ନୂଆଦିଲ୍ଲୀ: ଆଜି ଗୁଗୁଲ୍ ଦେଶର ପ୍ରଥମ ମହିଳା ପାଇଲଟ୍ ସରଳା ଠକରାଲଙ୍କୁ ଏକ ସ୍ୱତନ୍ତ୍ର ଡୁଡଲ୍ ସହିତ ସମ୍ମାନିତ କରୁଛି। ସରଳା ଠକରାଲ୍ ମହିଳା ସଶକ୍ତିକରଣର ପ୍ରତୀକ। ସେ କେବଳ ପାଇଲଟ୍ ନୁହଁନ୍ତି ଜଣେ ମହାନ ଚିତ୍ରକାର ମଧ୍ୟ ଥିଲେ। ସେ ମଧ୍ୟ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣା। ଆଜି ଗୁଗୁଲ ଏକ ବିଶେଷ ଢଙ୍ଗରେ ସରଳା ଠକରାଲଙ୍କୁ ସମ୍ମାନିତ କରୁଛି। ସରଳା ଠକରାଲ୍ ଆଜିର ଦିନ ତଥା ଅଗଷ୍ଟ ୮ ତାରିଖ ୧୯୧୪ ମସିହାରେ ଜନ୍ମ ହୋଇଥିଲେ। ସେତେବେଳେ ଦେଶ ପରାଧୀନ ଥିଲା। ପରାଧୀନ ସମୟରେ ମଧ୍ୟ ସରଳା ଭାରତର ପତାକା ଉତ୍ତୋଳନ କରିଥିଲେ। ସରଳା ଠକରାଲ ୧୬ ବର୍ଷ ବୟସରେ ବିଡି ଶର୍ମାଙ୍କୁ ବିବାହ କରିଥିଲେ। ସୌଭାଗ୍ୟବଶତଃ, ବିଡି ଶର୍ମା ମଧ୍ୟ ଭାରତର ପ୍ରଥମ ବ୍ୟବସାୟିକ ପାଇଲଟ୍ ଥିଲେ। ବିବାହ ପରେ ମଧ୍ୟ ସରଳା ଅଧ୍ୟୟନ ଛାଡି ନଥିଲେ। ସେ ତାଙ୍କର ଅଧ୍ୟୟନ ସମାପ୍ତ କଲେ। ପାଇଲଟ୍…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୯୩୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ର ଚାରି ଗୋଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା(ଅଫଲାଇନ) ୩୦ ଟି ଡୋଜ ୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ -…
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ଗତକାଲି ଆମେରିକାର ବାୟୁସେନା ଶେବଗର୍ନ ସହରରେ ତାଲିବାନ ଠିକଣା ଉପରେ ଆକ୍ରମଣ କରିଥିଲା। ବାୟୁସେନାର ଏହି ଆକ୍ରମଣରେ ତାଲିବାନ ବହୁ କ୍ଷୟକ୍ଷତି ହୋଇଥିଲା। ଏଥିରେ ୫୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଆଫଗାନିସ୍ତାନର ସରକାରୀ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜେ ଏହି ସୂଚନା ଦେଇଛନ୍ତି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଫୱାଦ ଅମାନ ଟ୍ୱିଟ କରି କହିଛନ୍ତି ଯେ ବାୟୁସେନା ଶେନବର୍ଗ ସହରରେ ତାଲିବାନ ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ୫୦୦ ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ନଷ୍ଟ ହୋଇଯାଇଥିଲା। ରାତି ପ୍ରାୟ ୩ ତା ୩୦ ରେ ଶେନବର୍ଗ ସହରର ଜାଭାଜାନ ପ୍ରଦେଶରେ ଜଣେ ବି-୫୨ ବିସ୍ଫୋରଣକାରୀ ବିମାନ ବହୁ ସଂଖ୍ୟାରେ ତାଲିବାନ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ। ଆମେରିକାର ବାୟୁସେନା…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରକୁ ବୋମାରେ ଉଡେଇ ଦେବାକୁ ଧମକ ମିଳିଛି। ଆତଙ୍କବାଦୀ ସଂଗଠନ ଅଲ କାଏଦା ନାମରେ ଏହି ଧମକ ମିଳିଛିଛି। ଇମେଲ ମାଧ୍ୟମରେ ଦିଲ୍ଲୀ ପୋଲିସକୁ ଏହି ଚେତାବନୀ ବାର୍ତ୍ତା ପଠାଯାଇଛି। ସ୍ୱାଧୀନତା ଦିବସ ପୂର୍ବରୁ ଏହି ଧମକ ପାଇବା ପରେ ଦିଲ୍ଲୀ ପୋଲିସ ସତର୍କ ହୋଇପଡିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଇମେଲରେ ଲେଖାଯାଇଛି ଯେ ଏକ ଦମ୍ପତି ବୋମା ବିସ୍ଫୋରଣ କରିବେ ଏବଂ ରବିବାର ଦିନ ଅଲ କାଏଦା ଏହି ବିସ୍ଫୋରଣ କରିବ। ଏହାପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ସମାନ ଧମକ ଆସିଥିଲା। ଇମେଲ ପରେ ଆଇଜି ବିମାନ ବନ୍ଦରରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ଅନୁସନ୍ଧାନକାରୀ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି। ସ୍ୱାଧୀନତା ଦିବସ (ଅଗଷ୍ଟ ୧୫) ସଂପର୍କରେ ରାଜଧାନୀ ଦିଲ୍ଲୀରେ ଏକ କଡା ସୁରକ୍ଷା ବ୍ୟବସ୍ଥା ଅଛି। ଲାଲକିଲ୍ଲା ପାଇଁ ଅପ୍ରତ୍ୟାଶିତ ସୁରକ୍ଷା ମଧ୍ୟ କରାଯାଇଛି। ସେଠାରେ ଅନେକ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୪୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ବାଲେଶ୍ଵର, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ ଲେଖାଏଁ, ବରଗଡ, କେନ୍ଦୁଝର ଜିଲ୍ଲାରୁ ୫ ଜଣ ଲେଖାଏଁ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଦେବଗଡ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୮ ହଜାର ୪୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ…
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦେୟ ଏବଂ ଟଙ୍କା ସ୍ଥାନାନ୍ତର କେବଳ ଅନଲାଇନରେ କରାଯାଉଛି। କିନ୍ତୁ ଅନେକ ଥର ଆମେ ଦେୟ ଦେବାବେଳେ ଭୁଲ୍ କରିଥାଉ। ଏପରି ପରିସ୍ଥିତିରେ ଟଙ୍କା ଭୁଲ ଆକାଉଣ୍ଟକୁ ଅର୍ଥାତ୍ ଅନ୍ୟର ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏହି ପରିସ୍ଥିତିରେ ଲୋକେ ଭୟଭୀତ ହୋଇଯାନ୍ତି। ଟଙ୍କା ଆଉ ପୁନଃ ତାଙ୍କ ଆକାଉଣ୍ଟକୁ ଫେରିବକି ନାହିଁ, ସମ୍ପୃକ୍ତ ବ୍ୟକ୍ତି ଚାପରେ ପଡିଯାଆନ୍ତି। ଏପରି ସମସ୍ୟା ଯେକୌଣସି ବ୍ୟକ୍ତିଙ୍କ ସାମ୍ନାରେ ଆସିପାରେ। ଯଦି କୌଣସି ବ୍ୟକ୍ତିଙ୍କ ଟଙ୍କା ଭୁଲ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି ଏବଂ ଏହା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି, ତେବେ ଏହା ଅଧିକ ଅସୁବିଧା ସୃଷ୍ଟି କରେ। ତେଣୁ, ପ୍ରଥମେ ଜାଣିବା ଉଚିତ ଯେ, ନିଜର ଭୁଲ ଯୋଗୁଁ ଟଙ୍କା ଭୁଲ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି ନା ବ୍ୟାଙ୍କରେ କିଛି ବୈଷୟିକ ତ୍ରୁଟି ହେତୁ ଏହା ଘଟିଛି। ଭୁଲ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହେଲେ କଣ କରିବେ?…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୯ ଲକ୍ଷ ୩୪ ହଜାର ୪୫୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୭ ହଜାର ୮୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷ ୯୯ ହଜାର ୭୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୬ ହଜାର ୮୨୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୨୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୮ ହଜାର ୪୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୧୨୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୨୩୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୧ ହଜାର ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୯୯ ଜଣ, କଟକ ଜିଲ୍ଲାରୁ ୧୭୭ ଜଣ,…
