ସୀତାରାମ ଅଗ୍ରୱାଲ ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ସରକାର ଘର ମଧ୍ୟ ଯୋଗାଇ ଦେଉଛନ୍ତି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ…
Author: Samikhsya Bureau
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆଜି ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପରିଷଦର ମାନ୍ୟବର ସଭାପତିଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ କରୋନା କଟକଣା ମଧ୍ୟରେ ସମାପ୍ତ ହୋଇଥିଲା। ପରିଷଦର ମୁମ୍ବାଇସ୍ଥିତ ମୁଖ୍ୟାଳୟର ପ୍ରତିଷ୍ଠାତା ସୋନୁ ସାହାଙ୍କ ଅନୁମୋଦନ କ୍ରମେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରାଯିବା ସହ ରାଜ୍ୟ ସଭାପତି ମହମ୍ମଦ ସାହାନୱାଜଙ୍କ ଉପସ୍ଥିତିରେ ନିମ୍ନଲିଖିତ ବ୍ୟକ୍ତିମାନେ ସେମାନଙ୍କର ପ୍ରଥମ ଯୋଗଦାନ ପୂର୍ବକ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରତିଷ୍ଠାତାଙ୍କ ଅନୁମୋଦନ କ୍ରମେ ସେକ୍ ଅବଦୁଲ ଗନି ହୋସେନ-ଉପସଭାପତି, ଓଡ଼ିଶା ଟେଷ୍ଟ ବୋର୍ଡ଼ର ଅଜିତ କୁମାର ନାୟକ-ସାଧାରଣ ସମ୍ପାଦକ, ଓଡ଼ିଶା ଟେଷ୍ଟ ବୋର୍ଡ଼ ସଦସ୍ୟ-ଆସରଫ ଅଲ୍ଲୀ-ପୁରୀ ଜିଲ୍ଲା ସଭାପତି, ସୁଦାଶା ପଣ୍ଡା(ଆଡ଼ଭୋକେଟ) ଏବଂ ନର୍ଗିସ ବାହାର-ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଉକ୍ତ ବ୍ୟକ୍ତିମାନେ ଦାୟିତ୍ୱ ଗ୍ରହଣ…
ନୂଆଦିଲ୍ଲୀ: ସବୁଠାରୁ ଉତ୍ତମ ଶ୍ରେଣୀରେ ସଂଯୁକ୍ତ କାର ଟେକ୍ନୋଲୋଜି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏମ୍ଜି ମୋଟର ଇଣ୍ଡିଆ ଭାରତର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଜିଓ ସହ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ (ଆଇଓଟି) ସ୍ପେସରେ ସହଭାଗିତା ଘୋଷଣା କରିଛି। ଏକ ଅଟୋ-ଟେକ୍ ଆବିଷ୍କାରକ ଭାବରେ ଏହାର ସ୍ଥିତି ପ୍ରତିଷ୍ଠାକରି, ଏମ୍ଜି ମୋଟର ଇଣ୍ଡିଆ ଏହାର ଆଗାମୀ ମଧ୍ୟମ ବର୍ଗର ଏସ୍ୟୁଭିରେ ଜିଓର ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ (ଆଇଓଟି) ସମାଧାନ ଦ୍ୱାରା ସକ୍ଷମ ଆଇଟି ସିଷ୍ଟମର ନିରନ୍ତର ସଂଯୋଗ ପ୍ରଦାନ କରିବ। ଏହି ସହଭାଗିତା ଏକ ସୁଦୃଢ ନୂତନ ଯୁଗର ମୋବିଲିଟି ସମାଧାନକୁ ସକ୍ଷମ କରିବ। ଭାରତର ସର୍ବବୃହତ୍ ଇଣ୍ଟିଗ୍ରେଟେଡ୍ ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ଜିଓ ଏହି ସ୍ୱତନ୍ତ୍ର ଡିଜାଇନ୍ ଅଟୋମୋବାଇଲ୍ ସମାଧାନକୁ ସକ୍ଷମ କରିବ। ଏହାଦ୍ୱରା ଏମ୍ଜି ମୋଟର୍ସର ଆଗକୁ ଆସିବାକୁ ଥିବା ମଧ୍ୟମ ବର୍ଗର ଏସ୍ୟୁଭିର ଗ୍ରାହକମାନେ କେବଳ ମେଟ୍ରୋ ଓ ବଡ ସହର ନୁଡେଁ, ଛୋଟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨୯, କଟକରୁ ୧୭୬, କେନ୍ଦ୍ରାପଡାରୁ ୧୪୮, ବାଲେଶ୍ବରରୁ ୧୨୯, ପୁରୀରୁ ୯୦, ଜଗତସିଂହପୁରରୁ ୮୭, ଯାଜପୁରରୁ ୭୭, କୋରାପୁଟରୁ ୭୩, ଭଦ୍ରକରୁ ୬୯, ସୁନ୍ଦରଗଡରୁ ୬୩, ଢେଙ୍କାନାଳରୁ ୫୫, ମୟୂରଭଞ୍ଜରୁ ୪୬, ଅନୁଗୁଳରୁ ୩୮, ନୟାଗଡରୁ ୩୧, କନ୍ଧମାଳରୁ ୨୭, ରାୟଗଡାରୁ ୨୧, କେନ୍ଦୁଝରରୁ ୧୮, ସମ୍ବଲପୁରରୁ ୧୨, ବରଗଡରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ଦେବଗଡରୁ ୮, ସୋନପୁରରୁ ୮, ଗଜପତିରୁ ୬, କଳାହାଣ୍ଡିରୁ ୫, ମାଲକାନଗିରୁରୁ ୪, ଝାରସୁଗୁଡାରୁ ୩, ନୂଆପଡାରୁ ୩, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ…
