ଭୁବନେଶ୍ବର: ଯାଜପୁର ଅଞ୍ଚଳର ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଛି। ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଏବଂ ମନ୍ତ୍ରପାଠ ଚାଲିଛି। ଏହି ସମାରୋହରେ ୧୭ଟି ଦେଶର ପ୍ରାୟ ୧,୫୦୦ ବୌଦ୍ଧ ଧର୍ମାବଲମ୍ବୀ ଏବଂ ସନ୍ନ୍ୟାସୀ ଭାଗ ନେଇଛନ୍ତି। ଓଡ଼ିଶାରେ ବୌଦ୍ଧ ସମ୍ପଦ ଏବଂ ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି। ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୌଦ୍ଧ ସମ୍ମିଳନୀରେ, ପ୍ରଥମଥର ପାଇଁ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭାବଙ୍କ ନାମରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟି ଏହାର ଆୟୋଜକ। ଗୁରୁ ପଦ୍ମସମ୍ଭାବଙ୍କ ଦେହାନ୍ତ ଉଦୟଗିରିରେ ହୋଇଥିଲା ବୋଲି ବୌଦ୍ଧ ଧର୍ମାବଲମ୍ବୀ ମାନନ୍ତି। ଏହି ସ୍ଥାନଗୁଡ଼ିକ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବା ଉପରେ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ଘନ କୁହୁଡି ବଳୟ ଦେଖିବାକୁ ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ଯେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିପଡ଼ିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଶୂନ୍ୟ ଦୃଶ୍ୟମାନତା (ଜିରୋ ଭିଜିବିଲିଟି) ଦେଖାଯାଇପାରେ। ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହେବ। ୧୭ ତାରିଖରୁ ଖରା ଶୀତର ସମ୍ଭାବନା ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୭ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ। ଉପାନ୍ତ ଅଞ୍ଚଳରୁ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉତ୍ତର ପଶ୍ଚିମା ପବନର ପ୍ରଭାବ ବଢ଼ିବ ବୋଲି ଅନୁମାନ କରିଛି। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭବ ହେବ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ,…
ନୂଆଦିଲ୍ଲୀ: ରାଜ୍ୟର ୮୦ ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ। ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏହି ବର୍ଦ୍ଧିତ ଭତ୍ତା ବିତରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ। ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା…
ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ତାହା ନିଷ୍ପତି ହୋଇଯାଇଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ପୂର୍ବତନ ସଭାପତି ଜୟଦେବ ଜେନା। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, କଂଗ୍ରେସ ସଭାପତି ବାଛିବା ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ତାଙ୍କର ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି। ତେଣୁ ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ। ସେ ପୁଣି କହିଛନ୍ତି ଯେ, କେବଳ ସଭାପତି ନୁହେଁ, ଓଡିଶା କଂଗ୍ରେସର ଏକ ନବକଳେବର ହେବ। ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ନୂଆ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହେଲା। ଏହାପରେ ଓଡିଶା କଥା ବିଚାର କରାଯାଇ ଘୋଷଣା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଜାନୁଆରୀ ୧୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ରହିଛି। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନ ଭରିଛନ୍ତି। ଏହି ଆସନରୁ ସେ ତିନି ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ବାଲ୍ମିକୀ ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ କେଜ୍ରିୱାଲ୍ । ପରେ କର୍ମକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ। ନୂଆଦିଲ୍ଲୀ ଆସନରୁ କେଜରିୱାଲଙ୍କ ବିପକ୍ଷରେ ବିଜେପି ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ହେଉଛନ୍ତି ପ୍ରବେଶ ବର୍ମା। ପ୍ରବେଶ ୨୦୧୪ ଓ ୨୦୧୯ରେ ବିଜେପିର ସାଂସଦ ନିର୍ବାଚିତ ହୋଇଥିଲେ। ସେପଟେ…
ଭୁବନେଶ୍ବର: ଅତ୍ୟାଧୁନିକ ଶିକ୍ଷିତ ପୁଅମାନେ ଅତିମାତ୍ରାରେ ଆତ୍ମକୈନ୍ଦ୍ରିକ ହୋଇ : ଜୀବିକା ନିର୍ବାହ କରିବା ଆଳରେ, ବିଦେଶରେ ରହିବାକୁ ପସନ୍ଦ ମନେ କରନ୍ତି । ଫଳରେ ବ୍ୟକ୍ତିଗତ ସ୍ୱାର୍ଥ ନିକଟରେ ପାରିବାରିକ ସଂପର୍କ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼େ। ଯେଉଁ ବାପା, ମା’, ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ସୁନେଲା ସ୍ୱପ୍ନ ଦେଖିଥା ନ୍ତି ସମୟାନୁକ୍ରମେ ସେ ସ୍ୱପ୍ନ ଧୂଳିସାତ ହୋଇଯାଏ। ସେହି ସବୁ ଅତ୍ୟାଧୁନିକ ଉଚ୍ଚ ଶିକ୍ଷିତ ଯୁବକମାନେ ବାପା ମା’ଙ୍କୁ ସେମାନଙ୍କ ବୋଝ ବୋଲି ଭାବି ନିଅନ୍ତି । ସେହିସବୁ ବାପ, ମା’ ମାନେ ସ୍ତ୍ରୀକୁ ହରେଇଥିବା ରମାପଦ ରାୟ ଓ ସ୍ୱାମୀଙ୍କୁ ହରେଇଥିବା ଝରଣା ଦାସ ମାନେ ହୋଇପାରନ୍ତି । ଏମାନଙ୍କ ଏକଲା ଜୀବନ କେତେ ଯେ ଦୁବିସହ, ସେ କଥା ବିଦେଶରେ ଥିବା ପିଲାମାନେ ବୁଝିପାରନ୍ତି ନାହିଁ । ସେମାନଙ୍କ ବ୍ୟାଧଗ୍ରସ୍ଥ ଜୀବନ ପ୍ରତି ସମ୍ବୋଧନଶୀଳ ନ ହୋଇ ବରଂ ଡାକ୍ତରଙ୍କୁ କୁହନ୍ତି ସେମାନଙ୍କୁ ମାରିଦେବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କରିଛନ୍ତି । ଭାରତୀୟ ସେନା ଦୃଢ଼ ସଂକଳ୍ପ, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିବା ସହ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ” । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଆଜି ସେନା ଦିବସରେ, ଆମେ ଭାରତୀୟ ସେନାର ଅସୀମ ସାହସକୁ ସାଲ୍ୟୁଟ୍ କରୁଛୁ, ଯାହା ଆମ ଦେଶର ସୁରକ୍ଷା ପାଇଁ ପ୍ରହରୀ ଭାବରେ ଛିଡା ହୋଇଛି । ପ୍ରତ୍ୟେକ ଦିନ କୋଟି କୋଟି ଭାରତୀୟଙ୍କ ନିରାପତ୍ତାକୁ ନିଶ୍ଚିତ କରୁଥିବା ସାହସୀମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ମଧ୍ୟ ଆମେ ମନେ ରଖିଛୁ…
ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ 9A କୋଟଲା ରୋଡ୍, ନୂଆଦିଲ୍ଲୀକୁ ଆଜି ସ୍ଥାନାନ୍ତରିତ କରିଛି। ଆଗରୁ 47 ବର୍ଷ ଧରି 24 ଆକବର ରୋଡରେଏହି କାର୍ଯ୍ୟାଳୟ ଚାଲିଥିଲା। ଯାହା 139 ବର୍ଷର ଏହି ପୁରୁଣା ଦଳର ଅନେକ ସାକ୍ଷୀ ଏହି ପୁରୁଣା କୋଠାରେ ରହିଛି। ବହୁ ଇତିହାସ ଏହି ପୁରୁଣା କୋଠାରେ ସୃଷ୍ଟି ହୋଇଛି। ହେଲେ ଆଜି ସେହି ସ୍ଥାନରୁ କଂଗ୍ରେସ ତାହାର ଅଫିସକୁ ସ୍ଥାନାନ୍ତରିତ କରିଛି। କଂଗ୍ରେସ ସାଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ପଞ୍ଚମ ତଳ ବିଶିଷ୍ଟ ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଯାହା କି ଏହି ପ୍ରଚୀନ ଦଳର ଏକ ନୂତନ ଅଧ୍ୟାୟ ଲେଖିବ। ଦଳ ଏପରି ଏକ ସମୟରେ ନିଜ ଅଫିସ ସ୍ଥାନାନ୍ତରିତ କରିଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ ଫେବ୍ରୁଆରୀ 5ରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏହି କୋଠାର ନାମ ଇନ୍ଦିରା ଭବନ ରଖାଯାଇଛି। ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ସୋନିଆଙ୍କ ସହିତ,…
ନୟାଗଡ: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଜି ନୟାଗଡ଼ ଜିଲାର ୬ଟି ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ମେଳା ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାପୁର ବ୍ଲକର ବେଗୁନିଆଁ, ରଣପୁର ବ୍ଲକର ଶ୍ୟାମଘନପୁର, ଖଣ୍ଡପଡା ବ୍ଲକର ତେନ୍ତୁଳିଆପଲ୍ଲୀ, ସିଧାମୂଳା, ଗଣିଆ ବ୍ଲକର ୱାଲିପୁର, ଦଶପଲ୍ଲା ବ୍ଲକର ସରିଗଣ୍ଡା ପ୍ରଭୃତି ଗ୍ରାମରେ ଏହି ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ ଶତାଧିକ ଛୋଟବଡ଼ ଦୋକାନ ବସିଥିଲା ବେଳେ ଲୋକମାନଙ୍କ ମନୋରଞ୍ଜନ ନିମନ୍ତେ ଗ୍ରାମବାସୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ବ୍ୟବସ୍ଥା କରାଯାଇଛି। ମେଳା ଦେଖିବା ନିମନ୍ତେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସେହିଭଳି, ଜିଲ୍ଲାର ପ୍ରସିଦ୍ଧ କଣ୍ଟିଲୋର ନୀଳମାଧବ, ଶରଣକୂଳର ଲଡ଼ୁବାବା, ଝାମୁପାଟଣା ଦୂତୀକେଶ୍ବର, ରଣପୁର ଜଗନ୍ନାଥ ମନ୍ଦିର , ନୟାଗଡ ଜଗନ୍ନାଥ ମନ୍ଦିର,ଦଶପଲ୍ଲାର ମହାବୀର ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ପୂଜାନୀତି କରାଯାଇଛି ।
କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ମକରବେଢା ପରିକ୍ରମା ଦେବନୀତି ସଂପାଦିତ କରାଯାଇଛି । ଧନୁସଂକ୍ରାନ୍ତିରୁୁ ନିଜର ପିତ୍ରାଳୟ ଗମନ କରିଥିବା ମା ମହାଲକ୍ଷ୍ମୀ ମକରସଂକ୍ରାନ୍ତି ପୂର୍ବଦିନ ବାପଘରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ପ୍ରତ୍ୟାବର୍ତନ ସମୟରେ ମା ମହାଲକ୍ଷ୍ମୀ ବାପଘରୁ ମକରହାଣ୍ଡି, ବିଭିନ୍ନ ପନିପରିବା, ଶାଗ ଆଣିଥିଲେ । ସେହି ମକର ହାଣ୍ଡିରେ ଆଣିଥିବା ମକର ଚାଉଳ,କଦଳୀ,କନ୍ଦମୁଳ ନବାତ,କ୍ଷୀର,ଗୁଡ ପରି ଆଦି ସାମଗ୍ରୀକୁ ନେଇ ଚାରିଟିଥାଳିରେ ରଖାଯାଇ ରତ୍ନସିଂହାସନରେ ବିରାଜିତ ଶ୍ରୀବଳଦେବଙ୍କ ସମେତ ଚତୁର୍ଦ୍ଧାମୁର୍ତୀଙ୍କ ଉଦେଶ୍ୟରେ ଉତ୍ସର୍ଗ ହେବାପରେ ସେହିସବୁ ଥାଳିରେରହିବା ପବିତ୍ର ସାମଗ୍ରୀକୁ ନିଆଯାଇ ନବାଙ୍କବେଢା ପରିକ୍ରମା କରାଯାଇଥାଏ । ମକରସଂକ୍ତାନ୍ତି ପୂର୍ବଦିନ ରାତିରେ ଅର୍ଥାତ ଗତକାଲି ରାତିରେ ଶ୍ରୀଜୀଉଙ୍କ ମନ୍ଦିରବେଢାକୁ ପାଂଚଥର ଏହି ମକରବେଢା କରାଯାଇଥିବାବେଳେ ଆଜି ଚାରିଥର ମକରବେଢା ପରିକ୍ରମା ଦେବନୀତି ସଂପାଦନ କରାଯାଇଛି । ଚତୁର୍ଦ୍ଧାମୁର୍ତୀକୁ ଉତ୍ସର୍ଗକରାଯାଇଥିବା ଚାରି ଦିବ୍ୟଥାଳିକୁ ବଡପଣ୍ଡା, ଚର୍ଚେଇତ, କର, ସୂଆର ସଂପ୍ରଦାୟ ସେବାୟତମାନେ ମସ୍ତକରେ ଧାରଣ…
ଭୁବନେଶ୍ବର: ଦୀର୍ଘ ତିନିଦିନ ଧରି ପ୍ରଭୃ ଲିଙ୍ଗରାଜଙ୍କ ପୂଜା ବନ୍ଦ ରହିଛି। ଠାକୁରେ ମକର ମଣ୍ଡପରେ ତିନିଦିନ ଧରି ବସି ରହିଛନ୍ତି। ଭକ୍ତମାନେ ଦର୍ଶନ କରିବାକୁ ମନ୍ଦିରକୁ ଯାଉଥିଲେ ମଧ୍ୟ ପ୍ରଭୃଙ୍କ ପୂଜା ହୋଇ ନାହିଁ ଜାଣିବା ପରେ ଅସନ୍ତୁଷ୍ଠ ବ୍ୟକ୍ତ କରିଛନ୍ତି। ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହି ବିବାଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଖୋଲାଖୋଲି କହିଛନ୍ତି ଯେ, ଏହାକୁ ନେଇ ବିରୋଧୀ ରାଜନୀତି ରୁଟି ସେକୁଛନ୍ତି। ହେଲେ ଏହାକୁ ଆମେ କେବେ କରିବାକୁ ଦେବୁ ନାହିଁ। ଏହାର ଖୁବ ଶିଘ୍ର ସମାଧାନ ହେବ। ଯେଉଁମାନେ ରୁଟି ସେକୁଛନ୍ତି ଦୟାକରି ତାହା ବନ୍ଦ କରନ୍ତୁ ବୋଲି ମନ୍ତ୍ରୀ ଧମକ ଦେଇଛନ୍ତି।
ଭୁବନେଶ୍ବର: ଏ ପର୍ଯ୍ୟନ୍ତ ପ୍ରଭୃ ଲିଙ୍ଗରାଜଙ୍କ ପୂଜା ହୋଇପାରିଲା ନାହିଁ। ସେବାୟତଙ୍କ ବିବାଦ ଯୋଗୁଁ ପ୍ରଭୃ ଲିଙ୍ଗରାଜ ପୂଜା ନ ହୋଇ ଦର୍ଶନ ଦେଉଛନ୍ତି। ଗତକାଲି ମକର ସଂକ୍ରାନ୍ତି ପରି ଦିନରେ ମଧ୍ୟ ଠାକୁର ଅପୂଜା ରହିଲେ। ଫଳରେ ଭକ୍ତମାନଙ୍କ ମଧ୍ୟରେ ଏହା ଗଭୀର ଆଘାତ ଦେଇଛି। ତେବେ ଏ ନେଇ ଆଜି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଏକ ବୈଠକ ବସିଥିଲା। ଏଥିରେ ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲାପାଳ ଏବଂ କେତେକ ସେବାୟତ ଯୋଗଦେଇଥିଲେ। ଏଥିରେ ସେମିତି କିଛି ନିଷ୍କର୍ଷ ବାହାରିପାରିଲା ନାହିଁ। ତେବେ ଆଜି ସଂଧ୍ୟାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସି ଏହାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବୈଠକ ନେଇ ମନ୍ତ୍ରୀ କହିଛନ୍ତି ଯେ,ଏବେ ଯେଉଁ ବିବାଦ ଦାଖାଦେଇଛି ତାହାର ସମାଧାନ ପାଇଁ ସତ୍ବଲିପିରେ କେତେକ ପରିବର୍ତ୍ତନ ଆବଶ୍ୟକ ରହିଛି। ତାହାକୁ ପରିବର୍ତ୍ତନ କରିବା ପାଇଁ ଏକ…
