Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୫୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୬୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୪ ହଜାର ୯୨୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୩୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୮୩୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୩୬ ଜଣ, କଟକ ଜିଲ୍ଲାରୁ ୨୧୨ ଜଣ,…

Read More

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି ଜୀବନ…

Read More

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି। ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି। ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି। ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି। ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି। ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ। ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ। ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି। ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି।…

Read More

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ।…

Read More

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ କୃଷକମାନେ ବିଜେପି ନେତାଙ୍କ ସହ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନରତ ଚାଷୀମାନେ ସେଠାରେ ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏତେ ଭୀଷଣ ହେଲା ଯେ, ପୋଲିସକୁ ବାଧ୍ୟ ହୋଇ ଚାଷୀଙ୍କ ଉପରକୁ ଲାଠି ଚାଲଣ କରିବାକୁ ପଡିଥିଲା। ଏହି ଲାଠି ଚାଲଣ ଯୋଗୁଁ ଅନେକ ଚାଷୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ସେଠାରେ ଏକ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଗଙ୍ଗନଗରର ଜିଲ୍ଲାପାଳ ସେଠାରେ ପୋଲିସ୍ ଫୋର୍ସ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୃଷକମାନେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି କୈଲାଶ ମେଘୱାଲଙ୍କ ପୋଷାକ ଚିରି ଦେଇଥିଲେ। କୈଳାଶ ମେଘୱାଲଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଉତ୍ତ୍ୟକ୍ତ ଚାଷୀଙ୍କ ଠାରୁ କୈଳାଶ ମେଘୱାଲଙ୍କୁ ପୋଲିସ ମୁକ୍ତ କରିଥିଲା। ମୁଦ୍ରାସ୍ଫୀତି ଏବଂ ଜଳସେଚନ ନେଇ ବିଜେପି ନେତାମାନେ ଜିଲ୍ଲାପାଳଙ୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତା’ପରେ…

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଦେବାକୁ ଅନୁରୋଧ କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀମାନେ ସମସ୍ତେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅତିକ୍ରମ କରିଥିବାରୁ ସେମାନଙ୍କୁ ବରିଷ୍ଠ ନାଗରିକ ଭାବରେ ବିବେଚନା କରାଯାଏ। ପ୍ରାୟ ସମସ୍ତେ ମଧୁମେହ ଓ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ତଥା ମହାମାରୀ କରୋନା ରୋଗରେ ସଂକ୍ରମିତ ହୋଇ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଏପରିକି ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ଦରଦାମ ବୃଦ୍ଧି ହେତୁ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିସାରିଛନ୍ତି। ତେଣୁ ଆମ୍ଭମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ ପୂର୍ବକ ଓଡ଼ିଶା ସରକାର ଆମ୍ଭର ଦାବିବୁ ବିଚାରକୁ ନେଇ ଆମ୍ଭଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସଂଘ ତରଫରୁ ସଭାପତି ବିଶ୍ୱନାଥ ମହାନ୍ତି ନିବେଦନ କରାଯାଇଛି।

Read More

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶାହା କମିଶନ ବସି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲାପରେ ଖଣି କମ୍ପାନୀଙ୍କ ଉପରେ ବିପୁଳ ଜୋରିମାନା ହୋଇଥିଲା। ଏହି ବିପୁଳ ଜୋରିମାନାରୁ ରକ୍ଷା ପାଇବା ପାଇଁ ଖଣି କମ୍ପାନୀମାନେ ବୁଦ୍ଧି କରି ଆଇବିଏମ୍ ଦ୍ୱାରା ଏହାର ସାନି ମୂଲ୍ୟାଙ୍କନ କରି ଯଥେଷ୍ଟ ପରିମାରଣ ରିହାତି ପାଇଥିଲେ। ମାତ୍ର ଏହା ପରେ ମଧ୍ୟ ଏହି ଅର୍ଥ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହେଲା ପରେ ଏହି ଅର୍ଥ ଦାଖଲ କରିଥିଲେ। ଏହି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆନଯାଇ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରି ଏହାକୁ ଖଣି ଖୋଳା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ସାଧାରଣ ଲୋକ ଓ ବିଶେଷକରି ଆଦିବାସୀମାନଙ୍କ ଜୀବିକା ପାଇଁ ଖର୍ଚ୍ଚ କରିବା ସହ ଏହି ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସିଧାସଳଖ ନିର୍ଦ୍ଦେଶ…

