Author: Samikhsya Bureau

ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ୧୨୮ ଟି ଗାଁର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୪ ଘଣ୍ଟା ଭିତରେ କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତାର ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ଵାଭାବିକ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ଲାଗି ପ୍ରଶାସନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପୋଲିସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୬୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୨୭, କଟକରୁ ୯୩୬, ସୁନ୍ଦରଗଡରୁ ୮୩୦, ଯାଜପୁରରୁ ୭୫୪, ଅନୁଗୁଳରୁ ୫୦୩, ସମ୍ବଲପୁରରୁ ୪୯୪, ପୁରୀରୁ ୪୭୨, ଭଦ୍ରକରୁ ୪୪୨, ମୟୂରଭଞ୍ଜରୁ ୪୩୮, ବରଗଡ ୩୯୫, ବାଲେଶ୍ବରରୁ ୩୫୪, ଝାରସୁଗୁଡାରୁ ୩୪୦, ବଲାଙ୍ଗୀରିରୁ ୨୮୯, ନବରଙ୍ଗପୁରରୁ ୨୭୧, କୋରାପୁଟରୁ ୨୭୦, ନୟାଗଡରୁ ୨୬୫, ଢେଙ୍କାନାଳରୁ ୨୬୩, ସୋନପୁରରୁ ୨୫୪, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୪୧, ନୂଆପଡାରୁ ୨୧୮, ଜଗତସିଂହପୁରରୁ ୧୯୯, ରାୟଗଡାରୁ ୧୬୯, କେନ୍ଦୁଝରରୁ ୧୬୭, କେନ୍ଦ୍ରାପଡାରୁ ୧୫୩, କଳାହାଣ୍ଡିରୁ ୧୨୩, ଦେବଗଡରୁ ୧୦୬, କନ୍ଧମାଳରୁ ୮୧, ଗଜପତିରୁ ୭୦, ମାଲକାନଗିରିରୁ ୬୯ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ହଜାର ୮୮୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୮ ହଜାର ୮୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୬୯୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଅଣାୟତ୍ତ ଅବସ୍ଥାରେ ଅଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ସଂକ୍ରମଣ କମିବାର ନାଁ ଧରୁନାହିଁ।  ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ୩୦ ପ୍ରତିଶତ ଅଧିକ। ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୫୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୨ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୬୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨…

Read More

ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଯୋଗଗୁରୁ ରାମଦେବ ବାବାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରିବା ପାଇଁ ଦାବି କରାଯାଇଛି। ରାମଦେବ ବାବାଙ୍କ ପକ୍ଷରୁ କରୋନା ଟୀକାକୁ ନେଇ ଭ୍ରମ ଏବଂ ଭୁଲ ବୟାନ ଦେଇଥିବାର ଆଇଏମଏ ଅଭିଯୋଗ କରିଛି। ଏହାସହ ଏଲୋପ୍ୟାଥି ଏବଂ ଡାକ୍ତରଙ୍କ ବିରୋଧରେ ସେ ବିବାଦିତ ବୟାନ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇଏମଏ ଦାବି କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଇଏମଏ ଚିଠି ଲେଖି ଦାବି କରିଛି।

Read More

ମୁମ୍ବାଇ: କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଆହୁରି ଅନେକ ଲୋକ ଏହି ମାହାମାରୀରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏହାପରେ ମଧ୍ୟ କେତେ ଲୋକ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦିବା ଟୀକାକରଣ ପ୍ରକ୍ରିୟାରେ ମହାରାଷ୍ଟ୍ର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି, ତଥାପି ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ୩.୬୯ ପ୍ରତିଶତ ଲୋକଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇଛି। ହିଙ୍ଗୋଲି, ପାଲଘର, ନନ୍ଦୁରବାର, ପରଭନୀ, ଜଲଗାଁଓ, ଗଢଚିରେଲିରେ ୩ ପ୍ରତିଶତରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି। ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଟୀକା ବାବଦରେ ଲୋକଙ୍କୁ ସଚେତନ କରାଯାଉଛି। ଏପରି ଲୋକଙ୍କୁ ଟୀକା ଦେବା ପାଇଁ ବୀମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଫର ମଧ୍ୟ ଘୋଷଣା କରାଯାଉଛି।…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮ ହଜାର ୯୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୧ ଲକ୍ଷ ୫୭ ହଜାର ୭୯୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୧ ହଜାର ୩୮୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୫୦ ହଜାର ୭୧୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୪ ଲକ୍ଷ ୯୫ ହଜାର ୫୯୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୮୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଝାରସୁଗୁଡା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର, ନୟାଗଡ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…

