ସୀତାରାମ ଅଗ୍ରୱାଲ ବାଣପୁର: ଆଉ ଏକ ଓଡିଆ ଝିଅଙ୍କୁ ବଡ ସଫଳତା ମିଳିଛି। ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଆୟୋଜିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଆ ଝିଅ ସମୀକ୍ଷା ପଣ୍ଡା ସଫଳତା ହାସଲ କରିଛନ୍ତି। ୧୦ ଟି ଦେଶର ୩୦୦ ପ୍ରତିଯୋଗୀଙ୍କୁ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତର ଏକମାତ୍ର ପ୍ରତିଯୋଗୀ ସଫଳତା ଅର୍ଜ୍ଜନ କରିଛନ୍ତି। ସମୀକ୍ଷା ପଣ୍ଡା ବିଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ମନୋଜ କୁମାର ପଣ୍ଡା ଓ ରାଜସ୍ମିତା ଆଚାର୍ଯ୍ୟଙ୍କ ଏକମାତ୍ର କନ୍ୟା ହେଉଛନ୍ତି ସମୀକ୍ଷା। ତାଙ୍କର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଏସଡିଏ ସ୍କୁଲର ସେ ଅଷ୍ଟମ ଶ୍ରେଣୀରେ ଛାତ୍ରୀ। ସୁଶ୍ରୀ ସମୀକ୍ଷା ପଣ୍ଡାଙ୍କ ଏହି ସଫଳତା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମନ ଖାନ ଓ କ୍ରିକେଟ…
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଲୱେ ଷ୍ଟେସନ ବ୍ରିଜ ପାଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରକ୍ ଟି କେଉଁଠୁ ଆସୁଥିଲା ଜଣାପଡ଼ି ନାହିଁ। ଟ୍ରକ୍ ର ଡ୍ରାଇଭର ଓ ହେଲପର ଫେରାର ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି। ଏହାସହ ବଦଳି ହୋଇଥିବା ଫାର୍ମାସିଷ୍ଟଙ୍କୁ ପୁନଃ ଉକ୍ତ ସ୍ଥାନରେ ଅବସ୍ଥାପିତ କରେଇବା ପାଇଁ ଗ୍ରାମବାସୀଙ୍କ ଦାବି ହୋଇଛି। ଯଦି ପ୍ରଶାସନ ଏହି ବିଷୟରେ ବିଚାର ନକରେ, ତେବେ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ବାଣପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ, ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରମୋଦ ଦେହୁରୀ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ। ଶ୍ରୀ ଦେହୁରୀଙ୍କ ସେବାକୁ ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ଜନସାଧାରଣ ମାନେ ବେଶ ଭଲ ପାଉଥିଲେ। ଦିନ ରାତି ୨୪ ଘଣ୍ଟା ଶ୍ରୀ ଦେହୁରୀ ଜନସାଧାରଣଙ୍କ ସେବା ପାଇଁ ତତ୍ପର ଥିଲେ। ତେବେ ନିକଟରେ…
ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାଲ ଚୌକରେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାମ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀ ଜବାହରା ବୋଲି ଜଣାପଡିଛି। ଉଭୟ ପଞ୍ଚାୟତ ସଦସ୍ୟ ଥିଲେ। ପୋଲିସ କହିଛି ଯେ ଲଶ୍କର-ଏ-ତୋଇବା ଏହି ହତ୍ୟାକାଣ୍ଡ ଘଟାଇଛି। ଏହି ହତ୍ୟାକୁ ନିନ୍ଦା କରି ଉପ ରାଜ୍ୟପାଳ କହିଛନ୍ତି ଯେ ଅପରାଧୀଙ୍କୁ ଶୀଘ୍ର କଡା ଜବାବ ଦିଆଯିବ। ପୋଲିସର ସୂଚନାନୁସାରେ, ବନ୍ଧୁକଧାରୀମାନେ ଲାଲ ଚୌକ ଅନନ୍ତନାଗରେ ରେଡୱାନି କୁଲଗାମର ସରପଞ୍ଚ ଥିବା ବିଜେପି ନେତା ଗୁଲାମ ରସୁଲ ଦାରଙ୍କ ଭଡା ଘରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ ଏବଂ ଆଖିବୁଜା ଗୁଳି ଚଳାଇଥିଲେ। ଉଭୟ ଦାର ଏବଂ ତାଙ୍କ ପତ୍ନୀ ଜବାହୀରା ଗୁରୁତର ଆହତ ହୋଇ ଜିଏମସି ଅନନ୍ତନାଗକୁ ନିଆଯାଇଥିଲେ ମଧ୍ୟ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ୍ ଇନ୍ସପେକ୍ଟର ବିଜୟ କୁମାର ଘଟଣାସ୍ଥଳକୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୪୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୪୦, କଟକରୁ ୧୮୦, ପୁରୀରୁ ୧୪୬, ଜଗତସିଂହପୁରରୁ ୧୦୬, ବାଲେଶ୍ବରରୁ ୯୭, ଯାଜପୁରରୁ ୭୭, ଭଦ୍ରକରୁ ୪୯, ମୟୂରଭଞ୍ଜରୁ ୪୦, ନୟାଗଡରୁ ୩୨, ଅନୁଗୁଳରୁ ୩୧, ସୁନ୍ଦରଗଡରୁ ୨୪, ଢେଙ୍କାନାଳରୁ ୨୩, କନ୍ଧମାଳରୁ ୨୦, କେନ୍ଦୁଝରରୁ ୨୦, କେନ୍ଦ୍ରାପଡାରୁ ୧୮, ସମ୍ବଲପୁରରୁ ୧୧, ସୋନପୁରରୁ ୧୧, ନବରଙ୍ଗପୁରରୁ ୯, ରାୟଗଡାରୁ ୯, ଦେବଗଡରୁ ୮, ଗଞ୍ଜାମରୁ ୭, କୋରାପୁଟରୁ ୭, ଗଜପତିରୁ ୬, ମାଲକାନଗିରିରୁ ୬, ବରଗଡରୁ ୨, ବୌଦ୍ଧରୁ ୨, ବଲାଙ୍ଗୀରିରୁ ୧, ଝାରସୁଗୁଡାରୁ ଏବଂ ଷ୍ଟେଟ ପୁଲରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୧ ହଜାର ୩୯୧ ଜଣ ସୁସ୍ଥ…
ଭୁବନେଶ୍ୱର, ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ସଂସଦ ଘେରାଉ ହେଉଥିବା ବେଳେ ଅଣ ସଂଗଠିତ ମାନଙ୍କର ମୌଳିକ ଅଧିକାର କୁ ନେଇ ଆଜି କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ରାଜ୍ୟର ସମସ୍ତ ଜିଲ୍ଲା କମିଟି ନେତୃବୃନ୍ଦ ବିଧାନସଭା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ଏ.ଆଇ.ୟୁ.ଡବ୍ଲୁ.ସି ର ରାଜ୍ୟ ଉପଧ୍ୟକ୍ଷା ଜ୍ୟୋତ୍ସନା ସେନାପତି, ରାଜ୍ୟ ସଂପାଦକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଉପସ୍ଥିତ ଥିଲେ। ନିର୍ମାଣ ଶ୍ରମିକ, କୃଷି, ମନରେଗା, ଉଠା ଦୋକାନୀ, ଘରୋଇ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୨୬୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୮ ହଜାର ୪୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୨୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୩୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ, ଉପର ଇନ୍ଦ୍ରାବତୀକୁ ନେଇ ନିଷ୍ପତି କରାଯାଇଛି। ସେହି ଅନୁସାରେ ଅପର ଇନ୍ଦ୍ରାବତୀର ଦକ୍ଷିଣ ପାର୍ଶ୍ଵ କେନାଲର ପୁନରୁଦ୍ଧାର ଏବଂ ପୁନଃପ୍ରତିଷ୍ଠା କରାଯିବ। ସେଥିପାଇଁ ୧୪୮ କୋଟି ଟଙ୍କା ପ୍ରକଳ୍ପ କାର୍ଯ୍ୟକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର ୪୨ ହଜାର ହେକ୍ଟରରୁ ଅଧିକ ଚାଷଜମି ଜଳସେଚିତ ହେବ।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ବିଜେପିକୁ ଝଟକା୍ ଲାଗିଛି। ପଂଚାୟତ ନିର୍ଵାଚନ ପୂର୍ବରୁ ୯ ନଂ ଜିଲ୍ଲା ପରିଷଦ ସଭ୍ୟା ମମତା ଜେନା ବିଜେପି ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟାଙ୍କ ସହ ପୂର୍ବତନ ବଡ ପୋଖରିଆ ଗ୍ରାମ ପଂଚାୟତ ସରପଂଚ ଜ୍ୟୋସ୍ନାରାଣୀ ଜେନା, ଜୋନ୍ ସଭାପତି ରବିନ୍ଦ୍ର ବଳିୟାର ସିଂହ, ଦିନ ବନ୍ଧୁ ଚହଟରାୟ, ମାଧବ କୁମାର ମହାନ୍ତି ପ୍ରମୁଖ ବହୁ ପ୍ରମୁଖ କର୍ମୀଦଳ ଛାଡିଛନ୍ତି। ଆଜି ଟାଙ୍ଗୀ ବ୍ଲକର ଶକ୍ତି