Author: Samikhsya Bureau

ସିଂହ: ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଗ୍ରହଣ କରିବେ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ପ୍ରିୟ ଖାଦ୍ୟ ପାଇବା ସମ୍ଭବ ହେବ । ବିଛା : ଆପଣ ଉତ୍ସାହଜନକ ସୂଚନା ପାଇବେ । ଭୁଲିଯାଇଥିବା ବନ୍ଧୁମାନେ ଭେଟିବେ । କିଛି ନୂଆ ବଡ କାମ କରିବାକୁ ଯୋଜନା ହେବ । ଭାଇମାନଙ୍କ ସମର୍ଥନ ପାଇବେ । ବ୍ୟବସାୟ ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ ।

Read More

ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । କର୍କଟ : କାରବାରରେ ତତ୍ପର ହୁଅନ୍ତୁ ନାହିଁ । ଆବଶ୍ୟକ ଜିନିଷ ଠିକ୍ ସମୟରେ ପାଇବାରେ ବିଫଳତା କ୍ରୋଧର କାରଣ ହେବ । ବଡ଼ ଜମି ଏବଂ ନିର୍ମାଣ କାରବାର ବହୁତ ଲାଭ ଦେଇପାରେ । ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଅନୁକୂଳ ହେବ ।

Read More

ଧନୁ : ଯାତ୍ରା ଚିତ୍ତାକର୍ଷକ ହେବ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । କୌଣସି ପ୍ରମୁଖ ସମସ୍ୟାର ସମାଧାନ ମିଳିବ । ବ୍ୟବସାୟ ସହଭାଗୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ପ୍ରସ୍ତୁତ ହେବେ । କୁମ୍ଭ : ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ । ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ । ଆୟ ବୃଦ୍ଧି ପାଇବ । ଖରାପ ଘଟଣା ଘଟିପାରେ ।  ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ ।

Read More

ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । କନ୍ୟା: ଖରାପ ସୂଚନା ମିଳିପାରେ । କଠିନ ପରିଶ୍ରମ ଅଧିକ ହେବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଆୟରେ ହ୍ରାସ ଘଟିବ । ନକାରାତ୍ମକତା ବୃଦ୍ଧି ପାଇବ । ବିବାଦ ଅସୁବିଧା ସୃଷ୍ଟି କରିବ । ଶୀଘ୍ର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।

Read More

ମିଥୁନ : ପରିବାରର ଚିନ୍ତା ହେବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଏବଂ ସମର୍ଥନ ମିଳିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ପରିବାରରେ ସୁଖ ରହିବ  ବାହାରକୁ ଯିବା ପରି ଅନୁଭବ କରିବେ । ଭାଇମାନଙ୍କଠାରୁ ଭିନ୍ନତା ଦୂର ହେବ । ତୂଳା: ସାମାଜିକ କାର୍ଯ୍ୟ ମନେ ରଖିବ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ ।  ସମ୍ମାନ ପାଇବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ପରିବାର ସହାୟତା ଉପଲବ୍ଧ ହେବ । ବ୍ୟବସାୟ ଭଲ କରିବ । ଭ୍ରମଣ ଚିତ୍ତାକର୍ଷକ ହୋଇପାରେ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ ।

Read More

ଭୁବନେଶ୍ବର, କୋଭିଡ୍‌ ପରିସ୍ଥିତି ସତ୍ବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ନୋଡାଲ୍‌ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ରହିଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କଲେ ଅନେକ ସୁଫଳ ମିଳି ପାରିବ ବୋଲି ଆଜି ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏକ ଭିଡ଼ିଓ କନ୍‌ଫରେନ୍ସରେ ଏହା କୁହାଯାଇଛି । ପ୍ରାରମ୍ଭରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଭାଗର କାର୍ଯ୍ୟଧାରାକୁ ଆହୁରି ଲୋକାଭିମୁଖୀ କରିବାକୁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲ।  ଅଧିକ ନିଯୁକ୍ତି ଆତ୍ମନିଯୁକ୍ତିର ସୁଯୋଗ ଥିବା ଏହି ବିଭାଗ ରାଜ୍ୟ ତଥା ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇ ପାରିବ ବୋଲି କହିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ପ୍ରତି ଅଧିକ ଆସ୍ଥା ପ୍ରକଟ…

