Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୫, ମୟୂରଭଞ୍ଜରୁ ୧୧, ଖୋର୍ଦ୍ଧାରୁ ୮, ବଲାଙ୍ଗୀରିରୁ ୭, ବାଲେଶ୍ବରରୁ ୫, କଟକରୁ ୫, ଅନୁଗୁଳରୁ ୪, ଯାଜପୁରରୁ ୪, ପୁରୀରୁ ୩, ଦେବଗଡ଼ରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୪୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ କୁ ବୃଦ୍ଧି ହୋଇଛି। ତେବେ ୧୦୦୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୪୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: କୃଷକ ସଂଗଠନମାନଙ୍କ ଦ୍ୱାରା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଦିଆଯାଇଥିବା ଦେଶବ୍ୟାପୀ ଭାରତ ବନ୍ଦକୁ ସିପିଆଇ (ଏମ୍‌.ଏଲ୍‌) ଲିବରେସନ ଓଡ଼ିଶା ରାଜ୍ୟ କମିଟି ତରଫରୁ ସମର୍ଥନ କରୁଛୁ। କର୍ପୋରେଟ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ଆଣିଥିବା ତିନୋଟି ଯାକ କୃଷି ଆଇନ ଦେଶର ଖାଦ୍ୟ ନିରାପତ୍ତାକୁ ଧ୍ୱଂସ କରିବା ସହ କୃଷି ଓ କୃଷକର ସର୍ବନାଶ କରିଦେବ। ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ଓ କୃଷି କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇ ଦେଶରେ ବେକାରୀ ଓ ଦର ବୃଦ୍ଧି ଘଟିବ। ମାର୍ଚ୍ଚ ୨୬ ତାରିଖକୁ ଦେଶବ୍ୟାପୀ କୃଷକ ଆନ୍ଦୋଳନକୁ ୪ ମାସ ପୁରିବ। ଆନ୍ଦୋଳନରତ କୃଷକଙ୍କ ଧୌର୍ଯ୍ୟ, ସାହସ ଓ ସଂଯମତା ଗଣତାନ୍ତ୍ରିକ ଆନ୍ଦୋଳନକୁ ଏକ ଉଚ୍ଚସୋପାନକୁ ନେଇଯାଇଛି। କେନ୍ଦ୍ର ସରକାର ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟବାସୀ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ଆମେ ନିବେଦନ କରୁଛୁ।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରାଇଭେଟ ସ୍କୁଲ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନାଗଭୂଷଣ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପରିଷଦର ସଭାପତି ଉମାକାନ୍ତ ସ୍ୱାଇଁ ଓଡ଼ିଶାରେ ୨୫୦୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଏପର୍ଯ୍ୟନ୍ତ ସମାନ ପରିସ୍ଥିତିରେ ଥାଇ ମଧ୍ୟ ସି.ଓ.ଆର ପାଇପାରି ନାହାଁନ୍ତି ବୋଲି ଦାବି କରିଥିଲେ। ଫଳସ୍ୱରୂପ ଉକ୍ତ ବିଦ୍ୟାଳୟଗୁଡ଼ିକ ସରକାରଙ୍କର ଆରଟିଇ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ କରିବାରୁ ବଞ୍ଚିତ ରହିବା ସହିତ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ କୋମଳମତି ଶିଶୁମାନେ ସରକାରୀ ମେଧାବୃତ୍ତି, ନବୋଦୟ ବିଦ୍ୟାଳୟ ତଥା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କୃତିତ୍ୱ ଅର୍ଜନ ପାଇ ମଧ୍ୟ ନାମ ପଞ୍ଜିକୃତ କରିପାରୁ ନାହାଁନ୍ତି। କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ଖୁଣ୍ଟିଆ ପ୍ରତିବର୍ଷ ପରି ଚଳିତବର୍ଷ ପୁନର୍ବାର ପୋଟାଲ ଖୋଲାଯାଇ ସିଓଆର ପାଇନଥିବା ବିଦ୍ୟାଳୟଗୁଡ଼ିକର ତୃଟି ସଂଶୋଧନ ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରାଯାଉଅଛି।…

