Author: Samikhsya Bureau

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିରାଟ କୋହିଲୀଙ୍କ ନେତୃତ୍ଵରେ ଗଠିତ ଟିମ ଏବେ ମୁମ୍ବାଇର ଏକ ହୋଟେଲରେ କ୍ଵାରେଣ୍ଟିନରେ ଅଛନ୍ତି। ଖେଳାଳିମାନେ ସେଠାରେ ବ୍ୟାୟାମ କରି ପ୍ରଚୁର ଝାଳ ବୁହାଉଛନ୍ତି। ଯାହାର ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସୁଛି। ଏହା ଭିତରେ ଫାଇନାଲ ମୁକାବିଲାରେ ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜର୍ସି ଫଟୋକୁ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ସେୟାର କରିଛନ୍ତି। ଟୁଇଟ କରି ରବୀନ୍ଦ୍ର ଜାଡ଼େଜା ଏହି ନୂଆ ଜର୍ସିର ଫଟୋକୁ ଖେଳାପ୍ରେମୀମାନଙ୍କୁ ଦେଖାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥେମ୍ପଟନ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଜୁନ ୨ ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବେ। ତେବେ…

Read More

ଭୁବନେଶ୍ବର: ଓଡିଶା ସରକାର ୫ ହଜାର ୨-ଡିଜି ପାଉଚ ମଗାଇଛନ୍ତି। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ହଜାର ୨-ଡିଜି ପାଉଚ ମଗାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ଡିଆରଡିଓ ଏବଂ ଡକ୍ଟର ରେଡ୍ଡୀ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରୁଛନ୍ତି। ଏହା ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ଦାବି କରାଯାଉଛି। ତେବେ ଏହି ଔଷଧ ଜୁନ ୧୦ ତାରିଖ ପରେ ଓଡିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Read More

ଭୁବନେଶ୍ବର: ଜୁନ ୧ ତାରିଖରୁ ଉଚ୍ଚ ଶିକ୍ଷା ଅନଲାଇନ କ୍ଳାସ ଆରମ୍ଭ ହେବ। ଜୁନ ୧ ତାରିଖରୁ କଲେଜ, ବିଶ୍ୱବିଦ୍ୟାଳୟରେ ଅନଲାଇନ କ୍ଳାସ ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଅନଲାଇନ କ୍ଳାସ ଆରମ୍ଭ ହେବ। କରୋନା ଯୋଗୁଁ ଏବେ ପିଲାମାନେ ଏକାଠି ବସି ଶ୍ରେଣୀ ଗୃହରେ ପାଠ ପଢିପାରିବେ ନାହିଁ। ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଲେଜ ହଷ୍ଟେଲ ବନ୍ଦ ରହିବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ୟୁଜିସି ସୂଚନା ଦେବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ।

Read More

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରୀପରିଷଦର ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ ଟା ୩୦ ମିନିଟରେ ମନ୍ତ୍ରୀପରିଷଦ ବୈଠକ ବସିବ। ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବ। କରୋନା ଲଢେଇ ଏବଂ ବାତ୍ୟାର କ୍ଷୟକ୍ଷତି ନେଇ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।

Read More

ଭୁବନେଶ୍ବର, ଓଡିଶାର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। ସେ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ। 81 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ କିଛି ଦିନ ତଳେ କରୋନା ପଜେଟିଭ ଚିହ୍ନଟ ହୋଇ ହୋମ କ୍ବାରଣ୍ଟାଇନରେ ଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ଘଟିଛି। ଓଡିଆ ସାମ୍ବାଦିକ ଜଗତରେ ଦୀର୍ଘ ବର୍ଷ ଧରି ନିଜର କଲମ ଚାଳନା କରିଛନ୍ତି ବସନ୍ତ ଦାସ। ବିଭିନ୍ନ ଦୈନିକରେ କାମ କରିବା ସହିତ କେତେକ ପୁସ୍ତକ ରଚନା ମଧ୍ୟ କରିଛନ୍ତି। ସେ ମଧ୍ୟରେ ରହିଛି ‘ପଲଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା’ ଏବଂ ‘ଯେ ଦେଶ ଯାଇ ସେଫଳ ଖାଇ’ ପ୍ରଭୃତି ରହିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ରାୟଗଡା ଜିଲ୍ଲାରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, ଝାରସୁଗୁଡା, ସୁନ୍ଦରଗଡ ଏବଂ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ବୌଦ୍ଧ, ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ସମ୍ବଲପୁର, ସୋନପୁର ଏବଂ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୪୭ ହଜାର ୧୩୩…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୨ ହଜାର ୫୧୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୧ ଲକ୍ଷ ୭୮ ହଜାର ୧୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୨ ଲକ୍ଷ ୨୮ ହଜାର ୭୨୪ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୬୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୪୭ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୭ ହଜାର ୨୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୫୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୩୪ ଜଣ, କଟକ ଜିଲ୍ଲାରୁ ୬୯୦, ଅନୁଗୁଳ ଜିଲ୍ଲାରୁ ୫୧୫…