ଭୁବନେଶ୍ବର: ଓଡିଶା ବିଜେପିରେ କିଏ ହେବ ସଭାପତି। ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ଏହି ଜାନୁଆରୀ ମାସରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ପୂର୍ବରୁ କୁହାଯାଇଛି। ହେଲେ ମାସର ପନ୍ଦର ଦିନ ବିତିବାକୁ ଯାଉଥିବା ବେଳେ ସଭାପତି କିଏ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହି ଚର୍ଚ୍ଚା ଭିତରେ ବର୍ତ୍ତମାନ ଦୁଇ ଜଣଙ୍କ ନାମ ଆଗକୁ ଆସିଛି। ସେ ହେଉଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ ଏବଂ ଉପସଭାପତି ଗୋଲକ ମହାପାତ୍ର। ତେବେ ଗୋଲକ ସଭାପତି ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସେ ବାବା ବାଗେଶ୍ବରଙ୍କୁ ପୁରୀରେ ଭେଟିବା ନେଇ ବଡ ଆଲୋଚନା ଚାଲିଛି। ବର୍ତ୍ତମାନ ପୁରୀ ଗସ୍ତରେ ଅଛନ୍ତି ବାଗେଶ୍ୱର ଧାମର ବାବା ଧିରେନ ଶାସ୍ତ୍ରୀ। ତାଙ୍କୁ ପୁରୀରେ ସାକ୍ଷାତ କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ତେବେ ତାଙ୍କର ସାକ୍ଷାତ ଭିନ୍ନ ହୋଇଥିଲେ ମଧ୍ୟ ଆଗକୁ ସଭାପତି…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ସକାଳୁ ସ୍ନାନ ବା ବୁଡ ପକାଇଲେ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ବିଭିନ୍ନ ପବିତ୍ର ନଦୀ ବା ପୁଷ୍କରଣୀରେ ଏହି କାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳାଷ ଯେଉଁଠାକୁ ହଜାରହଜାର ସଂଖ୍ୟାର ଭକ୍ତମାନେ ଏକାଠି ହୋଇ ବୁଡ ପକାଇଛନ୍ତି। ତେବେ ସେହି ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ପବିତ୍ର ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମକର ସ୍ନାନ କରୁଛନ୍ତି । ସେ ସକାଳୁ ଆସି ନଦୀରେ ସ୍ନାନ କରିବା ସହିତ ବିଭିନ୍ନ ପୂଜା ମଧ୍ୟ କରିଛନ୍ତି। ଏହି ଉପଲକ୍ଷେ ସେଠାରେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିବର୍ଷ ଏହି ମକର ସଂକ୍ରାନ୍ତିରେ ସେ ଏହି ମକର ସ୍ନାନ କରିଥାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ଭାବେ…
ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ । ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ‘କ୍ୟାମ୍ପା ଆଶ୍ରମ’ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ (ସାଇନେଜ୍) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି। ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ର ସିଇଓ କେତନ ମୋଦୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାଗୁଡିକ ସହିତ ଗଭୀର ଭାବରେ ସଂଯୁକ୍ତ।…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ଦେବଦେବ ମହାଦେବଙ୍କ ନିକଟରେ ମକର ଚାଉଳ ଲାଗି କରାଯାଏ। ତେବେ ଏହାକୁ ନେଇ ପ୍ରଭୃ ଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ଲାଗିଛି ବିବାଦ। ଫଳରେ ଗତକାଲି ରାତି ଆଠଟାରୁ ପ୍ରଭୃଙ୍କ ପୂଜା ନୀତି ଆଜି ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି। ଘଟଣାରୁ ଜଣାପଡିଛି ଯେ,ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହୋଇଥିଲେ। ସେଠାରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ।ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କର ଗତକାଲିଠୁ ନୀତିକାନ୍ତି ବନ୍ଦ ରହିବା ସହିତ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି…
ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପ୍ରାକ୍ତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟ ଶାସନ, ରାଜନୈତିକ ଜୀବନ ଓ ଜନସଂପର୍କ ଉପରେ ଆଲୋକପାତ କରିଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସର୍ବଦା ଓଡ଼ିଆ ଜାତି ପାଇଁ ଶ୍ରଦ୍ଧାଶୀଳ ଥିଲେ । ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡୋନେଲ କମିଟି ସମ୍ମୁଖରେ ସାକ୍ଷୀ ହେବା ସହ ଲଣ୍ଡନଠାରେ ଗୋଲଟେବୁଲ ବୈଠକରେ ଯୋଗଦେଇ ତଥ୍ୟପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ପାଇକ ବିଦ୍ରୋହଠୁ ଆରମ୍ଭ କରି ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ…
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ୨୭ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ଏହି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଜିଲ୍ଲା ଗୁଡିକରେ ୨୪୯୨ଟି ମଣ୍ଡିରେ ଧାନ କିଣା ଜାରି ରହିଛି । ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଧାନ କିଣା ପାଇଁ ଚାଷୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ୟ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ। କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ…
ଭୁବନେଶ୍ୱର: ମନନ ନାଟ୍ୟ ସଂସ୍ଥା 46 ବାର୍ଷିକ ନାଟ୍ୟ ମହୋତ୍ସବର ନାଟକ ଅସ୍ଥା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି। ମନୁଷ୍ୟ ଯେତେ ଶକ୍ତିଶାଳା, ଧନଶାଳୀ ଆଉ ସ୍ବାସ୍ଥ୍ୟବାନ ହେଲେବି ମନଟା ତା’ର ସବୁବେଳେ ଦୁର୍ବଳ। କେତେବେଳେ କୋଇ ପରିସ୍ଥିତିରେ ସେ ମନଟା ସେ ଭାଙ୍ଗି ନଯିବ କେହି କହି ପାରିବେନି । ଖାଲି ସେତିକି ନୁହେଁ ସେଇ ମନଟା ପୁଣି ଅବୁଝା ଆଉ ସଂକୀର୍ଣ୍ଣ ବାର୍ଦ୍ଧକ୍ୟ ଅଥବା ମୃତ୍ୟୁର ଅବ୍ୟବହିତ ପୂର୍ବରୁ, ଯେତେବେଳେ କି ଧନ ଦୌଲତ ଦେହର ଲାଳସା ଭୋଗବିଳାସ ଅଥବା ଜ୍ଞାତି କୁଟୁମ୍ବଙ୍କ ପ୍ରତି ମାୟା ମମତାର ଆବଶ୍ୟକତା ନଥାଏ । ସେତେବେଳେ ବି କିଛି ଛୋଟ ଛୋଟ ଘଟଣା ମଣିଷର ମାନସିକ ପ୍ରତିକ୍ରିୟାକୁ କଳୁଷିତ କରିଦିଏ କ୍ଷତ ବିକ୍ଷତ କରିଦିଏ। ନିଜର ଅବଚେତନ ମନର ଦଂଶନରେ ନିଜେ ବିଷାକ୍ତ ହୋଇଯାଏ। ସ୍ରଷ୍ଟାର ସୃଷ୍ଟି ବି ବାଟବଣା ହୋଇଯାଏ । ଏମିତି ସମୟ ଆସେ ନିଜେ…
ଭୁବନେଶ୍ବର: ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ମିଳିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜ ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ। ସୂଚନା ଯୋଗ୍ୟ ଯେ 25 ଜୁନ୍ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ

