ନୟାଗଡ/ଚାନ୍ଦପୁର: ଆଜି ଜଣେ କୁଖ୍ୟାତ ଖଣି ମାଫିଆ ପୋଲିସ ହାତରେ ଧରାପଡ଼ିଛି। ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ହାତରେ ଅମରେନ୍ଦ୍ର ନାମକ ଖଣି ମାଫିଆ ଧରା ପଡିଛି। ଅମରେନ୍ଦ୍ର ଦୀର୍ଘ ଦିନ ହେଲା ପୋଲିସ ଆଖିରେ ଧୂଳି ଦେଇ ଲୁଚିରହିଥିଲା। ସେ ତିନିରୁ ଉର୍ଦ୍ଧ୍ଵ ବେଆଇନ ଖଣି ମାମଲାରେ ଜଡିତ ଅଛି। ପୂର୍ବରୁ ତାଙ୍କ ନାମରେ ଚାନ୍ଦପୁର ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୬୦/୨୧ରେ ଅମରେନ୍ଦ୍ର ଗିରଫ ହୋଇଛି। ତେବେ ତାଙ୍କର ଗିରଫ ହେବାପରେ ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବେଆଇନ ମାଙ୍କଡାପଥର ଚୋରାଚାଲାଣ ବହୁ ମାତ୍ରାରେ କମିଯିବ ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଜନୈକ ଯୁବକ ନିଜେ ଆତ୍ମହତ୍ୟା କରିଛି। ଭାଉଜକୁ ବଞ୍ଚାଇବା ପାଇଁ ଆସିଥିବା ନିଜ ଭଉଣୀକୁ ମଧ୍ୟ ଯୁବକଜଣଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଅନ୍ତର୍ଗତ ବିଜାନଗର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସ ସୂଚନା ମୁତାବକ, ବିଜାନଗର ଗାଁର ସନ୍ତୋଷ ରେକୱାର (୩୫) ନାମକ ଯୁବକ ଜଣଙ୍କ ତାଙ୍କ ପତ୍ନୀ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଭାଉଜକୁ ରକ୍ଷା କରିବାକୁ ଆସିଥିବା ଆରତୀ ଭାଇ ସନ୍ତୋଷକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ଆରତୀ ମଧ୍ୟ ନିଜ ଭାଇର ଆକ୍ରମଣର ଶିକାର ହୋଇଥିଲା। ଧାରୁଆ ଅସ୍ତ୍ରରେ ଆକ୍ରମଣ ଦ୍ଵାରା ପତ୍ନୀ ସରସ୍ଵତୀର ମୃତ୍ୟୁ ହେବା ପରେ ସନ୍ତୋଷ ମଧ୍ୟ ଉକ୍ତ ଅସ୍ତ୍ର ଦ୍ଵାରା ନିଜକୁ କ୍ଷତବିକ୍ଷତ କରିଥିଲା। ଯାହାଫଳରେ ସନ୍ତୋଷର ମଧ୍ୟ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ସ୍ତ୍ରୀର ମୃତ…
ଭୁବନେଶ୍ୱର: ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍ର ଶଲ୍ୟ ଚିକିତ୍ସକ। ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ଥିବା ଜଣାପଡ଼ିଥିଲା। ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ୱାରା ଏହି ଟ୍ରୁମରକୁ ଚିହ୍ନଟ କରିଥିଲେ। ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ…
ଭୁବନେଶ୍ବର, ଗତ ଦୁଇଦିନ ଭିତରେ ଉପକୂଳ ଜିଲ୍ଲାରେ ବାତ୍ୟା ୟଶ୍ ବେଶ ତାଣ୍ଡବ ସୃଷ୍ଟି କରିଦେଇଛି। ବହୁ ଗ୍ରାମ ପାଣି ଘେରରେ ରହିଥିବା ବେଳେ ଚାଷଜମି ଉଜୁଡି ଯାଇଛି। ଏପରି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସାତ ଦିନ ପାଇଁ ରିଲଫ ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହାପରେ ସେ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇଛି। ମେହୁଲକୁ ସିଧା ଭାରତକୁ ହସ୍ତାନ୍ତର କରାଯାଉ ବୋଲି ଆଣ୍ଟିଗୁଆ ଏବଂ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ନିର୍ଦ୍ଦେଶ ଦେଇଛନ୍ତି। ହୀରା ବ୍ୟବସାୟୀ ଚୋକସି ୨୦୧୭ରେ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲା। ଏବଂ ସେ ୨୦୧୮ରୁ ଆଣ୍ଟିଗୁଆ ଏବଂ ବାରବୁଡାରେ ରହି ଆସୁଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କାର ଲୋନ ନେଇ ବିଦେଶ ଚାଲିଯାଇଥିଲା।