ଭୁବନେଶ୍ବର: ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି। ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ, ଅନ୍ଲକ୍ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ। ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟିବା ମହଙ୍ଗା ପଡିଛି। ଜଣେ ଦୁର୍ବୃତ୍ତ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ମହିଳାଜଣଙ୍କ ସାହାସିକତା ଦେଖାଇଛନ୍ତି। ୧୫ ହଜାର ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ମହିଳାଜଣଙ୍କ ଲୁଟେରାକୁ ମାଡି ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି। ସୂଚନା ମୁତାବକ, ଟାଙ୍ଗୀ ଥାନା ପାରି ଓରଡ ପଂଚାୟତ ଲକ୍ଷ୍ମୀଧର ପୁର ଗ୍ରାମର ପ୍ରମିଳା ଦେଇ ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଇ ଅଟୋ ରିକସାରେ ଘରକୁ ଫେରୁଥିଲେ। ଅଟୋରୁ ଓହ୍ଲାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପ୍ରମିଳାଙ୍କ ଠାରୁ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡାଇ ନେଇଥିଲା। ହେଲେ ପ୍ରମିଳା ସାହସିକତା ଦେଖାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଲୁଟେରାକୁ ପ୍ରମିଳା ମାଡି ବସିଥିଲେ। ଫଳରେ ଲୁଟେରାଜଣଙ୍କ ଭାରସାମ୍ୟ…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ଜବତ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବାଣପୁର ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଏବଂ ପୁଞ୍ଜିଆମା ଶାସନ ଗ୍ରାମରେ ଚୋରା ମଦ ବିକ୍ରି ଚାଲିଥିବାର ଖବର ପାଇଥିଲେ। ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ ପାଇଁ ଏସଡ଼ିପିଓ ବାଣପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନା ମିଳିତ ଭାବେ ଉକ୍ତ ଦୁଇ ଗ୍ରାମରେ ଚଢ଼ାଉ କରିଥିଲେ। ତେବେ ଚଢାଉ ବେଳେ ସେହି ଦୁଇ ଗ୍ରାମରୁ ପୋଲିସ ୧୨୫ ଲିଟର ଦେଶୀ ମଦ ଏବଂ ଗୋଟେ ବାଇକ ଜବତ କରିଥିବାବେଳେ ପୁଞ୍ଜିଆମା ଶାସନରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ମିଳିଛି। ଅଗଷ୍ଟ ୯ ତାରିଖରେ ୯ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ୧୯ ହଜାର କୋଟି ଟଙ୍କା ପିଏମ କିସାନ ଯୋଜନା ଅଧୀନରେ ପଠାଇବେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ୬୦୦୦ ଟଙ୍କା ତିନୋଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୮ ଟି କିସ୍ତି ଚାଷୀଙ୍କୁ ପଠାଯାଇଛି। ବର୍ତ୍ତମାନ ନବମ କିସ୍ତି ଚାଷୀଏନକେ ଆକାଉଣ୍ଟରେ ଜମା ହେବାକୁ ଯାଉଛି। ଏହାପୂର୍ବରୁ, ଅଷ୍ଟମ କିସ୍ତି ମଇ ୧୪ ତାରିଖରେ ପ୍ରଦାନ କରାଯାଇଥିଲା। ଗତ ବର୍ଷ, ଧାନମନ୍ତ୍ରୀ କିଷାନ ଯୋଜନା ଅଧୀନର ଶେଷ କିସ୍ତି ଖ୍ରୀଷ୍ଟମାସ ଅର୍ଥାତ୍ ୨୫ ଡିସେମ୍ବର ୨୦୨୦ ରେ ଦିଆଯାଇଥିଲା। ମମତା ବାନାର୍ଜୀଙ୍କ ନେତୃତ୍ୱରେ ବଙ୍ଗଳା ସରକାର ଏହି ଯୋଜନାର କାର୍ଯ୍ୟକାରିତାକୁ ପୂର୍ବରୁ ବିରୋଧ କରିଥିଲେ ମଧ୍ୟ ଗତଥର ଏହି ଯୋଜନାରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ…
