Author: Samikhsya Bureau

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସଭାପତି ମନମୋହନ ସାମଲ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ରାଜଭବନ ଆସିଥିଲେ। ରାସ୍ତାରେ ତାଙ୍କୁ ଦେଖିବା ପାଇଁ ବହୁ ଲୋକଙ୍କର ଭିଡ ରହିଥିଲା। ମୋଦି ଗାଡି ଭିତରେ ବସି ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଆଜି ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସକାଳେ ସେ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ସେଠାରେ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ କିଛି ସମୟ ବିତାଇବେ। ଏହାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ଆଜି ଇଡିର ଏକ ବଡ ଚଢାଉ କରିଛି। ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ରତ୍ନାକାର ରାଉତ। ତାଙ୍କର ଢେଙ୍କାନାଳ ଘରେ ସମେତ ପ୍ରାୟ 12 ଟି ସ୍ଥାନରେ ଇଡି ଚଢାଉ କରିଥିବାର ଜଣାପଡିଛି। ଏଥିରେ ଢେଙ୍କାନାଳ, ହିନ୍ଦୋଳ ଏବଂ ଭୁବନେଶ୍ବରର ତିନିଟି ସ୍ଥାନ ରହିଛି। ଟଙ୍କା ନେଣଦେଣ ନେଇ ଇଡି ଚଢାଉ କରିଥିବାର ଅନୁମାନ କରାଯାଇଛି। ବର୍ତ୍ତମାନ କିଛି ଦିନ ଧରି ଇଡି ବେଶ ସକ୍ରିୟ ହେବାରେ ଲାଗିଛି। କିଛିଦିନ ତଳେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ମଧ୍ୟ ଇଡି ଚଢାଉ କରାଯାଇଥିଲା।

Read More

ଭୁବନେଶ୍ୱର: ଆଜି ସନ୍ଧ୍ୟା ରେ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରକାଶିତ ଇଂରାଜୀ ପୁସ୍ତକ Glorious Odisha (ଗୌରବମୟ ଓଡ଼ିଶା) ଉନ୍ମୋଚନ କରିଛନ୍ତି। ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ କୁ ଦୃଷ୍ଟି ରେ ରଖି ପ୍ରକାଶ ପାଇଥିବା ଏହି ପୁସ୍ତକ ଟିରେ ବିଶିଷ୍ଟ ଲେଖକ ମାନଙ୍କ ଦ୍ଵାରା ଓଡ଼ିଶା ର ସମୃଦ୍ଧ ତଥା ଗୌରବମୟ ଇତିହାସ, ଐତିହ୍ୟ,ସଂସ୍କୃତି, କଳା, ସାହିତ୍ୟ,ହସ୍ତଶିଳ୍ପ, ପରମ୍ପରା ସମ୍ପର୍କିତ ଆଲେଖ୍ୟ ମାନ ସ୍ଥାନିତ ହୋଇଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଯୋଗ ଦେଉଥିବା ସମସ୍ତ ଅତିଥି ମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପୁସ୍ତକ ଟିରେ ଓଡ଼ିଶା ର ଗୌରବମୟ ଇତିହାସ, କୀର୍ତ୍ତିରାଜି, ଧାର୍ମିକ ଓ ବୌଦ୍ଧିକ ଚିନ୍ତାଧାରା,ଅନନ୍ୟ ହସ୍ତଶିଳ୍ପ ଆଦି ବିଭିନ୍ନ ବିଷୟ ରେ ସୁନ୍ଦର ଭାବେ ପ୍ରତିଫଳିତ…

Read More

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୬୫ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ “ନନ୍ଦନକାନନ ପ୍ରାଣୀ ଉଦ୍ୟାନ” ପ୍ରତିଷ୍ଠିତ ହୋଇଥିଲା । ଧିରେ ଧିରେ ଏହା ବିକଶିତ ହୋଇ ଭାରତର ଏକ ସୂନାମଧନ୍ୟ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେବା ସହିତ ଭାରତର ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ “ବିଶ୍ୱ ପ୍ରାଣୀ ଉଦ୍ୟାନ ଓ ମତ୍ସ୍ୟାଗାର ସଂଘ”ର ସଦସ୍ୟ ହୋଇପାରିଛି । “କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ”ର ସମସ୍ତ ନିୟମ ପାଳନ କରି ନନ୍ଦନକାନନ ଆଜି ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ସଚେତନତା ଓ ବନ୍ୟପ୍ରାଣୀ ଗବେଷଣାରେ ଦେଶର ପ୍ରାଣୀ ଉଦ୍ୟାନ ମାନଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୧୯ ମସିହାରେ ଚନ୍ଦକା…

Read More

ପୁରୀ: ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାଟି ପୁରୀ ର ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ନିର୍ମାଣ କରାଯାଇଛି। ଏହି ବାଲୁକା କଳା ଟି ୬ ଫୁଟ ଉଚ୍ଚତା ୨୦ଫୁଟ ଓସାର ବିଶିଷ୍ଟ ଅଟେ, ଏବଂ ଏଥିରେ ୧୦ଟନ ବାଲି ଉପଯୋଗ କରାଯାଇଛି। ଏହି ବାଲୁକା କଳାରେ ଓଡିଶା ର କଳା ସଂସ୍କୃତି ଦ୍ୱାରା ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ପ୍ରଭାସି ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇବାର ଦୃଶ୍ୟ ଅତିନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ “welcome to wondrous Odisha” ର ବାର୍ତ୍ତା ଦେଇଛନ୍ତି।

Read More

ଭୁବନେଶ୍ବର: ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକାମ୍ର କାନନ, ଭୁବନେଶ୍ବର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥାନ୍ତି। ଚଳିତ ବର୍ଷ ଜାନୁୟାରୀ ୭ ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହା ଚାଲିବ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ଵର ବିଭିନ୍ନ ଦେଶର ପ୍ରତିନିଧିମାନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତାନ ଏବଂ ତାର ଚିତ୍ତାକର୍ଷକ ରୂପରଙ୍ଗ ଦର୍ଶନ କରି ସମ୍ମୋହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର,ଏକାମ୍ର କାନନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଷ୍ପ ଚେତନା ଏକ ନୈସର୍ଗିକ ଉପଲବ୍ଧି ଏବଂ ଏହା ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। କଳଙ୍କ ବିହୀନ ସ୍ୱଚ୍ଛ ହୃଦୟ…

Read More

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପରେ ଦେବାଳିଆ ହୋଇପଡିଥିବା ବିଜୁ ଜନତା ଦଳ ଆଜି ତାହାର ଶକ୍ତି ପ୍ରଦର୍ଶନ କରିଛି। ଭୁବନେଶ୍ବରରେ ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନରେ ଆଜି ହଜାର ହଜାର କର୍ମିଙ୍କ ସମାଗମ କରିଛି ବିଜେଡି। ଦଳ ଶକ୍ତି ହରାଇ ନାହିଁ ବୋଲି ବିଜେଡି ନିଜକୁ ପ୍ରମାଣିତ କରିବାକୁ ଚେଷ୍ଠା କରିଛି। ଆଜି ବିଜେଡି ରାଜ୍ୟରେ ଦରଦାମ ବୃଦ୍ଧି ବିରୋଧରେ କରିଥିଲା ପ୍ରତିବାଦ ସଭା। ଏହି ସଭାରେ ଖୋଦ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଭାଷଣ ଦେଇଥିଲେ। ଏଥିସହିତ ମଞ୍ଚ ଉପରେ ରାଜ୍ୟର ସମସ୍ତ ଛାମୁଆ ନେତା ଉପସ୍ଥିତ ରହିଥିଲେ। ସେହିପରି ଆଖପାଖ ଅଞ୍ଚଳରୁ ନେତାମାନ କର୍ମିଙ୍କୁ ଆଣି ଭିଡ କରିଥିଲେ। ଫଳରେ ବିଜେଡିରେ ଫାଟ ନୁହେଁ ଦଳ ଏକ ଅଛି ବୋଲି ଲୋକଙ୍କୁ ସୂଚନା ଦେଇଛି। ନିର୍ବାଚନ ପରେ ଦଳ ଭିତରେ ନେତାଙ୍କ ନେତାଙ୍କ ଭିତରେ ଗୋଇ ଖୋଳାଖୋଳି ଚାଲିଛି। ବିଜେଡି କାହିଁକି ହାରିଲା ସେ ନେଇ…

