ନୂଆଦିଲ୍ଲୀ: ଟୀକାକୁ ନେଇ ଏକ ଭଲ ଖବର ମିଳିଛି। ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କ ପ୍ରତି କରୋନା ଘାତକ ହୋଇପାରୁନି। ଉଭୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ସଂକ୍ରମଣ ହେଉଥିଲେ ମଧ୍ୟ ଜୀବନ ପରାଇ ବିପଦ ସୃଷ୍ଟି କରୁନାହିଁ। ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଦୁଇଟି ଦୋଜ ଟୀକା ନେଉଥିବା ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉନାହିଁ। ଏପ୍ରିଲ-ମଇ ମାସରେ ଏମ୍ସର ବ୍ରେକ୍ ଥ୍ରୁ ଜିନୋମ ସିକ୍ଵେନ୍ସି ଗବେଷଣାରୁ ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ମୋଟ ୬୩ ଜଣଙ୍କୁ ନେଇ ଏମ୍ସ ସର୍ବେକ୍ଷଣ କରିଥିଲା। ୬୩ ଜଣଙ୍କ ମଧ୍ୟରୁ ୩୬ ଜଣ ଦୁଇଟି ଡୋଜ ନେଇଥିଲା ବେଳେ ୨୭ ଜଣ ପ୍ରଥମ ଡୋଜ ଟୀକା ନେଇଥିଲେ। ତେବେ ମୋଟ ୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ ଟୀକା ନେଇଥିବା ବେଳେ ୧୦ ଜଣ କୋଭିସିଲ୍ଡ ଟୀକା ନେଇଥିଲେ। ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ଵର ହୋଇଥିଲେ ମଧ୍ୟ ସମସ୍ତେ…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୬୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୯୬୬, ଖୋର୍ଦ୍ଧାରୁ ୭୪୭, ସୁନ୍ଦରଗଡରୁ ୭୨୧, ବାଲେଶ୍ବରରୁ ୫୦୮, ଯାଜପୁରରୁ ୪୦୬, ବରଗଡରୁ ୪୦୦, କଟକରୁ ୩୯୭, ନବରଙ୍ଗପୁରରୁ ୩୨୭, ସମ୍ବଲପୁରରୁ ୩୧୭, ବୌଦ୍ଧରୁ ୨୫୦, କଳାହାଣ୍ଡିରୁ ୨୩୮, କୋରାପୁଟରୁ ୨୨୨, ଭଦ୍ରକରୁ ୨୦୪, ଜଗତସିଂହପୁରରୁ ୨୦୩, ରାୟଗଡାରୁ ୧୬୧, ସୋନପୁରରୁ ୧୬୦, ଗଞ୍ଜାମରୁ ୧୫୫, ଢେଙ୍କାନାଳରୁ ୧୪୨, ନୟାଗଡରୁ ୧୩୬, ବଲାଙ୍ଗୀରିରୁ ୧୨୭, ମାଲକାନାଗିରିରୁ ୧୧୧, ପୁରୀରୁ ୧୧୦, କନ୍ଧମାଳରୁ ୯୯, କେନ୍ଦ୍ରାପଡାରୁ ୭୫, ଗଜପତିରୁ ୭୧, ନୂଆପଡାରୁ ୭୦, ଝାରସୁଗୁଡାରୁ ୬୩, ଦେବଗଡରୁ ୫୫, କେନ୍ଦୁଝରରୁ ୫୨, ମୟୂରଭଞ୍ଜରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭…
ଭୁବନେଶ୍ୱର: ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ। ଏହି ଦିବସ ଦର୍ଶାଇଥାଏ ଯେ “କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ରହିଥାଏ”। ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ଫାଉଣ୍ଡେସନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ “କର୍କଟ ରୋଗ ସହ ବଞ୍ଚିଥିବା ଜଣେ ବ୍ୟକ୍ତି- ରୋଗ ଚିହ୍ନଟ ହେବା କ୍ଷଣ ଠାରୁ ବାକି ଥିବା ଜୀବନ ପର୍ଯ୍ୟନ୍ତ” ବୋଲି ବ୍ୟାଖ୍ୟା କରେ। ଯେକୌଣସି ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହେବା ସେହି ବ୍ୟକ୍ତି ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ଭୟଙ୍କର ଅଟେ। ଭୁବନେଶ୍ୱର ସମ ହସ୍ପିଟାଲରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ଡାକ୍ତର ସରୋଜ ପଣ୍ଡାଙ୍କ ଅନୁସାରେ, “ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ ରହିଥାଏ। ବିକଶିତ ରାଷ୍ଟ୍ର ଗୁଡ଼ିକରେ ଶିଶୁ ମାନଙ୍କ ମଧ୍ୟରେ ଦେଖା ଯାଉଥିବା କର୍କଟ ରୋଗରେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଏବଂ ଏନଏସିର କିଛି ଗ୍ରାମରେ ଆସନ୍ତାକାଲି ରବିବାର ଠାରୁ ଶୁକ୍ରବାର (ଛଅ) ଦିନ ପର୍ଯ୍ୟନ୍ତ ଦୈନିକ ସକାଳ ୭ ରୁ ମଧ୍ୟାହ୍ନ ୧୨ ଯାଏଁ (ପାଞ୍ଚ ଘଣ୍ଟା) ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ୧୧ କେଭି ତାର ମରାମତି ନିମନ୍ତେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିସିଓଡ଼ିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ମଠପଟଣା ଗ୍ରାମରୁ ରଙ୍କନାଥପାଟଣା ଗ୍ରାମ ଯାଏଁ ଯାଇଥିବା ବିଦ୍ୟୁତ କନେକ୍ସନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ତେବେ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଥିବା ଗ୍ରାମଗୁଡିକ ହେଲା ସୁନାକେରା, ବାଲିପଦର, ରଙ୍କନାଥପାଟଣା, ନୂଆଗାଁ, ଦାସଘରସାହି, ତେନ୍ତୁଳିଡିହ ଏବଂ ଭୀମପୁର। ସେଥିପାଇଁ ସମ୍ପୃକ୍ତ ଗ୍ରାମଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଆଜି ଉକ୍ତ ସୂଚନା ଦିଆଯାଇଥିବାର ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଛି। ଏହି ଭୁତାଣୁ ଦାୟୁରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା ସେମାନେ ମଧ୍ୟ ଏହି ଭୂତାଣୁର ପ୍ରକୋପରେ ଆସି ମୃତ୍ୟୁବରଣ କରୁଛନ୍ତି। କରୋନାର ଦ୍ଵିତୀୟ ଲହରୀରେ ଦେଶର ୬୦୦ ରୁ ଊର୍ଦ୍ଧ୍ଵ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡିଛି। ଭାରତୀୟ ଚିକିତ୍ସା ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି। ସର୍ବାଧିକ ଦିଲ୍ଲୀରେ ୧୦୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୭ ଜଣ, ଉତ୍ତରପ୍ରଦେଶରେ ୭୯ ଜଣ, ଝାଡଖଣ୍ଡରେ ୩୯ ଜଣ, ଆନ୍ଧ୍ରପ୍ରଦେଶରେ ୩୫ ଜଣ, ତେଲେଙ୍ଗନାରେ ୩୪ ଜଣ, ଗୁଜୁରାଟରେ ୩୭ ଜଣ, ପଶ୍ଚିମବଙ୍ଗରେ ୩୦ ଜଣ ଏବଂ ମାହାରାଷ୍ଟ୍ରରେ ୨୩ ଜଣ ଡାକ୍ତର କରୋନା ଯୁଦ୍ଧରେ ହାରିଯାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହରୀରେ ମୋଟ ୭୪୮…
ଭୂବନେଶ୍ଵର: ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ ଅବସରରେ ଏକ ଅନ୍ ଲାଇନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷାରେ ସମାନ୍ତରାଳ ଭାବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ପ୍ରତିଯୋଗୀ ‘ନବୋଦ୍ୟମ, ସୃଜନା, ସଂରକ୍ଷଣ: ପରିବେଶ ଦିବସର ଗୁରୁତ୍ଵ’ ବିଷୟରେ ମନ୍ତବ୍ୟ ରଖି ଥିଲେ। କୋଭିଡ -୧୯ ମହାମାରୀ ପରିବେଶ ସୁରକ୍ଷାର ଗୁରୁତ୍ଵକୁ ସାରା ପୃଥିବୀରେ ଆଗ ଅପେକ୍ଷା ବହୁଗୁଣ ବଢାଇ ଦେଇଛି। ଅନେକେ ସେମାନଙ୍କ ବକ୍ତବ୍ୟ ଏଇ ଚେତାବନୀ ସହିତ ସମାପ୍ତ କରିଛନ୍ତି, “ସମସ୍ତେ ଯେହେତୁ ଯୋଡ଼ା, ପ୍ରକୃତି ଓ ପରିବେଶର ଉପେକ୍ଷା ଅର୍ଥାତ୍ ମଣିଷର ସମୂଳ ବିନାଶ”। ଡ. ଚକ୍ରଧର ପାତ୍ର, ଡ. ଶୁଭପ୍ରଦ ଦାଶ, ଶୁଭମ୍ ଆଚାର୍ଯ୍ୟ, ଅଜୟ କର୍ଣ୍ଣ, ଦିବ୍ୟ ରଞ୍ଜନ ଦଳାଇ, ଡ. ଅଂଶୁମାନ ଜେନା ଓ ସରୋଜ କୁମାର ମହାନ୍ତି ବିଚାରକ ଥିଲେ ଓ ଏନଏସଏସ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୨ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୮ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ, ଚିଲିକା ବ୍ଲକରୁ ୧୫ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ…
ଭୁବନେଶ୍ବର, ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନ୍ରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ କରାଇଛନ୍ତି ବି ଏମ୍ ସି ନର୍ଥ ଜୋନ୍ । ସ୍ଥାନୀୟ ନିଳାଦ୍ରୀବିହାର ତାରିଣୀ ମାର୍କେଟ୍ରେ ଥିବା ପରିବା ଏବଂ ମାଛ, ମାଂସ ବ୍ୟବସାୟୀ ମାନଙ୍କର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଆରମ୍ଭରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ କୋଭିଡ଼୍ ପରୀକ୍ଷଣର ଉପାଦେୟତା ବାବଦରେ ବୁଝାଇଥିଲେ । ପରୀକ୍ଷଣରୁ କୋଭିଡ଼୍ ପଜିଟିଭ୍ ବାହାରିଲେ ସେମାନଙ୍କର ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ସରକାରଙ୍କ ବ୍ୟବସ୍ଥାରେ କରାଯିବ, ତେଣୁ ସ୍ୱେଚ୍ଛାକୃତ ଭାବେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା । ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି, ତେଣୁ ତାଙ୍କର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୯୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ହଜାର ୯୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୦ ହଜାର ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ହଜାର ୪୬୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୫୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର, ଆଜି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ସମ୍ପୃକ୍ତ ଜୋନାଲ୍ ଡ଼େପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଏହି ଟିକାକରଣ ବିଭିନ୍ନ ଏସୟୁଏଚ୍ ରେ ଆରମ୍ଭ କରାଯାଇଛି । ଆରମ୍ଭ ହୋଇଥିବା ଏସୟୁଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥ ଜୋନ୍), ଭୀମ୍ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍) । ବି ଏମ୍ ସି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି ଏବଂ ସମସ୍ତ ଏସ୍ ୟୁ ଏଚ୍ ରେ ଏହି ଟିକାକରଣ କରାଯିବ ବୋଲି କହିଛନ୍ତି କର୍ତୃପକ୍ଷ । ସମାଜର ବିଭିନ୍ନ ବର୍ଗଙ୍କୁ ଆମେ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । କେବଳ ଟିକାକରଣ ନୁହେଁ କୋଭିଡ଼୍…
ଭୁବନେଶ୍ୱର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିଥିଲେ। ତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା ତାଙ୍କର ଏକ ପ୍ରକାରର ପ୍ରଳାପ। ବିଜେପି ନେତ୍ରୀଙ୍କ ପାଇଁ ଏହି ଏସ୍ଡିଜ ହେଉଛି ‘ସବୁ ଡାହା ଗପ’।ଏପରି ଅଭିଯୋଗ କରିଛି ବିଜେଡି। ଏହି ରିପୋର୍ଟକୁ ନେଇ ରାଜନୀତିକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ । ଡ. ପଟ୍ଟନାୟକ କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଅପଚେଷ୍ଟା କରିଥିଲେ ବି ଏଥିରେ ସେ ଗୁରୁତର ଭାବରେ ଅସଫଳ ହୋଇଛନ୍ତି । ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍ସିନ ଟିକା ନେଲାପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ…
ସୀତାରାମ ଅଗ୍ରୱାଲ ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଚ୍ଚ ନ୍ୟାୟଳୟଙ୍କ ଆଦେଶକୁ ପୂରଣ କରିବା ପାଇଁ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛି। ପୂର୍ବରୁ ତିନି ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଇଥିବାବେଳେ ଆଜି ପୁଣି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟିଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ଉକ୍ତ ଉଚ୍ଛେଦ ଅଭିଯାନ ଜାରି ରହିଥିଲା। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ଖୋର୍ଦ୍ଧା…
ନୂଆଦିଲ୍ଲୀ: ଟୁଇଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ବିବାଦ କମିବାରେ ନାଁ ନେଉନାହିଁ। ନୂଆ ଡିଜିଟାଲ ନିୟମ ତୁରନ୍ତ ଲାଗୁ କରିବା ଲାଗି ଟୁଇଟରକୁ କେନ୍ଦ୍ର ସରକାର କହିଛି। ନଚେତ ଏହାର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଟୁଇଟରକୁ କେନ୍ଦ୍ର ସରକାର ଚେତାବନୀ ଦେଇଛି। ଉଲ୍ଲେଖ ଯୋଗ୍ୟ ଯେ, ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଥିଲା। କିଛି ସମୟ ପରେ ପୁନଶ୍ଚ ବ୍ଲୁ ଟିକ୍ କୁ ଫେରାଇଦେଇଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ସମେତ ତିନି ଜଣ ବଡ ନେତାଙ୍କ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଛି। ଯାହାଫଳରେ କେନ୍ଦ୍ର ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢି ଯାଇଛି। ତେବେ ଏହାକୁ ନେଇ କେନ୍ଦ୍ର ସରକାର ଚେତାବନୀ ଦେବା ପରେ ସଂଘ ନେତାମାନଙ୍କର ବ୍ଲୁ ଟିକ୍ କୁ ଟୁଇଟର ପୁନଶ୍ଚ ଫେରାଇଦେଇଛି।
