Author: Samikhsya Bureau

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ। ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଥିଲେ ଯେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ। ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ୨୨ଟି ଏନଡିଆରଏଫ ଟିମ୍‌, ୬୬ ଟି ଓଡ୍ରାଫ ଟିମ୍‌ ଏବଂ ୧୭୭ଟି ଅଗ୍ନିଶମ ସେବା ଟିମ୍‌ ଆଦି ଉଦ୍ଧାର କାର୍ଯ୍ୟ ପାଇଁ…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ଭବ୍ୟ ବାତ୍ୟା ସମୟରେ କୋଭିଡ ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯୟ ପରିଚାଳନାରେ ଓଡିଶାର ସ୍ବତନ୍ତ୍ର ଦକ୍ଷତା (Disaster Resilient) ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ। କୋଭିଡ ମହାମାରୀ ଯୋଗୁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୋଭିଡ ପରିସ୍ଥିତି ଯୋଗୁ ଏହି ସମୟରେ ଅକ୍‌ସିଜେନ ଯୋଗାଣ ଉପରେ ସ୍ବତନ୍ତ୍ର…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର। ଜିଲ୍ଲାପାଳ ଓ ଏସ୍‌.ପି ମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୯୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୪ ହଜାର ୮୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୫୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ୩୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୪୯ଜଣ, ତିର୍ତ୍ତୋଲ ବ୍ଲକରୁ ୪୦ ଜଣ , ରଘୁନାଥପୁର ବ୍ଲକରୁ ୪୦ ଜଣ ,ବିରିଡ଼ି ବ୍ଲକରୁ ୩୬ଜଣ, କୁଜଙ୍ଗ ବ୍ଲକରୁ ୨୯ଜଣ, ନାଉଗାଁ ବ୍ଲକରୁ ୨୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୬ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୧୫ଜଣ ଓ ଏରସମା ବ୍ଲକରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୪୯୩୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୬୦ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୨୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୩୩୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୦୩ ଜଣ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୦୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୧ ଜଣ ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୬ ଜଣ…

Read More

ଭୁବନେଶ୍ବର: ଏଥର କୋଭିଡ ରିପୋର୍ଟ ଜାଣିବା ସହଜ ହୋଇଛି। କୋଭିଡ ୱେବସାଇଟ ମାଧ୍ୟମରେ ନିଜର ରିପୋର୍ଟ ଜାଣିହେବ। ସେଥିପାଇଁ ପ୍ରଥମେ https://covid19.odisha.gov.in/ ୱେବସାଇଟକୁ ଯିବାକୁ ପଡିବ। ତାପରେ “Know your Covid Test Status” ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ। ତାପରେ ନିଜର ପଞ୍ଜୀକୃତ ମୋବାଇଲ ନମ୍ବର ଏବଂ ଏସଆରଏଫ ନମ୍ବର ଟାଇପ କରି Submit କରିବାକୁ ପଡିବ। ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ। ଓଟିପି ଦେଲା ପରେ ଆପଣଙ୍କ ନିକଟକୁ ସବିଶେଷ ରିପୋର୍ଟ ଆସିଯିବ। ଏନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ପ୍ରେସିଡେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ଇଣ୍ଟରନ୍ୟାସନାଲ ହକି ଫେଡେରେସନ ପକ୍ଷରୁ ଶ୍ରୀ ପାଣ୍ଡିୟାନଙ୍କୁ ଏହି ଆୱାର୍ଡ ମିଳିଛି। ହକି କ୍ରିଡା ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ତେବେ ହକି ଇଣ୍ଡିଆ ଏନେଇ ଶ୍ରୀ ପାଣ୍ଡିୟାନଙ୍କୁ ଅଭିନନ୍ଦନ ଜଣାଇଛି।

