Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ୨୦୨୧ ମଧ୍ୟାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ। ଏନଟିଏଲଏଫ ବିଷୟରେ ଏନଟିଏଲଏଫର ୨୯ ତମ ଅଧିବେଶନ ୧୭ ରୁ ୧୯ ଫେବୃଆରୀ ୨୦୨୧ ମଧ୍ୟରେ ଆୟୋଜିତ ହେଉଛି। ଏହା ହେଉଛି ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ [ଏନଏଏସଏସସିଓଏମ(ନାସକମ)] ଗୁଡିକର ଫ୍ଲାଗସିପ କାର୍ଯ୍ୟକ୍ରମ। ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଭବିଷ୍ୟତକୁ ଉତ୍ତମ ଢଙ୍ଗରେ ଗଢି ତୋଳିବା’। ଏହି କାର୍ଯ୍ୟକ୍ରମରେ ୩୦ ରୁ ଅଧିକ ଦେଶରୁ ୧୬୦୦ ଅଂଶଗ୍ରହଣକାରୀ ଭାଗ ନେବେ ଏବଂ ତିନି ଦିନିଆ ଆଲୋଚନା ସମୟରେ ୩୦ ରୁ ଅଧିକ ଉତ୍ପାଦ ପ୍ରଦର୍ଶିତ ହେବ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏବଂ ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି। ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, “ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲଠାରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ”। ସେହିପରି ମହାରାଷ୍ଟ୍ରର ଜଲଗାଓଁଠାରେ ଘଟିଥିବା ହୃଦୟ ବିଦାରକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଅନୁମୋଦନ କରିଛନ୍ତି। ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ”।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଅଂଚଳର ୪୦ ବର୍ଷୀୟ ବିଜୟ କୁମାର ପଣ୍ଡା ଏବେ ସରକାରୀ ସହାୟତା ଅପେକ୍ଷାରେ। ଛତ୍ରପୁର ଲେପ୍ରୋସି କଲୋନୀରେ ରହି ଆସୁଥିବା ବିଜୟ ଏବଂ ତାଙ୍କ ପତ୍ନୀ ଏବଂ ଛୋଟ ଛୋଟ ଦୁଇ ଶିଶୁ ଯେନତେନ ପ୍ରକାରରେ ପରିବାର ଚଳେଇ ଆସୁଥିଲେ। ଗତ ଡ଼ିସେମ୍ବର ମାସରେ ହଠାତ୍ ବିଜୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିଯୋଗୁଁ ପତ୍ନୀ ପ୍ରତିମା ସ୍ୱାମୀ ବିଜୟଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ସମୟରେ ଡ଼ାକ୍ତରୀ ଦଳ ଜାଣି ପାରିଥିଲେ ତାଙ୍କ ଛାତିରେ ପାଣି ଜମୁଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥିତ ଏସ୍‌ସିବି ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଡ଼ାକ୍ତରୀ ଦଳ ଛାତିରେ ପାଣି ଜମୁଥିବା ଯୋଗୁଁ କିଛିଦିନ ରଖି ଚିକିତ୍ସା କରିବା ପରେ ଅସ୍ତ୍ରୋପଚାର କରି ଏକ ପାଇପ୍ ଦେଇ ଘରକୁ ଫେରାଇ ଦେଇଥିଲେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ତଥା ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ଡ଼ିଜିଟାଲ୍ ଡ଼୍ରାଇଭ୍ କାର୍ଯ୍ୟକ୍ରମ ଚାଲୁ ରହିଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରୂପେ ଦଳୀୟ ସଭ୍ୟ ତଥା ସାଧାରଣ ଜନତା ସିଧାସଳଖ ଭାବେ ଦଳର ଆଭିମୁଖ୍ୟ ଓ ସରକାରଙ୍କ ଯୋଜନାମାନ ବିଷୟରେ ସିଧାସଳଖ ଯେପରି ଜାଣିପାରିବେ। ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ୱାର୍ଡ଼ ନଂ ୨୪ ବିଜିପୁର ବିଏମ୍‌ସି ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ବିଜେଡ଼ି ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ଯୁବ ବିଜେଡ଼ି ଉପସଭାପତି ସୂର୍ଯ୍ୟ ସୁବୁଦ୍ଧି ଉପସ୍ଥିତ ଥିଲେ। ୱାର୍ଡ଼ ସଭାପତି ୟ. ଶିବା, ୱାର୍ଡ଼ ଆଇଟି କୋଡ଼ିନେଟର ଡ଼ି. ନରେଶ, ଭୀମସେନ ଦଳେଇ, ବିର୍ଲା ମାଝୀ, ପ୍ରଜ୍ଞା ପଣ୍ଡା, ମନଶ୍ମିନୀ ବିଷୋୟୀ, ବୁଲି ଆମ୍ମା, ନିରୂପମା ବେହେରା, ଅମୀୟ ପଣ୍ଡା, ପ୍ରଣବ ସାହୁ, ପି. ନରେଶ, ମିଟୁ ମାଝୀ, ଟୁନି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାକଣ୍ଡି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ସ୍ୱର୍ଗତ ରାମଚନ୍ଦ୍ର ସେଠୀଙ୍କ ଧର୍ମପତ୍ନୀ ଶକୁନ୍ତଳା ସେଠୀଙ୍କ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖବରନେବାରେ ଜଣାଯାଇଛି ସ୍ୱର୍ଗତା ସେଠୀ ନିଜର ଜ୍ୟେଷ୍ଠପୁତ୍ର ବ୍ରହ୍ମପୁର ମେଡ଼ିକାଲ୍ କଲେଜର ଶଲ୍ୟ ବିଭାଗର ଏସୋସିଏଟ୍ ପ୍ରଫେସର ଡ. ମନୋଜ କୁମାର ସେଠୀଙ୍କ ସହ ଭଂଜନଗରରୁ ଏକ ବିବାହ ଉତ୍ସବରେ ଯୋଗଦେଇ କାର୍ ଯୋଗେ ଫେରୁଥିବାବେଳେ ଗାଙ୍ଗପୁରଠାରେ ଦୁର୍ଘଟଣା ଘଟିଥିଲା। ସଂଗେ ସଂଗେ ଗାଙ୍ଗପୁର ପ୍ରାଥମିକ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା କରି ବ୍ରହ୍ମପୁର ଅଣାଯାଉଥିôବାବେଳେ ଦେହାନ୍ତ ଘଟିଥିଲା। ସୋମବାର ଦିନ ନିଜ ଗ୍ରାମ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୁଟବଗଡ଼ଠାରେ ଅନ୍ତେଷ୍ଟିକ୍ରିୟା ସଂପନ୍ନ ହୋଇଛି। କନିଷ୍ଠ ପୁତ୍ର ମେଡ଼ିକାଲ୍ କଲେଜ ନିଶ୍ଚେତକ ବିଭାଗର ଡା. ପଙ୍କଜ କୁମାର ସେଠୀ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତା ଶକୁନ୍ତଳା ସେଠୀ ଜଣେ ଶାନ୍ତି, ସରଳ ତଥା ମିଷ୍ଟଭାଷି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୨୫ ହଜାର ୭୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୩୩ ହଜାର ୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୬ ହଜାର ୮୭୨ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…

