ଭୁବନେଶ୍ବର, ଏକ ଓଡିଆ ଗୀତ ବୋଲି ନିଜକୁ ଓଡିଆ ଭାବେ ପରିଚୟ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ଆଜି ଭୁବନେଶ୍ବରର ଏକ ଷ୍ଟୁଡିଓକୁ ଯାଇ ରାଜ୍ୟପାଳ ଏକ ଓଡିଆ ଗୀତ ପାଇଁ କଣ୍ଠଦାନ କରିଛନ୍ତି। ରାଜ୍ୟପାଳ ବୋଲିଥିବା ଗୀତଟି ହେଉଛି ” ଏ ମାଟି ଓଡିଆ, ଏ ଜାତି ଓଡିଆ “। ଏଥିରେ ଓଡିଶାରେ ବଛାବଛା 14 ଜଣ କଣ୍ଠ ଶିଳ୍ପୀ ମଧ୍ୟ ଭାଗ ନେଇଛନ୍ତି। ପ୍ରେମ ଆନନ୍ଦ ଏହି ଗୀତ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବସନ୍ତରାଜ ସାମଲ ଗୀତ ରଚନା କରିଛନ୍ତି। କଣ୍ଠଦାନ କରିସାରିବା ପରେ ରାଜ୍ୟପାଳ କହିଛନ୍ତି ଯେ, ସଂଗୀତ ହେଉଛି ଭଗବତଗୀତା, ଗୀତଗୋବିନ୍ଦ, ଏଥିରେ ଭଗବତ ପ୍ରେମ ଜଡିତ ରହିଛି। ସଂଗୀତରେ ରହିଛି ମାଧୁର୍ଯ୍ୟ ଏବଂ ମିଠା। ଜହରକୁ ମଧ୍ୟ ସଂଗୀତ ମିଠା କରିଦେଇଥାଏ। ସେହିପରି ଏକ ସୁଯୋଗ ମିଲିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ଗୀତଟି ଏପ୍ରିଲ…
Author: Samikhsya Bureau
ପୁଡୁଚେରୀରର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଉଛନ୍ତି ଗୃହମନ୍ତ୍ରୀ ଅମିତ ସାହା
ପୁରୀ ଯିବା ବେଳେ ପିପିଲି ଠାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରୁଛନ୍ତି।
ଭୁବନେଶ୍ବର, ଆଜି ମାସର ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ପ୍ରସାରିତ ହୋଇଥିଲା। ଏହି ମାସିକା ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାର ‘ନାୟକ ସାରେ’ଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା କରିଥିଲେ। ମୋଦୀ କହିଥିଲେ ଯେ, ଓଡିଶାର ଅରଖକୁଦର ‘ନାୟକ ସାରେ’ ଯୁବକମାନଙ୍କୁ ମାଗଣାରେ ସାମରିକ ବାହିନୀରେ ଯୋଗ ଦେବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ସେ ମାଗଣାରେ ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଉପଯୁକ୍ତ ହେବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ହେଲେ ଖୁସିର କଥା ନାୟକ ସାରେ କୌଣସି ଯୁବକଙ୍କଠାରୁ ଅର୍ଥ ଗ୍ରହଣ କରନ୍ତି ନାହିଁ। ତାଙ୍କର ପୁରା ନାମ ହେଉଛି ସିଲୁ ନାୟକ। ସେ ଯେଉଁ ଅନୁଷ୍ଠାନରେ ମାଗଣା ଶିକ୍ଷା ଦେଉଛନ୍ତି ତାହାର ନାମ ହେଲା ମହାଗୁରୁ ବ୍ୟାଟଲିୟାନ। ମାଗଣାରେ ସେ ଏପରି ପ୍ରଶିକ୍ଷଣ ଦେବା ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ। ଆଜି ତାଙ୍କ ଦ୍ବାରା ପ୍ରଶିକ୍ଷିତ ଯୁବକମାନେ ସାମରିକ ବାହିନୀରେ ନିଯୁକ୍ତି ପାଇଛନ୍ତି।…
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀମାନେ ଟିକା ନେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। କରୋନା ଟିକା ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ମିଳିବ। ସରକାରୀ ହସ୍ପିଟାଲରେ ମାଗାଣରେ ଟିକା ମିଳିବାକୁ ଥିବା ବେଳେ ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। କୋ-ୱିନ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରି ଏହି ଟିକାକରଣରେ ଲୋକେ ସାମିଲ ହୋଇପାରିବେ। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ଅନସାଇଟ ପଞ୍ଜୀକରଣ କରିପାରିବେ। ସେଥିପାଇଁ ୬୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡିବ। ବହୁବିଦ୍ଧ ରୋଗରେ ଆକ୍ରନ୍ତ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୫୯ ବର୍ଷରରୁ କମ ବୟସ୍କ ମାନଙ୍କୁ ଡାକ୍ତରୀ ସାର୍ଟିଫିକେଟ…
ଭୁବନେଶ୍ବର: ଆଜି ରାଜ୍ୟରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୩ ଜଣ ଚିହ୍ନଟ ହୋଇଥିବାବେଳେ ୩୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୫୧୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୬ କୁ ବୃଦ୍ଧି ହୋଇଛି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୯ , ଖୋର୍ଦ୍ଧା ଜିଲ୍ଲାରୁ ୮, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୭, ଝାରସୁଗୁଡା ଜିଲ୍ଲାରୁ ୭, ଯାଜପୁର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ…
ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଭାପତି ନିରଜ କୁନ୍ଦନଜୀ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂପାଦକ ତଥା ତ୍ତ୍ୱଓଡ଼ିଶା ପ୍ରଭାରୀ ରୋସନଲାଲ ବିଟୁ ଯୋଗଦେବେ। ଶ୍ରୀ କୁନ୍ଦନ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଉକ୍ତ ଦିନ ପୂର୍ବାହ୍ନରେ ଉଦ୍ବୋଧନ ଦେବେ। ଏହା ପରେ ଦିନ ୧୨ ଘଂଟା ସମୟରେ କଂଗ୍ରେସ ଭବନରୁ ଏକ ବିକ୍ଷୋଭ ରାଲି ନବୀନ ନିବାସ ଅଭିମୁଖେ ଯିବ।
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ଦ୍ୱାରା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ୨୦୧୪ ମସିହା ଆଗରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସେତେବେଳେ କହିଥିଲେ ଯେ ଯିଏ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ରୋକି ପାରୁ ନାହିଁ ସେ ହେଉଛି ଦେଶଦ୍ରୋହୀ। ଆଜି ସେହି ଲୋକ ଦେଶର ଶାସନ କ୍ଷମତାରେ ଅଛନ୍ତି। ତା ହେଲେ ଏବେ ଦେଶଦ୍ରୋହୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନ କହୁଛନ୍ତି ଯେ ଏହାକୁ ଜିଏସଟି ମଧ୍ୟରେ ଅଣା ଯିବା ଆବଶ୍ୟକ। ଯଦି ଆବଶ୍ୟକ…
ଭୁବନେଶ୍ୱର: କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କୁ ମାସିକ ଭତ୍ତା ୫ ହଜାର ଟଙ୍କାରୁ ବଢାଇ ୬ ହଜାର କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ତିନି ହଜାର ଟଙ୍କା କାହିଁକି ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କର ପାଇଁ ଭତାକୁ ମାସିକ ୫ ହଜାର ଟଙ୍କାରୁ ବଢାଇ ୬ ହଜାର ଟଙ୍କା କରି ସାରିଛନ୍ତି। ମାତ୍ର ଏହା ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାର ସେମାନଙ୍କୁ ଏବେ ମଧ୍ୟ ତିନି ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ସେମାନେ ଶୋଷଣର ଶୀକାର ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ନାଏକ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।
ମୁମ୍ବାଇ, ପ୍ରଖ୍ୟାତ ଅଭିନେତା ଅମିତାଭ ବଚନଙ୍କର ଏକ ଛୋଟିଆ ଅପରେସନ ହେବ। ସେ ନିଜେ ତାଙ୍କ ଟୁଇଟରରେ ଏହି କଥା କହିଛନ୍ତି। ସେ ଲେଖିଛନ୍ତି ଯେ, ସାଧାରଣଠାରୁ ଟିକିଏ ବଡ ହୋଇଛି, ଅପରସେନ ପରେ ତାହା ଭଲ ହେବ। ଏହାପରେ ଟୁଇଟରରେ ତାଙ୍କର ଫଲୋୟରସ ଶିଘ୍ର ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିକାଶ ବାହଲଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବେ। ନାଗରାଜ ପପାଟ୍ରାଓ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଅମିତାଭ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ର “ଝୁଣ୍ଡ” ଜୁନ୍ 18 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫେସ୍ ନାମକ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଏପ୍ରିଲ୍ 30 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିକଟରେ ଅମିତାଭ ବଚନ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ।
ନୂଆଦିଲ୍ଲୀ: ଶନିବାର ସକାଳେ ପଶ୍ଚିମ ଜିଲ୍ଲାର ମୋତି ନଗର ଅଂଚଳରେ ଦିଲ୍ଲୀ ପୋଲିସ ଏଏସଆଇ ତେଜପାଲ ସେବା ରିଭଲଭର ସାହାଯ୍ୟରେ ଗୁଳି ଚଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନିକଟସ୍ଥ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ସୁରକ୍ଷିତ ରଖିଥିଲା। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ନାମ ତେଜପାଲ (୫୫) ବୋଲି ଜଣାପଡ଼ିଛି। ୧୯୮୬ ମସିହାରେ ଏଏସଆଇ ତେଜପାଲ ଭର୍ତ୍ତି ହୋଇଥିଲେ। ସେ ବର୍ତ୍ତମାନ ପରିବାର ସହିତ ଗାଜିଆବାଦରେ ରହୁଥିଲେ ଏବଂ ସେ ପିସିଆରରେ କାର୍ଯ୍ୟ କରୁଥିଲେ। ଏହି ଘଟଣା ସକାଳ ପ୍ରାୟ ୭ଟା ବେଳେ ଘଟିଥିଲା। ଏହି ଘଟଣା ପରେ ପିସିଆରରେ କାର୍ଯ୍ୟରତ ଡ୍ରାଇଭର ଏଏସଆଇ ସହିତ ନିକଟସ୍ଥ ଡାକ୍ତରଖାନାରେ ପହଂଚିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ପାରିବାରିକ କଳହ ହେତୁ ଏଏସଆଇ ଏତେବଡ଼ ପଦକ୍ଷେପ ନେଇଛନ୍ତି। ତେବେ ପୋଲିସ ଅଧିକାରୀ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୯୬ ହଜାର ୭୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୭୫ ହଜାର ୧୬୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୬୪ ହଜାର ୫୧୧ ଆକ୍ଟିଭ୍ କେସ୍ ରହିଛି।
ସମ୍ବଲପୁର, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳକୁ ଅନିର୍ଦ୍ଧିଷ୍ଠ ସମୟ ପାଇଁ ବନ୍ଦ ଘୋଷଣା କରାଯାଇଛି। ବିଶ୍ବବିଦ୍ୟାଳୟ ହଷ୍ଟେଲରେ 25 ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଏହି ପଦକ୍ଷେପ ନିଆଯାଇଛି। ସେତିକି ନୁହେଁ ଏହାର ପାଖ ଅଞ୍ଚଳକୁ ମଧ୍ୟ ସ୍ଥାନୀୟ ପ୍ରଶାସନ କଣ୍ଟେନେମଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଗୋଟିଏ ସ୍ଥାନରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିବା ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ହୋଇଛି। ସେହି ଅଞ୍ଚଳରେ ସମସ୍ତଙ୍କର କରୋନା ପରୀକ୍ଷା କରିବା ପାଇଁ ମଧ୍ୟ ନିଷ୍ପତି କରାଯାଇଛି।
