Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ବିନା ଲାଇସେନ୍ସରେ ସାର ବିକିବା ଏବଂ ସାରର କଳାବଜାରୀ କରିବା ଅଭିଯୋଗରେ ଦୁଇ ଗୋଟି ସାର ଗୋଦାମକୁ ବାଣପୁର କୃଷି ବିଭାଗ ସିଲ୍ କରିଛି। ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭାଟପଡା ଛକରେ ଦୁଇ ଗୋଟି ସାର ଗୋଦାମ ବେଆଇନ ଭାବେ ସାରର କଳାବଜାରୀ କରିବା ସହ ବିନା ଲାଇସେନ୍ସରେ ବେପାର ଚଳାଉଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବ୍ଲକ କୃଷି ଅଧିକାରୀ ଅଜୟ କର ଏନେଇ ତତ୍ପରତା ଦେଖାଇଥିଲେ। ଗତକାଲି ସଂଧ୍ୟାରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ କୃଷି ଅଧିକାରୀ ଶ୍ରୀ କର ଏବଂ ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ର ଉକ୍ତ ଦୁଇ ସାର ଗୋଦାମ ଉପରେ ଚଢ଼ାଉ କରିବା ସହ ସମ୍ପୃକ୍ତ ଗୋଦାମ ଦ୍ଵୟକୁ ଜଉ ମୁଦା ସିଲ୍ କରିଥିଲେ। ତେବେ ଆଗକୁ ବାଣପୁର ପୋଲିସର ସହଯୋଗରେ ଉକ୍ତ ଦୁଇ ଗୋଦାମ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ…

Read More

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଆଜି ଭାରତ ପାଇଁ ଏକ ଭଲ ଦିନ ରହିଛି। ଭାରତୀୟ ଖେଳାଳି ଆଜି ତୀରନ୍ଦାଜ, ହକି, ବ୍ୟାଡମିଣ୍ଟନ ଏବଂ ବକ୍ସିଂରେ ବିଜୟ ଲାଭ କରିଛନ୍ତି। ପୁରୁଷ ତୀରନ୍ଦାଜରେ ଅତନୁ ଦାସ ଅନ୍ତିମ ୮ ସ୍ଥାନରେ ପହଞ୍ଚିଥିବା ବେଳେ ସଟଲର ପିଭି ସିନ୍ଧୁ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ବକ୍ସର ସତୀଶ କୁମାର ୯୧ କିଲୋଗ୍ରାମ ବର୍ଗର ଅନ୍ତିମ-୮ ରେ ପହଞ୍ଚିଛନ୍ତି। ସେହିପରି ପୁରୁଷ ହକି ଦଳ ଭଲ ପ୍ରଦର୍ଶନ ଜାରି ରଖିଛି। ଭାରତୀୟ ପୁରୁଷ ହକି ଦଳ ରିଓ ଅଲିମ୍ପିକ୍ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୩-୧ ରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୫ ଲକ୍ଷ ୩୪ ହଜାର ୭୨୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୧ ହଜାର ୬୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩ ହଜାର ୮୪୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀରି, କଟକ, ଗଞ୍ଜାମ, ଯାଜପୁର, ପୁରୀ  ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ଵର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୬୭୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୧ ହଜାର ୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୦୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୪୨ ଜଣ, କଟକ ଜିଲ୍ଲାରୁ ୨୨୯ ଜଣ,…

Read More

ନୂଆଦିଲ୍ଲୀ: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ। କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ…

Read More

ଭୁବନେଶ୍ବର: ଜଣେ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ଵ ରହିଛି। ଜଣେ ବ୍ୟକ୍ତିର ଜୀବନକୁ ବାସ୍ତୁ ଅନେକ ଉପାୟରେ ପ୍ରଭାବିତ କରିପାରେ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ଦିଗଠାରୁ ଆରମ୍ଭ କରି ସେହି ସ୍ଥାନରେ ରଖାଯାଉଥିବା ସମସ୍ତ ଜିନିଷର କିଛି ନା କିଛି ଅର୍ଥ ରହିଛି। ଏପରି ପରିସ୍ଥିତିରେ, ଶୋଇବା ସମୟରେ ମୁଣ୍ଡ ଉପରେ ରଖାଯାଇଥିବା କିଛି ଜିନିଷ ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିପାରେ। ଏହି ଜିନିଷଗୁଡ଼ିକୁ ମୁଣ୍ଡ ପାଖରେ ରଖିବା ଜୀବନରେ ନକାରାତ୍ମକତା ଏବଂ ଅଶୁଭ ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ ଯାହା ଶୋଇବା ସମୟରେ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ: ୧- ପୁସ୍ତକ: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଖବରକାଗଜ, ପୁସ୍ତକ, ପତ୍ରିକା ପରି ଜିନିଷକୁ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା, ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକତା ପ୍ରଭାବ ପଡେ ଏବଂ ଜୀବନରେ ଦୁଃଚିନ୍ତା ବଢିଥାଏ। ୨-…

