Author: Samikhsya Bureau

ନୂଆଦିଲ୍ଲୀ, ଜାତୀୟ ମହିଳା କମିଶନର ଭାବେ ରେଖା ଶର୍ମାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ଏ ନେଇ ଏକ ଗେଜେଟ ନୋଟିଫିକେସନ ଜାରୀ କରିଛନ୍ତି। ଏଥିରେ କୁହାଯାଇଛି ରେଖା ଶର୍ମାଙ୍କର ନୂଆ କାର୍ଯ୍ୟକାଳ ଅଗଷ୍ଟ 7 ତାରିଖରୁ ଆରମ୍ଭ ହେବ। ସେ ଆଉ ତିନି ବର୍ଷ ପାଇଁ ଏହି ସାମ୍ବିଧାନିକ ପଦବୀରେ ରହିବେ। ରେଖା ଗତ 2018 ମସିହା ଅଗଷ୍ଟ ସାତ ତାରିଖରେ ଜାତୀୟ ମହିଳା କମିଶନର ଭାବେ ନିଯୁକ୍ତି ପାଇଥିଲେ। ସେ ଏହି ପଦବୀରେ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ଏହାପରେ ପୁଣି ଥରେ କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳ ଆଉ ତିନିବର୍ଷ ପାଇଁ ବୃଦ୍ଧି କରିଛନ୍ତି। ସେ 2017 ମସିହାରେ ଅତିରିକ୍ତ ମହିଳା କମିସନର ଭାବେ ଯୋଗଦେଇଥିଲେ।

Read More

ଭୁବନେଶ୍ବର, ରଘୁନାଥପୁର ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାଶ ଙ୍କ ପ୍ରତିମୁତ୍ତି ସ୍ଥାପନ କରାଯିବା ଓଡ଼ିଆ ଜାତି ପ୍ରତି ଘୋର ଅପମାନ। ସରକାରଙ୍କ ଏପରି ପଦକ୍ଷେପ ବିରୋଧରେ ସଂସ୍କୃତି ସଚିବଙ୍କୁ ପ୍ରଦେଶ କଂଗ୍ରେସର ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ମିଡିଆ ସେଲ ଅଧକ୍ଷ ଗଣେଶ୍ୱର ବେହେରା,ଆବାହକ ସତ୍ୟ ପ୍ରକାଶ ନାୟକ,ମୁଖପାତ୍ର ମନୋରଞ୍ଜନ ଦାଶ,ଅନୁସୂଚିତ ଜାତି ଅଧକ୍ଷ ବାଙ୍କନିଧି ବେହେରା ,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ଲିଙ୍ଗରାଜ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

Read More

ଭୁବନେଶ୍ବର, ହାଓଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଦକ୍ଷିଣ ପୂର୍ବ ରେଳପଥ ଡିସେମ୍ବର ୨୦୨୧ ର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ.. ୦୮୩୦୬ ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ସମ୍ବଲପୁରରୁ ୩ ଡିସେମ୍ବର, ୨୦୨୧ ଠାରୁ ହାଓଡ଼ା ଷ୍ଟେସନ ପରିବର୍ତ୍ତେ ଶାଲିମାର ଷ୍ଟେସନ ଠାରେ ଗନ୍ତବ୍ୟ ସମାପନ କରିବ ଜ୍ଝ ସେହିଭଳି, ୦୮୩୦୫ ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍ ୪ ଡିସେମ୍ବର, ୨୦୨୧ ଠାରୁ ହାଓଡ଼ା ପରିବର୍ତ୍ତେ ଶାଲିମାର ଷ୍ଟେସନ ଠାରୁ ଏହାର ଯାତ୍ରା ପ୍ରାରମ୍ଭ କରିବ। ଏହି ଟ୍ରେନ୍ ଶାଲିମାରରୁ ରାତ୍ରି ୮ଘ.୪୫ମି.ରେ ଛାଡି ସନ୍ତ୍ରାଗାଛିରେ ରାତ୍ରି ୮ଘ.୫୮ମି.ରେ ପହଞ୍ଚିବ ଏବଂ ରାତ୍ରି ୯ ଘଟିକାରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। ଫେରିବା ସମୟରେ ଏହି ଟ୍ରେନ୍ ସନ୍ତ୍ରାଗାଛିରେ ସକାଳ ୦୬ଘ.୧୩ମି.ରେ ପହଞ୍ଚି ୦୬ଘ.୧୫ମି.ରେ ଛାଡି ଶାଲିମାରରେ ସକାଳ ୦୬ଘ.୫୦ମି.ରେ ପହଞ୍ଚିବ।