Read More

ନୂଆଦିଲ୍ଲୀ, ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ବସନ୍ତ ପଞ୍ଚମୀ ତିଥି ଫେବୃଆରୀ ୧୬ ରେ ସକାଳ ୦୩:୩୬ ରେ ଆରମ୍ଭ ହୋଇ ଫେବୃଆରୀ ୧୭ ରେ ସକାଳ ୫.୪୬ ରେ ଶେଷ ହେବ। ଚଳିତ ବର୍ଷ ସରସ୍ୱତୀ ପୂଜାରେ ତିନୋଟି ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଛି। ଏଥର ବସନ୍ତ ପଞ୍ଚମୀରେ ଅର୍ଥାତ୍ ସରସ୍ୱତୀ ପୂଜାରେ ସର୍ବାର୍ଥ ସିଦ୍ଧ ଯୋଗ ରହିଛି, ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ମଧ୍ୟ ପଡୁଛି। ଏହି ତିନୋଟି ବିଶେଷ ଯୋଗ ରାତି ୦୮:୫୭ ମିନିଟରୁ ଆରମ୍ଭ ହୋଇ ଆଗାମୀ ଦିନ ଫେବୃଆରୀ ୧୭ ତାରିଖ ୦୬:୫୮ ମିନିଟ ପର୍ଯ୍ୟନ୍ତ ଚାଲିବ। ଅଶ୍ୱିନୀ ନକ୍ଷତ୍ରର ମିଶ୍ରଣ ମଧ୍ୟ ଅମୃତ ସିଦ୍ଧି ମହାଯୋଗରେ ପରିଣତ ହେଉଛି, ଯାହା ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର। ଭମାଶ୍ୱିନୀ ଯୋଗର ମିଶ୍ରଣ ମଧ୍ୟ ବିରଳ, ଯାହା ରାତି ୧୦.୫୫ ରୁ ଆରମ୍ଭ ହୋଇ ତାପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ…