Read More

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ…

Read More

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନାକୁ ହରାଇବାକୁ ହେଲେ ଟୀକାକାରଣ ଅପରିହାର୍ଯ୍ୟ। ରାଜ୍ୟ ସରକାର ଉକ୍ତ ସ୍ଲୋଗାନ ଦେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରୁ ଚିଲିକା ଆସିଲାବେଳକୁ କିନ୍ତୁ ଉକ୍ତ ସ୍ଲୋଗାନଟି ଦିଗହରା ହେଇଯାଉଛି। ଉକ୍ତ ନିର୍ବାଚନମଣ୍ଡଳୀରେ ଦୁଇ ଗୋଟି ବ୍ଲକ ଏବଂ ଦୁଇ ଗୋଟି ଏନଏସି ଅଛି। ଯାହାର ସମୁଦାୟ ଜନସଂଖ୍ୟା ପାଖାପାଖି ତିନି ଲକ୍ଷରୁ ଉର୍ଦ୍ଧ୍ଵ ହେବ।  ତେବେ ଜନସଂଖ୍ୟା ପରିମାଣରେ ଜିଲ୍ଲାରୁ ଆସୁଥିବା ଟୀକା ଖୁବ ନଗଣ୍ୟ। ସମ୍ମାନର ସହ ଟୀକା ନେବା ଜନସାଧାରଣଙ୍କ ମୌଳିକ ଅଧିକାର। ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। କିନ୍ତୁ ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରତିଦିନ ଟୀକା କେନ୍ଦ୍ର ଗୁଡିକରେ ଅଭାବନୀୟ ଦୃଶ୍ୟ ନଜରକୁ ଆସୁଛି। ସରକାର ଯୁବ ବର୍ଗ ଯଥା ୧୮-୪୪ ବର୍ଷ ବର୍ଗ ନାଗରିକଙ୍କୁ ଟୀକାକରଣ ପାଇଁ ଯଥାସମ୍ଭବ ଅଭିନବ ଉପାୟ ଗୁଡ଼ିକ ଅବଲମ୍ବନ କରିଥିବା ବେଳେ ଯଥା ଅନଲାଇନ ସ୍ଲଟ ବୁକିଂ, ଟୀକା ଅନ ହୁଇଲ ଆଦି ସୁବିଧା କରିଥିବା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୯୯  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୨୩୪, ଖୋର୍ଦ୍ଧାରୁ ୨୧୨, ଅନୁଗୁଳରୁ ୧୫୭, ବାଲେଶ୍ବରରୁ ୧୫୦, ଯାଜପୁରରୁ ୧୧୩, ପୁରୀରୁ ୧୦୨, ଜଗତସିଂହପୁରରୁ ୧୦୦, ମୟୂରଭଞ୍ଜରୁ ୮୪, ଭଦ୍ରକରୁ ୭୪, କେନ୍ଦ୍ରାପଡାରୁ ୭୨, ନୟାଗଡରୁ ୫୯, ଢେଙ୍କାନାଳରୁ ୫୨, କେନ୍ଦୁଝରରୁ ୩୮, ସମ୍ବଲପୁରରୁ ୨୯, ରାୟଗଡାରୁ ୨୪, ସୁନ୍ଦରଗଡରୁ ୨୨, ମାଲକାନଗିରିରୁ ୧୯, ନବରଙ୍ଗପୁରରୁ ୧୬, କୋରାପୁଟରୁ ୧୫, ବରଗଡରୁ ୧୩, ଗଞ୍ଜାମରୁ ୧୨, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୦, ଗଜପତିରୁ ୮, ସୋନପୁରରୁ ୮, ବୌଦ୍ଧରୁ ୬, ଦେବଗଡରୁ ୬, ବଲାଙ୍ଗୀରିରୁ ୫, ନୂଆପଦରୁ ୩, ଝାରସୁଗୁଡାରୁ ୧ ଏବଂ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ବୃଷବନ୍ଧ ପାହାଡରେ ମାଫିଆମାନେ ବେଆଇନ ପଥର କାରବାର ଜାରି ରଖିଛନ୍ତି। ସରକାରୀ ଆଇନ୍ କାନୁନକୁ ବେଖାତିର କରି ସେମାନେ ନିଜ ନିଜର ବେଆଇନ ପଥର କାରାବରରେ ଲାଗିପଡିଛନ୍ତି। ବେଆଇନ ଭାବେ ବ୍ଲାଷ୍ଟି କରି କଳା ମୁଗୁନି ପଥରକୁ ମାଫିଆମାନେ ଚଢା ଦରରେ ଚୋରା ଚାଲାଣ କରୁଛନ୍ତି। ଯେଉଁଥିରେ ମଫିଆମାନେ ଲକ୍ଷ ଲକ୍ଷ ଟଙ୍କା କମାଇଚାଲିଛନ୍ତି। ଯାହାଫଳରେ ସରକାରୀ ରାଜସ୍ୱ ହାନି ହେଉଛି। ତେବେ ଆଜି ବୃଷବନ୍ଧ ପାହାଡର ୩ ନଂ ଖଣିରେ ବେଆଇନ କାରବାର ଚାଲିଥିବା ନେଇ ଟାଙ୍ଗୀ ତହସିଲ ପ୍ରଶାସନ ଖବର ପାଇଥିଲା। ଏହାପରେ ଟାଙ୍ଗୀ ପୋଲିସ୍ ସହାୟତାରେ ଟାଙ୍ଗୀ ତହସିଲ ପ୍ରଶାସନ ଉକ୍ତ ଖଣିରେ ଚଢାଉ କରିଥିଲା। ଚଢାଉ ସମୟରେ ଚୋରା ଚାଲାଣ ହେବାକୁ ଥିବା କଳା ମୁଗୁନି ପଥର ବୋଝେଇ ୭ ଟି ହାଇୱା ଗାଡିକୁ ପ୍ରଶାସନ ଜଵତ କରିଛି। ଗୋଟିଏ ଗୋଟିଏ କଳା ମୁଗୁନି ପଥର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୭୬୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୮୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଯୁକ୍ତ ୨ ର ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବ। କିନ୍ତୁ ବର୍ତ୍ତମାନ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ କେବେ ପ୍ରକାଶ ପାଇଁ ତାହା ଘୋଷଣା ହୋଇନାହିଁ। ଏହାର ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

