Author: Samikhsya Bureau

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ଏକ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ମଧ୍ୟ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ଆପଣ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅନ୍ତୁ। ଯାହାଫଳରେ ତୁମେ ସତେଜ ଅନୁଭବ କରିପାରିବ। ତୂଳା: – ପରିବାରରେ ଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟଗତ ଅଭିଯୋଗ ଥାଇପାରେ, ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦ ଭିତରକୁ ଆସିପାରନ୍ତି । କୈଣସି ଧାର୍ମିକ ଯାତ୍ରାକୁ ଯାଇପାରନ୍ତି ।

Read More

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷ ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଲାଗିଛି। ସାରା ରାଜ୍ୟରେ କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର କଟକଣା ଜାରି କରିଛନ୍ତି। କୈଣସି ସାଧାରଣ ସ୍ଥାନରେ ହୋଲି ଓ ଦୋଳ ମିଳନ ପାଇଁ ବାରାଁ କରାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ ଯାତ୍ରା ହେବ। ଏକାଠି ରଙ୍ଗ ଖେଳିବାକୁ ମନା କରାଯାଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅଧିକ କଟକଣା କରିପାରିବେ ବୋଲି ଏସଆରସି ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ମଧ୍ୟ ଲକ ଡ଼ାଉନ, ରାତ୍ରୀକାଳୀନ କର୍ଫ୍ଯୁ ଆରମ୍ଭ ହୋଇଯାଇଛି। କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରିବାକୁ ପ୍ରାଥମିକତା ଦିଆଯାଇଛି। କାର୍ଯ୍ୟାଳୟ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ଏବଂ ସୁନ୍ଦରଗଡରୁ ୧୪, କଟକରୁ ୧୧, ବାଲେଶ୍ବରରୁ ୬, ଖୋର୍ଦ୍ଧାରୁ ୫, ଦେବଗଡ଼ରୁ ୪, ଗଜପତିରୁ ୪, ଅନୁଗୁଳରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରିରୁ ୨, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୯୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ କୁ ବୃଦ୍ଧି ହୋଇଛି। ତେବେ ୬୩୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ଗୋଆ ମୁକ୍ତି ସଂଗ୍ରାମର ପ୍ରମୁଖ ବିନ୍ଧାଣୀ ଡ. ରାମ ମନୋହର ଲୋହିଆଙ୍କ ସ୍ମୃତିରେ ଗଠିତ ହୋଇଥିବା ସର୍ବଭାରତୀୟ ସଂଗଠନ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଗୋଆ ମୁକ୍ତି ସଂଗ୍ରାମର ୭୫ତମ ବାର୍ଷିକୀ ଉପଲକ୍ଷେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହେଉଛି। ଗୋଆର ମାଡ଼ଗାଓଁଠାରେ ଆସନ୍ତା ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଭାରତ ସମେତ ନେପାଳ ଓ ବାଲାଂଦେଶର ବହୁ ବରିଷ୍ଠ ସମାଜବାଦୀ ନେତା ଯୋଗଦେବେ ଏବଂ ଗୋଆ ମୁକ୍ତି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଯେଉଁ ସଂଗ୍ରାମୀମାନେ ପରଲୋକ ଗମନ କରିଛନ୍ତି ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ମହାସମାରୋହରେ ଓଡ଼ିଶାର ପୂର୍ବତନ ସମାଜବାଦୀ ନେତା ଓ ବିଧାୟକ ସ୍ୱର୍ଗତ ନାରଣ ସାହୁଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ ବୋଲି ନୂଆଦିଲ୍ଲୀସ୍ଥିତ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟରେ ଏଣିକି ଗୋଟିଏ ନମ୍ବରକୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏଣିକି ୧୧୨ କୁ ଡାଏଲ କରିବାକୁ ପଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଏହି ସେବାଗୁଡିକ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡୁଥିଲା। ଲୋକଙ୍କ ସୁବିଧା ପାଇଁ ଏବେ ଗୋଟିଏ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ। ତେବେ ଏହି ସେବା ପାଇଁ ୧୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏଥିରେ ୪ ଡିଏସ୍‌ପି, ୧୫୧ ଏସଆଇ, ୨୦୩ ଏଏସଆଇ ଓ ୭୪୦ କନଷ୍ଟେବଳ ନିୟୋଜିତ ହେବେ।

