Author: Samikhsya Bureau

ମେଷ ରାଶି- ଦୁଃଖଦ ଖବର ମିଳିପାରିବ। ବିଭିନ୍ନ କ୍ଷେତ୍ରରୁ ବିରୋଧ ହେବ। ଏକ ନିର୍ଦ୍ଦୟ ପଳାୟନ ହେବ। ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ବିବାଦ କର ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କନ୍ୟା ରାଶି- ବୈବାହିକ ପ୍ରସ୍ତାବ ମିଳିପାରିବ। ବକେୟା ରାଶି ପ୍ରାପ୍ତ ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ଉପକୃତ ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ।

Read More

ଭୁବନେଶ୍ବର, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ୍‍ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ ସମସ୍ତ ବିଭାଗକୁ ପ୍ରାକ୍‍ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି । ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି । ଆଶ୍ରୟସ୍ଥଳୀଗୁଡିକରେ ବିକଳ୍ପ ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରିଛନ୍ତି ।…

Read More

କୁମ୍ଭ ରାଶି- ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ । ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବୃଷ ରାଶି- ସୁଖର ମାଧ୍ୟମ ସଂଗ୍ରହ କରିବ। ପ୍ରୟାସ ସଫଳ ହେବ। ଆଜି ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଚାକିରିରେ ଆପଣ ଚାହୁଁଥିବା ପଦୋନ୍ନତି ପାଇବାକୁ ସୁଯୋଗ ପାଇବେ।

Read More

ତୂଳା ରାଶି- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ବିସ୍ତାର ହେବ। ବ୍ୟବସାୟ ଭଲ କରିବ। ଘର ବାହାରେ ସୁଖ ମିଳିବ। ତୁମର ଜିନିଷକୁ ସୁରକ୍ଷିତ ରଖ। କାର୍ଯ୍ୟ ପ୍ରତି ଦୃଢତା କାର୍ଯ୍ୟରେ ଅନୁକୂଳ ସଫଳତା ଆଣିବ। ମୀନ ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Read More

ବିଛା ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ଆଇନଗତ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ। ଘର ବାହାରେ ସୁଖ ମିଳିବ। ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ। ଚାକିରିରେ ସ୍ଥାନାନ୍ତର ଏବଂ ପଦୋନ୍ନତି ଅଛି । ମକର ରାଶି- ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ।

Read More

ମିଥୁନ ରାଶି- ଖର୍ଚ୍ଚ ଅପଚୟ ହେବ। ଅତିଥିମାନେ ଘରକୁ ଆସିବେ।  ଭଲ ଖବର ପାଇବ। ସଂପତ୍ତିର ମୂଲ୍ୟ ବୃଦ୍ଧି ହେବ। ବିବାଦ କର ନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। କର୍କଟ ରାଶି- ବ୍ୟବସାୟ ଯାତ୍ରା ସଫଳ ହେବ। ଆଖି ଯନ୍ତ୍ରଣା ସମ୍ଭବ। ବିବାଦ କର ନାହିଁ । ଚାକିରି ପାଇବ। ଉପହାର ଗ୍ରହଣ କରାଯିବ। ତୁମର ସାମାଜିକତା ଏବଂ ଧର୍ଯ୍ୟର ମନୋଭାବ ତୁମ ଜୀବନରେ ଆନନ୍ଦ ଆଣିଦେବ।