ମେଷ : ଅର୍ଥ ଲାଭ ହେବ । ସୁଖ ରହିବ । ଯାନ ଖୁସି ହେବ । ସମ୍ପତ୍ତି ସହିତ କାରବାର କରିବାରେ ସାବଧାନ ରୁହନ୍ତୁ । ପରିବାରରେ ସହଯୋଗର ପରିବେଶ ରହିବ । ବ୍ୟବସାୟ ଭଲ କରିବ । ପିଲା ପ୍ରତି ଧ୍ୟାନ ଦିଅନ୍ତୁ । କଠିନ ପରିଶ୍ରମ ଫଳ ଦେବ । ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ । ବୃଷ : ଶୀଘ୍ର କାମ କରିବାର ପ୍ରବୃତ୍ତି ବନ୍ଦ କର । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମ ସମ୍ମାନ ବୃଦ୍ଧି ପାଇବ । ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ବ୍ୟବସାୟ ଭଲ ହେବ । କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମନ ବିଚଳିତ ରହିବ । ବିବାଦକୁ ଏଡ଼ାଇବା ଉଚିତ୍ । ଆର୍ଥିକ ସଙ୍କଟ ଦେଖାଦେବ । ଅତୀତର କାର୍ଯ୍ୟଗୁଡ଼ିକୁ ସ୍ଥଗିତ ରଖ । ପାରିବାରିକ…
ନୂଆଦିଲ୍ଲୀ, 23 ବର୍ଷୀୟ ଆଥେଲେଟସ୍ ନୀରଜ ଚୋପ୍ରା ଆଜି ଟୋକିଓ ଅଲିମ୍ପିକରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ନୀରଜ ସ୍ୱର୍ଣ୍ଣ ପଦକ ପାଇବା ପାଇଁ 87.58 ର ଶ୍ରେଷ୍ଠ ଥ୍ରୋ ଦେଇଥିଲେ। 2008 ରେ ବେଜିଂ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ଭାରତର ଦ୍ୱିତୀୟ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ନୀରଜ। ନୀରଜଙ୍କ ଏପରି ସଫଳତାରେ ସାରା ଦେଶରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ନୀରଜ ଚୋପ୍ରା ଭାରତ ପାଇଁ ଗର୍ବ ଆଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ତୁମର ଏହି କାର୍ଯ୍ୟ ଆମ ଯୁବକମାନଙ୍କୁ ପ୍ରେରଣା ଯୋଗାଇବ। ନୀରଜ ଚୋପ୍ରାଙ୍କ ଦ୍ୱାରା…
ପୁରୀ, ଆଜି ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। କାରଣ ହେଲା ଆଜି ଭାରତକୁ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଜାଭେଲିନ ଥ୍ରୋ ରେ ଭାରତୀୟ ଖେଳାଳୀ ନୀରଜ ଚୋପ୍ରା ଏହି ଗୌରବ ଆଣିଛନ୍ତି। ସେଥିପାଇଁ ସାରା ଦେଶରୁ ତାଙ୍କୁ ଅଭିନନ୍ଦନ ଦିଆଯାଉଛି। ଏପରି କ୍ଷେତ୍ରରେ ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ତାଙ୍କ କଳା ମାଧ୍ୟମରେ ନୀରଜଙ୍କୁ ଅଭିନନ୍ଦନ କରିଛନ୍ତି। ଖୁବ କମ ସମୟ ମଧ୍ୟରେ ସୁଦର୍ଶନ ଏହି ଆକର୍ଷଣୀୟ କାଳ କରିବାରେ ସକ୍ଷମ ହୋଇଛନ୍ତି। ସେ ତାଙ୍କ କଳାର ଠିକ ମଧ୍ୟ ଭାଗରେ ଏକ ସ୍ବର୍ଣ୍ଣ ପଦକର ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଏଥିସହିତ ନୀରଜ ଚୋପ୍ରାଙ୍କର ଏକ ସୁନ୍ଦର ପ୍ରତିଛବି ମଧ୍ୟ ନିର୍ଣାଣ କରିଛନ୍ତି। ଏଥିରେ ନୀରଜ ଜାଭେଲିନ ଧରି ଥ୍ରୋ କରୁଥିବାର ପରିଲକ୍ଷିତ ହୋଇଛି।
