Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୫୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୨୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୬ ହଜାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୯୧୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ ହୋଇଛି। ରାଜ୍ୟକୁ ଏବେ ୪୦୦ ଟଙ୍କା ମୂଲ୍ୟରେ କୋଭାକ୍ସିନ ଟୀକା ମିଳିବ। ପୂର୍ବରୁ ଏହି ଟୀକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଭାରତ ବାୟୋଟେକ ଏବେ ୨୦୦ ଟଙ୍କା କମ ମୂଲ୍ୟରେ ରାଜ୍ୟକୁ ଦେବା ନେଇ ଘୋଷଣା କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ସେରମ ଇନଷ୍ଟିଚ୍ୟୁଟ ଟୀକା ଦରରେ ହ୍ରାସ କରିଥିଲା। ପ୍ରାଥମିକ ଅବସ୍ଥାରେ ଟୀକାର ମୂଲ୍ୟ ୪୦୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟକୁ ୩୦୦ ଟଙ୍କାରେ ମିଳିବ ବୋଲି ସିଇଓ ଆଦର ପୁନାୱାଲା ଘୋଷଣା କରିଥିଲେ।

Read More

ଭୁବନେଶ୍ବର: କରୋନାକୁ ନେଇ ଡିଜିପି ଅଭୟ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କରୋନା ନିୟମ ମାନୁନଥିବା ଅଭିଯୋଗରେ ଅମାନିଆଙ୍କ ଠାରୁ ଆମେ ଫାଇନ ଆଦାୟ କରିଛୁ। ମାସ୍କ ପିନ୍ଧିନଥିବା ଅମାନିଆଙ୍କ ଠାରୁ ଏପ୍ରିଲ ମାସରେ ୫ କୋଟି ପୋଲିସ ୨୪ ଲକ୍ଷ ଟଙ୍କା ପୋଲିସ ଫାଇନ ଆଦାୟ କରିଛି। ୧୮ ହଜାର ଗାଡିକୁ ଜବତ କରାଯାଇଛି। ୧୩ ଶହରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ କରାଯାଇଛି। ସେହିଭଳି ଏପ୍ରିଲ ମାସରେ ସାଢେ ୩ ଶହରୁ ଉର୍ଦ୍ଧ୍ଵ ଦୋକାନ, କୋଚିଂ ସେଣ୍ଟର ଆଦିକୁ କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ପୋଲିସ ସିଲ୍ କରିଛି। ହେଲେ ଏସବୁ କରିବା ଆମକୁ ଦୁଃଖ ଦେଉଛି। ଆମେ ଅପରାଧୀକୁ ଧରିଲେ ସନ୍ତୁଷ୍ଟ ଅନୁଭବ କରୁ। ରାଜ୍ୟର ସୁରକ୍ଷା ଏବଂ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଏଭଳି କରିବାକୁ ବାଧ୍ୟ ହେଉଛୁ। ତେଣୁ ସମସ୍ତେ କୋଭିଡ଼ ନିୟମକୁ ଠିକ ଭାବେ ମାନନ୍ତୁ।…

Read More

ରମେଶ ମହାନ୍ତି ଜଗତସିଂହପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗତସିଂହପୁର ଜିଲ୍ଲାର ବରପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସହରର ବଙ୍ଗଳାଛକ ଓ ଖେରସ ଛକ ଠାରେ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ: ଦେଶରେ କରୋନା ଏକ ଭୟଙ୍କର ରୂପ ନେଉଛି। ପ୍ରତ୍ୟେକ ଦିନ କରୋନା  ନୂଆ ନୂଆ ରେକର୍ଡ କରି ଚାଲିଛି। ଏହା ଭିତରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ସୀତାପୁର ଜିଲ୍ଲାର ଜୁଦାଇପୁର ନିବାସୀ କମଲ କିଶୋର ବହୁତ ଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ଏପ୍ରିଲ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଚିକିତ୍ସା ସହ ଡାୟଲିସିସ ମଧ୍ୟ ଚାଲୁଥିଲା। ହେଲେ ଦ୍ଵିତୀୟ ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ ୨୯ ତାରିଖରେ ଶୌଚାଳୟର ଝରକା ପଟେ ସେ ଡେଇଁବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଛାତ ତଳେ ଯାଇ ପଡ଼ିଥିଲେ। ସେଠାରେ ତାଙ୍କୁ ଗୁରୁତର…

