Author: Samikhsya Bureau

କୁମ୍ଭ-ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ। ମୀନ-ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ ।

Read More

ବିଛା-ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ । ଧନୁ-ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ ।

Read More

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲା। ହେଲ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ…

Read More

ନୂଆଦିଲ୍ଲୀ, ଦେଶରେ ଶିଶୁମାନେ କୋଭିଡ଼ ୧୯ ମହାମାରୀରେ ସଂକ୍ରମିତ ହେବା ଏବଂ ନୂତନ ଭାବେ ଏହି ମହାମାରୀ ଯେଉଁଭଳି ସଂକ୍ରମିତ ହେଉଛି ସେଭଳି ସମସ୍ୟାର ସମାଧାନ ନିମନ୍ତେ ଏକ ରାଷ୍ଟ୍ରୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । ଏହି ବିଶେଷଜ୍ଞ ଗୋଷ୍ଠୀ କୋଭିଡ଼ ମହାମାରୀର ମୁକାବିଲା ସକାଶେ ରାଷ୍ଟ୍ରକୁ ପ୍ରସ୍ତୁତ କରିବା ନିମନ୍ତେ ଉପଯୁକ୍ତ ରଣନୀତି ଓ କାର‌୍ୟ୍ୟପନ୍ଥା ନିର୍ଦ୍ଧାରଣ କରିବେ । ଗତ ୪ରୁ ୫ ମାସ ପୂର୍ବେ କୋଭିଡ଼ ମହାମାରୀର ଯେଉଁସବୁ ଲକ୍ଷଣ ନଥିଲା ଏବଂ ନିକଟ ଅତୀତରେ ତାହା ପରିଲକ୍ଷିତ ହେଉଛି ସେ ସଂପର୍କରେ ଏହି ବିଶେଷଜ୍ଞ ଗୋଷ୍ଠୀ ତର୍ଜମା କରିଛନ୍ତି । ଏଥି ନିମନ୍ତେ ଏବେସୁଦ୍ଧା ଉପଲବ୍ଧ ତଥ୍ୟାବଳୀ, କ୍ଲିନିକାଲ୍‍ ପ୍ରୋଫାଇଲ୍‍, ଦେଶ ଏପର‌୍ୟ୍ୟନ୍ତ ଆହରଣ କରିଥିବା ଉପଲବ୍ଧ, ରୋଗର ଗତିବିଧି, ଭୂତାଣର ସ୍ୱାଭାବ ତଥା ଏହା କିଭଳି ମହାମାରୀର ସ୍ୱରୂପ ଧାରଣ କରିଛି ସେ ସଂପର୍କରେ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଛି । ଖୁବ୍‍…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ରାତି ୮.୩୦ ଘଟିକାରେ ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ଚନ୍ଦ୍ରମଣି ପରିଡା (୬୧) ବାଣପୁର ପେଟ୍ରୋଲ ପମ୍ପରୁ ଏକ ବୋତଲରେ ପେଟ୍ରୋଲ ଭର୍ତ୍ତିକରି ଚାଲିଚାଲି ନିଜ ଗ୍ରାମକୁ ଯାଉଥିଲେ। ଠିକ ଏହି ସମୟରେ ଦୃତ ଗତିରେ ଏକ ପଲସର ବାଇକ ( ଗାଡି ନଂ-ଓଡ଼ି- ୦୨- ଏ.ଏକ୍ସ ୬୨୫୧) ଆସି ହଠାତ୍ ଚନ୍ଦ୍ରମଣିଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଉକ୍ତ ବାଇକରେ ତିନି ଜଣ ବସିଥିବାର ସୂଚନା ମିଳିଛି। ଚନ୍ଦ୍ରମଣିଙ୍କ ମସ୍ତିଷ୍କରେ ପ୍ରବଳ ଆଘାତ ଲାଗିବା ସହ ବାମ ଗୋଡ ଏବଂ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଛି। ତେବେ ଦୁର୍ଘଟଣାସ୍ଥଳରେ ଚନ୍ଦ୍ରମଣିଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ହେତୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟଲୋକେ…

