ଭୁବନେଶ୍ବର: ସାରା ବିଶ୍ୱରେ ଏବେ ଦେଖାଦେଇଛି ମହାମାରୀ କରୋନାର ଦ୍ୱିତୀୟ ଲହର। କରୋନାର ପ୍ରଥମ ଲହର ଠାରୁ ଏହା ବେଶୀ ଭୟଙ୍କର। ୨୦୨୦ ମସିହା ଫେବୃୟାରୀରୁ ଦେଖାଦେଇଥିବା ମହାମାରୀ କରୋନା କ୍ରମାଗତ ଭାବେ ଗୋଟିଏ ବର୍ଷ ଭୟର ବାତାବରଣ ସୃଷ୍ଟି କରିଚାଲିଥିଲା। ବହୁ ଲୋକଙ୍କ ଜୀବନ ହାନୀ ଘଟିବା ସହ ଲୋକମାନଙ୍କ ଆର୍ôଥକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ଭାଙ୍ଗି ପଡ଼ିଥିବା ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ କରୋନାର ଦ୍ୱିତୀୟ ଲହର ପ୍ରବେଶ କରିବା ଯୋଗୁଁ ସାରା ବିଶ୍ୱ ପାଇଁ ଘାତକ ସାଜିଛି। ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବରେ ବୃଦ୍ଧି ପାଉଛି। କେବଳ ସଂକ୍ରମିତ ବଢୁନି, ଜୀବନ ମଧ୍ୟ ନେଉଛି ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କରୋନାର କରୁଣ ଚିତ୍ରକୁ ଅନୁଧ୍ୟାନ କଲେ ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। କାରଣ କରୋନାର ପ୍ରଥମ…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୯୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଭଦ୍ରକ, କଟକ, ଗଞ୍ଜାମ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ ଥିବା ୩ ଜଣ ଆକ୍ରାନ୍ତ ଭୁବନେଶ୍ଵରର ମହାନଗର ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ଜଣେ ୫୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ୭୬ ବର୍ଷିୟ ପୁରୁଷ ଏବଂ ଅନ୍ୟ ଜଣେ ୬୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।…
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୫୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୭୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୨ ହଜାର ୯୩୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୫ ହଜାର ୯୪୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୫୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୫୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୮୭ ଜଣ, ବାଲେଶ୍ଵର ଜିଲ୍ଲାରୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୫୨ ହଜାର ୯୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୮୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୩ ଲକ୍ଷ ୧୩ ହଜାର ୧୬୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୮ ଲକ୍ଷ ୧୩ ହଜାର ୬୫୮ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଟୀକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 50 ପ୍ରତିଶତ କୋଟାରୁ ମାଗଣା କୋଭିଡ ଟିକା ପ୍ରଦାନ ଜାରି ରଖିବେ। ଫେସବୁକ୍ ପୋଷ୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଅବଶିଷ୍ଟ 50 ପ୍ରତିଶତ କୋଟାରେ ରାଜ୍ୟଗୁଡିକ ଟିକା ପାଇବେ। ଅନେକ ରାଜ୍ୟ ନିଜ ନିଜ ଅନୁସାରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ଏବଂ ବର୍ତ୍ତମାନ ଅବଶିଷ୍ଟ 50 ପ୍ରତିଶତ କୋଟା ସେମାନଙ୍କୁ ନିଜ ନିଜ ଅନୁସାରେ ପ୍ରାଥମିକ ଗୋଷ୍ଠୀକୁ ଟୀକାକରଣ କରିବାର କ୍ଷମତା ପ୍ରଦାନ କରାଯିବ। ଘରୋଇ କ୍ଷେତ୍ର ମଧ୍ୟ ଏହି କୋଟାରେ ଆସିବାକୁ ସକ୍ଷମ ହେବ ଯାହା ଦ୍ବାରା ମିଳିତ ପ୍ରୟାସ ଦ୍ୱାରା ପ୍ରତ୍ୟେକ ବୟସ୍କଙ୍କୁ ଟୀକାକରଣର ଲକ୍ଷ୍ୟ ଶୀଘ୍ର ହାସଲ ହୋଇପାରିବ। କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟୀକାକରଣ ପୂର୍ବପରି ଜାରି ରହିବ ଏବଂ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ସରକାରୀ…
West Bengal Election: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ପାଞ୍ଚଟି ଜିଲ୍ଲାର 34 ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଦିଆଯାଉଛି। ସକାଳ 7 ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବାହିନୀର 653 କମ୍ପାନୀ ନିୟୋଜିତ କରିଛନ୍ତି। ପାଞ୍ଚଟି ଜିଲ୍ଲା ମଧ୍ୟରୁ ତିନୋଟି – ମାଲଦା, ମୁର୍ସିଦାବାଦ ଏବଂ ଦକ୍ଷିଣ ଦିନାଜପୁର – ବାଂଲାଦେଶ ସୀମାବର୍ତ୍ତୀ ଜିଲ୍ଲା ପାଇଁ ଅଧିକ ବାହିନୀ ନିୟୋଜନ କରାଯାଇଛି। ନିର୍ବାଚନ ସମୟରେ ଅନୁପ୍ରବେଶକୁ ରୋକିବା ସହ କୌଣସି ପ୍ରକାରର ହିଂସାକୁ ରୋକିବା ପାଇଁ ଏହି ପଦକ୍ଷପ ନିଆଯାଇଛି। ନିର୍ବାଚନ ଆୟୋଗ ତରଫରୁ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭୋଟ୍ ପାଇଁ ପ୍ରଚେଷ୍ଠା ଜାରୀ ରହିଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଇଲେକ୍ଟ୍ରୋ ନିକ୍ ଭୋଟିଂ ମେସିନ୍ ସହିତ ପ୍ରତ୍ୟେକ ମତଦାନ…
