କଲିକତା: ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ୩୦ ଆସନ ପାଇଁ ମତଦାନ ହୋଇଛି। ଏହି ୩୦ ଟି ଆସନରୁ ବିଜେପି ୨୬ ଟି ଆସନରେ ଜିତିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ ଏଭଳି ଦୃଢୋକ୍ତି ରଖିଛନ୍ତି। ତେବେ ଶାହଙ୍କ ଏଭଳି ଦାବିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟାକ୍ଷ କରିଛନ୍ତି। ସେ ଏହାକୁ ଅବିଶ୍ଵସନୀୟ ବୋଲି କହିଛନ୍ତି। ଅମିତ ଶାହଙ୍କ ନାଁ ନନେଇ ମମତା କହିଛନ୍ତି ଯେ, ନିର୍ବାଚନର ଶେଷ ହେବା ପରେ ହଠାତ କିପରି ଏଭଳି ଦାବି କରାଯାଇପାରିବ। ଯାହାକି ଏବେ ଆହୁରି ୭ ଟି ପର୍ଯ୍ୟାୟ ମତଦାନ ହେବା ବାକି ରହିଛି। ଏଭଳି ଦାବି ଉପରେ ବିଶ୍ଵାସ କରିବା ଅନୁଚିତ୍। ମତଗଣନା ପରେ ସଠିକ ଜନାଦେଶ ଜଣାପଡିବ ବୋଲି ମମତା କହିଛନ୍ତି।
Author: Samikhsya Bureau
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜରେ ଗତକାଲି ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ାଇରେକ୍ଟର ଆୟୁଷ, ଓଡ଼ିଶା ସରକାର ଡ଼ାକ୍ତର ତ୍ରିଲୋଚନ ମାଝି, ଡ଼ାକ୍ତର ସୁଧୀର ଦାସ, ପ୍ରିନ୍ସିପାଲ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜ, ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନର୍ବାଚନ କମିଶନ, ଭାରତ ସରକାର, ନମ୍ରତା ଚଢା, ପୂର୍ବତନ ଚେୟରମ୍ୟାନ, ରାଜ୍ୟ ମହିଳା କମିଶନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୩୬୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ଭାରତକୁ ଏକ ମାସ ଭିତରେ ଫ୍ରାନ୍ସରୁ ଆଉ ୧୦ ଟି ରାଫେଲ ବିମାନ ମିଳିବ। ଏହା ଦ୍ଵାରା ଭାରତୀୟ ବାୟୁ ସେନାର ଶକ୍ତି ଆହୁରି ବଢିବ। ଏହି ୧୦ ଟି ଲଢୁଆ ବିମାନ ପରେ ଦେଶରେ ମୋଟ ରାଫେଲ ବିମାନ ସଂଖ୍ୟା ୨୧କୁ ବୃଦ୍ଧି ହେବ। ପ୍ରଥମେ ତିନୋଟି ରାଫେଲ ବିମାନ ଦୁଇ ତିନି ଦିନରେ ଆସିବ। ଏହି ଲଢୁଆ ବିମାନ ସିଧା ଫ୍ରାନ୍ସରୁ ବାହାରି ଭାରତରେ ପହଞ୍ଚିବ। ସେହିଭଳି ବାକି ୭-୮ ବିମାନ ଆସନ୍ତା ମାସ ଶେଷ ସପ୍ତାହ ବେଳକୁ ଭାରତ ଆସିବ।
ପୁଣେ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ। ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ ୧-୧ ରେ ବରାବର ଅଛି। ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ, ସେହି ଦଳ ସିରିଜ କବ୍ଜା କରିବ। ପୁଣେରେ ଖେଳାଯାଉଥିବା ଆଜିର ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୫୦ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଛି। ତେବେ ଭାରତ ୪୮.୨ ଓଭର ଖେଳି ସମସ୍ତ ୱିକେଟ ହରାଇ ୩୨୯ ରନ କରିପାରିଥିଲା। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୭୮ ରନ କରିଥିବା ବେଳେ ରୋହିତ ଶର୍ମା ୩୭, ଶିଖର ଧବନ ୬୭, ଅଧିନାୟକ ବିରାଟ କୋହଲୀ ୭, ଲୋକେଶ ରାହୁଲ ୭, ହାର୍ଦ୍ଦିକ ପାଣ୍ଡ୍ୟା ୬୪, କୃନାଲ ପାଣ୍ଡ୍ୟା ୨୫, ଶ୍ରାଦ୍ଧୁଳ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରସିଦ୍ଧ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଠାକୁରଙ୍କ ବିମାନ ବସିଥିବା ସ୍ଥାନକୁ ଅପବିତ୍ର କରୁଥିବା ଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାଫଳରେ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହିନ୍ଦୁ ଆସ୍ଥା ପ୍ରତି ମନ୍ଦିର ପ୍ରଶାସନର ଚରମ ଅବହେଳା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଦୋଳ ପୂର୍ଣମୀ ଉପଲକ୍ଷେ ଆଜି ବାଲୁଗାଁ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଏବଂ ଦକ୍ଷେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ଦୁଇ ଗୋଟି ବିମାନରେ ମନ୍ଦିର ସମ୍ମୁଖରେ ବର୍ତ୍ତମାନ ଅବସ୍ଥାପିତ ହୋଇଥିବାବେଳେ ଅପରାହ୍ନରେ ଅଗ୍ନିପୋଡା ଉତ୍ସବ ପାଳନ କରାଯିବ। କିନ୍ତୁ ଅଞ୍ଚଳର ପ୍ରସିଦ୍ଧ ଠାକୁର ବସିଥିବା ସ୍ଥାନକୁ ଏକ ପ୍ରକାର ଅପବିତ୍ର କଲା ଭଳି ଦେଖିବାକୁ ମିଳିଛି। ବିମାନ ବସିଥିବା ସ୍ଥାନ ଏବଂ ଦୋଳ ବେଦି ଉଭୟ ସ୍ଥାନରେ ଚାନ୍ଦୁଆ ପରିବର୍ତ୍ତେ ଏକ ଟେଣ୍ଟ କପଡା ବାନ୍ଧଯାଇଛି।…
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଠାକୁରଙ୍କ ଗ୍ରାମ୍ୟ ପରିକ୍ରମା ଏବଂ ଭୋଗଖିଆ
ଭୁବନେଶ୍ବର, ଆଜି ନବୀନ ନିବାସରେ ବିଜେଡି ଟିକେଟ ଗ୍ରହଣ କରିଛନ୍ତି ପ୍ରାର୍ଥୀ ରୁଦ୍ରପ୍ରସାଦ ମହାରଥୀ। ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରଙ୍କୁ ବିଜେଡି ଟିକେଟ ଦେବ ବୋଲି ଘୋଷଣା କରିଥିଲା। ସେହି ଅନୁସାରେ ସେ ଆଜି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ ଗ୍ରହଣ କରିଛନ୍ତି। ଆସନ୍ତା 30 ତାରିଖ ମଙ୍ଗଳବାରରେ ରୁଦ୍ର ପ୍ରାର୍ଥୀ ପତ୍ର ଦାଖଲ କରିବେ। ସେହିଦିନ ଦେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଏପ୍ରିଲ 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ବର୍ତ୍ତମାନ ଏହି ଉପ ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇପାରି ନାହିଁ।
ଭୁବନେଶ୍ବର: ଭୂବନେଶ୍ବର ସ୍ଥିତ ଆଲେନ୍ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି । ଭୂବନେଶ୍ବର ମହାନଗର କର୍ପୋରେସନ ତରଫରୁ ଆଲେନ୍ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। ଆଲେନ୍ କୋଚିଂ ସେଣ୍ଟରରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ବିମସି ଏଭଳି ନିଷ୍ପତ୍ତି ନେଇଛି। ଆଲେନ୍ ଭିତରେ ଥିବା ହଷ୍ଟେଲ କିମ୍ବା ମେସ୍ କୁ ପ୍ରବେଶ ଉପରେ କଟକଣା ଲାଗିଛି। ଭିତରେ ଥିବା ଲୋକ ବାହାରକୁ ବାହାରିବା ବାରଣ କରାଯାଇଛି। କେବଳ ସ୍ବୀକୃତିପ୍ରାପ୍ତ ବିଏମସି କର୍ମଚାରୀଙ୍କୁ ଆଲେନ୍ ଭିତରକୁ ପ୍ରବେଶ କରିପାରିବେ।
ଭୁବନେଶ୍ବର: ଖୋର୍ଦ୍ଧା ସ୍ଥିତ ଆଇଆଇଟି ଭୁବନେଶ୍ଵରରେ ୧୦ ଜଣ ଛାତ୍ର କରୋନାରେ ସଂକ୍ରମଣ ହୋଇଛନ୍ତି। ପୂର୍ବରୁ ୮ଜଣ ସଂକ୍ରମଣ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଛାତ୍ର ଆକ୍ରାନ୍ତ ଅଛନ୍ତି। ୪୦ ଟି ଆରଟିପିସିଆର ପରୀକ୍ଷା ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଛାତ୍ରମାନେ ସ୍ଵତନ୍ତ୍ର ଆଇସୋଲେସନରେ ରଖାଯାଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ ଓଡିଶାର ତିନି ଜଣଙ୍କ କାମକୁ ସେ ପ୍ରଶଂସା କରିଛନ୍ତି। ପ୍ରତିମାସର ଶେଷ ରବିବାରରେ ପ୍ରସାରଣ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଏଥର ମୋଦି ପରିବେଷ, ସ୍ବାସ୍ଥ୍ୟ ଏବଂ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି 75 ବର୍ଷର ଭାରତ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଅମୃତ ଉତ୍ସବ ଉପରେ ମଧ୍ୟ ସେ ଅବଗତ କରାଇଛନ୍ତି। ତାଙ୍କର ଭାଷଣରେ ମୋଦି ଓଡିଶାର କେନ୍ଦ୍ରାପଡାର ବିଜୟ କୁମାର କବି ଏବଂ ପାରାଦୀପର ଅମେଶ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି ଯେ, କେନ୍ଦ୍ରାପଡାର ବିଜୟ କୁମାର କବି ସମୁଦ୍ର କୂଳରେ 25 ଏକର ସ୍ଥାନରେ ହେନ୍ତାଳ ବନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କେନ୍ଦ୍ରପଡା ଏକ ଉପକୂଳ ଜିଲ୍ଲା ହୋଇଥିବାରୁ ସେଠାରେ ସମୁଦ୍ର କୂଳ ଖାଇବାରେ ଲାଗିଛି। ବିଜୟ ଅନୁଭବ କଲେ ଯେ, ପ୍ରକୃତିର ତାଣ୍ଡବକୁ କେବଳ ପ୍ରକୃତି ହିଁ ରକ୍ଷା…
କଲିକତା: ପଶ୍ଚିମବଙ୍ଗ ହୁଗୁଳି ସାଂସଦ ତଥା ଚୁଞ୍ଚୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଲକେଟ ଚାଟ୍ଟାର୍ଜୀଙ୍କ ଉପରକୁ କେମିକାଲ ମିଶା ରଙ୍ଗ ଫିଙ୍ଗା ଯାଇଛି। ଯାହାଦ୍ୱାରା ରଙ୍ଗ ତାଙ୍କ ଆଖି ମଧ୍ୟରେ ପସି ଯାଇଥିଲା। ଫଳରେ ସେ ହଠାତ ଅସୁସ୍ଥ ହୋଇପଡିଛନ୍ତି। ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ଟିଏମସି ଏଭଳି କାର୍ଯ୍ୟ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହା ସହିତ ଚାରି ପାଞ୍ଚ ଜଣ ଟିଏମସି ବ୍ୟାଚ ପିନ୍ଧିଥିବା ଲୋକ ଆସି ତାଙ୍କ ଉପରକୁ ରଙ୍ଗ ଫିଙ୍ଗିଛନ୍ତି ବୋଲି ଲକେଟ ଅଭିଯୋଗ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଜେପି ନେତା ସୌମେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ମଧ୍ୟ ବିଜେପି ଅଭିଯୋଗ କରିଥିଲା। ଏଥିରେ ସୌମେନ୍ଦୁଙ୍କ ଗାଡି ଚାଳକ ଆହତ ହୋଇଥିବା କୁହାଯାଇଥିଲା।