Read More

ଭୁବନେଶ୍ୱର: ରାଜ୍ୟରେ ଜମିର ଦର ନିର୍ଦ୍ଧାରଣ ପାଇଁ ଦୁଇ ବର୍ଷରେ ଥରେ ଗଠିତ ହୋଇଥିବା କମିଟି ନିଷ୍ପତ୍ତି ନେବାର ନିୟମ ରହିଛି। ସେହି ଅନୁସାରେ ଗତ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିଲେ। ହେଲେ କରୋନା ମହାମାରୀ କାରଣରୁ ଲୋକଙ୍କ ଆର୍ଥିକ ଅସୁବିଧା ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବେଞ୍ଚମାର୍କ ମୂଲ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ପୁରୁଣା ଦର ଅନୁସାରେ ଜମିର କିଣାବିକା ଚାଲିଥିଲା। ହେଲେ ହଠାତ ପୁଣି ଥରେ ରାଜସ୍ୱ ବିଭାଗ ଗତ ମାର୍ଚ୍ଚ ୩୧ ତାରିଖରେ ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱର ଲୟର୍ସ ଗୃପ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ ନିଷ୍ପତ୍ତି ପ୍ରତ୍ୟାହାର ନେଇ ଭୁବନେଶ୍ୱର ସବରେଜିଷ୍ଟ୍ରାରଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।

Read More

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ଟୀକା ଉତ୍ସବ ୧୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ଏହା ଭିତରେ ଦେଶରେ କରୋନା ଟୀକା ଅଭାବ ଦେଖାଦେଇଛି। ବର୍ତ୍ତମାନ ଓଡିଶାରେ ମଧ୍ୟ ସମାନ ପରିସ୍ଥିତି। ରାଜ୍ୟରେ ଦିନକୁ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକତା ହେଉଥିବା ବେଳେ ବର୍ତ୍ତମାନ ତାହା ଶେଷ। ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଟୀକା ଆବଶ୍ୟକ ବୋଲି ରାଜ୍ୟ ସରକାର ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ ପିକେ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ ଟୀକା ପଠାଇବାକୁ ଅନୁରୋଧ କରିଛନ୍ତି। ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କମ ଟିକା…

Read More

ଭୁବନେଶ୍ବର: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା। ଜରିମାନା ପରିମାଣ ରାଜ୍ୟ ସରକାର ବଢାଇଛନ୍ତି। ପ୍ରଥମ ଦୁଇଥର ପାଇଁ ୨ ହଜାର ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିବା ବେଳେ ତୃତୀୟ ଥର ଧରାପଡିଲେ ୫ ହଜାର ଜରିମାନା ଦେବାକୁ ପଡିବ। କିନ୍ତୁ ପୂର୍ବରୁ ପ୍ରଥମ ଓ ଦ୍ଵିତୀୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ନୂଆ ଗାଇଡଲାଇନ ଅନୁସାରେ ଟ୍ଵିନ ସିଟିରେ ବିବାହ ଏବଂ ଶୁଦ୍ଧିକ୍ରିୟା ପାଇଁ କଟକଣା ଲାଗିଛି। ବିବାହ ଉତ୍ସବରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ରହିଥିବା ବେଳେ ଶୁଦ୍ଧାକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି।

Read More

ଭୁବନେଶ୍ୱର/ମୁମ୍ବାଇ: ବର୍ଷର ପୁଣି ସେହି ସମୟ ଉପନୀତ ହୋଇଛି। ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ରେ ସେମାନଙ୍କର ପ୍ରିୟ ଦଳ ଓ ଖେଳାଳି ଆକ୍ସନକୁ ଓହ୍ଲାଇବା ପରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଗଗନ ପବନରେ ଏକ ରୋମାଂଚ ଅନୁଭବ କରିବେ। ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଆଜି (ଏପ୍ରିଲ ୯ ତାରିଖ, ଶୁକ୍ରବାର) ଠାରୁ ଚେନ୍ନଇସ୍ଥିତ ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେଉଛି। କର୍ମଚଂଚଳ ସମୁଦାୟ, ବିଶେଷକରି ଏହିଭଳି ଆହ୍ୱାନମୂଳକ ସମୟରେ ଆନନ୍ଦ, ଆଶ୍ୱସ୍ତି ଏବଂ ଏକତ୍ର ହେବାର ସୁଯୋଗ ଆଣିଦେବା କ୍ଷେତ୍ରରେ କ୍ରିକେଟର ଅତୁଳନୀୟ ସ୍ପର୍ଦ୍ଧା ନିଶ୍ଚିତରେ ପାଳନ କରିବାଭଳି। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ଏବଂ ଡିଜିଟାଲାଇଜେସନ ଚମ୍ପିଆନ, ଜିଓ, ଏକ ସ୍ଥାୟୀ ସ୍ମୃତି  ଜାଗ୍ରତ କରିବା ଏବଂ ଦେଶର ପ୍ରତ୍ୟେକ ନାଗରିକ ଏହି ଉତ୍ସବ ପାଳନର ଯେଭଳି ଅଂଶବିଶେଷ ହେବେ ତାହା ସୁନିଶ୍ଚିତ କରିବାକୁ ଚାହୁଁଛି। କ୍ରୀଡା ପ୍ରତି ଜିଓର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୧୯୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୬୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୫୮, ସୁନ୍ଦରଗଡରୁ ୩୮, ଖୋର୍ଦ୍ଧାରୁ ୨୬, ମୟୂରଭଞ୍ଜରୁ ୧୯, ବରଗଡରୁ ୧୮, ଗଞ୍ଜାମରୁ ୧୮, କଟକରୁ ୧୭, ସମ୍ବଲପୁରରୁ ୧୭, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୩, ବଲାଙ୍ଗୀରିରୁ ୧୦, ଅନୁଗୁଳରୁ ୯, ଯାଜପୁରରୁ ୭, ବାଲେଶ୍ବରରୁ ୬, କୋରାପୁଟରୁ ୬, ପୁରୀରୁ ୬, ରାୟଗଡାରୁ ୬, ସୋନପୁରରୁ ୪, ଭଦ୍ରକରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨ ଏବଂ ଷ୍ଟେଟ ପୁଲରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