Read More

ଭୁବନେଶ୍ବର, ଆମ ଟିଭି ପ୍ରସ୍ତୁତ ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଗୀତ “ସବୁକଥା ଶେଷରେ ତୋରି‌ ନାଁ ” କଟକସ୍ଥିତ ମିଲନ ଷ୍ଟୁଡିଓରେ ରେକର୍ଡିଂ ହୋଇଛି। ସୁବ୍ରତ ସ୍ୱାଇଁ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ। ଗୀତଟି ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏଥିରେ ରେକର୍ଡିଷ୍ଟ ସୈ।ଭାଗ୍ୟ ପଣ୍ଡା , ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ଇଭେଣ୍ଟ ମ୍ୟାନେଜର ରକି‌ ଇନାୟତ ପ୍ରମୁଖ ଉପସ୍ଥିତ ଥିଲେ।

Read More

ପୁରୀ, ଶେଷରେ ବହୁ ପ୍ରତୀକ୍ଷା ପରେ ଜଗାର ସିଂହଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଆସନ୍ତା 16 ତାରିଖ ପରଠାରୁ ଏହି ଦର୍ଶନ ଆରମ୍ଭ ହେବ। ତେବେ ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରଶାସନ ତରଫରୁ ୱର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ 6ଟି ଲେଖାଏଁ ୱାର୍ଡର ଲୋକଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଏହି ଦର୍ଶନ ବେଳେ କେତେକ ନିୟମ ଲାଗୁ କରାଯାଇଛି। ପୁରୀବାସୀ ଅଗଷ୍ଟ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବେ। ତେବେ ସେମାନଙ୍କୁ କୌଣସି କରୋନା ସାର୍ଟିଫିକେଟ ଦେଖାଇବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ପୁରା ପୁରୀ ସହରରେ ଟିକାକରଣ ହୋଇ ନ ଥିଲେ ମଧ୍ୟ ଜଗା ଦର୍ଶନ ପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ। ତେବେ ପୁରୀ ବାସିନ୍ଦା ଭାବେ ଆଧାରକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର…

Read More

ନୂଆଦିଲ୍ଲୀ, ପୁଣି ଥରେ ଓଡିଶାକୁ ବିଶେଷ ଧ୍ୟାନ ଦେବା ପାଇଁ କେନ୍ଦ୍ର ନିକଟରେ ଦାବୀ କରିଛି ବିଜେଡି। ତେବେ ଏଥର ନୂଆ ତରିକାରେ ବିଜେଡି କେନ୍ଦ୍ର ନିକଟରେ ଏହି ଦାବୀ ଉପସ୍ଥାପନା କରିଛି। ଆଜି ରାଜ୍ୟ ସଭାରେ ବିଜେଡି ସଦସ୍ୟ ଡ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବୀ ଉପସ୍ଥାପନା କରିଥିଲେ। ପୂର୍ବରୁ ବିଜେଡି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରାଯାଉ ବୋଲି କେନ୍ଦ୍ର ନିକଟରେ ଦାବୀ କରିଆସୁଥିଲା। ହେଲେ ଏଥର ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବୀ କରିଛି। ରାଜ୍ୟସଭାରେ ସସ୍ମତି କହିଛନ୍ତି ଯେ, ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି। କେତେବେଳେ ବାତ୍ୟା କିମ୍ବା ବନ୍ୟା ଲାଗିରହିଛି। ସେହି ସମୟରେ କେନ୍ଦ୍ର ଓଡିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବୀ କରିଛି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭାଗୁଆଳିରେ ବିନିଯୋଗ ହେଉଛି। ଅର୍ଥାତ କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା ବେଳେ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମହିଳା ହକିରେ ଅଳ୍ପକେ ପଦକ ହରାଇଛୁ କିନ୍ତୁ ଏହି ଦଳ ନୂତନ ଭାରତର ଆବେଗକୁ ପ୍ରତିଫଳିତ କରିଛି। ଯେଉଁଠାରେ ଆମେ ଆମର ଶ୍ରେଷ୍ଠ ତଥା ନୂତନ କୃତିତ୍ୱ ହାସଲ କରିଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ । ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି; ଟୋକିଓ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ । ସେମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଦଳର ପ୍ରତ୍ୟେକ ସଦସ୍ୟ ଉଲ୍ଲେଖନୀୟ ସାହସ, ଦକ୍ଷତା ଏବଂ ସହନଶୀଳତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଏହି ଦଳ ପାଇଁ ଭାରତ ଗର୍ବିତ । ଆମେ ମହିଳା…