Read More

ନୂଆଦିଲ୍ଲୀ, ଆଜି ଶନିଦେବ ଦୁଇଟି ରାଶି ପ୍ରତି ଆର୍ଶିବାଦ ପ୍ରକଟ କରିଛନ୍ତି। ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ସକାଳେ ସଫଳତା ହାସଲ କରିବେ। ଆସନ୍ତା ସମୟ ଆପଣଙ୍କ ପାଇଁ ଖୁସି ଆଣିବାକୁ ଯାଉଛି। ଆପଣ ନିଜ ସାଥୀଙ୍କ ସହିତ ଶାନ୍ତିର କିଛି ଖୁସିର ମୁହୂର୍ତ୍ତ ବିତାଇବାକୁ ସକ୍ଷମ ହେବେ। ଏହାର ଏକ ସମ୍ଭାବନା ଅଛି, ଆପଣ ଯେ କୈଣସି ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରିବେ, ପ୍ରଗତିର ନୂତନ ଉପାୟ ମିଳିବ ଏବଂ ପରିବାରରେ ପ୍ରେମ ବୃଦ୍ଧି ପାଇବ। କୁବେର ଦେବଙ୍କ କୃପା ସହିତ ଆପଣଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହେବ। ଏହି ଦୁଇଟି ରାଶି ହେଲା ବୃଷ ଏବଂ କୁମ୍ଭ ରାଶି। ଆପଣଙ୍କ ଚାପ ହ୍ରାସ ପାଇବ। ଆପଣ ମାନସିକ ଶାନ୍ତି ଅନୁଭବ କରିବେ।

Read More

ମକର-ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆୟ ବୃଦ୍ଧି ପାଇବ । କୁମ୍ଭ-ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ ।

Read More

ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ । କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ ।…

Read More

ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ମିଥୁନ- ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ ।

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ଭାଗ୍ୟ ବେଶ୍ ପ୍ରଖର ରହିଛି। ମା ସରସ୍ବତୀଙ୍କ କୃପା ତାଙ୍କ ଉପରେ ରହିବ, ଦାମ୍ପତ୍ୟ ଜୀବନରେ ଚାପ ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଆପଣଙ୍କର ପ୍ରିୟ ଖାଦ୍ୟ, ପରିବାରରେ ଉପଭୋଗ କରିପାରିବ। ଏହି ରାଶିର ଲୋକମାନେ ଯେକୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ। ଏହି ରାଶିଗୁଡିକ ହେଲା କନ୍ୟା, ମେଷ ଏବଂ ମିଥୁନ। ଏହି ରାଶିର ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମା ସରସ୍ବତୀଙ୍କ ନାମ ନେଇ ଆପଣ ଯାହା କରିବେ, ସେହି କାର୍ଯ୍ୟ ଆପଣଙ୍କୁ ସଫଳ ହେବାରେ କେହି ଅଟକାଇ ପାରିବେ ନାହିଁ। ଆପଣ ଜୀବନ ସାଥୀଙ୍କ ସମର୍ଥନ ପାଇବେ, ଆପଣଙ୍କ ବିବାହରେ ଅସୁବିଧା ଦୂର ହେବ, ଅଫିସ୍ କାର୍ଯ୍ୟର ସମସ୍ୟା ସମାପ୍ତ ହେବ।