Read More

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ଭାରତର ପୁରୁଷ ହକି ଦଳ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ପୁଲ୍ ଏ ର ଶେଷ ମ୍ୟାଚ୍ ରେ ଜାପାନକୁ ଭାରତୀୟ ଦଳ ୫-୩ ରେ ପରାସ୍ତ କରିଥିଲେ। ଏହା ହେଉଛି ଭାରତର ଚତୁର୍ଥ ବିଜୟ। ସ୍ପେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନାକୁ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରିଛି। ଏହି ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚରେ ହାରିଛି। କେବଳ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ୧-୭ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଆଜିର ଜାପାନ ବିରୋଧ ମ୍ୟାଚରେ ଗୁରୁଜନ୍ତ ଏବଂ ହରମାନପ୍ରୀତ ସିଂ ଦୁଇଟ ଲେଖାଏଁ ଗୋଲ କରିଥିବା ବେଳେ ନୀଲକାନ୍ତା ଶର୍ମା ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୮୪୧  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭୬, କଟକରୁ ୨୯୮, ଯାଜପୁରରୁ ୧୧୮, ବାଲେଶ୍ବରରୁ ୧୧୦, ଜଗତସିଂହପୁରରୁ ୯୭,  ଅନୁଗୁଳରୁ ୭୯, ପୁରୀରୁ ୭୯, ନୟାଗଡରୁ ୭୬, କେନ୍ଦ୍ରାପଡାରୁ ୭୧, ମୟୂରଭଞ୍ଜରୁ ୬୬, ଢେଙ୍କାନାଳରୁ ୫୩, କେନ୍ଦୁଝରରୁ ୪୬, ବରଗଡରୁ ୨୭, ସୁନ୍ଦରଗଡରୁ ୨୭, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୩, ଗଜପତିରୁ ୧୧, ସୋନାପୁରରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ରାୟଗଡାରୁ ୮, ବଲାଙ୍ଗୀରିରୁ ୭, କଳାହାଣ୍ଡିରୁ ୬, କୋରାପୁଟରୁ ୬, ଗଞ୍ଜାମରୁ ୫, ନୂଆପଡାରୁ ୫, ଝାରସୁଗୁଡାରୁ ୪, ନବରଙ୍ଗପୁରରୁ ୪, ବୌଦ୍ଧରୁ ୩ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୫୪…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୫୦୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୬ ହଜାର ୩୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୩୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୯୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସଂଧ୍ୟାରେ ନାକଟିଦେଉଳ ଗ୍ରାମର ଜନୈକ ଯୁବକ ମନ୍ଦିର ଛକ ପାଖରେ ବାଇକ୍ ଦୁର୍ଘଟଣାରେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ଗ୍ରାମର ସନ୍ତୋଷ କୁମାର ଧଳ (୨୪) ନାମକ ଯୁବକ ସଂଧ୍ୟା ୫.୩୦ ରେ ନାକଟିଦେଉଳ ମେଡିକାଲ ପଟୁ ନିଜ ଘରକୁ ଫେରୁଥିବା ସମୟରେ ନାକଟିଦେଉଳ ଶିବ ମନ୍ଦରି ଛକ ନିକଟରେ ଭାରସାମ୍ୟ ହରାଇ ନିଜ ବାଇକଟି ଏକ ଗଛରେ ବାଡେଇ ହୋଇଥିଲା। ଆହତ ସନ୍ତୋଷକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଠିକ୍ ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Read More

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଉକ୍ତ ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଂଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଂଚିଛି। ଜିଓ ବ୍ୟତୀତ କେବଳ ବିଏନଏନଏଲ ଏହି ମାସରେ ରାଜ୍ୟରେ ମାତ୍ର ୧୭,୭୩୮ ନୂଆ ଗ୍ରାହକ ଯୋଗ କରିଛି। ସେହି ସମାନ ସମୟରେ ଏୟାରଟେଲ ଓଡିଶାରେ…