Read More

ନୂଆଦିଲ୍ଲୀ, ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା। ସେହି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟକୁ ସମ୍ମାନ ଦିଆଯାଏ ନାହିଁ। ଏପରି ଏକ ବିସ୍ପୋରକ କଥା କହିଛନ୍ତି ଏମକ୍ୟୁଏମ ର ପ୍ରତିଷ୍ଠାତା ଅଲତାଫ୍ ହୁସେନ। ଲଣ୍ଡନରେ ରହୁଥିବା ଅଲତାଫ ଆଜି ତାଙ୍କ ଟୁଇଟରରେ ପାକିସ୍ଥାନକୁ ମଧ୍ୟ ଚେତାବନି ଦେଇଛନ୍ତି। ସେ ଏକ ସିରିଜ ଟୁଇଟ କରି କହିଛନ୍ତି ଯେ, ପାକିସ୍ଥାନରେ ଯେପରି ଅଣ ମୁସଲିମ ଧର୍ମପିଠକୁ ଭଙ୍ଗାଯାଉଛି ତାହା ଅମାନବିକତା। ସେତିକି ନୁହେଁ ସେ ତାଙ୍କ ଟୁଇଟିରେ ଏପରି କାର୍ଯ୍ୟକୁ ଦୃଢ ବିରୋଧ ମଧ୍ୟ କରିଛନ୍ତି। ଏହା ହେଉଛି ଇସଲାମିକ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ଅନ୍ୟାୟ କାର୍ଯ୍ୟ। ପାକିସ୍ଥାନ ତୁରନ୍ତ ଏପରି କାର୍ଯ୍ୟରୁ ନିବୃତ ରହୁ ବୋଲି ଅଲତାଫ କହିଛନ୍ତି। ପାକିସ୍ଥିନର ଏପରି କାର୍ଯ୍ୟ ବିରୋଧରେ ବିଚାର କରି ଦଣ୍ଡ ଦେବା ପାଇଁ ସେ ଜାତିସଂଘର ସେକ୍ରେଟାରୀ ଜେନରାଲଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ତୁରନ୍ତ ପାକିସ୍ଥାନ…

Read More

ନୂଆଦିଲ୍ଲୀ, ଭାରତରେ ଗୋଟିଏ ଡୋଜ କରୋନା ଟୀକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି ଜନସନ ଆଣ୍ଡ ଜନସନ କଂପାନୀ। ଏହି କଂପାନୀ କହିଛି ଯେ, ଜନସନ ଆଣ୍ଡ ଜନସନ କଂପାନୀର ଟୀକାର 3ଟି କ୍ଲିନିକାଲ ପରୀକ୍ଷା ସରିଛି। ଏଥିରେ 85 ପ୍ରତିଶତ ସଫଳତା ମିଳିଛି। ସେଥିପାଇଁ ଭାରତରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଉ ବୋଲି କଂପାନୀ କହିଛି। ଏହି ସିଙ୍ଗଲ ଡୋଜ ଟୀକା ନେବାର 28 ଦିନ ମଧ୍ୟରେ ଏହା ବେଶ୍ ଫଳ ପ୍ରଦ ହେଉଛି ବୋଲି କଂପାନୀ କହିଛି।

Read More

ନୁୂଆଦିଲ୍ଲୀ, କେନ୍ଦ୍ର ସରକାର ଦେଶରେ ଦିଆଯାଉଥିବା ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଟୁଇଟି କରି ଅବଗତ କରାଇଛନ୍ତି। ଭାରତର ଖେଳାଳୀଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଉଛି । ଏହା ହେଉଛି ଭାରତର କ୍ରୀଡା ଜଗତରେ ସର୍ବୋଚ୍ଚ ପୁରସ୍କାର। ହେଲେ ଏହି ପୁରସ୍କାର ବର୍ତ୍ତମାନ ନୂଆ ନାମରେ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟି କରି ଜଣାଇଛନ୍ତି ଯେ, ଏହି ପୁରସ୍କାରର ନାମ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାମରେ ପ୍ରଦାନ କରାଯିବ। ମୋଦି କହିଛନ୍ତି ଯେ ଦେଶର ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଛି।