Read More

ଭୁବନେଶ୍ଵର: ଓଡିଶାରେ ଯୁକ୍ତ ୨ ପରୀକ୍ଷା ହେବ କି ନାହିଁ, ଆସନ୍ତାକାଲି ଘୋଷଣା ହୋଇପାରେ। ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନେଇ ବୈଠକ ହେବା ସମ୍ଭାବନା ରହିଛି। ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ନେଇ ରାଜ୍ୟ ସରାକର ଆସନ୍ତାକାଲି ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଥିଲା।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣା ନାମକ ଜଣେ ବ୍ୟକ୍ତିଙ୍କ ଅଦିନରେ ମୃତ୍ୟୁ ହେବାପରେ ତିନି ସନ୍ତାନକୁ ନେଇ ବିଧବା ତପରଣା ଦୁର୍ଦ୍ଦିନରେ ଦିନ କାଟୁଥିଲେ। ତିନି ଛୁଆକୁ ନେଇ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଥିଲା। କରୋନା ଜନିତ କଟକଣା ଯୋଗୁଁ ଦୟନୀୟ ସ୍ଥିତିରେ ପରିବାର ଚଳୁଥିବା ବେଳେ ଖବର ପାଇ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତି ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ସହେଯାଗର ହାତ ବଢାଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଚିବ ମହେଶ ସାହୁଙ୍କ ନେତୃତ୍ୱରେ ୟୁସୁଫ ପୋପାଟିଆ, ମିଥୁନ ପଣ୍ଡା, ସଂପୂର୍ଣ୍ଣ ନାଏକ, କାଳିଆ ନାଏକ ପ୍ରମୂଖ କଳିଆକୁଣ୍ଡଳ ଯାଇ ଅସହାୟ ତପରଣା ର ପରିବାରକୁ ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦେବାକୁ ଭିଡିଓ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂକ୍ରମଣର ଅଧା। ଚିହ୍ନଟ ହୋଇଥିବା ୨୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୧ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୪ ଜଣ, ଚିଲିକା ବ୍ଲକରୁ ୧୬ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମା’ଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍‌ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍‌ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ। ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍‌…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୮୫୯, କଟକରୁ ୧୧୧୫, ଅନୁଗୁଳରୁ ୭୨୯, ସୁନ୍ଦରଗଡରୁ ୮୪୦, ମୟୂରଭଞ୍ଜରୁ ୬୪୨, କଳାହାଣ୍ଡିରୁ ୬୫୯, ବରଗଡରୁ ୪୫୦, ପୁରୀରୁ ୪୨୭, ସମ୍ବଲପୁରରୁ ୩୭୪, ବାଲେଶ୍ବରରୁ ୩୨୮, କେନ୍ଦ୍ରାପଡାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡାରୁ ୩୦୧, କୋରାପୁଟରୁ ୨୭୬, ବୌଦ୍ଧରୁ ୨୪୧, ଜଗତସିଂହପୁରରୁ ୧୯୦,  ଗଞ୍ଜାମରୁ ୧୮୦, ବଲାଙ୍ଗୀରିରୁ ୧୬୧, ରାୟଗଡାରୁ ୧୫୯, ଭଦ୍ରକରୁ ୧୫୧, ଢେଙ୍କାନାଳରୁ ୧୩୮, ଯାଜପୁରରୁ ୧୩୦, ନୟାଗଡରୁ ୧୨୫, ସୋନପୁରରୁ ୧୨୪, କେନ୍ଦୁଝରରୁ ୧୧୫, କନ୍ଧମାଳରୁ ୧୦୦, ଦେବଗଡରୁ ୯୭, ମାଲକାନାଗିରିରୁ ୮୪, ନୂଆପଡାରୁ ୬୭, ଗଜପତିରୁ ୬୫  ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। କରୋନା ସଂକ୍ରମଣକୁ ଦେଖି ଦ୍ଵାଦଶ ପରୀକ୍ଷାକୁ ରଦ୍ଦ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ମଧ୍ୟ କେନ୍ଦ୍ର ସରକାର ବାତିଲ କରିଥିଲା।

