ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୪ ହଜାର ୮୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୩ ଲକ୍ଷ ୩୩ ହଜାର ୭୨୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୭୩ ହଜାର ୨୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୨ ହଜାର ୨୨ ଆକ୍ଟିଭ୍ କେସ୍ ରହିଛି।
Author: Samikhsya Bureau
ନୂଆଦିଲ୍ଲୀ, ଆଜିଠାରୁ 4 ଦିନ ପାଇଁ ବ୍ୟାଙ୍କଗୁଡିକ ବନ୍ଦ ରହିବ। କାରଣ ହେଲା ଆଜି ହେଉଛି ଚଳିତ ମାସର ଦ୍ବିତୀୟ ଶନିବାର। ସେଥିପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ। ଏହାପରେ ରବିବାର ମଧ୍ୟ ବନ୍ଦ ରହିବ। ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ପାଇଁ ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଛି। ଏହି ଦୁଇଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରଖିବା ପାଇଁ ସଂଘ ଘୋଷଣା କରିଛି। ଫଳରେ ଲଗାତର ଭାବେ ମୋଟ ଚାରିଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ।
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ। ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ। ସେହିପରି ଗୁଣବତୀ…
ଭୁବନେଶ୍ୱର, ରାଜ୍ୟରେ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ପାଇଁ ଚଳିତ ବର୍ଷର, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍ ଫଣ୍ଡ ପ୍ରଦାନ କରାଯିବ। ସେହିପରି, ଏନ୍ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍ ୪ ବର୍ଷ ନିମନ୍ତେ ପ୍ରଦାନ କରାଯିବ। ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି । ସିଡ୍ ଫଣ୍ଡ ନିମନ୍ତେ ଯୁବ ଅଧ୍ୟାପକ ଅଧ୍ୟାପିକାମାନଙ୍କ ବୟସ ସୀମା ୪୫ ବର୍ଷ ରଖା ଯାଇଥିବା ବେଳେ ଫେଲୋସିପ୍ ନିମନ୍ତେ ବୟସ ସୀମା ୩୫ ବର୍ଷ ରଖାଯାଇଛି । ଗତବର୍ଷ…
ଭୁବନେଶ୍ବର, ଶନିବାର ଦିନ ପଡୁଥିବା ଅମାବାସ୍ୟାକୁ ଶନି ଅମାବାସ୍ୟା କୁହାଯାଏ। ଶନି ଅମାବାସ୍ୟା ଅବସରରେ ସୂର୍ଯ୍ୟ ଏବଂ ତାଙ୍କ ପୁଅ ଶନିଙ୍କ ମିଳନ ହୋଇଥାଏ । ଶନିବାର ଦିନ ଅମାବାସ୍ୟାର ବିରଳ ଯୋଗ ବର୍ଷକୁ ମାତ୍ର ଦୁଇଥର ଆସିଥାଏ । ଥରେ ଥରେ ଗୋଟିଏ ବର୍ଷରେ ମଧ୍ୟ ଆସେ ନାହିଁ। ଏହି ବିରଳ ଯୋଗରେ ଶନିଙ୍କୁ ଖୁସି କରିବାକୁ କିଛି ପ୍ରତିକାର ପାଇଁ ପରାମର୍ଶ ଦିଆଯାଇଛି । ଯାହାର ପ୍ରଭାବ ଅନ୍ୟ ଦିନ ତୁଳନାରେ ବହୁଗୁଣିତ । ଲୋକଙ୍କ ରାଶି ଅନୁଯାୟୀ, ଶନିଙ୍କ ମହାଦଶା, ଅନ୍ତଃଦଶା, ପଡିଥାଏ। ଶନି କାହାକୁ ଆର୍ଥିକ, ସାମାଜିକ, ଶାରୀରିକ କିମ୍ବା ରାଜନୈତିକ ସ୍ତରରେ ଆଘାତ ଦେଉଛନ୍ତି ତ କାହାକୁ ନାହିଁ। ତେବେ ସମସ୍ତେ ଜାଣି ରଖିବା ଉଚିତ ଯେ, ଶନି କାହା ପାଇଁ ଅନାବଶ୍ୟକ ଅସୁବିଧା ସୃଷ୍ଟି କରନ୍ତି ନାହିଁ। ସେହି ବ୍ୟକ୍ତିର କର୍ମ ହେଉଛି ଫଳ, ଯେଉଁଥିପାଇଁ ସେ ନିଜ କାର୍ଯ୍ୟର ଫଳ ଭୋଗନ୍ତି…
ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିବାହିତ ଜୀବନ ସୁଖୀ ହେବ । ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ…
