Author: Samikhsya Bureau

West Bengal Election: ଭାରତ ନିର୍ବାଚନ କମିଶନର ଆଜି ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ପଶ୍ଚିମବଂଗ ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ପଶ୍ଚିମବଂଗର ନିମ୍ନଲିଖିତ ତାରିଖ ଅନୁସାରେ ଭୋଟଗ୍ରହଣ କରାଯିବ। 27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏହି ପର୍ଯ୍ୟାୟରେ ପଶ୍ଚିମବଂଗର 30ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ 2 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇ ନାମଙ୍କନ ଦାଖଲ ପକ୍ରିୟା ଆରମ୍ଭ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି 12 ମାର୍ଚ୍ଚ। 1 ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚା 12…

Read More

Keral Election: କେରଳରେ ଆସନ୍ତା ଏପ୍ରିଲ 6 ତାରିଖ 2021ରେ ହେବ ନିର୍ବାଚନ। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି। କେରଳରେ ମୋଟ 140ଟି ଆସନ ରହିଛି। ଏଠାରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସମସ୍ୟା ନ ଥିବାରୁ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ କରାଯାଉଛି। ମେ 2 ତାରିଖରେ ଭୋଟ ଗଣତି ହେବ।

Read More

Assam Election: ଭାରତ ନିର୍ବାଚନ କମିଶନର ଆସାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସମାରେ ତିନୋଟି ପର୍ଯ୍ୟାୟରେ ହେବ ନିର୍ବାଚନ। ମାର୍ଚ୍ଚ 27 ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାକେ 37ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ 1 ତାରିଖରେ ହେବ। ଏଥିରେ 47ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ତୃତୀୟ ବା ଶେଷ ପର୍ଯ୍ୟାୟ 6 ଏପ୍ରିଲରେ 40ଟି ଆସନ ପାଇଁ ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଘୋଷଣା କରିଛନ୍ତି। ଗଣତି ମେ 2 ତାରିଖ 2021 ରେ ହେବ।

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ଭାରତ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଂଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ। ତେବେ ଏଥିସହିତ ଭାରତର କେତେକ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି କୁହାଯାଉଛି। ଏଥିରେ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା ହେବରା ସମ୍ଭାବନା ରହିଛି।

Read More

ଭୁବନେଶ୍ବର, ଆଜି ସୁନା ଦର ହ୍ରାସ ପାଇଛି। ଗୋଟିଏ ପଟେ ଦିନକୁ ଦନ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଆଜି ସୁନା ଦର ଯେତିକି ହୋଇଛି ଆପଣ ଆଶ୍ଚର୍ଯ୍ୟ ହେବେ ଗତ 8 ମାସ ମଧ୍ୟରେ ଏତେ ତଳକୁ ଖସି ନ ଥିଲା। ଆଜି ଭୁବନେଶ୍ବରରେ 24 କ୍ୟାରେଟ ସୁନା ଦର ଦଶ ଗ୍ରାମକୁ ରହିଛି 47 ହଜାର 180 ଟଙ୍କା। ଗତକାଲି ଏହାର ଦର 47 ହଜାର 350 ଟଙ୍କା ଥିଲା। ସେହିପରି 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା ଦର ରହିଛି 43 ହଜାର 250 ଟଙ୍କା। ଗତକାଲି ଏହା 43 ହଜାର 400 ଟଙ୍କା ରହିଥିଲା। ବର୍ତ୍ତମାନ ସାରା ବିଶ୍ବରେ ସୁନା ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଗତ ଦଶ ଭିତରେ ଯଦି ସୁନା ଦର ବିଶ୍ଲେଷଣ କରାଯାଏ ତେବେ ଫେବୃୟାରୀ…

