Author: Samikhsya Bureau

ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ। କନ୍ୟା- ଅସ୍ଥିରତା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ରାଜ୍ୟ ବାଧା ଦୂର ହେବ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା। ନିଜ ବୁଦ୍ଧିରେ କାର୍ଯ୍ୟ କଲେ ଲାଭଦାୟକ ହେବେ। ଶତ୍ରୁ ଦ୍ୱାରା ଅସୁବିଧାରେ ପଡ଼ି ପାରନ୍ତି।

Read More

ସିଂହ- ପ୍ରେମ ସଂପର୍କରେ ବିପଦ କର ନାହିଁ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ଅସୁବିଧାରେ ପଡ଼ନ୍ତୁ ନାହିଁ । ଆଗକୁ ଏକ ନୂଆ ରାସ୍ତା ଖୋଜିବାର ସମ୍ଭାବନା ରହିଛି। ଶତ୍ରୁମାନେ ପରାସ୍ତ ହେବେ। ଉପକୃତ ହେବ । ସ୍ୱାସ୍ଥ୍ୟ ଭଲ ରହିବ। ଧନୁ – ଯନ୍ତ୍ରଣା ଏବଂ ଦ୍ୱନ୍ଦ୍ୱ ହୋଇପାରେ। ଦ୍ବନ୍ଦରୁ ଖସି ଆସିବା ଭଲ ହେବ। ଭୟ, ମାନସିକ ଦୁଃଖର ସମ୍ଭାବନା। ଲାଭ ଏବଂ ଭଲ ବ୍ୟବସାୟ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବେ। କ୍ଷତି ଏବଂ ଭୟର ସମ୍ଭାବନା ରହିଛି।

Read More

ମିଥୁନ- ବ୍ୟବସାୟ ନୂତନ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆଜି ଆପଣ ସମ୍ମାନ ପାଇବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନଙ୍କର ଯନ୍ତ୍ରଣା ହୋଇପାରେ। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରାଯିବ। ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଧାଁଧପଡ ହେବାର ସମ୍ଭାବନା।  ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ଦିନତମାମ ଅଳସୁଆ ରହିବେ । କାର୍ଯ୍ୟ ପ୍ରତି ହୃଦୟହୀନତା ରହିବ। ଦୁଃଖଦ ଖବର ଗ୍ରହଣ କରାଯାଇପାରେ।

Read More

ନୂଆଦିଲ୍ଲୀ, ୫ଜି ମୋବାଇଲ ଟାୱାରର ପରୀକ୍ଷାମୂଳକ ବ୍ୟବହାର କାରଣରୁ କରୋନା ଭୂତାଣୁର ଦ୍ଵିତୀୟ ଲହରୀ ବ୍ୟାପୁଛି। ଏ ସମ୍ପର୍କରେ କିଛି ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହା ହେଉଛି ଭାରାଲ। ତେବେ ଏହି ଖବରର ସତ କଣ ତାହାର ସ୍ପଷ୍ଟିକରଣ ଦେଇଛି ସଞ୍ଚାର ମନ୍ତ୍ରଣାଳୟ ଅଧୀନ ଟେଲି ଯୋଗାଯୋଗ ବିଭାଗ (ଡିଓଟି)। ବିଭାଗ ପକ୍ଷରୁ ଜାରି ପ୍ରେସ ବାର୍ତ୍ତାରେ କୁହାଯାଇଛି ଯେ ଏହି ସବୁ ବାର୍ତ୍ତା ମିଥ୍ୟା ଏବଂ ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର। ଏହି ପ୍ରେସ ବାର୍ତ୍ତାରେ ଦେଶର ଜନସାଧାରଣଙ୍କୁ ସଚେତନ କରାଯାଇ କୁହାଯାଇଛି ଯେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ସହିତ ୫ଜି ଟେକ୍ନୋଲୋଜିର କୌଣସି ସମ୍ପର୍କ ନାହିଁ। ତେଣୁ ସେମାନେ ଏହି ପ୍ରସଙ୍ଗରେ ବ୍ୟାପୁଥିବା ଏପରି ମିଥ୍ୟା ସୂଚନା ଓ ଗୁଜବ ଦ୍ୱାରା ଦିଗହରା ହୁଅନ୍ତୁ ନାହିଁ। କୋଭିଡ-୧୯ ମହାମାରୀ ସହିତ ୫ଜି ପ୍ରଯୁକ୍ତିର ସମ୍ପର୍କ ରହିଥିବା ନେଇ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ…