ନୟାଗଡ/ଚାନ୍ଦପୁର: ବେଧଡକ ଭାବେ ଚୋରା ମଦ କାରବାର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଚାଲୁଛି। ବେଆଇନ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖୁଛି। ହେଲେ ତଥାପି ଏହି ଚୋରା କାରବାରରେ ବ୍ରେକ ଲାଗିପାରୁନି। ମଦ ବୋଝେଇ ମାରୁତି ଭ୍ୟାନରୁ ପୋଲିସ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରୁ କୁହୁଡି ଅଂଚଳକୁ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ରଚିଥିଲା ଚକ୍ରବ୍ୟୁହ। ୨ ଟି ସନ୍ଦିଗ୍ଧ ମାରୁତି ଭ୍ୟାନକୁ ଚାନ୍ଦପୁର ପୋଲିସ୍ ଜାତୀୟ ରାଜପଥରେ ପିଛା କରିଥିଲା। ଚାନ୍ଦପୁର ନିକଟରେ ପୋଲିସ୍ ଗାଡି ୨ ଟିକୁ ଅଟକାଇବା ବେଳେ ଗାଡି ଛାଡି କାର୍ ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟିକୁ ଜବତ କରିବା ବେଳେ ସେଥିରେ ବିଦେଶୀ ମଦ ଲୋଡ ହେବାର ଦେଖିବାକୁ ପାଇଥିଲା। ଜବତ ହୋଇଥିବା…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୮୩୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ସହରାଞ୍ଚଳର ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଦୁଇଟି ଟୀକା କେନ୍ଦ୍ରରେ ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ବାଣପୁର ଏନଏସି (ଅନଲାଇନ ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା (ଅଫଲାଇନ)- ୩୦ ଡୋଜ ୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ) ବାଣପୁର ଗ୍ରାମାଞ୍ଚଳ: ୩- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ: – ୭୦…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୬୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୭ ଲକ୍ଷ ୩୫ ହଜାର ୬୦୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୫ ହଜାର ୭୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୩୩ ହଜାର ୨୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୦ ହଜାର ୩୫୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ଯାଜପୁର, ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ବଲାଙ୍ଗୀରି, ନୟାଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ କୁ ବୃଦ୍ଧି ହୋଇଥିବାବେଳେ…
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୬୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୫୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୨ ହଜାର ୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୮୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୦୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୩ ଜଣ, କଟକ ଜିଲ୍ଲାରୁ ୧୯୮ ଜଣ,…
ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ । ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ। ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି…
ଚନ୍ଦ୍ର ଗମନାଗମନ 2021 ତାରିଖ ପ୍ରଭାବ – ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ର ଶୁଭ୍ର ଏବଂ ଚଞ୍ଚଳତାରେ ପରିପୂର୍ଣ୍ଣ । ଚନ୍ଦ୍ରର ପ୍ରଭାବ ସମସ୍ତ ଜୀବ ଏବଂ ଉଦ୍ଭିଦ ଉପରେ ପଡିଥାଏ। ପୃଥିବୀର ଜଳ ଉପାଦାନ ଉପରେ ଚନ୍ଦ୍ରର ସର୍ବାଧିକ ପ୍ରଭାବ ରହିଛି ବୋଲି ବିବେଚନା କରାଯାଏ। ସେହିଭଳି ମନୁଷ୍ୟର ମନ ଉପରେ ଚନ୍ଦ୍ରର ପ୍ରଭାବ ମଧ୍ୟ ବହୁତ ବଡ ଅଟେ। ଏହାର ପ୍ରଭାବ ହେତୁ ଆମର ମାନସିକତା ଏବଂ ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗେ । ବେଳେବେଳେ ଆମେ ଖୁସି, ବେଳେବେଳେ ଆମେ ଦୁଃଖିତ କିମ୍ବା ବେଳେବେଳେ ମାନସିକ ଅବସାଦର ଶିକାର ହେଉ। ଏହି ସବୁ ଜିନିଷ ଚନ୍ଦ୍ର ନିଜେ ପ୍ରଭାବିତ କରନ୍ତି ବୋଲି ବିବେଚନା କରାଯାଏ । ନଅ ଗ୍ରହ ମଧ୍ୟରେ ଚନ୍ଦ୍ର ଦ୍ରୁତତମ ରାଶି ପରିବର୍ତ୍ତନ ବୋଲି କୁହାଯାଏ । ଯେତେ ଶୀଘ୍ର ଏହାର ସ୍ଥିତି ପରିବର୍ତ୍ତନ ହୁଏ, ଏହା ମନୁଷ୍ୟର ପ୍ରକୃତି ଉପରେ ଅଧିକ ପ୍ରଭାବ ପକାଇଥାଏ…
ମେଷ- ଭାଇମାନଙ୍କର ସାହାଯ୍ୟ ପାଇବେ। ସମ୍ପତ୍ତି କାରବାରରେ ସାବଧାନ ରୁହନ୍ତୁ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। କୋର୍ଟରେ ସୁସଙ୍ଗତତା ରହିବ। ଆଜି ଟଙ୍କା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପ୍ରଲୋଭିତ ହୁଅ ନାହିଁ। ବ୍ୟବସାୟରେ ଇଚ୍ଛାକୃତ ଲାଭର ସମ୍ଭାବନା ଅଛି। ବୃଷ- ଶୁଭ କାର୍ଯ୍ୟରେ ଯୋଗଦାନ ଶୁଭ ଏବଂ ସମ୍ମାନ ଆଣିବ। ବ୍ୟବସାୟିକ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତୁ ନାହିଁ । ସମ୍ପତ୍ତି କାର୍ଯ୍ୟ ଲାଭ ଦେବ। ବେକାରୀ ଦୂର ହେବ। ଆଜି ଟଙ୍କାର ପ୍ରବାହ ହେବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ । ଲକ୍ଷ୍ୟକୁ ଧ୍ୟାନରେ ରଖିବାକୁ ଚେଷ୍ଟା କରନ୍ତୁ, ସଫଳତା ପାଇବେ। ମିଥୁନ- ଘର ବାହାରେ ସୁଖ ମିଳିବ। ତୁମର ଆଚରଣ ଏବଂ ଦକ୍ଷତା ଅଧିକାରୀ ଶ୍ରେଣୀରୁ ସହଯୋଗ ପାଇବ । ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଆପଣ ଦୁଃଖଦ ଖବର ପାଇପାରନ୍ତି। ଚିନ୍ତା ରହିବ। ପରିବାରରେ ଅସନ୍ତୋଷର ପରିବେଶ…
ଭୁବନେଶ୍ବର, ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ସମୁଦାୟ ୯୫୫୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩୭୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କେଉଁଝର ଜିଲ୍ଲା ଆନନ୍ଦପୁର ଶାଳପଡା ଆଦର୍ଶ ବିଦ୍ୟାଳୟ ଛାତ୍ର ଶ୍ରୀ ଅମ୍ରିତ୍ ରାଜ ବିଶ୍ବାଳ ୯୯.୪୦ ପ୍ରତିଶତ ନମ୍ବର ରଖି ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ଛାତ୍ରୀମାନଙ୍କଠାରୁ ଛାତ୍ରମାନେ ଭଲ ଫଳ କରିଛନ୍ତି। ଆଦର୍ଶ ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁଭେଚ୍ଛା ଜଣାଇଛନ୍ତି।