Read More

ଭୁବନେଶ୍ବର, ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଘଣ୍ଟାଏ ମଧ୍ୟରେ ଏହା ରେମୁଣା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଧାମରାରୁ ମାତ୍ର 80 କିଲୋମଟିର ଦୂରରେ ରହିଛି। ତେବେ ଲ୍ୟାଣ୍ଡଫଲ ପୂର୍ବରୁ ୟଶ୍ ର ତାଣ୍ଡବ ଆରମ୍ଭ ହୋଇଯାଇଛି। ବିଶେଷ କରି ଧାମରା, ପାରାଦ୍ବୀପ, ବାଲେଶ୍ବର ଭଦ୍ରକ ପ୍ରଭୃତି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଲ୍ୟାଣ୍ଡଫଳ ବେଳେ ଏହାର ଗତି ଆହୁରି ତୀବ୍ର ରହିବ। ସେତେବେଳେ ଘଣ୍ଟାକୁ ପ୍ରାୟ 155 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ୟଶ ଆଜି ସକାଳୁ ତାହାର ତାଣ୍ଡବ ଆରମ୍ଭ କରିଦେଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚାଳଛପର ଘର ଭାଙ୍ଗିବା ସହିତ ରାସ୍ତାଘାଟରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପ୍ରବଳ ପବନ ସତ୍ବେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିସେବା କର୍ମଚାରୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ମହାବାତ୍ୟା ‘ୟଶ’ ର ମୁକାବିଲା ପାଇଁ ଭାରତୀୟ ନୌସେନା ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ନାଭାଲ ଅଫିସର ଇନଚାର୍ଜ(ଓଡିଶା) ଏନ. ପି ପ୍ରଦୀପ ଆଜି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆଈଏନଏସ ଚିଲିକା ବାତ୍ୟା ‘ୟଶ’ରେ ଓଡିଶାର ବେସାମରିକ ନାଗରିକମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ହଜାର ହଜାର ଜନସାଧାରଣଙ୍କ ନିମନ୍ତେ ପାଣି ଏବଂ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ସଜାଗ ଅଛି ଆଈଏନଏସ ଚିଲିକା। ତତ ସହିତ ନାଗରିକମାନଙ୍କୁ ରିଲିଫ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନାର ବିଭିନ୍ନ ଟିମ ପ୍ରସ୍ତୁତ ହୋଇସାରିଛି। ଓଡିଶା ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆଈଏନଏସ ଚିଲିକା ତାର ସେବା କାର୍ଯ୍ୟ ଆରମ୍ଭ କରିଦେବ। ଗତ ମଇ ୨୪ ତାରିଖରୁ ଭାରତୀୟ ନୌସେନା ଓଡ଼ିଶା ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପର୍କରେ ଅଛି। ଏଥି ନିମନ୍ତେ ଆଈଏନଏସ ଚିଲିକାରେ…

Read More

ଭୁବନେଶ୍ବର, ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡିଆସିବାରେ ଲାଗିଛି ବାତ୍ୟା ୟଶ୍। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଯଶ ବର୍ତ୍ତମାନ ଧାମରା 40 କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ବର ଓ ଦୀଘାରୁ 80 କିଲୋମିଟର ଦୂରରେ ରହିଛି। ପୂର୍ବରୁ ଆଶା କରାଯାଉଥିଲା ଯେ,ଯଶ୍ ଆଜି ସକଳା 9 ଟା ସୁଦ୍ଧା ସ୍ଥଳଭାଗ ଛୁଇଁବ। ହେଲେ ସେଥିରେ ଟିକିଏ ଡେରି ହୋଇଛି। ବର୍ତ୍ତମାନ ଅନୁମାନ କରାଯାଉଛି ଯେ, ୟଶ୍ ଆଜି ଦିନ 11 ଟା ସୁଦ୍ଧା ଧାମରାର ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଗତ 6 ଘଣ୍ଟାର ଆକଳନ ଅନୁସାରେ ୟଶ୍ ବାତ୍ୟା ଘଣ୍ଟାକୁ 15 କିଲୋମିଟର ବେଗର ମାଡି ଆସୁଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି 130 ରୁ 140 କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ମୁଖ୍ୟ ସମୟରେ ପବନର ଗତି ବଢି 155 କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ 11 ହଜାର 623 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 6509 ଜଣ ଚିହ୍ନଟ ହୋଇଥିବା ବେଳେ 5114 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 26 ହଜାର 3 କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 6 ଲକ୍ଷ 12 ହଜାର 993 ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1 ଲକ୍ଷ 10 ହଜାର 373 ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା 2549 କୁ ବୃଦ୍ଧି ହୋଇଛି। ଆଜି ମୋଟ 30 ଟି ଜିଲ୍ଲାରୁ 11 ହଜାର 623 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 2021, କଟକ ଜିଲ୍ଲାରୁ 998 ଜଣ, ଅନୁଗୁଳ…