Read More

ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ହେବାର ୯୦ ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ ଡିଆଇସିଜିସି ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିସିଆଇସିସି) ଅଧିନିୟମରେ ସଂଶୋଧନ ସହିତ ଜମା ବୀମା ପରିସର ବୃଦ୍ଧି ପାଇବ ଏବଂ ଏହି ଅଧୀନରେ ୯୮.୩ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟଧାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। ଏହାସହ ଆଜି ସୀମିତ ଆକାଉଣ୍ଟାବିଲିଟି ପାର୍ଟନରସିପ୍ (LLP) ଅଧିନିୟମରେ ସଂଶୋଧନକୁ ମଧ୍ୟ ସରକାର ଅନୁମୋଦନ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଆଇନ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ ଅପରାଧିକ ବର୍ଗରୁ ପୃଥକ କରିବା ଏବଂ ଦେଶରେ ବ୍ୟବସାୟ କରିବା ସହଜ କରିବା। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଅନୁମୋଦନ ସହିତ ଅଧିନିୟମରେ ମୋଟ ଦଣ୍ଡବିଧାନ ବ୍ୟବସ୍ଥା ୨୨ ରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖବର ପ୍ରସାରଣ ହେବାର ତିନି ଘଣ୍ଟା ମଧ୍ୟରେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ସ୍ଥାପିତ ହେଲା ନୂତନ ନଳକୂପ। ସୂଚନା ଥାଉକି ଆଜି ସକାଳେ ସମୀକ୍ଷାରେ ଏକ ଖବର ପ୍ରସାରଣ କରାଯାଇଥିଲା। ଯେଉଁଥିରେ ଅନ୍ତରକିଆରୀ ଗ୍ରାମରେ ନୂତନ ନଳକୂପ ନିମନ୍ତେ ଏକ ବୋରିଂ କରାଯାଇ ଖୋଲାରେ ଛାଡିଦିଆଯାଇଥିଲା। ତେବେ ଆଜି ପୂର୍ବାହ୍ନରେ ପଞ୍ଚାୟତ ପକ୍ଷରୁ ଯୁଦ୍ଧକାଳିନ ଭିତ୍ତିରେ ଉକ୍ତ ସ୍ଥାନରେ ନୂତନ ନଳକୂପ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଉକ୍ତ କାର୍ଯ୍ୟରେ ଗ୍ରାମବାସୀ ମାନେ ମଧ୍ୟ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରିଥିଲେ।

Read More

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ଘାଟିଯାଇଛି। ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସର ସୂଚନାନୁସାରେ, ରବିବାର ଦିନ ନାବାଳିକା ଜଣକ ଘରୁ କିଛି ଜିନିଷ କିଣିବାକୁ ବାହାରକୁ ଯାଇଥିଲା। ଏହା ପରେ ଅଭିଯୁକ୍ତ ଶାହାରୁଖ ଓରଫ ସଲିମ ସେହି ନାବାଳିକା ଜଣଙ୍କୁ ନୂଆ ପୋଷାକ ଦେବା ବାହାନରେ ଏକ ଝୁପଡିକୁ ନେଇଯାଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ୫ ଘଣ୍ଟା ଧରି ସେଠାରେ ରଖି ଦୁଷ୍କର୍ମ କରିଥିଲା। ଏବଂ ପରେ ଅଭିଯୁକ୍ତଜଣଙ୍କ ତାଙ୍କ ଘର ପାଖରେ ଛାଡି ଦେଇଥିଲା। ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

