Author: Samikhsya Bureau

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସରପଂଚ ନାଜବୁନ୍ ବେଗମ୍‌, ସୁନାକର ବେହେରା, ନିମାଇଁ ମଲ୍ଲିକ, ସୁରେନ୍ଦ୍ର ଥିଆଡି, ଚନ୍ଦନ କୁମାର ରାଉତ, ଜିତେନ୍ଦ୍ର କୁମାର ପାତ୍ର, ସୁମିତ୍ରା ସ୍ୱାଇଁ, ସରୋଜିନୀ ନାୟକ, ପ୍ରଶାନ୍ତ କୁମାର ରାଉତ, ଲତା ସେଠୀ, ସଫଳ ବେହେରା, ଫକୀର ନାରାୟଣ ମିଶ୍ର, ସୁଦାମ ଚରଣ ବେହେରା, ନର୍ମଳ କୁମାର ଦାସ, ବିକ୍ରମ ବିଶ୍ୱାଳ, ପ୍ରମୋଦ କୁମାର ଜେନା, ସୁରେଶ ଚନ୍ଦ୍ର ତରାଇ, ହୃଦାନନ୍ଦ ସାହୁଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ପଂଚାୟତ ସମିତି ସଦସ୍ୟ ସବନମ୍ ପରୱିନ୍‌, ଝିଲ୍ଲିରାଣୀ ମଲ୍ଲିକ, ଦୋଳଗୋବିନ୍ଦ ମଲ୍ଲିକ, ପୁରୁଷୋତମ ପରିଡା, ସୌଦାବିନୀ ସ୍ୱାଇଁ, ସସ୍ମିତା ନାୟକ, ସୌମ୍ୟରଞ୍ଜନ ସାହୁ, ସୁନୀତା ସ୍ୱାଇଁ, ବିଦ୍ୟାଧର ମଲ୍ଲିକ, ପବିତ୍ର ବେହେରା, ସୁଚିସ୍ମିତା ଦାସ, ସରୋଜିନୀ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, ମିତା ବେହେରା, ନିତ୍ୟାନନ୍ଦ ବିଶ୍ୱାଳ, ଅନନ୍ତ ତରାଇ, ସବିତା ସାମଲ ବିଜେଡି ଦଳ ତ୍ୟାଗ କରି ଆନୁଷ୍ଠାନିକ…

Read More

ଭୁବନେଶ୍ବର: ବର୍ତ୍ତମାନ ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ପୁସ୍ତକକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ରୁବେନ ତାଙ୍କ ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକର ନିର୍ବାଚନ ପରର ବିଷୟକୁ ଯୋଡି ଏକ ନୂଆ ସଂସ୍କରଣ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ବିଜେଡି ବିଜେପି ମେଣ୍ଟ ପାଣ୍ଡିଆନ ଚାହୁଁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେତିକି ନୁହେଁ ପାଣ୍ଡିଆନଙ୍କ ଚକ୍ରାନ୍ତ, ବିଜେପି ଦିଲ୍ଲୀ ନେତୃତ୍ବଙ୍କ ସହିତ ବାରମ୍ବାର କଥାବାର୍ତ୍ତା କରିବା। ଚ୍ୟାଟର ଫ୍ଲାଇଟରେ ଯିବା ଆସିବା କରିବା ସଂପର୍କରେ ରୁବେନ ସେହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପାଣ୍ଡିଆନ ନିଜର ସୁରକ୍ଷା ପାଇଁ ଏପରି ମେଣ୍ଟ କରିବାକୁ ଚାହୁଁଥିଲେ ବୋଲି ରୁବେନ କହିଛନ୍ତି। ହେଲେ ପରବର୍ତ୍ତି ସମୟରେ ଓଡିଶା ବିଜେପି ତରଫରୁ ମେଣ୍ଟ ବିରୋଧରେ ପ୍ରବଳ ସ୍ବର ଉଠିଲା। ଶେଷରେ ଦିଲ୍ଲୀରେ ବିଜେପି ନେତୃତ୍ବ ଏହି ମେଣ୍ଟରୁ ଓହରିଗଲେ। ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।…