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୩ ଲକ୍ଷ ୬୯ ହଜାର ୯୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୩୩ ହଜାର ୮୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୪ ଲକ୍ଷ ୧୯ ହଜାର ୯୦୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୧୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୨୩ ହଜାର…
ଭୁବନେଶ୍ବର, ରାଜ୍ୟର ସମସ୍ତ ଜିଲ୍ଲାର ନୂଆ କରୋନା ରିପୋର୍ଟ ତଥ୍ୟ ଆସିଛି। ଏଥର ତଥ୍ୟ ଏକ ଭିନ୍ନ ପ୍ରକାରର ହୋଇଛି। କାରଣ ସବୁବେଳେ କରୋନା ଆକ୍ରାନ୍ତରେ ସର୍ବାଧିକ ରହୁଥିବା ଖୋର୍ଦ୍ଧା ଜିଲ୍ଲା 3ୟକୁ ଖସିଯାଇଛି। ସେହିପରି କଟକ ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ନୂଆ ତଥ୍ୟ ଅନୁସାରେ ଅନୁଗୁଳରେ ସର୍ବାଧିକ 788 ଜଣ, ସୁନ୍ଦରଗଡରେ 720 ଜଣ ଏବଂ ଖୋର୍ଦ୍ଧାରେ 517 ଜଣ ଚିହ୍ନଟ ହୋଇଛନ୍ତି। ତେବେ ହଠାତ ଏପରି ଖସିବାର କାରଣ ହେଉଛି ଉପକୂଳ ଓଡିଶାର ଲୋକେ ବାତ୍ୟା ପାଇଁ କରୋନା ପରୀକ୍ଷା କରିପାରି ନ ଥିଲେ। ସେଥିପାଇଁ ପଜେଟିଭ ସଂଖ୍ୟା ଏପରି ହ୍ରାସ ପାଇଲା ବୋଲି କୁହାଯାଉଛି। 1. Angul: 788 2. Sundargarh: 720 3. Khurda: 517 4. Bargarh: 405 5. Jajpur: 374 6. Cuttack: 362 7. Sambalpur: 309 8. Nawarangpur: 282 9. Puri: 265…
ଭୁବନେଶ୍ବର, ନୂଆ କରୋନା ତଥ୍ୟ ଅନୁସାରେ ରାଜ୍ୟରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଅଧା କମିଯାଇଛି। ସୂଚନା ଓ ଲୋକ ସଂପର୍କର ତଥ୍ୟ ଅନୁସାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି 6 ହଜାର 7 ଶହ 36।ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 3 ହଜାର 774 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 2 ହଜାର 9 ଶହ 62 ରହିଛି। ତେବେ ଗତ କିଛି ଦନ ଧରି ଓଡିଶାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାରରୁ 12 ହଜାର ଭିତରେ ରହୁଥିଲା। ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ଏପରି କମିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ କାରଣରେ କୁହାଯାଇଛି ଯେ, ବାତ୍ୟା ପାଇଁ ରାଜ୍ୟର ଉପକୂଳ ଓଡିଶାରେ ଲୋକେ କରୋନା ପରୀକ୍ଷା କରିପାରି ନ ଥିଲେ। ଫଳରେ ଏହି ସଂଖ୍ୟା ଏପରି ହ୍ରାସ ପାଇଛି ବୋଲି ଜଣାପଡିଛି।
ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ। ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ। କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ…
ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ।
ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ। ବିଛା : – ଆଜି ଯେ କୌଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଦ୍ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଏକ ଋଣ ନେବାକୁ ପଡିପାରେ। ପରିବାରକୁ କେହି ଭେଟିବାରେ ଅସନ୍ତୋଷ ଦେଖାଦେଇପାରେ। ନିଜ ସାଥୀଙ୍କ ସହିତ ବିବାଦ କରନ୍ତୁ ନାହିଁ ।
କୁମ୍ଭ : – ଆଜି ଆପଣଙ୍କୁ ନିଜକୁ ଠିକ୍ ପ୍ରମାଣ କରିବାକୁ ପଡିବ। ଅଧ୍ୟୟନ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୈଣସି ଆଶ୍ଚର୍ଯ୍ୟଜନକ ଖବର ମିଳିପାରିବ। ରାଜ୍ୟ ସହାୟତା ପାଇବା ଦ୍ୱାରା କାର୍ଯ୍ୟ ସମାପ୍ତ ହେବ ଏବଂ ଲାଭ ସୁଯୋଗ ମିଳିବ। ମୀନ : – ଆଜି ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ପରିବାର ସହିତ ବିବାଦ କର ନାହିଁ । କାହାକୁ ଋଣ ଦିଅ ନାହିଁ । ଅତ୍ୟଧିକ ଆତ୍ମବିଶ୍ୱାସ ଅପରିଚିତ ଲୋକଙ୍କୁ କ୍ଷତି ପହଞ୍ଚାଇବ, ସର୍ବୋତ୍ତମ ଫଳାଫଳ ପାଇଁ ଧର୍ଯ୍ୟବାନ ହୁଅନ୍ତୁ ।
ଧନୁ : – ଆଜି କଥାରେ ରାଗିବା ଭଲ କଥା ନୁହେଁ। ଠିକ୍ ସମୟରେ ପରିଚାଳନା କରିବା ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ ହେବ। ଉଲ୍ଲେଖନୀୟ ପୁନରୁଦ୍ଧାର ଉଦ୍ୟମ ସଫଳ ହେବ। ମକର : – ଆଜି ଆପଣ ନିତ୍ୟ ବ୍ୟବହାର୍ଯ୍ୟ ପରିବର୍ତ୍ତନରୁ ଆରାମ ପାଇବେ। ସମସ୍ତଙ୍କୁ ବ୍ୟକ୍ତିଗତ ସମସ୍ୟା ପ୍ରକାଶ କରନ୍ତୁ ନାହିଁ । ନିର୍ମାଣ କାର୍ଯ୍ୟର ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ। ଏକ ସାଧାରଣ ସମାରୋହରେ ସମ୍ମାନ ମିଳିପାରିବ।
କନ୍ୟା : – ଆଜି ସମୟର ଅପବ୍ୟବହାର କରାଯାଉଛି। ଆଚରଣ ଏବଂ ଦୈନ୍ୟନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ଜରୁରୀ । ଟଙ୍କା ମିଳିବାର ସମ୍ବାବନା ହେବ। ଆପଣ ଆଜି ଭଲ ଖବର ପାଇବେ। ଚୋରି ଇତ୍ୟାଦିରୁ କ୍ଷତି ସମ୍ଭବ। ତୂଳା: – ଆଜି ଭୁଲିଯିବାର ଅଭ୍ୟାସ ହେତୁ, ଆପଣ ଆପଣଙ୍କର ପ୍ରିୟ ଲୋକଙ୍କ କ୍ରୋଧ ବହନ କରିବାକୁ ପଡିବ। ବିଦେଶ ଯିବାର ସୁଯୋଗ ରହିବ। ବ୍ୟବସାୟିକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛୁକ ହେବେ।
କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ। ବିଲଡିଂ ଜମି କାର୍ଯ୍ୟରେ ଆଇନଗତ ପ୍ରତିବନ୍ଧକ ଆସିବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ସିଂହ : – ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ଚିନ୍ତା ହେବେ। ପରିବାର ଆପଣଙ୍କ ଭାବନାକୁ ଅଣଦେଖା କରିବ। ପିତାମାତାମାନଙ୍କ ସହିତ ସମୟ ଅତିବାହିତ ହେବ। ଚାକିରିରେ ପ୍ରୟାସ ସଫଳ ହେବ। କର୍ମକ୍ଷେତ୍ରରେ ଆରାମ ମିଳିପାରେ।