ମେଷ:- ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସ୍ଥିରତା ବଜାୟ ରଖିବାରେ ସଫଳ ହେବେ। ଆପଣଙ୍କର ପ୍ରତିଷ୍ଠା ଏବଂ କୈଶଳ ସହିତ, ବ୍ୟବସାୟ ସଂପ୍ରସାରଣକୁ ନିଶ୍ଚିତ କରିବେ। ଜମି କିମ୍ବା ଘର ଲାଭଜନକ ବିନିଯୋଗ କରିବ। ଆକର୍ଷଣୀୟ ବସ୍ତୁ ଲାଭ ହେଉଛି । ସୃଜନଶୀଳତା ବଜାୟ ରଖିବେ। ବ୍ୟକ୍ତିଗତ ସଂପର୍କରେ ସହଯୋଗ ହେବ । ପରିବାରର ଭବିଷ୍ୟତ ସହିତ ଜଡିତ ଯୋଜନାଗୁଡ଼ିକ ପୂରଣ ହେବ। ବୟସ୍କ ସମ୍ପର୍କୀୟମାନେ ଆପଣଙ୍କର ପ୍ରେମ ଏବଂ ଯତ୍ନ ଆବଶ୍ୟକ କରନ୍ତି। ବୃଷ :- ବ୍ୟବସାୟିକ ଉଦ୍ୟୋଗରେ କୈଶଳ ଏବଂ ବୁଦ୍ଧି ଉପସ୍ଥାପନ କରିବ। ପ୍ରତିଯୋଗିତା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦୂରଦୃଷ୍ଟି ଏବଂ ବୁଝାମଣା ସହିତ କାର୍ଯ୍ୟ କରିବ । ବ୍ୟକ୍ତିଗତ ମତ ଦେଖାଇବାକୁ ଏବଂ ବିରୋଧ ମଧ୍ୟରେ ନ୍ୟାୟକୁ ସମର୍ଥନ କରିବାକୁ ଆପଣଙ୍କର ସାହସ ଅଛି। ଆପଣଙ୍କ ସମ୍ପର୍କୀୟମାନେ ଆପଣଙ୍କଠାରୁ ବହୁତ କିଛି ଆଶା କରିବେ। ଆପଣଙ୍କ ହୃଦୟରେ ସେମାନଙ୍କ ପାଇଁ ପ୍ରେମ ଏବଂ ଚିନ୍ତାର…
ବିଛା:- ଅର୍ଥ, ସହଭାଗୀତା, ସମ୍ପତ୍ତି, ବ୍ୟବସାୟ ଏବଂ ଆଇନଗତ ମାମଲାଗୁଡ଼ିକର ମୁକାବିଲା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବ୍ୟବସାୟ ସୁଯୋଗ ମଙ୍ଗଳ କରିବ, ଲାଭଦାୟକତା ନିଶ୍ଚିତ କରିବ । ସମ୍ପତ୍ତି କିମ୍ବା ଘରେ ବିନିଯୋଗ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ ଏବଂ ପ୍ରେମ ସହିତ ବ୍ୟକ୍ତିଗତ ସମ୍ପର୍କ ମଜବୁତ ହେବ । କୁମ୍ଭ:- ଅନେକ ପରିବର୍ତ୍ତନ ଏବଂ ଅସୁବିଧା ମାଧ୍ୟମରେ, ଆପଣ ପ୍ରଗତି ଆଡକୁ ଅଗ୍ରଗତି କରିବେ। ପାରିବାରିକ ପରିସ୍ଥିତି ଏବଂ ବ୍ୟକ୍ତିଗତ ଯୋଜନା ଏକ ସକରାତ୍ମକ ଦିଗରେ ଗତି କରିବ କାର୍ଯ୍ୟ କିମ୍ବା ବାସସ୍ଥାନ ବଦଳାଇବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଆପଣ କ’ଣ ଚାହୁଁଛନ୍ତି ତାହା ଆପଣ ଜାଣନ୍ତି ।
ମେଷ:- ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସ୍ଥିରତା ବଜାୟ ରଖିବାରେ ସଫଳ ହେବେ । ଆପଣଙ୍କର ପ୍ରତିଷ୍ଠା ଏବଂ କୈଶଳ ସହିତ, ବ୍ୟବସାୟ ସଂପ୍ରସାରଣକୁ ନିଶ୍ଚିତ କରିବେ । ଜମି କିମ୍ବା ଘର ଲାଭଜନକ ବିନିଯୋଗ କରିବ । ଆକର୍ଷଣୀୟ ବସ୍ତୁ ଲାଭ ହେଉଛି । ସୃଜନଶୀଳତା ବଜାୟ ରଖିବେ । ତୂଳା:- ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେବ ଏବଂ ନୂତନ ଆରମ୍ଭ ହେବ। ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଲକ୍ଷ୍ୟ ଦିଗରେ ଚେଷ୍ଟା କରିବ । ବ୍ୟକ୍ତିଗତ ସମ୍ପର୍କ ଦୃଢ ଏବଂ ନିୟନ୍ତ୍ରଣରେ ରହିବ। ସମ୍ପର୍କ ଉପରେ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବ । ଖୁସି ହୁଅ କିନ୍ତୁ ଗର୍ବଭାବରୁ ଦୂରେଇ ରୁହନ୍ତୁ । ଅଧିକାର ପାଇବାରେ ସଫଳ ହେବେ ।
