ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ।…
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରୁ ଛତିଶଗଡକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ। ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ, ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬), ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି। ସୂଚନା ମୁତାବକ ଅନେକ ସମୟରେ କୋଷରଡ଼ା ଅଞ୍ଚଳରୁ ଦେଶୀ ମଦ ଆଣି ବେପାରୀମାନେ ବାଣପୁରରେ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ତେଣୁ ଆଜି ସକାଳେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଏସଆଇ ମନୋଜ କୁମାର ବାରିକ ବାଣପୁର ସବ ଜେଲ ନିକଟରେ ବେପାରୀମାନଙ୍କୁ ଧରିବା ପାଇଁ ଛପି ରହିଥିଲେ। ସେହି ସମୟରେ କୋଷରଡ଼ା ଅଞ୍ଚଳରୁ ଦେଶୀ ମଦ ଧରି ଦୁଇ ବେପାରୀ ଦାଶରଥିପୁର ଅଞ୍ଚଳକୁ ଯାଉଥିଲେ। କିନ୍ତୁ ଦୂରରୁ ଅବକାରୀ ଅଧିକାରୀଙ୍କୁ ଦେଖି ବେପାରୀମାନେ ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ବାବଦରେ ଅବକାରୀ ବିଭାଗ ଗାଡ଼ି ଦୁଇଟି ଜବତ କରିବା ସହ ୩୦୦ ଲିଟର ଦେଶୀ ମଦ ଘଟଣାସ୍ଥଳରୁ ଜବତ କରିଥିଲା। ତେବେ ଏହି ପରିପ୍ରେକ୍ଷୀରେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୂଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଶନିବାର ସକାଳ ୧୦ଟା ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ, ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ। ଏହାପରେ ମୂଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧିନ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର୍ୟ୍ୟର ସମୀକ୍ଷା କରିଥିଲେ। ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରୁ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି ବାଣପୁର ପୋଲିସ। ସୂଚନା ମୁତାବକ ବାଣପୁର ଥାନା ଅଧିନସ୍ଥ କୁରୁଞ୍ଜିପୁର ଗ୍ରାମରେ ଦେଶୀ ଚୋରା ମଦ କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖବର ପାଇବା ପରେ ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ କୁମାର ଜେନା ନିଜ ଟିମ ସହ ସାଦା ପୋଷାକରେ ଉକ୍ତ ଗ୍ରାମରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଦ୍ବୟ ହେଲେ ରତିକାନ୍ତ ପଲେଇ ଏବଂ ମୋଚିରାମ ମୁଦୁଲି। ପୋଲିସ ସେମାନଙ୍କ ନିକଟରୁ ୪୯.୫ ଲିଟର ଦେଶୀ ମଦ ଜବତ କରିବା ସହ ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୭୨ ଏବଂ ୨୭୩ ରେ ଦୁଇ ଗୋଟି ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଆଜି ସକାଳେ ଗୁରୁଜଙ୍ଗ ମେଳଣ ପଡିଆରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଗୁରୁଜଙ୍ଗ ମେଳଣ ପଡିଆରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ପୋଲିସ ଯୁବକଙ୍କ ନିକଟରୁ ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ…
ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଲଲନ ସିଂଙ୍କୁ ଜେଡିୟୁର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ପାର୍ଟି କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରାଯାଇଛି। ନୀତୀଶ କୁମାରଙ୍କ ନିକଟତମ ନେତାମାନଙ୍କ ମଧ୍ୟରୁ ଲଲନ ସିଂ ଅନ୍ୟତମ। ଏହି ସଭାରେ ଯୋଗଦେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ପାଟଣାରୁ ଦିଲ୍ଲୀରେ ପହଞ୍ଚିଥିଲେ। ନୀତୀଶ କୁମାରଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଜାତୀୟ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତା’ପରେ ଦଳର ନେତାଙ୍କ ମଧ୍ୟରେ ଲଲନ ସିଂଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ସହମତି ପ୍ରକାଶ ପାଇଥିଲା। ଏହି ବୈଠକରେ ଦଳର ସମସ୍ତ ସାଂସଦ ତଥା ବହୁ ରାଜ୍ୟର ରାଜ୍ୟ ସଭାପତି ମଧ୍ୟ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଯେତେବେଳେ ମୋଦୀ କ୍ୟାବିନେଟ୍ ବିସ୍ତାର…
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଆଜି ରାଜନୀତିରେ ବିଦାୟ ନେଇଛନ୍ତି। ସୋସିଆଲ ମିଡିଆରେ ଏନେଇ ବାବୁଲ ଘୋଷଣା କରିଛନ୍ତି। ନିକଟରେ ତାଙ୍କୁ ମୋଦୀ ସରକାରଙ୍କ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରାଯାଇଥିଲା। ତେବେ ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଗୋଟିଏ ଟିମରେ ଖେଳୁଥିବା ଖେଳାଳୀ, ମୁଁ କେବଳ ଗୋଟିଏ ଦଳକୁ ସମର୍ଥନ କରିଛି। ସେ ଫେସବୁକରେ ଏକ ପୋଷ୍ଟ ଲେଖି ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଥିବା ବେଳେ ସେ ଲେଖିଥିଲେ ଯେ, ମୁଁ ବିଦାୟ ନେଉଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ହେମନ୍ତ ମୁଖାର୍ଜୀଙ୍କ ଏକ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସହିତ ବଙ୍ଗଳା ଭାଷାରେ ଏହି ପୋଷ୍ଟ ଲେଖି ବାବୁଲ ସେୟାର କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ www.orissaresults.nic.in ଓ୍ଵେବସାଇଟ୍ ରେ ଆଜି ରାତି ୮ ଟାରୁ ନିଜର ପରୀକ୍ଷା ଫଳ ଦେଖିପାରିବେ। ବିଜ୍ଞାନରେ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିଭଳି ବାଣିଜ୍ୟରେ ୯୪.୯୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ଛାତ୍ରମାନଙ୍କ ଠାରୁ ଛାତ୍ରୀମାନେ ଭଲ ସଫଳତା ପାଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଉନ୍ମୋଚିତ କରି ଏହା ଘୋଷଣା କରିଛନ୍ତି। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ କରୋନା ସ୍ଥିତି ସୁଧୁରିଲାପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୮୬୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୬ ହଜାର ୬୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୪୨୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୮୦୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଗତ କିଛି ଦିନ ହେବ ବିଭିନ୍ନ ଟିକାକେନ୍ଦ୍ରରେ ଟୀକାଦାନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଟୀକାକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ କେଉଁଠି ମହିଳାମାନେ ରାସ୍ତା ଅବରୋଧ କରୁଛନ୍ତି ତ, ଆଉ କେଉଁଠି ଠେଲାପେଲା ହୋଇ ବହୁ ନାଗରିକମାନେ ଆହତ ମଧ୍ୟ ହେଉଛନ୍ତି। ଗତକାଲି ବାଣପୁର କୃତିବାସ ଭବନରେ ଠେଲାପେଲା ଯୋଗୁଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ। ସେଥିପାଇଁ ପୋଲିସର ଲାଠି ଚାର୍ଜ ଯୋଗୁଁ ଆହତ ହୋଇଥିବା ଲୋକେ ଅଭିଯୋଗ କରିଥିଲେ। ତେବେ ଏ ସବୁକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଛି। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରି ଡ଼ଃ ବିଶ୍ୱରଂଜନ ପତି ବାଣପୁର ଗସ୍ତରେ ଆସି ଏନଏସି ସଭାଗୃହ ମଧ୍ୟରେ ଏକ ଜରୁରୀକାଳୀନ ବୈଠକରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ବାଣପୁରରେ ଜନସାଧାରଣମାନେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୮୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୯, କଟକରୁ ୨୫୭, ଯାଜପୁରରୁ ୧୧୪, ପୁରୀରୁ ୧୧୩, ବାଲେଶ୍ବରରୁ ୧୦୬, ଅନୁଗୁଳରୁ ୮୮, ଜଗତସିଂହପୁରରୁ ୭୯, କୋରାପୁଟରୁ ୭୨, ମୟୂରଭଞ୍ଜରୁ ୬୫, ନୟାଗଡରୁ ୫୯, କେନ୍ଦ୍ରାପଡାରୁ ୫୬, ଢେଙ୍କାନାଳରୁ ୫୪, ସୁନ୍ଦରଗଡରୁ ୪୫, ଭଦ୍ରକରୁ ୩୮, ସମ୍ବଲପୁରରୁ ୩୨, କେନ୍ଦୁଝରରୁ ୨୯, କନ୍ଧମାଳରୁ ୨୨, ରାୟଗଡାରୁ ୧୯, ମାଲକାନଗିରିରୁ ୧୭, ବରଗଡରୁ ୧୪, ଗଜପତିରୁ ୧୧, ଝାରସୁଗୁଡାରୁ ୧୧, ଗଞ୍ଜାମରୁ ୯, ସୋନପୁରରୁ ୮, ବଲାଙ୍ଗୀରିରୁ ୭, ଦେବଗଡରୁ ୬, ନୂଆପଡାରୁ ୬, କଳାହାଣ୍ଡିରୁ ୨, ନବରଙ୍ଗପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୬…
ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ୧ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ଆଂଶିକ ଲକଡାଉନକୁ ଜାରି ରହିବ। ଆଜି ପ୍ରେସ ବାର୍ତ୍ତାରେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ ଘୋଷଣା କରିଛନ୍ତି। କଣ ରହିବ ବନ୍ଦ ଓ ଖୋଲା: ସମଗ୍ର ରାଜ୍ୟରେ ସକାଳ ୬ ରୁ ସନ୍ଧ୍ୟା ୮ ଯାଏଁ ଦୋକାନ ବଜାର ଖୋଲା ରହିବ। ସପିଙ୍ଗ ମଲ, ପାର୍କ ଖୋଲିବା ପାଇଁ ଅନୁମତି ମିଳିଛି। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲିବ। ତିନୋଟି ସହର ବ୍ୟତୀତ ବାକି ସ୍ଥାନରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି।…
ନୂଆଦିଲ୍ଲୀ; ଅଗଷ୍ଟ ୧୫ ତାରିଖ ଉପଲକ୍ଷେ ଶହୀଦ ଭଗତ ସିଂଙ୍କ ଉପରେ ନାଟକ କରିବା ପାଇଁ ଅଭ୍ୟାସ କରୁଥିବା ଜଣେ ନାବାଳକଙ୍କ ବେକରେ ରଶି ଲାଗି ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଜନପଦ ବନ୍ଦାୟୁ ଜିଲ୍ଲାର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁନୱାରଗାଓଁ ଥାନା ଅଞ୍ଚଳର ବାବାଟ ନିବାସୀ ଭୁରେ ସିଂଙ୍କ ୧୦ ବର୍ଷର ପୁଅ ଶିବମ ଗୁରୁବାର ଦିନ ଘରେ ଏକୁଟିଆ ଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନେ ମଧ୍ୟ ତାଙ୍କ ଘରକୁ ଆସିଥିଲେ। ଏବଂ ସ୍ଵାଧୀନତା ଦିବସ ଉପଲକ୍ଷେ ସର୍ଦ୍ଦାର ଭଗତ ସିଂ ନାଟକ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ସେତେବେଳେ ମୃତ ନାବାଳକଙ୍କ ମାଆ ଆରତୀ ଏବଂ ବାପା କ୍ଷେତକୁ କାମ କରିବାକୁ ଯାଇଥିଲେ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଉପଲକ୍ଷେ ପିଲାମାନେ ସର୍ଦ୍ଦାର ଭାଗବତ ସିଂଙ୍କ ସହ ଜଡିତ ଏକ ନାଟକର ଅଭ୍ୟାସ କରୁଥିଲେ।…