Read More

ଭୁବନେଶ୍ବର: ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜି ପୂର୍ବାହ୍ନରେ ଲୋକ ସେବା ଭବନର କନ୍ ଭେନସନ ସେଣ୍ଟରରେ ଉଦଘାଟିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଵତନ୍ତ୍ର ସ୍ଥାନ ରହିଥିବା ବେଳେ, ନିଜର ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ନିମିତ୍ତ କେଉଁ ଅନାଦି କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଯାଇଛି। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ଵିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ଵରେ ପରିଚିତ। ଶୀତଦିନର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରି ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଉଡିଆସୁଥିବା ଲକ୍ଷାଧିକ ପକ୍ଷୀ ଚିଲିକାର ନୌସର୍ଗିକ ଶୋଭାକୁ ଆହୁରି ଋଦ୍ଧିମନ୍ତ କରିଥାନ୍ତି। ଏମାନଙ୍କ କଳରବ ଶୁଣିବା ଏବଂ ଚିଲିକାର ସୌନ୍ଦର୍ଯ୍ୟର ଆନନ୍ଦ ନେବା…

Read More

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ  ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବାକୁ ଥିବା ବେଳେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଏହାର ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ। ଏହି  ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ  ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥିପାଇଁ ଜାନୁଆରୀ ୮ ତାରିଖ ସଂଧ୍ୟା ୭ ଟାରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ…

Read More

ପୁରୀ: ଆଜି ପୁଣି ଥରେ ପୁରୀ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ ଉଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କିଏ ଓ କାହିଁକି ଏହି ଡ୍ରୋନ ଉଡାଇଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଉପରେ ଏପରି ବାରମ୍ବାର ଡ୍ରୋନ ଉଡାଇବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ ଜଗନ୍ନାଥ ପ୍ରେମୀ ଏହାକୁ ନେଇ ତୀବ୍ର ବିରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଆଜି ଭୋର ଚାରିଟା ବେଳେ ଶ୍ରୀମନ୍ଦିର ଉପରେ ଏକ ଆଲୋକିତ ଡ୍ରୋନ ବୁଲିଥିଲା। ପ୍ରଥମେ ଏହି ଡ୍ରୋନଟି ମେଘନାଦ ପାଚେରୀ ଚାରିପଟେ ଘୁରି ବୁଲିଲା। ଏହାପରେ ସେ ସିଧା ଉପକୁ ଉଠି ନୀଳ ଚକ୍ର ଉପରେ ମଧ୍ୟ ଉଡିବାକୁ ଲାଗିଲା। ପ୍ରାୟ 30 ମିନିଟ ଧରି ଏହି ଡ୍ରୋନଟି ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଚକ୍କର କାଟିଥିଲା। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି…

Read More

ଭୁବନେଶ୍ବର: କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳା ମାନେ ବିଭିନ୍ନ ଦାୟିତ୍ୱ କାନ୍ଧକୁ ନେବା ସହ ପାରଦର୍ଶିତା ଲାଭ କରୁଥବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି। କୃଷି ଓଡିଶା-୨୦୨୫ ଦ୍ଵିତୀୟ ଦିବସର ଶେଷ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଡା କହିଲେ ଯେ କୃଷି କ୍ଷେତ୍ରରେ ପୂର୍ବରୁ ମହିଳା ମାନେ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଭୂମିକାକୁ ଏକପ୍ରକାର ଅଣଦେଖା କରାଯାଉଥିବା ବେଳେ ବର୍ତ୍ତମାନ ମାନସିକତାରେ ପରିବର୍ତ୍ତନ ସହ ରାଜ୍ୟ ସରକାର ମହିଳା ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ସେ କହିଥିଲେ। କୃଷିର ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି । ରାଜ୍ୟର ମାଣ୍ଡିଆ ରାଣୀ ରାଇମତୀଙ୍କୁ ପ୍ରଶଂସା କରିବା ସହ ଆଜିର ସମୟରେ ମହିଳା…

