ଗୌହାଟି: ଆସାମର ତିନସୁକିୟା ଜିଲ୍ଲା ଅନ୍ତର୍ଗତ ଡିଗବୋଇ ଅଞ୍ଚଳରେ ଆଜି ବିସ୍ଫୋରଣ ହୋଇଛି। ଏହି ଗ୍ରେନେଡ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ମଧ୍ୟ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ଏହାସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆସାମ ପୋଲିସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Author: Samikhsya Bureau
ଭୁବନେଶ୍ବର, କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆହୁରି ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ନିମ୍ନ ଲିଖିତ ଅନୁଯାୟୀ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ଦିଗରୁ ମାଇଁ ମାସ ୧୫,୧୬,୨୨ ଏବଂ ୨୩ ତାରିଖ ଦିନ ବାତିଲ୍ ରହିବ। ୦୨. ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ୧୪ ମଇରୁ ୩୧ ମଇ ପର୍ୟ୍ୟନ୍ତ ଏବଂ କାଚେଗୁଡା ଠାରୁ ୧୫ ମଇରୁ ୧ ଜୁନ୍, ୨୦୨୧ ପର୍ୟ୍ୟନ୍ତ ବାତିଲ୍ ରହିବ। କୋଭିଡ୧୯ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ଏହାପୂର୍ବରୁ ଚାରି ଯୋଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି ୦୨୮୬୬/୦୨୮୬୫ ପୁରୀ- ଏଲଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, ୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, ୦୭୪୮୮/୦୭୪୮୭…
ଭୂବନେଶ୍ୱର, ଆସନ୍ତା କାଲି ଅଷୟ ତୃତୀୟା। ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମ ର ଅନୁକୂଳ କାଲିଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଛନ୍ତି । ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ…
ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍-୧୯ ମହାମାରୀର ଦୃତ ସଂକ୍ରମଣ ସହ ଜୀବନହାନୀ ଏବଂ କୋଭିଡ୍ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦ୍ବୀପର ଇଫକୋ ସାର କାରଖାନା ପ୍ଲାଣ୍ଟ୍ ପରିସରରେ ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଗତକାଲି ଅପରାହ୍ନରେ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବୈଠକରେ ଇଫକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଜେ. ପଟେଲ୍, ଡି.ଜି.ଏମ୍ (ଟେକନିକାଲ୍) ପି.କେ ମହାପାତ୍ର ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ। ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ଡ୍ରଗ୍ ଲାଇସେନସ୍, ଏକ୍ସପ୍ଲୋସିଭ୍ ଲାଇସେନ୍ସ୍, ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ବିଭାଗ ଅନୁମତି ଲାଭ କରିଛି। ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେ ୭କୋଟି ୨୦ଲକ୍ଷ ବ୍ୟୟ ହେବ ଏବଂ ଏହା ୨୦୨୧ ମସିହା ଜୁନ୍ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ। କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା…
ଭୁବନେଶ୍ବର: କୋଭିସିଲ୍ଡ ଟୀକା ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ବ୍ୟବଧାନ ଅବଧି ବୃଦ୍ଧି ପରେ ସାନି ଗାଇଡଲାଇନ ଜାରି କରାଯାଇଛି। ପ୍ରଥମ ଡୋଜ ନେବାର ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ନେବାକୁ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ପାଇଁ ବୁକିଂ କରିବା ପାଇଁ ମନା କରାଯାଇଛି। ତେବେ ଯେଉଁମାନେ ଅନଲାଇନ ବୁକିଂ କରିସାରିଛନ୍ତି, ସେମାନଙ୍କର ବୁକିଂ ବାତିଲ ହେବ ନାହିଁ। ଯେଉଁମାନେ ନୂଆ ବୁକିଂ କରିବାକୁ ଚାହାନ୍ତି, ସେମାନେ ୮୪ ଦିନ ପରେ ବୁକିଂ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି। ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି। ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ…