Read More

ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍ (ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ୍‍ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର…

Read More

ଭୁବନେଶ୍ବର: କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍‌ କରିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ନୂଆବଜାର ଛକରୁ ପ୍ରେସ୍‌ ଛକକୁ ସଂଯୋଗ କରୁଥିବା ୫୧୧ମିଟର ଦୈର୍ଘ୍ୟବିଶିଷ୍ଟ ଏହି ସେତୁ ଦ୍ୱାରା ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ, କର୍ମଜୀବୀ, ରୋଗୀ, ବରିଷ୍ଠ ନାଗରିକଙ୍କ ଗମନାଗମନ ସୁଗମ କରିବା ସହ ବ୍ୟବସାୟିକ କାରବାରକୁ ସହଜ କରିବ। ଏହି ସେତୁ ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ। ଏହି ସେତୁର ଉଦ୍‌ଘାଟନ ଅବସରରେ…

Read More

ଭୁବନେଶ୍ୱର: ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମରିକ ଦକ୍ଷତାର ଏକ ସଂପୂର୍ଣ୍ଣ ମିଶ୍ରଣକୁ ବହନ କରି ଚଳିତ ବର୍ଷ ଦିଲ୍ଲୀର ରାଜପଥରେ ହେବାକୁ ଥିବା ୭୬ ତମ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ନିର୍ଦ୍ଦେଶାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କଣ୍ଟିଜେଣ୍ଟ ରାଜ୍ୟର ପ୍ରତିନିଧିତ୍ୱ କରିବ। ଓଡିଶା ଏନସିସିର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ମନୋନୀତ ଏନସିସି କ୍ୟାଡେଟ୍ ମାନେ ବିମାନ ଯୋଗେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଯୋଗ ଦେବାକୁ ନୂଆଦିଲ୍ଲୀ ଯାତ୍ରା କରିବେ। ଏହି ଐତିହାସିକ ଯାତ୍ରା ଦ୍ବାରା ଦେଶର ତୃତୀୟ ରାଜ୍ୟ ଭାବରେ ଆମ ରାଜ୍ୟ ପରିଗଣିତ ହେବ। “ସୁବର୍ଣ୍ଣ ଭାରତ: ଐତିହ୍ୟ ଏବଂ ବିକାଶ” ବିଷୟବସ୍ତୁ ଉପରେ ଆଧାରିତ ଚଳିତ ବର୍ଷର ଗଣତନ୍ତ୍ର ଦିବସ କ୍ୟାଡେଟମାନଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା, ଅନୁଶାସନ, ନେତୃତ୍ୱଗୁଣ, ଭାତୃତ୍ଵଭାବ, ଦେଶପ୍ରେମର ଭାବ ଜାଗ୍ରତ କରିବ। ଚଳିତବର୍ଷ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ…

Read More

ଭୁବନେଶ୍ବର: ଗ୍ରୀଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହା ରାଜ୍ୟର ୧୦.୯୫ ଗିଗା ୱାଟ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ l ଏହି ନିବେଶକ ସମ୍ମିଳନୀରେ ୧୫୦ ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବ୍ ରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ…