ଭୁବନେଶ୍ବର, କୋଭିଡ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନ ମାନଙ୍କରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକୁ ବାତିଲ୍ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ମାସ ୯ ରୁ ୨୨ ତାରିଖ ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ୍ 1. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ୍ 2. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍ 3. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୍ 4. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍ 5. ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ୍ 6. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ୍ ଶନିବାର ଓ ରବିବାର ଦିନମାନଙ୍କରେ ବାତିଲ ହେବାକୁ ଥିବା ଟ୍ରେନ୍ 1. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ, ୨୦୨୧) 2. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ (୧୪ ଓ ୧୫…
ଭୁବନେଶ୍ବର, ପୁରୀରୁ ପାରାଦୀପ ଏବଂ ଗୁଣୁପୁର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍କୁ ନିମ୍ନଲିଖିତ ଅନୁଯାୟୀ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ.. ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ୧୬ ଅଗଷ୍ଟ ୨୦୨୧ ଠାରୁ ପୁରୀ ଏବଂ ପାରାଦୀପ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡି ପାରାଦୀପ ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଏହା ପାରାଦୀପ ଠାରୁ ସନ୍ଧ୍ୟା ୬ ଘଟିକାରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ସ୍ପେଶାଲ୍ ପୁରୀରୁ ୧୬ ଅଗଷ୍ଟ ଏବଂ ଗୁଣୁପୁରରୁ ୧୭ ଅଗଷ୍ଟ, ୨୦୨୧ ଠାରୁ ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ମଧ୍ୟାହ୍ନ ୧୨ ଘଟିକାରେ ଛାଡି ଗୁଣୁପୁରରେ ରାତ୍ରି ୮ଘ.୫୦ମି.ରେ ପହଞ୍ଚିବ। ଫେରିବା ଦିଗରେ, ଏହି ଟ୍ରେନ୍ ଗୁଣୁପୁରରୁ ସକାଳ ୫ ଘଟିକାରେ ଛାଡି ପୁରୀରେ ଅପରାହ୍ନ ୨ଘ.୫୦ମି.ରେ…
ନୂଆଦିଲ୍ଲୀ, ଆଜି ରାତିରେ ଆନ୍ଧ୍ରପ୍ରଦେଶର ଏକ ଡ୍ୟାମର କେତେକ ଅଂଶ ଭାଙ୍ଗିଯାଇଛି। ଫଳରେ ରାଜ୍ୟ ସରକାର ଜରୁରୀ ବନ୍ୟା ସତର୍କ ଜାରୀ କରିଛନ୍ତି। ଏହି ଡ୍ୟାମଟି ହେଉଛି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପୁଲିଚିନ୍ତାଲା ଡ୍ୟାମ। ଆଜି ଏହି ଡ୍ୟାମରୁ ପାଣି ନିଷ୍କାସନ ହେଉଥିବା ବେଳେ ଗେଟଟି ଭାଙ୍ଗି ଯାଇଥିଲା। ତେବେ ତୁରନ୍ତ ତାହାକୁ ବନ୍ଦ କରାଯାଇଥିଲେ ମଧ୍ୟ ପାଣି ବନ୍ଦ ହୋଇ ନ ଥିଲା। ଫଳରେ ଏହା ଧୀରେଧୀରେ ବଢିବ ବୋଲି ଡ୍ୟାମ କର୍ତ୍ତୁପକ୍ଷ ଆଶଙ୍କା କରିଛନ୍ତି। ଫଳରେ ସେହି ଜିଲ୍ଲାକୁ ବନ୍ୟା ସତର୍କ କରାଯାଇଛି। ତେବେ ବିଶେଷ ଭାବେ ଗୁଣ୍ଠୁର ଅଞ୍ଚଳରେ ଥିବା ଗ୍ରାମଗୁଡିକ ପ୍ରଭାବିତ ହେବେ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ବାତିଲ କରାଯାଇଛି। ଏହାକୁ ପୁନଃ ସ୍ଥାପିତ କରିବା ପାଇଁ ଉପଯୁକ୍ତ ପଦ୍ଧତି ଅନୁସରଣ କରାଯାଉଛି। କିନ୍ତୁ ରାହୁଲ ଗାନ୍ଧୀ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ସମ୍ପର୍କରେ ରହିବେ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବେ। କଂଗ୍ରେସ ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ନଅ ବର୍ଷର ପୀଡିତାଙ୍କ ପିତାମାତାଙ୍କ ସହ ସାକ୍ଷାତ ହେବାର ଚିତ୍ର ଟ୍ୱିଟରରେ ସେୟାର କରିଥିବାରୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ବାତିଲ ରଖାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଶୁକ୍ରବାର ରାତିରେ ରାହୁଲ ଗାନ୍ଧୀଙ୍କ ଏହି ପୋଷ୍ଟକୁ ଟ୍ୱିଟର ହଟାଇ ଦେଇଥିବା ଜଣାପଡିଛି। ନିକଟରେ, ଯେତେବେଳେ ରାହୁଲ ଗାନ୍ଧୀ ଏହି ଛବି ସାର୍ବଜନୀନ କରିଥିଲେ, ଏହା ପରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଭିଯୋଗ କରିଥିଲା। ଶିଶୁ ସୁରକ୍ଷା…
ଭୁବନେଶ୍ୱର: ‘ସାମାଜିକ ନ୍ୟାୟ ଦିବସ’ ପାଳନ ପରିପ୍ରେକ୍ଷୀରେ ରାଜ୍ୟରେ ପଛୁଆବର୍ଗଙ୍କ ନିମିତ୍ତ ଚାକିରୀ ଓ ନାମଲେଖା କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ଦେଶର ଓ.ବି.ସି.ଙ୍କ ପାଇଁ ସରକାରୀ ଚାକିରୀରେ ୨୭ଭାଗ ସ୍ଥାନ ସଂରକ୍ଷଣ ପ୍ରଦାନ କଲେ। ଏହାକୁ ମାନ୍ୟବର ସୁପ୍ରିମକୋର୍ଟ ‘ଇନ୍ଦ୍ର ସାହାଣୀ’ ମୋକଦ୍ଦମାରେ ବୈଧ ଘୋଷଣା କରିବା ସହିତ ବିଶେଷ ପରିସ୍ଥିତିରେ ୫୦ଭାଗରୁ ଅଧିକ ସଂରକ୍ଷଣ ଦିଆଯାଇ ପାରିବ ବୋଲି ମତାମତ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଯଥା ଆଇଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖା କ୍ଷେତ୍ରରେ ଓବିସି ପିଲାଙ୍କୁ ୨୦୦୬-୦୭ ମସିହାରୁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦିଆଯାଉଅଛି। କିନ୍ତୁ ଓଡ଼ିଶାରେ ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ମାତ୍ର ୧୧.୨୫ଭାଗ ସଂରକ୍ଷଣ…
ବୋମା ଧମକ: ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ବୋମା ଧମକ କଲ ପାଇବା ପରେ ମୁମ୍ବାଇର ତିନୋଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିଛି। ପୋଲିସକୁ ଏକ କଲ ଆସିଥିଲା ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (ସିଏସଏମଟି), ବାଇକୁଲ୍ଲା, ମୁମ୍ବାଇର ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ରଖାଯାଇଛି। ଫୋନ କଲ ପାଇବା ପରେ ଏହି ଚାରିଟି ସ୍ଥାନରେ ସର୍ଚ୍ଚ କରାଯାଇଥିଲା, କିନ୍ତୁ ଅପରେସନ ସମୟରେ କୈଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା । ପରବର୍ତ୍ତି ସମୟରେ ଏହା ଏକ ଫେକ କଲ ଥିଲା ବୋଲି ଜଣାପଡିଛି। ଏହି ଘଟଣାରେ ମୁମ୍ବାଇର ଥାନେ ଅଞ୍ଚଳରୁ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ସହରରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ରେଢାଖୋଲର