Read More

ଚାନ୍ଦପୁର /ନୟାଗଡ: କୋଭିଡ ପରୀକ୍ଷାରେ ଭିନ୍ନ ଭିନ୍ନ ରିପୋର୍ଟ ଆସିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରୀକ୍ଷା କରିବାକୁ ଯାଇଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝଲିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଗତ ୩ ଦିନ ତଳେ ମୟୁରଝଲିଆ ଗ୍ରାମର ୨୪ ଜଣଙ୍କର ଆରଟିପିସିଆର ପରୀକ୍ଷା କରାଯାଇଥିଲା। କୋଭିଡ ଟେଷ୍ଟ ବେଳେ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ରିପୋର୍ଟକୁ ସନ୍ଦେହ କରି ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତି ପୁନର୍ବାର ରଣପୁରରେ କୋଭିଡ ପରୀକ୍ଷା କରିଥିଲେ। ସେଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଉତ୍ତେଜିତ ହୋଇ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବନ୍ଧକ କରିଥିଲେ। ଏପରିକି…

Read More

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ୟଶ’କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ କମ ସଂଖ୍ୟକ ଲୋକଙ୍କୁ ରଖିବା ପାଇଁ କୁହାଯାଇଛି। ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣରେ ଅସୁବିଧା ନହେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ହସ୍ପିଟାଲରେ ଯେଭଳି ବିଦ୍ୟୁତ ସମସ୍ୟା ନହେବ ସେଥିଲାଗି ପଦକ୍ଷେପ ନେବା ଲାଗି କୁହାଯାଇଛି। ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୩୮୫, କଟକରୁ ୯୨୭, ଅନୁଗୁଳରୁ ୫୫୬, ସୁନ୍ଦରଗଡରୁ ୫୧୫, ବାଲେଶ୍ବରରୁ ୫୦୧, ସମ୍ବଲପୁରରୁ ୪୯୩, ପୁରୀରୁ ୪୬୯, ମୟୂରଭଞ୍ଜରୁ ୪୬୪, ବଲାଙ୍ଗୀରିରୁ ୪୫୯, ଝାରସୁଗୁଡାରୁ ୩୯୭, ବରଗଡରୁ ୩୮୧, ଯାଜପୁରରୁ ୩୫୪, ନବରଙ୍ଗପୁରରୁ ୩୨୯, ନୟାଗଡରୁ ୨୮୭, କଳାହାଣ୍ଡିରୁ ୨୫୯, ଗଞ୍ଜାମରୁ ୨୪୭, ନୂଆପଡାରୁ ୨୪୭, ଜଗତସିଂହପୁରରୁ ୨୪୪, କେନ୍ଦୁଝରରୁ ୨୩୦,ଭଦ୍ରକରୁ ୨୧୧୬, ଢେଙ୍କାନାଳରୁ ୨୧୨, କୋରାପୁଟରୁ ୧୫୮, ସୋନପୁରରୁ ୧୫୬, ବୌଦ୍ଧରୁ ୧୫୨, କେନ୍ଦ୍ରାପଡାରୁ ୧୪୭, ରାୟଗଡାରୁ ୧୨୮, ଗଜପତିରୁ ୧୨୬, ମାଲକାନଗିରିରୁ ୧୦୧, ଦେବଗଡରୁ ୧୦୦, କନ୍ଧମାଳରୁ ୯୫ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ…

Read More

ନୂଆଦିଲ୍ଲୀ: ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଶରଜୀଲ ଉସମାନୀ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏକ ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗରେ ଉସମାନୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଏହି ଟ୍ବିଟକୁ ନେଇ ଭାରତୀୟ ଜନତା ପାର୍ଟିର ଏକ ନେତାଙ୍କ ଅଭିଯୋଗ ପରେ ଧାରା ୫୦୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଗତ ମେ’ ୨୦ ତାରିଖ ଦିନ ମହାରାଷ୍ଟ୍ର ଜାଳନା ଜିଲ୍ଲାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ ସାମାଜିକ ଗଣମାଧ୍ୟମରେ ଏକ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଉସମାନୀ ହିନ୍ଦୁ ଦେବତା ଶ୍ରୀରାମଙ୍କ ଉପରେ ବିବାଦୀୟ ଭାଷା ଲେଖିଥିବାର ଅଭିଯୋଗ ହୋଇଥିଲା। ତେଣୁ ସେ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାର ହିନ୍ଦୁ ଜାଗରଣ ମଞ୍ଚର ଜଣେ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ।

