Author: Samikhsya Bureau

Tina Ahuja on Periods: ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ନିଜ ମା’ଙ୍କ ସହିତ ଏକ ଟେଲିଭିଜନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ସେ ପିରିଅଡସ୍ ବା ଋତୁଶ୍ରାବ ବାବଦରେ ନିଜର ଖୋଲା ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଯନ୍ତ୍ରଣା ଏକ ମାନସିକ ରୋଗ। ସେ ଦାବି କରିଛନ୍ତି ଯେ ପିରିଅଡସ୍‌ରେ ଯନ୍ତ୍ରଣା ମୁଖ୍ୟତଃ ମୁମ୍ବାଇ ଓ ଦିଲ୍ଲୀର ଝିଅଙ୍କଠାରେ ଅଧିକ ଦେଖାଦିଏ। ଅନ୍ୟ ସହରର ମହିଳାମାନଙ୍କଠାରେ ଏହି ଯନ୍ତ୍ରଣା ଏତେ ପରିମାଣର ହୁଏ ନାହିଁ। ସେ ଏହାକୁ ମଧ୍ୟ କହିଛନ୍ତି ଯେ ପିରିଅଡସ୍‌ର ଯନ୍ତ୍ରଣା ଆମର ମନୋଭାବନାରୁ ବା ମାନସିକତାରୁ ସୃଷ୍ଟି ହୁଏ। ପିରିଅଡସ୍‌ର ପିଡା ମାନସିକ ରୋଗ ଟିନା ଆହୁଜା କହିଛନ୍ତି, “ମୁଁ ମୁଖ୍ୟତଃ ଚଣ୍ଡିଗଡ଼ରେ ରହୁଛି ହେଲେ ମୁଁ ମୁମ୍ବାଇ ଓ ଦିଲ୍ଲୀର ଝିଅମାନେ ଏହି ପିରିଅଡସ୍ ଯନ୍ତ୍ରଣା ବାବଦରେ କଥା ହେବାର ଶୁଣିଛି। ହେଲେ ସେମାନେ ଏହି କଥା ଅନ୍ୟକୁ…

Read More

ଭୁବନେଶ୍ବର: ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ନବୀନ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। ସେହିପରି ଆସନ୍ତାକାଲି ନବୀନ ଗଂଜାମ ଜିଲ୍ଲା ଗସ୍ତରେ ଯିବେ। ସେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ। ଏଥିସହିତ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା…

Read More

ଭୁବନେଶ୍ୱର: ପ୍ରତିଟି ସାରସ୍ୱତ ସଂରଚନାର ସମ୍ବେଦନାର ସୂତ୍ରଟିଏ ଥାଏ । କାରୁଣ୍ୟରୁ ଉତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ ଡ. ନାୟକ ତାଙ୍କ ସାହିତ୍ୟ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମୋ ସୃଜନ ମୋ ଜୀବନ’ଶୀର୍ଷକ ବକ୍ତବ୍ୟ ରଖି ଡ. ନାୟକ କହିଛନ୍ତି ଯେ ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିବାବେଳେ ଚିଲ ପାଟିରୁ ମାଛଟିଏ ଖସିଯିବାର ଦୃଶ୍ୟ ଦେଖି ପ୍ରଥମ କବିତା ଲେଖିଥିଲେ। ଦୃଶ୍ୟମାନ ପ୍ରକୃତି ଓ ଗ୍ରାମୀଣ ଚରିତ୍ରମାନେ ତାଙ୍କ ଲେଖାରେ ଉପସ୍ଥାପିତ ହେଉଥିଲେ। ମାତ୍ର ସତୁରୀ ଦଶକରୁ ତାଙ୍କର ସାରସ୍ୱତ ଧାରା ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ହେଲା। ସେ ଇନ୍ଦ୍ରିୟୋତ୍ତର ଚେତନା ଓ ଅଦୃଶ୍ୟ ଜଗତର ଅନୁଭବକୁ ନେଇ ଲେଖାଲେଖି ଜାରି ରଖିଲେ…