Read More

ଭୁବନେଶ୍ବର, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଅସ୍ତରଂଗର ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କୁ ବିବାହ କରିଛନ୍ତି। ଗତକାଲି ଏହି ବିବାହ ଉତ୍ସବ କାକଟପୁରର ଦେଉଳି ମଠରେ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବ ହିନ୍ଦୁ ଧର୍ମର ବୈଦିକ ରିତିରେ ଆୟୋଜିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ବହୁ ପ୍ରମୁଖ ନେତା ଯୋଗଦେଇଥିଲେ। ପ୍ରାୟ ପାଞ୍ଚ ହଜାର ଅତିଥୀ ଏହି ବିବାହ ଭୋଜିରେ ଯୋଗ ଦେଇଥିଲେ ବୋଲି କୁହାଯାଉଛି।

Read More

ଭୁବନେଶ୍ବର: ଆଜି ବିଧାନସଭାରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ରାଜ୍ୟରେ ଧାନ ମଣ୍ଡି ସମସ୍ୟାକୁ ନେଇ ଦେବଗଡ ବିଧାୟକ ଆତ୍ମହତ୍ୟା କରିବେ ବୋଲି ଧାମ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କହିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଟୋକାନ ସମସ୍ୟା ଯୋଗୁଁ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ସେ ବିଧାନସଭା ଗୃହରେ କହିଥିଲେ।

Read More

ମୁମ୍ବାଇ, ମହାରଷ୍ଟ୍ରର ଏକ ଘରୋଇ ସ୍କୁଲ ହଷ୍ଟେଲର 229 ଜଣ ଛାତ୍ରଙ୍କୁ କରୋନା ସଂକ୍ରାମଣ ହୋଇଛି। ଗତକାଲି ଏହି ରିପୋର୍ଟ ଆସିବା ପରେ ଏହି ବଡ ଘଟଣା ପଦାକୁ ଆସିଛି। ଘଟଣାରୁ ଜଣାପଡିଛି ଯେ, ମହାରାଷ୍ଟ୍ରର ୱାସିମ ଜିଲ୍ଲାର ଭାବନ ପବ୍ଲିକ ସ୍କୁଲରେ 327 ଜଣ ଛାତ୍ର ରହୁଥିଲେ। ସେମାନେ ଗତ ଫେବୃୟାରୀ 14 ତାରିଖରୁ ହଷ୍ଟେଲରେ ରହି ଆସୁଥିଲେ। ହେଲେ କିଛିଦିନ ପରେ କେତେକ ଛାତ୍ରଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ସ୍କୁଲ କର୍ତ୍ତୁପକ୍ଷ ସମସ୍ତଙ୍କର କରୋନା ପରୀକ୍ଷା କରାଥିଲେ। ରିପୋର୍ଟ ଆସିବା ପରେ ଜଣାପଡିଥିଲା ଯେ, ସେମାନଙ୍କ ମଧ୍ୟରୁ 229 ଜଣ ଛାତ୍ରଙ୍କ ପଜେଟିଭ ରିପୋର୍ଟ ଆସିଥିଲା। ଏହି ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ସଂପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିଶନ ପ୍ରେସ ମିଟ୍ କରିବାକୁ ଯାଉଛନ୍ତି। ସନ୍ଧ୍ୟା ୪ ଟା ୩୦ ମିନିଟରେ ନିର୍ବାଚନ କମିଶନ ପ୍ରେସ ମିଟ୍ କରିବେ। ତେବେ ଏହି ପ୍ରେସ ମିଟ୍ ରେ ୫ ଟି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି। ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ତାରିଖ ଘୋଷଣା କରାଯାଇପାରେ। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ପାଇଁ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି।