ଆଜି ରଥ ଖଳା ଠାରେ, ଅର ନିର୍ମାଣ ଓ ପଇ କାମ ସହ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ସମୁଦାୟ ୨୯ ଟି ଚକ କାର୍ଯ୍ୟ ଶେଷ ହୋଇଛି ।
ଭୁବନେଶ୍ବର: ଆସନ୍ତା ସୋମବାରରୁ ରାଜଧାନୀ ଭୁବନେଶ୍ବରରେ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ ହେବ। ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ଉଭୟ ପ୍ରଥମ ଓ ଦ୍ଵିତୀୟ ଡୋଜ ଟୀକା ଦେବା ଉପରେ ଗୁରୁତ୍ଵ ଦିଆଯିବ। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। କରୋନା ଦ୍ଵିତୀୟ ଲହର ଯୋଗୁଁ ଦିଲ୍ଲୀରେ କଟକଣା ଲଗାଇବାକୁ ପଡିଥିଲା। ଏବେ ଦିଲ୍ଲୀ ସରକାର ଧୀରେ ଧୀରେ ଅନ-ଲକ ପ୍ରକ୍ରିୟାକୁ ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀରେ ଏବେ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଖୋଲାଯିବ। ସକାଳ ୧୦ ଟାରୁ ରାତି ୮ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କିନ୍ତୁ ଜରୁରୀ ସେବାରେ ଥିବା ଦୋକାନଗୁଡିକପାଇଁ ଅଡ-ଇଭେନ କାର୍ଯ୍ୟକାରୀ ହେବନାହିଁ। ଏହା ସହିତ ମେଟ୍ରୋ ସେବା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ ସରକାର। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ସେବା ଚାଲିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳନ ହେବା ସହିତ ବୃକ୍ଷରୋପଣ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ମହମ୍ମଦ ଶାହା ଫୟଜଲ୍ ଓ ଝିଲିଲିନା ନାୟକ ଏବଂ ଫରେଷ୍ଟ ରେଞ୍ଜ ଅଫିସର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ପାରାଲିଗାଲ୍ ସ୍ୱେଚ୍ଛାସେବୀ ଅବନିକାନ୍ତ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତି ସରକାରଙ୍କ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରିଥିଲେ।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଉପ ରାଷ୍ଟ୍ରପତି ଭେଙ୍କେୟା ନାୟଡୁ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇବା ପରେ ବିବାଦ ଆହୁରି ଘନୀଭୂତ ହୋଇଛି। କିନ୍ତୁ ଉପରାଷ୍ଟ୍ରପତିଙ୍କ ମାମଲାରେ ଟ୍ବିଟର କିଛି ସମୟ ପରେ ୟୁ-ଟର୍ନ ନେଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ପୁଣି ଥରେ ଫେରିଆସିଛି। ତେବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି। ସ୍ଵୟଂ ସେବକ ମୋହନ ଭାଗବତ, ସୁରେଶ ଯୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀଙ୍କ ସହ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୫୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ବରଗଡ, ଓ ଦେବଗଡ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୨୪…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୦ ହଜାର ୫୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୩୮୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୫ ଲକ୍ଷ ୫୫ ହଜାର ୨୪୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୫ ଦିନ ଭିତରେ ଏନେଇ ଏକ ବିଶେଷଜ୍ଞ ଟିମ ଗଠନ ହେବ। ବିଶେଷଜ୍ଞ କମିଟିରେ ବିଶିଷ୍ଠ ଶିକ୍ଷାବିତ ଓ ସିଏଚଏସଇ କର୍ତ୍ତୁପକ୍ଷ ରହିବେ। ସିବିଏସଇ କିଭଳି ଭାବେ ଦ୍ଵାଦଶ ପରୀକ୍ଷା ମୂଲ୍ୟାୟନ କରୁଛି, ତାହା ଉପରେ ତର୍ଜମା କରି ବିଶେଷଜ୍ଞ କମିଟି ନିଷ୍ପତ୍ତି ନେବ। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।