Read More

ଚେନ୍ନାଇ, ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୃ ଶ୍ରୀଜଗନ୍ନାଥ, ପ୍ରଭୃ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଷ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି। 2001 ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Read More

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେ ପଟେ ‘ୟାସ୍‌’ ସାମୁଦ୍ରିକ ବାତ୍ୟାର ଭୟାବହତା ଏବଂ ଅପର ପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ବାତ୍ୟା ‘ୟାସ୍‌’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ବିଭାଗର ଡିଏସ୍‌ଡବ୍ଲୁ୍ୟଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ…

Read More

ମେଷ: – ଆଜି, ଆପଣ ନିଜ ଘରେ ଏବଂ କାର୍ଯ୍ୟକ୍ଷେତ୍ରରେ ଏକ ଉତ୍ତମ ପରିବେଶରେ ବାସ କରି ବହୁତ ଖୁସି ହେବେ। ସ୍ୱାସ୍ଥ୍ୟ ଭଲ ହେବ। ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି। କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ପରିବାରରେ ଆନନ୍ଦର ବାତାବରଣ ରହିବ। ମା’ଙ୍କଠାରୁ ଲାଭ ମିଳିବ। ଆଜି ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ, ଯେଉଁଥିପାଇଁ ଉତ୍ସାହର ଅଭାବ ରହିବ। ଏହାର ପ୍ରଭାବ ବାଣିଜ୍ୟିକ କ୍ଷେତ୍ରରେ ଦେଖାଯିବ ଏବଂ ଏହା ସମସ୍ୟା ସୃଷ୍ଟି କରିପାରେ। ଉଚ୍ଚ ପଦାଧିକାରୀଙ୍କ ଆଚରଣ ଆପଣଙ୍କ ପ୍ରତି ନକାରାତ୍ମକ ହେବ। ପିଲାମାନଙ୍କ ସହିତ ମଧ୍ୟ ମତ ପାର୍ଥକ୍ୟ ହୋଇପାରେ। ଆଜି କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖିବା ଲାଭଦାୟକ ହେବ। ମିଥୁନ: – ଆଜି ଆପଣଙ୍କୁ କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ…

Read More

ତୂଳା :- ଆଜି ଆପଣଙ୍କର ବହୁତ ଭାବନା ରହିବ, ଯେଉଁ କାରଣରୁ କାହାର ଶବ୍ଦ କିମ୍ବା ଆଚରଣ ଦ୍ୱାରା ଆଘାତ ପାଇପାରନ୍ତି। ମାତାର ସ୍ୱାସ୍ଥ୍ୟ ଖରାପ ହେତୁ ବହୁତ ବିବ୍ରତ ହେବେ । ଆପଣଙ୍କର ଆତ୍ମ ସମ୍ମାନ ଆଘାତ ପାଇପାରେ । ଦୋଷତ୍ରୁଟି ଅନୁଭବ କରିବେ । ଖାଦ୍ୟ ଏବଂ ଶୋଇବାରେ ଅନିୟମିତତା ହେବ । ମୀନ : – ଆଜି, ଆପଣ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଏବଂ ଲାଭ ପାଇବେ। ଲକ୍ଷ୍ମୀଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ପୁରୁଣା ସାଙ୍ଗମାନଙ୍କ ସହିତ ଆପଣ ଦିନକୁ ଉପଭୋଗ କରିବେ। ଏକ ଭ୍ରମଣ ଯାଇପାରନ୍ତି । ଆଜି ପତ୍ନୀ ଏବଂ ପିଲାମାନଙ୍କ ସହିତ ଭଲ ସମୟ କଟାନ୍ତୁ ।