ପୀଠ ମା’ ଉଗ୍ରତାର ଦେବୀଙ୍କ ପୀଠରେ ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ପରିଷଦ ସଭ୍ୟା ମମତା ଜେନା ଏନେଇ ଘୋଷଣା କରିଛନ୍ତି। ଗତ କିଛି ଦିନ ହେଲା ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ଯାଉନଥିବା ସହ ବିଭିନ୍ନ ସଭା ସମିତିରେ ତାଙ୍କୁ ଉପେକ୍ଷା କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦେଢଶୁର ତଥା ପୂର୍ବତନ ମଣ୍ଡଳ…
ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟରେ କ୍ରୀଡା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟରେ ଏକାଥରେ ୮୯ ଟି ଇନଡୋର ଷ୍ଟାଣ୍ଡିୟମ ନିର୍ମାଣ କରାଯିବ। ସେଥିପାଇଁ ଖର୍ଚ୍ଚ ହେବ ୬୯୩ କୋଟି ଟଙ୍କା। ଏହାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଏହାର କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତ କରାଯାଇଛି। ତେବେ ଏହି ଇନଡୋର ଷ୍ଟାଡିୟମ ବହୁମୁଖୀ ବ୍ୟବହାର କରିବା ପାଇଁ ନିଷ୍ପତି କରାଯାଇଛି। ଏଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରଉତ୍ତୋଳନ ସହ ଯୋଗ ଓ ବ୍ୟାୟମଶାଳା ରହିବ। ଏହି ଷ୍ଟାଡିୟମଟି ପ୍ରାୟ ୨୦୦ କିଲୋମିଟର ପବନ ଶକ୍ତିକୁ ସହୟ କରିପାରୁଥିବା ପରି ନିର୍ମାଣ କରାଯିବ। ଫଳରେ ଏହା ବାତ୍ୟା ଆଶ୍ରୟସ୍ଥଳ ଭାବରେ ମଧ୍ୟ ବ୍ୟବହାର କରାଯିବ। ସେହିପରି ଏହି ଷ୍ଟାଡିୟଗୁଡିକ ମହାମାରି ତଥା ବିଭିନ୍ନ ବିପର୍ଯ୍ୟୟ ସମୟରେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯିବା ପରି ବ୍ୟବସ୍ଥା ରହିବ। ବିଜ୍ଞାପିତ ଅଞ୍ଚଳରେ…
ଭୁବନେଶ୍ୱର: ନବଜାତ ଶିଶୁ ନିମନ୍ତେ ସ୍ତନ୍ୟପାନ ସବୁଠାରୁ ଉତ୍କୃଷ୍ଟ ଏବଂ ସମ୍ପୂର୍ଣ୍ଣ ପୋଷଣଦାୟକ ଯାହାକି ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟାଇଥାଏ ବୋଲି ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି। ନବଜାତ ଶିଶୁ ପାଇଁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଏକ ମାତ୍ର ଓ ଉତ୍କୃଷ୍ଟ ପୋଷଣ ଏବଂ ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଦିଆଯାଇପାରିବ। ଶିଶୁଟି ଜନ୍ମ ହେବା ପରେ ମା’ କ୍ଷୀରରେ ହିଁ ସମସ୍ତ ପ୍ରକାର ପୁଷ୍ଟିସାର ମିଳିଥାଏ ବୋଲି ହସ୍ପିଟାଲ୍ର ସିନିୟର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା କହିଛନ୍ତି। ହସ୍ପିଟାଲ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ଚାଲିଥିବା ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୭ ତାରିଖ ଦିନ ଶେଷ ହୋଇଛି। ସ୍ତନ୍ୟପାନ ଉଭୟ ମା’ ଏବଂ ଶିଶୁ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଶ୍ରୀମତି ଜେନା କହିଛନ୍ତି। ଶ୍ରୀମତି ଜେନା କହିଛନ୍ତି ଯେ ଶିଶୁଟି ଜନ୍ମ ହେବାର ଏକ…