ମୀନ:- ଆପଣଙ୍କର ଶକ୍ତିକୁ ବ୍ୟବସାୟ ଉତ୍ସ ସହିତ ମିଶ୍ରଣ କରନ୍ତୁ. ଆଗକୁ ବଢିବେ । ବ୍ୟବସାୟିକ ସୁଯୋଗ ସଂପର୍କରେ ବନ୍ଧୁତା ଏବଂ ଶୁଭେଚ୍ଛା ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବା ପାଇଁ ଯୋଗାଯୋଗ କ୍ଷମତା ବ୍ୟବହାର କରିବେ । ଅନ୍ୟ ରାଶି ବ୍ୟକ୍ତି ଆପଣଙ୍କୁ ସମର୍ଥନ କରିବେ । କର୍କଟ :- ଜୀବନରେ ସନ୍ତୁଳନ ଏବଂ ସମ୍ପର୍କରେ ସନ୍ତୁଷ୍ଟିର ଭାବନା ରହିବ । ପରିବାର ଏବଂ ସାଙ୍ଗମାନେ ଆପଣଙ୍କ ପାଇଁ ଚିନ୍ତିତ ହେବେ । କଠିନ ସମୟରେ ମା ଏବଂ ଝିଅ ସମର୍ଥନ କରିବେ। ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ସୃଜନଶୀଳ କାର୍ଯ୍ୟକଳାପରୁ ଶକ୍ତି ପାଇବେ । ଭାଗ୍ୟ ଆପଣଙ୍କ ସହିତ ଅଛି । ବୃତ୍ତିଗତ ଜୀବନରେ ଲାଭଦାୟକ ପରିବର୍ତ୍ତନ ଆସିବ, ଯାହା ସମୃଦ୍ଧିର ମାଧ୍ୟମ ବୃଦ୍ଧି କରିବ ।
ଧନୁ:- ସ୍ୱାସ୍ଥ୍ୟ ଏବଂ ଧନ ବିଷୟରେ ଚିନ୍ତା ହେବ । ସଠିକ୍ ଲୋକଙ୍କ ସହ ଯୋଗାଯୋଗ କରି ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ । ସୁଚିନ୍ତିତ ଭାବେ ଜଟିଳ ଲୋକଙ୍କ ସହିତ ମୁକାବିଲା କରିବା ସହଜ ହେବ । ନକାରାତ୍ମକ ପରିସ୍ଥିତିରେ ଜଡ଼ିତ ହେବା ପରିବର୍ତ୍ତେ ଆଗକୁ ବଢନ୍ତୁ । ମକର:- ଦାୟିତ୍ବଗୁଡିକ ଭଲ ଭାବରେ କରନ୍ତୁ । ଭାବପ୍ରବଣତା ଏବଂ ପ୍ରେମର ଭାବନା ପୁନଃ ପ୍ରତିରୂପିତ ହେବ । କିଛି ମଜାଦାର ଲୋକଙ୍କ ସହିତ କାମ କରିବାକୁ ଆପଣ ନିମନ୍ତ୍ରଣ ପାଇବେ । ଚତୁର୍ଦ୍ଦିଗରେ ଥିବା ସମସ୍ତ ପରିବର୍ତ୍ତନ ସତ୍ତ୍ବ ସ୍ଥିତି ଏବଂ ପ୍ରତିଷ୍ଠା ଦୃଢ ରହିବ । ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ ।
ସିଂହ:- ପ୍ରତିଜ୍ଞା ଏବଂ ପ୍ରତିଶ୍ରୁତି ପୂରଣ ବ୍ୟକ୍ତିଗତ ସମ୍ପର୍କରେ ଆନନ୍ଦ ଆଣିଦେବ । ଘରେ ସୌହାର୍ଦ୍ଦ୍ୟ ଏବଂ କର୍ମକ୍ଷେତ୍ରରେ ସୌହାର୍ଦ୍ଦ୍ୟ ହେତୁ, ଆପଣ ଦାୟିତ୍ବ ପୂରଣ କରିବାକୁ ଏବଂ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ସୁଖଦ ସମୟ ବିତାଇବେ । କନ୍ୟା:- ଖରାପ ହେବାର କଳ୍ପନା କର ଏବଂ ନକାରାତ୍ମକ ଚିନ୍ତାଧାରାରେ ବିରକ୍ତି ହେବ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଏଡ଼ାଇବେ । ସକରାତ୍ମକତା ଏବଂ ନୂତନ ଶକ୍ତି ସହିତ ନୂତନ ଆରମ୍ଭ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏକ ବିଶେଷ ବନ୍ଧୁଙ୍କ ସହିତ ସଂଯୋଗ ବଜାୟ ରହିବ ଏବଂ ଭଲ ସମୟ ବିତାଇବେ ।