Read More

ଭୁବନେଶ୍ବର, ପିପିଲିରେ ଚାଲିଥିବା ଉପନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି  ଦୁଇ ଜଣ। ସେମାନେ ହେଲେ କଂଗ୍ରେସର ଅଜିତ ମଙ୍ଗରାଜ ଏବଂ ବିଜେଡିର ରୁଦ୍ର ପ୍ରତାପ ମହାରାଥୀ। ଏହି ଉପନିର୍ବାଚନରେ ମୋଟ 10 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ଏହି ଦୁଇ ଜଣ ହେୁଛନ୍ତି କୋଟିପତି ପ୍ରାର୍ଥୀ। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଅନୁଧ୍ୟାନ କରି ଏହି ତଥ୍ୟ ଦେଇଛି ଓଡିଶା ଇଲେକ୍ସନ ୱାଚ୍ ସଂସ୍ଥା। ତଥ୍ୟ ଅନୁସାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୋଟ ସଂପତ୍ତି ମୂଲ୍ୟ ହେଉଛି 8 କୋଟି 1 ଲକ୍ଷ 40 ହଜାର ଟଙ୍କା। ଏଥିସହିତ ଗତ ଆର୍ଥିକ ବର୍ଷରେ ସେ 39 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ରିଏଲ ଇଷ୍ଟେଟ ବ୍ୟବସାୟ ରହିଛି। ସତ୍ୟପାଠ ଅନୁସାରେ ଅଜିତ ମଙ୍କରାଜଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ। ସେହିପରି ଦ୍ବିତୀୟ ଧନି ପ୍ରାର୍ଥୀ ହେଉଛନ୍ତି ବିଜେଡିର ରୁଦ୍ର ପ୍ରତାପ ମହାରାଥୀ। ତାଙ୍କର ମୋଟ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ଼ର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପୂର୍ବ ଅପେକ୍ଷା ଏହା ଅଧିକ ସଂକ୍ରମଣ ହେଉଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ପୂର୍ବଥର ଆମେ ନିୟମକୁ ମାନିଥିବାରୁ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସଂକ୍ରମଣ କମିଥିଲା। ଏପରିକି କରୋନା ଜନିତ ମୃତ୍ୟୁ ସଂଖ୍ୟା ବହୁତ କମ ଥିଲା। ଆମେ କୋଭିଡ଼ ନିୟମ ମାନିଲେ କରୋନା ସଂକ୍ରମଣକୁ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ଠିକ ଭାବେ ମାସ୍କ ପିନ୍ଧିବା। ସେହିପରି ବିନା ମାସ୍କରେ ଆମେ କେବେବି ଘରୁ ବାହାରିବା ନାହିଁ। ମା’ମାନଙ୍କୁ ଅନୁରୋଧ ପରିବାର ଲୋକେ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ସରକାର ବାହାରେ ଜଗିଛନ୍ତି, ମା’ମାନେ ଘରେ ଜଗନ୍ତୁ ବୋଲି…

