ଭୁବନେଶ୍ୱର: କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ। ଏହି କ୍ରମରେ ଆଜି ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି। କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ। ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ ବୁଧବାରଠାରୁ ଲକଡ଼ାଉନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଲକଡ଼ାଉନକୁ ଆହୁରି କଡାକଡି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟ ଅବଧିକୁ ୬ ଘଣ୍ଟାରୁ ୪ ଘଣ୍ଟାକୁ କମାଇଦିଆଯାଇଛି। ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସହରର ବହୁ ମଦ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରି ହୋମ ଡେଲିଭେରି ବଦଳରେ ଖୋଲାରେ ମଦ ବିକୁଥିବାର ଦେଖାଯାଇଥିଲା। ଅନୁରୂପ ଭାବେ ମାଛ ମାର୍କେଟରେ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହାକୁ ଗୁରୁତର ସହ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ନିୟମ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦୁଇ ଗୋଟି ମଦ ଦୋକାନ ଏବଂ ଗୋଟାଏ ମାଛ ଦୋକାନୀଙ୍କ ଠାରୁ ବାଲୁଗାଁ ଏନଏସି ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।
କଟକ: ଓଡିଶା ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ମେ’ ୨୦ ତାରିଖରୁ ୨୭ ତାରିଖ ଯାଏଁ ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ହାଇକୋର୍ଟରେ କରୋନା ସଂକ୍ରମଣ ବୃଦ୍ଧି ଓ କିଛି କର୍ମଚାରୀ ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ଆବେଦନ କରାଯାଇପାରିବ।
ଭୁବନେଶ୍ବର: ଲକଡାଉନ୍ ଏବଂ କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରୀ ସତ୍ତ୍ୱେ ଭାରତୀୟ ରେଳବାଇ ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନକୁ ସୁନିଶ୍ଚିତ କରିଛି। ଭାରତୀୟ ରେଳବାଇ ପେଟ୍ରୋଲିୟମ ଉତ୍ପାଦ, କୋଇଲା ଇତ୍ୟାଦି ବ୍ୟତୀତ ଖାଦ୍ୟ ଶସ୍ୟ, ଫଳ ଏବଂ ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ଖାଇବା ତେଲ, ଚିନି ଏବଂ ଲୁଣ, ଚିକିତ୍ସା ଉପକରଣ ଏବଂ ଔଷଧ, ପିପି କିଟ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଇତ୍ୟାଦି କ୍ରମାଗତ ଭାବେ ପରିବହନ କରିଆସୁଅଛି। ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନକୁ ବର୍ତ୍ତମାନ ପ୍ରାଥମିକତା ଦେଉଛି। ତରଳ ମେଡିକାଲ ଅମ୍ଳଜାନ, ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ନିରବଛିନ୍ନଭାବେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଶୀଘ୍ର ପରିବହନ କରି ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହାକୁ ଏକ ଆହ୍ୱାନ ଭାବରେ…
ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ। ୨୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ବାତ୍ୟାର ରୂପ ନେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ତେବେ ବର୍ତ୍ତମାନ ଆକାଳନ ଅନୁଯାୟୀ, ୨୬ ତାରିଖ ସକାଳେ ଉପକୂଳ ମୁହାଁଇବ। ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ଅନୁମାନ କରାଯାଉଛି। ହେଲେ ଏହା ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ସ୍ଥଳ ଭାଗ ଛୁଇଁବ ସ୍ପଷ୍ଟ ହୋଇପାରିନି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୭୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୧ ହଜାର ୯୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୩୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ରଶ୍ମି ରଞ୍ଜନ ସାହୁ ଯୋଗଦେଇଛନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀ ସାହୁ ବାଣପୁର ଥାନାରେ ପହଞ୍ଚିବାପରେ ତାଙ୍କୁ ପୂର୍ବତନ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଅନ୍ୟ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବାସହ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଶ୍ରୀ ସାହୁ ଅଫିସ ଗୃହକୁ ରୀତିନୀତି ଅନୁଯାୟୀ ହୋମ ପୂଜା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଲୋଡି ବାଣପୁର ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ସାହୁ ଏହାପୂର୍ବରୁ ଦୀର୍ଘ ତିନି ବର୍ଷ ହେବ ବେଗୁନିଆ ଥାନାଧିକାରୀ ଭାବେ ବେଶ ସଫଳତାର ସହ ନିଜ ଦାଇତ୍ୱ ତୁଲାଇଛନ୍ତି। ତେବେ ବାଣପୁର ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ଏବଂ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବାରୁ ତାଙ୍କର ଦାୟିତ୍ୱ ଆହୁରି ବଢିଯାଇଛି ଏବଂ ବାଣପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ଆଇନ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୭୧, ସୁନ୍ଦରଗଡରୁ ୮୧୪, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ନବରଙ୍ଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରିରୁ ୩୪୨, ଝାରସୁଗୁଡାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦, ନୟାଗଡରୁ ୨୪୫, ଢେଙ୍କାନାଳରୁ ୨୩୬, ବାଲେଶ୍ବରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡାରୁ ୨୦୨, ରାୟଗଡାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡାରୁ ୧୪୧, ଦେବଗଡରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନାଗିରିରୁ ୮୩ ଏବଂ ଷ୍ଟେଟ ପୁଲରୁ ୨୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…
ଭୁବନେଶ୍ବର: ଡ୍ରାଇଭ ଇନ୍ ଓ ଡୋର ଷ୍ଟେପ୍ ଟୀକାକରଣକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାରଣ କରିଛି। ଯେଉଁ ଜିଲ୍ଲାରେ ଏଭଳି ପ୍ରକ୍ରିୟା ଜାରି ରହିଛି, ତାହା ବନ୍ଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ବିରୋଧୀ ବୋଲି ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି।
ରାଉରକେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି କର୍ମଚାରୀଙ୍କୁ କୋଭିଡ ଯୁଦ୍ଧରେ ସାମିଲ ହେବାକୁ ଆହ୍ବାନ ଦେବା ପରେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି। ଅଙ୍ଗନବାଡି ଏବଂ ଆଶାକର୍ମିମାନେ ଘରକୁ ଘର ବୁଲି ଲୋକଙ୍କର ସ୍ବାସ୍ଥ୍ୟ ଉପରେ ସର୍ଭେ କରିବେ। ସେଥିପାଇଁ ସମସ୍ତ ଅଙ୍ଗନବାଡି କର୍ମିଙ୍କୁ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ଗୋଟିଏ ଅକ୍ସିମିଟର ଏବଂ ଥର୍ମାଲ ସ୍କାନର ପ୍ରଦାନ କରାଯାଇଛି। ଯଦି ଗ୍ରାମାଞ୍ଚଳରେ କାହାର ଦେହ ଖରାପ ଥିବ ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଉପକରଣ ମାଧ୍ୟମରେ ସେମାନେ ରିପୋର୍ଟ ନେଇପାରିବେ। କରୋନାର କିଛି ଲକ୍ଷଣ ପରିଲକ୍ଷିତ ହେଲେ ତାଙ୍କୁ ତୁରନ୍ତ ପରୀକ୍ଷା କରିବା ପାଇଁ ସାହାର୍ଯ୍ୟ କରିବା ସହ କ୍ବାରଣ୍ଟାଇନରେ ରହିବା ପାଇଁ ଉପଦେଶ ଦେବେ। ଫଳରେ ଗ୍ରାମାଞ୍ଚଳରେ କରୋନା ସଂକ୍ରାମଣକୁ ଏହା ରୋକିବାରେ ସାହାଯ୍ୟ କରିପାରିବ।
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟରେ କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି। ରକ୍ତର ଅଭାବ ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ଥିବା ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ଲକଡାଉନ ସମୟରେ ଲୋକେ ଘରେ ରହୁଥିବା ବେଳେ ରୋଗୀଙ୍କ ପାଇଁ ରକ୍ତର ବହୁତ ଆବଶ୍ୟକତା ପଡୁଛି। ତେବେ ଏଭଳି କଟକଣା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ତଦାନ କରୁଥିବା ବ୍ୟକ୍ତି ବହୁତ କମ ଦେଖିବାକୁ ମିଳନ୍ତି। ତେଣୁ ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ସଂଗଠନ ରକ୍ତ ଦାନ ଶିବିର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ଵାମୀ ବିବେକାନନ୍ଦ ସେବା ସଂଘ, ବାଣପୁର, ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ଏବଂ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ରକ୍ତଦାନ ଶିବିର ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ନିୟମ ଉକ୍ତ ଶିବିର ପାଇଁ ଚ୍ୟାଲେଞ୍ଜ ଥିଲେ…
ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ପରିବାର ଲୋକ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଭୟ ରହିଛି।
ଭୁବନେଶ୍ବର: ଲକଡାଉନ କଟକଣାର ଅବଧିକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ସମୟରେ ପୂର୍ବଭଳି କଟକଣା ଲାଗୁ ରହିବ। ହେଲେ ପୂର୍ବଭଳି ଘର ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ମିଳିଥିବା ବେଳେ ସମୟ ଅବଧିକୁ ହ୍ରାସ କରାଯାଇଛି। ପୂର୍ବରୁ ସକାଳ ୬ ଟାରୁ ଦିନ ପର୍ଯ୍ୟନ୍ତ ୧୨ ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏବେ କିନ୍ତୁ ତାହା ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ଅନୁମତି ରହିଛି। ତେବେ ରାଜଧାନୀ ଭୁବନେଶ୍ବରରେ ମୋ ବସ ସେବାକୁ ବନ୍ଦ କରିଦିଆଯାଇଛି। କେତୋଟି ନିର୍ଦ୍ଦିଷ୍ଟ ରୁଟକୁ ଛାଡି ଅନ୍ୟ ସବୁ ରୁଟରେ ମୋ’ ବସ ସେବା ବନ୍ଦ ରହିବ। ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ। ଏୟାରପୋର୍ଟରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ ଜାରି…
ନୂଆଦିଲ୍ଲୀ, ଆନ୍ଧ୍ର ପ୍ରଦେଶର ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେ ଦୁଇଟି ହେଲା ତେଲୁଗୁ ନ୍ୟୁଜ ଚ୍ୟାନେଲ TV5 ଏବଂ ABN Andhra Jyoti । ଏହି ଚ୍ୟାନେଲରେ YSR Congressର ଅସନ୍ତୁଷ୍ଠ ସାଂସଦ କେ ରଘୁରାମ କୃଷ୍ଣାନ ରାଜୁଙ୍କ ବକ୍ତବ୍ୟକୁ ନେଇ ମାମଲା କରାଯାଇଛି। ଏହି ମାମଲା ଆନ୍ଧ୍ର ପୋଲିସ ତରଫରୁ କରାଯାଇଛି। ଗତକିଛି ମାସ ଧରି କୃଷ୍ଣା ରାଜୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବିରୋଧରେ କହି ଆସୁଛନ୍ତି। ନିଜ ସୋସିଆଲ ମିଡିଆ ଏବଂ ବିଭିନ୍ନ ଚ୍ୟାନେଲରେ ସେ ଜଗନଙ୍କୁ ଟ୍ୟାର୍ଗେଟ କରି ବିଭିନ୍ନ ମନ୍ତବ୍ୟ ଦେଇଆସୁଛନ୍ତି। ଏସବୁ ଦେଖି ଆନ୍ଧ୍ର ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରି ଗିରଫ ମଧ୍ୟ କରିଛି। ସେହିପରି ଚ୍ୟାନେଲର ଏକ ଆଲୋଚନା ଚକ୍ରରେ କୃଷ୍ଣାରାଜୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେତେକ ଆପତ୍ତିଜନକ ଶଦ୍ଦ ପ୍ରୟୋଗ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭିତରେ ଟୀକାର ବଡ ସମସ୍ୟା ଦେଖାଦେଇଛି। ଟୀକାର ଅଭାବକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠି ମାଧ୍ୟମରେ ଅନ୍ୟ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତେବେ ଅରବିନ୍ଦଙ୍କ ପରେ ଆଜି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ଟୀକାର ଅଭାବକୁ ନେଇ ସମାନ କଥା କହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଗଡକରୀ କହିଥିଲେ ଯେ, ଦେଶରେ ଟୀକାର ଆବଶ୍ୟକତାକୁ ଦେଖି ଆଉ ଅଧିକ ୧୦ ଟି କମ୍ପାନୀକୁ ଟୀକା ଉତ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେବା ଉଚିତ। ତେବେ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ହେଲେ ଯେଉଁ କମ୍ପାନୀଗୁଡିକୁ ଟୀକା ପ୍ରସ୍ତୁତ ପାଇଁ ଫର୍ମୁଲା ମିଳିବ, ସେମାନେ ମୁଖ୍ୟ ଉତ୍ପାଦକକୁ ୧୦ ପ୍ରତିଶତ ରୟାଲଟି ଦେବା ଲାଗି ନିୟମ ରଖିବା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୭ ହଜାର ୩୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୫୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୫୪ ଲକ୍ଷ ୯୬ ହଜାର ୩୩୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୩ ହଜାର ୨୪୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୨ ଲକ୍ଷ ୨୬ ହଜାର ୭୧୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ବାପାଙ୍କ ମୃତ୍ୟୁର ୧୧ ଦିନ ପରେ ପ୍ରଶାନ୍ତଙ୍କ ପ୍ରାଣହାନୀ ଘଟିଛି। ଗତ ୯ ତାରିଖରେ ରଘୁନାଥ ମହାପାତ୍ରଙ୍କ ନିଧନ ହୋଇଥିବା ବେଳେ ଆଜି ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୪୭ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନଦ ମହାନ୍ତି ସୂଚନା ଦେଇଛନ୍ତି। ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସେ ସୁନାମ ଅର୍ଜନ କରିଥିଲେ। ଓଡିଶା ରଣଜୀ ଦଳରେ ପ୍ରଶାନ୍ତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୭୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକା କଳାହାଣ୍ଡି ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ବଲାଙ୍ଗୀରି ଜିଲ୍ଲା, ବରଗଡ, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ, ନୂଆପଡା ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୩୬ ହଜାର ୫୯୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୫ ହଜାର ୩୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୭୮ କୁ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୨୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୮୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୩୬ ହଜାର ୫୯୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୫ ହଜାର ୩୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ ଜଣ, ଅନୁଗୁଳ ଜିଲ୍ଲାରୁ ୫୫୨ ଜଣ,…
ଭୁବନେଶ୍ୱର, ଓଡ଼ିଶା ସରକ।ରଙ୍କର କୋଭିଡ ରୋଗୀଙ୍କ ପ।ଇଁ ସେବ।ର ପରିଚ।ଳନା ଅତି ନୈର।ଶ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି କ।ର୍ଯ୍ୟକ।ରୀ ସଭ।ପତି ପ୍ରଦୀପ ମ।ଝୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକ।ରଙ୍କ ସହ।ୟତ। ତୁଳନ।ରେ ପ୍ରଚ।ର ଅଧିକ ଏବଂ କୋଭିଡ ସେବ। ପରିଚାଳନ।ରେ ର।ଜ୍ୟ ସରକ।ର କେବଳ ପ୍ରଚ।ର ସର୍ବସ୍ୱ ହୋଇଛନ୍ତି ବୋଲି ମ।ଝୀ ଅଭିଯୋଗ କରିଛନ୍ତି। ସଂକ୍ରମଣ ଅତି ଦ୍ରୁତ ଗତିରେ ଗାଁ ମୁହାଁ ହୋଇପଡ଼ିଛି । ର।ଜ୍ୟର ୫୭ ପ୍ରତିଶତ ଗ୍ର।ମାଞ୍ଚଳରେ ସଂକ୍ରମଣ ପଂହଚିଗଲ।ଣି। ମୁଖ୍ୟମନ୍ତ୍ରୀ ଏହି ପରିସ୍ଥିତିରେ ସରପଂଚ ମ।ନଙ୍କୁ ଜିଲ୍ଲ।ପ।ଳର ଦ।ୟିତ୍ୱ ଦେଇ ଏକ ପ୍ରହେଳିକା ସୃଷ୍ଟି କରିଛନ୍ତି । ଗତ କରୋନା ମହ।ମ।ରୀ ସମୟରେ ସରପଂଚମ।ନେ କେତେ ଅସହ।ୟ ଥିଲେ ଏବଂ କରୋନା ପୀଡ଼ିତଙ୍କ ପ।ଇଁ ସେମ।ନଙ୍କ ଦ୍ୱାରା କୃତ ବ୍ୟବସ୍ଥ। କେତେ ସଫଳ ହୋଇପ।ରିଥିଲ। ତ।ହ। ଓଡ଼ିଶ।ବ।ସୀ ଅଙ୍ଗେ ନିଭ।ଇଛନ୍ତି। ସରପଂଚମ।ନଙ୍କୁ ଖ।ଲି ସରକ।ରୀ ଘୋଷଣ। ମ।ଧ୍ୟମରେ ଜିଲ୍ଲ।ପ।ଳର କ୍ଷମତ। ଦିଆଯ।ଇଛି। ମ।ତ୍ର…
ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ସମୟରେ ଶରୀରେ ରୋଗ ପ୍ରତିରୋଧ ଶକ୍ତି ନିହାତି ଆବଶ୍ୟକ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କୁ ଯେ କୌଣସି ପ୍ରକାରର ରୋଗ ମାଡିବସେ। କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ବଢ଼ିଯାଏ। ବର୍ତ୍ତମାନ ସମୟରେ ସମସ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଅନେକ ଉପାୟ ମଧ୍ୟ କରୁଛନ୍ତି। କରୋନା ସମୟରେ ଲୋକେ ଯେତିକି ମାତ୍ରାରେ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି, ହୁଏତ ଆଗରୁ ଏପରି କେବେ କରି ନ ଥିବେ । ରୋଗପ୍ରତିରୋଧକ ଶକ୍ତି ଶରୀରକୁ ଅନେକ ରୋଗ ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ। ନିମ୍ନଲିଖିତ ଘରୋଇ ଉପଚାର ସବୁକୁ ସେବନ କରି ନିଜ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇପାରିବା । ନଡ଼ିଆ ତେଲ ରୋଷେଇ କରିବା ଲାଗି ଲୋକେ ଅନେକ ପ୍ରକାରର ତେଲ ବ୍ୟବହାର କରିଥାନ୍ତି। ଅନେକ ଲୋକ ନିଜ ସ୍ବାସ୍ଥ୍ୟ ଅନୁସାରେ ଖାଇବା ତେଲ ବ୍ୟବହାର କରିଥାନ୍ତି। ଏପରିସ୍ଥଳେ ରୋଷେଇରେ ବ୍ୟବହାର କରିବା…

