ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗ୍ରାମର ଦୁଇ ଜଣ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ ବାଲୁଗାଁ ଷ୍ଟେସନ ଛାଡିବାକୁ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ସାନସିରେଇପୁର ବିଟ ହାଉସ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଉଭୟଙ୍କ ବାଇକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ରୋଡ଼ରେ ଛିଟିକି ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିବାବେଳେ ଉଭୟ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଓମ୍ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକ୍ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ। ମୁଖ୍ୟମନ୍ତ୍ରୀ କହିଲେ ଯେ…
ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ୯ ଟି ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଇଣ୍ଡିଆର ଏଡିଟର୍ସ ଗିଲ୍ଡ ଏବଂ ବରିଷ୍ଠ ସାମ୍ବାଦିକ ଏନ. ରାମ ତଥା ଶଶି କୁମାର ଦେଇଥିବା ଆବେଦନଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। କୋର୍ଟ କହିଛନ୍ତି ଯେ, ଯଦି ଗଣମାଧ୍ୟମର ରିପୋର୍ଟ ସତ୍ୟ ତେବେ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ମାମଲାରେ ପିଏଲ୍ ଦାଖଲ କରିଥିବା ଆଡଭୋକେଟ୍ ଏମ୍.ଏଲ୍ ଶର୍ମା ଶୁଣାଣି ସମୟରେ କପିଲ ସିବଲଙ୍କୁ ଅଟକାଇଥିଲେ, ପରେ ମୁଖ୍ୟ ବିଚାରପତି ଏହାକୁ ବିରୋଧ କରିଥିଲେ। ଶର୍ମାଙ୍କୁ ସିଜେଆଇ ରାମନା କହିଛନ୍ତି ଯେ, “ଖବରକାଗଜ କଟିଙ୍ଗ ବ୍ୟତୀତ ଆପଣଙ୍କ ପାଖରେ ସବିଶେଷ ତଥ୍ୟ କ’ଣ ରହିଛି? ଆପଣ ଚାହୁଁଛନ୍ତି କି, ଆମେ ଏହାର ଅନୁସନ୍ଧାନ କରିବୁ ଏବଂ ତଥ୍ୟ ସଂଗ୍ରହ କରିବୁ? ଏହା ଜନହିତ ଯାଚିକା ଦାଖଲ କରିବାର ଉପାୟ ନୁହେଁ।” ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କହିଛନ୍ତି ଯେ, ବିଦେଶୀ କମ୍ପାନୀ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୬୦୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ତନ୍ମଧ୍ୟରୁ ବାଲୁଗାଁ ଏନଏସି ଓ ଚିଲିକା ବ୍ଲକର ୫୦୦ ଜଣ ଗର୍ଭବତୀ ମହିଳା ପ୍ରଥମ ଡୋଜ ଟୀକା ନେବେ ଏବଂ ବାଣପୁର ସହରାଞ୍ଚଳର ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଦୁଇଟି ଟୀକା କେନ୍ଦ୍ରରେ ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ବାଣପୁର ଏନଏସି (ଅନଲାଇନ ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା (ଅଫଲାଇନ)- ୩୦ ଡୋଜ ୨- କୃତିବାସ ଭବନ- ପ୍ରଥମ ଡୋଜ-…