ମୁମ୍ବାଇ/ଭୁବନେଶ୍ୱର, ରିଲାଏନ୍ସ୍ ର ଗ୍ରାହକ ବ୍ରାଣ୍ଡ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୁରଣ କରିବା ପାଇଁ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଘର ଡ଼ିଜ-ଇନଫେକଟାଣ୍ଟ ର ବ୍ୟାପକ ଉତ୍ପାଦ ସମ୍ଭାର ପ୍ରସ୍ତୁତ କରାଯାଇଛି । କର୍ପୁର, ନିମ୍ବ ଏବଂ ହଳଦୀ ଭଳି ପ୍ରାକୃତିକ ଉପାଦାନଗୁଡ଼ିକର ଉତ୍ତମତାର ସମାହାର ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦଗୁଡିକ ସେନ୍ସୋରିଆଲ୍ ଏବଂ ସୁଗନ୍ଧ ମାଧ୍ୟମରେ ନୂତନ ଭାବରେ ନିରାପତ୍ତା ଅନୁଭବ ପ୍ରଦାନ କରିଥାଏ । ଏହାର ଅନନ୍ୟ ‘ତତକ୍ଷଣାତ୍ କାର୍ୟ୍ୟ’ ବା ଇନଷ୍ଟଣ୍ଟ ଆକ୍ସନ ସୂତ୍ର ତୁରନ୍ତ ଜୀବାଣୁ ଓ ଭୁତାଣୁ ବିରୁଦ୍ଧରେ କାର୍ୟ୍ୟ କରିବା ଆରମ୍ଭ କରି ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ । ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବିସ୍ତୃତ ଉତ୍ପାଦ ସମ୍ଭାର ମଧ୍ୟରେ ରହିଛି…
ଭୁବନେଶ୍ୱର, ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନିତି ବିରୋଧରେ ଆଜି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୃକ୍ତ କରାଯାଉ। ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା। ଏହି ଅବସରରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ପ୍ରଭାରୀ ତଥା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ପ୍ରକାଶ ଦଳେଇ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ସଂଗ୍ରାମ ପାତ୍ର, ପ୍ରତୀକ୍ଷା ଆଚାର୍ଯ୍ୟ, ସୁବ୍ରତ ବିଶ୍ୱାଳ, ରତନ ଦିଗାଲଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ସିବିଏସଇ ପରୀକ୍ଷା ପାସ୍ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ସେ ଶୁଭକାମନା ଜଣାଇଛନ୍ତି । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ସଫଳତାର ସହ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଥିବା ଯୁବ ବନ୍ଧୁମାନଙ୍କୁ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା ।”
ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିପକ୍ଷ ଖେଳାଳୀ ହି ବିଂ ଜିଆଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସିନ୍ଧୁ ଓ ତାଙ୍କ କୋଚ ପାର୍କ ତାଏ ସ୍ୟାଙ୍ଗଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଶ୍ରୀ ଠାକୁରଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି, ପଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଷିଥ ପରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ…