ବୃଷ :- ବ୍ୟବସାୟିକ ଉଦ୍ୟୋଗରେ କୈଶଳ ଏବଂ ବୁଦ୍ଧି ଉପସ୍ଥାପନ କରିବ । ପ୍ରତିଯୋଗିତା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦୂରଦୃଷ୍ଟି ଏବଂ ବୁଝାମଣା ସହିତ କାର୍ଯ୍ୟ କରିବ । ବ୍ୟକ୍ତିଗତ ମତ ଦେଖାଇବାକୁ ଏବଂ ବିରୋଧ ମଧ୍ୟରେ ନ୍ୟାୟକୁ ସମର୍ଥନ କରିବାକୁ ଆପଣଙ୍କର ସାହସ ଅଛି । ଆପଣଙ୍କ ସମ୍ପର୍କୀୟମାନେ ଆପଣଙ୍କଠାରୁ ବହୁତ କିଛି ଆଶା କରିବେ । ମିଥୁନ୍ :- ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଲକ୍ଷ୍ୟରେ ସଫଳତା ମିଳିବ, ଯାହା ପ୍ରଗତିର ପଥ ଦେଖାଇବ । ପାରିବାରିକ ବିବାଦର ସମାଧାନ ହେବ । ପରିବାର ସହିତ ଏକ ସୁଖଦ ସମୟ ବିତାଇବେ । ଜଣେ ପ୍ରିୟ ବ୍ୟକ୍ତି ଆପଣଙ୍କ ଜୀବନରେ ସୁଖ ଆଣିବେ । କେତେକ ଯୋଜନା ଏବଂ ଚିନ୍ତାଧାରାକୁ ବଳିଦାନ ଦେବାକୁ ପଡିପାରେ, କାରଣ ଜୀବନର ଅନ୍ୟାନ୍ୟ ବାସ୍ତବତାକୁ ସାମ୍ନା କରିବାକୁ ପଡିବ ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବା ଶାଳିଆ ଡ୍ୟାମ ନିକଟରୁ ଶନିବାର ସନ୍ଧ୍ୟାରେ ତିନି ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ସହ ଏଟିଏମ୍ କାର୍ଡ, ପର୍ସ, ଗାଡି ଚାବି, ମୋବାଇଲ ଫୋନ ଆଦି ଛଡେଇ ନେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମର ତ୍ରିନାଥ ପ୍ରଧାନ ଏନେଇ ଶନିବାର ରାତିରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ତ୍ରିନାଥ ଗତକାଲି ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବାବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମସ୍ଥିତ ମା’ ଡୋମଣି ମନ୍ଦିର ନିକଟସ୍ଥ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ଗୋଟିଏ ବାଇକରେ ଆସୁଥିବା ଅଜଣା ମାସ୍କ ଧାରୀ ତିନି ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ୨ କୋଟି ଲୋକଙ୍କୁ ମାଗଣାରେ ଟିକା ଦେବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା। ୧୮ରୁ ବର୍ଷରୁ ଉର୍ଦ୍ଧ୍ବ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା। ଏଥି ପାଇଁ ରାଜ୍ୟ ରାଜକୋଷରୁ ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲକଡାଉନ, ସଟଡାଉନ କଟକଣା ଲଗାଇବା ମୋର ଉଦ୍ଦେଶ୍ୟ ନହିଁ। ଏଥିରେ ରାଜ୍ୟର ଅର୍ଥନୀତି ବିପନ୍ନ ହେଉଛି। ସାରା ଭାରତ ଏବେ କଠିନ ସମୟ ଦେଇ ଗତି କରୁଛି। ଏବେ ଯାଉଦ୍ଧକାଳୀନ ସ୍ଥିତି କହିଲେ କିଛି ଭୁଲ ହେବନି। ବହୁତ ଲୋକ ଏବେ ନିଜ ନିଜର ପରିଜନଙ୍କୁ ହରାଉଛନ୍ତି। ସମସ୍ତେ କରୋନା ନିୟମକୁ ମାନନ୍ତୁ ଏବଂ ଏହି ମହାମାରୀ କବଳରୁ ନିଜକୁ ସୁରକ୍ଷା ରଖନ୍ତୁ।