ନୂଆଦିଲ୍ଲୀ: ରୁଷୀୟ ଟୀକା ସ୍ପୁଟିନିକ-ଭି ଟୀକାର ଦର ପ୍ରକାଶ ହୋଇଛି। ଡ.ରେଡ୍ଡୀ ଲ୍ୟାବ ପକ୍ଷରୁ ସ୍ପୁଟିନିକ-ଭି ଟୀକାର ଦର ପ୍ରକାଶ କରାଯାଇଛି। ଡୋଜ ପିଛା ଏହାର ଦର ୯୪୮ ଟଙ୍କା ରହିଛି। କିନ୍ତୁ ଏଥିରେ ୫ ପ୍ରତିଶତ ଜିଏସଟି ପରେ ମୋଟ ମୂଲ୍ୟ ୯୯୫ ଟଙ୍କା ରହିବ। ଏନେଇ ଡ.ରେଡ୍ଡୀ ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ପୁରୀରେ ଚନ୍ଦନ ଯାତ୍ରା ପାଇଁ କଟକଣାକୁ କଡାକଡି କରାଯାଇଛି। କୋଭିଡ଼ କଟକଣା ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ସହ ଶ୍ରୀମନ୍ଦିର ସମ୍ମୁଖରେ ୧୪୪ ଧାରା ଲାଗିବ ବୋଲି ଏସପି କହିଛନ୍ତି। ଏହି ଚନ୍ଦନ ଯାତ୍ରା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ନିୟନ୍ତ୍ରଣ ପାଇଁ ୨ ଟି ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଥିବା ବେଳେ ୬ ଟି ଏନଫୋର୍ସମେଣ୍ଟ ଟିମ ଗଠନ ହୋଇଛି। ଏହି ସମୟରେ କେହି କୋଭିଡ଼ କଟକଣାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି,
ନୂଆଦିଲ୍ଲୀ, ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ନେଇ ଜାତୀୟ ମାନବ ଅଧିକାର ଆୟୋଗ କେନ୍ଦ୍ର, ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟ ସଚିବ ଏବଂ ସଚିବ ସହିତ କେନ୍ଦ୍ରୀୟ ଜଳ ଶକ୍ତି (ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ) କୁ ଆୟୋଗ ଏହି ନୋଟିସ ଜାରି କରିଛନ୍ତି। ଏଥିରେ 4 ସପ୍ତାହ ମଧ୍ୟରେ ନିଆଯାଇଥିବା କାର୍ଯ୍ୟର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିଛନ୍ତି ଯେ ଗଙ୍ଗା ନଦୀରେ ଅର୍ଦ୍ଧ ଜଳିଯାଇଥିବା କିମ୍ବା ପୋଡି ନ ଥିବା ମୃତଦେହକୁ ଭସାଇବା କାର୍ଯ୍ୟକୁ ରୋକିବାରେ ସରକାରୀ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ପବିତ୍ର ଗଙ୍ଗା ନଦୀରେ ଶବଗୁଡିକ ବିସର୍ଜନ କରିବାର ଅଭ୍ୟାସ ଲୋକଙ୍କର ରହିଛି। ହେଲେ ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ପୁନଃନବୀକରଣ ବିଭାଗର ସ୍ୱଚ୍ଛ ଗଙ୍ଗା ପ୍ରକଳ୍ପ ପାଇଁ ଜାତୀୟ ମିଶନର…
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଲକ୍ଷ ଲକ୍ଷଙ୍କ ଜୀବନ ନେଇଛି। ପ୍ରତ୍ୟେକ ଦିନ ଦେଶରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହି ଭୂତାଣୁ ନବଜାତ ଶିଶୁ ଠାରୁ ଆରମ୍ଭ କରି ବୟଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଜୀବନକୁ ଉଜାଡି ଦେଉଛି। ତେବେ ୧୫୦ ଦିନର ଶିଶୁଟିଏ ମଧ୍ୟ ଏହି କରୋନା ଯୋଗୁଁ ପ୍ରାଣ ହରାଇଛି। ସୂଚନା ଅନୁଯାୟୀ, ପରୀ ନାମକ ଛୋଟ ଶିଶୁଟି କରୋନାରେ ସଂକ୍ରମଣ ହୋଇ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ତାହାର ଫୁସଫୁସ ସଂପୂର୍ଣ୍ଣ ସଂକ୍ରମିତ ହୋଇଯାଇଥିଲା। ସେ ୬ ଦିନ ଭେଣ୍ଟିଲେଟରେ ରହିବା ପରେ ମଧ୍ୟ ସୁସ୍ଥ ହୋଇପାରିନଥିଲା। ଶେଷରେ ପରୀର ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଅବସରରେ ଆଜି ଦେଶର ସାଢେ ୯ କୋଟି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ମିଳିଛି। ମୋଟ ୧୯ ହଜାର କୋଟି ଟଙ୍କା କୃଷକଙ୍କ ଖାତାରେ ଜମା ହୋଇଛି। ଏହା ପିଏମ କିଷାନ ସହାୟତାର ଅଷ୍ଟମ କିସ୍ତି ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ ଦେଶର ଜୈବିକ ପଦ୍ଧତିରେ ଫସଲ କରୁଥିବା କେତେଜଣ କୃଷକଙ୍କ ସାଥିରେ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୨୭୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୮୯୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୮୨ ହଜାର ୩୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ…
