ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ 5ଟା 30ରେ ବସିବ। ଭର୍ଚ୍ୟୁୟାଲ ମୋଡରେ ହେବାକୁ ଥିବା ଏହି ବୈଠକରେ ମୋଟ 5ଟି ନିଷ୍ପତି ନେବାର ସମ୍ଭାବନା ରହିଛି। ମୁଖ୍ୟତଃ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ସରକାର କିଛି ନୂଆ ନିଷ୍ପତି ନେବାର ସମ୍ଭାବନା ରହିଛି। ଏଥିସହିତ କେତେକ ବିଭାଗର କ୍ୟାଡର ରୁଲରେ ପରିବର୍ତ୍ତନ ମଧ୍ୟ କରାଯିବ।
Author: Samikhsya Bureau
ନାଗ ପଞ୍ଚାମୀ 2021: ନାଗ ପଞ୍ଚମୀର ପର୍ବ ଶ୍ରାବଣ ମାସର ଶୁକ୍ଲ ପଞ୍ଚାମୀ ତିଥୀରେ ପାଳନ କରାଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ସର୍ପମାନଙ୍କର ଉପାସନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ସାପକୁ ପୂଜା କଲେ ଶକ୍ତି, ଧନ ଏବଂ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ନାଗ ପଞ୍ଚାମୀ 13 ଅଗଷ୍ଟ ଶୁକ୍ରବାର ଦିନ ପାଳନ କରାଯିବ। ଏହି ଦିନ ସାପକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହି ଦିନ ସାପ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ଉତ୍ତମ ଫଳାଫଳ ଆଣିଥାଏ । ଆସନ୍ତୁ ଜାଣିବା ନାଗ ପଞ୍ଚାମୀର ଶୁଭ ସମୟ, ପୂଜା ପଦ୍ଧତି ଏବଂ ବିଶ୍ୱାସ ନାଗ ପଞ୍ଚାମୀର ଶୁଭ ସମୟ ନାଗ ପଞ୍ଚାମୀଙ୍କ ଉପାସନା ଶୁଭ ସମୟ ଅଗଷ୍ଟ 13 ରେ ସକାଳ 5:49 ରୁ 8.27 ପର୍ଯ୍ୟନ୍ତ ହେବ। ପଞ୍ଚମୀ ତିଥୀ 12…
ମେଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଆଜି ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଟଙ୍କା ହାସଲ ହେବ, ରିସ୍କ ନିଅ ନାହିଁ । ସହଯୋଗ ଏବଂ ସମର୍ଥନ ପ୍ରୟାସ ଏବଂ ଦୂରଦୃଷ୍ଟି ସହିତ ଆସିବ । ପାରିବାରିକ ସୁଖ ମିଳିବ । ବିପଦପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ । ଭଲ ଆକାରରେ ରହିବାକୁ ଚେଷ୍ଠା କରନ୍ତୁ । ଭୋଜି ଏବଂ ପିକନିକ୍ ଉପଭୋଗ କରାଯିବ । ବୃଷ : ବିବାଦ ହେତୁ ଅସୁବିଧା ହେବ । ଆପଣ ଦୁଃଖଦ ଖବର ପାଇପାରିବେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ଗୁରୁତ୍ବପୂର୍ଣ୍ଣ ଜିନିଷଗୁଡିକ ଦାୟିତ୍ବରେ ରଖନ୍ତୁ । ସାମାଜିକ ପ୍ରତିଷ୍ଠା ହ୍ରାସ ପାଇପାରେ । କାହା ସହିତ ଯୁକ୍ତି ହୋଇପାରେ । ବିବାଦର ସମାପ୍ତି ଶାନ୍ତି ଏବଂ ତୃପ୍ତି ଆଣିବ । ପିଲାମାନଙ୍କ ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ । ମିଥୁନ : ପ୍ରୟାସ ସଫଳ…
