Author: Samikhsya Bureau

ଧନୁ ରାଶିଫଳ-ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ମୀନ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ ।

Read More

ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ମିଥୁନ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ ।

Read More

କର୍କଟ ରାଶିଫଳ-ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ତୂଳା ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ ।

Read More

ମକର ରାଶିଫଳ-ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। କୁମ୍ଭ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି ।

Read More

ସିଂହ ରାଶିଫଳ-ଆଜି ଏକ ଖୁସିର ଦିନ ହେବ । ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ । ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । କନ୍ୟା ରାଶିଫଳ-ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ ।

Read More

ନୂଆଦିଲ୍ଲୀ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଶିଶୁ ଆଇନ, ୨୦୧୫ଧାରା ୧୦୯ ଅଧୀନରେ କୋଭିଡ-୧୯ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ସୁରକ୍ଷା ନେଇ ବାଲସ୍ୱରାଜ (କୋଭିଡ-କେୟାର) ଲିଙ୍କ”ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି । ଯେଉଁ ପିଲାମାନେ ଯତ୍ନ ଓ ନିରାପତ୍ତା ଆବଶ୍ୟକ କରୁଛନ୍ତି । ସେମାନଙ୍କୁ ଅନଲାଇନରେ ଠାବ କରିବା ସହ ସେମାନଙ୍କ ସୁବିଧା ତଦାରଖ ଉଦ୍ଦେଶ୍ୟରେ ଆୟୋଗଙ୍କ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଛି । କୋଭିଡ-୧୯ ଯୋଗୁଁ ଯେଉଁ ପିଲାମାନେ ସେମାନଙ୍କ ମାତାପିତା ବା ସେମାନଙ୍କ ମଧ୍ୟରେ ଜଣଙ୍କୁ ମଧ୍ୟ ହରାଇଥିବେ ସମ୍ପୃକ୍ତ ଅଧିକାରୀ ବା ବିଭାଗ ସେମାନଙ୍କ ତଥ୍ୟ କୋଭିଡ କେୟାର ଅଧୀନରେ ଅପଲୋଡ କରିପାରିବେ । ଯେଉଁ ପିଲାମାନଙ୍କ ପାରିବାରିକ ସାହାଯ୍ୟ ବା ସେମାନଙ୍କ ଭରଣପୋଷଣ ପାଇଁ କୌଣସି ବିକଳ୍ପ ନାହିଁ ସେ କ୍ଷେତ୍ରରେ ସେମାନେ କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତ ଧାରା ୨ (୧୪)…

Read More

ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାର ବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର କୋଭିଡ ମହାମାରୀର ପ୍ରଭାବିତ ହୋଇଥିବା ପିଲାମାନଙ୍କର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ଲାଭଜନକ ସହାୟତା ଘୋଷଣା କରିଛନ୍ତି। ଏହି ସବୁ ସହାୟତା ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି  ଦେଶର ଭବିଷ୍ୟତ। ସେମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦେଶ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ସେମାନେ ଦୃଢ଼ ନାଗରିକ ଭାବେ ବିକଶିତ ହୋଇପାରିବେ ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇପାରିବେ। ଶିଶୁ ନାମରେ ସ୍ଥାୟୀ ଜମା : ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଏହି ଯୋଜନାରେ ପ୍ରତ୍ୟେକ…

Read More

ନୂଆଦିଲ୍ଲୀ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି। ୧୧ ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ ୩୩,୦୦୦ ଶିଶି ହୋଇଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇଁ ଦୈନିକ ୩,୫୦,୦୦୦ ଶିଶି ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ରେମଡେସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟଗୁଡ଼ିକର ସଂଖ୍ୟା ଗୋଟିଏ ମାସ ମଧ୍ୟରେ ୨୦ରୁ ବୃଦ୍ଧି ୬୦ କରି ଦେଇଛନ୍ତି। ସେ କହିଥିଲେ ଯେ ଏବେ ଦେଶରେ ପର‌୍ୟ୍ୟାପ୍ତ ପରିମାଣରେ ରେମଡେସିଭିର ରହିଛି କାରଣ ଚାହିଦା ତୁଳନାରେ ଯୋଗାଣ ପରିମାଣ ବହୁଗୁଣା ଅଧିକ ରହିଛି। ମାଣ୍ଡଭିୟ କହିଥିଲେ ଯେ ସରକାର ରାଜ୍ୟଗୁଡ଼ିକୁ ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭିର ଉପଲବ୍ଧତା ଉପରେ ଲଗାତାର ନଜର ରଖିବା ନିମନ୍ତେ…

