ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଅନେକ ରାଜ୍ୟରେ ଏବେ ଲକଡାଉନ କଟକଣା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ କଟକଣା ଆହୁରି ବଢିବା ନେଇ ଅନୁମାନ କରାଯାଉଛି। ସେଥିପାଇଁ ପ୍ରବାସୀମାନେ ଓଡିଶା ଆସିବା ପାଇଁ ଜଳପଥ ବ୍ୟବହାର କରିପାରନ୍ତି। ବର୍ତ୍ତମାନ ଜଳପଥରେ ଓଡିଶା ପ୍ରବେଶ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଦେଇଛନ୍ତି। କୌଣସି ବୋଟ କିମ୍ବା ଦଙ୍ଗାକୁ ଓଡ଼ିଶା ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ମେରାଇନ ଥାନା ଅଞ୍ଚଳରେ ସାଗର ରକ୍ଷକ ନାମକ ଟିମ୍ ଗଠିତ ହୋଇଛି। ମେରାଇନ ଅଞ୍ଚଳରେ ରାତିରେ ପାଟ୍ରୋଲିଂ କରାଯିବ। ସ୍ଥାନୀୟ ଅଞ୍ଚଳର ଯୁବମାନଙ୍କୁ ନେଇ ସାଗର ରକ୍ଷକ ଟିମ୍ ଗଠିତ ହେବ। ତେବେ ଜଳପଥରେ ଆସିଲେ ମେରାଇନ ଥାନାକୁ ଜଣାଇବା ପାଇଁ ନିର୍ଦ୍ଦେଶ ହୋଇଛି।
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬୨ ଲକ୍ଷ ୬୩ ହଜାର ୬୯୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୪ ଲକ୍ଷ ୨୮ ହଜାର ୬୧୬ ଆକ୍ଟିଭ୍ କେସ୍ ରହିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରିଜର୍ଭ ପୋଲିସ ବ୍ୟାରେକରେ କାର୍ଯ୍ୟରତ ଜଣେ ଜବାନ ଉପରେ ସରଜେଂଟ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ରିଜର୍ଭ ପୋଲିସରେ କାର୍ଯ୍ୟରତ ଓଏସଏପି ଜବାନ ଜଗବନ୍ଧୁମାଝୀଙ୍କୁ ରିଜର୍ଭ ପୋଲିସ ସରଜେଂଟ ଖଗେଶ୍ୱର ବିଶ୍ୱାଳ ନିସ୍ତୁକ ମାଡ ମାରିବା ଯୋଗୁଁ ଲହୁଲୁହାଣ ଅବସ୍ଥାରେ ଜଗବନ୍ଧୁ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ୨୦ ତାରିଖ ରାତ୍ର ଦଶ ଟା ସମୟରେ ସରଜେଂଟ ଖଗେଶ୍ୱର ବିଶ୍ୱାଳ ଫୋନ ମାଧ୍ୟମରେ ଜବାନ ଜଗବନ୍ଧୁ ମାଝୀଙ୍କୁ କୌଣସି ଏକ କାମ କରିଦେବା ପାଇଁ ଡକାଇଥିଲେ। ଜଗବନ୍ଧୁ ଦିନସାରା କାମ କରି ଥକିପଡିଥିବା ଦର୍ଶାଇ ସକାଳେ ଉକ୍ତ କାମ କରିଦେବାକୁ ଜଣାଇଥିଲେ। ସେଥିରେ ସରଜେଂଟ ଉତ୍ୟକ୍ତ ହୋଇଯାଇ ଗାଳି ଗୁଲଜ କରିବା ସହିତ ଉଭ୍ୟଙ୍କ ମଧୟରେ ବଚସା ହୋଇଥିବା ପ୍ରକାଶ। ସେଥିରେ ଉତକ୍ଷିପ୍ତ ସରଜେଂଟ ବିଶ୍ୱାଳ ଓ ଅନ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଭୁବନେଶ୍ବର, ବାଲେଶ୍ଵର, ବଲାଙ୍ଗୀରି ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଗଞ୍ଜାମ ଜିଲ୍ଲାର ୨ ଜଣ ମୃତକଙ୍କ ମଧ୍ୟରୁ ଜଣେ ୭୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଅନ୍ୟ ଜଣେ ୫୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାର ୨ ମୃତକଙ୍କ ମଧ୍ୟରୁ ଜଣେ ୫୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୪୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି ଭୁବନେଶ୍ବରରୁ ଜଣେ ୫୯…
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୧୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୩ ହଜାର ୫୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୯ ହଜାର ୧୧୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୬୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୫୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୮୪ ଜଣ, ଅନୁଗୁଳ ୧୭୩…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିପରି ଅର୍ଥହୀନ କାର୍ଯ୍ୟ କଲେ ସଫଳ ମିଳିବ ନାହିଁ ତାହାର ଉଦାହରଣ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଯଦି ସମୁଦ୍ରରେ ବର୍ଷା ହେବ ତାହା କୌଣସି କାର୍ଯ୍ୟରେ ଆସିବ ନାହିଁ। ଯହି ପେଟପୁରା ଖାଦ୍ୟ ଖାଇଥିବା ମଣିଷକୁ ଭୋଜନ ଦେବେ ତାହା କୌଣସି ଲାଭ ହେବ ନାହିଁ। ସେହିପରି ଚାଣକ୍ୟ କହିଛନ୍ତି ଯେ, ଧନୀ ଲୋକଙ୍କୁ ଧନ ଦାନ କରିବା ବୃଥା। ଦିନବେଳା ଦୀପ ଲଗାଇବା ମଧ୍ୟ ଅର୍ଥହୀନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣ ଏପରି କାର୍ଯ୍ୟ କରନ୍ତୁ ଯାହା ବୃଥା ହେବ ନାହିଁ।
ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ ।…
କୁମ୍ଭ: – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ମୀନ: – ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ ।
ଧନୁ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବ । ମକର : – କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ ।
କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ ।
ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । କର୍କଟ :- ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସ୍ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ ।
ତୂଳା: – ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ ।ମାର୍ଗଦର୍ଶନ ପାଇବେ । ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ ।
ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ ।
ନୂଆଦିଲ୍ଲୀ, ଶେଷରେ ପଶ୍ଚିମବଂଗ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ବର୍ତ୍ତମାନର କୋଭିଡ-୧୯ ସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସେଥିପାଇଁ ଏହି ପ୍ରଚାର ଗସ୍ତକୁ ବାତିଲ କରିଛନ୍ତି। ମୋଦୀ ଟ୍ବିଟ୍ କରିଛନ୍ତି, “ଆସନ୍ତାକାଲି, ବର୍ତ୍ତମାନର କୋଭିଡ-୧୯ ସ୍ଥିତି ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବି। ଏହି କାରଣରୁ, ମୁଁ ପଶ୍ଚିମବଙ୍ଗ ଗସ୍ତରେ ଯିବି ନାହିଁ।” ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଭୟଙ୍କର ଥିବା ବେଳେ ମୋଦି ସାହାଙ୍କ ନିର୍ବାଚନ ପ୍ରଚାରକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଶହଶହ ଶବ ଉପରେ ମୋଦି କିପରି ପ୍ରଚାର କରୁଛନ୍ତି ବୋଲି ସାମାଜିକ ଗଣ ମାଧ୍ୟମରେ ଟ୍ରେଣ୍ଟିଂ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ମୋଦି ନିର୍ବାଚନ ପ୍ରଚାର କାର୍ଯ୍ୟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।
ଭୁବନେଶ୍ବର, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦୁଇଦିନ ନିମନ୍ତେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ନିମ୍ନମତେ ବାତିଲ ରହିବ ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଏପ୍ରିଲ ମାସ ୨୭ ଓ ୨୮ ତାରିଖ ଦିନ ବାତିଲ ରହିବାକୁ ସ୍ଥିର କରାଯାଇଅଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୪୧୦, ସୁନ୍ଦରଗଡରୁ ୨୪୧, ଖୋର୍ଦ୍ଧାରୁ ୧୯୮, ସମ୍ବଲପୁରରୁ ୧୧୪, କେନ୍ଦୁଝରରୁ ୯୮, ନବରଙ୍ଗପୁରରୁ ୯୬, ବଲାଙ୍ଗୀରିରୁ ୯୦, ବରଗଡରୁ ୭୯, ବାଲେଶ୍ବରରୁ ୭୮, ଝାରସୁଗୁଡାରୁ ୭୦, ପୁରୀରୁ ୭୦, କଳାହାଣ୍ଡିରୁ ୬୫, ମୟୂରଭଞ୍ଜରୁ ୬୦, କଟକରୁ ୫୯, ଦେବଗଡରୁ ୫୧, ଯାଜପୁରରୁ ୫୦, ଗଞ୍ଜାମରୁ ୪୯, ଅନୁଗୁଳରୁ ୪୮, ଭଦ୍ରକରୁ ୩୦, ଗଜପତିରୁ ୨୮, ରାୟଗଡାରୁ ୨୪, ଜଗତସିଂହପୁରରୁ ୨୧, ସୋନପୁରରୁ ୧୯, କେନ୍ଦ୍ରାପଡାରୁ ୧୮, ନୟାଗଡରୁ ୧୫, ବୌଦ୍ଧରୁ ୧୦, କୋରାପୁଟରୁ ୧୦, କନ୍ଧାମଳରୁ ୮, ଢେଙ୍କାନାଳରୁ ୫, ମାଲକାନାଗିରିରୁ ୫ ଏବଂ ଷ୍ଟେଟ ପୁଲରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…