Read More

ଭୁବନେଶ୍ୱର, ଆସନ୍ତା ଅଗଷ୍ଟ ୧୬ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ କ୍ଲାସ ରୁମରେ ପାଠପଢା ହେବ। ଏଥିସହିତ ହଷ୍ଟେଲ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ କ୍ଲାସ୍ ରୁମ୍‌ରେ ପୁଣି ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Read More

ଭୁବନେଶ୍ବର,  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ବିରୋଧୀ ବୁଝିବା ଭାରି କଷ୍ଟକର ବ୍ୟାପାର। ବିଭିନ୍ନ ସମୟରେ ସେ ଏପରି ମାଷ୍ଟର ଷ୍ଟ୍ରୋକ ମାରୁଛନ୍ତି ଯେ, ବିରୋଧୀ ପୁରା ବାଟବଣା। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଜଳକା ହୋଇ ଅନେଇ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରକୃତରେ ନବୀନ ପଟ୍ଟନାୟକ କଣ ଖେଳୁଛନ୍ତି, କିପରି ଖେଳୁଛନ୍ତି ତାହା ବିରୋଧୀ ଖୋଜି ଧରିପାରୁ ନାହାଁନ୍ତି। ବର୍ତ୍ତମାନ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ପ୍ରସଂଗକୁ ଯିବା। ଟୋକିଓ ମାଟିରେ ଭାରତୀୟ ହକିଦଳ ଯେଉଁ ସଫଳତା ପାଇଲେ ତାହା ନିଶ୍ଚିତ ଗର୍ବର ବିଷୟ। ସେଥିପାଇଁ ସାରା ଦେଶର ଲୋକେ ହକି ଇଣ୍ଡିଆ ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ଏହି ପ୍ରଶଂସା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଡି ହୋଇଯାଇଛନ୍ତି। କାରଣ ହେଲା ସାହାରା ଗ୍ରୁପ ଯେତେବେଳେ ହକି ଇଣ୍ଡିଆର ପ୍ରାୟୋଜକରୁ ଓହରି ଗଲା, ସେତେବେଳେ…

Read More

ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସଂକ୍ରାମଣ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ପ୍ରଥମେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ଧିରେ ଧିରେ ତାହା ନିୟନ୍ତ୍ରଣକୁ ଆସୁଛି। ତେବେ ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟ ଅନୁସାରେ… ମୋଟ କୋରନା ପରୀକ୍ଷା- ୧ କୋଟି ୬୪ ଲକ୍ଷ ୨୪ ହଜାର ୬୪୫ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା- ୯ ଲକ୍ଷ ୮୪ ହଜାର ୭୩୧ ମୋଟ ସୁସ୍ଥ ସଂଖ୍ୟା- ୯ ଲକ୍ଷ ୬୫ ହଜାର ୩୭୦ ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା- ୧୩ ହଜାର ୬

Read More

ଭୁବନେଶ୍ବର, ଆଜିର ସରକାରୀ ତଥ୍ୟ ଅନୁସାରେ କରୋନାରେ ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬, ୩୦୨ କୁ ବୃଦ୍ଧି ପାଇଛି। ନୂଆ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବାଲେଶ୍ୱର ୬ ଜଣ ଭଦ୍ରକରେ ଜଣେ ବଲାଙ୍ଗୀରରେ ୨ ଜଣ କଟକରେ ୧୧ ଜଣ ଗଞ୍ଜାମରେ ୧୦ ଜଣ ଝାରସୁଗୁଡ଼ାରେ ଜଣେ କନ୍ଧମାଳରେ ଜଣେ କେନ୍ଦୁଝରରେ ୩ ଜଣ ଖୋର୍ଦ୍ଧାରେ ୧୯ ଜଣ ମୟୁରଭଞ୍ଜରେ ୨ ଜଣ ନୟାଗଡ଼ରେ ଜଣେ ନୁଆପଡାରେ ଜଣେ ପୁରୀ ୨ ଜଣ ରାୟଗଡ଼ାରେ ଜଣେ ସମ୍ବଲପୁରରେ ଜଣେ