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।
ନୂଆଦିଲ୍ଲୀ, ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଭବିଷ୍ୟତ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି । ସାଧାରଣତଃ ଲୋକମାନେ ସେମାନଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି। ଏପରିକି ସେମାନେ ବିଭିନ୍ନ ପ୍ରକାରର ପ୍ରତିକାର ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ପାଦ ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ହଁ, ଆପଣଙ୍କର ପାଦଚିହ୍ନ ମଧ୍ୟ ଆପଣଙ୍କ ଜୀବନ ସହିତ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥାଏ, ତେବେ ଆସନ୍ତୁ ଆପଣଙ୍କୁ ଏହିପରି ପାଦଚିହ୍ନ ବିଷୟରେ କହିବା । ପ୍ରଥମ ଚିତ୍ର ଅନୁଯାୟୀ- ଯଦି ଆପଣଙ୍କର ପାଦର ଆକୃତି କିମ୍ବା ପାଦର ଚିହ୍ନ ପ୍ରଥମ ଚିତ୍ର ଅନୁଯାୟୀ, ତେବେ ଆପଣଙ୍କର ପାଦର ଗଠନ ବହୁତ ସମତଳ । ଯଦି ଆପଣ ଜଣେ ମହିଳା, ଏହାର ଅର୍ଥ ହେଉଛି ଆପଣ ଅତି ସରଳ ଏବଂ ପ୍ରକୃତିରେ ଅତି ନିର୍ଦ୍ଦୋଷ । ଏହା ସହିତ ଆପଣ ବହୁତ ସଚ୍ଚୋଟ…
ନୂଆଦିଲ୍ଲୀ, ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା…
ମେଷ: – ଆପଣଙ୍କ ପରିବାରର ମଙ୍ଗଳ ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କ କାର୍ଯ୍ୟ ପଛରେ ଲୋଭର ବିଷ ନୁହେଁ, ପ୍ରେମ ଏବଂ ଦର୍ଶନର ଭାବନା ରହିବା ଉଚିତ୍। ଯଦି ଆପଣ କଥାକୁ ଖୋଲା ହୃଦୟରେ ରଖନ୍ତି, ତେବେ ପ୍ରେମ ଆଜି ପ୍ରେମର ଦୂତ ଭାବରେ ଆପଣଙ୍କ ସାମ୍ନାକୁ ଆସିବ । ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଲୁକ୍କାୟିତ ଶତ୍ରୁମାନେ ଆପଣଙ୍କର ବିଷୟରେ ଗୁଜବ ପ୍ରଚାର କରିବା ଦ୍ବାରା ଧର୍ଯ୍ୟହରା ହେବେ । ବୃଷ: – ଅଟକି ରହିଥିବା ବିଷୟଗୁଡିକ ଅଧିକ ଦୃଢ ହେବ ଏବଂ ଖର୍ଚ୍ଚ ଆପଣଙ୍କ ମନରେ ଆବୃତ ହେବ । ଲୋକମାନେ ଆପଣଙ୍କୁ ଆଶା ଏବଂ ସ୍ୱପ୍ନ ଦେବେ, କିନ୍ତୁ ବାସ୍ତବରେ ସମସ୍ତେ ଆପଣଙ୍କ ଉଦ୍ୟମର ବିରୋଧରେ ରହିବ । ଏକପାଖିଆ ପ୍ରେମ ସଂପର୍କରେ ସମୟ ନଷ୍ଟ କରନ୍ତୁ ନାହିଁ…
ଉତ୍ତରପ୍ରଦେଶ/ନୂଆଦିଲ୍ଲୀ, ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଖିଡକିଆ ଘାଟ ଠାରେ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲର ସିଏନଜି ବୋଟ୍ ରୂପାନ୍ତର ପ୍ରକଳ୍ପ ଏବଂ ଘାଟର ପୁର୍ନବିକାଶ ପ୍ରକଳ୍ପ ଅନ୍ତର୍ଗତ ସିଏନ୍ଜି ବିତରଣ ଷ୍ଟେସନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ତୈଳ ଓ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଗେଲ୍ ଇଣ୍ଡିଆ ସିଏନଜି ଭିତିଭୂମିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ବାରଣାସୀର