ଭୁବନେଶ୍ବର, ଆଜି ମିଳିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଅନୁଧ୍ୟାନ କଲେ ଖୋର୍ଦ୍ଧା ଜିଲ୍ଲାରେ ଚମକାଇଲା ଭଲି ତଥ୍ୟ ଆସିଛି। ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏକାଥରେ 2 ହଜାର 201 ଜଣ ଆକ୍ରାନ୍ତ। କରୋନା ଦ୍ବିତୀୟ ଲହରରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ସେହିପରି ସୁନ୍ଦରଗଡ ଜିଲ୍ଲାର ଗ୍ରାଫ ଧିରେ ଧିରେ ଖସିବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଏହି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା 882। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା.. 1.Khurda: 2201 2. Sundargarh: 882 3. Cuttack: 719 4. Sambalpur: 677 5. Angul: 532 6. Bargarh: 507 7. Mayurbhanj: 480 8. Puri: 469 9. Balangir: 461 10. Jajpur: 436 11. Jharsuguda: 413 12. Bhadrak: 412 13. Ganjam: 387 14. Nawarangpur: 362 15. Balasore: 340…
ଭୁବନେଶ୍ବର, ପୁଣି ଥରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତକାଲି 12 ହଜାର 390 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 938 ଆକ୍ରାନ୍ତ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଲା 5 ହଜାର 452 ଜଣ। ଗତକାଲିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା 10 ହଜାର 649। ଅର୍ଥାତ ଆଜି ପ୍ରାୟ 17 ଶହ 41 ଜଣ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର, ବର୍ତ୍ତମାନ ଲକ ଡାଉନ ସମୟରେ ମଦ ଦୋକାନ ସବୁ ବନ୍ଦ ରହିଛି। ଏହିପରି ସମୟରେ ମଦୁଆମାନଙ୍କ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା ଆପଣ ଏଣିକି ଅନ ଲାଇନରେ ମଦ ମଗାଇପାରିବେ। ଏ ନେଇ ଅବକାର କମିଶନର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜିଲ୍ଲାପାଳମାନେ ଚାହିଁବେ ତେବେ ଅନ ଲାଇନ ଡେଲିଭରୀ ସଂସ୍ଥା ସହିତ କଥା ହୋଇ ମଦ ହୋମ ଡେଲିଭରୀ ପାଇଁ ଅନୁମତି ଦେଇପାରିବେ। ତେବେ ଏହା କେତେ ଦୂର କାର୍ଯ୍ୟକାରୀ ହେବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ଗତଥର ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା। ହେଲେ ତାହା ସଫଳ ହୋଇପାରି ନ ଥିଲା।
ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…
ଭୁବନେଶ୍ବର, ଅକ୍ଷୟ ତୃତୀୟା ଏଥର 14 ମଇ 2021, ଶୁକ୍ରବାର ଦିନ ପାଳନ କରାଯାଉଛି। ତେବେ କେତେକ ସ୍ଥାନରେ ଏହା 15 ମଇରେ ମଧ୍ୟ ପାଳନ କରାଯାଉଛି। ଏହି ଦିନ କୌଣସି ଶୁଭ କାମ କରିବାକୁ ପଞ୍ଚାଗ୍ ଦେଖିବାର ଆବଶ୍ୟକତା ନାହିଁ ।ସବୁ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ କରାଯାଇପାରିବ। ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ପ୍ରତିକାର ମଧ୍ୟ କରାଯାଇଥାଏ । ଯାହା ଫଳରେ ଘରେ ସବୁବେଳେ ସୁଖଶାନ୍ତି ରହିବା ସହିତ ଧନପ୍ରାପ୍ତିର ସମ୍ଭାବନା ସୃଷ୍ଟି ହୋଇଥାଏ। ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ପବିତ୍ର ଦିନରେ କଣ କରିବା ଉଚିତ.. ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ, ଆପଣ ନିଜ ଘର କିମ୍ବା ଦୋକାନରେ ଟଙ୍କା ରଖିବା ପାଇଁ ଉତ୍ତର ଏବଂ ପୂର୍ବ ଦିଗକୁ ବାଛନ୍ତୁ । ଧନକୁ ଏହି ଦିଗରେ ରଖିବା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ଦେବ ନାହିଁ । ଅକ୍ଷୟ ତୃତୀୟା ଦିନ…
ବିଛା: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହନ୍ତୁ । ମନ ବ୍ୟସ୍ତ ରହିବ। କୁମ୍ଭ: – ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ ।
ମେଷ- ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ। ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ ।