Read More

ଭୁବନେଶ୍ୱର: ଉତ୍କଳ ଦୃଷ୍ଟିହୀନ ସଂଘ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ମହାତ୍ମା ଲୁଇସ୍‌ ବ୍ରେଲିଙ୍କ ୨୧୬ତମ ଜୟନ୍ତୀ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘର ୫୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଦୃଷ୍ଟିବାଧିତ ଟିଚର୍ସ ମାନଙ୍କୁ ପେନସନ ପ୍ରଦାନ ନିମନ୍ତେ ଯେଉଁ ଦାବି କରିଥିଲେ ତାହା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ବୋଲି କହିଥିଲେ। ଆୟୁଷମାନ୍ ଭାରତ ଯୋଜନା ମାଧ୍ୟମରେ ଆପଣ ମାନଙ୍କ ସ୍ବାସ୍ଥ୍ୟ ସେବା ହୋଇପାରିବ ଏବଂ sheltered work shop ଖୋଲିବା ପାଇଁ ଯେଉଁ ଦାବି ଥିଲା ତାହା ନିଶ୍ଚୟ ଖୋଲିବ ବୋଲି ମଧ୍ୟ କହିଥିଲେ, ଏବଂ ତାଙ୍କ ଚାମ୍ୱର ରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସେ ସଂଘର ସମସ୍ୟା ଗୁଡ଼ିକ ସମାଧାନ କରିବେ…

Read More

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା। ତାସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ସେ। ତାସହ ନିର୍ମାଣ କାର୍ଯ୍ୟରେ ଯଦି କିଛି ସୁବିଧା ଅସୁବିଧା ରହିଥାଏ, ତାର ସମାଧାନ ଲାଗି ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ଏହି ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ। ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ସଂଶ୍ଳିଷ୍ଟ ରହି…

Read More

ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମିଳନୀ ଓ ଉତ୍କର୍ଷ ଓଡିଶା କଂକ୍ଲେଭ ନାଁ ରେ ବିଏମସି କର୍ତ୍ତୃପକ୍ଷ ଜୀବେ ନିଷ୍ଠୁରତା ନିରୋଧ ଆଇନ କୁ ଭ୍ରୁକ୍ଷେପ ନ କରି ନୀରିହ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସେମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏହାକୁ ନେଇ ଆଜି ରାଜ୍ୟର ବିଭିନ୍ନ ପ୍ରାଣୀ କଲ୍ୟାଣ ସଂଗଠନ, ସ୍ବେଛାସେବୀ, କର୍ମୀ, ସଂଗଠକ ମାନେ ମିଳିତ ଭାବେ ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ରେ ନିରବ ପ୍ରତିବାଦ କରିଥିଲେ। ଏଥିରେ ରାଜ୍ୟ ପିପୁଲ ଫର ଆନିମଲ, ଆଳାପ ପ୍ରାଣୀ କଲ୍ୟାଣ ସଙ୍ଗଠନ, ଜନକଲ୍ୟାଣ ମଞ୍ଚ, ଆନିମଲ ଓଲଫେଆର ଟ୍ରଷ୍ଟ, ରିହାବିଟାଟା ଫାଉଣ୍ଡେସନ, ସ୍ପିକ ଫର ଆନିମଲ, ପିପୁଲ ଫର ଆନିମଲ ଷ୍ଟୁଡେଣ୍ଟ ଉଇଙ୍ଗ, ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା, ଜୀବନ ବଲ୍ଲବ ଦାସ, ଡା ଦିଲୀପ ମିଶ୍ର, ବିକେ ପଟ୍ଟନାୟକ, ଅନ୍ୟାନ୍ୟ ଶତପଥୀ, ସନ୍ତୋଷ ଦାସ, ଇପିସିତା…

Read More

ଭୁବନେଶ୍ବର: ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ ମାନଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜିନିବେଶକ ମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ, ଜାନୁଆରୀ ୨୭ ତାରିଖରେ Confederation of Indian Industries ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲ୍ ର ବୈଠକ ଅନୁଷ୍ଠିତ ହେବ। ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ (Plenary Session), ୧୬ଟି ସେକ୍ଟରାଲ୍ ସେସନ୍…

Read More

ଭୁବନେଶ୍ବର: ସୁରକ୍ଷିତ… ଘରକୁ ଫେରନ୍ତୁ। “Come Home Safe”। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ…

Read More

ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନରେ ଶେଷ ହୋଇଛି। ବରିଷ୍ଠ ଆଇଏଏସ ମନୋଜ  ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବଦଳି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦକୁ ସ୍ବତନ୍ତ୍ର ସଚିବ ପାହ୍ୟା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଏହି ପଦରେ ଥିଲେ ଅରିନ୍ଦମ ଡାକୁଆ। ନୂଆ ସରକାର ଆସିବା ପରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପାଞ୍ଚମାସ ରହି କାମ କରିବା ପରେ ତାଙ୍କୁ ହଠାତ ସରକାର ବଦଳି କରିଦେଇଥିଲେ। ବର୍ତ୍ତମାନ ତାଙ୍କୁ ମୁନିସିପାଲ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏହାପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ନିଯୁକ୍ତି ପାଇବ ସେ ନେଇ ଚର୍ଚ୍ଚା ଚାଲିଥିଲା।