Read More

ଭୁବନେଶ୍ବର, ସାରା ଦେଶରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରସଂଶା ସହିତ ଚର୍ଚ୍ଚା ମଧ୍ୟ ଚାଲିଛି। ତାହା ହେଲା ଯେ, ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ନବୀନ ପଇସାଟିଏ ମଧ୍ୟ ଦାବୀ କଲେ ନାହିଁ। ସାଧାରଣତଃ ବାତ୍ୟା ହେଉ କିମ୍ବା ବନ୍ୟା, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟମାନେ କେନ୍ଦ୍ର ପାଖରେ  କ୍ଷତିପୂରଣ ପାଇଁ ସହାୟତା ରାଶି ଦାବୀ କରିଥାନ୍ତି। ପ୍ରଥମ ଥର ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଏପରି ଜଣେ ବ୍ୟକ୍ତି ଯେ କି ସିଧାସିଧା ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତାର ଆବଶ୍ୟକ ନାହିଁ ବୋଲି କହିଥିଲେ। ତେବେ ସେତେବେଳେ ଏହାର କାରଣ କଣ ବୋଲି ହଠାତ୍ କେହି ଜାଣିପାରିଲେ ନାହିଁ। ଏହାର କିଛି ସମୟ ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଯାହା ଲେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନବୀନ ଟୁଇଟ କରି ଜଣାଇଲେ ଯେ, ବର୍ତ୍ତମାନ ମହାମାରି ନେଇ କେନ୍ଦ୍ର…

Read More

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ବାବାଙ୍କ ସମସ୍ୟା କମିବାର ନାଁ ଧରୁନି। ଇଣ୍ଡିଆନ ମେଡିକାଲ ଆସୋସିଏସନ ପରେ ଏବେ ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କୁ ଲିଗାଲ୍ ନୋଟିସ୍ ପଠାଇଛି। ଏଫଏଆଇଏମଏ କହିଛିକି, ରାମଦେବ ବାବା ଶସ୍ତା ପ୍ରଚାର ପାଇଁ ଏଲୋପ୍ୟାଥିକକୁ ନେଇ ଆଧାର ବିହୀନ ଦାବି ରଖିଛନ୍ତି। ଯାହାକୁ ଆସୋସିଏସନ ନିନ୍ଦା କରୁଛି। ଏହାସହ ଏଲୋପ୍ୟାଥିକକୁ ନେଇ ରଖିଥିବା ଦାବି ଉପରେ ପ୍ରମାଣ ଦେବା ପାଇଁ କହିଛି। ଏବଂ କ୍ଷମା ମାଗିବା ପାଇଁ ରମାଦେବଙ୍କୁ କହିଛି। ନଚେତ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ଯାନୁଷ୍ଠାନ କରିବ ବୋଲି ଆସୋସିଏସନ ଘୋଷଣା କରିଛି। ଉଲ୍ଲେଖ ଯୋଗ୍ୟ ଯେ, କରୋନା ସମୟରେ ଏବେ ଏଲୋପ୍ୟାଥିକ ଏବଂ ଆୟୁର୍ବେଦିକ ମଧ୍ୟରେ ଲଢେଇ ବୃଦ୍ଧି ପାଉଛି। ବାବା ରାମଦେବଙ୍କ ବୟାନ ଏବଂ ନୂଆ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇଏମଏ ଦାବି କରିଛି। ଏହା ଭିତରେ କେତେ ଜଣ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ସବୁବେଳେ ବନ୍ଦ ରହୁଥିବା ଅଭିଯୋଗ ହେଉଛି। ଫଳରେ ରାସନ ସାମଗ୍ରୀ ନମିଳିବାରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଭୋକ ବିକଳରେ ଛଟପଟ ହେଉଛନ୍ତି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଇରୀ ଗ୍ରାମରେ ଏପରି ଏକ ହୃଦୟବିଦାରକ ଦୃଶ୍ୟ ନଜରକୁ ଆସିଛି। ଲକଡଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଅତ୍ୟାବଶ୍ୟକ ଜିନିଷଗୁଡିକୁ ଲୋକଙ୍କ ଘର ନିକଟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅସହାୟ ଏବଂ ଗରିବଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସାନନଇରୀ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏହି ପଞ୍ଚାୟତରେ ଘର ନିକଟରେ ଜରୁରୀ ସାମଗ୍ରୀ ଯୋଗାଇବା ବଦଳରେ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି। ହେଲେ ବଡ ଦୁଃଖର କଥା…

