ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ। ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ। ସେହିପରି ଗୁଣବତୀ…
Author: Samikhsya Bureau
ମେଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ । ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ…
ମକର : – ଆଜି ଏକ ଭଲ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭ ହେବାର ସମ୍ଭାବନା ମଧ୍ୟ ରହିବ । ବିନିଯୋଗ ଲାଭବାନ ହେବ । କାର୍ଯ୍ୟ ବିସ୍ତାର ପାଇଁ ଯୋଜନା କରିପାରିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଚିନ୍ତା ବଢାଇବ । ପାରିବାରିକ ଦାୟିତ୍ବଗୁଡିକ ବହୁତ ଭଲ ଭାବରେ କାର୍ଯ୍ୟକାରୀ କରିବ । କୁମ୍ଭ: – ଆଜି ଶୁଭ ଦିନ ହେବ । ଚିନ୍ତା ସମାପ୍ତ ହୋଇପାରେ । ଆପଣ ବ୍ୟବସାୟରେ ସଫଳତା ଏବଂ ଲାଭ ପାଇବେ । ବ୍ୟବସାୟ ସମ୍ପ୍ରସାରଣ ପାଇଁ କୈଣସି ନୂତନ ନିଷ୍ପତ୍ତି ନେଇପାରନ୍ତି । ଅବିବାହିତଙ୍କ ପାଇଁ ସମୟ ଅନୁକୂଳ, ବିବାହ ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ । ମୀନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା…
ବିଛା: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ବିପଦପୂର୍ଣ୍ଣ କାରବାରରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଅଧିକ ଚାପ ହେବ । କଠିନ ପରିଶ୍ରମ ଦ୍ୱାରା ବନ୍ଦ ହୋଇଯାଇଥିବା କାର୍ଯ୍ୟ ଅଗ୍ରଗତି ହେବ । ସହଯୋଗୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । ଚିନ୍ତା ନକରି କାରବାର ଏବଂ କୈଣସି ନିଷ୍ପତ୍ତି ଗ୍ରହଣକୁ ଏଡାଇ ଦିଆଯିବ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ଧନୁ: – ଆଜି ଶୁଭ ହେବ । କାର୍ଯ୍ୟ କ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ଠାରୁ ବହୁତ ସମର୍ଥନ ମିଳିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । କଣ୍ଟିଜେଣ୍ଟ୍ ଲାଭ ହେତୁ ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ…
କନ୍ୟା: – ଆଜି ସାଧାରଣ ଦିନ ହେବ । କ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ ଯେ କୈଣସି ପ୍ରସଙ୍ଗରେ ସମସ୍ୟା ଉପୁଜିପାରେ, ତେଣୁ ଚାକିରୀ ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବିବାଦ ମଧ୍ୟ ହୋଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ। ତୂଳା: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟିକ ଅସୁବିଧା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ଲାଭର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭ କାରବାର ମଧ୍ୟ ହୋଇପାରେ । ଯଦି ଆପଣ ଆପଣଙ୍କର ମନୋଭାବ ଏବଂ ଆଚରଣକୁ ସକାରାତ୍ମକ ରଖନ୍ତି, ତେବେ ସମ୍ପର୍କ ମଜବୁତ ହେବ ।
କର୍କଟ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ ଏବଂ କଠିନ ପରିଶ୍ରମ କ୍ଷେତ୍ରରେ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ମନ ଅନୁଯାୟୀ ସଫଳତା ନ ପାଇବା ମାନସିକ ଚାପ ସୃଷ୍ଟି କରିପାରେ । ପରିବାରରେ ବିବାଦ ଦେଖାଦେଇପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ସେମାନେ କଠିନ ପରିଶ୍ରମର ଭଲ ଫଳାଫଳ ପାଇପାରିବେ । ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । କଣ୍ଟିଜେଣ୍ଟ୍ ଲାଭର ଏକ ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ଆମେ ନୂତନ ଯୋଜନା ପ୍ରସ୍ତୁତ କରିବୁ, କିନ୍ତୁ ଅବହେଳାକୁ ଏଡାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ହାତଛଡ଼ା ହୋଇପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ । ବିଦ୍ର-ସୋମବାର ସକାଳେ…
ମେଷ: – ଆଜି ଏକ ଭଲ ଦିନ ହେବ | ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ । ବୃଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ମିଥୁନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଲାଭ…
ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରଛନ୍ତି। ସେ କହିଛନ୍ତି ଯେ ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍ସମ୍ୟାନ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ। ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।