ଭୁବନେଶ୍ବର, ଆଜି ଏକ ନୂତନ ଚାକିରି ପାଇବା ପାଇଁ ତୁମର ପୁରୁଣା ଚାକିରି ଛାଡିବା ଟିକେ କଷ୍ଟସାଧ୍ୟ ହୋଇପାରେ । ତୁମର ଜୀବନସାଥୀ ସହିତ ତୁମର ସମ୍ପର୍କକୁ ମଧୁର କରିବାକୁ, ତୁମ ସାଥୀଙ୍କୁ ସେମାନଙ୍କ ଭାବନା ପ୍ରକାଶ କରିବାକୁ ଏକ ସୁଯୋଗ ଦେବାକୁ ପଡିବ । ଶିଶୁ ଏବଂ ମହିଳାଙ୍କ ଭିତରେ କିଛି ପରିବର୍ତ୍ତନ ଦେଖିବାକୁ ମିଳେ । ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ । 99 ବର୍ଷ ପରେ, ଏହି ରାଶିର ଲୋକମାନେ ଉଭୟ ଭାଗ୍ୟ ଏବଂ ଧନ ପାଇପାରିବେ। ଆଜି, ତୁମେ ଯେତେବେଳେ ତୁମର କୈଣସି ସ୍ଥାନକୁ ବାହାରକୁ ଯାଅ, ତୁମେ ତୁମର ପୁରୁଣା ବନ୍ଧୁଙ୍କୁ ଭେଟି ପାରିବ । ଯାହାକି ତୁମର କିଛି ପୁରୁଣା ସ୍ମୃତିକୁ ଫେରାଇ ଆଣିପାରେ । ଏହି ତିନୋଟି ରାଶି ହେଉଛି ମକର, ମୀନ ଏବଂ କନ୍ୟା । ଅତୀତରେ କାହା ସହିତ ନଷ୍ଟ ହୋଇଥିବା ସମ୍ପର୍କକୁ ଯୋଡିବା ପାଇଁ…
ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶବିଶେଷ ସ୍ବରୂପ ଭୁବନେଶ୍ବରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାଯ୍ୟାଳୟ(ଆରଓବି) ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଦିନ ଏକ ବିଶେଷ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। କଟକରେ ଅବସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ଜାନକୀ ନାଥ ଭବନ ପରିସରରେ ଆୟୋଜିତ ଏହି ବିଶେଷ କାର୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ୟ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାଯ୍ୟାଳୟ ଓ ଆରଓବି ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜୀନ୍ଦର ଚୌଧୁରୀ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ବଳିଷ୍ଠ ଯୋଗଦାନର ଅବତାରଣା କରିଥିଲେ। ଏଥିସହିତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପ୍ରସଙ୍ଗ” ଉପରେ ଆୟୋଜିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅଗଷ୍ଟ ୯ ତାରିଖ ଦିନ ଭାରତୀୟ ସମୟ ଅପରାହ୍ନ ୫.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ । ଏହି ଉଚ୍ଚସ୍ତରୀୟ ବୈଠକରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟଭୁକ୍ତ ଅନେକ ରାଷ୍ଟ୍ର ଓ ଶାସନ ମୁଖ୍ୟ ଅଂଶଗ୍ରହଣ କରିବାର ଆଶା କରାଯାଉଛି । ବୈଠକରେ ଜାତିସଂଘ ବ୍ୟବସ୍ଥା ଏବଂ ଏହାର ପ୍ରମୁଖ କ୍ଷେତ୍ରୀୟ ସଂଗଠନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଥ୍ୟ ସୂଚନା ଉପସ୍ଥାପନ କରାଯିବ । ଏହି ମୁକ୍ତ ଆଲୋଚନାରେ ସାମୁଦ୍ରିକ ଅପରାଧ ଓ ନିରାପତ୍ତା ପ୍ରତି ଥିବା ବିପଦକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏବଂ ସାମୁଦ୍ରିକ ନିରାପତ୍ତା ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯାଇପାରିବ ତାହା ଉପରେ…