Read More

ଭୁବନେଶ୍ବର: ଟୀକା ପାଇଁ ପୁଣି ଦୁଇ ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି। ମେ’ ମାସରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟୀକା ଦେବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଟୀକା ପାଇଁ ଏସିଏସ ଅନୁରୋଧ କରିଛନ୍ତି। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଥିବା ସରଳସିଂହ ଗେଟ ଠାରେ ଏକ ଅଘଟଣ ଘାଟିଯାଇଛି। ଯଶବନ୍ତପୁରରୁ ହାୱଡ଼ା ଯାଉଥିବା ଚଳନ୍ତି ଟ୍ରେନରୁ ଜଣେ ଯୁବକ ଖସିପଡିଛନ୍ତି। ଖସିଥିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତ ଯୁବକ ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ସହରର ବୋଲି ଜଣାପଡିଛି। ଆହତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସ୍ଥଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ କୁ ୧୦୮ ଦ୍ୱାରା ସ୍ଥାନାନ୍ତରିତ କରାଯାଇଛି। ତେବେ ଏତେବଡ ଦୁର୍ଘଟଣା ଘଟିଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏଯାବତ ରେଳବାଇ ପୋଲିସ ଅବା ସ୍ଥାନୀୟ ପୋଲିସ ଏବାଦରେ ଅବଗତ ନାହିଁ।

Read More

ଭୁବନେଶ୍ବର: ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରତ୍ଵପୂର୍ଣ୍ଣ ଅଫିସକୁ ବିଏମସି ସିଲ୍ କରିଛି। ଭୁବନେଶ୍ଵର କୋର୍ଟ ସମେତ ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସ ଏବଂ ସବ ରେଜିଷ୍ଟର ଅଫିସକୁ ବିଏମସି ସିଲ୍ କରିଛି। ଏସମସ୍ତ ଅଫିସଗୁଡିକୁ ୭ ଦିନ ପାଇଁ ବିଏମସି ସିଲ୍ କରିଛି। ଆଜିଠାରୁ ମେ’ ୫ ଯାଏଁ କଟକଣା ଲାଗୁ ରହିବ। କୋର୍ଟ ପରିସରରୁ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି।