Read More

ସିଂହ ରାଶି- ନିରାଶାରୁ ଦୂରେଇ ରୁହନ୍ତୁ। କାରବାରରେ ସାବଧାନ ରୁହନ୍ତୁ । ଶାରୀରିକ କଷ୍ଟ ସମ୍ଭବ । ଖର୍ଚ୍ଚ ବୃଦ୍ଧି ଚାପ ସୃଷ୍ଟି କରିବ। ବିବାଦ କର ନାହିଁ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଧନୁ ରାଶି- ପୁରୁଣା ରୋଗ ସୃଷ୍ଟି ହୋଇପାରେ । ଆଘାତ, ଚୋରି ଏବଂ ବିବାଦ ଇତ୍ୟାଦି କାରଣରୁ କ୍ଷତି ହୋଇପାରେ । ଆୟରେ ହ୍ରାସ ଘଟିବ। ଧର୍ଯ୍ୟ ଧରନ୍ତୁ, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ। ଈଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳରେ ପୋଲିସର କଡା କୋଭିଡ଼ ଏନ୍ଫୋର୍ସମେଣ୍ଟ ଦେଖିବାକୁ ମିଳିଛି। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ଥାନାରେ ନୂତନ ଭାବେ ଦାୟିତ୍ଵ ନେଇଥିବା ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଟାଙ୍ଗୀ ବଜାରରେ ଚଢ଼ାଉ ଜାରି ରଖିଥିଲେ। ତେବେ ଉକ୍ତ ଚଢ଼ାଉ ସମୟରେ ଟାଙ୍ଗୀ ପୋଲିସ ଅମାନିଆଙ୍କ ଠାରୁ ୬ ହଜାର ୭୦୦ ଟଙ୍କା ଏବଂ ଅମାନିଆ ବାଇକ ଚାଳକଙ୍କ ଠାରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।  ତେବେ ଜନସାଧାରଣଙ୍କୁ ଲକ ଡ଼ାଉନ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ଟାଙ୍ଗୀ ଆଈଆଈସି ଶ୍ରୀ ମଲ୍ଲିକ।

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛିଡା ହୋଇଥିବା ଏକ ସ୍କୁଲ ବସ ମଧ୍ୟରୁ ମୃତ ଦେହ ଉଦ୍ଧାର କରାଯାଇଛି। ଲକଡାଉନ ଯୋଗୁଁ ନୂଆପଲ୍ଲୀରେ ବସଟି ଛିଡା ହୋଇ ରହିଥିଲା। ମୃତ୍ୟୁକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ବର୍ତ୍ତମାନ ଘଟଣା ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ବର/ବ୍ରହ୍ମପୁର: ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ କର ଦାତାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ଟିଟର୍ଣ୍ଣ ଜମା କରିବା ଅବଧିକୁ କେନ୍ଦ୍ର ସରକାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାସହିତ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ ପକ୍ଷରୁ ଆୟକର ରିଟର୍ଣ୍ଣ ଜମା କରିବା ସମୟସୀମାକୁ ଏକ ମାସକୁ ବଢାଇ ୩୦ ନଭେମ୍ବର ଯାଏଁ କରାଯାଇଛି। ସେହିଭଳି ଯେଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧ ତାରିଖକୁ ବୃଦ୍ଧି କରାଯାଇଛି।