Read More

ଭୁବନେଶ୍ୱର, ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୦୨ ଥିବା ବେଳେ ସ୍ଥାନୀୟ ସଂକ୍ରମାଣ ସଂଖ୍ୟା ହେଲା ୫୦୬ ଜଣ। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୫୫ ୨- ବାଲେଶ୍ୱର ଜିଲ୍ଲାରୁ – ୬୩ ୩- ବରଗଡ଼ ଜିଲ୍ଲାରୁ – ୫ ୪- ଭଦ୍ରକ ଜିଲ୍ଲାରୁ – ୨୨ ୫- ବଲାଙ୍ଗୀର ଜିଲ୍ଲାରୁ – ୫ ୬- କଟକ ଜିଲ୍ଲାରୁ – ୧୭୩ ୭- ଦେବଗଡ଼ ଜିଲ୍ଲାରୁ – ୫ ୮- ଢେଙ୍କାନାଳ ଜିଲ୍ଲାରୁ – ୧୫ ୯- ଗଜପତି ଜିଲ୍ଲାରୁ – ୧ ୧୦- ଗଞ୍ଜାମ ଜିଲ୍ଲାରୁ – ୧୨ ୧୧- ଜଗତସିଂହପୁର ଜିଲ୍ଲାରୁ – ୬୦ ୧୨-…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି। ଲୁଟ୍ ର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ ସୁନିତା ବେହେରା(୧୮)। ଘଟଣାରୁ ପ୍ରକାଶ ଯେ, ଗତକାଲି ମଧ୍ୟାହ୍ନ ସମୟରେ ଲଲାଟ ଓ ତାଙ୍କ ଝିଅ ସୁନିତା ଖୋର୍ଦ୍ଧାରୁ ଟୀକା ନେଇ ଫେରୁଥିଲେ। ଏ ସମୟରେ ପୁର୍ବରୁ ଏକ ମୋଟର ସାଇକେଲରେ ଏମାନଙ୍କ ପିଛା କରି ଆସୁଥିବା ଦୁର୍ବୁତ୍ତ ଭାଟପଡା ଓ ବିଂଝିଳା ମଧ୍ୟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତ ଉଭୟଙ୍କୁ ବନ୍ଧୁକରେ ମାଡମାରିବା ସହ ଲାତ ଗୋଇଠା ମାରି ଲହୁ ଲୁହାଣ କରିଥିବା ବେଳେ ସୁନିତାଙ୍କ ଚଷମା ଓ ଲଲାଟଙ୍କ ହେଲମେଟ ଭାଙ୍ଗିଦେଇଥିଲେ। ଝିଅ ସୁନିତା ପିନ୍ଧିଥିବା ୧୨…

Read More

ମେଷ: – ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ । ବୃଷ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ। ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ…

Read More

ମୁମ୍ବାଇ, ଏକ ସୁସଂହତ ବିଦ୍ୟୁତ ଚାଳିତ ବାହନ (ଇଭି) ପରିବ୍ୟବସ୍ଥା ସୃଷ୍ଟି ଦିଗରେ ଯୋଗଦାନ ସ୍ୱରୂପ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ ଏବଂ ସ୍ୱିଗି ପକ୍ଷରୁ ସମ୍ମିଳିତ ଉଦ୍ୟମ ଆକାରରେ ଆଜି ପରୀକ୍ଷାମୂଳକ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ଭାରତର ସର୍ବବୃହତ ଖାଦ୍ୟ ଯୋଗାଣ ପ୍ଲାଟଫର୍ମରେ ବିଦ୍ୟୁତ ଚାଳିତ ବାହନ (ଇଭି) ନିୟୋଜନ ବୃଦ୍ଧି ଘଟାଇବ । ବିଦ୍ୟୁତ ଚାଳିତ ୨-ଚକିଆ ନିୟୋଜନ ସହିତ ବ୍ୟାଟେରୀ ଚାଳିତ ବିଦ୍ୟୁତ ଯାନବାହନ (ଇଭି) ଗୁଡିକର ବ୍ୟବହାର ନିମନ୍ତେ ଏହି ସହଭାଗିତାରେ ଲକ୍ଷ୍ୟ ରଖାଯାଇଛି, ଯାହାକୁ ଜିଓ-ବିପିର ବ୍ୟାଟେରୀ ସ୍ୱାପ ଷ୍ଟେସନସମୂହର ନେଟୱର୍କ ଏବଂ ସ୍ୱିଗିର ଯୋଗାଣ ସହଭାଗୀମାନଙ୍କର ନେଟୱର୍କ ସମର୍ଥନ ଯୋଗାଇବ । ଦୁଇ ଅଗ୍ରଣୀ ଶିଳ୍ପ ସଂସ୍ଥାର ଏହି ସହଭାଗିତା ସଂପୂର୍ଣ୍ଣ ନୂତନ ବ୍ୟବସାୟିକ ମଡେଲ ଜରିଆରେ ଯୋଗାଣକାରୀ ଯାନବାହନ ନିମନ୍ତେ ଏକ ସବୁଜ ଓ କମ୍ ବ୍ୟୟସାପେକ୍ଷ ସମାଧାନ ଯୋଗାଇବାକୁ ସେମାନଙ୍କର ଯଥାସାଧ୍ୟ ସାମର୍ଥ୍ୟ, ପରିବ୍ୟାପ୍ତି ଏବଂ ପ୍ରଯୁକ୍ତି…