Read More

ମେଷ- ଆଜି ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଆଜି ଅର୍ଥର ବିନିଯୋଗ ବିଷୟରେ ଆଲୋଚନା କରିପାରିବେ। ରୋଜଗାର ଏବଂ ଅର୍ଥ ପାଇଁ କରାଯାଉଥିବା ପ୍ରୟାସରେ ଆଜି ଆପଣ ସଫଳତା ପାଇବେ। ଆଜି, ଛାତ୍ରମାନେ ଆଶା କରାଯାଉଥିବା ପରି ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ। ପିଲାଠାରୁ ଲାଭ ଏବଂ ସୁଖ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। ବୃଷ- ବୃଷ ରାଶିର ଲୋକମାନେ ଆଜି କିଛି ବୃଥା ଚାପ ପାଇବେ। ଆଜି ଟଙ୍କା ଅପଚୟ କାର୍ଯ୍ୟରେ ଖର୍ଚ୍ଚ ହେବ। ଆଜି ଆପଣ ଚାକିରୀ କ୍ଷେତ୍ରରେ ସମସ୍ୟା ହୋଇପାରେ, କିନ୍ତୁ ଆପଣଙ୍କର କାର୍ଯ୍ୟ ସରିଯିବ। ଆଜି ପେଟ ସହିତ ଜଡିତ ଏକ ପ୍ରକାର ଅସୁବିଧା ହୋଇପାରେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆଜି ଭ୍ରମଣରେ ଆପଣଙ୍କୁ କିଛି ଅସୁବିଧା ହୋଇପାରେ। ଆଜି ନିଜକୁ ଏବଂ ଅନ୍ୟମାନଙ୍କୁ ବିତର୍କରୁ ଦୂରରେ…

Read More

ନୂଆଦିଲ୍ଲୀ, ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ୟାସ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ଏକ ଭୟଙ୍କର ଘୂର୍ଣ୍ଣିିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଉତ୍ତର ଓଡ଼ିଶା ଉପକୂଳ ନିକଟ ଧାମରା ବନ୍ଦର ଛୁଇଁବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ନରେ ଧାମରାର ଉତ୍ତର ଏବଂ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ପାର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗ କହିଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ଉତ୍ତର-ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଏହି ବାତ୍ୟା 6 ଘଣ୍ଟା ତଳେ ପ୍ରାୟ 15 କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ପାରାଦୀପ ଠାରୁ ପ୍ରାୟ 200 କିଲୋମିଟର ଦକ୍ଷିଣ-ପୂର୍ବରେ, ବାଲେଶ୍ବରର 290 କିଲୋମିଟର ଦକ୍ଷିଣ-ପୂର୍ବରେ, ଏବଂ ସାଗର ଦ୍ୱୀପର 280 କିଲୋମିଟର ଦକ୍ଷିଣରେ ରହିଛି।