Read More

ନୂଆଦିଲ୍ଲୀ: କୋଭିଡରେ ବାପା ମା’ଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଡ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡରୁ କେନ୍ଦ୍ରର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଅନାଥ ଶିଶୁଙ୍କୁ କେନ୍ଦ୍ର ମାଗଣାରେ ଶିକ୍ଷା ଯୋଗାଇଦେବ। ଏହାସହ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ବିନା ସୁଧରେ ଋଣ ପ୍ରଦାନ କରିବ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଆର୍ଥିକ ସହାୟତା ମିଳିବ। ୧୮ ବର୍ଷ ହେବା ଯାଏଁ ଶିଶୁଙ୍କ ନାଁରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ନେଇ କେନ୍ଦ୍ର ଘୋଷଣା କରିଛି। ୨୩ ବର୍ଷ ପୁରଣ ହେଲେ ଏକସଙ୍ଗେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ।

Read More

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଶେଷ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା। ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍ନା କରିଆସୁଛୁ। ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ।…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଘରେ ଶୋଇଥିବା ବେଳେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁର କାରଣ ଜଣାପଡିନାହିଁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ଗୋଡିପାଟଣା ସାହିର ରବି ପ୍ରଧାନଙ୍କ ୬ ବର୍ଷର ଝିଅ ଇତି ଘରେ ଶୋଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ। କିନ୍ତୁ ମୃତ୍ୟୁର କାରଣ ଏଯାଏଁ ଜଣାପଡିନଥିବା ବେଳେ ଇତିର ବେକରେ ଏକ ସରୁ ଦାଗ ଟିଏ ଦେଖି ଡାକ୍ତର ସନ୍ଦେହ କରିଥିଲେ। ତେଣୁ ସନ୍ଦେହ କରି ପୋଲିସକୁ ଡାକ୍ତର ତୁରନ୍ତ ଖବର ଦେଇଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୮୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ୯୭୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୧ ହଜାର ୯୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୬୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୩୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ମଧ୍ୟ ସାମାନ୍ୟ ଅଛି। ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୫ ଜଣ, ଚିଲିକା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୫୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୬୪, କଟକରୁ ୧୦୫୨, ଯାଜପୁରରୁ ୭୯୧, ସୁନ୍ଦରଗଡରୁ ୬୯୯, ଅନୁଗୁଳରୁ ୬୯୦, ପୁରୀରୁ ୫୬୮, ମୟୂରଭଞ୍ଜରୁ ୫୩୪, ବାଲେଶ୍ବରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡାରୁ ୪୨୧, ବରଗଡରୁ ୩୮୪, ନୟାଗଡରୁ ୩୪୬, ଗଞ୍ଜାମରୁ ୩୧୬, ନବରଙ୍ଗପୁରରୁ ୩୦୨, ଜଗତସିଂହପୁରରୁ ୨୯୪, ବଲାଙ୍ଗୀରିରୁ ୨୯୩, କୋରାପୁଟରୁ ୨୬୪, ରାୟଗଡାରୁ ୧୯୯, କଳାହାଣ୍ଡିରୁ ୧୯୬, ବୌଦ୍ଧରୁ ୧୯୧, ସୋନପୁରରୁ ୧୮୬, କେନ୍ଦୁଝରରୁ ୧୫୧, କେନ୍ଦ୍ରାପଡାରୁ ୧୫୦, ଭଦ୍ରକରୁ ୧୩୨, ଢେଙ୍କାନାଳରୁ ୧୨୭, ଦେବଗଡରୁ ୧୧୭, ନୂଆପଡାରୁ ୧୧୧, ଗଜପତିରୁ ୧୧୦, କନ୍ଧମାଳରୁ ୧୦୨, ମାଲକାନାଗିରିରୁ ଏବଂ ଷ୍ଟେଟ ପୁଲରୁ ୨୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଖଇରାପଲି ଗ୍ରାମରେ। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡିଆନାଳ ଗ୍ରାମର ସହଦେଵ ଶବରଙ୍କ ପୁତ୍ର ପ୍ରଦୀପ ଶବର (୧୫) ତାଙ୍କ ମାଉସୀ ଘର ଖଇରାପଲି ଗ୍ରାମକୁ କିଛି ଦିନ ହେଲା ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ ବଡ ନାଳରେ ଗାଧେଇବାକୁ ଯାଉଥିଲେ। ତେବେ ଗାଧେଇଲା ବେଳେ ଅସାବଧାନତାବଶତଃ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଚିତ୍କାର କରିବା ସହ ସଙ୍ଗେ ସଙ୍ଗେ ତାଙ୍କ ମାଉସୀଙ୍କ ଘରେ ଖବର ଦେଇଥିଲେ। ହେଲେ ସମ୍ପର୍କୀୟ ଲୋକ  ଘଟଣାସ୍ଥଳରେ ପହଁଚିଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ପାଣିରେ…