ଭୁବନେଶ୍ବର: ଆଜି ରାଜ୍ୟରେ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୫୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬୫୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୧ ଜଣ, ଅନୁଗୁଳ ଜିଲ୍ଲାରୁ ୧୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୧୫, ଭଦ୍ରକ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗତକାଲି କାଳ ବୈଶାଖୀ ଯୋଗୁଁ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଥିରେ ଜଣେ ୫୦ ବର୍ଷୀୟ ପୁରୁଷଙ୍କର ପ୍ରାଣହାନୀ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ କାଳ ବୈଶାଖୀ ଯୋଗୁଁ ଜୋର୍ ରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ଦାଣ୍ଡରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡିରହିଥିଲା। ଏହି ସମୟରେ ସୋରଣ ଗ୍ରାମର ସମୀର ରଣସିଂ ନିଜ ସାଇକେଲରେ ଘରକୁ ଫେରୁଥିବାବେଳେ ହଠାତ୍ ସେହି ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସମୀର ଚିତ୍କାର କରିବାରୁ ଗାଁଲୋକେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ସମୀରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ୍ ବିଭାଗର ଚରମ ଅବହେଳା…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ବଜାର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନାଟ୍ୟଦିବସ ୨୦୨୧ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେବେଠୁଁ ମଣିଷର ଜନ୍ମ ସେବେଠାରୁ ନାଟକର ଜନ୍ମ ସେକ୍ସପିଅର କହିଥିଲେ ଏ ପୃଥିବୀ ହେଉଛି ଏକ ରଙ୍ଗମଞ୍ଚ, ଆମେ ସମସ୍ତେ ଅଭିନେତା। ଗ୍ରୀସ୍ ରେ ୨୦୦୦ ବର୍ଷ ପୂର୍ବେ ନାଟକ ଆରମ୍ଭ ହୋଇଥିଲା। ବିଶ୍ଵ ନାଟ୍ୟ ଦିବସ ପାଳନ ଏକ ସୁନ୍ଦର ପ୍ରୟାସ, ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ। ଉକ୍ତ ବିଶ୍ୱ ନାଟ୍ୟ ଦିବସରେ ଅଧ୍ୟକ୍ଷତା କରି ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ବିଶ୍ୱ ନାଟ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ନାଟ୍ୟକାର କୈଳାଶ…
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲା ଓକିଲ ସଂଘ, ଜଗତସିଂହପୁରର ସାଧାରଣ ନିର୍ବାଚନରେ ଗଗନ ଚନ୍ଦ୍ର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନରେଶ ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବି ଉମାଶଙ୍କର ସ୍ବାଇଁଙ୍କୁ ୧୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉପସଭାପତି ଭାବରେ ପ୍ରହଲ୍ଲାଦ କୁମାର ନାୟକ ତାଙ୍କ ପ୍ରତିଦ୍ବନ୍ଦ୍ବି ଆଲୋକ ପ୍ରକାଶ ଜେନାଙ୍କୁ ୧୩୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। କୋଷାଧ୍ୟକ୍ଷ ଭାବରେ ଦୁର୍ଯ୍ୟୋଧନ ରାଉତ ଓ ଯୁଗ୍ମ ସମ୍ପାଦକ ଭାବରେ ଜ୍ଞାନ ରଂଜନ ମହାନ୍ତି ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବରେ ରାଜଶ୍ରୀ ମହାନ୍ତି ମଧ୍ୟ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ। ଅନ୍ୟ ପରିଚାଳନା କମିଟି ସଦସ୍ୟ ଭାବେ ବିବେକାନନ୍ଦ ନାୟକ, ଅଶ୍ବିନୀ ଅମିତାଭ୍ ଲେଙ୍କା, ଅନିରୁଦ୍ଧ ସାବତ,ବାଟୁ ଭୋଇ, ପ୍ରକାଶ ଚନ୍ଦ୍ର ରାୟ ଓ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ବୋଧେଇ ପଞ୍ଚାୟତ ଜୋକେଇ ଗ୍ରାମରେ ଗତ ୧୬ ତାରିଖ ରାତିରେ ହୋଇଥିବା ଗଣଦୁଷ୍କର୍ମ ଓ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି। ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଓ ଅଭିଯୁକ୍ତଙ୍କ ଗିରଫ ଦାବୀରେ ଶନିବାର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏମାନେ ମଣିଜଙ୍ଗା-ଏରସମା ରାସ୍ତାର ପୁରୀଜେନା ଛକ ଠାରେ ରାସ୍ତା ଅବରୋଧ ସହ ପ୍ରତିବାଦ କରିଥିଲେ। ସକାଳ ୯ଟା ଠାରୁ ଦିର୍ଘ ୫ଘଣ୍ଟା ଧରି ଶତାଧିକ ମହିଳା ରାସ୍ତା ଉପରେ ବସି ରହିବା ସହ ଘଟଣାରେ ପୋଲିସର ନିସ୍କ୍ରିୟତା ବିରୋଧରେ ସ୍ଳୋଗନ ସହ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ। ତିର୍ତ୍ତୋଲ ଆଇଆଇସି ଭାବଗ୍ରାହୀ ରାଉତଙ୍କ ସହ ଅନ୍ୟ ପୋଲିସ ଦିର୍ଘ ୪ଘଣ୍ଟା ପରେ ଘଟଣା ସ୍ଥଳରେ ପହଞ୍ଚି ମହିଳା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଜିଲ୍ଲାପାଳ କିମ୍ବା ଏସପି ନଆସିଲେ ସେମାନେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୭୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୯ ଲକ୍ଷ ୭୧ ହଜାର ୬୨୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୨୩ ହଜାର ୭୬୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୬ ହଜାର ୩୧୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ସାଧାରଣତଃ ହୋଲି, ରଙ୍ଗର ପର୍ବ ଭାବେ ଜଣାଶୁଣା । ଏହା ପ୍ରେମ ଏବଂ ଭାଇଚାରାର ପର୍ବ । ଏହି ବର୍ଷ ଅନେକ ବର୍ଷ ପରେ ହୋଲିରେ ଏକ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହୋଇଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଫାଲଗୁନ୍ ମାସର କୃଷ୍ଣ ପକ୍ଷ ପ୍ରତିପଦା ତିଥୀରେ ହୋଲି ପାଳନ କରାଯାଇଥାଏ। ଏହି ବର୍ଷ 29 ମାର୍ଚ୍ଚ 2021 ରେ ହୋଲି ପଡୁଛି । ଏହି ଦିନ ବିରଳ ଧ୍ରୁବ ଯୋଗ ସୃଷ୍ଟି ହେଉଛି। ଏହି ଯୋଗ 77 ବର୍ଷ ପରେ ପୁଣି ଥରେ ପରିଲକ୍ଷିତ ହେଉଛି। ଧ୍ରୁବ ଯୋଗର ଗୁରୁତ୍ୱ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ଏହି ବର୍ଷ ସ୍ୱତନ୍ତ୍ର ଧ୍ରୁବ ଯୋଗ ପଡୁଛି । ଏହି ଦିନ, ଚନ୍ଦ୍ର କନ୍ୟା ରାଶିରେ ଗତି କରୁଛନ୍ତି । ଏଥିସହିତ ଗୁରୁ ଏବଂ ଶନି ମକର ରାଶିରେ ବସିବେ। ଶୁକ୍ର ଏବଂ ସୂର୍ଯ୍ୟ ମୀନ ରାଶିରେ ରହିବେ। ମଙ୍ଗଳ ଏବଂ ରାହୁ…
ଭୁବନେଶ୍ବର, ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ…
ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: -…