Read More

ଭୁବନେଶ୍ୱର, ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ହକି ଖେଳାଳିଙ୍କ ଗହଣରେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମସ୍ତ ହକିପ୍ରେମୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି ହାଇପରଫର୍ମାନ୍ସ ସେଣ୍ଟର ପରିସରରେ ହକି ଖେଳାଳୀଙ୍କୁ ମିଠା ଖୁଆଇବା ସହ ଅଲିମ୍ପିକ୍‌ ବିଜୟର ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ…

Read More

ନୂଆଦିଲ୍ଲୀ, ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଆଜି ସଂସଦରେ ହଟ୍ଟଗୋଳ ଜାରି ରହିଛି। ଉତ୍ତେଜନା କାରଣରୁ ଉଭୟ ଗୃହର ପ୍ରକ୍ରିୟା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପ୍ରଥମ ମୁଲତବୀ ପରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଦିଲ୍ଲୀରେ ଯୌନ ଶୋଷଣ ତଥା ଦଳିତ ଝିଅର ମୃତ୍ୟୁ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ବହୁତ ଚିନ୍ତିତ ଅଛନ୍ତି। ଏହା ପୂର୍ବରୁ ସକାଳେ ଯେତେବେଳେ ଲୋକସଭା ଆରମ୍ଭ ହୋଇଥିଲା, ବିରୋଧୀ କଂଗ୍ରେସ, ତ୍ରୁଣମୁଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ସଦସ୍ୟମାନେ ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ…

Read More

ନୂଆଦିଲ୍ଲୀ: ଖରାପ ଆଲୋକ ଏବଂ ପରେ ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ବନ୍ଦ ରଖାଯାଇଛି। ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପ୍ରାରମ୍ଭିକ ଯୋଡି ଭାରତକୁ ଏକ ଭଲ ଆରମ୍ଭରେ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୭ ରନ୍ ଭାଗିଦାରୀ କରିଥିଲେ। ୯୭ ରନ୍ ପର୍ଯ୍ୟନ୍ତ କୌଣସି ୱିକେଟ୍ ହରାଇ ନ ଥିବା ଟିମ୍ ଇଣ୍ଡିଆ ୧୨୫ ରନ୍ ରେ ୪ଟି ୱିକେଟ୍ ହରାଇଛି। ପ୍ରଥମ ୱିକେଟ୍ ଖସିଯିବା ପରେ ହିଁ ଭାରତୀୟ ଇନିଂସ ବିଫଳ ହୋଇଥିଲା। ୩୬ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ଏହାପରେ ଚେତେଶ୍ୱର ପୂଜାରା ୪ ରନ, ଅଧିନାୟକ ବିରାଟ କୋହଲି ବିନା ଖାତା ଖୋଲି ଏବଂ ଅଜିଙ୍କ୍ୟ ରାହାଣେ ୫ ରନ କରି ଆଉଟ୍ ହୋଇଥିଲେ। ପୂଜାରା ଏବଂ କୋହଲି ଆଣ୍ଡରସନଙ୍କ ଦ୍ଵାରା ଆଉଟ ହୋଇଥିବାବେଳେ ରାହାଣେ ରନ ଆଉଟ୍ ହୋଇଥିଲେ।…

Read More