Read More

ଭୁବନେଶ୍ଵର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ‌ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥରେ ଯେ, ନିଜର ଅତୁଳୀନୟ କୃତି ପାଇଁ ମନମୋହନ ସିଂ କେବଳ ଭାରତ ନୁହେଁ, ସାରା ବିଶ୍ଵରେ ସ୍ମରଣୀୟ ହୋଇ ରହିବେ । ଭାରତର ଦ୍ରୁତ ବିକାଶର ଶ୍ରେୟ କେବଳ ମନମୋହନ ସିଂଙ୍କର। ସରକାରକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସେ ସୂଚନା ଅଧିକାର ଆଇନ ପ୍ରଣୟନ କରିଥିଲେ । ଯାହାଫଳରେ ଜଣେ ସାଧାରଣ ମଣିଷ ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ ପୟରି ଉତ୍ତର ପାଇବାର ଅଧୁକାରପ୍ରାପ୍ତ ହୋଇପାରିଥିଲା। ଭାରତକୁ କ୍ଷୁଧାମୁକ୍ତ କରିବା ପାଇଁ ଯୁଗାନ୍ତକାରୀ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିବା ସହ…

Read More

ଭୁବନେଶ୍ବର: ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ। ସେମାନେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ସହିତ ଆଲୋଚନା କରିବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ- ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା। ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ଛତ୍ରପୁର ବ୍ଲକ। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ- କଟକ ଓ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା- ଭଦ୍ରକ ଓ ବାଲେଶ୍ୱର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର- କେନ୍ଦ୍ରାପଡ଼ା ଓ ଯାଜପୁର ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ- ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।

Read More

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ନିର୍ବାଚନ ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ତାଙ୍କ ଗସ୍ତ ପାଇଁ ବର୍ତ୍ତମାନ ଗଞ୍ଜାମ ବିଜେଡି ବେଶ ତତ୍ପରତା ପ୍ରକାଶ ପାଇଛି। ତେବେ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେଷ ସେଥିପାଇଁ ସେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ। ଏଥିସହିତ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।

Read More

ନୂଆଦିଲ୍ଲୀ: ଆଜି ଅନ୍ତିମ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ପ୍ରାର୍ଥିବ ଶରୀରକୁ ଆଜି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଅନ୍ତିମ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ତାଙ୍କର ପ୍ରାର୍ଥିବ ଶରୀରକୁ ଦିଲ୍ଲୀ ନିଗମବୋଧ ଘାଟକୁ ନିଆଯାଉଛି। ଏହି ଶୋଭାଯାତ୍ରାରେ ଖୋଦ ରାହୁଳ ଗାନ୍ଧୀଙ୍କ ସହିତ ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି। ନିମଗବୋଧ ଘାଟରେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହ, ବିଭିନ୍ନ ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ତିନିସେନାର ମୁଖ୍ୟ ପ୍ରମୁଖ ସେଠାରେ ଉପସ୍ଥିତ ଅଛନ୍ତି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Read More

ଭୁବନେଶ୍ବର: ରାଜ୍ୟ ସରକାର ଲ କମିଶନ ଗଠନ କରିଛନ୍ତି। ପୂର୍ବରୁ ସରକାର ଓଡିଶା ଲ କମିଶନ ଗଠନ କରିବାକୁ ନିଷ୍ପତି କରିଥିଲେ। ସେହି ଅନୁସାରେ ଆଜି ସେହି କମିଟର ପୂର୍ଣ୍ଣାଙ୍କ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି କମିଟର ଅଧ୍ୟକ୍ଷ ରହିବେ ଜଷ୍ଟିସ ବିଶ୍ବନାଧଥ ରଥ।ଏଥିରେ ଅଧ୍ୟକ୍ଷଙ୍କ ସହିତ ଛଅ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଆଇନି ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଆଇନଜୀବି ସୂର୍ଯ୍ୟକାନ୍ତ ମିଶ୍ର, ସୌରେନ୍ଦ୍ର ମହାପାତ୍ର, କମିଶନଙ୍କ ସଚିବ ଏହାର ସଦସ୍ୟ ରହିବେ।

Read More

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ଯ୍ୟ ସଂପର୍କରେ ବୈଠକରେ ବିସ୍ତୃତ ଭାବେ ସମୀକ୍ଷା  କରାଯାଇଥିଲା। ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର  ଦ୍ୱାରା ଅଦ୍ୟତନ କରାଯାଉଛି,ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ  ସୁଦୃଢ ଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ। ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ  ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ  ନିମନ୍ତେ  ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ…