Read More

ନୂଆଦିଲ୍ଲୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ୍ ଷ୍ଟପ୍ କେନ୍ଦ୍ର ବା ଓଏସସି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା, 35ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ 701ଟି ଓଏସସି କାର୍ଯ୍ୟକ୍ଷମ ହୋଇସାରିଛି। ଏଥିମଧ୍ୟରୁ ଓଡ଼ିଶାରେ 31ଟି କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ, ବରଗଡ଼, ବାଲେଶ୍ବର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଭୁବନେଶ୍ବର ମହିଳା ହେଲ୍ପଲାଇନ। ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ଜରିଆରେ ଏପ୍ରିଲ ପହିଲା 2015 ଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଉଭୟ ଘରୋଇ ଏବଂ ସର୍ବସାଧାରଣ ସ୍ଥାନରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସପ୍ତାହନ୍ତ ସଟଡ଼ାଉନ ସମୟରେ ଦୋକାନ ଖୋଲିବା ମହଙ୍ଗା ପଡିଛି। ସ୍ଥାନୀୟ ପ୍ରଶାସନ ଏନେଇ ଦୁଇଟି ଦୋକାନକୁ ସିଲ୍ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି। ଗତକାଲି ସନ୍ଧ୍ୟାସମୟରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସହରର ବିଭିନ୍ନ ଅଞ୍ଚଳ ପଇଁତରା ମାରୁଥିବାବେଳେ ପଲଟନ ପଡିଆ ଛକ ନିକଟରେ ଏକ ଦୋକାନ ଖୋଲା ଥିବା ଦେଖିବାକୁ ପାଇଥିଲେ। ତେବେ ଏହା ଦେଖି ଶ୍ରୀ ମହାନ୍ତି ସମ୍ପୃକ୍ତ ଦୋକାନୀଙ୍କୁ ଜରିମାନା ଦେବାପାଇଁ କହିବାରୁ ଜନୈକ ଦୋକାନୀ ଏହାକୁ ବିରୋଧ କରିବା ସହ ପ୍ରଶାସନକୁ ଅବମାନନା କରିଥିବାର ଅଭିଯୋଗ ହୋଇଛି। ଅନୁରୂପ ଭାବେ ଆଜି ସପ୍ତାହନ୍ତ ସଟ ଡ଼ାଉନ ଥିବାରୁ ମେଡ଼ିସିନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବା କଥା। କିନ୍ତୁ ଆଜି ପୁଣି ସମ୍ପୃକ୍ତ ଅଞ୍ଚଳର ଆଉ ଗୋଟେ ଦୋକାନ ଖୋଲାଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ…

Read More

ଭୁବନେଶ୍ୱର, ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବା ସହ ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ।…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା  ଚିକିତ୍ସାଳୟଗୁଡିକରେ ଯେଉଁ ଚିକିତ୍ସା ଚାଲିଛି ତାହା ‘ରାମ ଭରସା’ ରେ ଚାଲିଛି। ଏକ ରାୟରେ ଏହିପରି କହିଥିଲେ ଆହ୍ଲାବାଦ ହାଇକୋର୍ଟ। ଆଜି ହାଇକୋର୍ଟଙ୍କର ଏପରି ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ରାୟ ଭାବରେ ନୁହେଁ ବରଂ ପରାମର୍ଶ ଭାବରେ ଗ୍ରହଣ କରାଯିବା ଉଚିତ। ଅନ୍ୟପକ୍ଷରେ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେବାଠାରୁ ଦୂରେଇ ରହିବା ଉଚିତ, ଯାହା କାର୍ଯ୍ୟକାରୀ କରିବା କଷ୍ଟକର। ଏକ ପିଆଇଏଲ ଶୁଣାଣି କରି ହାଇକୋର୍ଟ ଗତ ମଇ 17 ତାରିଖ ଆଦେଶରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନେଇ ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ, 20 ରୁ ଅଧିକ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ନର୍ସିଂହୋମ ଏବଂ ଡାକ୍ତରଖାନାରେ ଅତି କମରେ 40 ପ୍ରତିଶତ ଆଇସିୟୁ ଶଯ୍ୟା ରହିବା ଆବଶ୍ୟକ।…

Read More

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁରରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମର ସଂଜିତ୍ ରଂଜନ ସେନାପତି ଚାଷ କାମ ପାଇଁ ନିଜ ଜମିକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ଜମିରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହେଉଛି।