ଭୁବନେଶ୍ଵର: ନବୀନଙ୍କୁ ପୁଣିଥରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶଂସା କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ଅକ୍ସିଜେନ ଯୋଗାଣ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଠାକରେ ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ମହାରାଷ୍ଟ୍ର ସରକାର ଓଡିଶା ଠାରୁ ଅକ୍ସିଜେନ ମାଗିଥିଲା। ଯାହାଫଳରେ ମହାରାଷ୍ଟ୍ରର ଅନୁରୋଧକୁ ଓଡିଶା ସରକାର ବିଚାର କରି ଆଜି ଅକ୍ସିଜେନ ଯୋଗାଇଛି। ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହେଉଛନ୍ତି। ସେଠାରେ କରୋନା ସ୍ଥିତି ଉଦବେଗଜନକ ଅଛି। ହସ୍ପିଟାଲରେ ରୋଗୀଙ୍କ ପାଇଁ ବର୍ତ୍ତମାନ ଅକ୍ସିଜେନ ଅଭାବ ଦେଖାଯାଉଛି। ଫଳରେ ରୋଗୀମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି।
ଭୁବନେଶ୍ବର: କରୋନା କଟକଣାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବଡ ଘୋଷଣା। ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ଵାରେଣ୍ଟିନ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ଵାରେଣ୍ଟିନରେ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ଏହି କଟକଣା ଲାଗିବ। ପଶ୍ଚିମବଙ୍ଗରୁ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ପଶ୍ଚିମବଙ୍ଗ ସୀମାରେ କଡାକଡି ଯାଞ୍ଚ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯେଉଁମାନେ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ କିମ୍ବା ଟୀକାର ଦ୍ଵିତୀୟ ଡୋଜ ନେଇଥିବେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ। ହେଲେ ସେମାନଙ୍କୁ ହୋମ କ୍ଵାରେଣ୍ଟିନରେ ରହିବାକୁ ବାଧ୍ୟତାମୂଳକ। ଏଭଳି ରିପୋର୍ଟ ନଥିବା ଯାତ୍ରୀମାନଙ୍କୁ ହୋମ କ୍ଵାରେଣ୍ଟିନ ପାଇଁ ଅନୁମତି ନାହିଁ। ସେମାନେ କ୍ଲଷ୍ଟର ସେଣ୍ଟର କିମ୍ବା ପେଡ଼ କ୍ଵାରେଣ୍ଟିନରେ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୭୯୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୩୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ୍ତ। ଏସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତେ ଏକାସାଙ୍ଗରେ କରୋନାକୁ ଆୟତ୍ତ କରିବା ଦିଗରେ ଲାଗିପଡିଛନ୍ତି। ତେବେ ଆଜି ବାଲୁଗାଁ ଏନଏସି ପ୍ରଶାସନ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ଉପାୟ ଅବଲମ୍ବନ କରିଛି। ସାଧାରଣତଃ ଆମ ଓଡ଼ିଆ ଘରେ ଗୁରୁବାରକୁ ଶୁଭ ମାନନ୍ତି ଏବଂ ମା’ ଲକ୍ଷ୍ମୀଙ୍କ ଆଗମନକୁ ନେଇ ସମସ୍ତେ ନିଜ ନିଜ ଘର ସଫା କରିଥାନ୍ତି। ତେବେ ଆଜି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ରୂପେ ପାଳନ କରିବାକୁ ବାଲୁଗାଁ ସହରବାସିଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୧୦ ନମ୍ବର ୱାର୍ଡରେ ସଫେଇ ଦିବସର ଶୁଭାରମ୍ଭ ହୋଇଯାଇଛି। କରୋନା ମହାମାରୀର ଦ୍ଵିତୀୟ ଲହର କେତେ ତୀବ୍ର ତାହା କାହାକୁ ଅଗୋଚର ନାହିଁ। ଏହାକୁ ଏଡାଇବାକୁ ହେଲେ ସଫେଇର ଭୂମିକା ବହୁତ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ରିଙ୍ଗ ରୋଡ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭୁବନେଶ୍ଵର ଚତୁପାର୍ଶ୍ବରେ ଏହି ରୋଡ ନିର୍ମାଣ ହେବ। ୬ ଲେନ ବିଶିଷ୍ଟ ଏହ ରୋଡ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ଼ ଏବଂ ଚୌଦ୍ଵାର ଦେଇ ଯିବ। ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ୬ ଶହ କୋଟି ଟଙ୍କା ବହନ କରିବେ।