କଟକ, ଓଡିଶା ପୋଲିସରେ ଖାଲିଥିବା 48ଟି ଏସପିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହି ସବୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ ମାସ 19 ତାରିଖ। ଏହାପରେ ଜୁନ୍ 26 ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ପୋଲିସ ତରଫରୁ କୁହାଯାଇଛି। ତେବେ ଏହିସବୁ ପଦବୀ ପାଇଁ କେବଳ ଅବସର ପ୍ରାପ୍ତ ସମାରିକ କର୍ମଚାରୀମାନେ ଆବେଦନ କରିପାରିବେ। ଏ ସଂପର୍କରେ ସବିଶେଷ ତଥ୍ୟ ଆବେଦନକାରୀମାନେ ୱେବସାଇଟ- www.odishapolice.gov.in ରୁ ପାଇପାରିବେ
ଭୁବନେଶ୍ୱର, ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ବୈଷୟକ ଯୋଗ୍ୟତା, ଅନୁଭୂତି ରହିଛି, ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ସମସ୍ତ ଜିଲ୍ଲାପାଳଙ୍କୁ ଏସବୁ ସାମଗ୍ରୀ ନିଗମ ମାଧ୍ୟମରେ ଯୋଗାଇ ଦେବା ପାଇଁ ଜଣାଇ ଦିଆଯାଇଛି। ଏହା ବ୍ୟତୀତ ଆବଶ୍ୟକୀୟ ସିଭିଲ୍ ଓ ବିଦ୍ୟୁତିକରଣ କାମ, ଆଇସିୟୁ ଶଯ୍ୟା, ଅମ୍ଳଜାନ ପାଇପଲାଇନ୍, ଡିଜି ସେଟ୍ ଇତ୍ୟାଦି ଡାକ୍ତରୀ ଓ ଅଣଡାକ୍ତରୀ ସରଞ୍ଜାମ ପାଇଁ ଜିଲ୍ଲାପାଳମାନେ ସିଧାସଳଖ ସ୍ଥାନୀୟ ବ୍ୟବସ୍ଥା ଅନୁସାରେ କ୍ରୟ ଓ ଯୋଗାଡ଼ କରିବେ ।…
ଭୁବନେଶ୍ବର, ଆଜି ସକାଳ ପ୍ରାୟ ୯ ଟା ରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା ସୁଦ୍ଧା ବାତ୍ୟା ସଂପୂର୍ଣ୍ଣ ରୂପେ ସ୍ଥଳଭାଗ ସ୍ପର୍ଶ କରିଥିଲା । ଏହି ସମୟରେ ବାଲେଶ୍ୱର ସଦର, ରେମୁଣା, ନୀଳଗିରିରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୩୦-୧୪୦ କି.ମି. ରହିଥିଲା । ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଏହା ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କି.ମି. ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବାତ୍ୟା ସଂପର୍କରେ ଅବଗତ କରିବା ସମୟରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋଇଛି…
ଭୁବନେଶ୍ବର, ଆଜି ସଂଧ୍ୟାରୁ ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ଥରେ ଉଡାଣ ଆରମ୍ଭ ହୋଇଛି। ବାତ୍ୟା ୟଶ୍ ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଉଡାଣ ଗତକାଲି ରାତିରୁ ସ୍ଥଗିତ ରଖାଯାଇଥିଲା। ଆଜି ସଂଧ୍ୟା 7ଟାରୁ ଏହି ଉଡାଣ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବାତ୍ୟା ୟଶ ଓଡିଶାର ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳ ପବନ ସହିତ ବର୍ଷା ଆଶଙ୍କା ଥିବାରୁ ଏହି ବିମାନ ସେବା ସ୍ଥଗିତ ରଖାଯାଇଥିଲା। ଭୁବନେଶ୍ବର ସହିତ କୋଲକାତା ବିମାନ ବନ୍ଦର ଉଡାଣକୁ ମଧ୍ୟ ସ୍ଥାଗିତ ରଖାଯାଇଥିଲା। ତେବେ ଉଭୟ ସ୍ଥାନରୁ ଏହି ଉଡାଣ ଆଜି ସଂଧ୍ୟାରୁ ଆରମ୍ଭ କରାଯାଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ବାତ୍ୟା ୟାସର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ (Community Organizations) NDRF, ODRF ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