ସୀତାରାମ ଅଗ୍ରୱାଲ ବାଣପୁର: ପ୍ରେମ ବିବାହ କରି ବିବାହ କରିବା ପରେ ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି। ବିବାହର କିଛି ଦିନ ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବର୍ଗ ନାନା ପ୍ରକାର ନିର୍ଯ୍ୟାତନା ଦେବା ସହ ଘରେ ନପୁରାଇବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଶ୍ୱଶୁର ଘର ଲୋକେ ବୋହୂକୁ ବିଷ ପିଆଇ ମାରିଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ମଧ୍ୟ ହୋଇଛି। ଯାହାକୁ ନେଇ ଶ୍ଵଶୁର ଘର ସମ୍ମୁଖରେ ପୀଡ଼ିତାଜଣଙ୍କ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାସେଡିହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ମୁତାବକ ପଙ୍କାଳ ଗୋପୀନାଥପୁର ଗ୍ରାମର ଝୁମୁରି ପ୍ରଧାନ ଘାଷେଡିହ ମୋହନପୁର ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ କିଛିଦିନ ତଳେ ଲୁଚିକରି ପ୍ରେମ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ…
ଭୁବନେଶ୍ବର, ବିଜୁ ଜନତା ଦଳ ତାହାର ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହା ବିଏମଜେଡି ର ସଭାପତି ଘୋଷଣା କରିଛନ୍ତି। ସେହି ଅନୁସାରେ 35ଟି ସାଂଗଠନିକ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେମାନେ ହେଲେ
ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ମହିଳାମାନେ ହୋଇଛନ୍ତି ଡିଜିଟାଇଜେସନ। ଯାହାର ପ୍ରମାଣ ହେଉଛି ରାଜ୍ୟରେ ଏସଏଚଜି ମହିଳାମାନେ ଇଣ୍ଟରନେଟ ମାଧ୍ୟମରେ କାମ କରିବା। ରାଜ୍ୟରେ ଧାନ ସଂଗ୍ରହ ପାଇଁ ସରକାର ମିଶନ ଶକ୍ତିକୁ ଦାୟିତ୍ବ ଦେଇଛନ୍ତି। ଫଳରେ ଏହାର ସଂଗ୍ରହ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟ କରାଯାଉଛି। ମହିଳାମାନେ ଚାଷିମାନଙ୍କ ନାମ ଅନଲାଇନ ରେଜିଷ୍ଟ୍ରେସନ କରୁଛନ୍ତି। ବର୍ତ୍ତମାନ ରାଜ୍ୟର 11 ଟି ଜିଲ୍ଲାର 320ଟି ଏସଏଚଜି ସଂଗଠନରେ ଏହି ଡିଜିଟାଇଜେସନ ପକ୍ରିୟା ଲାଗୁ କରାଯାଇଛି। ମହିଳାମାନେ ଏହାର ତଦାରଖ କରି ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ମିଶନ ଶକ୍ତି ବିଭାଗ ତରଫରୁ କୁହାଯାଇଛି।
ନୂଆଦିଲ୍ଲୀ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପଞ୍ଚମ ଦିନ ଥିଲା। ବର୍ଷା ଯୋଗୁଁ ଅନ୍ତିମ ଦିନର ସଂପୂର୍ଣ୍ଣ ଖେଳ ବାଧାପ୍ରାପ୍ତ ହୋଇଥିଲା। ତେଣୁ ପ୍ରଥମ ଟେଷ୍ଟ ଡ୍ର ହୋଇଛି। ବର୍ଷା କେବଳ ଖେଳର ମଜାକୁ ନଷ୍ଟ କରିନଥିଲା, ବରଂ ଭାରତରୁ ଏକ ବିଜୟ ମଧ୍ୟ ଛଡ଼ାଇ ନେଇଥିଲା। ପଞ୍ଚମ ଦିନରେ ଭାରତ ଏହି ମ୍ୟାଚ୍ ଜିତିବ ବୋଲି ଆଶା କରାଯାଉଥିଲା। ଭାରତକୁ କେବଳ ୧୫୭ ରନ୍ ଆବଶ୍ୟକ ଥିଲା। କିନ୍ତୁ ବର୍ଷା ଖେଳ ଆରମ୍ଭ କରିବାର ସୁଯୋଗ ଦେଇନଥିଲା ଏବଂ ମ୍ୟାଚ ଡ୍ରରେ ବନ୍ଦ ହୋଇଯାଇଥିଲା। ଏବେ ଉଭୟ ଦଳ ଦ୍ୱିତୀୟ ଟେଷ୍ଟରେ ଧ୍ୟାନ ଦେବାକୁ ଯାଉଛନ୍ତି।
ଭୁବନେଶ୍ବର, ଆଜି ସମ୍ବାଦ ଖବରକାଗଜ ଯେ କେହି ଦେଖିବ ସେ ପ୍ରଥମ ପୃଷ୍ଠା ପଢି ଆଶ୍ଚର୍ଯ୍ୟ ହେବ। କାରଣ ହେଲା ଆଜି ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲରେ ଯାହା ଲେଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ ‘ ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ ? ଲେଖା ସହିତ ଆଜିର ‘ଟୋକିଓ ଅଲମ୍ପିକ୍ସର ବାର୍ତ୍ତା’ ଲେଖା ପୁରା ‘ୟୁ’ ଟର୍ଣ୍ଣ ମାରିଛି। ଏଥର ଲେଖାରେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଶଂସାରେ ପୋତି ପକାଇଛନ୍ତି। ହକି ଇଣ୍ଡିଆର ପ୍ରାୟୋଜକ ସାଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଦୂରଦର୍ଶି କାର୍ଯ୍ୟ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ନବୀନଙ୍କ ହକି ଇଣ୍ଡିଆର ପ୍ରାୟୋଜକ ହେବା ନିଷ୍ପତି ସାରା ଦେଶରେ ପ୍ରଶଂସା କରାଯାଉଛି। ହେଲେ ସୌମ୍ୟରଂଜନ ପ୍ରଶଂସା କରିବା ଘଟଣା ଭିନ୍ନ ଦୃଷ୍ଟିଭଙ୍ଗି ସୃଷ୍ଟି କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଲା ଏଥର ଲେଖାରେ ସୌମ୍ୟରଂଜନ ‘ମାନ୍ୟବର’ ନବୀନ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ଗଡାଖୋଲ ଗ୍ରାମରେ ଜନୈକ ଯୁବକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗଡାଖୋଲ ଗ୍ରାମର ଦେବେନ୍ଦ୍ର ଦେହୁରୀ (୩୦)ନିଜ କୂଅ ଚାରିପାଖ ବୁଦା ସଫା କରୁଥିଲେ। କୂଅ ଉପରେ ଥିବା କାଠ ଉପରେ ଗୋଡ ଦେଇ ଏହି ସଫା କାମ କରୁଥିବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସିଯାଇ କୂଅରେ ପଡିଯାଇଥିଲେ। ଅପରାହ୍ନ ୪ ଟାରେ ସେ କୂଅରେ ପଡିଥିବାର ପରିବାର ଲୋକେ ଜାଣି ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ପୋଲିସ୍ କୁ ଖବର ଦେଇଥିଲେ। ଦମକଳ ବାହିନୀ ଓ ପୋଲିସ ବାହିନୀ ସହାୟତାରେ ଶବକୁ କୂଅରୁ ବାହାର କରି ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ସଂଧ୍ୟା ହୋଇ ଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ବ୍ୟକ୍ତିର…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୪୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୧, କଟକରୁ ୧୮୯, ପୁରୀରୁ ୧୦୯, ବାଲେଶ୍ବରରୁ ୯୨, ଯାଜପୁରରୁ ୭୮, ଜଗତସିଂହପୁରରୁ ୬୬, ଅନୁଗୁଳରୁ ୪୮, ଭଦ୍ରକରୁ ୪୨, କେନ୍ଦ୍ରାପଡାରୁ ୪୧, ମୟୂରଭଞ୍ଜରୁ ୪୧, ଢେଙ୍କାନାଳରୁ ୩୩, ନୟାଗଡରୁ ୨୯, ସୁନ୍ଦରଗଡରୁ ୨୨, ରାୟଗଡାରୁ ୧୬, କନ୍ଧମାଳରୁ ୧୫, କେନ୍ଦୁଝରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୯, ବଲାଙ୍ଗୀରିରୁ ୮, କଳାହାଣ୍ଡିରୁ ୮, ମାଲକାନାଗିରିରୁ ୮, ସମ୍ବଲପୁରରୁ ୮, ଦେବଗଡରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୪, ଗଜପତିରୁ ୩, ବରଗଡରୁ ୧, ଝାରସୁଗୁଡାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୯ ହଜାର ୯୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଆସନ୍ତାକାଲି ମଧ୍ୟାହ୍ନ ୧୨.