Read More

ଗୁଣପୁର/ ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ-‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ  ବୁଧବାର ଦିନ ହୋଇଥିବା ନିର୍ବାଚନର ଗତକାଲି ଶାନ୍ତି ଶୃଙ୍ଖଳାର ସହ ଗଣତି ସରିଛି। ୮୫ ଟି ବୁଥରେ ହୋଇଥିବା ନିର୍ବାଚନରେ ମୋଟ ୨୧,୯୯୫ ଭୋଟରଙ୍କ ମଧ୍ୟରୁ ୧୬,୧୫୯ ଜଣ ମତଦାନ କରିଥିଲେ। ଆଜିର ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ କରୁଣା କର ଶବର ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ମାନୁଏଲ ମାଝିଙ୍କୁ ୭୬୩୬ ଭୋଟରେ ବିଜୟ ହୋଇଥିବା ସୂଚନା ରହିଛି। ହେଲେ ଆଜି ଏହାର ଫଳାଫଳ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି। ୮ଟି ପଞ୍ଚୟତ ୮୫ଟି ବୁଥ ମଧରୁ କଂଗ୍ରେସ ମାତ୍ର ୬/୭ଟି ଓ ବିଜେପି ମାତ୍ର ୨/୩ ଟି ବୁଥ ଛାଡିଦେଲେ ବିଜେଡି ଅନ୍ୟ ସବୁ ବୁଥରେ ଅଧିକ ଭୋଟ ପାଇଥିବା  ବେଳେ ସବୁ ପଞ୍ଚୟତରେ ବିଜେଡି ପ୍ରାର୍ଥୀ ଏହି ଜୋନ ପାଇଁ ନୂତନ ଇତିହାସ ସୃଷ୍ଟି  କରିବାକୁ ସକ୍ଷମ…

Read More

ରାୟପୁର/ମାଲକାନଗିରି: ସୁରକ୍ଷା କର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଅପରେସନରେ ୭ ଟି ମାଓବାଦୀ କ୍ୟାମ୍ପ ଧ୍ଵଂସ ହୋଇଥିବା ସୂଚନା ମିଳିଛି। ମାତ୍ର ତିନି ଦିନ ଅପରେସନରେ ୭ ଟି ମାଓ କ୍ୟାମ୍ପ ଧ୍ଵଂସ ହୋଇଛି। ଓଡିଶା ସୀମାନ୍ତ ଛତିଶିଗଡର ନାରାୟଣପୁର ଓ କାଙ୍କେରରେ ଅପରେସନ କରି ମାଓ କ୍ୟାମ୍ପକୁ ଧ୍ଵଂସ କରାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା କର୍ମୀଙ୍କ ଚଢାଉ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ କିଛି ଖସି ପଳାଇଥିବାରେ ସକ୍ଷମ ହୋଇଥିବା ବେଳେ କିଛି ମାଓବାଦୀ ମୃତାହତ ହୋଇଥିବା ଖବର ମିଳୁଛି। ଏହା ସହ ସେହି ଅଞ୍ଚଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଶୁଣିବାକୁ ମିଳିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୫୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୬୩ ହଜାର ୪୯୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୫୦ ହଜାର ୬୮୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୫ ହଜାର ୯୮୬ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ମିଶି କରନ୍ତୁ।କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ। ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Read More

ନୂଆଦିଲ୍ଲୀ, ମାଘ ପୂର୍ଣ୍ଣିମା ହେଉଛି ମାସର ଶେଷ ଦିନ । ଏହାର ପରଦିନଠାରୁ ଫାଲଗୁନ୍ ମାସ ଆରମ୍ଭ ହେବ।ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଆସନ୍ତା 27 ତାରିଖ ଶନିବାରଦିନ ପଡୁଛି। ତେବେ ଏହି ପୁର୍ଣ୍ଣିମା ଦିନ କଣ କରିବା ଉଚିତ ଜାଣନ୍ତୁ ଏହି 6ଟି ଉପଯୋଗୀ ତଥ୍ୟ। ପୂର୍ଣ୍ଣିମା ଦିନ ମଧ୍ୟରେ ମାଘ ପୂର୍ଣ୍ଣିମାର ମହତ୍ତ୍ବ ସମ୍ପୂର୍ଣ୍ଣ ଭିନ୍ନ । ମାଘ ପୂର୍ଣ୍ଣିମାରେ ତୀର୍ଥଯାତ୍ରୀ ନଦୀରେ ସ୍ନାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ଉତ୍ତରପ୍ରଦେଶର ପ୍ରୟାଗରାଜଙ୍କ ସଙ୍ଗମ ଉପକୂଳରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ମାଘରେ କଳ୍ପବାସର ଏକ ପରମ୍ପରା ଅଛି । ଏଥିରେ ଏକ ମାସ ଧରି ହଜାର ହଜାର ଲୋକ ଉପବାସରେ ରୁହନ୍ତି ଏବଂ ପ୍ରତିଦିନ ପ୍ରୟାଗ ରାଜ ସଙ୍ଗମରେ ସ୍ନାନ କରନ୍ତି । ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ମାଘ ପୂର୍ଣ୍ଣିମାରେ ଠିକ ସମୟରେ କାମ କରିବା, ସକାଳେ ଗାଧୋଇବା ଏବଂ ଉପବାସ…