Read More

ଭୁବନେଶ୍ବର: ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନସିଂଦେଓ ଏବଂ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକ ମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ। ଏହି ମହତ କାର୍ଯ୍ୟ ପାଇଁ ଆପଣ ସମସ୍ତେ ଧନ୍ୟବାଦ ଏବଂ ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ସହାୟତା ରାଶି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ତେଣୁ, ରାଜ୍ୟର SDRF ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଚାଷୀ ମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀ ମାନଙ୍କୁ ସହାୟତା ମିଳିବ। ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯିବ। ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଅନୁଯାୟୀ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ…

Read More

ଭୁବନେଶ୍ୱର: ଆସନ୍ତା ୮ ଓ ୯ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ଦୁଇ ଦିନିଆ ପ୍ରବାସୀ ଭାରତୀୟ ମହୋତ୍ସବ ଏବଂ ୨୮ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡିଶା କଂକ୍ଲେଭ ପାଇଁ ଭୁବନେଶ୍ବର ବିଏମସି ଦୀର୍ଘ ୧୫ଦିନ ଧରି ବିଭିନ୍ନ ସ୍ଥାନରୁ ୪୫୦ ରୁ ଉର୍ଦ୍ଧ୍ବ କୁକୁର ମାନଙ୍କୁ ସ୍ଥାନାନ୍ତର କରାଯାଇ ମଞ୍ଚେଶ୍ୱର ସ୍ଥିତ ମଞ୍ଚେଶ୍ୱର ସ୍ଥିତ ସ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର ରେ ରଖାଯାଇଛି। କୁକୁର ମାନଙ୍କୁ ନିଜ ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ରହିଛି। ତେବେ ଏନେଇ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଖବର ନାହିଁ।ଆଜି ଏନେଇ ରାଜ୍ୟର କେତେକ ପ୍ରାଣୀ କଲ୍ୟାଣ ସ୍ବେଛାସେବୀ ସ୍ପଷ୍ଟ କରିଛନ୍ତି। ସେଠାରେ ଦୀର୍ଘ ଚାରି ଦିନ ହେବ କୁକୁର ମାନଙ୍କୁ ଠିକ ଭାବେ ଦେଖାଚାହା କିମ୍ବା ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ବହୁ…

Read More

ଭୁବନେଶ୍ବର: ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ଓଡିଶାର ସମସ୍ତ ୧୧୫ ପୌର ସଂସ୍ଥା (ULBs)ରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସଂଗଠକ, ଏମ୍.ଆଇ. ଏସ୍ ପ୍ରଫେସନାଲ / କନସଲଟାଣ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କ ପାଇଁ “ସହରୀ ଶାସନ” ଉପରେ ଏକ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ତୃଣମୂଳ ସ୍ତରରେ ସହରୀ ଶାସନ ଏବଂ ଦକ୍ଷତା ବୃଦ୍ଧି ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରତିବଦ୍ଧତା ଅଧୀନରେ ଏହି ତାଲିମ ଏକ ପ୍ରମୁଖ ପଦକ୍ଷେପ। ଅଂଶଗ୍ରହଣକାରୀମାନଙ୍କ ସହିତ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଆଲୋଚନା ପ୍ରସଙ୍ଗରେ ବିକଶିତ ଓଡ଼ିଶା @ ୨୦୩୬ ଏବଂ ବିକଶିତ ଭାରତ @ ୨୦୪୭ ର ଦୂରଦୃଷ୍ଟି ହାସଲ କରିବାରେ ସାମୂହିକ ଉଦ୍ୟମ ତଥା ଉତ୍ସର୍ଗୀକୃତତାର ମୁଖ୍ୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗରିକ-କେନ୍ଦ୍ରିକ ପଦକ୍ଷେପ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପୌର ସଂସ୍ଥା ଗୁଡିକର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବାରେ କାର୍ଯ୍ୟରତ ଗୋଷ୍ଠୀ ସଂଗଠକ ଓ…

Read More