Read More

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷା ନୀତିରେ କେନ୍ଦ୍ର ସରକାର ଏକ ବଡ ପରିବର୍ତ୍ତନ ଆଣିଛନ୍ତି। ଏଣିକି ସ୍କୁଲଗୁଡିକ କ୍ଲାସ୍ 5 ଓ 8 ରେ ଛାତ୍ରଛାତ୍ରୀଙ୍କୁ ‘ଫେଲ’ କରିବାର ଅଧିକାର ପ୍ରଦାନ କରାଗଲା। ଯେଉଁ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରିବ ନାହିଁ ସେମାନଙ୍କୁ ଫେଲ କରିଯାଇପାରିବ। କେନ୍ଦ୍ର ସରକାର ଆଜି ଏହି ସଂଶୋଧନ ଘୋଷଣା କରି କହିଛନ୍ତି ଯେ, ଯାହା ରାଇଟ୍ ଅଫ୍ ଚିଲଡ୍ରେନ ଆଣ୍ଡ ଫ୍ରି ସ୍କୁଲ୍ ଏଡୁକେସନ୍ ଆକ୍ଟ 2010 (Right of Children and Free School Education Act 2010, RTE Act 2010) ରେ କରାଯାଇଛି। ନୂତନ ସଂଶୋଧନଗୁଡିକ ରାଜ୍ୟମାନଙ୍କୁ କ୍ଲାସ୍ 5 ଓ 8 ପାଇଁ ସାଧାରଣ ପରୀକ୍ଷା ପରିଚାଳନା କରିବାକୁ ଓ ସେମାନେ ଫେଲ୍ ହେଲେ ସେମାନଙ୍କୁ ପୁଣି ଗୋଟିଏ ବର୍ଷ ସେହି କ୍ଲାସରେ ରଖିବାର ଅଧିକାର ପ୍ରଦାନ କରିଛନ୍ତି। ଏହି ସଂଶୋଧନମାନେ RTE ଆକ୍ଟର ସଂଶୋଧନ ପରେ, ଯାହା…

Read More

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି। ଭୁବନେଶ୍ବର ଲୋକସଭା କ୍ଷେତ୍ରର  ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କର କମଳରେ କଲରଟୋନ୍ ନାମକ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଅଂଚଳରେ ଏହି ଅବସରରେ ଏକ ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆୟୋଜିତ ଉତ୍ସବରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା,ଖୋର୍ଦ୍ଧା ଏବଂ ଜୟଦେବ ବିଧାୟକଙ୍କ ଉପସ୍ଥିତିରେ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ ହୋଇଯାଇଛି। ଏହି ଅସବରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନିଜ ଅଭିଭାଷଣରେ ସାଂସଦ ଅପରାଜିତା କହିଛନ୍ତି, ଜୟଦେବ ବିଧାନସଭା ମଣ୍ଡଳୀର ଆଖପାଖ ଲୋକ ଏହାଦ୍ବାରା ଉପକୃତ ହେବେ। ବିଶେଷ କରି ଏହି ଗାରମେଣ୍ଟ କମ୍ପାନୀ ବଡ଼…

Read More

ଆଠଗଡ଼: ଚଷା ଚାଷୀର ଅଞ୍ଚଳ ଆଠଗଡ଼ ଅପାର ସମ୍ଭାବନାରେ ପରିପୂର୍ଣ୍ଣ। ଏହି ମାଟି କେବେ ଇଂରେଜମାନଙ୍କୁ ଭ୍ରୁକ୍ଷେପ କରିନାହିଁ । ଅନ୍ୟାୟ ଅତ୍ୟାଚାର ଆଗରେ ମଥା ନୁଆଇଁ ନାହିଁ । କିଛି ଲୋକଙ୍କ କାରଣରୁ ଆଜି ଆଠଗଡ଼ର ବିକାଶ ହୋଇନାହିଁ । ମାତ୍ର ବିଜେପିର ଡବଲ ଇଞ୍ଜିନ ସରକାରରେ ଆଠଗଡ଼କୁ ଭୟମୁକ୍ତ ଓ ବିକଶିତ ଅଞ୍ଚଳ କରିବା ପାଇଁ ଆମେ କଟିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଠଗଡ଼ରେ ଆୟୋଜିତ ମିଶ୍ରଣ ପର୍ବରେ ଅନେକ ସମର୍ଥକଙ୍କ ଦଳରେ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ଼ ଗଡଜାତ ଓ ସ୍ୱାଭିମାନୀ ଅଞ୍ଚଳ। ଆଠଗଡ ଓଡ଼ିଶାର ପ୍ରମୁଖ ପେଣ୍ଠସ୍ଥଳ । ଅନ୍ୟାୟ, ଅତ୍ୟାଚାରରେ ମୁଣ୍ଡ ନୁଆଉଁ ନଥିବା ଅଞ୍ଚଳ । ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ। ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ । ଏଠାରେ କିଛି ଲୋକ ଔଷଧ ବିକଳରେ…

Read More

ଭୁବନେଶ୍ବର: ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି । ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା,…

Read More

ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ ‘ଗୋନାସିକା ମହୋତ୍ସବ-୨୦୨୪’ର ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ। କେନ୍ଦୁଝରର କଳା,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ, ଗ୍ରାମୀଣ ଶିଳ୍ପକଳା, ଶିଳ୍ପୀ ଏବଂ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ‘ଗୋନାସିକା ମହୋତ୍ସବ’ ଏକ ଉତ୍କୃଷ୍ଟ ମଞ୍ଚ। ସମଗ୍ର ରାଜ୍ୟରେ ଗୋନାସିକା ମହୋତ୍ସବ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଗୋନାସିକା ମହୋତ୍ସବରେ ମିଶନ ଶକ୍ତି ମାନଙ୍କୁ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାର ସୁବିଧା ମିଳିଛି । ବର୍ତ୍ତମାନ ପର‌୍ୟ୍ୟନ୍ତ ମିଶନ ଶକ୍ତି ମା ‘ମାନେ ୭୫ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୨୭ ତାରିଖ ମଧ୍ୟରେ ୩କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ। ଆମ ସରକାର ଲୋକଙ୍କ ସରକାର ଏବଂ…

Read More

ନୂଆଦିଲ୍ଲୀ: ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସ୍ୱାସ୍ଥ୍ୟସେବା ଉପଲବ୍ଧତା, ସମାନତା ଏବଂ ଫଳାଫଳରେ ଯଥେଷ୍ଟ ଅଗ୍ରଗତି ଦ୍ୱାରା ପ୍ରତିଫଳିତ ହୋଇଛି। ଗତ ଦଶନ୍ଧି ମଧ୍ୟରେ, ଭାରତ ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପଗୁଡିକ କାର୍ଯ୍ୟକାରୀ କରିଛି ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ହାସଲ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ)ର ଶୁଭାରମ୍ଭ। ଏବି-ପିଏମଜେଏୱାଇ ୨୭ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞତା କ୍ଷେତ୍ରରେ ୧,୯୬୧ଟି ଚିକିତ୍ସା ପଦ୍ଧତି ଅନୁଯାୟୀ ଦ୍ବିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ପ୍ରତି ଯୋଗ୍ୟ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ। ୧୭ ଡିସେମ୍ବର ୨୦୨୪ ସୁଦ୍ଧା, ଏବି ପିଏମ-ଜେଏୱାଇ ୩୬.୨୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଜାରି କରି ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯାହା…

Read More

ଭୁବନେଶ୍ବର: ରାଜ୍ୟରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଆଜି କମିଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଯୋଗେ  ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ତାମିଲନାଡୁ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟସ୍ଥ ହେବାର ସମ୍ଭାବନା ରହିଛି।ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ହେବ ବର୍ଷା । ସେହିପରି ୯ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଜିଲ୍ଲାଗୁଡ଼ିକ…

Read More

ପୁରୀ: ନୂଆ ବିଧାୟିକା ହେଲେ ପିଲାଟି ଦିନରୁ ସେ ରାଜନୀତିକୁ ବେଶ ପାଖରୁ ଦେଖିଛନ୍ତି। ସେ ହେଉଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର। ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗ ଲୁଲୁ ମହାପାତ୍ରଙ୍କ ଝିଅ। ସେ ବ୍ରହ୍ମଗିରିର କିପରି ଉନ୍ନତି ହେବ ତାଙ୍କ ବାପାଙ୍କ ପରି ଉଦ୍ୟମ ଜାରୀ ରଖିଛନ୍ତି। ନିକଟରେ ସେ ବ୍ରହ୍ମଗିରିର ଉଚ୍ଚ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ସେନେଇ ଉପାସନା ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ‘ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକର ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ବିକାଶ କାର୍ଯ୍ୟ ସମୀକ୍ଷା ବୈଠକରେ ଯୋଗ ଦେଲି । ଏହି ଅବସରରେ ବ୍ରହ୍ମଗିରି ବ୍ଳକର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ସହ ଲୋକଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ…