Read More

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ,…

Read More

କୁମ୍ଭ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ମୀନ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି। ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ ।

Read More

ତୂଳା- ଘର ବାହାରେ ସୁଖ ମିଳିବ। ବିବାହ ଶିଘ୍ର ହେବ। ବ୍ୟବସାୟ ଭଲ କରିବ । ଉପକୃତ ହେବେ। ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ । ମାନସିକ ବିଭ୍ରାଟ ହେବ। ଧନୁ – ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ । ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କାର୍ଯ୍ୟର ସୁସଙ୍ଗତତା ରହିବ। ମକର – ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବଢିବ ।

Read More

କର୍କଟ – ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ଆଜିର ଦିନଟି ଭଲ ରହିବ। ରୋଜଗାର ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ସିଂହ- ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ଖୁସି ହେବେ। ରୋଜଗାର ଭଲ କରିବ । ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି । କନ୍ୟା- ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୁଖ ରହିବେ। ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।

Read More

ନୂଆଦିଲ୍ଲୀ, ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ । ବ୍ୟବସାୟିକ ଚିନ୍ତା ହେବ। ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ। ସେହି ତିନୋଟି ରାଶି ହେଲା ମିଥୁନ, ବିଛା ଏବଂ କୁମ୍ଭ ରାଶି। ଅନ୍ୟମାନଙ୍କ ଉପରେ ବିଶ୍ୱାସ ଆଘାତ କରିବ । କାର୍ଯ୍ୟ ବାଧାପ୍ରାପ୍ତ ହେବ। ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ। ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ସନ୍ତୁଷ୍ଟି, ସୁଖ ରହିବ। ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ ନକଲ କରନ୍ତୁ ନାହିଁ।

Read More

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ।

Read More

ସୀତାରମ ଅଗ୍ରୱାଲ ବାଲୁଗାଁ: ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ମିଶି  ବୋହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ମହିଳାଙ୍କ ପିତା ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବବି ରାଉତ ୭ ବର୍ଷ ପୂର୍ବେ ବେଲପଡା ଗ୍ରାମର କୃଷ୍ଣ ରାଉତଙ୍କୁ ବିବାହ କରିଥିଲେ। ବବିଙ୍କ ଦୁଇ ପୁଅ ଝିଅ ଥିବାବେଳେ ସଦାବେଳେ ତାଙ୍କୁ ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ମାରଧାର କରୁଥିଲେ। ଏପରିକି ବବିଙ୍କ ଶାଶୁ ଏଵଂ ଶ୍ୱଶୁର ତାଙ୍କୁ ଜୀବନରୁ ମାରିଦେଇ ସ୍ୱାମୀ କୃଷ୍ଣଙ୍କୁ ଅନ୍ୟତ୍ର ବିବାହ କରାଇବାକୁ ମଧ୍ୟ ଧମକ ଦେଉଥିଲେ। ଏ କଥା ଶୁଣି ନିକଟରେ ବବିଙ୍କ ପିତା ପ୍ରମୋଦ ଗ୍ରାମର କେତେଜଣ ଭଦ୍ର ବ୍ୟକ୍ତିଙ୍କୁ ନେଇ ବବିଙ୍କ ଶ୍ୱଶୁର ଘରକୁ ଯାଇ ବୁଝାସୁଝା କରି ଘଟଣାର ସମାଧାନ କରି ଆସିଥିଲେ। ତେବେ ଗତକାଲି ରାତିରେ…

Read More