Read More

ନୂଆଦିଲ୍ଲୀ, କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ , କେନ୍ଦ୍ରଶାସିତ କ୍ଷେତ୍ର ତଥା ଅନ୍ୟ ସମସ୍ତ ହିତଧାରକମାନଙ୍କୁ ମାର୍ଗଦର୍ଶନ କରିବା, ସମୀକ୍ଷା ଓ ଏହି କାର୍ଯ୍ୟକ୍ରମର ନିରୀକ୍ଷଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ସ୍ୱରୂପ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ପ୍ରଶାସକମାନଙ୍କ ସହ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ  ରାଜ୍ୟମାନଙ୍କ ଟିକାକରଣ ପ୍ରଗତି, କୋୱିନ୍‍ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଯାହାକି ରାଜ୍ୟମାନଙ୍କୁ ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ ଭାବେ ସଂପାଦନ କରିବାରେ ସହାୟକ ହେବ ତଥା କୋଭିଡ଼ ୧୯ ସଂକ୍ରମଣ ପରିଚାଳନାକୁ ଅନୁପାଳନ ପୂର୍ବକ କଣ୍ଟେନମେଣ୍ଟ ଜୋନ୍‍ ପ୍ରତିଷ୍ଠ ଏବଂ ସେହିସବୁ ନିର୍ଦ୍ଦେଶାବଳୀର ପ୍ରବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । କୋଭିଡ଼ ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହା ମେରୁଦଣ୍ଡ ସଦୃଶ କାର୍ଯ୍ୟ…

Read More

ନୂଆଦିଲ୍ଲୀ, ଶେଷରେ ସିବିଆଇକୁ ମିଳିଲା ସ୍ଥାୟୀ ନିର୍ଦ୍ଦେଶକ। ନୂଆ ନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇଏଏସ ସୁବୋଧ ଜୟସୱାଲ। ମହାରାଷ୍ଟ୍ର କ୍ୟାଡରର 1985 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜୟସୱାଲ୍ ବର୍ତ୍ତମାନ ସିଆଇଏସଏଫର ମୁଖ୍ୟ ଅଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର ତଥା ମହାରାଷ୍ଟ୍ର ଡିଜିପି ଥିଲେ। ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗରେ ତାଙ୍କର ଦୀର୍ଘ ସମୟର ଅଭିଜ୍ଞତା ରହିଛି। ହେଲେ ଦୀର୍ଘ ଭାରତୀୟ ପୋଲିସ ଚାକିରୀ ଭିତରେ ସେ କେବେ ସିବିଆଇରେ ସେବା କରିବାର ସୁଯୋଗ ପାଇପାରି ନାହାଁନ୍ତି। ମହାରାଷ୍ଟ୍ରରେ ଥିବାବେଳେ ଜୟସୱାଲ କୁଖ୍ୟାତ ତେଲଗି ସ୍କାମର ଯାଞ୍ଚ କରିଥିଲେ। ପରବର୍ତ୍ତି ସମୟରେ ଏହି ମାମଲା ସିବିଆଇ ନେଇଥିଲା। ସେତେବେଳେ ଜୟସ୍ୱାଲ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସର ନେତୃତ୍ୱ ନେଉଥିଲେ। ପରେ ସେ ମହାରାଷ୍ଟ୍ର ଏଟିଏସରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଏକ ଦଶନ୍ଧି ଧରି ରିସର୍ଚ୍ଚ ଏବଂ ଆନାଲିସିସ୍ ୱିଙ୍ଗରେ କାର୍ଯ୍ୟ କରିଛନ୍ତି। ସେ…