Read More

ଭୁବନେଶ୍ବର, କୋଭିଡ ସଂକ୍ରମଣର ବୃଦ୍ଧି ଯୋଗୁଁ ବିଭିନ୍ନ ରାଜ୍ୟରେ ରୋଗୀ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ସଠିକ ଓ କମ ସମୟ ମଧ୍ୟରେ ଅକ୍ସିଜେନ ପରିବହନ କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟରୁ ପ୍ରାୟ ୧୧୩୪ ଟନ୍ ରୁ ଉର୍ଦ୍ଧ ତରଳ ମେଡିକାଲ୍ ଅମ୍ଳଜାନ (LMO )କୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ବିଭିନ୍ନ ରାଜ୍ୟକୁ ପରିବହନ କରିଛି ଯାହାଦ୍ୱାରା ରୋଗୀମାନଙ୍କର ଜୀବନ ବଂଚାଇବାରେ ସହାୟକ ହୋଇପାରୁଛି । ଅନୁଗୁଳ ଅଞ୍ଚଳରୁ ମୋଟ ୮୯୫.୮୬ ଟନ୍, ଯାଜପୁର କଳିଙ୍ଗ ନଗର ଅଞ୍ଚଳରୁ ୧୩୩.୨ ଟନ୍ ଏବଂ ବିଶାଖାପାଟନମ୍ ଅଞ୍ଚଳରୁ ୧୦୪.୪୩ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ ହୋଇସାରିଛି। ଏହି ଅମ୍ଳଜାନ ପରିବହନ କରିବାପାଇଁ ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟ ଲିମିଟେଡ଼ ଓ…

Read More

ରାଉରକେଲା: ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହି ଟିକା ନେବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଟିକାଦାନ କେନ୍ଦ୍ରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅନେକ ହିତାଧିକାରୀ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି କୋଭିଡ୍ ବିରୋଧରେ ଏହି ସୁରକ୍ଷା କବଚ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଉରକେଲା ପାଇଁ ରାଜ୍ୟ ସରକାରଙ୍କ କୋଟାରୁ ଟିକା ଆସିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ନୂତନ ସୂଚୀ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ଥର ପାଇଁ ୧୮ରୁ ୪୪ ବର୍ଷ ବର୍ଗ ପାଇଁ ଟିକା ଦେବାର ଘୋଷଣା କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିଲେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି। କୋଭିଡ୍ ଟିକାଦାନ ପାଇଁ ରାଉରକେଲାରେ ୮ଟି କେନ୍ଦ୍ର କରାଯାଇଛି।…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୫୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୯୧, ସୁନ୍ଦରଗଡରୁ ୭୩୨, ପୁରୀରୁ ୫୨୯, କଟକରୁ ୪୭୦, ସମ୍ବଲପୁରରୁ ୪୪୦, ଝାରସୁଗୁଡାରୁ ୪୦୩, ବରଗଡରୁ ୩୮୨, ନବରଙ୍ଗପୁରରୁ ୩୫୬,  ବଲାଙ୍ଗୀରିରୁ ୨୮୯, ଗଞ୍ଜାମରୁ ୨୬୧, ନୂଆପଡାରୁ ୨୫୯, କଳାହାଣ୍ଡିରୁ ୧୭୩, ନୟାଗଡରୁ ୧୫୬, ଢେଙ୍କାନାଳରୁ ୧୪୬, ଭଦ୍ରକରୁ ୧୪୨, ମୟୂରଭଞ୍ଜରୁ ୧୩୪, ଗଜପତିରୁ ୧୨୮, ଯାଜପୁରରୁ ୧୨୭, ସୋନପୁରରୁ ୧୨୧, ଅନୁଗୁଳରୁ ୧୦୮, ଜଗତସିଂହପୁରରୁ ୧୦୫, ବାଲେଶ୍ବରରୁ ୧୦୦, କୋରାପୁଟରୁ ୯୮, କେନ୍ଦ୍ରାପଡାରୁ ୮୭,ଦେବଗଡରୁ ୭୧, କନ୍ଧମାଳରୁ ୬୪, କେନ୍ଦୁଝରରୁ ୫୮, ମାଲକାନାଗିରିରୁ ୫୫, ବୌଦ୍ଧରୁ ୨୬, ରାୟଗଡାରୁ ୧୭ ଏବଂ ଷ୍ଟେଟ ପୁଲରୁ ୨୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡ୍‌ବ୍ୟାକ୍‌ ସଂଗ୍ରହ କରିଛନ୍ତି। ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ବ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୧. ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍‌ସିଜେନ ସୁବିଧା (logistics) ସବୁଠାରୁ ବଡ ପ୍ରାଥମିକତା। ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ। ୨. ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କର। ୩. ଆଇସିୟୁ ଓ ଏଚଡିୟୁ ଦାୟିତ୍ବରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ନିଅ।…