ଶରତ ପାଇକରାୟ ମୋର ବର୍ଷ କିମ୍ବା ତାରିଖ ମନେ ପଡୁ ନାହିଁ। ସେତେବେଳେ ନନ୍ଦିନୀ ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମୁଁ ଇଟିଭି ଓଡିଆର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥାଏ। ଥରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଏକ ମହିଳା ସଂଗଠନର କାର୍ଯ୍ୟକ୍ରମ ହେଉଥିଲା। ସେଥିରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ଏଥିସହିତ ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ସହିତ ବହୁ ବିଶିଷ୍ଠ ମହିଳା ଅତିଥୀ ମଧ୍ୟ ଥିଲେ। ସୌଭାଗ୍ୟ ମୋର ସେଦିନ ଛୁଟି ଥିବାରୁ ସେହି କାର୍ଯ୍ୟକ୍ରମରେ ଜଣେ ଦର୍ଶକ ଭାବେ ସାମିଲ ହୋଇପାରିଥିଲି। ମୁଁ ପହଁଛିବାର କିଛି ସମୟ ପରେ ସଭା କାଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତେ ସେମାନଙ୍କର ଭାଷଣ ଦେବା ବେଳେ ନନ୍ଦିନୀ ଶତପଥୀଙ୍କୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରୁଥିଲେ। ଏପରି ସମ୍ବୋଧନ କରିବାରେ କିଛି ଭୁଲ ମଧ୍ୟ ନ…
ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଏବଂ ପେଗାସସ୍ ଗୁପ୍ତଚର ବିରୋଧରେ ଭାରତୀୟ ଯୁବ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରୋଜଗାର କିନ୍ତୁ ପିଏମ ମୋଦୀ ରୋଜଗାର ପ୍ରସଙ୍ଗରେ କିଛି କହୁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ୨ କୋଟି ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଚାକିରୀ ଦେବା ବଦଳରେ ଲକ୍ଷ ଲକ୍ଷ ଯୁବକଙ୍କ ଚାକିରୀ ଚାଲିଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ନରେନ୍ଦ୍ର ମୋଦୀଙ୍କ କାମ ହେଉଛି ଭାରତର ସତ୍ୟକୁ ଦମନ କରିବା। ସେ ଏହି କାମ ଭାରତର ଦୁଇ-ତିନି ଶିଳ୍ପପତିଙ୍କ ପାଇଁ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତ ସରକାର ରୋଜଗାର ବିଷୟ ଆଲୋଚନାକୁ…
ଭୁବନେଶ୍ବର, ଭାରତୀୟ ହକି ଦଳ ଟୋକିଓ ଅଲମ୍ପିକ୍ସରେ ଐତିହାସିକ ବିଜୟ ନେଇ ସାରା ଦେଶରୁ ଛୁଟିଛି ଅଭିନନ୍ଦନ। ଏପରି କ୍ଷେତ୍ରରେ ହକି ଇଣ୍ଡିଆର ପ୍ରାୟଯୋକ ଥିବା ଓଡିଶା କିପରି ବାଦ ପଡିଥାଆନ୍ତା। ପୁରୁଷ ହକି ଦଳର ଏପରି ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଫୋନ ଯୋଗେ ଖେଳିଳୀଙ୍କ ସହିତ କଥା ହୋଇ ଏହି ଖୁସିକୁ ବାଣ୍ଟିଛନ୍ତି। ମୁଖ୍ୟମନ୍ତ୍ରୀ ଟେଲିଭିଜନରେ ଏହାର ସିଧା ପ୍ରସାରଣ ଦେଖି ଏହି ବିଜୟରେ ତାଳି ମାରି ଖୁସି ପ୍ରକଟ କରିଛନ୍ତି। ଏକ ଧଳା ଟିସାର୍ଟ ଓ ଟ୍ରାଉଜର ପିନ୍ଧି ସେ ଏହି ଖେଳକୁ ଉପଭୋଗ କରୁଥିଲେ। ପାଖରେ ଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୨୩୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ ଲେଖାଏଁ, କଟକ ଜିଲ୍ଲାରୁ ୧୧ ଜଣ, କେନ୍ଦ୍ରପଡା ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନବରଙ୍ଗପୁର, ନୂଆପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…
ନୂଆଦିଲ୍ଲୀ: କେନ୍ଦ୍ର ସରକାର କିଛି ସମୟ ପାଇଁ ଡ୍ରାଇଭିଂ ଲାଇସେନ୍ସ ତିଆରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥି ସହିତ ବର୍ତ୍ତମାନ ସରକାର ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପରିବର୍ତ୍ତନ କରିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଯାନ ଉତ୍ପାଦନକାରୀ ସଂଘ, ଏନଜିଓ ଏବଂ ବେସରକାରୀ କମ୍ପାନୀମାନଙ୍କୁ ତାଲିମ କେନ୍ଦ୍ର ଚଳାଇବାକୁ ଅନୁମତି ଦିଆଯିବ। ତାଲିମ ପରେ, ଏହି ସମସ୍ତ ସଂସ୍ଥା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାରେ ସକ୍ଷମ ହେବେ। ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାନ୍ୟତା ପାଇଁ ଏହି ସଂସ୍ଥା ଆବେଦନ କରିପାରିବେ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବୁଧବାର ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଯାହା ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନୂତନ ସୁବିଧା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପ୍ରଦାନ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୯୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୭ ଲକ୍ଷ ୭୮ ହଜାର ୫୮୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୬ ହଜାର ୨୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୭୪ ହଜାର ୭୪୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୧ ହଜାର ୭୬ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ: ଚମତ୍କାର ପ୍ରଦର୍ଶନ କରି ଭାରତୀୟ ହକି ଦଳ ଜର୍ମାନୀକୁ ୫-୪ ବ୍ୟବଧାନରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପଦକ ଜିତିଛି। ଏହାପୂର୍ବରୁ ଭାରତ ଭାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତ ପାଇଁ ସିମରଞ୍ଜିତ ସିଂ ଦୁଇଟି ଗୋଲ ସ୍କୋର କରିଥିଲେ, ହରମାନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ ଏବଂ ହାର୍ଦ୍ଦିକ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଏହି ମ୍ୟାଚରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନର ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତ ଏହି ମ୍ୟାଚରେ ଖରାପ ଆରମ୍ଭ କରିଥିଲା ଏବଂ ମ୍ୟାଚ୍ର ପ୍ରଥମ ମିନିଟରେ ଜର୍ମାନୀ ଗୋଟିଏ ଗୋଲ୍ ସ୍କୋର କରି ୦-୧ରେ ଅଗ୍ରଣୀ ହାସଲ କରିଥିଲା। ଜର୍ମାନୀ ପାଇଁ ତିମୁର ଓରୁଜ ଏହି ଗୋଲ ସ୍କୋର କରିଥିଲେ। ପଞ୍ଚମ ମିନିଟରେ ଭାରତ…
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୩ ହଜାର ୭୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୫୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୭୭ ଜଣ, କଟକ ଜିଲ୍ଲାରୁ ୧୬୪ ଜଣ,…
Chanakya Niti: ସମସ୍ତେ ଖୁସି ଏବଂ ଭଲ ସମ୍ପର୍କ ରଖିବାକୁ ଚାହାଁନ୍ତି । ବ୍ୟବସାୟ ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କ ହେଉ । କାରଣ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ସାହାଯ୍ୟ ମିଳେ। ତାଙ୍କ ସମସ୍ୟାର ସମାଧାନ କରିବାକୁ ସମସ୍ତେ ଚେଷ୍ଟା କରନ୍ତି। ସେଥିପାଇଁ ସଂପର୍କକୁ ଦୃଢ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଚାରୋଟି କଥା କହିଛନ୍ତି। ଯେହେତୁ ଚାଣକ୍ୟ ନିଜେ ଜଣେ ମହାନ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ତଥା ରାଜନେତା ଥିଲେ, ସେଥିପାଇଁ ଜଣେ ବ୍ୟକ୍ତି କିପରି ନିଜ ଜୀବନରେ ସମ୍ପର୍କକୁ ମଜବୁତ କରିପାରିବ ଏବଂ ତାଙ୍କର କେଉଁ ଗୁଣ ରହିବା ଉଚିତ୍ ସେ ସଂପର୍କରେ ସେ ତଥ୍ୟ ରଖିଛନ୍ତି। ଜାଣନ୍ତୁ ଚାଣକ୍ୟଙ୍କ ଅନୁଯାୟୀ ଏହି ଚାରୋଟି କଥା କିପରି ଏକ ଦୃଢ ସମ୍ପର୍କ ସୃଷ୍ଟି କରିପାରିବ। 