Read More

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ନାମକ ଅଭିଯୁକ୍ତଜଣଙ୍କ ନିରାକାରପୁର ଥାନା ହାଜତରୁ ଫେରାର ହୋଇଯାଇଥିଲା। ୨୦୧୩ ମସିହାରେ ଏକ ଚୋରି ଘଟଣାରେ ପ୍ରଭାତ ଓ ତାର ସହଯୋଗୀ ଦୀର୍ଘ ଦିନ ହେବ ଫେରାର ରହିଥିଲେ। ତେବେ ସେହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଥାନା ହାଜତରେ ଅଟକ ରଖିଥିଲା। ଗତକାଲି ରାତି ୧୦ଟା ସମୟରେ ପ୍ରଭାତ ସୁଯୋଗ ଉଣ୍ଡି ପୋଲିସ ହାଜତରୁ ଫେରାର ହୋଇଥିଲା। ଫେରାର ଅଭିଯୁକ୍ତକୁ ଧରିବାପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଟିମ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିଲା। ଶେଷରେ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଗଡଖାରଦ ଠାରୁ ପ୍ରଭାତକୁ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକାଧିକ ଚୋରି ମାମଲା ଅଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ…

Read More

ନୂଆଦିଲ୍ଲୀ: ପେଗାସସ୍ ସ୍କାମକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି କାରଣରୁ ସଂସଦର ମୌସୁମୀ ଅଧିବେଶନ ବ୍ୟାହତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନରେ ବିରୋଧୀ ସାଂସଦଙ୍କ ଉତ୍ତେଜନା କାରଣରୁ ଗୃହର କାର୍ଯ୍ୟକୁ ବାରମ୍ବାର ମୁଲତବୀ ରଖାଯାଉଛି। ଆଜି ମଧ୍ୟ ବିରୋଧୀଙ୍କ ଉତ୍ତେଜନା କାରଣରୁ ରାଜ୍ୟସଭାକୁ ୧୨ ଟା ପର୍ଯ୍ୟନ୍ତ ଏବଂ ପରେ ୨ ଟା ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡିଛି। ଅନ୍ୟପକ୍ଷରେ, ୧୨ ଟା ସମୟରେ ଲୋକସଭାର ପ୍ରକ୍ରିୟା ଚାଲିଥିବାବେଳେ ବିରୋଧୀମାନେ ଲୋକସଭାରେ ବାଚସ୍ପତିଙ୍କ ଉପରକୁ କାଗଜ ଚିରି ଫିଙ୍ଗିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହାକୁ ଗଣତନ୍ତ୍ର ପାଇଁ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସଂସଦ ଅଧିବେଶନକୁ ଜନସାଧାରଣ ଅପେକ୍ଷା କରି ରହିଛନ୍ତି, ଯେଉଁଠାରେ ତାଙ୍କର ସମସ୍ୟା ବିଷୟରେ ଆଲୋଚନା ହେବ। ଆଜି କଂଗ୍ରେସ ଏବଂ ଟିଏମସି ସାଂସଦମାନେ ହୋ-ହଲ୍ଲା କରିବା ସହ ମର୍ଯ୍ୟଦା ଭାଙ୍ଗିଛନ୍ତି। ସାମ୍ବାଦିକଙ୍କ…

Read More

ପାଟଣା: ବିହାରର ନୀତୀଶ କୁମାର ସରକାର ଏକ ନୂତନ ଆଦେଶ ଜାରି କରିଛନ୍ତି। ସମସ୍ତ ରାଜ୍ୟ ସରକାର ଆଇଏଏସ୍, ଆଇପିଏସ୍ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପଚାରିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କେତେଜଣ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ବିହାର ସରକାରର ଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧୀକ୍ଷକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ପାଟଣା ହାଇକୋର୍ଟଙ୍କ ଆଦେଶ ମୁତାବକ ଏହି ସୂଚନା ମଗାଯାଇଛି।

Read More

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ମଧ୍ୟ କରୋନାର ଦ୍ଵିତୀୟ ଲହର ସରିନି। ଆଜି ରାଜ୍ୟରେ ୧ ହଜାର ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ଭିତରେ ତୃତୀୟ ଲହର ଆସିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ହେଲେ ଆସନ୍ତା ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Read More