କୁମ୍ଭ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଅର୍ଥନୈତିକ ଲାଭର ରାଶି ଦିଆଯାଉଛି। ପରିବାର ଏହି କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ଚିନ୍ତିତ ହେବେ। ପ୍ରଗତିର ରାସ୍ତା ଖୋଲିବ। ପୁରୁଣା ସାଙ୍ଗମାନେ ମଧ୍ୟ ସମର୍ଥନ କରିବେ। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଆବଶ୍ୟକ। ମୀନ: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ଛୋଟ ଅସୁବିଧା ଆସିପାରେ, କିନ୍ତୁ ତୁମର ଉଦ୍ୟମ ସହିତ, କାର୍ଯ୍ୟରେ ସଫଳତା ଆସିବ। କ୍ରୋଧର ନିୟନ୍ତ୍ରଣ ରଖନ୍ତୁ ଏବଂ ମାନସିକ ସ୍ତରରେ ବିଭ୍ରାନ୍ତି ଦୂର କରି ରୁହନ୍ତୁ।
ଧନୁ : – ବେକାରମାନଙ୍କ ପାଇଁ ଦିନଟି ଭଲ। ପରିଶ୍ରମ କର । କ୍ୟାରିଅରରେ ଆଗକୁ ବଢିବାର ସୁଯୋଗ ଆସିପାରେ। ଆତ୍ମବିଶ୍ୱାସ ବିପଦପୂର୍ଣ୍ଣ କାର୍ଯ୍ୟରେ ସଫଳତା ଆଣିପାରେ। ଟଙ୍କା ଏବଂ ବ୍ୟବସାୟିକ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡ଼ିବ । ମକର: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟଟି ଭଲରେ ଯିବ ଏବଂ ଲାଭର ରାଶି ମଧ୍ୟ ସେଠାରେ ରହିବ, କିନ୍ତୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ ଥକ୍କା ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିବାଦ ହେବ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ ।
ନୂଆଦିଲ୍ଲୀ, ମାର୍ଚ୍ଚ 13 ତାରିଖ ଶନିବାର ଦିନ ଏହି ଦୁଇ ରାଶି ପ୍ରତି ରହିଛି ଶନିଦେବଙ୍କ କୋପ। ସେଥିପାଇଁ ଆପଣ ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ନଚେତ ହୋଇପାରେ ଅସୁବିଧାଷ ଏଥିସହିତ ଶନିବାର ଦିନ ପରିବାର ଏବଂ ସାଙ୍ଗମାନଙ୍କୁ ମଧ୍ୟ ସମର୍ଥନ ମିଳିବ। ସେଠାରେ ଅଧିକ କାର୍ଯ୍ୟ ଭାର ରହିବ । ବିପଦ ଗ୍ରହଣ କଲେ କ୍ଷତି ହୋଇପାରେ। ବେକାରମାନେ ରୋଜଗାରର ସୁଯୋଗ ପାଇବେ । ପାରିବାରିକ ପରିବେଶ ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଏହି ଦୁଇଟି ରାଶି ହେଲା ତୂଳା ଏବଂ ବିଛା। ଚାକିରିରେ ସ୍ଥାନାନ୍ତର କିମ୍ବା ପଦୋନ୍ନତି ହେବାର ସମ୍ଭାବନା ରହିବ । ବିବାହିତ ଜୀବନ ମଧ୍ୟ ସୁଖଦ ହେବ। ଅନ୍ୟମାନେ ଏକ ବିବାଦରେ ପଡ଼ିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସାବଧାନ ରୁହନ୍ତୁ ।
ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ ହେବ ଏବଂ ଆର୍ଥିକ ଲାଭ ପାଇବ । କଣ୍ଟିଜେନ୍ସି ସୁବିଧା ଏବଂ ଚାକିରି ପଦୋନ୍ନତି ଗଠନ ହେବ । କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ। ତଥାପି, ସେଠାରେ ଅଧିକ କାର୍ଯ୍ୟ ଭାର ରହିବ, ଯାହା ଥକ୍କାପଣର କାରଣ ହୋଇପାରେ । କନ୍ୟା: – ରିଅଲ୍ ଇଷ୍ଟେଟ୍ ଏବଂ ପୁଂଜି ବିନିଯୋଗ ପାଇଁ ଏକ ଯୋଜନା ହୋଇପାରେ । ଯେ କୈଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନ୍ତି । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ମଜାଳିଆରେ ବିତାଇବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅ ।