Read More

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ବଜ୍ରପାତର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକରେ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ମୟୁରଭଂଜ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଇବିଏମରୁ ଦଳୀୟ ଚିହ୍ନକୁ ହଟାଯାଇ ସେହି ସ୍ଥାନରେ ପ୍ରାର୍ଥୀଙ୍କ ନାମ, ବୟସ, ଯୋଗ୍ୟତା ଏବଂ ଫଟୋ ରଖିବା ଲାଗି ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରାଯାଇଛି। ଶାସକ ଦଳର ଜଣେ ନେତା ଉଚ୍ଚତମ ନ୍ୟାୟଳୟରେ ଏହି ମାମଲା ରୁଜ୍ଜୁ କରିଛନ୍ତି। ବିଜେପି ନେତା ତଥା ଓକିଲ ଅଶ୍ଵିନୀ କୁମାର ଉପାଧ୍ୟାୟ ଏହି ଯାଚିକା ଦାୟର କରିଛନ୍ତି। ଏହି ଯାଚିକା ଉପରେ କୋଣସି ନୋଟିସ ହୋଇପାରିବେ ନାହିଁ ବୋଲି ଉଚ୍ଚତମ ନ୍ୟାୟଳୟ  କହିଛନ୍ତି। ଅଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ ଏହାର ଏକ ନକଲ କପି  ଦେବା ପାଇଁ ଯାଚିକାକର୍ତ୍ତାଙ୍କୁ କୁହାଯାଇଛି। ଏହା ପରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ଶୁଣାଣି କରିବ।

Read More

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା। ତେବେ ସୂର୍ଯ୍ୟ କୁମାର…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବା ପରେ ସେମାନଙ୍କର କାର୍ଯ୍ୟଦକ୍ଷତା କର୍ମନିଷ୍ଠତା ପାଇଁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ଵରର ଚଣ୍ଡିହରଦେବଙ୍କ ମନ୍ଦିରରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ହେଲେ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରୀ କରୁଥିବା ଘଟଣା ଉତ୍ତୋଳନ ହୋଇଛି। ୪ ଜଣ ଲୁଟେରା ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରୀ କରୁଥିବାର ସିସିଟିଭିରେ ସ୍ପଷ୍ଟ ଦେଖାଯାଇଛି। ୨ ଜଣ  ଲୁଟେରା ମନ୍ଦିର ଫାଟକ ମୁହଁରେ ଜଗି ରହିଥିବା ବେଳେ ଅନ୍ୟ ୨ ଜଣ  ଲୁଟେରା ହୁଣ୍ଡିର ତାଲା ଭାଙ୍ଗି ଲକ୍ଷାଧୀକ ଟଙ୍କା ଲୁଟିନେଉଥିବ‍ର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ  ଜାରି ରଖିଛି। ତେବେ  ଏହି ଲୁଟ୍ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୯୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ, ଅନୁଗୁଳ ଜିଲ୍ଲାରୁ ୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୨ ଜଣ,…