ଭୁୁବନେଶ୍ୱର: ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ ହେବ। ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି। ମାର୍ଚ୍ଚ ୧ ତାରିଖରୁ ଏହି ମାର୍ଗଦର୍ଶିକା ଲାଗୁ ହେବ। ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଣୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶକଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ…
କଲିକତା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦାବି କରିଛନ୍ତି ଯେ, ଦିଦିଙ୍କ (ମମତା ବାନାର୍ଜୀ) ପଶ୍ଚିମ ବଙ୍ଗରୁ ବିଦାୟ ନିଶ୍ଚିତ। ସେ କହିଛନ୍ତି ଯେ, ଆସନ୍ତା ଉବ ୨ ତାରିଖରେ ବଙ୍ଗଳଦେଶର କ୍ଷମତା ହାସଲ କରିବାରେ ବିଜେପି ସଫଳ ହେବ। ରାଜ୍ୟର ଭାରତୀୟ ଜନତା ପାର୍ଟିର ପରିବର୍ତନ ଯାତ୍ରାରେ ଯୋଗଦେବା ପାଇଁ ଶନିବାର ରାତିରେ କଲିକତାରେ ପହଂଚିଥିବା ଶିବରାଜ ଚୌହାନ ରବିବାର ସକାଳେ କାଲିଘାଟ ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପରିବର୍ତନର ଲହରୀ ଖେଳିଯାଇଛି। ରାଜ୍ୟ ସରକାର ଗରୀବ ଏବଂ କୃଷକ ମାନଙ୍କୁ କେନ୍ଦ୍ର ଯୋଜନାରୁ ବଂଚିତ କରିବାପାଇଁ ଏଠାରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ, ହିଂସା ଏବଂ ଭ୍ରଷ୍ଟାଚାର ପଶ୍ଚିମବଙ୍ଗଳରେ ପ୍ରାଧାନ୍ୟ ରହିଛି। ପ୍ରଥମେ କମ୍ୟୁନଷ୍ଟ ଏବଂ କଂଗ୍ରେସ ରାଜ୍ୟକୁ ଧ୍ୱଂସ କରିଦେଲେ ଏବଂ ବର୍ତମାନ ଏହି କାର୍ଯ୍ୟ ତୃଣମୂଳ ଦ୍ୱାରା କରାଯାଉଛି। ସେ କହିଛନ୍ତି ଯେ,…
ପୁରୀ: ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର ଧାମକୁ କେନ୍ଦ୍ର ସରକାର ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଉ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁରୀର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ୧୫ତମ ଫାଇନାନ୍ସ କମିଶନରେ ୧୭୫କୋଟି ଟଙ୍କା ପୁରୀର ବିକାଶ ପାଇଁ ଯୋଜନା କରିଥିବା କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡେଶ୍ୱରୀ କ୍ଲବଠାରେ କମ୍ୟୁନିଟ ସେ ରକୁ ଶୁଭଟଦଘାଟନ କରି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀର ବିକାଶ ପାଇଁ ସଦାବେଳେ ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ହିନ୍ଦୁ ଧର୍ମାବଲମ୍ବୀ ତୀର୍ଥଯାତ୍ରୀଙ୍କ ଶ୍ରୀଜଗନ୍ନାଥ ଦର୍ଶନ କରିବା ପାଇଁ ଅନେକ ଭିତିଭୂମିର ବିକାଶ କରାଯିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଆଜି ଅପରାହ୍ନରେ ୧୮ଲକ୍ଷ ଟଙ୍କା ବ୍ୟୟରେ ବାସେଳୀ ସାହି କମ୍ୟୁନିଟ ହଲ ଓ ୨୨ଲକ୍ଷ ଟଙ୍କାର ଝାଡେଶ୍ୱରୀ କ୍ଲବର କମ୍ୟୁନିଟ୍ ସେ ରକୁ ଲୋକର୍ପିତ କରିଥିଲେ। ଏହାସହ ବାଲିସାହି ହିଞ୍ଜଳଯାଗାରେ ୪୯ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟ୍…
ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନ ନିକଟ ଏକ ବରଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ଷ୍ଟେସନ କର୍ତୃପକ୍ଷ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି।
ରାଉରକେଲା: ବୁଲେଟ୍ ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ସେକ୍ଟର-୭ ଥାନା ପୋଲିସ। ତା’ ନିକଟରୁ ୧୨ ଟି ମୋବାଇଲ୍ ଓ ଚୋରି ସୁନାଗହଣା ଜବତ ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି।
ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍ ରେ ଦୁଇ ସହକର୍ମୀଙ୍କୁ ୱାର୍ଡ଼ରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡ଼ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଅଭିଯୁକ୍ତ ୱାର୍ଡ଼ର ଅଶୋକ ଥାର୍ଟିଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜେଲ୍ ଅଧିକ୍ଷକ। ଗତକାଲି ସେ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବଚସା ପରେ ନିଶାସକ୍ତ ୱାର୍ଡ଼ର ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଜେଲ୍ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ ପରେ ୱାର୍ଡ଼ର ଅଶୋକଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା ଜାରୀ ରଖିଛି।