Read More

ଭୁବନେଶ୍ଵର: ରାଜ୍ୟରେ କୋଭିଡ଼ କଟକଣାକୁ କଡାକଡି କରାଯାଇଛି। ରାଜ୍ୟରେ ସ୍ପେଶାଲ ଡ୍ରାଇଭ ପକ୍ଷରୁ କରୋନା ନିୟମକୁ ଉଲ୍ଲଂଘନକାରୀଙ୍କୁ ଜରିମାନା ଆଦାୟ କରାଯାଉଛି। ଆଜିର ଯାଞ୍ଚ ସମୟରେ ସ୍ପେଶାଲ ଡ୍ରାଇଭ ୨୬ ଲକ୍ଷ ୬୧ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ୧୪୦୫ ଜଣଙ୍କ ଠାରୁ ୧ ଲକ୍ଷ ୫୬ ହଜାର ଟଙ୍କା ଆଦାୟ କରାଯାଇଛି। ସେହିଭଳି ମାସ୍କ ପିନ୍ଧିନଥିବା ୧୦ ହଜାର ୩୫୬ ଜଣଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ତେବେ ଗତକାଲିଠାରୁ ଆଜି ଅଧିକ ଜରିମାନା ଆଦାୟ ହୋଇଛି। ଗତକାଲି ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆଜି ସ୍ପେଶାଲ ଡ୍ରାଇଭ ୨୬ ଲକ୍ଷ ୬୧ ହଜାର ଟଙ୍କା ଆଦାୟ କରିଛି।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା ସମଲେଶ୍ବରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେରଖିବେ। ଏହା ସହିତ ପ୍ରକଳ୍ପ କୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା (Samaleswari Temple Area Management and Local Economic Initiative) କାର‌୍ୟ୍ୟକାରୀ କରାଯାଉଛି। ଏହି ଯୋଜନା ପାଇଁ ଜନସାଧାରଣଙ୍କ ଠାରୁ ମତାମତ…

Read More

ଭୁବନେଶ୍ବର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଡାକ୍ତର ଦ୍ୱୟଙ୍କ ମଧ୍ୟରୁ  ଜଣେ ଭେଷଜ ବିଭାଗର ହୋଇଥିବା ବେଳେ ଆଉ ଜଣେ ଶଲ୍ଯ ବିଭାଗର ବୋଲି ଜଣା ପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ପରୀକ୍ଷା କରାଯାଇଛି। ବର୍ତ୍ତମାନ ପରୀକ୍ଷା ହୋଇଥିବା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପୁଣିଥରେ ଆରଟିପିସିଆର ପରୀକ୍ଷା କରାଯିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧାରା ସାହୁ ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ତାରିଖରେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବ ନାହିଁ। ମେ ୩ ତାରିଖରୁ ଆରମ୍ଭ ହୋଇ ଦଶମ ପରୀକ୍ଷା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଜୁନ ୧୨ ତାରିଖରେ ଶେଷ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ “ଓଡିଆ ଇତିହାସ”ର ହିନ୍ଦୀ ଅନୁବାଦିତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଏହି ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। “ଓଡିଶା ଇତିହାସ” ପୁସ୍ତକଟି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହାତାବଙ୍କ ଲିଖିତ ପୁସ୍ତକ ଅଟେ। ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଶଙ୍କରଲାଲ୍‌ ପୁରୋହିତ ଏହି ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଥିବା ବେଳେ ହରେକୃଷ୍ଣ ମହାତାବ ଫାଉଣ୍ଡେସନ ପକ୍ଷରୁ ଏହା ପ୍ରକାଶିତ ହୋଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ମହତାବଙ୍କ ପୁତ୍ର ଭର୍ତ୍ତୁହରି ମହତାବ ଯୋଗଦେଇଥିଲେ।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ଅଧିକ ଟେଷ୍ଟିଙ୍ଗ ଏବଂ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭୟଭୀତ ନ ହୋଇ କରୋନା ବିରୋଧରେ ମିଳିମିଶି ଲଢେଇ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ। ଏହାସହ ଦେଶରେ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ। ତେବେ ଏହି ବୈଠକରେ କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶା ଏନେଇ କେନ୍ଦ୍ର ସରକାରକୁ ୪୦୦ କୋଟି ଟଙ୍କା ମାଗିଥିବା ବେଳେ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେଥିପାଇଁ ବୋର୍ଡ ପରୀକ୍ଷାକୁ ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି ହେଉଛି। ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ଏହି ମହାମାରୀ ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବସାଇବା ସରକାରର ଏକ ଦାୟିତ୍ଵହୀନତା ବୋଲି ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ପରିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିବା ଅନୁଚିତ୍। ପରୀକ୍ଷାକୁ ବାତିଲ କିମ୍ବା ପୁନଃନିର୍ଦ୍ଧରାଣ କିମ୍ବା ପରୀକ୍ଷାକୁ ଏଭଳି ଆୟୋଜନ କରିବା ଆବଶ୍ୟକ, ଯେଉଁଥିରେ ଜନଗହଳିପୂର୍ଣ୍ଣ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଉପସ୍ଥତି ରହିବ ନାହିଁ।

Read More