…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଦୁଇ ଦିନ ତଳେ ମାଓବାଦୀ ଗତିବିଧି ନେଇ ପୋଲିସ ଡିଜି କଳାହାଣ୍ଡି ଗସ୍ତ କରି ଏକ ସମୀକ୍ଷା ବୈଠକ ସାରିଥିବା ବେଳେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଟେଲେମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ ବିଭାଗକୁ ସୂଚନା ମିଳିଥିଲା। ଏନେଇ ଏସ.ଓ.ଜି. ର ଚାରି ୟୁନିଟ ଗତ ୨୨ ତାରିଖରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ସମୟରେ ପୋଲିସ ବିଭାଗ ଦ୍ବାରା ମାଓବାଦୀଙ୍କୁ ଠାବ କରାଯିବା ପରେ, ଆତ୍ମ ସମର୍ପଣ କରିବା ନିମନ୍ତେ ଅନୁରୋଧ କରାଯାଇଥିଲେ ସତ୍ତ୍ୱେ ମାଓବାଦୀଙ୍କ ପକ୍ଷରୁ ଏସ.ଓ.ଜି. ଉପରକୁ ପ୍ରଚୁର ମାତ୍ରାରେ ଗୁଳି ଚାଳନା କରାଯାଇଥିଲା, ଏହି ଗୁଳି ବିନିମୟରେ ଜନୈକା ମହିଳା କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ଯାହାଙ୍କ କ୍ୟାଡ଼ର ମହିଳାଙ୍କ ପରିଚୟ ମାନା ମାଝୀ ଓରଫ ନମିତା ବୋଲି ଜଣା ପଡ଼ିଛି। ସେ କେ.କେ.ବି.ଏନ.…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଆମ ସମସ୍ତଙ୍କର ଧୈର୍ଯ୍ୟ ଓ ଦୁଃଖ ସହିବାର ସୀମାକୁ ପରଖୁଛି। ଅନେକ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଯାଇଛନ୍ତି। କରୋନାର ପ୍ରଥମ ଲହରକୁ ସଫଳତାର ସହିତ ମୁକାବିଲା କରିବା ପରେ ଦେଶ ଉତ୍ସାହରେ ପରିପୂର୍ଣ୍ଣ ଥିଲା, ଆତ୍ମବିଶ୍ୱାସରେ ଭରି ରହିଥିଲା, କିନ୍ତୁ ଏହି ଝଡ଼ ଦେଶକୁ ଦୋହଲାଇ ଦେଇଛି। ବିଗତ ଦିନରେ ଏହି ସଙ୍କଟର ମୁକାବିଲା ପାଇଁ, ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ମୋର ଦୀର୍ଘ ଆଲୋଚନା ହୋଇଛି। ଆମର ଔଷଧ ପ୍ରସ୍ତୁତି ଶିଳ୍ପ ସହ ଜଡ଼ିତ ଲୋକ ହୁଅନ୍ତୁ, ଟିକା ନିର୍ମାତା ହୁଅନ୍ତୁ, ଅମ୍ଳଜାନ ପ୍ରସ୍ତୁତି ସହ ଜଡ଼ିତ ଲୋକ ହୁଅନ୍ତୁ କିମ୍ବା ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ହୁଅନ୍ତୁ, ସେମାନେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସରକାରଙ୍କୁ ଦେଇଛନ୍ତି। ଏବେ ଆମକୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୧, ସୁନ୍ଦରଗଡରୁ ୫୨୬, ନୂଆପଡାରୁ ୩୪୦, ଝାରସୁଗୁଡାରୁ ୨୩୮, କେନ୍ଦୁଝରରୁ ୧୯୯, ସମ୍ବଲପୁରରୁ ୧୫୩, କଟକରୁ ୧୫୨, ବରଗଡରୁ ୧୪୦, ପୁରୀରୁ ୧୨୮, ନବରଙ୍ଗପୁରରୁ ୯୭, ବଲାଙ୍ଗୀରିରୁ ୮୭, ବାଲେଶ୍ବରରୁ ୮୪, ମୟୂରଭଞ୍ଜରୁ ୬୯, ରାୟଗଡାରୁ ୬୨, ଗଜପତିରୁ ୫୯, ଗଞ୍ଜାମରୁ ୫୮, ଦେବଗଡରୁ ୫୪, କଳାହାଣ୍ଡିରୁ ୫୪, ଭଦ୍ରକରୁ ୫୩, ଅନୁଗୁଳରୁ ୪୯, ଯାଜପୁରରୁ ୪୧, ନୟାଗଡରୁ ୩୩, ଜଗତସିଂହପୁରରୁ ୩୦, କୋରାପୁଟରୁ ୨୪, ସୋନପୁରରୁ ୨୪, କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୧୫, କନ୍ଧମାଳରୁ ୧୦, ମାଲକାନଗିରିରୁ ୪ ଏବଂ ଷ୍ଟେଟ ପୁଲରୁ ୧୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୬୨…
ସୀତାରାମ ଅଗ୍ରୱାଲ ଚିଲିକା: ମୋବାଇଲ୍ ରେ ପବଜି ଖେଳିବା ହେଲା କାଳ। ଟ୍ରେନ ଧକ୍କାରେ ଅକାଳରେ ଚାଲିଗଲା ନୀରିହ ଛାତ୍ରଙ୍କ ଅମୁଲ୍ୟ ଜୀବନ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ଗଂଗାଧରପୁର ରେଳ ଷ୍ଟେସନ ନିକଟରେ ନଇରୀ ଗ୍ରାମର ପ୍ରଶାନ୍ତ ବେହେରାଙ୍କ ପୁତ୍ର ସୁଶାନ୍ତ ବେହେରା (୧୫) ମୋବାଇଲରେ ପବଜି ଖେଳୁଥିଲେ। ହେଲେ ସୁଶାନ୍ତ ପବଜି ଖେଳୁ ଖେଳୁ ଟ୍ରେନ୍ ଲାଇନ୍ କୁ ଆସିଯାଇଥିଲେ। ଠିକ ସେହି ସମୟରେ ଏକ ଟ୍ରେନ ଆସୁଥିବା ସୁଶାନ୍ତ ଜାଣିପାରିନଥିଲେ। ଫଳରେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଟ୍ରେନ ଚାଳକଙ୍କ ଠାରୁ ଖବର ପାଇ ଗଂଗାଧର ପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ଉଦ୍ଧାର କରିଥିଲା। ଅଗ୍ନିଶମ ବାହିନୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଭର୍ତ୍ତି କରିଥିଲା। ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ ପରେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୭୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୯୨୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୪ ହଜାର ୫୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ ହଜାର ୧୧୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ସଫଳତା। ତୋରସିଂହ ଗ୍ରାମରେ ଘଟିଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାଣପୁର ପୋଲିସ। ଏ ନେଇ ଆଜି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ଚୋରି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ ଗୋପୀନାଥପୁର ଗ୍ରାମର କୁନା ରାଉତ(୨୪) ଏବଂ ପଙ୍କାଳ ଗ୍ରାମର ସୁଶାନ୍ତ କୁମାର ବରାଳ(୨୪)। ତେବେ ଉକ୍ତ ଲୁଟ ଘଟଣାରେ ଆଉ ଜଣେ ଅଭିଯୁକ୍ତ ତପନ ବେହେରା ଫେରାର ଅଛନ୍ତି। ଉକ୍ତ ତିନି ଜଣ ଅଭିଯୁକ୍ତ ଗତ ମାସ ୩୦ ତାରିଖ ମଧ୍ୟରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ଘରେ ସ୍କାଏ ଲାଇଟ ବାଟେ ପଶି ତାଙ୍କ ଘର ଆଲମିରାରୁ ଲକ୍ଷାଧିକ ତାଙ୍କର ସୁନା ଗହଣା ଲୁଟିବା…