Read More

ଭୁବନେଶ୍ବର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ତହସିଲଦାର ଧରା ପଡିଛନ୍ତି। ରାଇକିଆ ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲଦାର ଚକ୍ରଧର ପାଢୀ ଜବତ ଟ୍ରାକ୍ଟର ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ତହସିଲଦାରଙ୍କ ବାଲିଗୁଡା ସରକାରୀ ବାସଭବନରେ ଲାଞ୍ଚ ନେଉଥିଲେ। ସେଠାରୁ ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଦୀର୍ଘ ମାସ ଧରି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିଲା। ଗତ ବର୍ଷ ପୂର୍ବତନ ଅତିରିକ୍ତ ତହସିଲଦାର ମନ୍ମଥ ବେହରାଙ୍କ ବାଣପୁର ତହସିଲଦାର ରୂପେ ପଦୋନ୍ନତି ହେବା ଦିନଠାରୁ ଉକ୍ତ ପଦବୀ ଖାଲି ପଡିଥିଲା। ଏତେ ବଡ଼ ତହସିଲରେ ଉକ୍ତ ଗୁରୁତ୍ୱପୂର୍ଣ ପଦବୀ ଖାଲି ପଡ଼ିଥିବା ହେତୁ ଜନସାଧାରଣଙ୍କ ବହୁ ଜରୁରୀ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା। ଅପରପକ୍ଷେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ଵ ହେଲାଣି କୋଭିଡ ମହାମାରୀ ସମୟରେ ତହସିଲଦାର ଏକାକୀ ସବୁ କାର୍ଯ୍ୟ ବୁଝୁଥୁବା ବେଳେ ତାଙ୍କ ପକ୍ଷେ ସବୁ କାର୍ଯ୍ୟ କରିବା ଅସମ୍ଭବ ହୋଇପଡୁଥିଲା। ତେବେ ଗତକାଲି ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୂପେ ଯୋଗଦେଇଛନ୍ତି ଓଆରଏସ୍ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ। କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିବସରେ ତହସିଲଦାର ଶ୍ରୀ ବେହେରାଙ୍କ ସମେତ ସମସ୍ତ ତହସିଲ କର୍ମଚାରୀମାନେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଏବଂ ରାୟଗଡା ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ କଟକ, ଅନୁଗୁଳ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣର ୨୩ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାଜିତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ। ଏହି ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ୬ ଟି ମ୍ୟାଚରୁ ପାଞ୍ଚଟି ବିଜୟ ହାସଲ କରିଛି। ବର୍ତ୍ତମାନ ୧୦ ଅଙ୍କ ସହିତ ଚେନ୍ନାଇ ଟୁର୍ଣ୍ଣାମେଣ୍ଟ ତାଲିକାରେ ଶୀର୍ଷରେ ରହିଛି। ସିଏସକେର ଏହି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଫାଫ ଡୁପ୍ଲେସିସ। ଫାଫ ଡୁପ୍ଲେସିସ ୩୮ ଟି ବଲରେ ୫୬ ରନର ପାଳି ଖେଳିଥିଲେ। ଋତୁରାଜ ଗାଏକ୍ଵଡ଼ଙ୍କ ସହ ଭାଗୀଦାରୀରେ ଡୁପ୍ଲେସିସ ଚେନ୍ନାଇକୁ ବିଜୟ ଦେଇଥିଲେ। ପ୍ରଥମ ୱିକେଟ ଭାଗୀଦାରୀରେ ଦୁହେଁ ୧୨୯ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ପରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଶିଖର ଧବନଙ୍କୁ ପଛରେ ପକାଇ ଡୁପ୍ଲେସିସ ଅରେଞ୍ଜ କ୍ୟାପକୁ କବ୍ଜା କରିଛନ୍ତି। ଜାଣନ୍ତୁ ଅରେଞ୍ଜ କ୍ୟାପ ଦୌଡରେ ଥିବା ଖେଳାଳି: ୧- ଫାଫ ଡୁପ୍ଲେସିସ- ୬ ଟି ମ୍ୟାଚ- ୨୭୦ ରନ ୨- ଶିଖର ଧବନ- ୬…

Read More

ନୂଆଦିଲ୍ଲୀ: ଦେଶରେ ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ସେଥିପାଇଁ କୋୱିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଲୋକଙ୍କୁ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ଦିନରେ ଟୀକାକରଣ ପାଇଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ପଞ୍ଜୀକରଣ କରିଛନ୍ତି। ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ… ୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ ୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ ୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ ୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ ୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ ୬-…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୯୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୯୪୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୫ ହଜାର ୭୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୭ ହଜାର ୭୧୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୧୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୭୪ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୦ ହଜାର ୯୬୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୯ ଲକ୍ଷ ୯୭ ହଜାର ୨୬୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୭୮ ହଜାର ୭୦୯ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ: ବିଶ୍ବରେ ମୋଟ ୨୧୯ଟି ଦେଶକୁ କରୋନା କାୟା ବିସ୍ତାର କରିଛି। ବର୍ତ୍ତମାନ ବିଶ୍ବରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୨୦ ଲକ୍ଷ ୯ ହଜାର ୫୯୦ ଜଣ ଥିବା ବେଳେ ୧୨ କୋଟି ୭୭ ଲକ୍ଷ ୩୧ ହଜାର ୩୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ୩୧ ଲକ୍ଷ ୬୩ ହଜାର ୩୯୬ ଜଣ ଆକ୍ରାନ୍ତ କରୋନା ଯୁଦ୍ଧରେ ଜୀବନ ହରେଇଛନ୍ତି।