ଭୁବନେଶ୍ବର, ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିବା ସହିତ ୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ତାହା ହେଲା.. ୧- ଜ୍ଞାନରଂଜନ ଦାସ- ନିର୍ଦ୍ଦେଶକ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ୨- ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଷ ବିଭାଗ ୩- ଭୂମେଶ ଚନ୍ଦ୍ର ବେହେରା- ନିର୍ଦ୍ଦେଶକ, ଆୟୁଶ ନିର୍ଦ୍ଦେଶାଳୟ ୪- ସରୋଜ କୁମାର ସେଠୀ- ଜିଲ୍ଲାପାଳ, ଢେଙ୍କାନାଳ ୫- ତ୍ରିଲୋଚନ ମାଝି- ଜିଲ୍ଲାପାଳ, ଭଦ୍ରକ
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ପରବର୍ତ୍ତି କିସ୍ତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ଅଧୀନରେ ଓଡ଼ିଶାର ୨୯ ଲକ୍ଷ ୪୪ ହଜାର ୯୪୮ ଜଣ ହିତାଧିକାରୀଙ୍କୁ ମୋଟ ୫୮୮ କୋଟି ୯୯ ଲକ୍ଷ ୬୮ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି ।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୮୭୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ର ଚାରି ଗୋଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, – ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା(ଅଫଲାଇନ) ୩୦ ଟି ଡୋଜ ୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ହେଉଛି ଏକ କେନ୍ଦ୍ର ସରକାରୀ ଯୋଜନା ଏବଂ ଏହି ଯୋଜନାର ସମ୍ପୂର୍ଣ୍ଣ ମୂଲ୍ୟ କେବଳ କେନ୍ଦ୍ର ସରକାର ବହନ କରନ୍ତି। କିଷାନ ସମ୍ମାନ ନିଧିରେ ଆପଣଏନକେ ନାମ କେମିତି ଯାଞ୍ଚ କରିବେ: – ଆପଣଙ୍କ ନାମ ଯାଞ୍ଚ କରିବାକୁ,…
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡର ଲୋକପ୍ରିୟତା ବୃଦ୍ଧି ପାଉଛି ଏବଂ ଅନେକ ଲୋକ ଏହାକୁ ବ୍ୟବହାର କରନ୍ତି। ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ରେଡିଟ୍ କାର୍ଡ ବାଲାନ୍ସ ଶୂନ ରଖନ୍ତି। କିନ୍ତୁ ଏହା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସେମାନେ ଜାଣନ୍ତି ନାହିଁ। ଏହା କରିବା ଦ୍ଵାରା କ୍ରେଡିଟ୍ ସ୍କୋର ନକାରାତ୍ମକ ହୋଇପାରେ ଏବଂ ଭବିଷ୍ୟତରେ ଆପଣଙ୍କୁ ଏକ ଅଟୋ ଋଣ କିମ୍ବା ବ୍ୟକ୍ତିଗତ ଋଣ ପାଇବା କଷ୍ଟକର ହୋଇପାରେ। ତେଣୁ ସେମାନେ ଏହା ବିଷୟରେ ଜାଣିବା ଉଚିତ୍। କ୍ରେଡିଟ୍ କାର୍ଡର ସୀମା ଖର୍ଚ୍ଚ ହେବା ପରେ ମାସ ଶେଷରେ ବାଲାନ୍ସ ଶୂନ୍ୟ ହୋଇଯାଏ। ଏହା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରେ। କାର୍ଡ ଧାରକ ଅତ୍ୟଧିକ ମହଙ୍ଗା ଏବଂ କାର୍ଡର ଆକାଉଣ୍ଟ ମଧ୍ୟ ନିଷ୍କ୍ରିୟ ହୋଇପାରେ ବୋଲି ବିଶ୍ୱାସ କରାଯାଏ। ବାଲାନ୍ସ ଶୂନ୍ୟ ରହିଲେ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ କାର୍ଡଧାରୀ କିଛି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…