ଏହି ପବିତ୍ର ଘାଟରେ ୨ ହଜାର ଡ଼ିଜେଲ ଚାଳିତ ଡ଼ଙ୍ଗାକୁ ସ୍ୱଚ୍ଛ ଇନ୍ଧନ ସିଏନଜିରେ ରୂପାନ୍ତର କରାଯାଉଛି । ଗଙ୍ଗାରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ସ୍ୱଚ୍ଛ ପରିବେଶ ନିଶ୍ଚିତ କରିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଉଛି। ଖିଡକିଆ ଘାଟର ଐତିହ୍ୟ ଏବଂ ପୂର୍ବ ଗୌରବର ପୁନଃସ୍ଥାପନ ପାଇଁ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କାର୍ଯ୍ୟ କରୁଛି । ଅପାର ସମ୍ଭାବନାର…
ଭୁବନେଶ୍ବର, ଦୈନିକ ସମ୍ବାଦପତ୍ର “ସକାଳ”ର ସହ-ସମ୍ପାଦକ ବ୍ରଜ କିଶୋର ପରିଡା ଙ୍କ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସବୁଦିନ ପରି ସେ ଅଫିସ କାମ ସାରି କଟକ ସ୍ଥିତ ଚାଉଳିଆଗଞ୍ଜ ବାସ ଭବନ କୁ ଯାଉଥିଲେ।ମାତ୍ର ହଂସପାଳ ଛକରେ କୌଣସି ଅଜଣା ଗାଡି ଧକ୍କାରେ ସେ ମୃତ୍ୟୁ ବରଣ କରଥିବା ବେଳେ ପାଖରେ ତାଙ୍କ ସ୍କୁଟି ଟି ପଡିଥିବା ରାତ୍ରୀ କାଳୀନ ଡିୟୁଟି ରେ ଥିବା ପିସିଆର ଭ୍ୟାନ ଦେଖିଥିଲା।ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣା ସ୍ଥଳ ରେ ପହଁଛି ମୃତ ଦେହ କୁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛି।
ସିଂହ: – ଆଜି, ଆପଣ ସଫଳତା ହାସଲ କରିବେ, କାରଣ ଆପଣ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ। ତଥାପି, ସଫଳତାର ନିଶା ଆପଣଙ୍କ ମୁଣ୍ଡ ଖରାପ କରିପାରେ। ସଚ୍ଚୋଟତା ସହିତ କଠିନ ପରିଶ୍ରମ ଜାରି ରଖନ୍ତୁ। ଶୁଣିଥିବା କଥାକୁ ଅନ୍ଧ ଭାବରେ ବିଶ୍ବାସ କର ନାହିଁ ଏବଂ ସେମାନଙ୍କର ସତ୍ୟକୁ ଭଲ ଭାବରେ ପରୀକ୍ଷା କର । କନ୍ୟା: – ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପସନ୍ଦ କରନ୍ତୁ । ସେମାନଙ୍କର ସୁଖ ଏବଂ ଦୁଃଖର ଅଂଶୀଦାର ହୁଅନ୍ତୁ, ଯାହା ଦ୍ବାରା ସେମାନେ ଅନୁଭବ କରିବେ ଯେ ଆପଣ ପ୍ରକୃତରେ ସେମାନଙ୍କ ବିଷୟରେ ଚିନ୍ତା କରନ୍ତି । ଯଦି ଆପଣ ଏକ କୌଶଳ ଚଲାଇବାକୁ ଚେଷ୍ଟା କରନ୍ତି, ତେବେ ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ବହୁତ ଅସୁବିଧା ହୋଇପାରେ ।
ତୂଳା: – ନିଜ ପ୍ରିୟଜନଙ୍କ ସହିତ ବୁଲିବାକୁ ଯିବାବେଳେ ଜୋରଦାର ଉପଭୋଗ କରନ୍ତୁ । ସହକର୍ମୀ ଏବଂ ବୟସ୍କମାନଙ୍କ ସମର୍ଥନ ଆପଣଙ୍କ ଉତ୍ସାହକୁ ବଢାଇବ । ଯଦି ଆପଣ କୈଣସି ପରିସ୍ଥିତିରୁ ପଳାୟନ କରନ୍ତି – ତେବେ ଏହା ଆପଣଙ୍କୁ ପ୍ରତ୍ୟେକ ଖରାପ ଉପାୟରେ ଗୋଡ଼ାଇବ । ଆଜି ତୁମର ବିବାହିତ ଜୀବନ ହସ, ସୁଖ, ପ୍ରେମ ଏବଂ ଆନନ୍ଦର କେନ୍ଦ୍ର ହୋଇପାରେ । ବିଛା: – ଆପଣଙ୍କ ମନର କାର୍ଯ୍ୟର ଚାପ ସତ୍ବେ ଆପଣଙ୍କର ପ୍ରିୟ ଆପଣଙ୍କ ପାଇଁ ଖୁସିର ମୁହୂର୍ତ୍ତ ଆଣିଦେବ । ଆଜି ଆପଣ ନିଜ କାର୍ଯ୍ୟରେ ଅଗ୍ରଗତି ଦେଖିବେ । ଆପଣ ଯେ କୌଣସି ପ୍ରତିଯୋଗିତାରେ ପାଦ ଦିଅନ୍ତୁ, ଆପଣଙ୍କର ପ୍ରତିଯୋଗିତାମୂଳକ ପ୍ରକୃତି ଆପଣଙ୍କୁ ଜିତିବାରେ ସାହାଯ୍ୟ କରିବ । ଧନୁ : – ଆରାମ ପାଇବାକୁ, ଘନିଷ୍ଠ ବନ୍ଧୁମାନଙ୍କ ସହିତ କିଛି ମୁହୂର୍ତ୍ତ ବିତାନ୍ତୁ । ଆଜି କରାଯାଇଥିବା ବିନିଯୋଗ ଆପଣଙ୍କ ସମୃଦ୍ଧତା ଏବଂ…