Read More

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଚାରି ବୁଝିଛନ୍ତି। ପ୍ରଦୀପ୍ତ କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ କୋଭିଡ ନେଗେଟିଭ ଅଛନ୍ତି ବୋଲି ଡାକରମାନେ ସୂଚନା ଦେଇଛନ୍ତି। ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏନେଇ ଏସସିବି ଏବଂ ଏମ୍ସ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ପ୍ରଦୀପ୍ତଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇଦେବା ପାଇଁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଲେ ମୁଖ୍ୟମନ୍ତ୍ରୀ ନବୀନ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୦୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାର ୭୭୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୪ ହଜାର ୭୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୬୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର ଟେଷ୍ଟିଂ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟେଷ୍ଟିଂ କେନ୍ଦ୍ରଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ। ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ମାଇକ୍ରୋବାଇଓଲୋଜିଷ୍ଟ ଓ ତିନି ଜଣ ଲ୍ୟାବ ଟେକ୍ନିସିଆନଙ୍କୁ ନିୟୋଜିତ କରାଯିବ। କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

Read More

ଭୁବନେଶ୍ବର: ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ ଅଫ ସୋଆ ୯୦.୪ ରେ କାର୍ଯ୍ୟରତ ପ୍ରଡ଼କ୍ସନ ଏକ୍ଜିକ୍ୟୁଟିଭ ସବନମ ସିରିନ ଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସଂକ୍ରମିତ ହେବାପରେ ସେ କିଛିଦିନ ସଙ୍ଗରୋଧରେ ଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ କୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସ୍ୱାମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଭୁବନେଶ୍ଵର ଏମ୍ସ ଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଗୋଟେ ଛୋଟ ଝିଅ ଅଛି। ମାଇକ୍ରୋବାଓଲୋଜି ରେ ଏମଏସସି ଓ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ସେ କନକ ନିୟୁଜ, ଏସଟିଭି, ପର୍ଯ୍ୟବେକ୍ଷକ ଓଡ଼ିଆ ଦୈନିକ ଓ ନିୟୁଜ ସେଭେନରେ କାର୍ଯ୍ୟ କରିଥିଲେ। ଭୁବନେଶ୍ୱର…

Read More

ପୁରୀ, ଆଜି ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହିତ ଝଡବର୍ଷା ହୋଇଯାଇଛି। ତେବେ ଏପରି ପରିସ୍ଥିତିରେ ପୁରୀ ଶ୍ରୀମନ୍ଦିର ଉପରେ ଦେଖିବାକୁ ମିଳିଥିଲା ଅଭୁତ ଦୃଶ୍ୟ। ଝଡବର୍ଷା ଆସିବା ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଉପରେ ପୁରା କଳାବାଦଲ ଢାଙ୍କି ରହିଥିଲା। ଲାଗୁଥିଲା ସତେ ଯେପରି ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା କବଚ ଭାବେ ପ୍ରଭୁ ଇନ୍ଦ୍ର ଏକ ଚାଦର ଢାଙ୍କି ଦେଇଛନ୍ତି। ଏପରି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ବେଶ କୌତୁହଳ ସୃଷ୍ଟି ହୋଇଥିଲା। ସେତେବେଳେକୁ ଦିନ ପ୍ରାୟ 12 ଟା ହୋଇଥିଲେ ମଧ୍ୟ ପୁରା ପୁରୀରେ ଅନ୍ଧକାରମୟ ହୋଇ ଯାଇଥିଲା। ଅନେକ ଏପରି କଳାହାଣ୍ଡିଆ ମେଘ ଦେଖି ଭୟଭିତ ମଧ୍ୟ ହୋଇପଡିଥିଲେ। ଏହାପରେ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଇଥିଲା ଝଡ ବର୍ଷା। ବଡଦାଣ୍ଡରେ ଥିବା ଉଠା ଦୋକାନ ସବୁ ପବନରେ ଉଡିବାକୁ ଲାଗିଥିଲା। ସେଠାରେ ଥିବା…