ନୂଆଦିଲ୍ଲୀ: ଆଜିକାଲି ଅବସରକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଲୋକମାନେ ଚାକିରି ଆରମ୍ଭରୁ ଅବସର ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି। ଯାହା ଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନ୍ସନ୍ ଯୋଜନା ଅଧୀନରେ କେନ୍ଦ୍ର ସରକାର ପେନ୍ସନ୍ ସୁବିଧା ଯୋଗାଉଛି। ଏହି ଯୋଜନାରେ ଦିନକୁ ୨ ଟଙ୍କାରୁ କମ୍ ବିନିଯୋଗ ଦ୍ଵାରା ୬୦ ବର୍ଷ ବୟସ ପରେ ବାର୍ଷିକ ୩୬,୦୦୦ ଟଙ୍କା ପେନ୍ସନ୍ ଉପଲବ୍ଧ ହେବ। ଏହି ଯୋଜନାର ଲାଭ କେଉଁମାନେ ନେଇପାରିବ: ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଜଣେ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ। ଏହି ଯୋଜନାରେ ଯୋଗ ଦେଉଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫୦୦୦ ରୁ କମ୍ ହେବା ଉଚିତ ଏବଂ ସେମାନେ ଇପିଏଫଓ, ଏନପିଏସ ଅଧୀନରେ ଆସୁନଥିବେ। ଏହା ସହିତ ଆବେଦନକାରୀଙ୍କ ପାଖରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୪୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୯ ଲକ୍ଷ ୭୦ ହଜାର ୫୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୮ ହଜାର ୩୦୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୩୯ ହଜାର ୪୫୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨ ହଜାର ୧୮୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୦୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୯ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ବରଗଡ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ନୂଆପଡା ଜିଲ୍ଲାରୁ ୨ ଜଣ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୯ ହଜାର ୯୧୬ ଜଣ। ରାଜ୍ୟରେ ଏବେ…
ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ତଳକୁ ଖସିଛି। ରାଜ୍ୟରେ ଆଜି ୮୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୯ ହଜାର ୯୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୪୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୨୩୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୮୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୫୩…
କଟକ, ଜଣେ ମହିଳା ଏକା ସଙ୍ଗେରେ ଜନ୍ମଦେଲେ ୪ ନବଜାତ ଶିଶୁ। ଏହା ଅବିଶ୍ବାସ ହେଉଥିଲେ ମଧ୍ୟ ସତକଥା। ଆଉ ଘଟଣାଟି ବାହାର ରାଜ୍ୟରେ ନୁହେଁ ଖୋଦ ଓଡିଶାର କଟକ ମେଡିକାଲରେ ଘଟିଛି। ଘଟଣା ଅନୁଯାୟୀ କିଛି ଦିନ ତଳେ ଭଞ୍ଜନଗର -ଶରଣକୁଳ ଅଞ୍ଚଳର ଜଣେ ମହିଳା ପ୍ରସବ ବେଦନା ଅନୁଭବ କରିଥିଲେ । ତାଙ୍କର ଗର୍ଭରେ ଚାରୋଟି ଶିଶୁ ଥିବାର ଜଣାପଡିଥିଲା। ମାତ୍ର ଆର୍ଥିକ ଅଭାବରୁ ସେ ତାଙ୍କର ଚିକିତ୍ସା କରାଇପାରୁ ନ ଥିଲେ । ତେବେ ଏହି ଖବର ଅଭିନେତା ସବ୍ୟସାଚୀ ଜାଣିବା ପରେ ତାଙ୍କୁ ସହାୟତାର ହାତ ବଢାଇଥିଲେ। ନୟାଗଡରୁ ଆଣି ତାଙ୍କୁ ଏସସିବିରେ ଭର୍ତ୍ତ କରାଇଥିଲେ। ଏସସିବିରେ ସ୍ତ୍ରୀ ଓ ପ୍ରସୁତି ବିଭାଗର ମୁଖ୍ୟ ଡା.ତୁଷାର କରଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ମହିଳାଙ୍କ ସହ ନବଜାତଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଡାକ୍ତର । ଡାକ୍ତରଙ୍କ ଚେଷ୍ଟାରେ ସୁରକ୍ଷିତ ଭାବରେ ମହିଳା…