Read More

କଟକ: କଟକର ଚଣ୍ଡୀ ଛକ ନିକଟରେ ଥିବା ଏକ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। କୋଭିଡ଼ କଟକଣା ନିୟମକୁ ପାଳନ କରିନଥିବାରୁ ଉକ୍ତ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଥିବାରୁ କଟକ ମ୍ୟୁନିସିପାଲ କର୍ପୋରେସନ ସିଲ୍ କରିଛି। ଏହା ପୂର୍ବରୁ ସକାଳେ ରଣିହାଟରେ ଏକ ସପିଙ୍ଗ୍ କମ୍ପ୍ଲେକ୍ସକୁ ମଧ୍ୟ ସିଏମସି ସିଲ୍ କରିଥିଲା।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଜଣେ ହରିଜନ ମହିଳାଙ୍କ ଏକ ଜାଗାକୁ ଅକ୍ତିଆର୍ କରି ତାରବାଡ ଦେବା ଅଭିଯୋଗରେ ହୋଇଛି। ମହିଳାଜଣଙ୍କ ଜିଲ୍ଲାପାଳଙ୍କ ଠାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଅନୁଯାୟୀ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ବିଶାଖା ପାଇକ କହିବା ମୁତାବକ ୨୦୧୫ ମସିହାରେ ନାକଟିଦେଉଳ ତହସିଲ୍‌ଦାର, କିସିଣ୍ଡା ରାଜସ୍ୱ ନିରୀକ୍ଷକ, କିସିଣ୍ଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ସେହି ଜାଗା ବଦଳରେ ଅନ୍ୟ ଏକ ଜାଗା ମୋ ନାମରେ ପଟ୍ଟା କରିଦେବାକୁ ପ୍ରତିଶୃତି ଦେଇଥିଲେ ବୋଲି ମହିଳା ଜଣଙ୍କ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଗେଇ ଆସିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ବର୍ତ୍ତମାନ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ, ଚିଲିକା ତହସିଲ ଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତରେ…

Read More

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାନ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ରହିଛି। ଯଦି ପ୍ୟାନ ସହ ଆଧାର ଲିଙ୍କ କରିନାହାନ୍ତି, ତେବ ଖୁବ ଶୀଘ୍ର କରିନିଅନ୍ତୁ। ନଚେତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହା ପୂର୍ବରୁ ବହୁତ ଥର ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ଅବଧି କେନ୍ଦ୍ର ସରକାର ବଢାଇଛି। କିନ୍ତୁ ଏବେ ଲିଙ୍କ କରି ନପାରିଲେ କେନ୍ଦ୍ର ସରକାର ଜରିମାନାର ପ୍ରାବଧାନ ଆଣିଛି। ଏହାସହିତ କାର୍ଡ ଧାରକଙ୍କ ପ୍ୟାନକୁ ମଧ୍ୟ ଅବୈଧ ଘୋଷିତ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଆର୍ଥିକ ବିଲ-୨୦୨୧ ପାରିତ କରାଯାଇଛି। ଯେଉଁଥିରେ ଆୟକର ଧାରା, ୧୯୬୧ରେ ନୂଆ ଧାରା ୨୩୪ଏଚ ଅନୁଯାୟୀ, ପ୍ୟାନ ସହ ଆଧାର ଲିଙ୍କ କରାନଗଲେ ଏବେ ଲୋକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏତଦବ୍ୟତିତ ସେହି ଲୋକଙ୍କ ପ୍ୟାନକୁ ଅବୈଧ ଘୋଷଣା କରାଯାଇପାରେ।