Read More

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ। ୨୫ ତାରିଖରେ ଏହା ଅତି ଭୀଷଣ ବାତ୍ୟାର ରୂପାନ୍ତରିତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରିବ। ଉପକୂଳ ଛୁଇଁଲା ବେଳକୁ ପବନର ବେଗ ୧୨୦ ରୁ ୧୬୫ କିମି ରହିବ ବୋଲି ଅନୁମାନ କରାଯାଉଛି। ସ୍ଥଳ ବିଶେଷରେ ପବନର ବେଗ ୧୮୫ କିମି ରହିବ ବୋଲି ଅନୁମାନ କରାଯାଉଛି। ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଏହା ପ୍ରଭାବିତ କରିବ। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Read More

ମନାଲିରେ ଅବସ୍ଥିତ ହିଡିମ୍ବା ଦେବୀ ମନ୍ଦିର ଯାହା ଏକ ପ୍ରାଚୀନ ଗୁମ୍ଫା ମନ୍ଦିର ଭାବେ ପରିଚିତ। ଏହି ମନ୍ଦିରଟି ମହାଭାରତ ଅନୁସାରେ ଭୀମଙ୍କ ଧର୍ମପତ୍ନୀ ହିଡିମ୍ବା ଦେବୀଙ୍କ ନାମରେ କରାଯାଇଛି। ଏହି ମନ୍ଦିରକୁ 1553 ମସିହାରେ ମହାରାଜା ବାହାଦୂର ସିଂହ ନିର୍ମାଣ କରିଥିଲେ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମ ଶୂଳିଆ ଜଙ୍ଗଲରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରି ବିଭାଗର ମିଳିତ ଚଢ଼ାଉ ହୋଇଥିଲା। ଦେଶୀ ମଦ ତିଆରି ହେଉଥିବାର ଖବର ପାଇ ଉକ୍ତ ସ୍ଥାନରେ ଉଭୟ ବିଭାଗ ଚଢାଉ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ ଘଟିକାରୁ ୮ ଘଟିକା ଯାଏଁ ଦୁଇ ଘଣ୍ଟା ଚଢ଼ାଉରେ ୨୮ ଲିଟର ଦେଶୀ ମଦ ସହ ୧୨ ଶହ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି। ଉକ୍ତ ସ୍ଥାନରେ ଦେଶୀ ମଦ ତିଆରି କରିବା ଅଭିଯୋଗରେ ଲକ୍ଷ୍ମୀଧର ସେଠି (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରି ବିଭାଗ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ପିଆର ନମ୍ବର ୧୯/୨୧-୨୨ ରେ ମାମଲା ରୁଜୁ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ବିଭାଗ ନିରୀକ୍ଷକ ଆଲୋକ ପ୍ରଧାନ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ ୧୦୭ ଟି ବିବାହ କାର୍ଯ୍ୟ ଏବଂ ୭ ଟି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉକ୍ତ କାର୍ଯ୍ୟ ଗୁଡିକରେ ସମସ୍ତେ କୋଭିଡ ନିୟମକୁ ଅନୁପାଳନ କରିଥିବା ବେଳେ ତିନି ଜଣ ଏହାର ଉଲଂଘନ କରିଥିଲେ। ତେଣୁ ସେମାନଙ୍କଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତହସିଲ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ୧୭ ହଜାର ୭ ଶହ ତାଙ୍କ ଜରିମାନା ଆଦାୟ କରିଛି। ଅନୁରୂପ ଭାବେ ଗତକାଲି ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ କୋଭିଡ ନିୟମ ଉଲଂଘନ ବାବଦରେ ୧୫୪ ଜଣ ଅମାନିଆଙ୍କଠାରୁ ୪୨ ହଜାର ୮ ଶହ ଟଙ୍କା ଏବଂ ୧୬୯ ଜଣ ଅମାନିଆ ଗାଡ଼ିଚାଳକଙ୍କ ଠାରୁ ୧ ଲକ୍ଷ ୯୩ ହଜାର ଟଙ୍କା ପୋଲିସ ଆଦାୟ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ସେହିପରେ ଭାବେ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ…

Read More