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କରୋନାରେ ଅନାଥ ଓ ବିଧବା ହୋଇଥିବା ପୀଡ଼ିତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ୧୫ ଦିନ ଭିତରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପୀଡିତଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ବ୍ଲାକ ଫଙ୍ଗସ ନିରାକରଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରେସ୍ ଏକାଡ଼େମୀର ୨୬ତମ ବାର୍ଷିକ ଉତ୍ସବ ଏକାଡ଼େମୀର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ବହୁ ବାଧାବିଘ୍ନ ଓ ପ୍ରତିକୂଳ ବ୍ୟବସ୍ଥାରେ ଦେଶର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ରାଜ୍ୟମାନଙ୍କ ଭଳି କର୍ମଜୀବୀ ସାମ୍ବାଦିକମାନଙ୍କୁ ମାସିକ ଦଶ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା କରାଯିବା ଆବଶ୍ୟବ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିବା ଜଣାଯାଇଛି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ମୃତ୍ୟୁବରଣ କରୁଥିବା ସମ୍ବାଦିକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ…

Read More

ଲକ୍ଷ୍ନୌ: ଦେଶରେ ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଛି। କେନ୍ଦ୍ର ସରକାର ଉପରେ ଏନେଇ ଅନେକ ରାଜ୍ୟ ସରକାର ଚାପ ପକାଉଛନ୍ତି। ଅନେକ ରାଜ୍ୟ ସରକାର ଟୀକାର ଅଭାବ ଯୋଗୁଁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କିଛି ରାଜ୍ୟରେ ଟୀକା ଦେବା ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାରଣ ସୃଷ୍ଟି ହୋଇଛି। ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନକୁ ବଡ ପରିଶ୍ରମ କରିବାକୁ ପଡୁଛି। ଲୋକଙ୍କୁ ସଚେତନ କରିବା ପରେ ମଧ୍ୟ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନେକ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଲୋକେ ଦୌଡି ପଳାଇଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ସେଥିପାଇଁ ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନ ପକ୍ଷରୁ କେଉଁଠି ୫ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯାଉଛି ତ କେଉଁଠି କଟକଣା ମଧ୍ୟ ଲଗାଯାଉଛି। ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏହି ରାଜ୍ୟର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାର ୭୫୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୫ ହଜାର ୨୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୧୭୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୪୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: କରୋନା ଟୀକା ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକା ମିଳିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିଶ୍ଵରେ ଟୀକା ଉତ୍ପାଦନ କରୁଥିବା ୫ ଟି ଦେଶ ମଧ୍ୟରେ ଭାରତ ଗୋଟିଏ ଦେଶ। ଭାରତରେ ଟୀକା ଉତ୍ପାଦନ ହେଉଥିବାରୁ ଟୀକା ଉପଲବ୍ଧ ହେବାରେ ଅସୁବିଧା ରହିବ ନାହିଁ। ଜୁଲାଇ ଏବଂ ଅଗଷ୍ଟ ମାସ ବେଳକୁ ଦେଶରେ ପ୍ରଚୁର ପରିମାଣର ଟୀକା ଉତ୍ପାଦନ ହେଉଥିବ। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ତେଣୁ ସମସ୍ତଙ୍କୁ ଟୀକା ଦେବାକୁ ସମୟ ଲାଗିବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଟୀକାକରଣକୁ ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ବର ମହାନଗର ଅଞ୍ଚଳରେ ଟୀକା ନେବା ପାଇଁ ଆଜି ସନ୍ଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। ୧୮ ରୁ ୧୪ ବର୍ଷ ବୟସ୍କଙ୍କ ୨ ୟ ଡୋଜ ଟୀକା ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ଏହି ବର୍ଗର ବୟସ୍କଙ୍କ ପାଇଁ ୧ ଲକ୍ଷ ଟୀକା ଆସିବା ପରେ ବିଏମସି ସ୍ଲଟ୍ ବୁକିଂ ପାଇଁ କହିଛି। ଆଜି ଓଡିଶାକୁ ୫୦ ହଜାର କୋଭିଶିଲ୍ଡ ଏବଂ ୫୦ ହଜାର କୋଭାକ୍ସିନ ଟିକା ଆସୁଛି।