Read More

ମେଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ-…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୫, ପୁରୀରୁ ୧୧, ସମ୍ବଲପୁରରୁ ୯, ବରଗଡରୁ ୬, କଟକରୁ ୬, ଯାଜପୁରରୁ ୬, ଖୋର୍ଦ୍ଧାରୁ ୫, ବଲାଙ୍ଗୀରିରୁ ୪, ମୟୂରଭଞ୍ଜରୁ ୪, ବାଲେଶ୍ବରରୁ ୩, ଅନୁଗୁଳରୁ ୨, ଦେବଗଡ଼ରୁ ୨, ଝାରସୁଗୁଡାରୁ ୨, ନୂଆପଡାରୁ ୨, ରାୟଗଡ଼ାରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୬୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ କୁ ବୃଦ୍ଧି ହୋଇଛି। ତେବେ ୫୭୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଓଡିଶାରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହା ଉତ୍ସବ କଳାହାଣ୍ଡିର ଜୁନାଗଡ ଠାରେ ଲଙ୍କେଶ୍ୱରୀ ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ତରର ଆଦିବାସୀ ଉତ୍ସବ ଜୁନାଗଡ ପାଇଁ ଏକ ଯୁଗାନ୍ତକାରୀ ଇତିହାସ ହୋଇରହିବ ଏବଂ ଲୋକସାହିତ୍ୟ, ଲୋକସଂସ୍କୃତି ସବୁବେଳେ ସମାଜକୁ ଦିଗଦର୍ଶନ ଦେଇଥାଏ ବୋଲି ଉଦଯାପନ ସମାରୋହରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିରୋଧି ଦଳ ନେତା ପ୍ରଦିପ୍ତ କୁମାର ନାଏକ ପ୍ରକାଶ କରିଥିଲେ। ହଜାରେ ବର୍ଷର ନଗର କଳାହାଣ୍ଡି ର ପ୍ରାକ୍ତନ ରାଜଧାନୀ ଛଅକୋଡି ବନ୍ଧକୁ ନଅ କୋଡି ତୋଟା ର ନଗର, ମନ୍ଦିର ମାଳିନୀ ସହର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ସହିତ ପୁରାତନ ସଂସ୍କୃତି ଓ ପ୍ରାଚୀନ ଆଦିବାସୀ ପରଂପରାକୁ ବହନ କରୁଥିବା ପ୍ରକୃତିର ଗନ୍ତାଘର ଭାବେ ପରିଚିତ ଜୁନାଗଡ ସହରରେ ଜାତୀୟ ସ୍ତରର ଆଦିବାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା…

Read More

ଭୁବନେଶ୍ୱର: ରାଉରକେଲା ବିମାନ ଘାଟିରୁ ଶୀଘ୍ର ବିମାନ ଉଡିବ। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଉଷା ପାଢୀ ଏନେଇ ସୂଚନା ଦେଇଛନ୍ତି। ଉଷା ପାଢ଼ୀଙ୍କ ଟ୍ବିଟ୍ ପରେ ରାଉରକେଲା ବିମାନ ଘାଟିରୁ ବିମାନ ଉଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ତେବେ ଦେଢ ବର୍ଷ ଭିତରେ ବିମାନ ବନ୍ଦର କାମ ସମ୍ପୂର୍ଣ କରାଯିବ ବୋଲି ଉଷା ପାଢୀ କହିଛନ୍ତି। ରନୱେର ସଂପ୍ରସାରଣ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୨୦ ତାରିଖରେ ଏୟାର ଅଥରିଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଟିମ୍ ସହ ଦୁଇଟି ଘରୋଇ ବିମାନ କମ୍ପାନୀର ବରିଷ୍ଠ ଅଧିକାରୀ ରାଉରକେଲା ବିମାନ ବନ୍ଦରକୁ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ।

Read More

ଭୁବନେଶ୍ୱର: ଭୁବନେଶ୍ବର ଫେରିବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ବାଇ ଲ’ ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି ଯେ, ମୁଁ ମନ୍ତ୍ରାଳୟ ସହ ବାଇ ଲ’ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛି। ଆରୋପ ପ୍ରତ୍ୟାରୋପରେ ବିକାଶ ସମ୍ଭବ ନୁହେଁ। ସମସ୍ତେ ଓଡ଼ିଶାର ବିକାଶ ଚାହୁଁଛନ୍ତି। ବିକାଶର କୌଣସି ଦଳ ନଥାଏ। ସେ କହିଛନ୍ତି ଯେ, ଆମ ଦେଶରେ ୩୬୯୩ଟି କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ଅଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ରହିଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ଅନୁମତି ନେଇ ୨ଶହ ମିଟର ମଧ୍ୟରେ କାମ କରାଯାଇ ପାରିବ। ସଂସ୍କୃତି ନିର୍ଦ୍ଦେଶକ ଏନଏମଏକୁ ପଠାଇବେ, ଏନଏମଏ କହିଲେ କାମ ହୋଇପାରିବ। ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି…