1-ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ- କୌଣସି ବ୍ୟକ୍ତି ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ । ହେଲେ ଏହାର…
ଚିତ୍ତରଂଜନ କାନନୁଗୋ ପୂର୍ବ କାଳରେ ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବିବାହକୁ ପବିତ୍ର ଐଶ୍ୱରୀୟ ବନ୍ଧନ ଭାବେ ବିବେଚନା କରାଯାଉଥିଲା। ହିନ୍ଦୁ ବିବାହରେ ସମ୍ପନ୍ନ କରାଯାଉଥିବା କର୍ମ ମଧ୍ୟ ହୋମ ଯଜ୍ଞଠାରୁ କମ୍ ନ ଥିଲା। ବିବାହ ସାତ ଜନ୍ମ ପାଇଁ ଏକ ବନ୍ଧନ ଏବଂ ଏହା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଜନ୍ମଜନ୍ମାନ୍ତର ପାଇଁ ଏକ ସ୍ୱର୍ଗୀୟ ସମ୍ପର୍କ ଭାବେ ପ୍ରତ୍ୟେକ ଗ୍ରହଣ କରୁଥିଲେ । ପୁରାଣ ଶାସ୍ତ୍ରରେ ପତି ପତ୍ନୀଙ୍କ ମଧ୍ୟରେ ଥିବା ଗଭୀର ବିଶ୍ୱାସ ଓ ତ୍ୟାଗର ସମ୍ପର୍କ ଉଦାହରଣ ଭାବେ ପ୍ରତ୍ୟେକଙ୍କ ପାଇଁ ଗ୍ରହଣୀୟ ଥିଲା। ସ୍ୱାଧୀନୋତ୍ତର ଭାରତରେ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ କାର୍ଯ୍ୟକାରୀ ହେବା ପରେ ମଧ୍ୟ ହିନ୍ଦୁ ବିବାହ ଏକ ପବିତ୍ର ବନ୍ଧନ ଭାବେ ଆଇନ ସମ୍ମତ ଅଟେ । ମାତ୍ର ଅନ୍ୟାନ୍ୟ ଧର୍ମମାନଙ୍କରେ ଥିବା ଆଇନ ଅନୁସାରେ ପତି ଓ ପତ୍ନୀ ଦୁଇଟି ପକ୍ଷ ଓ ସେମାନଙ୍କ ମଧ୍ୟରେ…
ନାଗ ପଞ୍ଚାମୀ 2021: ନାଗ ପଞ୍ଚମୀର ପର୍ବ ଶ୍ରାବଣ ମାସର ଶୁକ୍ଲ ପଞ୍ଚାମୀ ତିଥୀରେ ପାଳନ କରାଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ସର୍ପମାନଙ୍କର ଉପାସନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ସାପକୁ ପୂଜା କଲେ ଶକ୍ତି, ଧନ ଏବଂ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ନାଗ ପଞ୍ଚାମୀ 13 ଅଗଷ୍ଟ ଶୁକ୍ରବାର ଦିନ ପାଳନ କରାଯିବ। ଏହି ଦିନ ସାପକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହି ଦିନ ସାପ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ଉତ୍ତମ ଫଳାଫଳ ଆଣିଥାଏ । ଆସନ୍ତୁ ଜାଣିବା ନାଗ ପଞ୍ଚାମୀର ଶୁଭ ସମୟ, ପୂଜା ପଦ୍ଧତି ଏବଂ ବିଶ୍ୱାସ ନାଗ ପଞ୍ଚାମୀର ଶୁଭ ସମୟ ନାଗ ପଞ୍ଚାମୀଙ୍କ ଉପାସନା ଶୁଭ ସମୟ ଅଗଷ୍ଟ 13 ରେ ସକାଳ 5:49 ରୁ 8.27 ପର୍ଯ୍ୟନ୍ତ ହେବ। ପଞ୍ଚମୀ ତିଥୀ 12…
ମେଷ: – ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ ଏବଂ ଜୀବନ ସାଥୀ ଆପଣଙ୍କ ଜୀବନରେ ଲାଭ ପାଇଁ ବାଟ ଖୋଲିବ । ତୁମର ସମ୍ପର୍କରେ ସୁଖ ରହିବ । ବାହାର ଲୋକଙ୍କଠାରୁ କିଛି ଲାଭ ହେବ । ବୃଷ: – ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ…
ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୬୫.୪ ଓଭରରେ ୧୮୩ ରନରେ ସମସ୍ତ ୱିକେଟ ହରାଇଛି। ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ ୪ ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ୱିକେଟ୍ ନେଇଥିଲେ। ସେହିଭଳି ଶାର୍ଦ୍ଦୁଲ ଠାକୁର ୨ ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି। ତେବେ ଭାରତ ପକ୍ଷରୁ ଏବେ ରୋହିତ ଶର୍ମା ଏବଂ ଲୋକେଶ ରାହୁଳ ବ୍ୟାଟିଂ ଆରମ୍ଭ କରିଛନ୍ତି।
ନୂଆଦିଲ୍ଲୀ: ଆଜି ସଂସଦରେ ଆଉ ଏକ ଅପ୍ରୀତିକର ଘଟଣା ଘଟିଛି। ସାଂସଦଙ୍କ ଆଚରଣ ସଂସଦର ସୀମା ଅତିକ୍ରମ କରୁଥିବା ଜଣାପଡିଛି। ରାଜ୍ୟସଭାରେ ଟିଏମସି ସାଂସଦମାନେ ରାଜ୍ୟସଭା ଚାମ୍ବରର ଏକ ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଫାଟକର କାଚ ଭାଙ୍ଗି ଯାଇଥିଲା। କୁହାଯାଉଛି ଯେ, ନିଲମ୍ବିତ ସାଂସଦମାନେ ରାଜ୍ୟସଭାରେ ପ୍ରବେଶ କରିବାକୁ ଚାହୁଁଥିଲେ। କାର୍ଯ୍ୟରତ ଜଣେ ସୁରକ୍ଷା ଅଧିକାରୀ ଆହତ ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଚିବାଳୟ ଏକ ରିପୋର୍ଟ ମାଗିଛନ୍ତି। ଏହି ଘଟଣାରେ ଜଣେ ମହିଳା ସୁରକ୍ଷା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ଏଜେନ୍ସିରୁ ମହିଳାଙ୍କ ଫଟୋ ମଧ୍ୟ ସଚିବାଳୟ ମାଗିଛନ୍ତି। ଟିଏମସି ସାଂସଦ ଡୋଲା ସେନ୍ ନିଜେ ଟ୍ୱିଟ୍ କରି କହିଛନ୍ତି, “ଦିନକ ପାଇଁ ଗୃହକୁ ସ୍ଥଗିତ ରଖିବା ପରେ ଗୋଟିଏ ଦିନ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ ସାଂସଦଙ୍କ ମଧ୍ୟରୁ ୪ ଜଣ ରାଜ୍ୟସଭାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।…
ପୁରୀ: ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର ମିଳିଛି। ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତା ୧୬ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି। ସେଥିପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା…
ସୀତାରାମ ଅଗ୍ରୱାଲ ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ସରକାର ଘର ମଧ୍ୟ ଯୋଗାଇ ଦେଉଛନ୍ତି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆଜି ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପରିଷଦର ମାନ୍ୟବର ସଭାପତିଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ କରୋନା କଟକଣା ମଧ୍ୟରେ ସମାପ୍ତ ହୋଇଥିଲା। ପରିଷଦର ମୁମ୍ବାଇସ୍ଥିତ ମୁଖ୍ୟାଳୟର ପ୍ରତିଷ୍ଠାତା ସୋନୁ ସାହାଙ୍କ ଅନୁମୋଦନ କ୍ରମେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରାଯିବା ସହ ରାଜ୍ୟ ସଭାପତି ମହମ୍ମଦ ସାହାନୱାଜଙ୍କ ଉପସ୍ଥିତିରେ ନିମ୍ନଲିଖିତ ବ୍ୟକ୍ତିମାନେ ସେମାନଙ୍କର ପ୍ରଥମ ଯୋଗଦାନ ପୂର୍ବକ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରତିଷ୍ଠାତାଙ୍କ ଅନୁମୋଦନ କ୍ରମେ ସେକ୍ ଅବଦୁଲ ଗନି ହୋସେନ-ଉପସଭାପତି, ଓଡ଼ିଶା ଟେଷ୍ଟ ବୋର୍ଡ଼ର ଅଜିତ କୁମାର ନାୟକ-ସାଧାରଣ ସମ୍ପାଦକ, ଓଡ଼ିଶା ଟେଷ୍ଟ ବୋର୍ଡ଼ ସଦସ୍ୟ-ଆସରଫ ଅଲ୍ଲୀ-ପୁରୀ ଜିଲ୍ଲା ସଭାପତି, ସୁଦାଶା ପଣ୍ଡା(ଆଡ଼ଭୋକେଟ) ଏବଂ ନର୍ଗିସ ବାହାର-ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଉକ୍ତ ବ୍ୟକ୍ତିମାନେ ଦାୟିତ୍ୱ ଗ୍ରହଣ…