Read More

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଉନ୍ନତି ହେବାରେ ଲାଗିଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷକଙ୍କ ସାମୁହିକ ବିକାଶ ପାଇଁ ବଦ୍ଧପରିକର। ମୋହନ ସରକାରଙ୍କ ନେତୃତ୍ୱରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଖରିଫ ଧାନ କିଣାରେ ବ୍ୟାପକ ସ୍ୱଚ୍ଛତା ଅଣାଯିବା ସହ କଟ୍‌ନିଛଟନି ବନ୍ଦ କରିବା, ମିଲରଙ୍କର ଦାଦାଗିରି ବନ୍ଦ କରିବା ଓ ଧାନମଣ୍ଡିଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାନ କିଣା କାରବାରକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବାରମ୍ବାର ଜିଲ୍ଲା ଗସ୍ତରେ ଆସି ଧାନମଣ୍ଡୀ ପରିଦର୍ଶନ କରିବା ସହ ତଦାରଖ କରୁଛନ୍ତି। ମାତ୍ର ଓଡ଼ିଶାର ବିରୋଧୀ ଦଳ ଏଥିରେ ସହଯୋଗ ନ କରି ଧାନ କିଣା କାରବାରରେ ବ୍ୟାଘାତ ଓ ବିଶୃଙ୍ଖଳା କରିବା ପାଇଁ ବ୍ୟାପକ ଭାବେ ଅପପ୍ରଚାର…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡିରୁ ଜିତିଥିଲେ। ତାଙ୍କ ବିୟୋଗରେ ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି’

Read More

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ମହାନ୍ତି ଜଣେ ଦକ୍ଷ ସଂଗଠକ,ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ। ୨୦୦୯ ଏବଂ ୨୦୧୪ ରେ କ୍ରମାଗତ ଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ସେ ତାଙ୍କ ଲୋକପ୍ରିୟତା କୁ ପ୍ରମାଣିତ କରିଛନ୍ତି। ଛାତ୍ର ରାଜନୀତିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ଭୁବନେଶ୍ୱର ଯୁବ ବର୍ଗ ଙ୍କ ପାଖ ରେ ବାଦଲ ଭାଇ ଭାବେ ସେ ସୁପରିଚିତ ଥିଲେ। ସମାଜ ର ଗରିବ ଓ ଅବହେଳିତ ଙ୍କ କଲ୍ୟାଣ ସାଧନ କୁ ସେ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା। ସେ ହୃଦଘାତରେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ସେ ରହୁଥିବା ଏକ ଗେଷ୍ଟ ହାଉସରେ ଚେତାଶୂନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟର କାରଣ ଜଣାପଡିବ। ସେ ବିଜେଡିରୁ ଦୁଇଥର ବିଧାୟକ ହୋଇଥିଲେ। ସେ  ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ। ତା’ପରେ ଆଉ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ବିଜୟ ମହାନ୍ତି ଅବିବାହିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି.

Read More

DHL QR Code Scam: ସମ୍ପ୍ରତି ବିଶ୍ୱର ଅନେକ ଲୋକ ଡିଏଚଏଲ୍ କୋରିଅର୍ ଡେଲିଭେରି କ୍ୟୁଆର ଠକେଇର ଶିକାର ହେଉଛନ୍ତି। ଗତ କିଛି ଦିନରେ ଆଇରଲ୍ୟାଣ୍ଡ, ସିଙ୍ଗାପୁର ଓ ଭାରତରୁ ଏହି ଠକେଇ ସମ୍ବନ୍ଧୀୟ ଖବର ଆସିଛି। ଏହି ଠକେଇର ସବୁଠୁ ମନ୍ଦ ଦିଗ ହେଉଛି ଯେ ଠକମାନେ ପୁରା ଡିଏଚଏଲ୍ ପରି ଦେଖାଯାଉଥିବା ଲୋଗୋ, ଫଣ୍ଟ୍, ଭାଷା, ଟୋନ୍ ଏବଂ ଏହାର ରଙ୍ଗକୁ ନକଲ କରିଛନ୍ତି। ଡିଏଚଏଲ୍ ଏକ ଗ୍ଲୋବାଲ୍ କୋରିଅର୍ ସଂସ୍ଥା ହୋଇଥିବାରୁ ସେମାନେ ଭଲ ସେବା ଯୋଗାଇ ଦିଅନ୍ତି। କଂପାନୀର ଲୋକପ୍ରିୟତା ଦେଖି ଠକମାନେ ଏପରି ଠକିବା ଆରମ୍ଭ କରିଛନ୍ତି। ଡିଏଚଏଲ୍ ଡେଲିଭେରି କ୍ୟୁଆର କୋଡ୍ ଠକେଇ କେମିତି ହୁଏ? ଯଦି ଆପଣ କୌଣସି କୋରିଅର୍ ସେବା ବ୍ୟବହାର କରିଛନ୍ତି, ତେବେ ଆପଣ ଜାଣିଥିବେ ଯେ ଯେତେବେଳେ ଆପଣଙ୍କ ଅର୍ଡର୍ ଡେଲିଭରି ହୋଇପାରେ ନାହିଁ, ସେତେବେଳେ କୋରିଅର୍ କମ୍ପାନୀ ଆପଣଙ୍କୁ ଫୋନ୍ କରନ୍ତି କିମ୍ବା ଆପଣ ଉପଲବ୍ଧ…