ନୂଆଦିଲ୍ଲୀ: ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବା ପାଇଁ ପାଟିର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି, ଏହା ପରେ ମଧ୍ୟ ଲୋକମାନେ ପ୍ରାୟତ ଦାନ୍ତ କିମ୍ବା ମାଢି ସମ୍ବନ୍ଧୀୟ ସମସ୍ୟା ଦେଖନ୍ତି। ଦାନ୍ତ ସହ ଜଡିତ ଏହି ସମସ୍ୟାଗୁଡ଼ିକ ପ୍ରତ୍ୟେକ ଥର ଆମେ ବୁଝିବା ସମ୍ଭବ ହୋଇନଥାଏ। ବିଶେଷଜ୍ଞମାନଙ୍କ ମତରେ ଦାନ୍ତ ଓ ମାଢିରେ କିଛି ଲକ୍ଷଣ ଦେଖାଯିବା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ। ରକ୍ତସ୍ରାବ: ରକ୍ତସ୍ରାବ ହର୍ମୋନ୍ ଅସନ୍ତୁଳନର ଲକ୍ଷଣ। ବୟସ ସହିତ ହରମୋନ୍ ପରିବର୍ତ୍ତନ ହେବା ସାଧାରଣ କଥା। ଗର୍ଭାବସ୍ଥା କିମ୍ବା ଋତୁସ୍ରାବ ସମୟରେ ଏହା ମହିଳାମାନଙ୍କଠାରେ ଦେଖାଯାଏ। ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ମାଢି ଏବଂ ହାଡକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଗୁରୁତର ଅବସ୍ଥାରେ ଏହା ଶୀଘ୍ର ଦାନ୍ତକୁ ନଷ୍ଟ କରିଦେଇପାରେ। ସମତଳ ଦାନ୍ତ: ଡାକ୍ତରମାନେ କହିଛନ୍ତି ଯେ, ସମତଳ ଦାନ୍ତ ଚାପ ବିଷୟରେ କହିଥାଏ। ଚାପ କେବଳ…
ମୁମ୍ବାଇ: ଗହନା ବଶିଷ୍ଠଙ୍କ ବିରୋଧରେ ମୁମ୍ବାଇ ପୋଲିସ ତିନୋଟି କେସ ପଞ୍ଜିକରଣ କରିଛି। ବର୍ତ୍ତମାନ ଗହନା ତୃତୀୟ ଏଫ୍ଆଇଆର୍ ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି। ଗହନାଙ୍କ ଓକିଲ ସୁନୀଲ କୁମାର କହିଛନ୍ତି ଯେ, ସେ ଚାରି ମାସ ଜେଲରେ ଅଛନ୍ତି ଏବଂ ପ୍ରଥମ ଦୁଇଟି ମାମଲା ପାଇଁ ଜାମିନ ପାଇଛନ୍ତି। ୩୩ ବର୍ଷିୟା ଗହନାଙ୍କୁ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡ଼ିଓ ମାମଲାରେ ପୋଲିସ ଅଭିଯୁକ୍ତ କରିଥିଲା, ଯେଉଁଥିପାଇଁ ରାଜ ବର୍ତ୍ତମାନ ଜେଲ ହାଜତରେ ଅଛନ୍ତି। ନିକଟରେ ରାଜ କୁନ୍ଦ୍ରାଙ୍କ ମାମଲାରେ ଏକ ବୟାନ ଦେବାକୁ ଗହନାଙ୍କ ନିକଟକୁ ମୁମ୍ବାଇ ପୋଲିସ ପକ୍ଷରୁ ସମନ ପଠାଯାଇଥିଲା। ତେବେ ଅସୁସ୍ଥତା ଦର୍ଶାଇ ଗହନା କହିଛନ୍ତି ଯେ, ସେ ବର୍ତ୍ତମାନ ଆସି ପାରିବେ ନାହିଁ। ଏହାର ଗୋଟିଏ ଦିନ ପରେ, ଜୁଲାଇ ୨୭ ରେ, ଜଣେ ମହିଳା ଗହନା ଏବଂ ଅନ୍ୟ କେତେକଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିଥିଲେ। ମହିଳା ଜଣକ…
ନୂଆଦିଲ୍ଲୀ: ପଞ୍ଜାବରେ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମା ପାର ହେଉଥିବା ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଯବାନମାନେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁସାରେ, ପଞ୍ଜାବର ଫିରୋଜପୁର ଜିଲ୍ଲାର ଠହକେଲନ ବିଓପି ନିକଟରେ ଗତକାଲି ୮.