ମିଥୁନ: – ଆଜି ଏକ ସାଧାରଣ ଦିନ ହେବ । ପରିଶ୍ରମ କରିବା ଅପେକ୍ଷା କର୍ମ କ୍ଷେତ୍ରର ଯୋଜନା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଅଧିକାରୀମାନଙ୍କର ସହାୟତା ପାଇବେ। ପୁରୁଣା ଋଣରୁ ମୁକ୍ତି ମିଳିପାରେ । କର୍କଟ: – କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ପରିବାରର କାହା ସହିତ ମତଭେଦ ହେବାର ସମ୍ଭାବନା ରହିବ । ଯାନକୁ ଯତ୍ନର ସହିତ ବ୍ୟବହାର କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଭ୍ରମଣରୁ ଦୂରେଇ ରୁହନ୍ତୁ ।
ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ ।
ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ । ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଯେଉଁ ଆଠଟି ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି ସେଗୁଡିକ…
ନୂଆଦିଲ୍ଲୀ, ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ତାଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ବାଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା ପ୍ରକାଶ ପାଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅତାସାହି ଗାଁର ହେଉଛନ୍ତି ରାମଚନ୍ଦ୍ର। ତାଙ୍କ ଦ୍ବାରା ରଚିତ ଶିଶୁ ସାହିତ୍ୟ ବେଶ ଲୋକପ୍ରିୟତା ଅର୍ଜନ କରିଛି। ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜିକାଲିର ସମାଜରେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିବା ସଂଗଠନ ମିଳିବା ଏକ ସ୍ଵପ୍ନ ସଦୃଶ। କିନ୍ତୁ ମିଶନ ଜୟ ଜଗନ୍ନାଥ ସଂଗଠନ ଏଭଳି ଏକ ସଂଗଠନ, ଯାହା ଏବେ ଲୋକଙ୍କ ପାଖରେ ଅସମୟରେ ଠିଆ ହେଉଥିବାର ଦେଖିବାକୁ ମିଳୁଛି। କେତେଜଣ ପରୋପକାରୀ ଯୁବକମାନଙ୍କୁ ନେଇ ଏହି ସଂଗଠନ ସୃଷ୍ଟି ହୋଇଛି। ସଂଗଠନର ସଦସ୍ୟମାନଙ୍କ ନିଜସ୍ଵ ଆର୍ଥିକ ସହାୟତାରେ ଦୁର୍ଦ୍ଦିନରେ ପଡିଥିବା ଲୋକଙ୍କୁ ସହଯୋଗ କରୁଛି। ତେବେ ଗତକାଲି ଏହି ସଂଗଠନ ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛି। ୧୨ ଟି କ୍ଷତିଗ୍ରସ୍ତ ପରିବାରକୁ ଚୂଡା, ଚିନି, ବିସ୍କୁଟ ଆଦି ବଣ୍ଟନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ୧୦ ରୁ ଉର୍ଦ୍ଧ୍ଵ ଘର ପୋଡ଼ି ପାଉଁଶ ହୋଇଯାଇଥିଲା।…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୧୧, ଯାଜପୁରରୁ ୯, ମୟୂରଭଞ୍ଜରୁ ୮, ବରଗଡରୁ ୬, ପୁରୀରୁ ୬, ବାଲେଶ୍ବରରୁ ୫, କଟକରୁ ୪, ନୂଆପଡାରୁ ୩, ଭଦ୍ରକରୁ ୨, କଳାହାଣ୍ଡିରୁ ୨, ଦେବଗଡରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୧, ନବରଙ୍ଗପୁରରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୪୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୬ କୁ ବୃଦ୍ଧି ହୋଇଛି। ତେବେ ୫୮୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଇଣ୍ଡିଭିଜୁଆଲ୍ ଡୋନର୍ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଂ (ଆଇଡି-ନାଟ୍) ମେସିନ୍କୁ ସମ ହସ୍ପିଟାଲ୍ରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉଦ୍ଘାଟନ କରିବା ସହ ରକ୍ତ ପରୀକ୍ଷା ଏବଂ ରୋଗୀଙ୍କୁ ସୁରକ୍ଷିତ ଭାବେ ରକ୍ତ ଟ୍ରାନ୍ସଫ୍ୟୁଜନ୍ ନିମନ୍ତେ ଏହି ମେସିନ୍ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିପାରିବ ବୋଲି ସେ କହିଥିଲେ। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହି ସୁବିଧା ଆରମ୍ଭ କରାଯିବା ଖୁବ୍ ପ୍ରଶଂସନୀୟ। ଏଥିପାଇଁ ହସ୍ପିଟାଲ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସେ କହିଥିଲେ। ଷ୍ଟେଟ୍ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ କାଉନ୍ସିଲ୍ର ନିର୍ଦ୍ଦେଶକ ଡ. ଉର୍ମିଳା ମିଶ୍ର ଏହି…
ଭୁବନେଶ୍ବର: ରାଜ୍ୟ ସରକାର ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରିଛନ୍ତି। କରୋନା କଟକଣା ଯୋଗୁଁ ହଷ୍ଟେଲ ବନ୍ଦ ରହିଥିବାର ହଷ୍ଟେଲ ଫି’ ଛାଡ କରାଯାଇଛି। ହଷ୍ଟେଲ ଏପ୍ରିଲ ମାସ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ହଷ୍ଟେଲ ଫି’ ଛାଡ କରିଛନ୍ତି ରାଜ୍ୟ ସରକାର। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏନେଇ ସୂଚନା ଦେଇଛି।
ଭୁବନେଶ୍ୱର: ଏପ୍ରିଲ ମାସ ସୁଦ୍ଧା ସବୁ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚାଲିପାରେ। ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି। ପୂର୍ବତଟ ରେଳବାଇରେ ୮୨ ଯୋଡ଼ା ଏକ୍ସପ୍ରେସ ଟ୍ରେନ ଚାଲୁଥିବା ବେଳେ କରୋନା ଯୋଗୁଁ ୫୯ ଟି ଟ୍ରେନ ଚାଲୁଛି। ସେହିପରି ରାଜ୍ୟରେ ପାସେଞ୍ଜର ଟ୍ରେନ ୨୯ ଟି ଚାଲୁଥିବା ବେଳେ କରୋନା କଟକଣା ଯୋଗୁଁ ସମସ୍ତ ଟ୍ରେନ ବନ୍ଦ ଅଛି। ତେବେ ଆସନ୍ତା ମାସରୁ ସବୁ ଟ୍ରେନ ଚାଲିବ ବୋଲି କୈଶଳେନ୍ଦ୍ର କେ. ଖାଡଙ୍ଗା ସୂଚନା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳବାଇ ବୋର୍ଡର ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କୈଶଳେନ୍ଦ୍ର ସ୍ପଷ୍ଟ କରିଛନ୍ତି।
ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ସକାଳୁ ଅଶିବେଶନ ଆରମ୍ଭ ହେବା ପରେ ଧାନମଣ୍ଡି ସମସ୍ୟା ଉପରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲା। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ପରେ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଏହି ସମସ୍ୟା ଉପରେ ମନ୍ତ୍ରୀଙ୍କ ସନ୍ତୋଷଜନକ ଉତ୍ତର ନମିଳିବାରୁ ବରଗଡ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ସାଥି ସଦସ୍ୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାଙ୍କଠାରୁ ସାନିଟାଇଜର ଛଡାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଆଜି ଏବଂ ପୂର୍ବରୁ ମଧ୍ୟ ବିଧାୟକ ସୁବାସ ଧାନମଣ୍ଡି ସମସ୍ୟାର ସମାଧାନ ନହଲେ ଆତ୍ମହତ୍ୟା କରିବି ବୋଲି ଗୃହରେ ଧମକ ଦେଇଥିଲେ।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