Read More

ଭୁବନେଶ୍ବର: ସମୁଦ୍ର ଜୁଆର ରୋକିବା ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ସମୁଦ୍ର ତଟରେ ପଥର ବନ୍ଧ ପାଇଁ ଯୋଜନା କରାଯାଇଛି। ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇଛି। ସମୁଦ୍ର ତଟବର୍ତ୍ତୀ ୩୮୦ କିମି ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୧୯୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଇପିଏଲ-୧୪ ର ବାକି ମ୍ୟାଚଗୁଡିକ ୟୁଏଇରେ ଖେଳାଯିବ। ଏନେଇ ବିସିସିଆଇର ବୈଠକରେ ନିଷ୍ପତ୍ତି ହୋଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ହେଲେ କେଉଁ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ, ତାହା ବିସିସିଆଇ ସ୍ପଷ୍ଟ କରିନି। ତେବେ ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବର ମାସରେ ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଇପିଏଲକୁ ପୁଣିଥରେ ଆରମ୍ଭ କରିବା ପାଇଁ ଏସଜିଏମ ବୈଠକରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ନିର୍ଣ୍ଣୟ ନିଆଯାଇଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଠାରେ ଏକ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁରର ସମ୍ବଳ ଅନୁଷ୍ଠାନ ଓ ବ୍ରଜରାଜନଗରର ବାସୁ ଅନୁଷ୍ଠାନ ମିଳିତ ସହଯୋଗରେ ରେଢାଖୋଲ ସାମ୍ବାଦିକ ସଂଘକୁ ଲୋକମାନଙ୍କ ସେବାରେ ୫ଟି ସିଲିଣ୍ଡର, ୨ ଟି ଅକ୍ସିଜେନ୍ କନସେଂଟେର ଏବଂ ୧୦୦୦ ମାସ୍କ ଦିଆଯାଇଛି। ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ମୁଖ୍ୟ ଅତିଥୀ ଭାବେ ଭିଡିଓ କନ୍‌ଫରେସନ୍ ମାଧ୍ୟମରେ ଶୁଭାରାମ୍ଭ କରିଥିଲେ। ରେଢାଖୋଲ ସାମ୍ବାଦିକ ସଂଘର ଏହି ମହତ୍ କାର୍ଯ୍ୟପାଇଁ ବିଧାୟକ ଭୁୟସୀ ପ୍ରଶଂସା କରିଥିଲେ। ରେଢାଖୋଲ ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସ୍‌ଡିପିଓ ହାଡିବନ୍ଧି ସ୍ୱାଇଁ, ଏସ୍‌ଡିଏମ୍‌ଓ ଡ. ରାମକୃଷ୍ନ ପତି, ଏସ୍ ବିଆଇ ବ୍ୟାଙ୍କ ମ୍ୟାନେଜର ଗୋବିନ୍ଦ ଜେନା ଯୋଗଦେଇଥିବା ବେଳେ, ସମ୍ବଳ ଅନୁଷ୍ଠାନର ସଭ୍ୟ ରାମଦାସ ପଣ୍ଡା, ବାସୁ ଟ୍ରଷ୍ଟର ପ୍ରତ୍ୟୁଷ ପଣ୍ଡା, ଏନ୍‌ଏସି ପୂର୍ବ…

Read More