Read More

ଅହମ୍ମଦାବାଦ: ଚତୁର୍ଥ ଟି-୨୦ରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ସିରିଜକୁ ୨-୨ରେ ବରାବର କରିନେଇଛି। କିନ୍ତୁ ଏହି ମ୍ୟାଚରେ “ସଫ୍ଟ ସିଗନାଲ”ର ନିୟମକୁ ନେଇ ବିବାଦ ଦେଖାଯାଇଛି। ଭାତତୀୟ ପାଳିରେ ସୂର୍ଯ୍ୟ କୁମାର ଯାଦବ ଏବଂ ୱାଶିଂଟନ ସୁନ୍ଦର ଏହି ନିୟମରେ ଶିକାର ହୋଇ ଆଉଟ ହୋଇଥିଲେ। ଭାରତୀୟ ଅଧିନାୟକ ଏହି ନିୟମକୁ ସମାଲୋଚନା କରିଛନ୍ତି। ଏହି ନିୟମକୁ ନେଇ କୋହଲୀ କହିଛନ୍ତି ଯେ, ମୁଁ ଜାଣି ପାରୁନି ଫିଲ୍ଡ ଅମ୍ପାୟାରଙ୍କ ପାଖରେ ନିଷ୍ପତ୍ତି ନେବାର ସୁଯୋଗ କାହିଁକି ରହିପାରୁ ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ସୂର୍ଯ୍ୟ କୁମାର ଯାଦବ ୧୪ ତମ ଓଭରରେ ସେମ କୁରେନଙ୍କ ବଲରେ ଡେଭିଡ ମଲାନଙ୍କ ଦ୍ଵାରା କ୍ୟାଚ ହୋଇଥିଲେ। ରିପ୍ଲେରେ ବଲଟି ମାଟିରେ ସ୍ପର୍ଶ ହୋଇଥିବାର ସ୍ପଷ୍ଟ ଦେଖାଯାଇଥିଲା। କିନ୍ତୁ ସଫ୍ଟ ସିଗନାଲ ଯୋଗୁଁ ସୂର୍ଯ୍ୟ କୁମାରଙ୍କୁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ। ଯଦି ଫିଲ୍ଡ ଅମ୍ପାୟାର ସଫ୍ଟ ସିଗନାଲରେ ନଟ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୨୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୫ ଲକ୍ଷ ୧୪ ହଜାର ୩୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୩୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୮୩ ହଜାର ୬୭୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୭୧ ହଜାର ୨୮୨ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ।…

Read More

ଭୁବନେଶ୍ବର, ବିଧାନସଭା ଚାଲିପାରୁ ନାହିଁ, ଚାଷୀଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ଏ ନେଇ ଗୃହ ଦୀର୍ଘ ଦିନ ଧରି ଅଚଳ। ତେବେ ଏହାର ସମାଧାନ କରିବ କିଏ ?  ବାଚସ୍ବତି ନା ମୁଖ୍ୟମନ୍ତ୍ରୀ। ଏହିପରି ଏକ ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେଉଛି। କାରଣ ବିଜେପି ବିଧାୟକମାନେ ଏହି ସମସ୍ୟାର ସମାଧାନ ପାଇଁ ବାଚସ୍ପତିଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଧିକ ଭରସା ରଖିଲେ। ଆମର ବିଧାନସଭାର ନିୟମ ଅନୁସାରେ ଗୃହର ସର୍ବକର୍ତ୍ତା ହେଉଛନ୍ତି ବାଚସ୍ପତି। ତାଙ୍କ ପାଖରେ ଗୃହ ପରିଚାଳନା ପାଇଁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି। ଗୃହ ଭିତରେ ବିଧାୟକଙ୍କର ଯେ କୌଣସି ସମସ୍ୟାର ସମାଧାନ ବାଚସ୍ପତି କରିବେ। ଗୃହ ନ ଚାଲିଲେ ସେଥିପାଇଁ ବାଚସ୍ପତି ଦାୟୀ ରହିବେ। ଏଥିରେ ଅନ୍ୟ କେହି ନୁହଁନ୍ତି। ଯଦି ବିଧାୟକଙ୍କ ସମସ୍ୟା ସମାଧାନ ନ ହେଲା ତେବେ ସେମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ ହେଉ କିମ୍ବା ଗୃହ ଭିତରେ ଧାରଣ…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…