Read More

ବିଜନ କୁମାର ମହାପାତ୍ର ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ । ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା ସହ ଏହାର ଔଷଧ ବାହାର କରନ୍ତି । ପ୍ରାୟତଃ ଦେଖାଯାଇଛି ଯେ, ନୂଆ ଉଦ୍ଭାବିତ ଔଷଧ ବା ଟୀକାର ପ୍ରଭାବ ଜାଣିବା ପାଇଁ ପ୍ରଥମେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଏ । କିନ୍ତୁ ଏମିତି ଅନେକ ଦୁଃସାହସୀ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ରହିଛି , ଯେଉଁମାନେ କି ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ପ୍ରଥମେ ସେମାନଙ୍କ ଉପରେ ହିଁ ନୂଆ ଔଷଧ ବା ଟୀକାର ପରୀକ୍ଷଣ କରିଛନ୍ତି । ନିଜ ଉପରେ ହିଁ ନୂଆ ପ୍ରୟୋଗ କରିଛନ୍ତି । କିଏ ସଫଳ ହୋଇଛି ତ ଆଉ କିଏ ବିଫଳ ହୋଇଛି। ଏମିତି କିଛି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ସାମୁଦ୍ରିକ ଝଡ ‘ୟଶ’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ବିପଦ ଜୋନ ଭାବେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସ୍ଥାନୀୟ ପ୍ରଶାସନ ସହ ତୁହାକୁ ତୁହା ବୈଠକ ଜାରି ରଖିବା ସହ ଚିଲିକା ଅଞ୍ଚଳକୁ ବାରମ୍ବାର ପରିଦର୍ଶନ ମଧ୍ୟ ଜାରି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ଗସ୍ତରେ ଆସିଛନ୍ତି। ଉପଜିଲ୍ଲାପାଳ ମଧ୍ୟାହ୍ନରୁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଜାରି ରଖିଛନ୍ତି। ତତ ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ଵ ଦେଉଛନ୍ତି। ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କାଜୁଆଲିଟି ଲକ୍ଷ ରଖି ଉପଜିଲ୍ଲାପାଳ କାମ ବଢ଼ାଇଛନ୍ତି। ଆଜି ଉପଜିଲ୍ଲାପାଳ ଚିଲିକା…

Read More

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ଏହି ସବୁ ମ୍ୟାଚ ଖେଳାଯିବ, ତାହା ଏବେ ବିସିସିଆଇ ସ୍ପଷ୍ଟ କରିନାହିଁ। କିନ୍ତୁ ମେ’ ୨୯ରେ ହେବାକୁ ଥିବା ବିସିସିଆଇର ସାଧାରଣ ବୈଠକରେ ଏହାର ତାରିଖ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଦୁବାଇରେ ଏହି ସଂସ୍କରଣର ବାକି ଥିବା ସମସ୍ତ ମ୍ୟାଚ ଆୟୋଜନ ହେବା ସମ୍ଭାବନା ରହିଛି। ତେବେ ସେଥିପାଇଁ ଅନ୍ୟ ଦେଶର କ୍ରିକେଟ ବୋର୍ଡ ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସାଥିରେ ଆଲୋଚନା ଜାରି ରହିଛି। ମିଳିଥିବା ଖବର ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ମାସର ୧୯-୨୦ ତାରିଖରେ ଆଇପିଏଲ-୧୪ ସଂସ୍କରଣ ପୁଣି ଥରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ହେବ ବୋଲି ଖବର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ୨୧ ଦିନ…

Read More

ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ଝିଅ ସୁହାନା ଖାନ ଗତ ୨୨ ତାରିଖରେ ୨୧ ତମ ଜନ୍ମଦିନ ପାଳନ କରିଛନ୍ତି। ଯଦିବା ସୁହାନା ଖାନ ଏପର୍ଯ୍ୟନ୍ତ ଫିଲ୍ମରେ ଡେବ୍ୟୁ କରିନାହାନ୍ତି, ହେଲେ ତାଙ୍କର ସମର୍ଥକ ଏବଂ ତାଙ୍କ ସମର୍ଥକ ପେଜର ତାଲିକା ବହୁତ ଲମ୍ବା ଅଛି। ସୋସିଆଲ ମିଡିଆରେ ସୁହାନା ଖାନ ବହୁତ ସକ୍ରିୟ ଅଛନ୍ତି। ବର୍ତ୍ତମାନ ତାଙ୍କର ଏକ ବିଡିଓ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି। ବନ୍ଧୁମାନଙ୍କ ସହ ମିଶି ସୁହାନା ଖାନ ୨୧ ତମ ଜନ୍ମଦିନ ନ୍ୟୁୟର୍କରେ ପାଳନ କରିଥିଲେ। ଏହି ସମୟରେ ସେ ବେଲୁନ ସାଥିରେ ଖେଳୁଥିବା ସୁହାନା ନଜର ଆସିଥିଲେ। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଶାହାରୁଖ ଖାନଙ୍କ ‘ମୋହବତେ’ ଫିଲ୍ମର ମ୍ୟୁଜିକ ବାଜୁଥିଲା, ଯାହା ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କୁ ଖୁବ ଶୀଘ୍ର ଫିଲ୍ମରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ସୁହାନାଙ୍କ ଫ୍ୟାନ୍ସମାନେ କମେଣ୍ଟରେ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୯୬୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୭ ହଜାର ୮୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୯୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More