Read More

କଟକ: ନେତାଜୀ ବସ ଟର୍ମିନାଲ ମାମଲାରେ ଆଜି ଉଚ୍ଚ ନ୍ୟାୟଳୟରେ ଶୁଣାଣି ହୋଇଛି। ଏହି ମାମଲାରେ ଦାୟର ହୋଇଥିବା ଦୁଇ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ଉଚ୍ଚ ନ୍ୟାୟଳୟ ଆଜି ଖାରଜ କରିଛନ୍ତି। ଖାନନଗର ଠାରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲକୁ ବିରୋଧ କରି ଦୁଇ ଜନ ସ୍ଵାର୍ଥ ମାମଲା ଦାୟର ହୋଇଥିଲା। ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ ବୋଲି ଆବେନକାରୀ ଦର୍ଶାଇ ଥିଲେ। ମା’ ଶ୍ମଶାନ କାଳୀ ମନ୍ଦିର ଥିବା ଜମିକୁ ଛାଡି ଅନ୍ୟ ଜମି ଉପରେ ପୂର୍ବରୁ ଜାରି କରାଯାଇଥିବା ସ୍ଥିତାବସ୍ଥାକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ପୂର୍ବରୁ ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି ବୋଲି କୁହାଯାଇଥିଲା। ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା। କାଳୀ ମନ୍ଦିର ଥିବା ଜମି ଉପରେ ସ୍ଥିତାବସ୍ଥା ବଜାୟ ରହିବ ବୋଲି ହାଇକୋର୍ଟ କହିଛନ୍ତି। ଶ୍ମଶାନ କାଳୀଙ୍କ ଜମି ବିବାଦ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି…

Read More

ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ସମାପ୍ତ ହୋଇଛି। ଭାରତ ଦ୍ଵିତୀୟ ଇନିଂସରେ ଇଂଲଣ୍ଡକୁ ୪୮୨ ରନ ଟାର୍ଗେଟ ଦେଇଛି। ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୩ ରନରେ ୩ ଟି ୱିକେଟ ହରାଇଛି। ଏହି ମ୍ୟାଚ ଜିତିବା ଲାଗି କୋହଲୀ ବାହିନୀକୁ ଆଉ ଇଂଲଣ୍ଡର ୭ ଟି ୱିକେଟ ଆବଶ୍ୟକ କରୁଛି। ଆଜିର ଦିନଟି ସ୍ଥାନୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନୀଙ୍କ ନାମରେ ରହିଛି। ସେ ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି। ଅଶ୍ଵିନୀ ଆଜି ଚମତ୍କାର ୧୦୬ ରନ ସଂଗ୍ରହ କରିଥିଲେ। ଏହା ସହିତ ଅଧିନାୟକ ବିରାଟ କୋହଲୀ ମଧ୍ୟ ୬୨ ରନର ପାଳି ଖେଳିଥିଲେ।

Read More

ଭୁବନେଶ୍ବର: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକି ଗତକାଲି ଆସାମ ଗସ୍ତରେ ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ସେମାନଙ୍କ ସହ ଉତ୍ତର-ପୂର୍ବ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତରେ ହୋଇଥିବା ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ଆଗକୁ ଅନ୍ୟ ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଏବଂ ତାଙ୍କ ଦୃଷ୍ଟିକୋଣ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଉଭୟଙ୍କୁ ଅବଗତ କରାଇଥିବା ବେଳେ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଆଜି ସକାଳେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ, ଜାପାନ ରାଷ୍ଟ୍ରଦୂତ ତଥା ଆସାମ ନେତା ତଥା ବିଭାଗୀୟ ଅଧିକାରୀଙ୍କ ସହ ଗୌହାଟୀଠାରେ ଜାପାନ ଅନ୍ତର୍ଜାତୀୟ କର୍ପୋରେସନ ଏଜେନ୍ସି (ଜେଆଇସିଏ) ଦ୍ୱାରା ବିକଶିତ ହେଉଥିବା ଜଳ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ତ ଶଙ୍କରଦେବ…

Read More