Read More

ଭୁବନେଶ୍ବର: ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା, ଦୃଷ୍ଟି ଶକ୍ତିରେ ଉନ୍ନତି, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଓଜନ ହ୍ରାସ କରିବା ପାଇଁ ଆମଲା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଉତ୍ତମ ସ୍ୱାଦ ପାଇଁ, ଆସନ୍ତୁ ଜାଣିବା କିପରି ଅଁଳା ରସ ତିଆରି କରାଯାଏ। ଅଁଳା ଜୁସ୍ ତିଆରି ପାଇଁ ଉପାଦାନ: – ୪-୫ ଟି ଅଁଳା – ୧ ଚାମଚ କଟା ଅଦା – ଅଧା ଚାମଚ କଳା ଲୁଣ – ୨ କପ୍ ପାଣି ଆମଲା ରସ ତିଆରି କରିବାର ପଦ୍ଧତି: ସର୍ବପ୍ରଥମେ, ୪-୫ ଟି ଅଁଳାକୁ ଛୋଟ ଖଣ୍ଡରେ କାଟି ଏହାର ମଞ୍ଜି ବାହାର କରନ୍ତୁ। ବର୍ତ୍ତମାନ କଟା ଅଁଳା, ଅଦା, ପାଣି ଏବଂ…

Read More

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ଜାରି ରହିଛି। ମହିଳା ବକ୍ସର ଲଭଲିନା ବୋରଗୋହେନ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନ୍ ଙ୍କୁ ୪-୧ ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲଭଲିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ତୀରନ୍ଦାଜରୁ ଭାରତ ପାଇଁ ଏକ ଦୁଃଖଦ ଖବର ମିଳିଛି। ଦୀପିକା କୁମାରୀ ଅନ୍ତିମ-୮ ରୁ ବିଦାୟ ନେଇଛନ୍ତି। ସେପଟେ ସଟଲରପିଭି ସିନ୍ଧୁ ପ୍ରଥମ ଗେମ୍ ଜିତିଛନ୍ତି। ସେ ପ୍ରଥମ ଗେମ୍ ୨୧-୧୩ ରେ ଜିତିନେଇଥିଲେ। ଏହି ଖେଳ ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ସିନ୍ଧୁ ୧-୦ ରେ ଆଗୁଆ ରହିଥିଲେ। କିନ୍ତୁ ଦ୍ଵିତୀୟ ଗେମରେ ସିନ୍ଧୁ ଏବଂ ୟାମାଗୁଚି ମଧ୍ୟରେ କଡା ପ୍ରତିଯୋଗିତା ଚାଲିଥିଲା। ଉଭୟଙ୍କ ମଧ୍ୟରେ ଲମ୍ବା ରାଲି ଚାଲିଥିବା ବେଳେ ୟାମାଗୁଚି ସିନ୍ଧୁଙ୍କୁ କ୍ଳାନ୍ତ କରିବାକୁ ଚେଷ୍ଟା…

Read More

ପାଣାଜୀ: ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି କହିଛନ୍ତି ଯେ, ତାଙ୍କ ବିବୃତ୍ତିର ପ୍ରକୃତ ପ୍ରସଙ୍ଗ ବୁଝିବାକୁ ଚେଷ୍ଟା କରାଯାଉ ନାହିଁ। ନାବାଳିକାଙ୍କ ସୁରକ୍ଷା ଏକ ସାଧାରଣ ଦାୟିତ୍ଵ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ ଏବଂ ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ। ଉଲ୍ଲେଖ ଯୋଗ୍ୟ ଯେ, ଗୋଆ ରାଜଧାନୀଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବେନାଲିମ୍ ବେଳାଭୂମିରେ ରବିବାର ଦିନ ଦୁଇଜଣ ଯୁବତୀଙ୍କୁ ପୋଲିସ୍ ବୋଲି ଦର୍ଶାଇ ବଳାତ୍କାର କରାଯାଇଥିଲା। ସେମାନଙ୍କ ସହିତ ଆସିଥିବା ପୁଅମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାଡ଼ ମାରିଥିଲେ। ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ଥିଲେ। ସମସ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବୁଧବାର ଦିନ ବିଧାନସଭାରେ…