Read More

କଲିକତା: ପଶ୍ଚିମବଙ୍ଗରେ ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୮୪ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ବିଧାନସଭାର ୩୫ ଟି ଆସନ ପାଇଁ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ତେବେ ଭୋଟ ଗ୍ରହଣ ସମୟରେ ତୃଣମୂଳ କଂଗ୍ରେସର ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ନିର୍ବାଚନ କମିଶନର କଡା ନଜରରେ ଅନୁବ୍ରତ ଅଛନ୍ତି। ଅନେକ ଅଭିଯୋଗ ପରେ ତାଙ୍କୁ ଆସନ୍ତାକାଲି ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କଡା ନଜରରେ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୧୬ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ତାଙ୍କୁ କଡା ନଜରରେ ରଖାଯାଇଥିଲା। ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ମେ’ ୨ ତାରିଖରେ ଭୋଟ ଗଣତି କରାଯିବ। ଭୋଟ ଗଣତି ପରେ ବିଜୟ ଉତ୍ସବ ପାଳନ ନକରିବା ପାଇଁ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବନ୍ଧୁତା ହେଉଛି ଏକ ସମ୍ପର୍କ ଯାହା ଜଣେ ବ୍ୟକ୍ତି ନିଜେ ତିଆରି କରେ । ଜଣେ ପ୍ରକୃତ ବନ୍ଧୁ ମୂଲ୍ୟବାନ ରତ୍ନଠାରୁ କିଛି କମ୍ ନୁହେଁ । ଜୀବନରେ ଆପଣଙ୍କର ଯେତେ ଅଧିକ ବନ୍ଧୁ ରହିବେ ସେହି ଅନୁସାରେ ଆପଣଙ୍କର ସେତିକି ସଫଳତା ମିଳିବ। ତେବେ ପ୍ରଶ୍ନ ହେଉଛି ସେ ବନ୍ଧୁ ଭଲ ବନ୍ଧୁ ହେବା ଆବଶ୍ୟକ। ଚାଣକ୍ୟଙ୍କ ମତରେ ପ୍ରକୃତ ବନ୍ଧୁଙ୍କୁ ଚିହ୍ନିବା ପାଇଁ ପାଞ୍ଚୋଟି ତଥ୍ୟ ଉପସ୍ଥାପିତ କରିଛନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ବନ୍ଧୁ ହେବା ସମୟରେ ଜଣେ ବ୍ୟକ୍ତି ବହୁତ ସତର୍କ ହେବା ଉଚିତ୍। ଆତ୍ମସମର୍ପଣ ହେଉଛି ବନ୍ଧୁତ୍ୱର ପ୍ରଥମ ସର୍ତ୍ତ । ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ବନ୍ଧୁତ୍ୱକୁ ମଜବୁତ କରେ । ସମର୍ପଣ ବିଶ୍ୱାସରୁ ଆସିଥାଏ। ଯେତେବେଳେ ଏହି ଦୁଇଟି ଜିନିଷ ମିଳିତ ହୁଏ, ବନ୍ଧୁତ୍ୱର ରଙ୍ଗ ଗାଢ ହୋଇଯାଏ । ଚାଣକ୍ୟ ବିଶ୍ୱାସ କରୁଛନ୍ତି ଯେ ଜଣେ ବ୍ୟକ୍ତିଙ୍କ…

Read More

ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ।  ଭାଇମାନଙ୍କଠାରୁ ସମର୍ଥନ ପାଇବେ । ଅସଂଗଠିତତା କ୍ଷତି ଘଟିବ । ଚାକିରିରେ ପ୍ରଶଂସା ପାଇବେ । ତତ୍ପରତା ନାହିଁ । ଆଜି ବିପଦ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ । ବୃଷ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । ମିଥୁନ: – ଜମି ବିକ୍ରୟ ଏବଂ…

Read More

ତୂଳା: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବନ୍ଧୁଙ୍କ ସମର୍ଥନ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ମୀନ: – କାର୍ଯ୍ୟରେ ମନ ଦେବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛା ଶକ୍ତି ଏକ ଅପଚୟ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ମିଳିଥିବା ସ୍ୱାସ୍ଥ୍ୟ ଦୁର୍ବଳ ରହିବ ।

Read More