୩୦ ମିନିଟରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିବେ। ଆସନ୍ତାକାଲି କିଷାନ ସମ୍ମାନ ନିଧି ଯୋଜନାର କିସ୍ତି ପଠାଇବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ରହିବେ। କିଷାନ ସମ୍ମାନ ନିଧିରେ ଆପଣଏନକେ ନାମ କେମିତି ଯାଞ୍ଚ କରିବେ: – ଆପଣଙ୍କ ନାମ ଯାଞ୍ଚ କରିବାକୁ, ସର୍ବପ୍ରଥମେ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟ https://pmkisan.gov.inକୁ ଯାଆନ୍ତୁ।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୬୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୮ ହଜାର ୩୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୨୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି। କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ…
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ସହଜରେ ଆପଣଙ୍କର ହ୍ଵାଟସ୍ ଆପ୍ ମାଧ୍ୟମରେ କରୋନା ଟିକା ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ ଆପଣଙ୍କୁ ତିନୋଟି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମଣ୍ଡଭିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଆପଣ ହ୍ଵାଟସ୍ ଆପ୍ ରେ ମିଳୁଥିବା କରୋନା ଟୀକାକରଣ ପ୍ରମାଣପତ୍ରକୁ ମଧ୍ୟ ସଞ୍ଚିତ କରି ରଖିପାରିବେ। କଣ ରହିଛି ପ୍ରକ୍ରିୟା? – ପ୍ରଥମେ ଆପଣଙ୍କର ପଞ୍ଜୀକୃତ ମୋବାଇଲରେ ୯୧ ୯୦୧୩୧୫୧୫୧୫ ସେଭ କରିନିଅନ୍ତୁ। – ତାପରେ ହ୍ଵାଟସ୍ ଆପ୍ ଚାଟ୍ ଖୋଲନ୍ତୁ ଏବଂ କୋଭିଡ ସାର୍ଟିଫିକେଟ୍ ଟାଇପ୍ କରନ୍ତୁ। – ଏହାକୁ ଟାଇପ୍ କରିବା ପରେ, ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ୬ଟି ଅଙ୍କ ବିଶିଷ୍ଟ ଓଟିପି ଆସିବ। ହ୍ଵାଟସ୍ ଆପ୍ ଚାଟ୍ ବକ୍ସରେ ଏହି ଓଟିପି ଟାଇପ୍ କରନ୍ତୁ ଏବଂ ଏହାକୁ ପଠାନ୍ତୁ। ଉଲ୍ଲେଖ ଯୋଗ୍ୟ ଯେ, ଆପଣ ପାଇଥିବା ଓଟିପି କେବଳ ତିରିଶ ସେକେଣ୍ଡ ପାଇଁ ରହିବ। ଅନ୍ୟ…