ପୁରୀ: କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅପରାହ୍ନରେ ପୁରୀ ଆସି ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଝାଡ଼େଶ୍ୱରୀ କ୍ଲବର କମ୍ୟୁନିଟି ସେଂଟର, ବାସେଳି ସାହି ମୁଦୁଲି ଜାଗା କଲ୍ୟାଣୀ ମଣ୍ଡପ ଉଦଘାଟନ କରିଛନ୍ତି। ଏଥି ସହ ବାଲିସାହି ହିଞ୍ଜଳ ଜାଗାର କମ୍ୟୁନିଟି ସେଂଟରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ସେ ସେବାୟତଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ. ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବଲପୁର: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବୁର୍ଲାସ୍ଥିତ ଭିସୁଟକୁ ସଟ୍ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ। ଏହି କ୍ରମରେ ଭିସୁଟର ୧୧ଟି ହଷ୍ଟେଲକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ପୁଲହ ହଷ୍ଟେଲର ପାଶ୍ୱର୍ବର୍ତି ଅଂଚଳକୁ ବଫର୍ ଜୋନ୍ ଘୋଷଣା କରାଯାଇଛି। ଏସବୁ ଅଂଚଳରେ ଯାନବାହନ ଚଳାଚଳ ଓ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରୀ କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତି ପ୍ରଶାସନିକ ଅନୁମତି ନେବା ଅପରିହାର୍ଯ୍ୟ କରାଯାଇଛି। ସେହିପରି କଂଟେନମେଂଟ ଓ ବଫର୍ ଜୋନ୍ରେ ସମସ୍ତ ଦୋକାନ ବନ୍ଦ ରହିବ। ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ଉଭୟ ଜୋନ୍ରେ ଜରୁରୀ ସାମଗ୍ରୀ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଯୋଗାଣ ହେବ। ଅନ୍ୟପକ୍ଷରେ ପଜିଟିଭଙ୍କ…
ଭୁବନେଶ୍ଵର: ଆସନ୍ତାକାଲି ଓଡିଆ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ଯୋଡି ହେବାକୁ ଯାଉଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କକୁ ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରାଇଥିଲା। ଓଡିଆ ଚଳଚ୍ଚିତ୍ର ଜଗତର ଏହି ସୁପର ହିଟ ଯୋଡି ଏବେ ବାସ୍ତବ ଜୀବନରେ ଯୋଡି ହେବାକୁ ଯାଉଛନ୍ତି। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ଉତ୍ସବ ଆୟୋଜନ କରାଯାଉଥିବା ସୂଚନା ରହିଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ସାମାଜିକ ଗଣମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ତେଲେଙ୍ଗାନାର ଖମାମଠାରେ ଥିବା ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମରେ ଗତ ୨୪ ତାରିଖରୁ ୩୩ତମ କନିଷ୍ଠ ଜାତୀୟ ନେଟବଲ (ବାଳକ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଜୁନିୟର ଦଳ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ଓ ଉତ୍ତର ପ୍ରଦଶେକୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଥିଲା। ହରିୟାଣା ସହ ସେମି ଫାଇନାଲ ଖେଳି ଓଡ଼ିଶା ଦଳ ତୃତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମରେ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା ଦଳର ଏହି ବିଜୟ ପାଇଁ ରାଜ୍ୟ ନେଟବଲ ସଂଘ ପକ୍ଷରୁ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୮୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୭, ବଲାଙ୍ଗୀରିରୁ ୫, ବରଗଡରୁ ୪, ଦେବଗଡରୁ ୪, କଟକରୁ ୩, ଝାରସୁଗୁଡାରୁ ୩, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜରୁ ୩, ନୂଆପଡ଼ାରୁ ୩, ବାଲେଶ୍ବରରୁ ୨, ଅନୁଗୁଳରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧ ଏବଂ ପୁରୀରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ କୁ ବୃଦ୍ଧି ହୋଇଛି। ତେବେ ୫୯୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ମୁମ୍ବାଇ: ମହାରାଷ୍ଟ୍ରର ବନ୍ୟ ମନ୍ତ୍ରୀ ସଞ୍ଜୟ ରାଠୋଡ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଶ୍ରୀ ରାଠୋଡ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସଞ୍ଜୟ ରାଠୋଡ ନିଜର ଇସ୍ତଫାକୁ ସ୍ଵୀକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମନ୍ତ୍ରୀ ସଞ୍ଜୟ ରାଠୋଡ ଟିକ ଟାକ ଷ୍ଟାର ପୂଜା ଚହ୍ଵାନଙ୍କ ଆତ୍ମହତ୍ୟା ମାମଲାରେ ବିବାଦକୁ ଆସିଥିଲେ। ଆଜି ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣାକୁ ନେଇ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ରାଜଧର୍ମ ପାଳନ କରିବା ପାଇଁ ଟୁଇଟ କରିଥିଲେ। ଏହି ଟୁଇଟରେ ରାଜଧର୍ମକୁ ମନେ ପକାଇ ଛତ୍ରପତି ଶିବାଜୀଙ୍କ ଫଟୋ ସେୟାର କରିଥିଲେ।