Read More

ନୂଆଦିଲ୍ଲୀ: କେବଳ ୯ ଦିନ ମଧ୍ୟରୁ ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତା ୨୭ ତାରିଖଠାରୁ ୪ ଏପ୍ରିଲ ମଧ୍ୟରେ ସାତ ଦିନ ବ୍ୟାଙ୍କ ବନ୍ଦ ରହିବ। ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ ଦିନ ବ୍ୟାଙ୍କ ଛୁଟି ରହିବ। ସେଥିପାଇଁ ଏହା ଭିତରେ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତେବେ ୨୭ ତାରିଖ ପୂର୍ବରୁ କାମ ଶେଷ କରିଦିଅନ୍ତୁ। ଜାଣନ୍ତୁ କେଉଁ ତାରିଖରେ କଣ ପାଇଁ ବନ୍ଦ ରହିବ ବ୍ୟାଙ୍କ: ୧- ୨୭ ତାରିଖ- ମାସର ଚତୁର୍ଥ ଶନିବାର ୨- ୨୮ ତାରିଖ- ରବିବାର ୩- ୨୯ ତାରିଖ- ହୋଲି ୪- ୩୦ ତାରିଖ- କେବଳ ବିହାରରେ ହୋଲି ଉପଲକ୍ଷେ ବନ୍ଦ ରହିବ, ବାକି ସବୁ ସ୍ଥାନରେ ଖୋଲା ରହିବ। ୫- ୩୧ ତାରିଖ- ଆର୍ଥିକ ବର୍ଷର ଶେଷ ଦିନ ୬- ୧ ଏପ୍ରିଲ- କ୍ଳୋଜିଙ୍ଗ ଅଫ ଆକାଉଣ୍ଟସ୍ ପାଇଁ ରିଜର୍ଭ ବ୍ୟାଙ୍କ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଗୋରୁ ଚାଲାଣ ବୃଦ୍ଧିକୁ ନେଇ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ଚିନ୍ତା ପ୍ରକଟ କରିଛି। ଗୋରୁଙ୍କ ସୁରକ୍ଷା ପାଇଁ ବଜରଙ୍ଗ ଦଳ ଆଜି ବାଲୁଗାଁ ଏସଡିପିଓ ମନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ହିନ୍ଦୁ ସଂସ୍କୃତି ହେଉଛି ବିଶ୍ଵର ସର୍ବ ପୁରାତନ ସଂସ୍କୃତି। ହିନ୍ଦୁମାନେ ଗାଈଙ୍କୁ ଦେବତା ରୂପେ ପୂଜା କରନ୍ତି। ତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ। ଗାଈଙ୍କଠାରୁ ମନୁଷ୍ୟ ସମାଜ ସବୁକିଛି ପାଇଥାଏ। ମନୁଷ୍ୟର ଦୈନଦିନ ଜୀବନରେ ଗାଈର କ୍ଷୀରଠାରୁ ଆରମ୍ଭ କରି ଗୋବର ପର୍ଯ୍ୟନ୍ତ ସବୁ ଜିନିଷ କାମରେ ଆସିଥାଏ। ଏଇ ସଂସାରରେ ଗାଈ ଏମିତି ଏକ ଜନ୍ତୁ, ଯିଏ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ଅମ୍ଳଜାନ ମଧ୍ୟ ତ୍ୟାଗ କରିଥାଏ। ଗାଈର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୩୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୩, ସୁନ୍ଦରଗଡ ଜିଲ୍ଲାରୁ ୨୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୦ ଜଣ, କଟକ ଜିଲ୍ଲାରୁ ୨୦ ଜଣ, ବରଗଡ…

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରୀୟ ବିଦ୍ୟାଳୟରେ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏକ ଘରୋଇ ସ୍କୁଲରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ଏବେ ପ୍ରି-ବୋର୍ଡ ପରୀକ୍ଷା ଚାଲିଛି। ଶ୍ରେଣୀଗୃହରେ ଉପସ୍ଥିତ ସମସ୍ତ ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି। ସେପଟେ ଘରୋଇ ବିଦ୍ୟାଳୟର ଆକ୍ରାନ୍ତ ହୋଇଥିବା ତିନିଜଣ ଛାତ୍ର ହଷ୍ଟେଲ ରହୁଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଏକ ଟିମ୍ ବିଦ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ନିର୍ଦ୍ଦିଷ୍ଟ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯିବ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୪୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୭ ଲକ୍ଷ ୮୭ ହଜାର ୫୩୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୩୧ ହଜାର ୧୯୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯୫ ହଜାର ୧୯୨ ଆକ୍ଟିଭ୍‌ କେସ୍ ରହିଛି।

Read More

ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ ।  ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।  ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ । ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି । କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ | ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ | ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ…