Read More

କନ୍ୟା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । କଣ୍ଟିଜେଣ୍ଟ୍ ଲାଭର ଏକ ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ଆମେ ନୂତନ ଯୋଜନା ପ୍ରସ୍ତୁତ କରିବୁ, କିନ୍ତୁ ଅବହେଳାକୁ ଏଡାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ହାତଛଡ଼ା ହୋଇପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ । ଅତ୍ୟଧିକ କ୍ରୋଧ ହେବ । ପାରିବାରିକ ପରିବେଶ ଭଲ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବ। କୁମ୍ଭ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଆଣିବ। କିନ୍ତୁ ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କୈଣସି ପ୍ରକାରର ବିପଦ ନିଅନ୍ତୁ ନାହିଁ ଏବଂ ଶୀଘ୍ର ଏଡ଼ାନ୍ତୁ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ବନ୍ଦ କାର୍ଯ୍ୟ ଆରମ୍ଭ ହେବ, ଯାହା ଉତ୍ସାହକୁ…

Read More

କର୍କଟ: –ବନ୍ଦ ହୋଇଥିବା କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ, ଆପଣ ସମସ୍ତ କାର୍ଯ୍ୟକୁ ଭଲ ଭାବରେ କରିବାକୁ ସମର୍ଥ ହେବେ । ପାରିବାରିକ ପରିବେଶ ଭଲ ରହିବ । ସମ୍ପର୍କୀୟଙ୍କ ଯୋଗୁଁ ଚାପ ସୃଷ୍ଟି ହୋଇପାରେ । ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରିବେ ଏବଂ ମନ୍ତ୍ର-ତନ୍ତ୍ର ପ୍ରତି ଆଗ୍ରହ ବଢିବ । ବିବାହିତ ଜୀବନ ଭଲ ହେବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ହେବ ନାହିଁ । ଧନୁ: –  ପାରିବାରିକ ଦାୟିତ୍ବଗୁଡିକ ବହୁତ ଭଲ ଭାବରେ କାର୍ଯ୍ୟକାରୀ କରିବ । ପିଲାମାନଙ୍କ ପାଇଁ ଚିନ୍ତା ହୋଇପାରେ । ଅବିବାହିତ ଲୋକମାନେ ବିବାହ ପ୍ରସ୍ତାବ ପାଇପାରିବେ । ଛାତ୍ରମାନଙ୍କ ପାଇଁ ଏହା ଏକ କଠିନ ଦିନ । ଅତ୍ୟଧିକ କ୍ରୋଧ ହେବ, ଯାହା ପରିବାରରେ ବିବାଦ ସୃଷ୍ଟି କରିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Read More

ମିଥୁନ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ ଏବଂ କଠିନ ପରିଶ୍ରମ କ୍ଷେତ୍ରରେ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ମନ ଅନୁଯାୟୀ ସଫଳତା ନ ପାଇବା ମାନସିକ ଚାପ ସୃଷ୍ଟି କରିପାରେ । ପରିବାରରେ ବିବାଦ ଦେଖାଦେଇପାରେ । ତୂଳା: – କଠିନ ପରିଶ୍ରମ ଦ୍ୱାରା ବନ୍ଦ ହୋଇଯାଇଥିବା କାର୍ଯ୍ୟ ଅଗ୍ରଗତି ହେବ । ସହଯୋଗୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । ଚିନ୍ତା ନକରି କାରବାର ଏବଂ କୈଣସି ନିଷ୍ପତ୍ତି ଗ୍ରହଣକୁ ଏଡାଇ ଦିଆଯିବ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ଅତ୍ୟଧିକ କ୍ରୋଧ ହେବ, ଯେଉଁ କାରଣରୁ ପରିବାରରେ ମତଭେଦ ହୋଇପାରେ। ବକ୍ତବ୍ୟରେ ସଂଯମତା ରଖନ୍ତୁ ।

Read More