାରୁ ଏକ ପଲିଥିନରେ ଥିବା ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ଉଦ୍ଧାର ହୋଇଥିଲା। ମଣିଭଦ୍ର ସହ ଥିବା ଅନ୍ୟ ଦୁଇଜଣ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନାର  ଜଗା ଓରଫ ନିରାକାର (୩୪) ଏବଂ ବାବୁଲି ଓରଫ ତ୍ରିଲୋଚନ (୪୨)।

ଏହି ତିନିଜଣଙ୍କ ଠାରୁ ପୁଲିସ୍ ଏକ କଳା ପଲିଥିନରେ ଥିବା ବ୍ରାଉନସୁଗାର ସହ ୧୨ ଟି ମୋବାଇଲ୍‌, ନଗଦ ୩୧ ହଜାର ୮ ଶହ ଟଙ୍କା, ୨୪୭ଟି କଟିଂ ପେପର, ୫୦ଟି ରବର ବ୍ୟାଣ୍ଡ, ତିନୋଟି କଇଁଚି, ଗୋଟିଏ ବ୍ଲେଡ୍ ସହ ସେମାନେ ବ୍ୟବହାର କରୁଥିବା ଓଡି-୨୨ଆର-୬୨୫୩ ନମ୍ବରର ସ୍କୁଟିଟିକୁ ଜବତ କରିଛନ୍ତି।

ଏହି ଚଢାଉରେ ଭଦ୍ରକ ଜିଲ୍ଲା ପୁଲିସ୍ ପ୍ରଶାସନର କେତେକ ଅଧିକାରୀଙ୍କ ସମେତ ଧୁଷୁରୀ ଥାନାଧିକାରୀ ପି.କେ. ସିଂ ସାମିଲ ଥିଲେ। ଏଡି ଘଟଣା ସଂପର୍କରେ  ସହରାଞ୍ଚଳ ଥାନାରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଧୁଷୁରୀ ଥାନା କେଶ୍ ନଂ ୩୭/୨୧, ଦଫା ୨୧ (ଗ) / ୨୯ ଏନ୍‌ଡିପିଏସ୍ ଆକ୍ଟର ମୂଳେ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହୃତା ନାବାଳିକା ଉଦ୍ଧାର, ଯୁବକ ଗିରଫ

ପୁରୀ: ଟାଉନଥାନା ଅନ୍ତର୍ଗତ ବାଲିସାହି ଶ୍ୱେତଗଙ୍ଗା ଲେନର ଜଣେ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଏସପି କେ. ଭିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ପୁରୀଜିଲ୍ଲାର ଚନ୍ଦନପୁର, ସତ୍ୟବାଦୀ, ବାଲିପୁଟ, ଗୋପ, ବାସେଳୀସାହି ଅ ଳରେ ଛାନଭିନ୍ କରିଥିଲେ। ଏହାସହ ନୟାଗଡ ଜିଲ୍ଲାର ଶରଣକୂଳ, ଇଟାମାଟି ଆଦି ଅଞ୍ଚଳ ଖୋଜିବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଅଭିଯୁକ୍ତ ଯୁବକ ଶିବପ୍ରସାଦ ଦାସ ୩୦କୁ ଗିରଫ କରିଥିଲେ। ଶିବଙ୍କ ଘର ଚନ୍ଦନପୁର ଉଷାସାହିରେ ବୋଲି ଜଣାଯାଇଛି।

ନାବାଳିକା ଅପହରଣ ସଂପର୍କରେ ମନୋରମା ଦାସ ଟାଉନଥାନରେ ଗତ ୨୩ ତାରିଖରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଟାଉନଥାନରେ ୫୩/୨୧ର ମାମଲା ରୁଜୁ ହୋଇଥିଲା।