Read More

ମେଷ: – ଆଜି, ଆପଣ ନିଜ ଘରେ ଏବଂ କାର୍ଯ୍ୟକ୍ଷେତ୍ରରେ ଏକ ଉତ୍ତମ ପରିବେଶରେ ବାସ କରି ବହୁତ ଖୁସି ହେବେ। ସ୍ୱାସ୍ଥ୍ୟ ଭଲ ହେବ। ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି। କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। କର୍କଟ : – ଆଜି ଦୈନନ୍ଦିନ କାର୍ଯ୍ୟ ସହିତ, ଆପଣ ମନୋରଞ୍ଜନ ଏବଂ ସଭାରେ ସମୟ ବିତାଇବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ପାଇବେ ଏବଂ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବେ। ଆପଣ ବିପରୀତ ଲିଙ୍ଗ ସାଙ୍ଗମାନଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ।

Read More

ମକର : – ଆଜି ଆପଣଙ୍କର ବନ୍ଧୁ, ପରିବାର ସହିତ ଆପଣଙ୍କ ଦିନ ବହୁତ ଭଲ ହେବ । ସେମାନଙ୍କଠାରୁ ଉପହାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିବ । ଭ୍ରମଣ ପାଇଁ ଏକ କାର୍ଯ୍ୟକ୍ରମ ହେବ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପାଇବାର ସୁଯୋଗ ମିଳିବ। ଆଜି ଭଲ ଖବର ପାଇବେ ଏବଂ ଆର୍ଥିକ ଲାଭ ମଧ୍ୟ ଉପଲବ୍ଧ ହେବ । କୁମ୍ଭ: – ଆଜି ଆପଣଙ୍କୁ କୋର୍ଟ ମାମଲା ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ମନରେ ଅସ୍ଥିରତା ରହିବ ଏବଂ ବିଭିନ୍ନ ଚିନ୍ତା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବକ୍ତବ୍ୟ ଏବଂ ଆଚରଣରେ ନିଜକୁ ସଂଯମ କରିବା ଆବଶ୍ୟକ, ନଚେତ୍ କାହା ସହିତ କଳହ ହୋଇପାରେ ।

Read More

ବିଛା : – ଆଜି ଆପଣ ଆପଣଙ୍କର ଚିନ୍ତାରୁ ବହୁତ ଆରାମ ପାଇବେ । ଆଜି ବହୁତ ଭାବପ୍ରବଣ ଏବଂ ସମ୍ବେଦନଶୀଳ ହେବ, ଯେଉଁଥିପାଇଁ ତୁମର କଳ୍ପନା ଏବଂ ସୃଜନଶୀଳତା ଉତ୍ପନ୍ନ ହେବ । ଆପଣ ଆଜି ସାହିତ୍ୟ ଲେଖା ଏବଂ କଳା କ୍ଷେତ୍ରରେ ସହଯୋଗ କରିବାକୁ ସମର୍ଥ ହେବେ । ଧନୁ : – ଆଜି ପ୍ରାରମ୍ଭରେ ଅସୁବିଧା ହୋଇପାରେ, ଆପଣଙ୍କର ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ହେବ ଏବଂ ଯାହା ବହୁତ ଖୁସି କରିବ । ଆର୍ଥିକ ଯୋଜନା ହେତୁ, ଆପଣଙ୍କର ଅନେକ ଅସୁବିଧା କମିବା ଆରମ୍ଭ କରିବ ।

Read More

ସିଂହ : – କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଜି ସର୍ବୋତ୍ତମ ଦିନ। ଆପଣ କରିଥିବା କାର୍ଯ୍ୟ ଦ୍ୱାରା ଆପଣ ଖ୍ୟାତି ପାଇବେ । ପରିବାରରେ ଏକ ଆନ୍ତରିକ ପରିବେଶ ରହିବ। ଶରୀର ଏବଂ ମନ ସହିତ ତୁମେ ସତେଜତା ଏବଂ ଆନନ୍ଦ ଅନୁଭବ କରିବ । କନ୍ୟା:- ଆଜି ଆପଣଙ୍କର କଳ୍ପନା ଶକ୍ତି ପୁରା ଭଲ ରହିବ । ସାହିତ୍ୟ ସୃଷ୍ଟି ପାଇଁ ଆଜି ଏକ ଭଲ ଦିନ। ଛାତ୍ରମାନେ ଶିକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବେ । ଭାବପ୍ରବଣତା ଏବଂ ଯୌନତା ଆପଣଙ୍କ ପ୍ରକୃତିରେ ଅଧିକ ରହିବ ।