Read More

ଭୁବନେଶ୍ବର: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ  ଭଲ ଭାବରେ ଏବଂ ଆକର୍ଷଣୀୟ ଭାବରେ  ଅନୁଷ୍ଠିତ ହେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଓ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ  ଅନୁଷ୍ଠିତ  ଏହି ବୈଠକରେ ବିଭିନ୍ନ ଉପ-କମିଟିରେ ସଦସ୍ୟ ଥିବା ସଂପୃକ୍ତ ବିଭାଗୀୟ  ସଚିବମାନେ ସେମାନଙ୍କର କାର୍ଯ୍ୟ ଅଗ୍ରଗତି ସଂପର୍କରେ ବୈଠକରେ ସୂଚନା ଦେବା ପୂର୍ବକ ପ୍ରସ୍ତୁତି ସଂପର୍କରେ  ସବିଶେଷ ଆଲୋଚନା କରାଯାଇଥିଲା । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଗତ ଡିସେମ୍ବର ୯ ତାରିଖରେ ଜନତା ମଇଦାନ ଠାରେ ଭୂମି ପୂଜନ କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ…

Read More

ଭୁବନେଶ୍ବର: ଭୁବନେଶ୍ଵର ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ଏକ ସୌଜନ୍ୟ ମୂଳକ ପରିଦର୍ଶନର କରିଥିଲେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏସ. ମୁରଲିଧରନ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ସହ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ। ଏହି ଅବସରରେ ଭୁବନେଶ୍ଵର ଓକିଲ ସଂଘ ତରଫରୁ ପୂର୍ବତନ ମୁଖ୍ୟ ବିଚାରପତି ଦ୍ୱୟ ଏହି ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣରେ ତାଙ୍କର ବିଶେଷ ସହଯୋଗିତା ପାଇଁ ସମ୍ବନ୍ଧିତ କରାଯାଇଥିଲାଏବଂ ବିଚାରପତି ଶ୍ରୀ ଗୌରୀଶଙ୍କର ଶତପଥୀ ଙ୍କୁ ବିଶେଷ ଭାବେ ସମ୍ଵର୍ଦ୍ଧିତ କରାଯାଇ ଥିଲା। ସମସ୍ତ ବିଚାରପତି ବୃନ୍ଦ ଙ୍କୁ ଭୁବନେଶ୍ବର ଓକିଲ ସଂଘ ସଭାପତି ଶ୍ରୀ କୁନ୍ଦନ ରଥ, ସମ୍ପାଦକ ଶ୍ରୀ ଦୀପକ ଦାସ, ଉପସଭାପତି ଶ୍ରୀ ଦୁର୍ଗାପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଭୁବନେଶ୍ବର ପୂର୍ବତନ ଓକିଲ ସଂଘ ସଭାପତି ଶ୍ରୀ ନିର୍ମଳ କିଶୋର ରଥ,…

Read More