Read More

ନୂଆଦିଲ୍ଲୀ: ଆଜି ଲକ୍ଷ ଲକ୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଦ୍ଵାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ସିବିଏସଇ ବୋର୍ଡ ଅଫିସିଆଲ୍ ୱେବସାଇଟରେ ଫଳାଫଳ ଲିଙ୍କକୁ ସକ୍ରିୟ କରିଛି। ଏହି ବର୍ଷ ୯୯.୩୭% ଛାତ୍ରଛାତ୍ରୀ ଦ୍ୱାଦଶରେ ପାସ୍ କରିଛନ୍ତି। ସିବିଏସ୍ଇ ବୋର୍ଡ ଦ୍ୱାଦଶ ଫଳାଫଳ ଚଳିତ ବର୍ଷ ଛାତ୍ରୀମାନଙ୍କ ପାସ୍ ହାର ୯୯.୬୭ ପ୍ରତିଶତ ଥିବା ବେଳେ ଛାତ୍ରମାନଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ଅଟେ। ଏହି ବର୍ଷ ଦିଲ୍ଲୀ ଅଞ୍ଚଳରେ ୯୯.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

Read More

ପୁରୀ: ପୁରୀ ବେଳାଭୂମିରେ ମଦ କୁଡିଆ ଯୋଜନା ପ୍ରକଳ୍ପକୁ ପ୍ରତ୍ୟାହାର କରିଦିଆଯାଇଛି। ଏନେଇ ବିରୋଧୀ ଦଳ ବିଜେପି ସମେତ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ। ଗୋଆ ଭଳି ପୁରୀରେ ମଦ କୁଡିଆ ଯୋଜନା ପ୍ରକଳ୍ପ କରିବାକୁ ପର୍ଯ୍ୟଟନ ବିଭାଗ ବିଚାର କରୁଥିଲା। ହେଲେ ବିଜେପି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ପରେ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରିଛି। ପୁରୀ ଏକ ଧାର୍ମିକ ସ୍ଥଳ, ସେଠାରେ ଏଭଳି ମଦ ଭଳି ଅସାମାଜିକ ଜିନିଷକୁ ପ୍ରୋତ୍ସାହନ ନଦେବା ପାଇଁ ରାଜ୍ୟସରକାରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଥିଲା। ତେବେ ଏଭଳି ପ୍ରତିବାଦ ଯୋଗୁଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରିନେଇଛି।

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ବାରା ପ୍ରାଥମିକ ବିଦ୍ୟାଳୟ ଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ…

Read More

ଭୁବନେଶ୍ବର: ଆଜି ଏସଟିଏଫକୁ ଏକ ବଡ ସଫଳତା ମିଳିଛି। ଆଜି ୧ କୋଟି ଟଙ୍କାର ବ୍ରାଉନସୁଗାର ଏସଟିଏଫ ଜବତ କରିଛି। ୧ କେଜି ୪୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପିପିଲି-ନିମାପଡା ଓଭର ବ୍ରିଜ ଉପରେ ବ୍ରାଉନସୁଗାର କାରାବର ପାଇଁ ବେପାରୀଙ୍କ ମଧ୍ୟରେ ବୁଝାବଣା ହେଉଥିଲା। ଏହି ବୁଝାବଣା ବେଳେ ଏସଟିଏଫ ଚଢାଉ କରି ଧଳା ଜହର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଇମିତିଆଜ ଖାନଙ୍କୁ ଏସଟିଏଫ ଗିରଫ କରିବା ସହ ପୁରୀ କୋର୍ଟରେ ହାଜର କରିଛି। ତେବେ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ମୋଟ ୩୫ କେଜି ବ୍ରାଉନସୁଗାର ଏସଟିଏଫ ଜବତ କରିଥିବା ସୂଚନା ରହିଛି।

Read More

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ଆଜି ପ୍ରଧାନ ବିଚାରପତି ଏନ. ରମଣଙ୍କ ବେଞ୍ଚ ଆଗରେ ଏହି ପ୍ରସଙ୍ଗ ଉଠିଥିଲା। ଯାହା ଉପରେ ଆସନ୍ତା ସପ୍ତାହରେ ସେ ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ସଂସଦର ଚଳିତ ମୌସୁମୀ ଅଧିବେଶନ ବାଧାପ୍ରାପ୍ତ ହୋଇଛି। ବିରୋଧୀ ଦଳ ଏହି ଘଟଣାକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ସଂସଦ ଅଧିବେଶନ ଆରମ୍ଭ ହେବାର ସାତ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବିରୋଧୀ ସାଂସଦଙ୍କ ଉତ୍ତେଜନା ଓ ବିରୋଧ ଯୋଗୁଁ ଅଧିକାଂଶ ସମୟ ଗୃହ କାର୍ଯ୍ୟ ବନ୍ଦ ରହୁଛି।

Read More