Read More

ଲକ୍ଷ୍ମୌ, ବାହା ବେଦି ପାଖରେ ବ୍ଲାଙ୍କ ଫାଇରିଂ। ସେ ପୁଣି କେହି ନୁହେଁ ନିଜ ବାହାଘରରେ ନିଜେ କନ୍ୟା କରିଛି ଏହି ଫାଇରିଂ। ବେଦୀ ଉପରକୁ ଯିବା ପୂର୍ବରୁ କନ୍ୟା କରିଛି ଏହି ଫାଇରିଂ। ଆଶ୍ଚର୍ଯ୍ୟର କଥା ସେହି ପାଖରେ ସମସ୍ତେ ଥିଲେ ମଧ୍ୟ କେହି ପାଟି ଫିଟାଇଲେ ନାହିଁ। ଏପରିକି ନିଜେ ବର ମଧ୍ୟ ନିଜ ଭାବି ସ୍ତ୍ରୀଙ୍କର ଏପରି କାରନାମା ଦେଖି ଖୁସି ହେଉଥିଲେ, ହେଲେ ତାଗିଦ କଲେ ନାହିଁ। ଏହିପରି ଘଟଣା ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ଜେଠୱାଡା ଅଞ୍ଚଳରେ ଘଟିଛି । ଗତକାଲି ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ୟା ବେଦୀକୁ ଆସିବା ବେଳେ ଷ୍ଟେଜ ପାଖରେ ଛିଡାହୋଇ ଲାଇସ୍ସେନସ ପ୍ରାପ୍ତ ପିସ୍ତଲଟି ପାଖ ଲୋକଠାରୁ ଆଣିଲେ। ତାପରେ ହାତ ଉପରକୁ କରି ଫାଇରିଂ କଲେ। ଫାଇରିଂ କରିବା ପରେ କନ୍ୟା ଷ୍ଟେଜ ଉପରକୁ ଚଢିଥିଲେ। ଷ୍ଟେଜ ଉପରେ ଥିବା ବର କନ୍ୟାର ହାତ…

Read More

ଭୁବନେଶ୍ବର: ଆଜି ଓଡିଶାକୁ ଆଉ ୧ ଲକ୍ଷ ଟୀକା ଡୋଜ ଆସିବ। ଆଜି ୫୦ ହଜାର କୋଭାକ୍ସିନ ଏବଂ ୫୦ ହଜାର କୋଭିଶିଲ୍ଡ ଟୀକା ଓଡିଶାରେ ପହଞ୍ଚିବ। ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ। ଏସବୁ ଟୀକା ଡୋଜ ଓଡିଶାକୁ କେନ୍ଦ୍ର ସରକାର ଦେଉଛି। ତେବେ ଜୁନ୍ ୭ ତାରିଖ ସୁଦ୍ଧା ୨୬,୦୦୦ ଡୋଜ୍ କୋଭାକ୍ସିନ ରାଜ୍ୟ ସରକାର କିଣିବାକୁ ଥିବା ବେଳେ ଜୁନ୍ ୯ ସୁଦ୍ଧା ୨,୨୭,୭୫୦ ଡୋଜ କୋଭିଶିଲ୍ଡ ଟିକା କିଣିବାକୁ ଯାଉଛନ୍ତି।

Read More

ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।

Read More

ନୂଆଦିଲ୍ଲୀ: ଦୁଇ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି। ତେବେ ଚଳିତ ବର୍ଷ ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Read More