ଯୁବ ସାମ୍ବାଦିକ ଅନୀଲ କୁମାର ପୃଷ୍ଟି ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ପହଂଚାଇ ଚିକିତ୍ସା କରାଇଛନ୍ତି। ପ୍ରକାଶ ଯେ, ଜଣେ ଅଜଣା ବ୍ୟକ୍ତି ରାସ୍ତା ପାଶ୍ୱର୍ରେ ଅଚେତ ଅବସ୍ଥାରେ ବହୁ ସମୟ ଧରି ପଡିରହିଥିଲେ। ବଟୋଇ ମାନେ ଯା ଆସ କରୁଥିଲେ ମଧ୍ୟ କେହି ବି ଉଦ୍ଧାର କରୁନ ଥିଲେ। ହେଲେ ରେଢାଖୋଲର ଯୁବ ସାମ୍ବାଦିକ ଅନୀଲ କୁମାର ପୃଷ୍ଟି ଅଚେତ ବ୍ୟକ୍ତିକୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନା ପହଂଚାଇଥିଲେ ଏବଂ ଅଚେତ ବ୍ୟକ୍ତିକୁ ଚିକିତ୍ସା କରାଇବାର ବନ୍ଦୋବସ୍ତ କରାଇଥିଲେ। ସାମ୍ବାଦିକଙ୍କ ଏ ମହାନତା ପାଇଁ ତାଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୭୯୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୮ ହଜାର ୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୦୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୮୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ଆଥଲେଟିକ୍ସରେ ଭାରତର ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ହରିୟାଣା ସରକାର ନୀରଜ ଚୋପ୍ରାଙ୍କୁ ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋରେ ପଦକ ଜିତିବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୨୩ ବର୍ଷୀୟ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଜାକୋବ ବାଡଲେଜ ଏବଂ ଭିଟେସଲାଭ ଭେସଲିଙ୍କ ଚେକ ଯୋଡିକୁ ଅତିକ୍ରମ କରିବା ପାଇଁ ୮୭.୫୮ ର ସର୍ବୋତ୍ତମ ପ୍ରୟାସ ରେକର୍ଡ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ୨୦୦୮ ମସିହାରେ ବେଜିଂରେ ଅଭିନବ ବିନ୍ଦ୍ରାଙ୍କ ବୀରତ୍ୱ ପରେ ଏହା ଅଲିମ୍ପିକ୍ ଇତିହାସରେ ଦେଶର ଦ୍ୱିତୀୟ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଅଟେ। ନୀରଜ ଚୋପ୍ରାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇ ସିଏମ ମନୋହରଲାଲ ଖଟ୍ଟର କହିଛନ୍ତି ଯେ, ଦେଶ ଏହି ମୁହୂର୍ତ୍ତକୁ ଦୀର୍ଘ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୫୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୮, କଟକରୁ ୨୩୯, ଜଗତସିଂହପୁରରୁ ୯୫, ବାଲେଶ୍ବରରୁ ୮୪, ପୁରୀରୁ ୮୪, ଭଦ୍ରକରୁ ୭୧, ଯାଜପୁରରୁ ୭୦, ଅନୁଗୁଳରୁ ୫୧, କେନ୍ଦ୍ରାପଡାରୁ ୫୦, ଢେଙ୍କାନାଳରୁ ୪୫, ମୟୂରଭଞ୍ଜରୁ ୩୮, ନୟାଗଡରୁ ୩୮, ସୁନ୍ଦରଗଡରୁ ୨୬, ସମ୍ବଲପୁରରୁ ୧୮, ସୋନପୁରରୁ ୧୭, ରାୟଗଡାରୁ ୧୬, କନ୍ଧମାଳରୁ ୧୧, କେନ୍ଦୁଝରରୁ ୧୧, ବଲାଙ୍ଗୀରିରୁ ୧୦, ମାଲକାନାଗିରିରୁ ୧୦, ଗଞ୍ଜାମରୁ ୮, ବୌଦ୍ଧରୁ ୭, ଗଜପତିରୁ ୭, ନବରଙ୍ଗପୁରରୁ ୬, ବରଗଡରୁ ୫, କଳାହାଣ୍ଡିତୁ ୫, କୋରାପୁଟରୁ ୫, ନୂଆପଡାରୁ ୩, ଝାରସୁଗୁଡାରୁ ୩ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୮ ହଜାର…