Read More

ନୂଆଦିଲ୍ଲୀ: କରୋନା ମହାମାରୀର ସ୍ଥିତି ଏବେ ଉଦବେଗଜନକ ଥିବା ବେଳେ ବ୍ଲାକ ଫଙ୍ଗସ୍ ସାରା ଦେଶକୁ ଚିନ୍ତାରେ ପକାଇଛି। ଏହି ରୋଗର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ହେଲେ ଆଜି ୪ ଜଣ ହ୍ଵାଇଟ ଫଙ୍ଗସ୍ ରୋଗୀ ବିହାରର ପାଟଣାରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ଦେଶରେ ଏବେ ହ୍ବାଇଟ ଫଙ୍ଗସ୍ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ରୋଗ ସମଗ୍ର ଶରୀରକୁ ସଂକ୍ରମଣ ହେଉଥିବାରୁ ବ୍ଲାକ ଫଙ୍ଗସ୍ ଠାରୁ ଏହି ରୋଗ ଅଧିକ ବିପଦ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହା ମଣିଷ ଶରୀରର ନଖ, ଚରମ, ପାଟି, ଫୁସଫୁସ, ପାକସ୍ଥଳୀ, ଯକୃତ, ଗୁପ୍ତାଙ୍ଗ, ବ୍ରେନ ଆଦି କୁ ସଂକ୍ରମଣ ହୋଇ କ୍ଷତି ପହଞ୍ଚାଉଛି। ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ଏହି ରୋଗ ସଂକ୍ରମଣ ହେଉଥିବା ସମ୍ଭାବନା ଅଧିକ ରହିଛି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୬୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ୬୯୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୨ ହଜାର ୮୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୫୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: କରୋନା କାଳରେ ବ୍ଲାକ ଫଙ୍ଗସ୍ ଏବେ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏହି ରୋଗ ଏବେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ରାଜସ୍ଥାନରେ ସର୍ବାଧିକ ୭୦୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯୦ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କରିଛି। ତେବେ ଓଡିଶାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ବ୍ଲାକ ଫଙ୍ଗସ୍ ମହାମାରୀ ଭାବେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ ଏହାକୁ ମହାମାରୀ ଘୋଷଣା କରାଯାଇଛି। ଏନେଇ ରାଜ୍ୟସରକାର ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା। ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୭୩, ସୁନ୍ଦରଗଡରୁ ୭୮୯, ନୂଆପଡାରୁ ୬୫୦, କଟକରୁ ୬୪୬, ଅନୁଗୁଳରୁ ୫୯୨, ବଲାଙ୍ଗୀରିରୁ ୪୨୫, ଝାରସୁଗୁଡାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଙ୍ଗପୁରରୁ ୩୫୪, ଗଞ୍ଜାମରୁ ୩୨୫, ବାଲେଶ୍ବରରୁ ୩୧୩, ବରଗଡରୁ ୨୬୪, ଜଗତସିଂହପୁରରୁ ୨୩୩, ମୟୂରଭଞ୍ଜରୁ ୨୩୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, ସୋନପୁରରୁ ୨୦୫, କେନ୍ଦୁଝରରୁ ୨୦୩, କୋରାପୁଟରୁ ୧୯୨, କେନ୍ଦ୍ରାପଡାରୁ ୧୮୫, ଯାଜପୁରରୁ ୧୮୪, ନୟାଗଡରୁ ୧୮୪, ରାୟଗଡାରୁ ୧୬୯, ଦେବଗଡରୁ ୧୧୮, ପୁରୀରୁ ୧୧୫, ଢେଙ୍କାନାଳରୁ ୧୦୨, ଗଜପତିରୁ ୧୦୦, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬, ଭଦ୍ରକରୁ ୫୨ ଏବଂ ଷ୍ଟେଟ ପୁଲରୁ ୨୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…

Read More

ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ଟେଷ୍ଟ କରିବା ପାଇଁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବା ନାହିଁ। ଏଣିକି ଆପଣମାନେ ଘରେ ବସି ଟେଷ୍ଟ କରି ଜାଣିପାରିବେ ପଜେଟିଭ ନା ନେଗେଟିଭ। ଏହି ପରୀକ୍ଷା ପାଇଁ ବାହାରିଥିବା କିଟ୍ କୁ ଆଜି ଆଇସିଏମଆର ଅନୁମତି ପ୍ରଦାନ କରିଛି। ତେବେ ଏହି କିଟ୍ ଭାରତର ଏକମାତ୍ର କଂପାନୀ ପ୍ରସ୍ତୁତ କରିଛି ଯାହାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସେହି କଂପାନୀ ହେଲା ପୁନେସ୍ଥିତ ମାଇଁ ଲାବ ଡିସକଭରୀ ସଲ୍ୟୁସନ ଲିମିଟେଡ। ଏହି କଂପାନୀ ଦ୍ବାରା ପ୍ରସ୍ତୁତ କୋଭିସେଲ୍ଫ କିଟ ମାଧ୍ୟମରେ ଲୋକମାନେ ଘରେ ଏହି ଟେଷ୍ଟ କରିପାରିବେ।