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି। ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁଙ୍କର ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ଶନିବାର ନୂଆଦିଲ୍ଲୀ ଠାରେ ଏକାଡେମୀର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି ଗୋପାଳ ଡ଼ଃ ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଡ଼ଃ ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ଡ଼ଃ ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଡ଼ଃ ସାହୁଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।…
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ସଦସ୍ୟମାନଙ୍କ ପାଇଁ ସେମାନଙ୍କର ଇପିଏଫ୍ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ ନକରିବା ହେତୁ ସଦସ୍ୟମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଇପିଏଫ୍ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧ ତାରିଖ। ବାସ୍ତବରେ, ସାମାଜିକ ସୁରକ୍ଷା କୋଡ୍ ୨୦୨୦ ଅନୁଯାୟୀ, EPFO ଆଧାରକୁ ଲିଙ୍କ୍ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଅଧୀନରେ, ସମସ୍ତ ସଦସ୍ୟଙ୍କ UAN ମଧ୍ୟ ଆଧାର ଯାଞ୍ଚ ହେବା ବାଧ୍ୟତାମୂଳକ ଅଟେ। ତେଣୁ ତୁମର EPF ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ଏବଂ ଆଧାର ସହିତ UAN ଯାଞ୍ଚ କରିବା ତୁମ ପାଇଁ ଆବଶ୍ୟକ। ଆପଣ EPFO ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଏହି କାର୍ଯ୍ୟ କରିପାରିବେ। ଏହା ସହିତ ଆପଣ ଭବିଷ୍ୟତରେ EPF ଆକାଉଣ୍ଟ ସହିତ…
ନୂଆଦିଲ୍ଲୀ: ଆଜି ଗୁଗୁଲ୍ ଦେଶର ପ୍ରଥମ ମହିଳା ପାଇଲଟ୍ ସରଳା ଠକରାଲଙ୍କୁ ଏକ ସ୍ୱତନ୍ତ୍ର ଡୁଡଲ୍ ସହିତ ସମ୍ମାନିତ କରୁଛି। ସରଳା ଠକରାଲ୍ ମହିଳା ସଶକ୍ତିକରଣର ପ୍ରତୀକ। ସେ କେବଳ ପାଇଲଟ୍ ନୁହଁନ୍ତି ଜଣେ ମହାନ ଚିତ୍ରକାର ମଧ୍ୟ ଥିଲେ। ସେ ମଧ୍ୟ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣା। ଆଜି ଗୁଗୁଲ ଏକ ବିଶେଷ ଢଙ୍ଗରେ ସରଳା ଠକରାଲଙ୍କୁ ସମ୍ମାନିତ କରୁଛି। ସରଳା ଠକରାଲ୍ ଆଜିର ଦିନ ତଥା ଅଗଷ୍ଟ ୮ ତାରିଖ ୧୯୧୪ ମସିହାରେ ଜନ୍ମ ହୋଇଥିଲେ। ସେତେବେଳେ ଦେଶ ପରାଧୀନ ଥିଲା। ପରାଧୀନ ସମୟରେ ମଧ୍ୟ ସରଳା ଭାରତର ପତାକା ଉତ୍ତୋଳନ କରିଥିଲେ। ସରଳା ଠକରାଲ ୧୬ ବର୍ଷ ବୟସରେ ବିଡି ଶର୍ମାଙ୍କୁ ବିବାହ କରିଥିଲେ। ସୌଭାଗ୍ୟବଶତଃ, ବିଡି ଶର୍ମା ମଧ୍ୟ ଭାରତର ପ୍ରଥମ ବ୍ୟବସାୟିକ ପାଇଲଟ୍ ଥିଲେ। ବିବାହ ପରେ ମଧ୍ୟ ସରଳା ଅଧ୍ୟୟନ ଛାଡି ନଥିଲେ। ସେ ତାଙ୍କର ଅଧ୍ୟୟନ ସମାପ୍ତ କଲେ। ପାଇଲଟ୍…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୯୩୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ର ଚାରି ଗୋଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା(ଅଫଲାଇନ) ୩୦ ଟି ଡୋଜ ୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ -…