Read More

ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବ ବିଖ୍ୟାତ ଅର୍ଥନୀତିଜ୍ଞ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କାରଣ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତର ଅର୍ଥନୀତି ଯେଉଁ ସୋପାନରେ ପହଞ୍ଚିଥିଲା ତାହା ଉଦାହରଣ ହୋଇ ରହିଛି। ଫଳରେ ତାଙ୍କର ବିୟୋଗରେ କେବଳ ଭାରତ କାହିଁକି ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି। ତେବେ ମନମୋହନଙ୍କ ଓଡିଶା ସହିତ ରହିଛି ରାଜନୈତିକ ତଥା ପାରିବାରିକ ସଂପର୍କ। କାରଣ ସେ ଜଣେ ଓଡିଆ ପୁଅକୁ ଜ୍ବାଇଁ କରିଛନ୍ତି। ସେ ହେଉଛନ୍ତି ଅଶୋକ ପଟ୍ଟନାୟକ। ମନମୋହନଙ୍କ ଚାରି ଝିଅ ମଧ୍ୟରୁ ଦ୍ବିତୀୟ ଝିଅ ଦାମନ ସିଂଙ୍କୁ ବାହା ହୋଇଛନ୍ତି ଅଶୋକ ପଟ୍ଟନାୟକ। ଅଶୋକ ହେଉଛନ୍ତି ୧୯୮୩ ମସିହାର ଗୁଜୁରାଟ କ୍ୟାଡର ଆଇପିଏସ। ତାଙ୍କ ଘର କଟକ, ହେଲେ ବର୍ତ୍ତମାନ ତାଙ୍କ ପରିବାର ଭୁବନେଶ୍ବରର ଖାରବେଳ ନଗରରେ ରହୁଛନ୍ତି। ମନମୋହନ ସିଂ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ୨୦୧୬ ରୁ ୨୦୧୮ ମସିହାରେ ଅଶୋକ ନ୍ୟାସନାଲ ଇଣ୍ଟିଲେଜେନସି…

Read More

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପରଲୋକରେ ଭାବାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଯାହା କହିଛନ୍ତି ତାହା ହେଲା.. ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ଆମ ସମସ୍ତଙ୍କ ହୃଦୟରେ ଗଭୀର ଯନ୍ତ୍ରଣା ଆଣିଛି। ତାଙ୍କର ପରଲୋକ ଏକ ରାଷ୍ଟ୍ର ଭାବରେ ଆମ ପାଇଁ ଏକ ବଡ଼ କ୍ଷତି। ବିଭାଜନ ସମୟରେ ଅନେକ କିଛି ହରାଇବା ଏବଂ ଏଠାରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପରେ ଭାରତ ଗଠନ ଏକ ସାଧାରଣ କଥା ନୁହେଁ। ତାଙ୍କ ଜୀବନ ଭବିଷ୍ୟତ ପିଢୀକୁ ଶିକ୍ଷା ଦେବା ଜାରି ରଖିବ ଯେ କିପରି କଷ୍ଟ ଏବଂ ସଂଘର୍ଷରୁ ଉପରକୁ ଉଠି ଉଚ୍ଚତା ହାସଲ କରାଯାଇପାରିବ। ତାଙ୍କୁ ସର୍ବଦା ଜଣେ ସମ୍ଭ୍ରାନ୍ତ ମଣିଷ, ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ। ଜଣେ ଅର୍ଥନୀତିଜ୍ଞ ଭାବରେ ସେ…

Read More

ଭୁବନେଶ୍ୱର: ଏକ ବର୍ଷ ପାଇଁ ବୃଦ୍ଧି ପାଇଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଚଳିତ ଡିସେମ୍ବର ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ମାତ୍ର ତା ପୂର୍ବରୁ ସରକାର ଆଉ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଫଳରେ ଶ୍ରୀ ଆହୁଜା ଆସନ୍ତା ୨୦୨୫ ଡିସେମ୍ବର ୩୧ ଯାଏଁ ଚାକିରିରେ ରହିବେ। ୧୯୯୦ ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ହେଉଛନ୍ତି ମନୋଜ ଆହୁଜା। ରାଜ୍ୟରେ ବିଜେପି ସରକାର ଆସିବା ପରେ ତାଙ୍କୁ ୨୦୨୪ ଜୁନ୍ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ।