Read More

ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ ।  ଶ୍ରମିକ ଶ୍ରେଣୀରେ ଉତ୍ସାହ ରହିବ । ଜୀବନସାଥୀ ସହିତ ସମ୍ପର୍କ ଆନ୍ତରିକ ହେବ । କାର୍ଯ୍ୟରେ ଅଳ୍ପ ସମୟ ରହିପାରେ । କର୍କଟ: – ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ଏବଂ ପରିବାର ସଦସ୍ୟ ମଧ୍ୟ ସମର୍ଥନ ପାଇବେ। ଆପଣ ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ ଏବଂ କାର୍ଯ୍ୟରେ ସଫଳ ହେବେ ।

Read More

କନ୍ୟା: – ପାରିବାରିକ ପରିବେଶ ଭଲ ରହିବ ।  ପୁରୁଣା ବନ୍ଧୁମାନଙ୍କୁ ସାକ୍ଷାତ କରାଯାଇପାରିବ, ଯାହା ଲାଭଦାୟକ ହେବ ।  ବ୍ୟବସାୟ ଭଲ କରିବ ଏବଂ ଏକ ଲାଭ ପରିସ୍ଥିତି ଆସିବ । ବିଛା : – ଆପଣ ବ୍ୟବସାୟରେ ଆଶା ଏବଂ ସଫଳତା ପାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଦ୍ୱାରା ସମାଜର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ ।  ପରିବାର ସହିତ ସମୟ ବିତାଇବେ। ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।

Read More

ମକର : – ଯୋଗାଯୋଗ ମାଧ୍ୟମରେ ପ୍ରଗତି ପାଇଁ ନୂତନ ସୁଯୋଗ ମିଳିବ , ଯାହା ଆପଣଙ୍କୁ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ରଖିବ । ପୈତୃକ ସମ୍ପତ୍ତିରୁ ଏକ ଲାଭ ମିଳିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ । ମୀନ: – ପାରିବାରିକ ସମ୍ପର୍କ ସୁସଂଗତ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ ।  କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ ।  ଅଟକି ରହିଥିବା ଯୋଜନାଗୁଡିକ ସଂପୂର୍ଣ୍ଣ ହୋଇପାରିବ ।

Read More

ସିଂହ: – ବ୍ୟବସାୟ ଭଲ କରିବ ଏବଂ ଚାକିରିରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିବ । ସମ୍ପତ୍ତିରେ ବିନିଯୋଗ କରିବାକୁ ବିଚାର କରିବେ, ଯାହା ଲାଭଦାୟକ ହେବ । ପରିବାର ସହିତ ଏକ ଖୁସିର ଦିନ ବିତାଇବ । ଧନୁ : – ଆପଣ କଠିନ ପରିଶ୍ରମର ଭଲ ଫଳାଫଳ ପାଇବେ ।  ବ୍ୟବସାୟରେ ଲାଭଜନକ କାରବାର ହେବ । ନୂତନ ବିନିଯୋଗ ସୁଯୋଗ ମିଳିବ ।  ପରିବାରର ପରିବେଶ ଖୁସି ହେବ। ଜୀବନ ସାଥୀ ସହିତ ଭଲ ସମନ୍ୱୟ ରହିବ।

Read More

କୁମ୍ଭ: – ସାମାଜିକ କାର୍ଯ୍ୟରେ ମନ କରାଯିବ ଏବଂ ସମାଜରେ ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଦାୟିତ୍ବ ପୂରଣ କରିବେ । ପ୍ରଭାବଶାଳୀ ଲୋକଙ୍କୁ ଭେଟିବେ । ଜୀବନ ସାଥୀ ପୂର୍ଣ୍ଣ ସମର୍ଥନ ପାଇବେ । ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ ।

Read More

ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ ।  ବିବାହିତ ଜୀବନ ଭଲ ହେବ । ତୂଳା: – ବ୍ୟବସାୟ ଲାଭଦାୟକ ହେବ ଏବଂ ଚାକିରିରେ ଅଗ୍ରଗତି ସହିତ ଅବସ୍ଥାନରେ ପରିବର୍ତ୍ତନ ଆସିବ । ଆୟର ବୃଦ୍ଧି ଆର୍ଥିକ ସ୍ଥିତିକୁ ସୁଦୃଢ କରିବ । ସାଙ୍ଗମାନେ କାର୍ଯ୍ୟରେ ସାହାଯ୍ୟ କରିବେ । ସାମାଜିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ।

Read More