Read More

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା  ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା କେତେକ ଦୂରଗାମୀ ଟ୍ରେନ ସହିତ ସ୍ଥାନୀୟ MEMU ଏବଂ ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଯେଉଁ ଟ୍ରେନ ବାତିଲ ପାଇଁ ନିଷ୍ପତି ନିଆଯାଇଛି ସେଗୁଡିକ ହେଲା.. ଭୁବନେଶ୍ୱରରୁ ନୂଆଦିଲ୍ଲୀ କୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମଇ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତ୍ତେ ଦୁଇଦିନ ଚଳାଚଳ କରିବ। ● 02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ମାନଙ୍କରେ ନୂଆଦିଲ୍ଲୀ ଯାତ୍ରା କରିବ | ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ। ଫେରିବା ମାର୍ଗରେ 02824 ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ…

Read More

ଭୁବନେଶ୍ବର, ଯେ କୌଣସି ମାଧ୍ୟମରେ ମହାରାଷ୍ଟ୍ର ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଏକ ନେଗେଟିଭ ଆରଟିପିସିଆର (RT-PCR) ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ। ମହାରାଷ୍ଟ୍ରରେ ପ୍ରବେଶ କରିବାର ସର୍ବାଧିକ 48 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆବଶ୍ୟକ। ଏ ନେଇ ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଥିବା ବେଳେ ରେଳ ବିଭାଗ ତାହାକୁ ଅନୁକରଣ କରି ପଦକ୍ଷେପ ଗ୍ରହଣ କରିଛି। ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସହିତ ଭାରତର ଯେକୌଣସି ଅଞ୍ଚଳରୁ ମହାରାଷ୍ଟ୍ର ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସ ୧୮ ତାରିଖ ଓ ମଇ ମାସ ପହିଲା ଆଦେଶନାମା ଅନୁଯାୟୀ ସମସ୍ତ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ। ଦୂରଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଅଛି ଯେ ସେମାନେ ଯାତ୍ରା କରିବା ପୂର୍ବରୁ କୋଭିଡ ୧୯ ଯାତ୍ରା ଆଦେଶନାମା ଏବଂ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଚିନ୍ତା ପ୍ରକଟ କରିଛନ୍ତି। ଏହି ମହାମାରୀ ସମୟରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ଘରୋଇ ହସ୍ପିଟାଲରେ ହେଉଥିବା କରୋନା ରୋଗୀଙ୍କଚିକିତ୍ସା ଖର୍ଚ୍ଚ ପ୍ରସ୍ତୁତ କରିବା, ଦର ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା, ବିଦ୍ୟୁତ ବିଲ ଦର ବଢାଇବା ଉପରେ ରୋକ୍ ଲଗାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରିୟଙ୍କା ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, କରୋନାର ଦ୍ଵିତୀୟ ଲହରୀରେ ପାଇଁ ଯୋଗୀ ସରକାର କୌଣସି ପ୍ରସ୍ତୁତ ନଥିଲେ। ଯେଉଁମାନେ ସଚ୍ଚା ଉପାୟରେ ପରିଶ୍ରମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ, ଏଭଳି ମାହାମାରୀ ସମୟରେ ସେମାନଙ୍କର ସ୍ଥିତିକୁ ଦେଖି କିଛି ଜନମଙ୍ଗଳକାରୀ ପଦକ୍ଷେପ ଉଠାଇବା ଉଚିତ୍। ଯେଉଁଥିରେ ସେମାନଙ୍କୁ କିଛି ଉପଶମ ମିଳିବ। ସେହିଭଳି କରୋନାରୁ ସୁସ୍ଥ ହେବା ପାଇଁ ଲୋକେ କରଜ କରୁଛନ୍ତି। ତେଣୁ…

Read More

ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି। ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସ ରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

Read More