Read More

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଗାଁ ମୁହାଁ ହୋଇଛି। ଏହାଦ୍ବାରା ବର୍ତ୍ତମାନ ଗାଁର ପରିସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି। ତେବେ ଉତ୍ତରପ୍ରଦେଶ ଏବଂ ବିହାରରେ ମୃତ ଦେହ ସ୍ମଶାନ ବଦଳରେ ନଦୀରେ ଭାସୁଥିବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ସଂକ୍ରମଣ ଅଧିକ ବ୍ୟାପିବା ନେଇ ସମ୍ଭାବନା ଦେଖାଯାଇଛି। ଏଭଳି କିଛି ମୃତ ଦେହ ଗଙ୍ଗା ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱାତ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସେଖାୱାତ କହିଛନ୍ତି ଯେ, ଗଙ୍ଗା ନଦୀରେ ଏଭଳି ଶବ ଭାସିବା ଦୁର୍ଭାଗ୍ୟଜନକ। ଏହା ଉପରେ ତୁରନ୍ତ ବିଚାର କରି କିଛି ପଦକ୍ଷେପ ନେବା ଆବଶ୍ୟକ। ମା’ ଗଙ୍ଗାର ନିର୍ମଳତା ଉପରେ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ରହିଛି। ତେବେ ଏହି ଘଟଣା ଉପରେ ତୁରନ୍ତ ସଜ୍ଞାନ ନେବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।

Read More

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନଙ୍କ ଗୁଳିରେ ଲସ୍କର-ଏ-ତୋଏବାର ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅନନ୍ତନାଗ ଜିଲ୍ଲାର ବାଇଲୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହହିଥିବା ଖବର ପାଇ ଭାରତୀୟ ଯବାନମାନେ ଚତୁଃପାର୍ଶ୍ୱକୁ ଘେରିଯାଇଥିଲେ। ଭାରତୀୟ ଯବାନ, ସିଆରପିଏଫ ଏବଂ ପୋଲିସ ଦ୍ଵାରା ତଦନ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଯେମିତି ସେଓର ଏକ ବଗିଚାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷା ବଳ ଘେରିଗଲେ, ତତକ୍ଷଣାତ ସେନାଙ୍କ ଉପରକୁ ସେମାନେ ଗୁଳି ବର୍ଷିଥିଲେ। ତଥାପି ସୁରକ୍ଷା ବଳ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦେଇଥିଲେ। ହେଲେ ସେମାନେ ଆକ୍ରମଣ ଜାରି ରଖିଥିଲେ। ଫଳରେ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରି ତିନି ଜଣ ଆତଙ୍କବଦୀଙ୍କୁ ସଫା କରିଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଏହା ପୂର୍ବରୁ ମେ’ ୬ ତାରିଖରେ ନିକଟସ୍ଥ ଶୋପିୟା ଜିଲ୍ଲାରେ ମଧ୍ୟ ତିନି ଜଣ ଆତଙ୍କବାଦୀଙ୍କୁ ମାରିବାରେ ଭାରତୀୟ ଯବନମାନେ ସକ୍ଷମ ହୋଇଥିଲେ।

Read More

ପାଟଣା: ଜନ ଅଧିକାରୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପପ୍ପୁ ଯାଦବଙ୍କୁ ଲକଡାଉନ ଅବମାନନା ଅଭିଯୋଗରେ ବିହାର ପୋଲିସ ଗିରଫ କରିଛି। ଏନେଇ ନିଜେ ପପ୍ପୁ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି। ପାଟଣାର ଗାନ୍ଧୀ ମୈଦାନ ଥାନାରେ ବର୍ତ୍ତମାନ ସେ ରହିଥିବା ଟୁଇଟ କରି କହିଛନ୍ତି। ଗତ କିଛି ଦିନ ତଳେ ଆମ୍ବୁଲାନ୍ସକୁ ନେଇ ସେ ବିଜେପି ସାଂସଦଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ  ସେ ତାଙ୍କର ଟୁଇଟରେ ଲେଖିଛନ୍ତି ଯେ, ଯଦି କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଲେ ଅପରାଧ, ତେବେ ମୁଁ ଅପରାଧୀ ଅଟେ। ମତେ ଜେଲ କିମ୍ବା ଫାଶୀ ଦେଇଦେଲେ ମଧ୍ୟ ମୁଁ ନଇଁବି ନାହିଁ, ନୀରବ ରହିବି ନାହିଁ। ମୁଁ ଏହି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବି ଏବଂ ବୈଇମାନଙ୍କ ମୁଖା ଖୋଲିବି ବୋଲି କହି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି।