Read More

ମୁମ୍ବାଇ: ଡିସେମ୍ବର ମାସର ଉତ୍ସବ ପରିବେଶରେ ଜିଓ ପେମେଣ୍ଟସ ବ୍ୟାଙ୍କ ଏହାର ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ଡିସେମ୍ବର ୨୫ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ ସଞ୍ଚୟ ଖାତା ଖୋଲୁଥିବା ଗ୍ରାହକଙ୍କୁ ୫୦୦୦ ଟଙ୍କା ପର‌୍ୟ୍ୟନ୍ତ ମୂଲ୍ୟର ଉପହାର ଭାଉଚର ଉପଲବ୍ଧ ହେବ। ଏହି ଉପହାର ଭାଉଚର୍ ମ୍ୟାକଡୋନାଲ୍ଡସ୍, ଇଜ୍ ମାଇଁ ଟ୍ରିପ୍, ମ୍ୟାକ୍ସ ଫ୍ୟାଶନ୍ ପରି ବଡ ବ୍ରାଣ୍ଡର ରହିଛି। ଜିଓ ପେମେଣ୍ଟସ ବ୍ୟାଙ୍କ ହେଉଛି ଏକ ଡିଜିଟାଲ ବ୍ୟାଙ୍କ, ଯାହାକି ମାତ୍ର ପାଞ୍ଚ ମିନିଟରେ ଏକ ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଥାଏ। ଏଥିରେ ବାୟୋମେଟ୍ରିକ୍ ପ୍ରାମାଣିକିକରଣ ଏବଂ ରୁପେ ପ୍ଲାଟିନମ୍ ଡେବିଟ୍ କାର୍ଡ ତଥା ନିରବଛିନ୍ନ ବ୍ୟାଙ୍କିଙ୍ଗ ଅନୁଭୂତି ଭଳି ସେବା ସାମିଲ ରହିଛି। ଉତ୍ସବ ସମୟରେ ଜିଓ ପେମେଣ୍ଟସ୍ ବ୍ୟାଙ୍କ ଏହାର ବିଶେଷ ସୁବିଧାସମ୍ପନ୍ନ ସେବା ଏବଂ ସ୍ୱତନ୍ତ୍ର ଅଫର ମାଧ୍ୟମରେ ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି।

Read More

ଭୁବନେଶ୍ବର: ଶେଷରେ ଓଡିଶାରୁ ବିଦାୟ ନେଲେ ରଘୁବର ଦାସ। ସେ ମଙ୍ଗଳବାରରେ ଇସ୍ତଫା ଦେବା ପରେ ଆଜି ରାଜଭବନ ଛାଡିଛନ୍ତି। ଆଜି ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସେ ତାରକସିର ଏକ ଉପହାର ପ୍ରଦାନ କରିଥିଲେ। ସେହିପରି ବାଚସ୍ପତି ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ବିମାନ ବନ୍ଦରରେ ରଘୁବରଙ୍କ ବିଦାୟ ଦେଇଥିଲେ। ରଘୁବର ଗତ ବର୍ଷ ଓଡିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ। ତାଙ୍କର ଆହୁରି କାର୍ଯ୍ୟକାଳ ଥିବା ବେଳେ ତାଙ୍କୁ କେନ୍ଦ୍ର ସରକାର ରାଜ୍ୟପାଳ ପଦରୁ ହଟାଇଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ବର: ଆଜି ଡ଼ିସେମ୍ବର ୨୬ ତାରିଖ. ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳ ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଛି। ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟ ର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି…

Read More

ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ମହୋଦୟା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ତାଙ୍କ ପ୍ରତି ଭରଷା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମାନ୍ୟବର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ୧୩ ମାସରୁ ଅଧିକ ସମୟ ବିତାଇବା ପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ଓ ସମ୍ମାନ ସହିତ ବିଦାୟ ନେଉଛନ୍ତି । ଏହି…

Read More

ଭୁବନେଶ୍ବର: ବିଭିନ୍ନ ଟେଲିଭିଜନରେ ପ୍ରବଚନ ଦେଇ ଘରେ ଘରେ ପରିଚିତ ହୋଇଥିବା ସଂଜୟ ଶତପଥୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କ୍ୟାନସରରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଆଜି ତାଙ୍କର ପରଲୋକ ହୋଇଯାଇଛି। ସଂଜୟ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧିନରେ ପ୍ରାୟ 20 ଛାତ୍ରଛାତ୍ରୀ ପିଏଚଡି ହାସଲ କରିଛନ୍ତି। ସେ ଜଣେ ଅଧ୍ୟାତ୍ମିକ ବ୍ୟକ୍ତି ଭାବେ ବେଶ ପରିଚିତ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Read More

ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ଓଡିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ରଘୁବର ଦାସଙ୍କୁ ହଠାତ ହଟାଇବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। ଝାଡଖଣ୍ଡ ନିର୍ବାଚନ ସମୟରେ ରଘୁବର ଦାସଙ୍କୁ ରାଜ୍ୟପାଳରୁ ହଟାଇ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି କୁହାଯାଉଥିଲା। ହେଲେ କେନ୍ଦ୍ର ବିଜେପି ନେତୃତ୍ବ ତାଙ୍କ ଉପରେ ଭରସା କରିପାରିଲେ ନାହିଁ। ଏପରିକି ତାଙ୍କ ପୁଅଙ୍କ ଉପରେ ମଧ୍ୟ ଭରସା କରିପାରିଲେ ନାହିଁ। ହେଲେ ତାଙ୍କ ବୋହୂଙ୍କ ଉପରେ ଭରସା କରି ବିଜେପି ଟିକେଟ ଦେଲା ଆଉ ସେ ଜିତିଲେ ମଧ୍ୟ। ସେତେବେଳେ ରଘୁବର ଇସ୍ତଫା ନ ଦେଇ ବର୍ତ୍ତମାନ ଇସ୍ତଫା ଦେବାର କାରଣ ଖୋଜିବାରେ ଲାଗିଛନ୍ତି ରାଜନୈତିକ ବିଶେଷଜ୍ଞ। ତାହାର କାରଣରେ କୁହାଯାଉଛି ଯେ, ରଘୁବର ଓଡିଶାରେ ବେଶ ବିବାଦୀୟ ହୋଇପଡିଛନ୍ତି। ଫଳରେ ତାଙ୍କୁ ଆଉ…

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୧ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ। ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର। ମୁଖ୍ୟ ବକ୍ତା ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଅଖିଳାଣ୍ଡକୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ କଳିଯୁଗର ପ୍ରତ୍ୟକ୍ଷ ଦେବତା ଭାବରେ ଦେବଭୂମି ଭାରତ ବର୍ଷରେ ପବିତ୍ର ଉତ୍କଳ ଭୂଖଣ୍ଡର ଭୂସ୍ୱର୍ଗ ସ୍ୱରୂପ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁଦେବତା ଭାବରେ ପୂଜା ପାଉଛନ୍ତି। ତେଣୁ ତନ୍ତ୍ର ଯାମଳଗ୍ରନ୍ଥରେ କୁହାଯାଇଛି –ଭାରତେ…

Read More

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପରିସର ରେ ବାଗ୍ମୀ ବିଶ୍ୱନାଥ କର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହାକୁ ଉନମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ନିକଟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଧାୟକ ବୃନ୍ଦ ଉପସ୍ଥିତ ଥିଲେ। ବାଗ୍ନୀ ବିଶ୍ବନାଥ ୧୮୬୪ ମସିହା ଆଜିର ଦିନରେ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ “ଉତ୍କଳ ସାହିତ୍ୟ ସମାଜର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି କହିଥିଲେ ଯେ ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତିପ୍ରାପ୍ତ ବରଗଡ଼ ଧନୁଯାତ୍ରା ଭଗବାନ କୃଷ୍ଣ, ତାଙ୍କ ବାଲ୍ୟଲୀଳା ଓ ତାଙ୍କ ରାକ୍ଷସ ମାମୁଁ କଂସଙ୍କ କାହାଣୀ ଉପରେ ଆଧାରିତ। ଏହି ଉତ୍ସବ ସମୟରେ ସମଗ୍ର ବରଗଡ଼ ଜିଲ୍ଲାରେ ମଥୁରା ରାଜ୍ୟରେ ପରିଣିତ ହୋଇଯାଏ। ଏହାର ଆୟୋଜନ କେବଳ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଆଭାସି ମାଧ୍ୟମରେ ଯୋଗଦେବା ସହ ପର୍ଯ୍ୟଟନ ବିଭାଗ…

Read More