୪୮ ମିନିଟରେ ଦୁଇଜଣ ସନ୍ଦିଗ୍ଧ ଭାରତୀୟ ସୀମା ଆଡକୁ ଆସୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ବିଏସଏଫ ଯବାନଙ୍କଠାରୁ ଚେତାବନୀ ଦେବା ସତ୍ତ୍ୱେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୀମା ପାର ହେବାକୁ ଚେଷ୍ଟା କରିଥିଲେ। ତେଣୁ ସୁରକ୍ଷାବାହିନୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଦୁଇଜଣ ଆତଙ୍କାବାଦୀଙ୍କ ମୃତ୍ୟୁ ହୋଇଛି। ଅନ୍ତର୍ଜାତୀୟ ସୀମା ଦେଇ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନରୁ ଅନେକ ସମୟରେ ଚେଷ୍ଟା କରାଯାଏ। ଡ୍ରୋନ୍ ଦ୍ୱାରା ଡ୍ରଗ୍ସ କିମ୍ବା ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ପ୍ରୟାସକୁ ଭାରତୀୟ ଜବାନମାନେ ବିଫଳ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମର ବିଫଳତା ପରେ ପାକିସ୍ତାନ ପକ୍ଷରୁ ପଞ୍ଜାବର ଅନ୍ତର୍ଜାତୀୟ…
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାର ନୂଆ ଗାଇଡଲାଇନ ଘୋଷଣା ହୋଇପାରେ। ଆସନ୍ତାକାଲି ସକାଳ ୬ ଟାରେ ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିପାରନ୍ତି। ଅପରାହ୍ନ ୩ଟା ୩୦ ମିନିଟରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିପାରନ୍ତି। ତେବେ ଅଗଷ୍ଟ ପ୍ରଥମ ପହିଲାରୁ କୋଭିଡ ମୁକାବିଲା ରଣନୀତି କ’ଣ ରହିବ ତା’ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନର କରୋନା ସ୍ଥିତି, ସଂକ୍ରମଣ ହାର, ଟିକାକରଣ ଓ କୋଭିଡ କଟକଣାକୁ ମାନଦଣ୍ଡ ଭାବରେ ବିଚାର କରି ସରକାର ଗାଇଡ୍ଲାଇନ୍ ପ୍ରସ୍ତୁତ କରିଥିବା ସୂଚନା ରହିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ସଂକ୍ରମଣ ଆଶାମୁତାବକ ହ୍ରାସ ପାଇନି। ତେଣୁ ଏହି ଦୁଇ ଜିଲ୍ଲା ପାଇଁ ବିଶେଷକରି କିଭଳି କଟକଣା ଲାଗୁହେବ, ତାହା ଦେଖିବା ବାକି ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଗତକାଲି ସିବିଏସଇର ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆଜି ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ orissaresults.nic.in ଓ୍ଵେବସାଇଟ୍ ରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ କରୋନା ସ୍ଥିତି ସୁଧୁରିଲାପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୬ ଲକ୍ଷ ୨୦ ହଜାର ୬୦୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୩ ହଜାର ୮୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮ ହଜାର ୯୨୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୯୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୮ ଜଣ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ୭ ଜଣ ଲେଖାଏଁ, ବାଲେଶ୍ଵର, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, କଟକ, ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀରି, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ଜଗତସିଂହପୁରା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮…