Read More

ତିରୁପତି: ଅମ୍ଳଜାନ ଅଭାବରୁ ଆନ୍ଧ୍ରପ୍ରଦେଶର ତିରୁପତି ସରକାରୀ ହସ୍ପିଟାଲରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଚିତ୍ତୁରର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତବକ,  ଏସଭିଆର ରୁଇୟା ହସ୍ପିଟାଲ ଆଇସିୟୁର ବିଳମ୍ବିତ ରାତ୍ରିରେ ଅମ୍ଳଜାନ ଅଭାବ ହୋଇଥିଲା। ସିଲିଣ୍ଡରରେ ପୁନଶ୍ଚ ଅମ୍ଳଜାନ ଭରିବାର ୫ ମିନିଟ ଭିତରେ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଅମ୍ଳଜାନ ଯୋଗାଣରେ ୨୦ ରୁ ୨୫ ମିନିଟ ବିଳମ୍ବ ହେବାରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୭୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୨୯ ଲକ୍ଷ ୯୨ ହଜାର ୫୧୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୯ ହଜାର ୯୯୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୦ ଲକ୍ଷ ୨୭ ହଜାର ୩୦୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୧୫ ହଜାର ୨୨୧ ଆକ୍ଟିଭ୍‌ କେସ୍ ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀ ଗତକାଲି କୋଭିଡ଼ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କିନ୍ତୁ ଚିନ୍ତାର ବିଷୟ ଏହା ଯେ, ସମ୍ପୃକ୍ତ ଦୁଇ କୋଭିଡ ଯୋଦ୍ଧା ଦ୍ଵିତୀୟ ଡୋଜ ଟୀକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ କୋଭିଡ ଯୋଦ୍ଧାଙ୍କ ଅବସ୍ଥା ଗୁରୁତର ଅଛି। ତେବେ ଅଗ୍ନିଶମ ବିଭାଗର ସମସ୍ତ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ସମୁଦାୟ ୧୩ ଜଣ ବ୍ୟକ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ଼ ଟେଷ୍ଟ ହେବ। ବର୍ତ୍ତମାନ ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଅଗ୍ନିଶମ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ ଏନେଇ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ବାଣପୁରରେ କୋଭିଡ ସମୟରେ ନିଜ ଜୀବନକୁ ବିପଦରେ ଠେଲି ସବୁଠୁ ଅଧିକ ପରିଶ୍ରମ କରୁଥିବା ସମ୍ପୃକ୍ତ…

Read More

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ୍ ରୋଗୀ ସମ୍ ଅଲ୍ଟିମେଟ୍ ରେ ଚିହ୍ନଟ ହୋଇଛି। ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମ୍ ର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ ବ୍ଲାକ ଫଂଗସ ସଂକ୍ରମିତ ଥିବା ଜଣାପଡିଛି। ସମ ଆଲଟିମେଟ ରେ ଡାକ୍ତର ସାହୁ ଓ ତାଙ୍କ ଟିମ ଚିକିତ୍ସା ଜାରି ରଖିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ଇସ୍ତାହାର ଦ୍ଵାରା ସ୍ପଷ୍ଟ କରିଛି। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ୭୧ ବର୍ଷ ବୟସ୍କ ଏହି ରୋଗୀ ମଧ୍ୟ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ ହୋଇଥିଲା ଓ ସେ ଘରେ ସଂଗରୋଧ ରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୧୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ  ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ସେହିଭଳି ବୌଦ୍ଧ, ଦେବଗଡ, ଗଜପତି, ମାଳାକାନାଗିରି, ପୁରୀ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୫୭ ହଜାର ୫୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪ ହଜାର ୮୨୯ ଜଣ। ରାଜ୍ୟରେ…

Read More