Read More

ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ, ଯେଉଁଥିପାଇଁ ଉତ୍ସାହର ଅଭାବ ରହିବ। ଏହାର ପ୍ରଭାବ ବାଣିଜ୍ୟିକ କ୍ଷେତ୍ରରେ ଦେଖାଯିବ ଏବଂ ଏହା ସମସ୍ୟା ସୃଷ୍ଟି କରିପାରେ। ମିଥୁନ: – ଆଜି ଆପଣଙ୍କୁ କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରତିକ୍ରିୟାଶୀଳ ହେବାକୁ ପରାମର୍ଶ ଦିଆଯାଇଛି । କଫ ଏବଂ ପେଟ ସମ୍ବନ୍ଧୀୟ ରୋଗ ଆପଣଙ୍କୁ କଷ୍ଟ ଦେଇପାରେ। ସମ୍ଭବ ହେଲେ ଅସ୍ତ୍ରୋପଚାର ପରି ବଡ଼ ମାମଲା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।

Read More

ଭୁବନେଶ୍ବର, କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ଏ ନେଇ ପୂର୍ବତଟ ରେଳପଥ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ତିବ୍ର ଗତିରେ ସଂକ୍ରମଣ ହେଉଥିବାରେ ରେଳବାଇ ଏହି ନିଷ୍ପତି ନେଇଛି।

Read More

ଭୁବନେଶ୍ବର, କୋଭିଡ଼୧୯ ସକରାତ୍ମକ ମାମଲାଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଖରାପ ପୃଷ୍ଠପୋଷକତା ପାଇଁ ଉଭୟ ଦିଗରୁ 10 ଜୁନ୍, 2021 ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ ପହିଲା ଠାରୁ ୧୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ 01. 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ପେଶାଲ୍ବିଶେଷ ଟ୍ରେନ 02. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ 03. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ 04. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ 05. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ 06. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ଜୁନ ପହିଲା ଠାରୁ ୧୧ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ ● 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ 1 ରୁ 10 ଜୁନ୍ ଏବଂ ରାୟପୁରରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ । ●…

Read More

ଭୁବନେଶ୍ବର, ଅନୁଗୁଳ ଜିଲ୍ଲାର ଜୀ ଓଡିଶା ନ୍ୟୁଜ ଚ୍ୟାନେଲର ପ୍ରତିନିଧୀ ତଥା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କୁ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ରହି ଅନୁଗୁଳରେ ଚିକିତ୍ସା ହେଉଥିଲେ। ହେଲେ ଗତକାଲି ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ତାଙ୍କର ଅବସ୍ଥା ସାଂଘାତିକ ହୋଇପଡିଥିଲା। ଫଳରେ ଆଜି ସକାଳେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 29 ବର୍ଷ ବୟସ ହୋଇଥିଲା। ରଘୁନାଥ ଅନୁଗୁଳ ଜିଲ୍ଲା ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ଉଚ୍ଚ କୋଟିର ଉପସ୍ଥାପନା ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା। ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ସାମ୍ବାଦିକଙ୍କ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏଥିସହିତ ଜିଲ୍ଲା ବିଜେପି ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ 11 ହଜାର 954 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ 1338, ସୁନ୍ଦରଗଡରୁ 994, କଟକରୁ 831, ଅନୁଗୁଳରୁ 797, ଯାଜପୁରରୁ 756, ସମ୍ବଲପୁରରୁ 702, ମୟୂରଭଞ୍ଜରୁ 545, ପୁରୀରୁ 424, ଭଦ୍ରକରୁ 420, ନୟାଗଡରୁ 419, ନବରଙ୍ଗପୁରରୁ 410, ବାଲେଶ୍ବରରୁ 408, ଜଗତସିଂହପୁରରୁ 330, ରାୟଗଡାରୁ ୨୨୭, କଳାହାଣ୍ଡିରୁ 296, ବଲାଙ୍ଗୀରିରୁ 294, ଝାରସୁଗୁଡାରୁ 292, କୋରାପୁଟରୁ 258, ବରଗଡ 307, କେନ୍ଦୁଝରରୁ 244, ସୋନପୁରରୁ 220, ଗଞ୍ଜାମରୁ 218, କେନ୍ଦ୍ରାପଡାରୁ 193, ଢେଙ୍କାନାଳରୁ 175, ନୂଆପଡାରୁ 123, ବୌଦ୍ଧରୁ 113,  ଦେବଗଡରୁ 104, କନ୍ଧମାଳରୁ 101, ମାଲକାନଗିରିରୁ 84, ଗଜପତିରୁ 64 ଏବଂ ଷ୍ଟେଟ ପୁଲରୁ 242 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ 6…

Read More